Old/New Testament
ମିଶରରେ ଯାକୁବଙ୍କର ପରିବାର
1 ଯାକୁବ ତାଙ୍କର ପୁତ୍ରମାନଙ୍କ ସହିତ ମିଶରକୁ ଯାତ୍ରା କଲେ। ପ୍ରତ୍ୟେକ ପୁତ୍ର ସେମାନଙ୍କର ପରିବାର ସହିତ ଗଲେ। ଇସ୍ରାଏଲଙ୍କର ପୁତ୍ରମାନେ ହେଲେ: 2 ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, 3 ଇଷାଖର, ସବୂଲୂନ୍, ବିନ୍ୟାମୀନ, 4 ଦାନ, ନପ୍ତାଲି, ଗାଦ୍ ଓ ଆଶେର। 5 ମୋଟରେ ଯାକୁବଙ୍କର ବଂଶଧର ସତୁରି ଜଣ ଥିଲେ। ଅନ୍ୟ ପୁତ୍ର ଯୋଷେଫ ଆଗରୁ ମିଶରରେ ଥିଲେ।
6 ପରେ ଯୋଷେଫ ଓ ତାଙ୍କର ଭାଇମାନେ ତତ୍କାଳୀନ ସମସ୍ତ ଲୋକ ମଲେ। 7 କିନ୍ତୁ ଇସ୍ରାଏଲର ବଂଶଧର ବଢ଼ିଲେ। ସେମାନଙ୍କ ସଂଖ୍ୟା ବଢ଼ି ବଢ଼ି ଗ୍ଭଲିଲା। ଇସ୍ରାଏଲର ଲୋକମାନେ ଅତ୍ୟଧିକ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ମିଶର ଦେଶ ଇସ୍ରାଏଲୀୟଙ୍କ ଦ୍ୱାରା ପରିପୂର୍ଣ୍ଣ ହେଲା।
ଇସ୍ରାଏଲୀୟ ଲୋକମାନଙ୍କର ଅସୁବିଧା
8 ଏହା ପରେ ଜଣେ ନୂତନ ରାଜା ମିଶରରେ ରାଜତ୍ୱ କଲେ। ସେହି ରାଜା ଯୋଷେଫଙ୍କୁ ଜାଣି ନ ଥିଲେ। 9 ସେହି ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ ଦେଖ। ସେମାନଙ୍କର ସଂଖ୍ୟା ଆମ୍ଭମାନଙ୍କ ଅପେକ୍ଷା ଅଧିକ! ସେମାନେ ଆମ୍ଭମାନଙ୍କଠାରୁ ଅଧିକ ଶକ୍ତିଶାଳୀ! 10 ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି ସେଥିପାଇଁ ଆମ୍ଭମାନଙ୍କୁ ଯୋଜନା କରିବାକୁ ପଡ଼ିବ। ଯଦି ଯୁଦ୍ଧ ହୁଏ, ଇସ୍ରାଏଲୀୟମାନେ ଆମ୍ଭର ଶତ୍ରୁ ପକ୍ଷରେ ଯୋଗଦେଇ ପାରନ୍ତି। ତା’ପରେ ସେମାନେ ଆମ୍ଭମାନଙ୍କୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରି ପାରନ୍ତି।”
11 ମିଶରୀୟ ଲୋକମାନେ ସେମାନଙ୍କୁ କଠିନ ପରିଶ୍ରମ ଦ୍ୱାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀୟମାନେ ସେମାନଙ୍କ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠାରେ ଫାରୋ [a] ଖାଦ୍ୟ ଶସ୍ୟ ରଖୁଥିଲେ।
12 ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସେମାନଙ୍କୁ ଯେତେ ଅଧିକ ପରିଶ୍ରମ କରାଇଲେ, ସେମାନଙ୍କର ସଂଖ୍ୟା ସେହିପରି ଅଧିକ ବ୍ୟାପିଲା। ଏହା ମିଶରୀୟ ଲୋକମାନଙ୍କର ଭୟର କାରଣ ହେଲା। 13 ତେଣୁ ମିଶରୀୟମାନେ ତହିଁରୁ ତାଙ୍କୁ ଅଧିକ ପରିଶ୍ରମ କରାଇଲେ।
14 ମିଶରୀୟମାନେ ଇସ୍ରାଏଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସେମାନେ ସେମାନଙ୍କୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବାଧ୍ୟ କଲେ। ସେମାନଙ୍କୁ ମଧ୍ୟ ବିଲରେ କଠିନ ପରିଶ୍ରମ କରାଇଲେ। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ବାଧ୍ୟ କଲେ।
ଧାତ୍ରୀମାନେ ଯେକି ପରମେଶ୍ୱରଙ୍କୁ ଅନୁସରଣ କଲେ
15 ସେଠାରେ ଶିଫ୍ରା ଓ ପୂୟା ନାମକ ଦୁଇ ଜଣ ଏବ୍ରୀୟ ଧାତ୍ରୀ ଥିଲେ, ଯେଉଁମାନେ କି ଏବ୍ରୀୟା ସ୍ତ୍ରୀଲୋକମାନଙ୍କୁ ପିଲା ଜନ୍ମ କରିବାରେ ସାହାଯ୍ୟ କଲେ। ମିଶରର ରାଜା ଧାତ୍ରୀମାନଙ୍କୁ କହିଲେ, 16 “ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କର ପିଲା ଜନ୍ମ କରିବାରେ ସାହାଯ୍ୟ କରିବ, ପୁତ୍ର ସନ୍ତାନ ଥିଲେ ସେମାନଙ୍କୁ ମାରିଦେବ ଓ କନ୍ୟା ସନ୍ତାନ ହେଲେ ସେମାନଙ୍କୁ ଜୀବିତ ରଖିବ।”
17 ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବାରୁ, ରାଜାଙ୍କ ଆଜ୍ଞା ମାନି ନ ଥିଲେ। ସେମାନେ ପୁତ୍ର ସନ୍ତାନକୁ ଜୀବିତ ରଖିଲେ।
18 ମିଶରର ରାଜା ସେହି ଧାତ୍ରୀମାନଙ୍କୁ ଡକାଇ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏପରି କାହିଁକି କଲ? ତୁମ୍ଭେମାନେ କାହିଁକି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲ?”
19 ଧାତ୍ରୀମାନେ ଫାରୋଙ୍କୁ କହିଲେ, “ଏବ୍ରୀୟା ସ୍ତ୍ରୀଗଣ ମିଶରୀୟ ସ୍ତ୍ରୀମାନଙ୍କଠାରୁ ବଳିଷ୍ଠା। ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରି ସାରିଥା’ନ୍ତି।” 20-21 ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ ଏବଂ ସେମାନଙ୍କର ପରିବାରଗୁଡ଼ିକୁ ବଢ଼ାଇଲେ। କାରଣ ସେମାନେ ପରମେଶ୍ୱରଙ୍କୁ ଡରୁ ଥିଲେ।
ଇସ୍ରାଏଲୀୟମାନଙ୍କ ସଂଖ୍ୟା ବଢ଼ିଲା ଏବଂ ବହୁତ ଶକ୍ତିଶାଳୀ ହେଲା। 22 ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, “ଇସ୍ରାଏଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ୟା ସନ୍ତାନଗଣଙ୍କୁ ଜୀବିତ ରଖିପାର।”
ଶିଶୁ ମୋଶା
2 ଲେବୀ ବଂଶର ଜଣେ ଲୋକ ଥିଲେ। ଯିଏକି ସେହି ଲେବୀ ବଂଶର ଜଣେ କନ୍ୟାଙ୍କୁ ବିବାହ କଲେ। 2 ସେହି ସ୍ତ୍ରୀଲୋକ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସେହି ପୁତ୍ର ବହୁତ ସୁନ୍ଦର ହୋଇଛି। ତେଣୁ ସେ ତାକୁ ତିନି ମାସ କାଳ ଲୁଗ୍ଭଇ ରଖିଲେ। 3 ଯେତେବେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଗ୍ଭଇ ପାରିଲା ନାହିଁ, ସେ ଏକ ଟୋକେଇ ତିଆରି କରି ତେଲ ଓ ରାଳ ଲେପନ କଲା। ସେ ସେହି ବାଳକଟିକୁ ଟୋକେଇରେ ରଖିଲା ଏବଂ ନଦୀର ନଳବନ ମଝିରେ ରଖିଲା। 4 ସେହି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଲକ୍ଷ୍ୟ କରୁଥିଲା। ପିଲାଟିର କ’ଣ ହେବ, ଏହା ଜାଣିବା ପାଇଁ ଲକ୍ଷ୍ୟ ରଖିଲା।
5 ଠିକ୍ ତା’ପରେ ଫାରୋଙ୍କର କନ୍ୟା ନଦୀକୁ ଗାଧୋଇବାକୁ ଗଲେ। ସେ ସେହି ନଳବନ ମଧ୍ୟରେ ଟୋକେଇଟିକୁ ପାଇଲେ। ତାଙ୍କର ଗ୍ଭକରାଣୀମାନେ ସେହି ନଦୀ କୂଳରେ ବୁଲୁଥିଲେ। ସେ ତାଙ୍କର ଜଣେ ଦାସୀକୁ ସେହି ପେଡ଼ିଟିକୁ ଆଣିବା ପାଇଁ କହିଲେ। 6 ରାଜାଙ୍କର କନ୍ୟା ଯେତେବେଳେ ସେହି ଟୋକେଇଟିକୁ ଖୋଲି ସେହି ଶିଶୁ ପୁତ୍ରକୁ ଦେଖିଲେ। ସେହି ଶିଶୁଟି କାନ୍ଦୁ ଥିଲା। ଏଥିପାଇଁ ସେ ତା’ ପାଇଁ ବହୁତ ଦୁଃଖ କଲେ। ସେ କହିଲେ, “ଏହି ପିଲାଟି ଏବ୍ରୀୟ ମଧ୍ୟରୁ ଜଣକର ଅଟେ।”
7 ତା’ପରେ ସେହି ଶିଶୁଟିର ଭଉଣୀ ରାଜକନ୍ୟାଙ୍କୁ ପଗ୍ଭରିଲା, “ମୁଁ ଯାଇ ଏହି ଶିଶୁଟିକୁ ତା’ର ସ୍ତନ୍ୟପାନ କରାଇବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଆଣିପାରେ କି?”
8 ରାଜାଙ୍କର କନ୍ୟା କହିଲେ, “ହଁ, ଦୟାକରି ଡାକ।”
ତେଣୁ ସେହି ବାଳିକାଟି ଯାଇ ତା’ର ମାକୁ ଡାକି ଆଣିଲା।
9 ରାଜାଙ୍କର ଝିଅ ସେହି ମା’ଟିକୁ କହିଲେ, “ଏହି ଶିଶୁଟିକୁ ନିଅ ଏବଂ ମୋ’ ପାଇଁ ତାକୁ ଲାଳନ ପାଳନ କର, ଏଥିପାଇଁ ମୁଁ ତୁମ୍ଭକୁ ପାରିଶ୍ରମିକ ଦେବି।”
ତେଣୁ ସେହି ସ୍ତ୍ରୀ ଲୋକଟି ଶିଶୁଟିକୁ ନେଲା ଏବଂ ତାକୁ ଲାଳନ ପାଳନ କଲା। 10 ସେହି ଶିଶୁଟି ବଢ଼ିବାକୁ ଲାଗିଲା ଏବଂ କିଛି ଦିନ ପରେ ସେହି ସ୍ତ୍ରୀ ଲୋକଟି ରାଜକନ୍ୟାକୁ ସେହି ଶିଶୁଟିକୁ ଫେରାଇ ଦେଲା। ରାଜକନ୍ୟା ସେହି ଶିଶୁଟିକୁ ନିଜର ସନ୍ତାନ ଭାବରେ ଗ୍ରହଣ କଲେ। ସେ ତା’ର ନାମ ମୋଶା ଦେଲେ, କାରଣ ସେ ଜଳରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ।
ମୋଶା ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରନ୍ତି
11 ମୋଶା ବଡ଼ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭେଟିଲେ ଏବଂ ଦେଖିଲେ, ଏବ୍ରୀୟ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ କରାଯାଉଅଛି। ଦିନେ ମୋଶା ଦେଖିଲେ ଜଣେ ମିଶରୀୟ ଲୋକ ଜଣେ ଏବ୍ରୀୟ ଲୋକକୁ ପ୍ରହାର କରୁଥିଲା। 12 ମୋଶା ଚତୁର୍ପାର୍ଶ୍ୱରେ କାହାରିକୁ ପାଇଲେ ନାହିଁ। ତେଣୁ ସେଠାରେ ମୋଶା ସେହି ମିଶରୀୟ ଲୋକଟିକୁ ହତ୍ୟା କଲେ ଓ ଲୋକଟିକୁ ସେ ବାଲିରେ ପୋତି ଦେଲେ।
13 ତା’ ପରଦିନ ମୋଶା ଦୁଇଜଣ ଏବ୍ରୀୟ ଲୋକଙ୍କୁ ଦେଖିଲେ। ସେମାନେ ପରସ୍ପର ମଧ୍ୟରେ କଳି କରୁଥିଲେ। ମୋଶା ଦେଖିଲେ ସେମାନଙ୍କ ମଧ୍ୟରୁ ଜଣକର ଦୋଷ ଥିଲା। ମୋଶା ସେହି ଦୋଷୀ ଲୋକଟିକୁ କହିଲେ, “ତୁମ୍ଭେ ଆପଣା ଭାଇକୁ କାହିଁକି ପ୍ରହାର କରୁଛ?”
14 ସେହି ଲୋକ ଜଣକ ଉତ୍ତର ଦେଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଗ୍ଭରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ସେହି ମିଶରୀୟ ଲୋକଟିକୁ ବଧ କଲା ପରି ମୋତେ ବଧ କରିବା ପାଇଁ ଯୋଜନା କରୁଛ କି?”
ତହିଁରେ ମୋଶା ଭୟଭୀତ ହେଲେ। ମୋଶା ନିଜକୁ ନିଜେ ଚିନ୍ତା କଲେ, “ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି।”
15 ତା’ପରେ ଫାରୋ ଜାଣିବାକୁ ପାଇଲେ ମୋଶା ଯାହା କରିଥିଲେ। ତେଣୁ ସେ ମୋଶାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମୋଶା ଖସି ମିଦିୟନ ଦେଶକୁ ପଳାଇଲେ।
ମିଦିୟନରେ ମୋଶା
ମୋଶା ସେଠାକୁ ଯାଇ ଏକ କୂପ ନିକଟରେ ବସିଲେ। 16 ସେଠାରେ ଜଣେ ମିଦିୟନୀୟ ଯାଜକ ଥିଲେ, ଯାହାଙ୍କର ସାତୋଟି କନ୍ୟା ଥିଲେ। ସେହି କନ୍ୟାମାନେ ସେହି କୂପ ନିକଟକୁ ତାଙ୍କର ପିତାଙ୍କର ମେଷପଲ ପାଇଁ ପାଣି ନେବାକୁ ଆସିଥିଲେ। ସେମାନେ ପାଣି କାଢ଼ି ସେହି କୁଣ୍ଡଟିକୁ ପୂର୍ଣ୍ଣ କରିବାକୁ ଲାଗିଲେ। 17 ଇତ୍ୟବସରରେ ମେଷପାଳକମାନେ ଆସି ସେମାନଙ୍କୁ ଗୋଡ଼ାଇବାକୁ ଆରମ୍ଭ କଲେ। ମାତ୍ର ମୋଶା ସେମାନଙ୍କୁ ସାହାଯ୍ୟ କଲେ ଓ ସେମାନଙ୍କର ମେଷପଲକୁ ଜଳ ଦେଲେ।
18 ଏହା ପରେ ସେମାନେ ତାଙ୍କର ପିତା ରୂୟେଲଙ୍କ ନିକଟକୁ ଫେରିଗଲେ। ସେମାନଙ୍କର ପିତା ତାଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଆଜି ଏତେ ଶୀଘ୍ର କିପରି ଫେରି ଆସିଲ?”
19 କନ୍ୟାଗଣ ତାଙ୍କୁ ଉତ୍ତର ଦେଲେ, “ହଁ, ମେଷପାଳକମାନେ ଆମ୍ଭକୁ ଘୋଉଡ଼ାଇ ଦେଉଥିଲେ, ମାତ୍ର ଏବ୍ରୀୟ ଲୋକ ଆମ୍ଭକୁ ସାହାଯ୍ୟ କଲେ। ସେ ଆମ୍ଭମାନଙ୍କ ପାଇଁ ପାଣି କାଢ଼ି ଆମ୍ଭର ମେଷମାନଙ୍କୁ ଜଳପାନ କରାଇଲେ।”
20 ତେଣୁ ରୂୟେଲ ତାଙ୍କର କନ୍ୟାମାନଙ୍କୁ କହିଲେ, “ସେହି ଲୋକଟି କେଉଁଠାରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡ଼ି ଦେଲ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।”
21 ମୋଶା ସେହି ଲୋକଟି ସହିତ ବାସ କରିବା ପାଇଁ ରାଜି ହେଲେ। ରୂୟେଲ ତାଙ୍କର କନ୍ୟା ସିପ୍ପୋରାକୁ ମୋଶାଙ୍କ ସହିତ ବିବାହ ଦେଲେ। 22 ସିପ୍ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ମୋଶା ତାଙ୍କର ନାମ ଗେର୍ଶୋମ୍ ଦେଲେ, କାରଣ ସେ କହିଲେ, “ମୁଁ ବିଦେଶରେ ବାସ କରି ଆସୁଅଛି।”
ପରମେଶ୍ୱର ଇସ୍ରାଏଲକୁ ସାହାଯ୍ୟ କରିବାକୁ ନିର୍ଣ୍ଣୟ କଲେ
23 ଦୀର୍ଘଦିନ ପରେ ସେହି ମିଶରର ରାଜା ମୃତ୍ୟୁବରଣ କଲେ କିନ୍ତୁ ଇସ୍ରାଏଲୀୟମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡ଼ିଲା। ସେମାନେ ଅନୁନୟ କଲେ ଏବଂ ପରମେଶ୍ୱର ସେମାନଙ୍କର ଡାକ ଶୁଣିଲେ। 24 ପରମେଶ୍ୱର ସେମାନଙ୍କର ଆତୁର ଡାକ ଶୁଣିଲେ ଓ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ କରିଥିବା ଆପଣା ନିୟମ ସ୍ମରଣ କଲେ। 25 ଇସ୍ରାଏଲୀୟମାନଙ୍କ ପ୍ରତି ଧ୍ୟାନ ଦେଲେ ଓ ସେମାନଙ୍କ ଅବସ୍ଥା ହୃଦୟଙ୍ଗମ କଲେ।
ଜ୍ୱଳନ୍ତା ବୁଦା
3 ଯିଥ୍ରୋ ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ମିଦିୟନୀୟମାନଙ୍କ ଯାଜକ ଥିଲେ। ମୋଶା ତାଙ୍କ ଶ୍ୱଶୁରଙ୍କର ମେଷପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମୋଶା ତାଙ୍କ ମେଷପଲକୁ ମରୁଭୂମିର ପଶ୍ଚିମପଟକୁ ଆଗେଇ ନେଲେ। ମୋଶା ହୋରେବ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ୱରଙ୍କର ପର୍ବତ ଥିଲା। 2 ସେହି ପର୍ବତରେ, ମୋଶା ଦେଖିଲେ ସଦାପ୍ରଭୁଙ୍କର ଦୂତ ଏକ ଜ୍ୱଳନ୍ତା ବୁଦା ମଧ୍ୟରେ ଥିଲେ।
ମୋଶା ଦେଖିଲେ, ବୁଦାରେ ଅଗ୍ନି ଲାଗି ଥିଲେ ମଧ୍ୟ ତାହା ଧ୍ୱଂସ ହେଉ ନ ଥିଲା। 3 ତେଣୁ ମୋଶା ନିଶ୍ଚିତ କଲେ, ସେହି ବୁଦା ପାଖକୁ ଯାଇ ଅଦ୍ଭୂତ ଦୃଶ୍ୟ ଦେଖିବାକୁ। କାହିଁକି ଏହି ବୁଦାଟି ନିଆଁରେ ଜଳି ମଧ୍ୟ ନଷ୍ଟ ହେଉ ନାହିଁ?
4 ସଦାପ୍ରଭୁ ଦେଖିଲେ, ମୋଶା ବୁଦା ଆଡ଼କୁ ଆସୁଛନ୍ତି। ତେଣୁ ପରମେଶ୍ୱର ବୁଦା ମଧ୍ୟରୁ ମୋଶାଙ୍କୁ ଡାକିଲେ, ପରମେଶ୍ୱର କହିଲେ, “ମୋଶା, ମୋଶା!”
ମୋଶା କହିଲେ, “ହଁ ଆଜ୍ଞା, ସଦାପ୍ରଭୁ।”
5 ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭର ଅଧିକ ନିକଟବର୍ତ୍ତୀ ହୁଅ ନାହିଁ। ତୁମ୍ଭ ପାଦରୁ ପାଦୁକା କାଢ଼ି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡ଼ା ହୋଇଛ ତାହା ପବିତ୍ର ଭୂମି ଅଟେ। 6 ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ୱର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ୱର ଅଟୁ।”
ମୋଶା ପରମେଶ୍ୱରଙ୍କୁ ଦେଖି ଭୟରେ ତାଙ୍କର ମୁହଁ ଆବୃତ କଲେ।
7 ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ। 8 ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁଗ୍ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ। 9 ଆମ୍ଭେ ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରୀୟମାନେ ସେମାନଙ୍କୁ କିପରି ଦୌରାତ୍ମ୍ୟ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି। 10 ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ରେରଣ କରିବା। ଯାଅ! ଆମ୍ଭର ଲୋକମାନଙ୍କୁ ଆଗେଇ ନିଅ, ଇସ୍ରାଏଲୀୟମାନଙ୍କୁ ମିଶର ମଧ୍ୟରୁ ଆଗେଇ ନେଇଯାଅ!”
11 କିନ୍ତୁ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ ଫାରୋ ନିକଟକୁ ଯିବା ପାଇଁ କିଏ? କିପରି ମୁଁ ଇସ୍ରାଏଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?”
12 ତା’ପରେ ପରମେଶ୍ୱର କହିଲେ, “ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବା! ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କରୁଛୁ, ଏହା ତା’ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭେମାନେ ଏହି ପର୍ବତରେ ଆମ୍ଭର ଉପାସନା କରିବ।”
13 ଏହା ପରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଯଦି ମୁଁ ଇସ୍ରାଏଲୀୟମାନଙ୍କ ନିକଟକୁ ଯାଇ କହେ, ‘ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ମୋତେ ପଠାଇଛନ୍ତି,’ ଏହା ପରେ ଲୋକମାନେ ଯଦି ମୋତେ ପଗ୍ଭରନ୍ତି, ‘ତାଙ୍କର ନାମ କ’ଣ?’ ମୁଁ ତାଙ୍କୁ କ’ଣ କହିବି?”
14 ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ସେମାନଙ୍କୁ କୁହ, ‘ଆମ୍ଭେ ଯେ ଅଛୁ, ସେ ଅଛୁ,’ ଇସ୍ରାଏଲର ଲୋକମାନଙ୍କୁ କୁହ ଯେ, ‘ସ୍ୱୟମ୍ଭୂ’ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।” 15 ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିକଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ସଦାପ୍ରଭୁ (ସ୍ୱୟମ୍ଭୂ)ଙ୍କର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’ ‘ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଛନ୍ତି।”’
16 ସଦାପ୍ରଭୁ ଆହୁରି କହିଲେ, “ଯାଅ ଏବଂ ଇସ୍ରାଏଲୀୟ ପ୍ରାଚୀନଗଣଙ୍କୁ କୁହ, ‘ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର, ମୋତେ କହି ଅଛନ୍ତି, ମିଶରୀୟମାନଙ୍କ ଦ୍ୱାରା ତୁମ୍ଭଙ୍କୁ ଦିଆଯାଇଥିବା ଯନ୍ତ୍ରଣାସବୁ, ଆମ୍ଭେ ଟିପି ନେଇଅଛୁ। 17 ଏବଂ ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବାକୁ ନିଷ୍ପତ୍ତି କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ କିଣାନୀୟମାନଙ୍କ ହିତ୍ତୀୟମାନଙ୍କ, ପିରିଷୀୟମାନଙ୍କ, ହିବ୍ବୀୟମାନଙ୍କ ଓ ଯିବୂଷୀୟମାନଙ୍କର ଦୁଗ୍ଧମଧୁପ୍ରବାହୀ ଦେଶକୁ ନେଇଯିବା।’
18 “ଇସ୍ରାଏଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରାଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ଯାଅ। ତୁମ୍ଭେମାନେ ତାଙ୍କୁ କହିବ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନୟ କରୁଅଛୁ, ତିନି ଦିନ ମରୁଭୂମି ମଧ୍ୟକୁ ଯାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।’
19 “କିନ୍ତୁ ଆମ୍ଭେ ଜାଣୁ ଯେ, ଅଦୃଶ୍ୟ ହାତର ଶକ୍ତି ବିନା ମିଶରର ରାଜାକୁ ଜବରଦସ୍ତ କରାଗଲେ ମଧ୍ୟ, ତୁମ୍ଭମାନଙ୍କୁ ଯିବାକୁ ଦେବ ନାହିଁ। 20 ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧରେ କାର୍ଯ୍ୟ କରାଇବା। ଆମ୍ଭେ ମିଶରରେ ଆଶ୍ଚର୍ଯ୍ୟ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ। 21 ଆଉ ଆମ୍ଭେ ମିଶରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହର ପାତ୍ର କରିବା, ତହିଁରେ ତୁମ୍ଭମାନଙ୍କର ଯାତ୍ରା ସମୟରେ ସେମାନେ ତୁମ୍ଭମାନଙ୍କୁ ଉପହାରମାନ ଦେବେ।
22 “ସମସ୍ତ ଇସ୍ରାଏଲୀୟ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହପ୍ରବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ, ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବ, ପୁଣି ତାହା ତୁମ୍ଭେମାନେ ଆପଣା ପୁତ୍ରକନ୍ୟାଙ୍କୁ ପିନ୍ଧାଇବ। ଏହିପରି ଭାବରେ ତୁମ୍ଭେମାନେ ମିଶରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ।”
ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ(A)
14 ସେହି ସମୟରେ ଯୀଶୁଙ୍କ ବିଷୟରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହେରୋଦ ଶୁଣିଲେ। 2 ସେ ତାହାଙ୍କ ଗ୍ଭକରମାନଙ୍କୁ କହିଲେ, “ଏହି ବ୍ୟକ୍ତି ପ୍ରକୃତରେ ବାପ୍ତିଜକ ଯୋହନ। ସେ ନିଶ୍ଚୟ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛି, ସେଥିପାଇଁ ଏହି ଶକ୍ତି ଏହା ପାଖରେ କାମ କରୁଛି ଓ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହେଉଛି।”
ବାପ୍ତିଜକ ଯୋହନଙ୍କୁ କିପରି ହତ୍ୟା କରାଗଲା
3 ଏହି ସମୟ ପୂର୍ବରୁ ହେରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳିରେ ବାନ୍ଧି କାରାଗାରରେ ନିକ୍ଷେପ କରିଥିଲେ। ସେ ହେରୋଦିଆଙ୍କ ଅନୁରୋଧକ୍ରମେ ଏ କଥା କରିଥିଲେ। ହେରୋଦିଆ ହେରୋଦଙ୍କ ଭାଇ ଫିଲିପ୍ପଙ୍କ ସ୍ତ୍ରୀ ଥିଲେ। 4 ହେରୋଦ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର ହେରୋଦଙ୍କୁ କହୁଥିଲେ, “ତୁମ୍ଭେ ହେରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠିକ୍ କାମ ନୁହେଁ।” 5 ତେଣୁ ହେରୋଦ ଯୋହନଙ୍କୁ ମାରିଦେବାକୁ ଗ୍ଭହିଁଲେ, କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ୟଦ୍ବକ୍ତା ବୋଲି ବିଶ୍ୱାସ କରୁଥିଲେ।
6 ହେରୋଦଙ୍କ ଜନ୍ମଦିନ ଅବସରରେ ହେରୋଦିଆଙ୍କ ଝିଅ, ହେରୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗରେ ନାଚିଲା। ଏଥିରେ ହେରୋଦ ବହୁତ ମୁଗ୍ଧ ହୋଇଗଲେ। 7 ତେଣୁ ସେ ଶପଥ ପୂର୍ବକ ହେରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, “ତୁମ୍ଭେ ଯାହାକିଛି ମାଗିବ, ତାହା ତୁମ୍ଭକୁ ଦିଆଯିବ।” 8 ହେରୋଦିଆଙ୍କ ପ୍ରରୋଚନାରେ ଝିଅ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ଆଣି ଏହିଠାରେ ଦିଅନ୍ତୁ।”
9 ଏହା ଶୁଣି ହେରୋଦ ବହୁତ ଦୁଃଖୀ ହେଲେ। କିନ୍ତୁ ସେ ଶପଥ କରି ସାରିଥିଲେ, ଯେ ଝିଅ ଯାହା ମାଗିବ ତାହା ତାକୁ ସେ ଦେବେ। ତା’ ଛଡ଼ା ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ଶପଥ ଶୁଣିଥିଲେ। ତେଣୁ ହେରୋଦ ଝିଅକୁ ଯାହାକିଛି ସେ ମାଗିଥିଲେ ତାହା ଦେବା ପାଇଁ ଆଦେଶ ଦେଲେ। 10 ସେ କାରାଗାରରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ। 11 ତା’ପରେ ଗୋଟିଏ ଥାଳିରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦେଇ ଦିଆଗଲା। ଝିଅ କଟାମୁଣ୍ଡ ତା’ର ମା ହେରୋଦିଆଙ୍କ ପାଖକୁ ନେଇଗଲା। 12 ଯୋହନଙ୍କ ଶିଷ୍ୟମାନେ ଆସି ଯୋହନଙ୍କ ମୃତଦେହ ନେଇଯାଇ ସମାଧି ଦେଲେ। ତା’ପରେ ସେମାନେ ଯୀଶୁଙ୍କ ପାଖକୁ ଯାଇ ସବୁକଥା କହିଲେ।
ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ(B)
13 ଯୀଶୁ ଯୋହନଙ୍କ ବିଷୟରେ ଘଟିଥିବା ସବୁକଥା ଶୁଣିସାରିବା ପରେ ସେ ସ୍ଥାନ ଛାଡ଼ି ଦେଲେ ଓ ଏକୁଟିଆ ଡଙ୍ଗାରେ ବସି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ଯୀଶୁ ଗ୍ଭଲିଯାଇଥିବା ଖବର ଶୁଣି ଲୋକମାନେ ନିଜ ନଗରମାନ ଛାଡ଼ି ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯେଉଁଠାକୁ ଯାଉଥିଲେ, ସେମାନେ ସ୍ଥଳପଥରେ ଗ୍ଭଲି ଗ୍ଭଲି ସେଠାରେ ଯାଇ ପହଞ୍ଚିଲେ। 14 ଡଙ୍ଗାରୁ ବାହାରି ଆସିବା ବେଳକୁ ଯୀଶୁ ଦେଖିଲେ, ସେଠାରେ ବହୁତ ଲୋକ ଜମା ହୋଇଛନ୍ତି। ଲୋକଙ୍କ ଉପରେ ତାହାଙ୍କର ଦୟା ହେଲା। ସେ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କରିଲେ।
15 ସନ୍ଧ୍ୟା ବେଳକୁ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, “ଏହା ଅତ୍ୟନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠେଇ ଦିଅ, ତା’ହେଲେ ସେମାନେ ଗାଁମାନଙ୍କୁ ଯାଇ ସେମାନଙ୍କ ପାଇଁ ଖାଦ୍ୟ କିଣି ପାରିବେ।”
16 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସେମାନଙ୍କର ଯିବା ଦରକାର ନାହିଁ, ତୁମ୍ଭେ ସେମାନଙ୍କୁ କିଛି ଖାଇବାକୁ ଦିଅ।”
17 ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ ଏଠାରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।”
18 ଯୀଶୁ କହିଲେ, “ସେଗୁଡ଼ିକୁ ମୋ’ ପାଖକୁ ଆଣ।” 19 ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଘାସ ଉପରେ ବସିଯିବା ପାଇଁ କହିଲେ. ତା’ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଗ୍ଭହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ଦେଲେ। ଶିଷ୍ୟମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ। 20 ସମସ୍ତ ଲୋକେ ତାହା ଖାଇଲେ, ଓ ସନ୍ତୋଷ ଲାଭ କଲେ। ଲୋକେ ଖାଇସାରିବା ପରେ, ଶିଷ୍ୟମାନେ ବଳକା ଖାଦ୍ୟତକ ବାରଟି ଝୁଡ଼ିରେ ଭର୍ତ୍ତି କଲେ। 21 ସେଠାରେ ପ୍ରାୟ କେବଳ ପାଞ୍ଚ ହଜାର ପୁରୁଷ ଲୋକ ଖାଇଥିଲେ। ତା’ଛଡ଼ା ସ୍ତ୍ରୀଲୋକ ଓ ପିଲାମାନେ ମଧ୍ୟ ଖାଇଥିଲେ।
2010 by World Bible Translation Center