Old/New Testament
ତିନି ପରିଦର୍ଶକ
18 ଏହା ପରେ, ପୁନର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଅଲୋନବୃକ୍ଷ ନିକଟରେ ଦେଖାଦେଲେ। ମଧ୍ୟାହ୍ନ ସମୟରେ ଅବ୍ରହାମ ତାଙ୍କର ତମ୍ବୁର ଦ୍ୱାର ଦେଶରେ ବସିଥିଲେ। 2 ଅବ୍ରହାମ ଦେଖିଲେ ତିନି ଜଣ ଲୋକ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଅବ୍ରହାମ ଏହା ଦେଖିବାପରେ ସେମାନଙ୍କ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ। 3 ଅବ୍ରହାମ କହିଲେ, “ମହାଶୟଗଣ, ଯଦି ତୁମ୍ଭେମାନେ ମୋ’ ଉପରେ ସନ୍ତୁଷ୍ଟ, ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ। 4 ମୁଁ କିଛି ଜଳରେ ଆପଣମାନଙ୍କୁ ପଦଧୌତ କରିବି ଓ ଆପଣମାନେ ଏହି ବୃକ୍ଷମୂଳରେ ଟିକେ ବିଶ୍ରାମ କରନ୍ତୁ। 5 ମୁଁ ଆପଣମାନଙ୍କୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦେବି। ତା’ପରେ ଆପଣମାନେ ଯାତ୍ରା କରିବେ।”
ସେହି ତିନି ଜଣ କହିଲେ, “ତାହା ଉତ୍ତମ, ଯାହା କହିଲ ତାହା କର।”
6 ଅବ୍ରହାମ ଶୀଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, “ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୋଟୀ ପ୍ରସ୍ତୁତ କର।” 7 ଏହା ପରେ ଅବ୍ରହାମ ଗୁହାଳକୁ ଦୌଡ଼ିଲେ। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ଓ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ଶୀଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର। 8 ଅବ୍ରହାମ କିଛି ରନ୍ଧା ମାଂସ, କିଛି ରୋଟୀ, ଦୁଗ୍ଧ କିଛି ଛେନା ଆଣି ସେହି ତିନି ଲୋକଙ୍କ ସମ୍ମୁଖରେ ରଖିଲେ। ଅବ୍ରହାମ ତାଙ୍କ ନିକଟରେ ଛିଡ଼ା ହୋଇ ଖାଇବାକୁ ନିବେଦନ କଲେ। ସେମାନେ ସେହି ବୃକ୍ଷମୂଳେ ତାହା ଭୋଜନ କଲେ।
9 ଏହା ପରେ ସେହି ଲୋକମାନେ ପଗ୍ଭରିଲେ, “ତୁମ୍ଭର ସ୍ତ୍ରୀ ସାରା କେଉଁଠାରେ?”
ଅବ୍ରହାମ ଉତ୍ତର ଦେଲେ, “ସେ ଏହି ତମ୍ବୁରେ ଅଛି।”
10 ତହୁଁ ସେ କହିଲେ, “ବସନ୍ତ ସମୟରେ ଆମ୍ଭେ ପୁନରାୟ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବ।”
ସାରା ତମ୍ବୁରେ ରହି ଏହିକଥା ଶୁଣୁଥିଲେ। 11 ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବୟସ ଅତିକ୍ରମ ହୋଇଥିଲା। 12 ତେଣୁ ସାରା ଶୁଣିଥିବା କଥାକୁ ବିଶ୍ୱାସ କରି ପାରିଲେ ନାହିଁ। ସେ ନିଜକୁ ନିଜେ ହସିଲେ ଏବଂ କହିଲେ, “ମୁଁ ଏବଂ ମୋର ସ୍ୱାମୀ ବାର୍ଦ୍ଧକ୍ୟରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହୋଇଯାଇଛୁ।”
13 ଏହା ପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, “ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହୋଇଯାଇଛି। 14 ସଦାପ୍ରଭୁଙ୍କ ପାଇଁ କ’ଣ କିଛି କଷ୍ଟସାଧ୍ୟ? ନାଁ! ମୁଁ ନିଶ୍ଚିତ ଏହି ବସନ୍ତରେ ପୁନରାୟ ଏଠାକୁ ଆସିବି, ମୁଁ କହୁଛି ପୁନରାୟ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦେବ।”
15 କିନ୍ତୁ ସାରା ଅସ୍ୱୀକାର କରି କହିଲେ, “ମୁଁ ହସି ନ ଥିଲି!” ସେହିପରି ଭୟରେ କହିଥିଲି।
କିନ୍ତୁ ସଦାପ୍ରଭୁ କହିଲେ, “ମୁଁ ଜାଣେ ଏହା ସତ୍ୟ ନୁହେଁ। ତୁମ୍ଭେ ହସିଥିଲ!”
16 ଏହା ପରେ ସେହି ତିନି ଜଣ ଯିବା ପାଇଁ ଉଠିଲେ, ସେମାନେ ସଦୋମ ଆଡ଼େ ମୁହାଁଇଲେ। ଏବଂ ସେମାନେ ସେହି ବାଟେ ଯିବାକୁ ଆରମ୍ଭ କଲେ। ଅବ୍ରହାମ ତାଙ୍କୁ ବାଟେଇ ଦେଲେ।
ଅବ୍ରହାମଙ୍କ ମୂଲଚୂଲ
17 ସଦାପ୍ରଭୁ ନିଜକୁ ନିଜେ କହିଲେ, “ମୁଁ ଯାହା କରିବାକୁ ଉଦ୍ୟତ ଅଟେ, ତାହା କ’ଣ ଅବ୍ରହାମଙ୍କୁ କହିବି? 18 ଅବ୍ରହାମଠାରୁ ଏକ ମହାନ ଓ ବଳଶାଳୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ। 19 ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦେବେ, ଯେଉଁପରି ଭାବରେ ମୁଁ ସେମାନଙ୍କୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ୟାୟ ଓ ଯଥାର୍ଥ ତାହା କରିବାକୁ ଗ୍ଭହେଁ। ତା’ପରେ ମୁଁ ସଦାପ୍ରଭୁ, ଯାହା ପ୍ରତିଜ୍ଞା କଲି ତାହା ମୁଁ କରିବି।”
20 ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଅନେକ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରାର ଲୋକମାନଙ୍କ ବିରୁଦ୍ଧରେ, ସେମାନେ ବହୁତ ପାପ କରିଛନ୍ତି। 21 ତେଣୁ ମୁଁ ସେଠାକୁ ଯିବି ଏବଂ ଦେଖିବି, ଯଦି ସେମାନେ ସେପରି କରିଅଛନ୍ତି, ଯାହା ମୁଁ ଶୁଣିଛି। ଯଦି ନାହିଁ, ମୁଁ ଜାଣିବାକୁ ଗ୍ଭହେଁ।”
22 ଦୁଇ ଜଣ ଲୋକ ସଦୋମ ଆଡ଼କୁ ଗଲେ, ଯେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ରହିଲେ। 23 ଏହା ପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, “ହେ ସଦାପ୍ରଭୁ, ଆପଣ କ’ଣ ନିରୀହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବା ପାଇଁ ଯୋଜନା କରିଅଛନ୍ତି?” 24 ଯଦି ପଗ୍ଭଶ୍ ଜଣ ଧାର୍ମିକ ଲୋକ ସେହି ନଗରରେ ଥା’ନ୍ତି, ଆପଣ କ’ଣ କରିବେ?ଆପଣ କ’ଣ ସମ୍ପୂର୍ଣ୍ଣ ରୂପେ ସେହି ଦେଶକୁ ଧ୍ୱଂସ କରିବେ? ପଗ୍ଭଶ୍ ଜଣ ଧାର୍ମିକଙ୍କ ସକାଶେ କ’ଣ ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ? 25 ନିଶ୍ଚୟ ଆପଣ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବେ ନାହିଁ। ଯଦି ଏହା ହୁଏ, ତେବେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କ’ଣ ସାରା ପୃଥିବୀର ବିଗ୍ଭରକର୍ତ୍ତା ଯାହା ନ୍ୟାୟ, ତାହା କରିବେ ନାହିଁ?”
26 ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଯଦି ପଗ୍ଭଶ୍ ଜଣ ଭଲ ବ୍ୟକ୍ତି ସଦୋମରେ ଦେଖିବି, ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ।”
27 ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ଆପଣଙ୍କ ତୁଳନାରେ ମୁଁ କେବଳ ଧୂଳି ଓ ପାଉଁଶ। କିନ୍ତୁ ମୋତେ କ୍ଷମା କରନ୍ତୁ ମୁଁ ଏତେ ସାହସୀ ହୋଇ ଆଉ ଏକ ପ୍ରଶ୍ନ ପଗ୍ଭରୁଅଛି। 28 ହୋଇପାରେ ସେହି ପଗ୍ଭଶ୍ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ଊଣା ହୋଇପାରନ୍ତି, ଆପଣ କ’ଣ ଏହି ପାଞ୍ଚ ଜଣଙ୍କ କାରଣରୁ ସେହି ସହରକୁ ଧ୍ୱଂସ କରିବେ କି?”
ସଦାପ୍ରଭୁ କହିଲେ, “ଯଦି ମୁଁ ସେଠାରେ ପଇଁଗ୍ଭଳିଶ ଜଣ ଧାର୍ମିକ ଲୋକ ଦେଖେ ତେବେ ସେ ନଗରକୁ ଧ୍ୱଂସ କରିବି ନାହିଁ।”
29 ଅବ୍ରହାମ ପୁଣି କହିଲେ, “ଆପଣ ଯଦି ସେଠାରେ ଗ୍ଭଳିଶ୍ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ନଗରଟିକୁ ଧ୍ୱଂସ କରିବେ?”
ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ସେଠାରେ ଗ୍ଭଳିଶ୍ ଜଣ ଧାର୍ମିକ ଲୋକ ଦେଖେ ଦେବେ ମୁଁ ସେହି ନଗରକୁ ଧ୍ୱଂସ କରିବି ନାହିଁ।”
30 ଏହା ପରେ ଅବ୍ରହାମ କହିଲେ, “ହେ ସଦାପ୍ରଭୁ, ମୋ’ ପ୍ରତି କ୍ରୋଧ କରନ୍ତୁ ନାହିଁ। ଆପଣଙ୍କୁ ଏହି କଥା ପଗ୍ଭରିବାକୁ ଦିଅନ୍ତୁ। ଯଦି ତିରିଶ୍ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ସେହି ନଗର ଧ୍ୱଂସ କରିବେ?”
ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ତିରିଶ୍ ଜଣ ଧାର୍ମିକ ଲୋକ ପାଏ, ତେବେ ମୁଁ ସେହି ନଗର ଧ୍ୱଂସ କରିବି ନାହିଁ।”
31 ଏହା ପରେ ଅବ୍ରହାମ କହିଲେ, “ମୁଁ ଆପଣଙ୍କୁ କଷ୍ଟ ଦେଇ ପୁନର୍ବାର ପଗ୍ଭରିବି କି? ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ଆପଣ ନଗରକୁ ଧ୍ୱଂସ କରିବେ?”
ସଦାପ୍ରଭୁ ଉତ୍ତର ଦେଲେ, “ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ ମୁଁ ନଗରକୁ ଧ୍ୱଂସ କରିବି ନାହିଁ।”
32 ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୋତେ ଶେଷ ଥର ପାଇଁ ଅନୁମତି ମିଳୁ। ଯଦି ଆପଣ ସେଠାରେ ଦଶ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ଏପରି କରିବେ?”
ସଦାପ୍ରଭୁ କହିଲେ, “ଯଦି ଦଶ ଜଣ ଉତ୍ତମ ଲୋକ ଥା’ନ୍ତି ତେବେ ସେହି ସହରକୁ ବିନଷ୍ଟ କରିବି ନାହିଁ।”
33 ସଦାପ୍ରଭୁ ଅବ୍ରହାମଙ୍କ ସହିତ କଥା ଶେଷ କଲାପରେ, ସଦାପ୍ରଭୁ ସେଠାରୁ ବିଦାୟ ନେଲେ ଓ ଏହା ପରେ ଅବ୍ରହାମ ତାଙ୍କ ତମ୍ବୁକୁ ଫେରିଲେ।
ଲୋଟର ପରିଦର୍ଶକମାନେ
19 ସେହି ସନ୍ଧ୍ୟାରେ ଦୁଇଜଣ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ। ସେହି ସମୟରେ ଲୋଟ ନଗରଦ୍ୱାର ଫାଟକ ନିକଟରେ ବସିଥିଲେ। ସେ ଯେତେବେଳେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସେମାନଙ୍କୁ ପ୍ରଣାମ କଲେ। 2 ଲୋଟ ସେମାନଙ୍କୁ କହିଲେ, “ହେ ମହାଶୟଗଣ ମୋର ଗୃହକୁ ଆସିବା ହେଉନ୍ତୁ ଏବଂ ମୁଁ ଆପଣମାନଙ୍କର ସେବା କରିବି। ଆପଣମାନେ ପାଦ ଧୋଇ ମୋର ଗୃହକୁ ଆସନ୍ତୁ ଏବଂ ଏହିଠାରେ ରାତ୍ରିଯାପନ କରନ୍ତୁ। ଏହା ପରେ ଆସନ୍ତାକାଲି ଆପଣମାନେ ଶୀଘ୍ର ଉଠିବେ ଏବଂ ଆପଣମାନଙ୍କର ଯାତ୍ରା ଗ୍ଭଲୁ ରଖିବେ।”
ସ୍ୱର୍ଗଦୂତମାନେ ଉତ୍ତର ଦେଲେ, “ନାଁ, ଆମ୍ଭେମାନେ ଏହି ନଗର ଚୌରାହରେ ସମସ୍ତ ରାତ୍ରି ଯାପନ କରିବୁ।”
3 କିନ୍ତୁ ଲୋଟ ସେମାନଙ୍କୁ ତାଙ୍କର ଗୃହକୁ ଯିବା ପାଇଁ ବାରମ୍ବାର ଅନୁରୋଧ କଲେ। ତେଣୁ ସ୍ୱର୍ଗଦୂତଗଣ ତାଙ୍କ ଗୃହକୁ ଯିବା ପାଇଁ ରାଜି ହେଲେ। ଲୋଟ ସେମାନଙ୍କୁ କିଛି ଦ୍ରାକ୍ଷାରସ ପିଇବାକୁ ଦେଲେ। ଲୋଟ ସେମାନଙ୍କ ପାଇଁ କିଛି ଖମୀର ଶୂନ୍ୟ ରୋଟୀ ପ୍ରସ୍ତୁତ କଲେ, ସେମାନେ ତାହା ଗ୍ରହଣ କଲେ।
4 ସେହି ଦୁଇଜଣ ଅତିଥି ବିଛଣାକୁ ଯିବା ପୂର୍ବରୁ, ସଦୋମର ସମସ୍ତ ଯୁବା ଏବଂ ବୃଦ୍ଧ ଲୋକ, କୌଣସି ବ୍ୟତିକ୍ରମ ନ ଥାଇ ଆସିଲେ ଏବଂ ଲୋଟଙ୍କ ଘରକୁ ଘେରିଗଲେ। ତା’ପରେ ସେମାନେ ଲୋଟଙ୍କୁ ଚିତ୍କାର କରି କହିଲେ, 5 “ଆଜି ରାତ୍ରରେ ଯେଉଁ ଦୁଇଜଣ ମନୁଷ୍ୟ ତୁମ୍ଭ ଘରକୁ ଆସିଥିଲେ ସେମାନେ କାହାନ୍ତି? ସେମାନଙ୍କୁ ବାହାରକୁ ଆଣ ଆମ୍ଭେମାନେ ତାଙ୍କ ସହିତ ଯୌନ ସମ୍ପର୍କ କରିବା।”
6 ଲୋଟ ବାହାରକୁ ଗଲେ ଓ ଦ୍ୱାର ବନ୍ଦ କରିଦେଲେ। 7 ଲୋଟ ସେମାନଙ୍କୁ କହିଲେ, “ନା! ଭାଇମାନେ ମୁଁ ତୁମ୍ଭଙ୍କୁ ବିନୟ କରୁଅଛି, ଏପରି କୁକାର୍ଯ୍ୟ କର ନାହିଁ। 8 ଦେଖ, ମୋର ଦୁଇଟି କୁମାରୀ କନ୍ୟା ଅଛନ୍ତି। ମୁଁ ସେମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭେମାନେ ଯାହା ଇଚ୍ଛା ସେମାନଙ୍କ ପ୍ରତି କର। କିନ୍ତୁ ସେହି ଲୋକମାନଙ୍କୁ କିଛି କର ନାହିଁ। ସେମାନେ ମୋ’ ଗୃହରେ ଅତୀଥି ଥିବାରୁ ମୁଁ ସେମାନଙ୍କୁ ସୁରକ୍ଷା ଦେବି।”
9 ଘରକୁ ଘେରି ରହିଥିବା ଲୋକମାନେ ଲୋଟଙ୍କୁ କହିଲେ, “ଏହିଠାକୁ ଆସ!” ଏହା ପରେ ପରସ୍ପରକୁ କହିଲେ, “ଏହି ଲୋଟ, ଆମ ସହରରେ ଏକ ଭ୍ରମଣକାରୀ। ବର୍ତ୍ତମାନ ସେ ଆମ୍ଭର ଜୀବନ ଶୈଳୀକୁ ସମାଲୋଚନା କରିବାକୁ ସାହସ କରୁଛି!” ତା’ପରେ ସେହି ଲୋକମାନେ ଲୋଟକୁ କହିଲେ, “ଆମ୍ଭେମାନେ ସେମାନଙ୍କୁ ଯେତିକି ଆଘାତ କରିବା ପାଇଁ ଯୋଜନା କରିଛୁ ତା’ ଅପେକ୍ଷା ଆମ୍ଭେ ତୁମ୍ଭକୁ ଅଧିକ ଆଘାତ କରିବୁ। ସେମାନେ ସେମାନଙ୍କର କଥାରେ ତା’ ଉପରେ ଗ୍ଭପ ପକାଇଲେ।” ଏହା ପରେ ସେମାନେ ଅତି ନିକଟତର ହେବାକୁ ଲାଗିଲେ ଓ କବାଟ ଭାଙ୍ଗିବାକୁ ଉଦ୍ୟତ ହେଲେ।
10 ମାତ୍ର ସେହି ଦୁଇଜଣ ଲୋକ ହାତ ବଢ଼ାଇ ଲୋଟକୁ ଭିତରକୁ ନେଇ କବାଟ ବନ୍ଦ କରିଦେଲେ। 11 ତା’ପରେ ବାହାରେ ଥିବା ସମସ୍ତ ଯୁବା ଓ ବୃଦ୍ଧ ଲୋକ ଅନ୍ଧ ହୋଇଗଲେ। ତେଣୁ ସେଇ ଲୋକମାନେ ଘରର ଫାଟକ ପାଇଲେ ନାହିଁ।
ସେମାନେ ସଦୋମରୁ ପଳାୟନ କଲେ
12 ସେହି ଦୁଇ ଜଣ ଲୋଟକୁ କହିଲେ, “ତୁମ୍ଭ ପରିବାରର ଅନ୍ୟ କୌଣସି ଲୋକ ଏହି ସହରରେ ବାସ କରୁଛନ୍ତି କି? ତୁମ୍ଭର ଆଉ ପୁଅ, ଝିଅ, ଜ୍ୱାଇଁ ଅଛନ୍ତି କି? ତେବେ ଶୀଘ୍ର ଏ ସ୍ଥାନ ପରିତ୍ୟାଗ କରିବା ପାଇଁ ତାଙ୍କୁ କୁହ। 13 ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ୱଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ୱର ଜାଣନ୍ତି ଏହି ସହର କେତେ ଖରାପ ଏବଂ ଏହି ନଗର ଧ୍ୱଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।”
14 ତେଣୁ ଲୋଟ ବାହାରକୁ ଯାଇ ତାଙ୍କର ଜ୍ୱାଇଁଙ୍କୁ କହିଲେ, “ଶୀଘ୍ର ଏ ସହର ପରିତ୍ୟାଗ କର! ପରମେଶ୍ୱର ଖୁବ୍ ଶୀଘ୍ର ଏହି ସହର ଧ୍ୱଂସ କରିବେ।” କିନ୍ତୁ ସେହି ଲୋକମାନେ ଭାବିଲେ ଲୋଟ ସେମାନଙ୍କ ସହିତ ଥଟ୍ଟା ହେଉଛନ୍ତି।
15 ତା’ ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ଦୂତମାନେ ଲୋଟକୁ ତତ୍ପର କରାଇ କହିଲେ, “ଯାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏ ସ୍ଥାନ ପରିତ୍ୟାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାହାଲେ ତୁମ୍ଭେ ଧ୍ୱଂସ ପାଇବ ନାହିଁ, ଯେତେବେଳେ ଏହି ନଗର ଦଣ୍ଡିତ ହେବ।”
16 କିନ୍ତୁ ଲୋଟ ତାଙ୍କର ସମୟ ନେଲେ ଏବଂ ଛାଡ଼ିବାକୁ ତତ୍ପର ହେଲେ ନାହିଁ ସେ ଧିର ଥିଲେ, ତେଣୁ ସେହି ସ୍ୱର୍ଗଦୂତଗଣ ଲୋଟ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ କନ୍ୟାଙ୍କର ହାତ ଧରି ନିରାପଦ ସ୍ଥାନକୁ ଆଗେଇ ନେଲେ। ସଦାପ୍ରଭୁ ସେମାନଙ୍କ ପ୍ରତି ସଦୟ ଥିଲେ। ତେଣୁ ସେହି ଦୁଇଜଣ ସ୍ୱର୍ଗଦୂତ ଲୋଟର ପରିବାରକୁ ନଗର ବାହାରକୁ ନେଇଗଲେ। 17 ସେମାନେ ନଗର ବାହାରକୁ ଆସିବା ମାତ୍ରେ ଜଣେ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇ ଶୀଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗାରେ ରୁହ ନାହିଁ। ତୁମ୍ଭେ ପର୍ବତରେ ପହଞ୍ଚିବା ପର୍ଯ୍ୟନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ଯାଅ ତେବେ ଏହି ନଗର ସହିତ ତୁମ୍ଭେ ଧ୍ୱଂସ ପାଇଯିବ।”
18 କିନ୍ତୁ, ଲୋଟ ସେହି ଦୁଇଜଣ ସ୍ୱର୍ଗଦୂତଙ୍କୁ କହିଲେ, “ହେ ମହାଶୟଗଣ, ଏପରି ନ ହେଉ।” 19 ଆପଣ ମୋତେ ମୋର ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ୟନ୍ତ ଦୟା ଓ ଅନୁଗ୍ରହ ଦେଖାଇଛନ୍ତି। କିନ୍ତୁ ମୁଁ ପର୍ବତକୁ ପଳାଇ ଯାଇ ନ ପାରେ। ଏହି ବିପତ୍ତି ହୁଏତ ମୋତେ ଧରି ପକାଇବ ଓ ମାରିଦେବ। 20 ଦେଖ, ଏହି ସ୍ଥାନ ନିକଟରେ ଏକ ଛୋଟ ସହର ଅଛି। ଆପଣ ମୋତେ ସେହି ସ୍ଥାନକୁ ଦୌଡ଼ି ଯିବାକୁ ଅନୁମତି ଦିଅନ୍ତୁ। ମୁଁ ସେଠାରେ ନିରାପଦରେ ବାସ କରି ପାରିବି। ତାହା ଗୋଟିଏ ଛୋଟ ସହର ମାତ୍ର।”
21 ସ୍ୱର୍ଗଦୂତ ଲୋଟକୁ କହିଲେ, “ଉତ୍ତମ, ଆମ୍ଭେ ତୁମ୍ଭକୁ ଅନୁମତି ଦେଲୁ। ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ। 22 କିନ୍ତୁ ଶୀଘ୍ର ସେଠାକୁ ଦୌଡ଼ିଯାଅ। କାରଣ ଯେପର୍ଯ୍ୟନ୍ତ ତୁମ୍ଭେମାନେ ନିରାପଦରେ ନ ପହଞ୍ଚିଛ, ମୁଁ ସଦୋମକୁ ଧ୍ୱଂସ କରି ପାରିବି ନାହିଁ।” ସେହି ସହରର ନାମ ଥିଲା ସୋୟର କାରଣ ଏହା ଅତି କ୍ଷୁଦ୍ର ଥିଲା।
ସଦୋମ ଓ ହମୋରା ଧ୍ୱଂସ ହେଲା
23 ସୂର୍ଯ୍ୟୋଦୟ ହୁଅନ୍ତେ ଲୋଟ ସୋୟରରେ ପହଞ୍ଚିଗଲେ। 24 ଠିକ୍ ସେହି ସମୟରେ, ସଦାପ୍ରଭୁ ସଦୋମ ଏବଂ ହମୋରାକୁ ଧ୍ୱଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହମୋରା ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ। 25 ସେହି ନଗରଗୁଡ଼ିକୁ, ସମୁଦାୟ ଉପତ୍ୟକା କ୍ଷେତ୍ରଗୁଡ଼ିକ ଓ ତନ୍ମଧ୍ୟସ୍ଥ ସମସ୍ତ ଲୋକ ଓ ସମସ୍ତ ବୃକ୍ଷଲତା ଧ୍ୱଂସ ହୋଇଗଲା।
26 ସେହି ସମୟରେ ଲୋଟର ସ୍ତ୍ରୀ ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲେ।
27 ସେହି ଦିନ ପ୍ରତ୍ୟୁଷରେ, ଅବ୍ରହାମ ପୂର୍ବେ ଯେଉଁ ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କ ସହିତ କଥା ହୋଇଥିଲେ, ସେହି ସ୍ଥାନକୁ ଗଲେ ଓ ଦେଖିଲେ ଯେ, 28 ସଦୋମ ଓ ହମୋରା ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳକୁ ଅନାନ୍ତେ ସେହି ଦେଶରୁ ଭାଟୀର ଧୂମତୁଲ୍ୟ ଧୂମ ଉଠିବାର ଦେଖିଲେ।
29 ଏହିରୂପେ ସେହି ପ୍ରାନ୍ତର ସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ୱର ଅବ୍ରହାମଙ୍କୁ ମନେ କଲେ। ପୁଣି ଲୋଟ ଯେଉଁ ଯେଉଁ ନଗରରେ ବାସ କରିଥିଲେ, ସେହି ନଗରର ଉତ୍ପାଟନ ସମୟରେ ସେ ଲୋଟକୁ ତନ୍ମଧ୍ୟରୁ ବାହାର କରୁଥିଲେ।
ଲୋଟ ଏବଂ ତାଙ୍କର ଝିଅମାନେ
30 ଲୋଟ ସୋୟରରେ ରହିବାକୁ ଭୟ କଲେ। ତେଣୁ ସେ ଏବଂ ତାଙ୍କର କନ୍ୟା ରହିବା ପାଇଁ ପର୍ବତକୁ ପଳାଇଲେ, ସେମାନେ ସେଠାରେ ଏକ ଗୁମ୍ଫାରେ ବାସ କଲେ। 31 ଦିନେ ବଡ଼ ଭଉଣୀ ତାଙ୍କର ସାନ ଭଉଣୀକୁ କହିଲା, “ଆମ୍ଭର ପିତା ବୃଦ୍ଧ, ସାଧାରଣ ଭାବେ ଆମକୁ ବିବାହ କରିବା ପାଇଁ କେହି ଜଣେ ହେଲେ ନାହାନ୍ତି। 32 ତେଣୁ ଆସ ଆମ୍ଭେ ଆମ୍ଭର ପିତାଙ୍କୁ ମଦ୍ୟପାନ କରାଇବା ତାହାପରେ ଆମ୍ଭେ ତାଙ୍କ ସହିତ ସହବାସ କରିବା, ଏହି ଉପାୟରେ ଆମ୍ଭେ ଆମ୍ଭର ବଂଶ ରକ୍ଷା କରି ପାରିବା।”
33 ସେହି ରାତ୍ରିରେ ସେହି ଦୁଇ ଝିଅ ତାଙ୍କ ପିତାଙ୍କ ନିକଟକୁ ଗଲେ ଏବଂ ତାଙ୍କର ପିତାଙ୍କୁ ମଦ ପିଆଇଲେ। ଏହା ପରେ ତାଙ୍କର ବଡ଼ ଝିଅ ତାଙ୍କ ପିତାଙ୍କ ଶୟନ କକ୍ଷକୁ ଗଲା ଏବଂ ତାଙ୍କ ସହିତ ସହବାସ କଲା। ଲୋଟ ପୁରାପୁରି ମାତାଲ ଥିଲେ ଏବଂ ଜାଣି ପାରିଲେ ନାହିଁ ଯେ, ସେ କେତେବେଳେ ତା’ର ବିଛଣାକୁ ଆସିଥିଲା ଏବଂ ସେ କେତେବେଳେ ଉଠି କୋଠରୀକୁ ପରିତ୍ୟାଗ କଲା।
34 ତା’ ପରଦିନ ବଡ଼ ଝିଅ ସାନ ଝିଅକୁ କହିଲା, “ଗତ ରାତିରେ ମୁଁ ପିତାଙ୍କ ନିକଟରେ ଶୟନ କରିଥିଲି। ଆସ ତାଙ୍କୁ ପୁଣି ଆଜି ମଦ୍ୟପାନ କରାଇବା, ତା’ପରେ ତୁ ତାଙ୍କ ସାଙ୍ଗରେ ଯାଇ ସହବାସ କର। ଏହି ଉପାୟରେ ଆମ୍ଭେ ଆମ୍ଭର ସନ୍ତାନମାନଙ୍କୁ ଜନ୍ମ କରିବା। ଆଉ ଆମ୍ଭେ ଆମ୍ଭର ପିତାଙ୍କ ମାଧ୍ୟମରେ ଆମ୍ଭର ପରିବାର ନଷ୍ଟ ହେବାରୁ ରକ୍ଷା କରି ପାରିବା।” 35 ତେଣୁ ସେହି ରାତିରେ ସେ ଦୁହେଁ ମିଶି ତାଙ୍କର ପିତାଙ୍କୁ ମଦ୍ୟପାନ କରାଇଲେ। ତା’ପରେ ତାଙ୍କର ସାନ ଝିଅ ଯାଇ ତାଙ୍କ ସହିତ ସହବାସ କଲା। ଆଉଥରେ ଲୋଟ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କ ଝିଅ କେତେବେଳେ ଆସି କେତେବେଳେ ସହବାସ କରି ଯାଇଛି ସେ ଜାଣିପାରି ନ ଥିଲେ।
36 ଲୋଟଙ୍କର ଦୁଇ ଝିଅ ଏହିପରି ଭାବରେ ଗର୍ଭବତୀ ହେଲେ। 37 ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମୋୟାବ ରଖିଲା। ମୋୟାବ ହେଲା ବର୍ତ୍ତମାନ ମୋୟାବୀୟ ଲୋକମାନଙ୍କର ଆଦିପିତା। 38 ସାନ ଝିଅ ଯେଉଁ ପୁତ୍ର ଜନ୍ମ କଲା ତା’ର ନାମ ସେ ଦେଲେ ବିନ-ଅମ୍ମି। ସେ ବର୍ତ୍ତମାନ କାଳର ଅମ୍ମୋନୀୟ ଲୋକମାନଙ୍କର ଆଦିପିତା ଅଟନ୍ତି।
ଦାନ ବିଷୟରେ ଯୀଶୁଙ୍କ ଉପଦେଶ
6 “ସାବଧାନ ରୁହ! ଯେତେବେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କର ନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସେଗୁଡ଼ିକ କର ନାହିଁ। ତାହାହାଲେ ତୁମ୍ଭେ ସ୍ୱର୍ଗରେ ଥିବା ତୁମ୍ଭର ପରମପିତାଙ୍କଠାରୁ ପୁରସ୍କାର ପାଇ ପାରିବ ନାହିଁ।
2 “ଏଣୁ ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦେଉଛ, ସେତେବେଳେ ତା’ର ଘୋଷଣା କର ନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କରେ ତୂରୀବଜାଇ ସେଭଳି ପ୍ରଗ୍ଭର କରିଥା’ନ୍ତି। ମୁଁ ତୁମ୍ଭକୁ ସତ୍ୟକଥା କହୁଛି ଯେ, ସେମାନେ ତାହାଙ୍କର ପ୍ରତିଫଳ ପାଇ ସାରିଲେଣି। 3 ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତେବେଳେ ତୁମ୍ଭର ଡାହାଣ ହାତ କ’ଣ କରୁଛି, ସେ ବିଷୟରେ ବାମ ହାତକୁ ମଧ୍ୟ ଜାଣିବାକୁ ସୁଯୋଗ ଦିଅ ନାହିଁ। ତୁମ୍ଭେ କ’ଣ କରୁଛ, ତାହା ଯେପରି କେହି ନ ଜାଣନ୍ତୁ। 4 ତୁମ୍ଭର ଦାନ ଗୋପନରେ ହେବା ଉଚିତ୍। ତୁମ୍ଭର ପରମପିତା ଗୋପନରେ କରାଯାଇଥିବା କାର୍ଯ୍ୟକୁ ଦେଖି ପାରନ୍ତି, ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
ପ୍ରାର୍ଥନା ବିଷୟରେ ଯୀଶୁଙ୍କ ଶିକ୍ଷା(A)
5 “ତୁମ୍ଭେ ପ୍ରାର୍ଥନା କଲାବେଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସେମାନେ ଯିହୂଦୀ ସମାଜଗୃହ ଓ ଗଳି-ମୁଣ୍ଡରେ ଠିଆହୋଇ ବଡ଼ ପାଟିରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ତା’ର ପୁରା ପ୍ରତିଫଳ ଦିଆଯାଇ ସାରିଲାଣି। 6 କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
7 “ତୁମ୍ଭେ ପ୍ରାର୍ଥନା କଲାବେଳେ ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନଙ୍କ ଭଳି ନିରର୍ଥକ କଥା ବାରମ୍ବାର କୁହ ନାହିଁ। ସେମାନେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ୱର ଶୁଣିବେ। 8 ଏଣୁ ତୁମ୍ଭେ ସେମାନଙ୍କ ଭଳି ହୁଅ ନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି। 9 ଏଣୁ ଏହିଭଳି ପ୍ରାର୍ଥନା କର:
‘ହେ ସ୍ୱର୍ଗରେ ଥିବା ଆମ୍ଭର ପରମପିତା,
ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
10 ତୁମ୍ଭର ରାଜ୍ୟ ଆସୁ।
ସ୍ୱର୍ଗରେ ତୁମ୍ଭ ଇଚ୍ଛା ସଫଳ ହେବାଭଳି ଏ ପୃଥିବୀରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।
11 ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
12 ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ,
ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।
13 ଆମ୍ଭକୁ ପରୀକ୍ଷାରେ ପକାଅ ନାହିଁ।
ମାତ୍ର ମନ୍ଦଠାରୁ ରକ୍ଷା କର।’ [a]
14 ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦେବ ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ୟ କ୍ଷମା କରିଦେବେ। 15 କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦେବ ନାହିଁ, ତେବେ ତୁମ୍ଭର ପରମପିତା ମଧ୍ୟ ତୁମ୍ଭ ଅପରାଧ ଗୁଡ଼ିକ ପାଇଁ ତୁମ୍ଭକୁ କ୍ଷମା ଦେବେ ନାହିଁ।
ଯୀଶୁ ଉପବାସ ବିଷୟରେ ଉପଦେଶ ଦେଲେ
16 “ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି। 17 ତେଣୁ ତୁମ୍ଭେ ଉପବାସ କଲାବେଳେ ମୁଣ୍ଡରେ ତେଲ ଲଗାଇ ବାଳ ସଜାଡ଼ ଓ ମୁହଁ ଧୁଅ। 18 ତା’ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ, ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁ ନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନରେ କରାଯାଇଥିବା କାମଗୁଡ଼ିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତା’ର ପ୍ରତିଫଳ ଦେବେ।
2010 by World Bible Translation Center