Old/New Testament
ହୋମ ନୈବେଦ୍ୟ ନିମନ୍ତେ ଯଜ୍ଞବେଦି
27 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏକ ଯଜ୍ଞବେଦି ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ୟବହାର କର। ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ୍। ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ପାଞ୍ଚ ହାତ ଲେଖାଏଁ ହେବା ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହେବା ଉଚିତ୍। 2 ବେଦିର ଗ୍ଭରିକୋଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡ଼ିକ ବେଦିର ଏକ ଅଂଶ ହେବା ଉଚିତ୍। ଏହା କଂସାରେ ଆଚ୍ଛାଦିତ ହେବା ଉଚିତ୍।
3 “ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଗ୍ଭମୁଚ ଏବଂ କରେଇ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ। 4 ପିତ୍ତଳରେ ଏକ ଜାଲି କରିବ ଓ ତା’ ଉପରେ ଗ୍ଭରି କୋଣରେ ପିତ୍ତଳର ଗ୍ଭରିକଡ଼ା କରିବ। 5 ଯଜ୍ଞବେଦିର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ଯଜ୍ଞବେଦିର ମଧ୍ୟଭାଗ ପର୍ଯ୍ୟନ୍ତ ପାଇବା ଉଚିତ୍।
6 “ଯଜ୍ଞବେଦିର ଖମ୍ବ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ପିତ୍ତଳ ଆଚ୍ଛାଦନ କର। 7 ପୁଣି ସେହି ବେଦିକୁ ବହିବା ବେଳେ ବେଦିର ଉଭୟ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରଖ। 8 ତୁମ୍ଭେ ଯଜ୍ଞବେଦିକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତରେ ତୁମ୍ଭକୁ ଯେଉଁ ରୂପେ ଦେଖାଇଥିଲି ସେହିପରି ଭାବରେ ବେଦି ନିର୍ମାଣ କରାଯିବା ଉଚିତ୍।
ପବିତ୍ର ତମ୍ବୁର ଚତୁର୍ପାର୍ଶ୍ୱର ପ୍ରାଙ୍ଗଣ
9 “ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହେବା ଉଚିତ୍। 10 ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। 11 ତମ୍ବୁର ଉତ୍ତର ପାର୍ଶ୍ୱରେ ଶହେ ହାତ ଲମ୍ବ ପରଦା ହେବ ଓ ତାହାର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ଏବଂ ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ହେବ।
12 “ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଗ୍ଭଶ୍ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ। 13 ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ପଗ୍ଭଶ୍ ହାତ ହେବ। 14 ପୂର୍ବ ଭାଗରେ ପ୍ରବେଶ ପଥରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। 15 ଅନ୍ୟ ପାର୍ଶ୍ୱରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ।
16 “ପ୍ରାଙ୍ଗଣର ପ୍ରବେଶ ପଥ ନିମନ୍ତେ ପରଦାଟି କୋଡ଼ିଏ ହାତ ଲମ୍ବ ହେବା ଉଚିତ୍। ସେହି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତାରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତାରେ ଶିଳ୍ପକର୍ମ ହୋଇଥିବ। ଏବଂ ଏହାର ଗ୍ଭରୋଟି ସ୍ତମ୍ଭ ଓ ଗ୍ଭରୋଟି ଆଧାର ହେବା ଉଚିତ୍। 17 ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆରେ ବନ୍ଦ ହେବ ଓ ତା’ର ଆଙ୍କଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ। 18 ପ୍ରାଙ୍ଗଣଟି ଏକଶହ ହାତ ଲମ୍ବ ଓ ପଗ୍ଭଶ୍ ହାତ ପ୍ରସ୍ଥ ଓ ପାଞ୍ଚ ହାତ ଉଚ୍ଚ ହେବ। ସେହି ଶୁଭ୍ର କ୍ଷୋମସୂତ୍ରରେ ପ୍ରସ୍ତୁତ ହେବା ସହିତ କଂସାର ଆଧାର ରହିବା ଉଚିତ୍। 19 ଆଉ ପବିତ୍ର ତମ୍ବୁର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ସାମଗ୍ରୀ ଓ ପ୍ରାଙ୍ଗଣର ସମସ୍ତ ଖିଲ କଂସାରେ ନିର୍ମିତ ହେବା ଉଚିତ୍।
ପ୍ରଦୀପ ପାଇଁ ତୈଳ
20 “ବର୍ତ୍ତମାନ ଇସ୍ରାଏଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପେଷା ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ। 21 ହାରୋଣ ଓ ତା’ର ପୁତ୍ରମାନେ ପରଦା ପଛରେ ଥିବା ନିୟମ-ସିନ୍ଦୁକ ଓ ଏହାର ସମ୍ମୁଖରେ ଥିବା ଏହାକୁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ୟବସ୍ଥା ଇସ୍ରାଏଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରଜୁଯ୍ୟ ହେବ।”
ଯାଜକମାନଙ୍କର ବସ୍ତ୍ର
28 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀହୂ, ଇଲିୟାଜର ଓ ଈଥାମରକୁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ଆଣ। ସେମାନେ ମୋର ଯାଜକଗଣ ହେବେ।
2 “ତୁମ୍ଭର ଭାଇ ହାରୋଣଙ୍କ ପାଇଁ ପବିତ୍ର ବସ୍ତ୍ର ତିଆରି କର। ସେହି ବସ୍ତ୍ର ପିନ୍ଧିଲେ ସେ ସମ୍ମାନ ପାଇବେ ଓ ସୁନ୍ଦର ଦିଶିବେ। 3 ସେହି ନିପୁଣ ଲୋକମାନଙ୍କୁ ପଗ୍ଭର, ଯେଉଁମାନଙ୍କୁ ମୁଁ ହାରୋଣକୁ ଯାଜକ ରୂପେ ଉତ୍ସର୍ଗୀକୃତ କରିବା ପାଇଁ ବସ୍ତ୍ର ତିଆରି କରିବା ପାଇଁ ଜ୍ଞାନ ପ୍ରଦାନ କଲି। 4 ବୁକୁପଟା, ଏଫୋଦ, ଗୋଟିଏ ଗ୍ଭେଗା, ଶୁକ୍ଳ ସୁତାରେ ବୁଣା ଯାଇଥିବା ଗ୍ଭେଗା, ପଗଡ଼ି ଓ କଟି ବନ୍ଧନ ସେମାନେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବେ, ଯେଉଁଥିପାଇଁ ସେମାନେ ମୋର ଯାଜକ ରୂପେ ସେବା କରିବେ। 5 ସେମାନେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ର ହେବ।
ଏଫୋଦ ଓ କଟିବନ୍ଧନ
6 “ସେମାନେ ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ସେହି ଏଫୋଦ ବସ୍ତ୍ର ପ୍ରସ୍ତୁତ କରନ୍ତୁ। 7 ଏହାର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ। ଏହିପରି ଭାବରେ ତାହା ଯୁକ୍ତ ହେବ।
8 “ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ର ଅନୁସାରେ ହେବ। ଅର୍ଥାତ୍ ସ୍ୱର୍ଣ୍ଣରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ରରେ ହେବ।
9 “ଦୁଇଟି ଗୋମେଦକମଣି ନେଇ ତହିଁ ଉପରେ ଇସ୍ରାଏଲ ପୁତ୍ରମାନଙ୍କ ନାମ ଖୋଦିତ କରିବ। 10 ଛଅଟି ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅଟି ନାମ ମଣି ଉପରେ ରହିବ। ଏହିସବୁ ନାମଗୁଡ଼ିକ ସେମାନଙ୍କର ଜନ୍ମ ଅନୁସାରେ ତାଲିକାଭୁକ୍ତ କରାଯିବା ଉଚିତ୍। 11 ଶିଳ୍ପ କର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା ଦୁଇ ସ୍ୱର୍ଣ୍ଣ ଧାରରେ ବନ୍ଦ କରିବ। 12 ଏହା ପରେ ଇସ୍ରାଏଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇସ୍କନ୍ଧ ପଟିରେ ଦେବ। ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ। 13 ଶୁଦ୍ଧ ସୁବର୍ଣ୍ଣରେ ଏହି ପଥର ଏଫୋଦର ରହିବ। 14 ଦୁଇ ମୋଡ଼ା ହୋଇଥିବା ସୁବର୍ଣ୍ଣ ଜଞ୍ଜିର କରି ସେହି ଏଫୋଦରେ ଲଗାଇବ।
ବିଗ୍ଭରାର୍ଥକ ବୁକୁପଟା
15 “ନିପୁଣ କାରିଗର ଦ୍ୱାରା ନିପୁଣ ଭାବରେ ବୁକୁପଟା ପ୍ରସ୍ତୁତ କର। ବୁକୁପଟା ଏଫୋଦ ପରି ସୂକ୍ଷ୍ମ ମଲ୍ମଲ୍ ଏବଂ ସୁବର୍ଣ୍ଣ, ନୀଳ, ବାଇଗଣି ଏବଂ ଲାଲ୍ ମଲ୍ମଲ୍ ନିପୁଣ କଳାକୃତିରେ ନିର୍ମାଣ ହେବା ଉଚିତ୍। 16 ଚତୁଷ୍କୋଣ ଓ ଦୋହରା ହେବ। ତହିଁର ଦୀର୍ଘତା ଏକ ଗ୍ଭଖଣ୍ଡ ଓ ପ୍ରସ୍ଥ ଏକ ଗ୍ଭଖଣ୍ଡ ହେବ। 17 ତାହାକୁ ଗ୍ଭରି ମଣି ପଂକ୍ତିରେ ଖଚିତ କରିବ। ତହିଁରେ ପ୍ରଥମ ପଂକ୍ତିରେ ଚୂଣୀ ଓ ପୀତମଣି ମର୍କତ, 18 ଦ୍ୱିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକାନ୍ତ ହୀରକ, 19 ତୃତୀୟ ପଂକ୍ତିରେ ପେରୋଜ, ଯିସ୍ମ ଓ କଟାହେଳା। 20 ଚତୁର୍ଥ ପଂକ୍ତିରେ ବୈଦୂର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ। ଏହିସବୁ ସ୍ୱର୍ଣ୍ଣରେ ନିଜ ନିଜ ପଂକ୍ତିରେ ବସାଯିବ। 21 ଏହି ମଣି ଇସ୍ରାଏଲ ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବ। ମୁଦ୍ରା ନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ।
22 “ବୁକୁପଟା ନିମନ୍ତେ ହାରଗୁଡ଼ିକ ତିଆରି କର। ଏହି ହାର ଶୁଦ୍ଧ ସୁବର୍ଣ୍ଣରେ ମୋଡ଼ା ଯାଇଥିବ। 23 ବୁକୁପଟା ଉପରେ ସ୍ୱର୍ଣ୍ଣର ଦୁଇ କଡ଼ା ରହିବ। ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ। 24 ବୁକୁପଟା ସ୍ଥିତ ଦୁଇ ସୁବର୍ଣ୍ଣ କଡ଼ା ମଧ୍ୟରେ ସେହି ଦୁଇଟି ସୁବର୍ଣ୍ଣ ହାର ଲଗାଇବ। 25 ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟିରେ ବାନ୍ଧ। 26 ଆଉ ଦୁଇଟି ସୁବର୍ଣ୍ଣର କଡ଼ା ନିର୍ମାଣ କର ଏବଂ ବୁକୁପଟାର ଏଫୋଦ ଭିତର ଭାଗସ୍ଥ ଦୁଇ କୋଣରେ ତାକୁ ଲଗାଅ। 27 ଆହୁରି ଦୁଇଟି ସ୍ୱର୍ଣ୍ଣ କଡ଼ା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଦପଟି ତଳେ ତହିଁର ସମ୍ମୁଖ ଭାଗରେ ଯୋଡ଼ ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ। 28 ବୁକୁପଟା ଯେମନ୍ତ ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ନ ଯିବ ଏଥିପାଇଁ ସେମାନେ ବୁକୁପଟାରକୁ ନିଜ କଡ଼ାରେ ନୀଳସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ ରଖିବେ।
29 “ଯେତେବେଳେ ହାରୋଣ ପବିତ୍ର ସ୍ଥାନକୁ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଗ୍ଭରାର୍ଥକ ବୁକୁପଟାରେ ଇସ୍ରାଏଲ ପୁତ୍ରଗଣର ନାମ ସକଳ ଆପଣା ହୃଦୟ ଉପରେ ବହନ କରିବ। 30 ସେହି ବିଗ୍ଭରାର୍ଥକ ବୁକୁପଟାରେ ତୁମ୍ଭେ ଊରୀମ୍ ଓ ତୁମ୍ମୀମ୍ (ଦୀପ୍ତି ଓ ସିଦ୍ଧି) ରଖିବ। ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ। ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି ହାରୋଣ ସଦାପ୍ରଭୁଙ୍କ ଛାମୁରେ ପ୍ରତ୍ୟେକ ଦିନ ଇସ୍ରାଏଲ ସନ୍ତାନଗଣର ବିଗ୍ଭର ଆପଣା ହୃଦୟ ଉପରେ ବହିବ।
ଯାଜକମାନଙ୍କ ପାଇଁ ଅନ୍ୟାନ୍ୟ ସମସ୍ତ ବସ୍ତ୍ର
31 “ଏଫୋଦ ନିମନ୍ତେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣରେ ଗ୍ଭେଗା ତିଆରି କର। 32 ଏହାର ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣା କର୍ମ ହେବ। ତହିଁରେ ତାହା ଛିଣ୍ଡି ଯିବ ନାହିଁ। 33 ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣର ଡାଳିମ୍ବ କରିବ। ଆଉ ଗ୍ଭରି ଦିଗରେ ତହିଁ ମଧ୍ୟରେ ସ୍ୱର୍ଣ୍ଣଘଣ୍ଟି ରହିବ। 34 ସେହି ଗ୍ଭେଗାର ଅଞ୍ଚଳର ଚତୁର୍ଦ୍ଦିଗରେ ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ, ପୁଣି ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ। 35 ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ। ଯେଉଁଥିରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ପ୍ରସ୍ଥାନ କରିବ, ସେତେବେଳେ ଘଣ୍ଟି ଶବ୍ଦ ଶୁଣାଯିବ। ଏହି ପ୍ରକାରେ ହାରୋଣ ମରିବ ନାହିଁ।
36 “ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ ଛୋଟ ମୋହରରେ ଖୋଦିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। 37 ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୁତ୍ରରେ ବନ୍ଦ କରି ପାଗର ସମ୍ମୁଖରେ ରଖିବ। 38 ଏହା ହାରୋଣର କପାଳ ଉପରେ ରହିବ। ଇସ୍ରାଏଲୀୟମାନେ ଉତ୍ସର୍ଗ କରୁଥିବା ପବିତ୍ର ଉପହାର ପାଇଁ ହାରୋଣ ଦାୟୀ ହେବ। ଏହା ସର୍ବଦା ତା’ର କପାଳରେ ରହିବ, ଯାହା ଫଳରେ ସେହି ଉପହାରଟି ସଦାପ୍ରଭୁଙ୍କର ଗ୍ରହଣୀୟ ହେବ।
39 “ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ରରେ ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚୀକର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ। 40 ହାରୋଣର ପୁତ୍ରଗଣଙ୍କ ନିମନ୍ତେ ଗ୍ଭେଗା, କଟିବନ୍ଧନ ଓ ପଗଡ଼ି ପ୍ରସ୍ତୁତ କର। ଏହି ବସ୍ତ୍ରଗୁଡ଼ିକ ସେମାନଙ୍କୁ ଗୌରବ ଓ ସୌନ୍ଦର୍ଯ୍ୟ ଦେବ। 41 ପୁଣି ତୁମ୍ଭର ଭ୍ରାତା ହାରୋଣକୁ ଓ ତା’ର ପୁତ୍ରଗଣକୁ ସେହିସବୁ ବସ୍ତ୍ର ପରିଧାନ କରାଅ। ତା’ପରେ ସେମାନଙ୍କୁ ଅଭିଷିକ୍ତ କର ଓ ଧର୍ମ ସମ୍ପ୍ରଦାୟଭୁକ୍ତ କର, ତା’ପରେ ସେମାନଙ୍କୁ ଯାଜକ ରୂପେ ମୋର ସେବା କରିବା ପାଇଁ ଛାଡ଼ିଦିଅ।
42 “ସେମାନଙ୍କର ଉଲଗ୍ନତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ତିଆରି କର। 43 ଏବଂ ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ କିମ୍ବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ଯଜ୍ଞବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଏହି ବସ୍ତ୍ର ପରିଧାନ କରିବା ଉଚିତ୍, ତାହାହେଲେ ସେମାନେ ଦୋଷୀ ହେବେ ନାହିଁ ଓ ମୃତ୍ୟୁବରଣ କରିବେ ନାହିଁ। ସବୁ ସମୟରେ ସେମାନେ ଯାଜକ ରୂପେ କାର୍ଯ୍ୟ କରନ୍ତୁ ଏହା ହାରୋଣର ଓ ତାହାର ଭବିଷ୍ୟଦ୍ ବଂଶଧର ପାଇଁ ଅନନ୍ତକାଳୀନ ବିଧି ଅଟେ।
ଯୀଶୁ ରାଜାଭାବରେ ଯିରୁଶାଲମରେ ପ୍ରବେଶ କଲେ(A)
21 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ପାଖାପାଖି ଆସି ଯାଇଥିଲେ। ସେମାନେ ପ୍ରଥମେ ଜୀତପର୍ବତ ପାଖ ବୈଥ୍ଫାଗୀଠାରେ ଅଟକିଲେ। 2 ଯୀଶୁ ଦୁଇଜଣ ଶିଷ୍ୟଙ୍କୁ ଗାଁକୁ ପଠାଇଲେ। ସେ କହିଲେ, “ତୁମ୍ଭେ ଠିକ୍ ସାମନାରେ ଥିବା ଗାଁକୁ ଯାଅ। ସେଠାରେ ପହଞ୍ଚିବା ପରେ ତୁମ୍ଭେ ଗୋଟିଏ ମାଇ ଗଧ ବନ୍ଧା ହୋଇଥିବାର ଦେଖିବ। ତା’ ସହିତ ଗୋଟିଏ ଗଧଛୁଆ ମଧ୍ୟ ସେଠାରେ ଥିବ। ସେମାନଙ୍କୁ ଖୋଲିଦେବ, ଓ ସେମାନଙ୍କୁ ମୋ’ ପାଖକୁ ନେଇ ଆସିବ। 3 ଯଦି ତୁମ୍ଭକୁ କେହି ଲୋକ ପଗ୍ଭରେ ଯେ, ତୁମ୍ଭେମାନେ କାହିଁକି ଗଧ ଦୁହିଁଙ୍କୁ ନେଇ ଯାଉଛ, ତେବେ ତୁମ୍ଭେ କହିବ ‘ଏଗୁଡ଼ିକ ପ୍ରଭୁଙ୍କର ଦରକାର। ପରେ ସେ ସେମାନଙ୍କୁ ସଙ୍ଗେ ସଙ୍ଗେ ପଠାଇଦେବେ।’”
4 ଭବିଷ୍ୟଦ୍ବକ୍ତା ଯାହା କହିଥିଲେ, ତାହା ସଫଳ ହେବା ପାଇଁ ଏସବୁ ଘଟିଲା। ଭବିଷ୍ୟଦ୍ବକ୍ତା କହିଥିଲେ:
5 “ସିୟୋନ ନଗରୀକୁ କୁହ:
‘ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି।
ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚଢ଼ି ଆସୁଛନ୍ତି।
ହଁ, ଗୋଟିଏ ଗଧଛୁଆ ଉପରେ ଚଢ଼ିଛନ୍ତି,
ସେହି ଛୁଆଟି ଏକ ସ୍ତନ୍ୟପାୟୀ ଗଧରୁ ଜନ୍ମ ହୋଇଛି।’” (B)
6 ଶିଷ୍ୟମାନେ ଗ୍ଭଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସେମାନେ କାମ କଲେ। 7 ସେମାନେ ମାଈ ଗଧ ଓ ଗଧଛୁଆକୁ ନେଇ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସେହି ଲୁଗା ଉପରେ ବସିଲେ। 8 ଯୀଶୁ ଯିରୁଶାଲମ ରାସ୍ତାରେ ଯାତ୍ରା କଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କର ଲୁଗା ରାସ୍ତାରେ ବିଛେଇ ଦେଲେ। ଆଉ କେତେକ ଲୋକ ଗଛରୁ ଡାଳ ସବୁ କାଟି ରାସ୍ତାରେ ବିଛାଇ ଦେଲେ। 9 ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:
ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।”
10 ଯୀଶୁ ଯେତେବେଳେ ଯିରୁଶାଲମରେ ପ୍ରବେଶ କଲେ, “ସେତେବେଳେ ସାରା ନଗରରେ ଚହଳ ପଡ଼ିଗଲା। ଲୋକେ ପଗ୍ଭରିଲେ, “ଏ ଲୋକଟି କିଏ?”
11 ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକେ କହିଲେ, “ଏ ହେଉଛନ୍ତି ଭବିଷ୍ୟଦ୍ବକ୍ତା ଯୀଶୁ। ସେ ଗାଲିଲୀ ପ୍ରଦେଶର ନାଜରିତ ସହରରୁ ଆସିଛନ୍ତି।”
ଯୀଶୁ ମନ୍ଦିରକୁ ଗଲେ(D)
12 ଯୀଶୁ ମନ୍ଦିର ପରିସରରେ ପ୍ରବେଶ କଲେ। ସେଠାରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼େଇ ଦେଲେ। ସେ ମୁଦ୍ରା ବ୍ୟବସାୟୀଙ୍କ ମେଜ ଓ କାପ୍ତା ବ୍ୟବସାୟୀଙ୍କ ଆସନ ଓଲଟେଇ ଦେଲେ। 13 ଯୀଶୁ ସେମାନଙ୍କୁ କହିଲେ, “ଶାସ୍ତ୍ରରେ ଏ କଥା ଲେଖାଅଛି, ‘ମୋ’ ଘର ପ୍ରାର୍ଥନା ଘର ବୋଲି କୁହାଯିବ।’ [b] କିନ୍ତୁ ତୁମ୍ଭେମାନେ ଏହାକୁ ଡକାୟତଙ୍କ ଆଡ୍ଡ଼ା ସ୍ଥଳି କରି ଦେଇଛ।” [c]
14 ମନ୍ଦିରରେ କେତେକ ଅନ୍ଧ ଓ କେତେକ ଛୋଟା ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 15 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କ ଏ ବିସ୍ମୟ ଜନକ କାମ ଦେଖିଲେ। ମନ୍ଦିର ପରିସରରେ ପିଲାମାନେ ପାଟି କରି ଯୀଶୁଙ୍କ ମହିମା ଗାନ କରୁଥିବାର ସେମାନେ ଶୁଣିଲେ। ପିଲାମାନେ କହୁଥିଲେ, “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର।” ଏସବୁ ଘଟଣାରେ ଯାଜକ ଓ ଧର୍ମଶାସ୍ତ୍ରୀମାନେ ରାଗିଗଲେ।
16 ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ପିଲାମାନେ କ’ଣ କହୁଛନ୍ତି, ତୁମ୍ଭେ କ’ଣ ତାହା ଶୁଣି ପାରୁଛ?”
ଯୀଶୁ ଉତ୍ତର ଦେଲେ, “ହଁ ଶୁଣି ପାରୁଛି। ଧର୍ମଶାସ୍ତ୍ର କହେ, ‘ତୁମ୍ଭେ ବାଳକ ଓ ଶିଶୁଙ୍କୁ ପ୍ରଶଂସା ଗାନ କରିବା ପାଇଁ ଶିଖେଇଛ।’ [d] ଏ କଥା କ’ଣ ତୁମ୍ଭେ ଧର୍ମଶାସ୍ତ୍ରରେ ପଢ଼ି ନାହଁ?”
17 ତା’ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଗ୍ଭଲିଗଲେ। ସେ ବେଥନୀୟାକୁ ଗ୍ଭଲିଗଲେ ଓ ସେଠାରେ ରାତିଟି କଟାଇଲେ।
ଯୀଶୁ ବିଶ୍ୱାସର ଶକ୍ତି ପ୍ରକାଶ କଲେ(E)
18 ତା’ ପରଦିନ ଅତି ସକାଳୁ ଯୀଶୁ ଯିରୁଶାଲମ ନଗରକୁ ଫେରୁଥିଲେ। ତାହାଙ୍କୁ ଭୋକ ଲାଗିଲା। 19 ରାସ୍ତା କଡ଼ରେ ସେ ଗୋଟିଏ ଡିମିରିଗଛ ଦେଖିଲେ। ସେ ଗଛ ପାଖକୁ ଗଲେ, ଗଛରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, “ଆଉ ଏଣିକି ତୋ’ଠାରେ ଫଳ ଆସିବ ନାହିଁ।” ସଙ୍ଗେ ସଙ୍ଗେ ଡିମିରିଗଛଟି ଶୁଖି ମରିଗଲା।
20 ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏତେ ଶୀଘ୍ର ଡିମିରିଗଛଟି କିପରି ଶୁଖି ମରିଗଲା?”
21 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି ତୁମ୍ଭର ବିଶ୍ୱାସ ଥିବ ଓ କୌଣସି ସନ୍ଦେହ ନ ଥିବ ତେବେ ମୁଁ ଏ ଗଛଟିକୁ ଯାହା କଲି, ତୁମ୍ଭେମାନେ ମଧ୍ୟ ଠିକ୍ ସେହିପରି କରି ପାରିବ। ତୁମ୍ଭେମାନେ ମଧ୍ୟ ଅନେକ ଅଧିକ କାମ କରି ପାରିବ। ତୁମ୍ଭେମାନେ ଏ ପର୍ବତକୁ କହିପାରିବ, ‘ହେ ପର୍ବତ, ଏଠାରୁ ଯାଅ ଓ ସମୁଦ୍ରରେ ପଡ଼।’ ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଏହା ଘଟିବ। 22 ତୁମ୍ଭେମାନେ ଯାହାକିଛି ପ୍ରାର୍ଥନାରେ ମାଗିବ, ତାହା ପାଇବ।”
2010 by World Bible Translation Center