Old/New Testament
ଏଷୌର ପରିବାର
36 ଏହା ଏଷୌଙ୍କ ପରିବାରର ଇତିହାସ, ତାଙ୍କର ଅନ୍ୟ ନାମ (ଇଦୋମ)। 2 ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ ବିବାହ କରିଥିଲେ। ସେମାନେ ହେଲେ ହିତ୍ତୀୟ ଏଲୋନର କନ୍ୟା ଆଦାକୁ ଓ ଅନାର କନ୍ୟା ହିଦ୍ଦୀୟ ସିବିୟୋନର ପୌତ୍ରୀ ଅହଲୀବାମାକୁ। 3 ନବାୟୋତର ଭଉଣୀ, ଇଶ୍ମାଏଲଙ୍କ କନ୍ୟା ବାସମତକୁ ବିବାହ କରିଥିଲେ। 4 ଏହା ପରେ ଏଷୌର ଔରସରେ ଆଦା ଇଲୀଫସକୁ ଓ ବାସମତ୍ ରୂୟେଲକୁ ଜନ୍ମ କଲେ। 5 ଏବଂ ଅହଲୀବାମାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯିୟୁଶ, ଯାଲମ ଓ କୋରହ। ଏମାନେ ସମସ୍ତେ କିଣାନ ଦେଶରେ ଜନ୍ମ ହୋଇଥିଲେ।
6-7 ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିଯିବାରୁ ସେମାନେ କିଣାନରେ ବାସ କରି ପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଗ୍ଭଲିଗଲେ। ଏଷୌ ତାଙ୍କର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତାଙ୍କର ଯେତେ ଧନ ସମ୍ପତ୍ତି ଥିଲା ତାକୁ ଧରି ସେୟୀର ପର୍ବତରେ ବାସ କଲେ। 8 ଏଷୌ ମଧ୍ୟ ଇଦୋମ ନାମରେ ଡକା ଯାଉଥିଲେ। ଏବଂ ଏହି ନାମ ସେୟୀରରେ ରହିଲା।
9 ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।
10 ଏଷୌର ଆଦା ନାମ୍ନୀ ସ୍ତ୍ରୀର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ସ୍ତ୍ରୀର ପୁତ୍ର ରୂୟେଲ।
11 ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର୍, ସଫୋ, ଗୟିତମ୍ ଓ କନସ୍।
12 ଏଷୌର ପୁତ୍ର ଇଲୀଫସର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା। ସେ ଇଲୀଫସର ଅମାଲେକକୁ ଜନ୍ମ କଲା। ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।
13 ଏହିମାନେ ରୂୟେଲର ପୁତ୍ର ଥିଲେ, ନହତ୍, ସେରହ, ଶମ୍ମ ଓ ମିସା।
ଏମାନେ ଏଷୌର ସ୍ତ୍ରୀ ବାସମତ୍ର ସନ୍ତାନ।
14 ସିବିୟୋନର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ସ୍ତ୍ରୀ ଥିଲା। ତାହାର ସନ୍ତାନ ଯିୟୁଶ୍, ଯାଲମ୍ ଓ କୋରହ।
15 ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।
ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍ ତାହାର ମୂଖ୍ୟ ତୈମନ୍, ମୂଖ୍ୟ ଓମାର, ମୂଖ୍ୟ ସଫୋ ଓ ମୂଖ୍ୟ କନସ୍। 16 ମୂଖ୍ୟ କୋରହ, ମୂଖ୍ୟ ଗୟିତମ୍ ଓ ମୂଖ୍ୟ ଆମାଲେକ୍। ଇଦୋମ ଦେଶରେ ଇଲୀଫସ୍ ପରିବାରବର୍ଗୀୟ ଏହି ରାଜାଗଣ ଆଦାର ସନ୍ତାନ ଥିଲେ।
17 ଏଷୌର ପୁତ୍ର ରୂୟେଲର ସନ୍ତାନ ମୂଖ୍ୟ ନହତ୍ ଓ ମୂଖ୍ୟ ସେରହ, ମୂଖ୍ୟ ଶମ୍ମ ଓ ମୂଖ୍ୟ ମିସା।
ଇଦୋମ ଦେଶରେ ରୂୟେଲ ବଂଶୀୟ ଏହି ରାଜାମାନେ ଏଷୌର ସ୍ତ୍ରୀ ବାସମତର ସନ୍ତାନ ଥିଲେ।
18 ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ୟ ଯିୟୁଶ, ମୂଖ୍ୟ ଯାଲମ୍ ଓ ମୂଖ୍ୟ କୋରହ। ଏମାନେ ସେମାନଙ୍କର ପିତୃବର୍ଗ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ୟା ଅହଲୀବାମାଠାରୁ ଜାତ ହେଲେ।
19 ଏମାନେ ଏଷୌର ଅର୍ଥାତ୍ ଇଦୋମର ସନ୍ତାନ ଓ ସେମାନଙ୍କର ପରିବାରର ମୂଖ୍ୟ।
20 ସେୟୀର ଜଣେ ହୋରୀୟ ଇଦୋମ ଦେଶରେ, ଏଷୌଙ୍କ ପୂର୍ବରୁ ବାସ କରୁଥିଲେ। ସେହି ସେୟୀରର ପୁତ୍ରମାନେ ହେଲେ,
ଲୋଟନ୍, ଶୋବଲ, ସିବିୟୋନ, ଅନା। 21 ଦିଶୋନ୍, ଏତ୍ସର, ଦୀଶନ୍, ଏହି ପୁତ୍ରମାନେ ଥିଲେ। ହୋରୀୟ ମୂଖ୍ୟ ବଂଶର ରାଜା ଇଦୋମ ସେୟୀରର ମୂଖ୍ୟ ଥିଲେ।
22 ଲୋଟନ୍ ଥିଲେ ହୋରିର ପିତା ଏବଂ ହେମସ ପୁଣି ଲୋଟନର ତିନ୍ମା ନାମ୍ନୀ ଜଣେ ଭଉଣୀ ଥିଲେ।
23 ଶୋବଲ୍ ଥିଲେ ଅବଲନ୍, ମାନହତ୍, ଏବଲ, ଶଫୋ ଏବଂ ଓନମ୍ର ପିତା।
24 ସିବିୟୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅୟା ଓ ଅନା। ଅନା ନିଜର ପିତା ସିବିୟୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।
25 ଅନାର ପୁତ୍ର ଦିଶୋନ୍ ଓ ଅହଲୀବାମା ନାମ୍ନୀ ଜଣେ କନ୍ୟା ଥିଲେ।
26 ଦିଶୋନଙ୍କର ଗ୍ଭରୋଟି ପୁତ୍ର ଥିଲେ, ସେମାନେ ହେଲେ, ହିମ୍ଦନ୍, ଇଶ୍ବନ୍, ଯିତ୍ରନ୍ ଓ କରାନ୍।
27 ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସେମାନେ ହେଲେ, ବିଲହନ୍, ସାବନ୍ ଓ ଯାକନ୍।
28 ଦୀଶନଙ୍କର ଦୁଇଟି ପୁତ୍ର ଥିଲେ, ସେମାନେ ହେଲେ, ଊଷ୍ ଓ ଅରାନ୍।
29 ହୋରୀୟ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶୋବଲ, ରାଜା ସିବିୟୋନ୍ ଓ ରାଜା ଅନା। 30 ଦିଶୋନ୍, ଏତ୍ସର୍ ଓ ଦୀଶନ୍, ଏମାନେ ଥିଲେ ଏଦୋମର ସେୟୀର ଦେଶର ହୋରୀୟ ବଂଶଜ ରାଜା।
31 ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବରୁ, ସେହି ସମୟରେ ଇଦୋମରେ ରାଜାମାନେ ଥିଲେ।
32 ବିୟୋରର ବେଲା ନାମକ ପୁତ୍ର ଇଦୋମ ଦେଶରେ ରାଜତ୍ୱ କଲେ। ତାହାର ରାଜଧାନୀର ନାମ ଥିଲା ଦିନ୍-ହାବା।
33 ଯେତେବେଳେ ବେଲା ମରିଗଲା, ସେରହର ପୁତ୍ର ଯୋବବ୍, ତାଙ୍କ ପରେ ବସ୍ରାରେ ରାଜତ୍ୱ କଲେ।
34 ଯେତେବେଳେ ଯୋବବର ମୃତ୍ୟୁ ହେଲା। ତା’ପରେ ତୈମନ ଦେଶୀୟ ହୂଶମ୍ ସେହି ପଦରେ ରାଜତ୍ୱ କଲେ।
35 ଯେତେବେଳେ ହୂଶମ ମୃତ୍ୟୁବରଣ କଲେ, ସେଠାରେ ହଦଦ୍ ରାଜତ୍ୱ କଲେ। ହଦଦ୍ ଥିଲେ ବଦଦର ପୁତ୍ର, ହଦଦ୍ ମୋୟାବଠାରେ ମିଦିୟନକୁ ଜୟ କଲେ। ହଦଦ୍ର ରାଜଧାନୀ ଥିଲା ଅବୀତ୍।
36 ହଦଦ୍ ମୃତ୍ୟୁପରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲେ।
37 ଏହା ପରେ ସମ୍ଳର ମୃତ୍ୟୁପରେ ଫରାତ୍ ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ ତାହା ପଦରେ ରାଜତ୍ୱ କଲେ।
38 ଶୌଲର ମୃତ୍ୟୁପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦରେ ରାଜତ୍ୱ କଲେ।
39 ଏହା ପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ର ମୃତ୍ୟୁପରେ ହଦର ତାହା ପଦରେ ରାଜତ୍ୱ କଲେ। ତାଙ୍କର ରାଜଧାନୀର ନାମ ପାଉ ଓ ତା’ର ସ୍ତ୍ରୀର ନାମ ମହେଟବେଲ୍ ଥିଲା। ସେ ଥିଲେ ମଟ୍ରେଦର ପୁତ୍ରୀ ଓ ମେଷାହବର ପୌତ୍ରୀ।
40 ଏଷୌଠାରୁ ଉତ୍ପନ୍ନ ପୁଣି ଗୋଷ୍ଠୀ, ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ରାଜାମାନେ ଥିଲେ, ସେମାନେ ହେଲେ:
ମୂଖ୍ୟ ତିମ୍ନା, ମୂଖ୍ୟ ଅଳ୍ବା ଓ 41 ମୂଖ୍ୟ ଯିଥେତ୍, ମୂଖ୍ୟ ଅହଲୀବାମା, ମୂଖ୍ୟ ଏଲା, 42 ମୂଖ୍ୟ ପୀନୋନ୍, ମୂଖ୍ୟ କନସ୍, ମୁଖ୍ୟ ତୈମନ୍, 43 ମୂଖ୍ୟ ମିବ୍ସର, ମୂଖ୍ୟ ମଗ୍ଦୀୟେଲ, ମୂଖ୍ୟ ଈରମ୍, ଏମାନେ ନିଜ ନିଜ ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ମୂଖ୍ୟଗଣ ତାଲିକା ଅନୁସାରେ ଥିଲେ। ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବଂଶ ଏହିପରି।
ସ୍ୱପ୍ନ ବିଳାଷୀ ଯୋଷେଫ
37 ଯାକୁବ କିଣାନ ଦେଶରେ ବାସ କଲେ, ଯେଉଁ ସ୍ଥାନରେ ତାଙ୍କର ପିତା ବାସ କରିଥିଲେ। 2 ଏହା ହେଉଛି ଯାକୁବଙ୍କ ପରିବାରର ଇତିହାସ।
ଯୋଷେଫଙ୍କୁ ଯେତେବେଳେ ସତରବର୍ଷ ହୋଇଥିଲା, ସେ ମେଣ୍ଢା ଓ ଛେଳି ଚରାଉଥିଲେ। ଯୋଷେଫ ଏହି କାର୍ଯ୍ୟ ତାଙ୍କ ଭାଇମାନଙ୍କ ସହିତ କରୁଥିଲେ। ସେ ତାଙ୍କ ପିତାଙ୍କ ସ୍ତ୍ରୀ ବିଲହା ଓ ସିଳ୍ପାର ପୁତ୍ରମାନଙ୍କର ସାହାଯ୍ୟକାରୀ ଥିଲେ। ଯୋଷେଫ ତାଙ୍କର ପିତାଙ୍କୁ ଭାଇମାନଙ୍କର କୁକର୍ମ ବିଷୟରେ ସବୁ ଜଣାଉଥିଲେ। 3 ଯୋଷେଫ ତାଙ୍କ ପିତା, ଯାକୁବଙ୍କର ବାର୍ଦ୍ଧକ୍ୟ ସମୟରେ ଜନ୍ମ ହୋଇଥିଲେ। ତେଣୁ ଯାକୁବ ଯୋଷେଫଙ୍କୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷେଫଙ୍କୁ ଏକ ବିଶେଷ ବସ୍ତ୍ର ବା ଅଙ୍ଗରଖା ଦେଇଥିଲେ। ଯାହା ନାନା ରଙ୍ଗରେ ବର୍ଣ୍ଣିତ ଥିଲା। 4 ଯୋଷେଫଙ୍କର ଭାଇମାନେ ଦେଖିଲେ ତାଙ୍କର ପିତା ସେମାନଙ୍କଠାରୁ ଯୋଷେଫକୁ ଅଧିକ ଭଲ ପାଉଛନ୍ତି। ତେଣୁ ସେମାନେ ଯୋଷେଫକୁ ଘୃଣା କଲେ ଓ ତା’ ସହିତ ସେମାନେ ଭଲଭାବରେ କଥାବାର୍ତ୍ତା କଲେ ନାହିଁ।
5 ଥରେ ଯୋଷେଫ ଏକ ସ୍ୱପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥିରେ ସେମାନେ ଯୋଷେଫକୁ ଅଧିକ ଘୃଣା କଲେ।
6 ଯୋଷେଫ କହିଲେ, “ମୁଁ ଦେଖିଥିବା ସ୍ୱପ୍ନଟି ଏହା ଏ ବିଷୟରେ ଶୁଣ। 7 ଆମ୍ଭେ ସମସ୍ତେ କ୍ଷେତରେ କାର୍ଯ୍ୟ କରୁଥିଲୁ। ଆମ୍ଭେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମୋର ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମୋ’ ବିଡ଼ାକୁ ଗ୍ଭରିଆଡ଼େ ଘେରି ପ୍ରଣାମ କଲେ।”
8 ତାଙ୍କର ଭାଇମାନେ ତାଙ୍କୁ କହିଲେ, “ତୁ କ’ଣ ଭାବୁଛୁ, ରାଜା ହୋଇ ଆମ୍ଭମାନଙ୍କୁ ଶାସନ କରିବୁ?” ତା’ର ଭାଇମାନେ ଏହି ସ୍ୱପ୍ନର କଥା ଶୁଣି ତାଙ୍କୁ ଅଧିକ ଘୃଣା କଲେ।
9 ଏହା ପରେ ଯୋଷେଫ ଅନ୍ୟ ଏକ ସ୍ୱପ୍ନ ଦେଖିଲେ ଏବଂ ସେ ତାଙ୍କର ଭାଇମାନଙ୍କୁ ଏହି ସ୍ୱପ୍ନ ବିଷୟରେ କହିଲେ। ଯୋଷେଫ କହିଲେ, “ସୂର୍ଯ୍ୟ, ଚନ୍ଦ୍ର ଏବଂ ଏଗାରଟି ତାରା ମୋ’ ସମ୍ମୁଖରେ ନତ ହେଲେ।”
10 ଯୋଷେଫ ତାଙ୍କର ସେହି ସ୍ୱପ୍ନର କଥା ତାଙ୍କ ପିତାଙ୍କୁ ମଧ୍ୟ ଜଣାଇଲେ। କିନ୍ତୁ ତାଙ୍କର ପିତା ତାଙ୍କୁ ଗାଳି ଦେଲେ। ତାଙ୍କର ପିତା ତାଙ୍କୁ କହିଲେ, “ଏ କି ପ୍ରକାର ସ୍ୱପ୍ନ? ତୁ କ’ଣ ଭାବୁଛୁ ମୁଁ, ତୋର ମା ଏବଂ ତୋର ଭାଇମାନେ ତୋତେ ପ୍ରଣାମ କରିବାକୁ ଆସିବୁ?” 11 ଯୋଷେଫଙ୍କର ଭାଇମାନେ ତାଙ୍କ ପ୍ରତି ବହୁତ ଈର୍ଷାପରାୟଣ ହେଲେ। କିନ୍ତୁ ଯୋଷେଫଙ୍କର ପିତା ଏ କଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ’ଣ ହୋଇପାରେ।
12 ଦିନେ ଯୋଷେଫଙ୍କର ଭାଇମାନେ ଶିଖିମକୁ ତାଙ୍କର ପିତାଙ୍କର ପଶୁ ପଲ ଚରାଇବାକୁ ଗଲେ। 13 ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଶିଖିମକୁ ଯାଅ। ତୁମ୍ଭର ଭାଇମାନେ ସେଠାରେ ମେଣ୍ଢା ଚରାଉଛନ୍ତି।”
ଯୋଷେଫ ଉତ୍ତର ଦେଲେ, “ମୁଁ ସେଠାକୁ ଯିବି।”
14 ଯୋଷେଫଙ୍କର ପିତା କହିଲେ, “ଯାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲ ସବୁ କିପରି ଅଛନ୍ତି।” ତା’ପରେ ଫେରି ଆସ ଏବଂ ମୋତେ କୁହ। ତେଣୁ ଯୋଷେଫଙ୍କର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।
15 ଶିଖିମଠାରେ ଯୋଷେଫ ଏଣେ ତେଣେ କ୍ଷେତ୍ର ମଧ୍ୟରେ ବୁଲୁଥିବାର ଜଣେ ବ୍ୟକ୍ତି ଦେଖିଲେ। ସେହି ଲୋକଟି ପଗ୍ଭରିଲା, “ତୁମ୍ଭେ ଏଠାରେ କ’ଣ ଖୋଜୁଛ?”
16 ଯୋଷେଫ ଉତ୍ତର ଦେଲେ, “ମୁଁ ମୋର ଭାଇମାନଙ୍କୁ ଖୋଜୁଛି। ଦୟାକରି କହିବେ କି ସେମାନେ ପଶୁପଲଙ୍କ ସହିତ କେଉଁଠାରେ ଅଛନ୍ତି?”
17 ଏହା ପରେ ସେହି ଲୋକଟି କହିଲା. “ସେମାନେ ଏଠାରୁ ଗ୍ଭଲିଗଲେଣି। ସେମାନେ କହୁଥିବାର ମୁଁ ଶୁଣିଛି, ଆସ ଦୋଥନକୁ ଯିବା।” ତେଣୁ ଯୋଷେଫ ତାଙ୍କର ଭାଇମାନଙ୍କୁ ଅନୁସରଣ କରି ଦୋଥନରେ ଯାଇ ସେମାନଙ୍କୁ ସାକ୍ଷାତ କଲେ।
ଯୋଷେଫଙ୍କୁ କ୍ରୀତଦାସ ରୂପେ ବିକ୍ରୀ
18 ଯୋଷେଫଙ୍କର ଭାଇମାନେ ଦୂରରୁ ଦେଖିଲେ ଯେ, ସେ ଆସୁଛି। ଏବଂ ସେ ପହଞ୍ଚିବା ପୂର୍ବରୁ ସେମାନେ ତାକୁ ହତ୍ୟା କରିବାକୁ ଯୋଜନା କଲେ। 19 ଭାଇମାନେ ପରସ୍ପର କୁହା କୁହି ହେଲେ, “ହେଇ ଦେଖ, ସ୍ୱପ୍ନ ଦର୍ଶକ ଯୋଷେଫ ଆସୁଛି। 20 ଆସ ତାକୁ ହତ୍ୟାକରିବା ଏବଂ ଶୁଷ୍କ କୂଅରେ ପକାଇ ଦେବା। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା’ପରେ ଦେଖିବା ତା’ର ସ୍ୱପ୍ନର କ’ଣ ହେବ।”
21 କିନ୍ତୁ ରୁବେନ୍ ଏହା ଶୁଣିଲେ ସେ ଯୋଷେଫକୁ ସେମାନଙ୍କଠାରୁ ରକ୍ଷା କରିବାକୁ ଗ୍ଭହିଁଲେ। ରୁବେନ୍ କହିଲେ, “ତାକୁ ମାର ନାହିଁ। 22 କୌଣସି ରକ୍ତପାତ କର ନାହିଁ, ତାକୁ ଏକ ଜଙ୍ଗଲର ଶୁଷ୍କ କୂଅରେ ଫିଙ୍ଗିଦିଅ, କିନ୍ତୁ, ତୁମ୍ଭେମାନେ ନିଜେ ତାକୁ ଆଘାତ କର ନାହିଁ।” କାରଣ ତାକୁ ନ ମାରି ପିତାଙ୍କ ନିକଟକୁ ପଠାଇ ଦେବା ପାଇଁ ରୁବେନ୍ର ଯୋଜନା ଥିଲା। 23 ଯୋଷେଫ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କୁ ଆକ୍ରମଣ କରି ତାଙ୍କର ସେହି ଲମ୍ବା ସୁନ୍ଦର ରଙ୍ଗ ବେରଙ୍ଗର ପୋଷାକକୁ ଚିରି ପକାଇଲେ। 24 ଏହା ପରେ ତାକୁ ଏକ ଶୁଖିଲା କୂଅ ମଧ୍ୟରେ ପକାଇ ଦେଲେ।
25 ଯେତେବେଳେ ଯୋଷେଫ କୂପ ମଧ୍ୟରେ ଥିଲେ। ତା’ର ଭାଇମାନେ ଖାଇବାକୁ ବସିଲେ। ଏହା ପରେ ସେମାନେ ଦେଖିଲେ, ଏକ ବଣିକ ଦଳ ଗିଲିୟଦରୁ ଇଶ୍ମାଏଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁଗ୍ଗୁଳ ଓ ଗନ୍ଧରସ ଘେନି ମିଶର ଦେଶକୁ ଯାଉଛନ୍ତି। 26 ତେଣୁ ଯିହୁଦା ତା’ର ଭାଇମାନଙ୍କୁ କହିଲେ, “ଯଦି ଆମ୍ଭେ ଆମ୍ଭର ଭାଇକୁ ହତ୍ୟା କରି ତା’ର ମୃତ୍ୟୁକୁ ଲୁଗ୍ଭଇଲେ ଆମ୍ଭର ଲାଭ କ’ଣ? 27 ଆସ ଏହି ବଣିକମାନଙ୍କୁ ଆମ୍ଭେ ବିକ୍ରୀ କରିଦେବା। ସେ ଆମ୍ଭର ଭାଇ, ଆମ୍ଭର ନିଜର ରକ୍ତ ମାଂସ।” ତାଙ୍କର ଭାଇମାନେ ଏଥିରେ ରାଜି ହୋଇଗଲେ। 28 ଯେତେବେଳେ ମିଦିୟନୀୟ ବଣିକମାନେ ସେମାନଙ୍କ ନିକଟକୁ ଆସିଲେ, ଭାଇମାନେ ଯୋଷେଫଙ୍କୁ କୂଅ ଭିତରୁ ବାହାର କରି ଆଣିଲେ ଏବଂ କୋଡ଼ିଏ ରୌପ୍ୟ ମୁଦ୍ରାରେ ବିକ୍ରୀ କରିଦେଲେ। ସେହି ବଣିକମାନେ ତାଙ୍କୁ ମିଶରକୁ ନେଇଗଲେ।
29 ରୁବେନ୍ ତା’ର ଭାଇମାନଙ୍କ ସହିତ ନ ଥିଲା, ଯେତେବେଳେ ସେମାନେ ଯୋଷେଫଙ୍କୁ ବଣିକମାନଙ୍କ ମଧ୍ୟରେ ବିକ୍ରୀ କରିଥିଲେ। ଯେତେବେଳେ ରୁବେନ୍ ଆସିଲା ଓ ଦେଖିଲା ଯେ ତା’ର ଭାଇ ଯୋଷେଫ ସେହି କୂପ ମଧ୍ୟରେ ନ ଥିଲେ। ସେ ଏତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲା ଯେ, ତା’ର ପୋଷାକ ସବୁ ଚିରି ପକାଇଲା। 30 ରୁବେନ୍ ତା’ର ଭାଇମାନଙ୍କୁ ଯାଇ କହିଲା, “ଯୋଷେଫ ଆଉ କୂଅ ମଧ୍ୟରେ ନାହିଁ। ମୁଁ କ’ଣ କରିବି?” 31 ତା’ର ଭାଇମାନେ ଏକ ଛେଳି ମାରି ତା’ର ରକ୍ତରେ ଯୋଷେଫଙ୍କର ବସ୍ତ୍ରକୁ ବୁଡ଼ାଇ ଦେଲେ। 32 ଏହା ପରେ ସେମାନେ ସେହି ବସ୍ତ୍ରକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, “ଆମ୍ଭେ ଏହି ବସ୍ତ୍ର ପାଇଲୁ। ଏହା କ’ଣ ଯୋଷେଫଙ୍କର ବସ୍ତ୍ର?”
33 ତାଙ୍କ ପିତା ସେହି ବସ୍ତ୍ର ଦେଖି ତାହା ଯୋଷେଫର ବୋଲି ଜାଣିଲେ। ସେମାନଙ୍କର ପିତା କହିଲେ, “ହଁ ଏହା ଯୋଷେଫର ବସ୍ତ୍ର ଅଟେ। କୌଣସି ଏକ ବଣୁଆ ଜନ୍ତୁ ତାକୁ ମାରି ଖାଇ ପକାଇଛି। ଗୋଟିଏ ବନ୍ୟ ପଶୁ ମୋର ପୁତ୍ର ଯୋଷେଫକୁ ଚିରି ପକାଇଲା।” 34 ଏହା ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶେଷ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶୋକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ଯ୍ୟନ୍ତ ପୁତ୍ର ପାଇଁ ଶୋକ କଲେ। 35 ଯାକୁବର ପୁତ୍ରକନ୍ୟାଗଣ ତାଙ୍କୁ ଆରାମ ଦେବାକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ୱନା ପାଇବାକୁ ମନା କଲେ। ଯାକୁବ କହିଲେ, “ମୋର ମୃତ୍ୟୁ [a] ପର୍ଯ୍ୟନ୍ତ ମୋର ପୁତ୍ର ପାଇଁ ମୁଁ ଦୁଃଖ କରିବି।” ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।
36 ମିଦିୟନୀୟ ବଣିକମାନେ ଯୋଷେଫଙ୍କୁ ମିଶରରେ ବିକ୍ରି କଲେ। ସେମାନେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସେନାପତିଙ୍କଠାରେ ଯୋଷେଫକୁ ବିକ୍ରୟ କଲେ।
ଯିହୁଦା ଓ ତାମର
38 ସେହି ସମୟରେ ଯିହୁଦା ତା’ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀୟ ସହିତ ରିହବାକୁ ଗଲା। 2 ସେଠାରେ ଯିହୁଦା ଏକ ସ୍ତ୍ରୀଲୋକକୁ ଦେଖିଲା ଏବଂ ବିବାହ କଲା। ତା’ର ପିତା ଜଣେ କିଣାନୀୟ ଥିଲେ। ତାଙ୍କର ନାମ ଥିଲା ଶୂୟ। 3 ସେହି ସ୍ତ୍ରୀ ଏକ ସନ୍ତାନକୁ ଜନ୍ମ ଦେଲା। ସେ ତା’ର ନାମ ଦେଲା ଏର। 4 ଏହା ପରେ ସେ ଆଉ ଏକ ପୁତ୍ର ଜନ୍ମ ଦେଲା। ଏବଂ ତା’ର ନାମ ରଖିଲା ଓନନ୍। 5 ଏହା ପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲା ଏବଂ ତା’ର ନାମ ଦେଲେ ଶେଲା। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବରେ ଥିଲା।
6 ଯିହୁଦା ତା’ର ପ୍ରଥମ ପୁତ୍ରକୁ ବିବାହ ଦେବା ପାଇଁ ଏକ ସ୍ତ୍ରୀ ପାଇଲା। ଯାହାର ନାମ ତାମର ଥିଲା। 7 କିନ୍ତୁ ସଦାପ୍ରଭୁ ଦେଖିଲେ ଯେ, ଯିହୁଦାର ପ୍ରଥମଜାତ ଏର ଦୁଷ୍ଟ ଥିଲା। ତେଣୁ ସେ ତାକୁ ବିନାଶ କଲେ। 8 ଏହା ପରେ ଯିହୁଦା ଏରର ଭାଇ ଓନନକୁ କହିଲା, “ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର [b]। ଯଦି ସେ ପିଲା ଜନ୍ମ କରେ, ସେହି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାଯିବ।”
9 ଓନନ ଜାଣିଥିଲା ଯେ ସେ ସନ୍ତାନ ତା’ର ବଂଶ ହେବ ନାହିଁ, ତେଣୁ ସେ ସହବାସ ସମୟରେ ଭୂମିରେ ରେତଃପାତ କଲା। 10 ଏଥିରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ। 11 ଏହା ପରେ ଯିହୁଦା ତା’ର ପୁତ୍ର ବଧୁ ତାମରକୁ କହିଲା, “ତୁମ୍ଭେ ତୁମ୍ଭର ପିତୃ ଗୃହକୁ ଯାଅ, ମୋର କନିଷ୍ଠ ପୁତ୍ର ଶେଲା ଯୁବକ ନ ହେବା ପର୍ଯ୍ୟନ୍ତ ବିବାହ କର ନାହିଁ।” ଯିହୁଦା ଭୟ କଲା ଯେ, ତା’ର ଭାଇମାନଙ୍କ ପରି ଶେଲା ହିଁ ମରିଯିବ। ଏଣୁ ତାମର ତା’ ପିତୃ ଗୃହକୁ ଯାଇ ବାସ କଲା।
12 ଅନେକ ସମୟ ପରେ ଶୂୟର କନ୍ୟା, ଯିହୁଦାର ସ୍ତ୍ରୀ ମୃତ୍ୟୁବରଣ କଲା। ଯେତେବେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମେଷମାନଙ୍କ ବାଳ କାଟିବା ପାଇଁ ତା’ର ବନ୍ଧୁ ହୀରା ସହିତ ଗଲା। 13 ତାମର ଜାଣିଲା ଯେ, ତା’ର ଶ୍ୱଶୁର ମେଷମାନଙ୍କର ଲୋମ କାଟିବାକୁ ତିମ୍ନା ଯାଉଛନ୍ତି। 14 ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା’ର ମୁହଁକୁ ଲୁଗ୍ଭଇ ତିମ୍ନା ପଥ ପାର୍ଶ୍ୱସ୍ଥିତ ଐନମର ପ୍ରବେଶ ସ୍ଥାନରେ ବସି ରହିଲା। କାରଣ ସେ ଦେଖିଲା ଶେଲା ବଡ଼ ହେଲେ ହେଁ ତାକୁ ବିବାହ କଲା ନାହିଁ।
15 ଯିହୁଦା ସେହି ବାଟ ଦେଇ ଗଲାବେଳେ ତାକୁ ଦେଖିଲା। କିନ୍ତୁ ସେ ଭାବିଲା ସେ ଜଣେ ବେଶ୍ୟା କାରଣ ସେ ତାଙ୍କର ମୁହଁ ଲୁଗ୍ଭଇ ରଖିଥିଲା। 16 ତେଣୁ ଯିହୁଦା ତାର ପାଖକୁ ଗଲା ଏବଂ କହିଲା, “ତୁମ୍ଭ ସହିତ ମୋତେ ସହବାସ କରିବାକୁ ଦିଅ।” ସେ ତା’ର ପୁତ୍ରବଧୁ ବୋଲି ଯିହୁଦା ଜାଣି ନ ଥିଲା।
ସେ କହିଲା, “ତୁମ୍ଭେ ମୋତେ କ’ଣ ଦେବ?”
17 ଯିହୁଦା ଉତ୍ତର ଦେଲା, “ମୁଁ ମୋର ପଲ ମଧ୍ୟରୁ ଏକ ଯୁବା ଛେଳି ପଠାଇ ଦେବି।”
ସେ ଉତ୍ତର ଦେଲା, “ମୁଁ ଏଥିରେ ରାଜି। କିନ୍ତୁ ପ୍ରଥମେ ଯୁବା ଛେଳି ଆସିବା ପର୍ଯ୍ୟନ୍ତ ବନ୍ଧକ ଦିଅ।”
18 ଯିହୁଦା ପଗ୍ଭରିଲା, “ମୁଁ ତୁମ୍ଭକୁ କ’ଣ ଦିଏ ବୋଲି ଗ୍ଭହୁଁଛ?”
ତାମର କହିଲା, “ତୁମ୍ଭର ଏହି ମୋହର, ସୁତ୍ର ଆଉ ହସ୍ତ ଯଷ୍ଟି।” ଯିହୁଦା ତାହା ସବୁ ତାମରକୁ ଦେଲା। ଏହା ପରେ ଯିହୁଦା ଓ ତାମର ମଧ୍ୟରେ ଦୈହିକ ସମ୍ପର୍କରୁ ତାମର ଗର୍ଭବତୀ ହେଲା। 19 ଏହା ପରେ ତାମର ଗୃହକୁ ଗଲା ଓ ତା’ର ମୁହଁ ସର୍ବଦା ଲୁଗ୍ଭଇ ରଖିଲା ଏବଂ ସେ ପୁନର୍ବାର ବିଧବା ବସ୍ତ୍ର ପରିଧାନ କଲା।
20 ଏହା ପରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ପାଇଁ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ୱାରା ଛେଳିଛୁଆ ଦେଇ ପଠାଇଲା। ମାତ୍ର ସେ ତା’ର ଦେଖା ପାଇଲା ନାହିଁ। 21 ତେଣୁ ସେ ସେଠାକାର ଲୋକମାନଙ୍କୁ ପଗ୍ଭରିଲା, “ଐନମ ପଥ ପାର୍ଶ୍ୱରେ ଯେଉଁ ବେଶ୍ୟା ଥିଲା ସେ କାହିଁ?”
ଲୋକମାନେ ଉତ୍ତର ଦେଲେ, “ଏଠାରେ କୌଣସି ବେଶ୍ୟା ରହେ ନାହିଁ।”
22 ତେଣୁ ଯିହୁଦାର ବନ୍ଧୁ ଯିହୁଦା ନିକଟକୁ ଫେରି ଯାଇ କହିଲା, “ମୁଁ ସେହି ସ୍ତ୍ରୀଲୋକକୁ ପାଇଲି ନାହିଁ ଏବଂ ସେଠାକାର ଲୋକମାନଙ୍କୁ ପଗ୍ଭରିବାରୁ ସେମାନେ କହିଲେ ଏଠାରେ କୌଣସି ବେଶ୍ୟା ରହନ୍ତି ନାହିଁ।”
23 ତେଣୁ ଯିହୁଦା କହିଲା, “ସେ ଯେଉଁ ଜିନିଷ ରଖିଛି ତାହା ସେ ରଖୁ। ଆମ୍ଭେ କାହିଁକି ଲଜ୍ଜାସ୍ପଦ ହେବା। ଆମ୍ଭେ ଗ୍ଭହିଁ ଥିଲୁ ତାକୁ ଏକ ଛେଳିଛୁଆ ଦେବା ପାଇଁ କିନ୍ତୁ ତାକୁ ପାଇଲୁ ନାହିଁ। ଏତିକି ଯଥେଷ୍ଟ।”
ତାମରଙ୍କ ଗର୍ଭଧାରଣ
24 ପ୍ରାୟ ତିନି ମାସ ଯିବା ପରେ, କେହି ଜଣେ ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୁ ତାମର ବେଶ୍ୟା ପରି ଗର୍ଭଧାରଣ କରିଛି।”
ଏହା ପରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର।”
25 ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତା’ର ଶ୍ୱଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ଏହି ସମସ୍ତବସ୍ତୁ ଯାହାର ସେ ମୋତେ ଗର୍ଭବତୀ କରିଛି। ଏହି ମୋହର, ସୁତ୍ର ଓ ଯଷ୍ଟି କାହାର, ତାହା ଚିହ୍ନି ଦେଖ?”
26 ଯିହୁଦା ସେ ସମସ୍ତ ବସ୍ତୁକୁ ଦେଖିଲା ଏବଂ କହିଲା, “ସେ ଠିକ୍ ଅଛି। ମୁଁ ଭୁଲ୍ କରିଥିଲି। ମୁଁ ପ୍ରତିଜ୍ଞା କରିଥିଲି ଶେଲାକୁ ଦେବା ପାଇଁ କିନ୍ତୁ ତାହା କରି ନ ଥିଲି।” ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିଲା ନାହିଁ।
27 ତାମରର ଜନ୍ମ କରିବା ସମୟ ଆସିଲା, ସେମାନେ ଦେଖିଲେ ସେ ଯାଆଁଳା ଜନ୍ମ କରିବ। 28 ସେ ଯେତେବେଳେ ଜନ୍ମ କଲା, ସେ ସମୟରେ ଏକ ବାଳକର ହସ୍ତ ବାହାର ହେଲା, ତହିଁରେ ଧାତ୍ରୀ ତାହାର ସେହି ହସ୍ତରେ ସିନ୍ଦୁରବର୍ଣ୍ଣ ସୁତ୍ର ବାନ୍ଧି କହିଲା, “ଏ ଜ୍ୟେଷ୍ଠ।” 29 ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, “ତୁମ୍ଭେ ଜୋର୍ କରି ଭେଦ କରିଅଛ।” ତେଣୁ ତା’ର ନାମ ପେରସ୍। 30 ଏହା ପରେ ଅନ୍ୟ ପିଲାଟି ଜନ୍ମ ନେଲା, ଏହି ପିଲାଟିର ହସ୍ତରେ ସିନ୍ଦୁରବର୍ଣ୍ଣ ସୁତ୍ର ଥିଲା, ସେ ତା’ର ନାମ ସେରହ ଦେଲେ।
21 “ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ। 22 ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ। 23 ଗୋଟିଏ ନଗରରେ ସେମାନେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ୟ କହୁଛି ଇସ୍ରାଏଲର ସମସ୍ତ ନଗରୀରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ୟପୁତ୍ର ପୁନର୍ବାର ଆସିବେ।
24 “ଶିଷ୍ୟ ନିଜ ଗୁରୁଠାରୁ ବଡ଼ ନୁହେଁ, କି କୌଣସି ସେବକ ତା’ ମାଲିକଠାରୁ ବଡ଼ ନୁହେଁ 25 ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆଲ୍ଜିବୂଲ୍’ [a] କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ।
ପରମେଶ୍ୱରଙ୍କୁ ଭୟ କର, ମାତ୍ର ମନୁଷ୍ୟକୁ ନୁହେଁ(A)
26 “ତେଣୁ ସେହି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡ଼ିବ। 27 ମୁଁ ଗୋପନରେ ତୁମ୍ଭକୁ ଯାହାସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ୟ ଦିବାଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।
28 “ଲୋକଙ୍କୁ ଭୟ କର ନାହିଁ। ସେମାନେ କେବଳ ତୁମ୍ଭର ଶରୀରକୁ ମାରି ପାରିବେ, ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କେବଳ ପରମେଶ୍ୱରଙ୍କୁ ଭୟ କର, ସେ କେବଳ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦେଇ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠେଇ ପାରିବେ। 29 ଗୋଟିଏ ପଇସା ମୂଲ୍ୟରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତିରେ ସେଥିରୁ ଗୋଟିଏ ହେଲେ ମଧ୍ୟ ତଳେ ପଡ଼ିବ ନାହିଁ। 30 ତୁମ୍ଭ ମୁଣ୍ଡରେ କେତୋଟି ବାଳ ଅଛି, ସେ କଥା ମଧ୍ୟ ପରମେଶ୍ୱର ଜାଣନ୍ତି। 31 ତେଣୁ ଭୟଭୀତ ହୁଅ ନାହିଁ। ତୁମ୍ଭେ ଅନେକ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ୍।
ଯୀଶୁଙ୍କଠାରେ ବିଶ୍ୱାସ(B)
32 “ଯଦି କେହି ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋତେ ବିଶ୍ୱାସ କରେ ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ମୋର ନିଜ ଲୋକ। 33 କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ ସେ ମୋତେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।
ଯୀଶୁଙ୍କ ଅନୁସରଣ ତୁମ୍ଭ ପାଇଁ ବିପଦ ଆଣିପାରେ(C)
34 “ତୁମ୍ଭେ ଭାବ ନାହିଁ ଯେ ମୁଁ ପୃଥିବୀରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖଡ଼୍ଗ ଆଣିବା ପାଇଁ ଆସିଛି। 35 ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି:
‘ପୁଅ ତା’ ବାପା ବିରୁଦ୍ଧରେ,
ଝିଅ ତା’ ମା ବିରୁଦ୍ଧରେ
ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।
36 ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’ (D)
37 “ଯେଉଁ ଲୋକ ମୋ’ ଅପେକ୍ଷା ତା’ ବାପାମାଙ୍କୁ ଅଧିକ ଭଲ ପାଏ, ତେବେ ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। ଯେଉଁ ଲୋକ ମୋ’ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। 38 ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କ୍ରୁଶ ବୋହି ମୋର ଅନୁସରଣ କରେ ନାହିଁ, ସେ ମୋତେ ପାଇବାକୁ ଯୋଗ୍ୟ ନୁହେଁ। 39 ଯେଉଁ ଲୋକ ମୋ’ ଅପେକ୍ଷା ତା’ ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇବସିବ। କିନ୍ତୁ ଯେଉଁ ଲୋକ ମୋ’ ସକାଶେ ଜୀବନ ହରାଏ, ସେ ବାସ୍ତବଜୀବନ ପାଇ ପାରିବ।
ତୁମ୍ଭକୁ ଗ୍ରହଣ କରିଥିବା ଲୋକମାନଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ(E)
40 “ଯେଉଁ ଲୋକ ତୁମ୍ଭକୁ ସ୍ୱୀକାର କରେ, ସେ ମୋତେ ମଧ୍ୟ ସ୍ୱୀକାର କରେ, ଯେଉଁ ଲୋକ ମୋତେ ସ୍ୱୀକାର କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କକୁ ମଧ୍ୟ ସ୍ୱୀକାର କରେ। 41 ଯେଉଁ ଲୋକ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତାଙ୍କୁ ଭେଟି ତାହାଙ୍କୁ ସ୍ୱାଗତ କରେ, ତେବେ ସେ ଭବିଷ୍ୟଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ୱୀକାର କରେ ତେବେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ। 42 “ଯଦି କେହି ଲୋକ ମୋର ଏହି ଛୋଟ ଓ ସରଳ ଶିଷ୍ୟମାନଙ୍କ ମଧ୍ୟରୁ କାହାରିକୁ ମୋର ଶିଷ୍ୟ ବୋଲି କହି ସାହାଯ୍ୟ କରେ, ତେବେ ସେ ନିଶ୍ଚୟ ତା’ର ପୁରସ୍କାର ପାଇବ। ସେ ଯଦି ମୋ’ ଶିଷ୍ୟମାନଙ୍କୁ କାହାକୁ କେବଳ ଗିନାଏ ଥଣ୍ଡା ପାଣି ଦେଇଥାଏ, ତଥାପି ସେ ତା’ର ପୁରସ୍କାର ପାଇବ।”
2010 by World Bible Translation Center