Old/New Testament
ବଳିଦାନ ଓ ନୈବେଦ୍ୟ
1 ସଦାପ୍ରଭୁ ପରମେଶ୍ୱର ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ, 2 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରେ, ତେବେ ସେ ନିଜ ପାଳିତ ଗୋରୁ, ମେଷ କିମ୍ବା ଛେଳି ଉତ୍ସର୍ଗ କରୁ।
3 “ସେ ଯଦି ନିଜ ଗୋଠରୁ ଗାଈ ହୋମବଳି ରୂପେ ଉତ୍ସର୍ଗ କରେ, ତେବେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରି ହୋଇଥିବ ଓ ସେ ତାକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ୱାରା ଗୃହୀତ ହେବ। 4 ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ।
5 “ତା’ପରେ ସେ ଗୋଟିଏ ଯୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ-ତମ୍ବୁର ଦ୍ୱାର ନିକଟସ୍ଥ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। 6 ପୁଣି ସେ ଯାଜକ ସେହି ବଳିର ଚର୍ମ ଉତାରିବେ ଓ ସେ ମାଂସ କାଟି ଖଣ୍ଡ ଖଣ୍ଡ କରିବେ। 7 ଅନନ୍ତର ଯାଜକ ହାରୋଣଙ୍କ ପୁତ୍ରଗଣ ସେହି ଯଜ୍ଞବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଠ ସଜାଇବେ। 8 ପୁଣି ଯାଜକ ହାରୋଣର ପୁତ୍ର ଯାଜକମାନେ ଯଜ୍ଞବେଦି ଉପରିସ୍ଥ ଅଗ୍ନି ଉପରେ ଥିବା କାଠ ଉପରେ ସେହି ଖଣ୍ଡ ସକଳ, ମସ୍ତକ ଓ ମେଦ ରଖିବେ। 9 ମାତ୍ର ସେହି ଯାଜକ ଅନ୍ତ ଅଂଶ ଓ ଗୋଡ଼ ଜଳରେ ଧୌତ କରିବେ ତା’ପରେ ଯାଜକ ଯଜ୍ଞବେଦି ଉପରେ ତାକୁ ଦଗ୍ଧ କରିବେ ଓ ତାହା ଗୋଟିଏ ହୋମବଳି ହେବ। ଏବଂ ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ହେବ।
10 “ଯଦି ସେ ମେଷ କିମ୍ବା ଛାଗ ଆପଣା ପଲରୁ ହୋମବଳି ଉତ୍ସର୍ଗ କରେ, ତେବେ ତାହା ନିଖୁଣ ପୁଂପଶୁ ହୋଇଥିବ। 11 ପୁଣି ସେ ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ। ତା’ପରେ ଯାଜକ ହାରୋଣର ପୁତ୍ରମାନେ ଯଜ୍ଞବେଦିର ଚତୁର୍ଦ୍ଦିଗରେ ତାହାର ରକ୍ତ ସିଞ୍ଚନ କରିବେ। 12 ତା’ପରେ ସେ ଯାଜକ ତା’ର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରି ଯଜ୍ଞବେଦି ଉପରିସ୍ଥ ଅଗ୍ନି ଓ କାଠ ଉପରେ ତାହା ସଜାଇ ରଖିବ। 13 ମାତ୍ର ସେ ତା’ର ଅନ୍ତ୍ର ଅଂଶ ଓ ଗୋଡ଼ ଜଳରେ ଧୌତ କରିବ। ତା’ପରେ ଯାଜକ ସମ୍ପୂର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ଯଜ୍ଞବେଦି ଉପରେ ଦଗ୍ଧ କରିବ। ତାହା ହେବ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନୈବେଦ୍ୟ।
14 “ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ପକ୍ଷୀ ବଳି ଉତ୍ସର୍ଗ କରିବ, ତେବେ ତାହା କପୋତ କିମ୍ବା ପାରା ଶାବକ ହୋଇଥିବ। 15 ତହୁଁ ଯାଜକ ତାକୁ ଯଜ୍ଞବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ଯଜ୍ଞବେଦି ଉପରେ ଦଗ୍ଧ କରିବ। ଆଉ ତା’ର ରକ୍ତ ଯଜ୍ଞବେଦି ପାର୍ଶ୍ୱରେ ନିଗାଡ଼ିବ। 16 ସେହି ଯାଜକ ସେ ପକ୍ଷୀର ଖାଦ୍ୟ-ନଳୀ, ମଳ ଓ ପର ନେଇ ପୂର୍ବପାର୍ଶ୍ୱସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ। 17 ତା’ପରେ ସେ ଯାଜକ ତା’ର ଦୁଇ ପକ୍ଷକୁ ଚିରିବ ମାତ୍ର ତାକୁ ଦୁଇ ଖଣ୍ଡ କରିବ ନାହିଁ। ତା’ପରେ ଯାଜକ ଏହାକୁ ସମ୍ପୂର୍ଣ୍ଣଭାବରେ ବେଦିରେ ଥିବା ଅଗ୍ନିକାଠ ମଧ୍ୟରେ ଦଗ୍ଧ କରିବ। ଏହି ହୋମବଳି ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ହେବ।
ଶସ୍ୟ ନୈବେଦ୍ୟ
2 “ଆଉ କେହି ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଶସ୍ୟ ନୈବେଦ୍ୟ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦାରେ ନୈବେଦ୍ୟ ହେବ। ପୁଣି ସେଥିରେ ସେ ତୈଳ ଢାଳିବ ଓ ତା’ଉପରେ ଲୋବାନି ରଖିବ। 2 ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କର୍ପୂର ନେବ। ତା’ପରେ ଯାଜକ ଏହି ସ୍ମାରକ ଅଂଶ ଯଜ୍ଞବେଦି ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଅଟେ। 3 ଏହି ଶସ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆଯାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।
ପକ୍ୱ ଶସ୍ୟ ନୈବେଦ୍ୟ
4 “ଆଉ ଯଦି କେହି ତୁନ୍ଦୁରରେ ପକ୍ୱ କରି ଶସ୍ୟ-ନୈବେଦ୍ୟ ଦିଏ, ତେବେ ତାହା ତାଡ଼ିଶୂନ୍ୟ ରୋଟୀ ଓ ତୈଳରେ ଛଣା ଯାଇଥିବା ସରୁ ମଇଦାର ପିଠା କିମ୍ବା ତୈଳାକ୍ତ ସରୁଚକୁଳୀ ହେବ। 5 ପୁଣି ଯଦି ନୈବେଦ୍ୟ କରେଇରେ ସେକା ହୋଇଥିବା ପିଠା ହୁଏ, ତେବେ ଏହା ନିଶ୍ଚିତ ତାଡ଼ିଶୂନ୍ୟ ସରୁ ମଇଦାରୁ ତିଆରି ହୋଇ ତୈଳରେ ଭଜା ହୋଇ ତିଆରି ହୋଇଥିବ। 6 ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତା’ଉପରେ ତୈଳ ଢାଳିବ, ତାହା ହିଁ ଶସ୍ୟ ନୈବେଦ୍ୟ ହେବ। 7 ଯଦି ତୁମ୍ଭେ କରେଇରେ ରୋଷେଇ ହୋଇ ଶେକା ଯାଇଥିବା ଶସ୍ୟ ଦିଅ, ତେବେ ତାହା ନିଶ୍ଚିତ ତେଲରେ ଭଜା ଯାଇଥିବ ଓ ସରୁ ମଇଦାରେ ହୋଇ କରେଇରେ ପରସା ଯାଇଥିବ।
8 “ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତି ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ଆଉ ତାହା ଯାଜକକୁ ଦେବ ଓ ଯାଜକ ତାକୁ ନେଇ ଯଜ୍ଞବେଦି ଉପରେ ରଖିବ। 9 ପୁଣି ଯାଜକ ସେହି ଭଜା ଶସ୍ୟରୁ କିଛି ଅଂଶ ନେବା ଉଚିତ୍ ଓ ଯଜ୍ଞବେଦି ଉପରେ ଏହି ସ୍ମରଣାର୍ଥକ ଅଂଶ ଦଗ୍ଧ କରିବା ଉଚିତ୍। ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ଅଟେ। 10 ସେହି ଶସ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହେବ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆଯାଏ ତାହା ମହାପବିତ୍ର ଅଟେ।
11 “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଶସ୍ୟ-ନୈବେଦ୍ୟ ଆଣିବ, ତାହା ତାଡ଼ିଶୂନ୍ୟ ହେବା ଉଚିତ୍। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ତାଡ଼ି କି ମଧୁ କେବେ ଦଗ୍ଧ କରିବା ଉଚିତ୍ ନୁହେଁ। 12 ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାଡ଼ି କି ମଧୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଶ୍ଚିତ ଉତ୍ସର୍ଗ କରିପାର, କିନ୍ତୁ ଏହା ସଦାପ୍ରଭୁଙ୍କୁ ଗୋଟିଏ ମଧୁର ସୁଗନ୍ଧି ଉପହାର ହେବ। ଏହାକୁ ଯଜ୍ଞବେଦି ଉପରକୁ ନିଆ ଯାଇ ପାରିବ ନାହିଁ। 13 ତୁମ୍ଭେ ସମସ୍ତ ଶସ୍ୟ ନୈବେଦ୍ୟରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ୱରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ୟ ନୈବେଦ୍ୟରେ ଦେବ। ଆଉ ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଏକ ଅଂଶ ହେବ।
ପ୍ରଥମଜାତ ଶସ୍ୟ ନୈବେଦ୍ୟ
14 “ପୁଣି ଯେବେ ତୁମ୍ଭେ ତୁମ୍ଭର ପ୍ରଥମଜାତ ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଶସ୍ୟ ନୈବେଦ୍ୟ ରୂପେ ଅଗ୍ନିରେ ଭଜା ତାଜା ଶସ୍ୟ ଉତ୍ସର୍ଗ କରିବ। 15 ପୁଣି ତାହା ଉପରେ ତୈଳ ଦେବ ଓ ଲୋବାନି ରଖିବ। ତାହା ଶସ୍ୟ ନୈବେଦ୍ୟ ହେବ। 16 ତା’ପରେ କିଛି ମର୍ଦ୍ଦିତ ଶସ୍ୟ, କିଛି ତୈଳ ଓ ସମସ୍ତ ଲୋବାନି ଗୋଟିଏ ସ୍ମରଣାର୍ଥକ ଅଂଶ ରୂପେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ପ୍ରତି ଗୋଟିଏ ଉପହାର ଅଟେ।
ମଙ୍ଗଳାର୍ଥକ ନୈବେଦ୍ୟ
3 “ଯେବେ କୌଣସି ବ୍ୟକ୍ତି ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରୁଥାଏ, ତେବେ ସେ ତା’ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍। 2 ପୁଣି ସେ ସମାଗମ-ତମ୍ବୁର ଦ୍ୱାର ଦେଶରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା’ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କରିବେ। 3 ସେ ମଙ୍ଗଳାର୍ଥକ ନୈବେଦ୍ୟର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ୍ର ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ ଉତ୍ସର୍ଗ କରିବ। 4 ସେ ଦୁଇ ଗୁରୁଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରପ୍ଳାବକ ନେବ। 5 ତହୁଁ ହାରୋଣର ପୁତ୍ରଗଣ ଯଜ୍ଞବେଦିରେ ଏହିସବୁ ସହିତ ଅଗ୍ନିକାଠରେ ଥିବା ହୋମବଳିକୁ ଦଗ୍ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ଅଟେ।
6 “ଯେବେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷ କିମ୍ବା ଛେଳି ମଧ୍ୟରୁ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ ତେବେ ସେ ନିଖୁଣ ଅଣ୍ଡିରା କିମ୍ବା ମାଈ ମେଷ ବା ଛେଳି ଉତ୍ସର୍ଗ କରିବ। 7 ଯଦି ସେ ନୈବେଦ୍ୟ ରୂପେ ମେଷ ଉତ୍ସର୍ଗ କରେ ତେବେ ସେ ନିଶ୍ଚିତ ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖକୁ ତାକୁ ଆଣିବ। 8 ପୁଣି ସେ ନିଜ ବଳିର ମସ୍ତକରେ ହାତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା’ପରେ ହାରୋଣର ପୁତ୍ରମାନେ ତା’ର ରକ୍ତକୁ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। 9 ଏହା ପରେ ସେହି ମଙ୍ଗଳାର୍ଥକ ନୈବେଦ୍ୟରୁ ଏକ ଅଂଶ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହେବ। ସେ ତା’ର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ, ମେରୁଦଣ୍ଡ ନିକଟରୁ କାଟି ନେବ। ସମସ୍ତ ମେଦ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡ଼ିକ ନୈବେଦ୍ୟ ହେବ। 10 ସେ ଦୁଇଟି ଗୁରୁଦା ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ, ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍। 11 ତତ୍ପରେ ଯାଜକ ସେସମସ୍ତ ନେଇ ବେଦି ଉପରେ ଦଗ୍ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କୁ ଏକ ଉପହାର ହେବ।
12 “ଆଉ ଯଦି କେହି ଛାଗ ନୈବେଦ୍ୟ କରେ, ତେବେ ସେ ତାକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। 13 ସେ ସେହି ଛାଗ ମସ୍ତକରେ ହାତ ରଖିବ ଓ ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା’ପରେ ହାରୋଣର ପୁତ୍ର ତା’ର ରକ୍ତ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। 14 ତା’ପରେ ସେ ସହଭାଗିତାର ନୈବେଦ୍ୟରୁ ଏକ ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଦେବ। ସେ ଅନ୍ତ ଆଚ୍ଛାଦକ ମେଦ ଓ ଅନ୍ତ ଉପରିସ୍ଥ ମେଦ ସବୁ ଉତ୍ସର୍ଗ କରିବ। 15 ସେ ଦୁଇଟି ଗୁରୁଦା, ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ ଏବଂ ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍। 16 ତା’ପରେ ଯାଜକ ଯଜ୍ଞବେଦି ଉପରେ ଏହିସବୁ ଦଗ୍ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର ଅଟେ। ମାତ୍ର ସମସ୍ତ ମେଦ ସଦାପ୍ରଭୁଙ୍କର। 17 ଏହି ବିଧି ପ୍ରତ୍ୟେକ ଗୃହରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ୟଦ୍ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀୟ ହେବ। ତୁମ୍ଭେମାନେ ଯେଉଁଠାରେ ରୁହ ନା କାହିଁକି ମେଦ କିମ୍ବା ରକ୍ତ ଭୋଜନ କରିବ ନାହିଁ।”
ମନ୍ଦିର ଧ୍ୱଂସ ବିଷୟରେ ଭବିଷ୍ୟଦ୍ବାଣୀ(A)
24 ଯୀଶୁ ମନ୍ଦିର ଛାଡ଼ି ବାହାରି ଆସିଲେ ଓ ଗ୍ଭଲି ଯାଉଥିଲେ। ସେହି ସମୟରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦେଖାଇବା ପାଇଁ ତାହାଙ୍କ ପାଖକୁ ଆସିଲେ। 2 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏହି ଭବନଗୁଡ଼ିକୁ ତୁମ୍ଭେମାନେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସବୁତକ ଭବନ ଧ୍ୱଂସ ହୋଇଯିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବ ନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼େଇ ହୋଇ ପଡ଼ିବ।”
3 ପରେ ଯେତେବେଳେ ଯୀଶୁ ଜୀତପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ୟମାନେ ସେ ଏକାନ୍ତରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କେବେ ଘଟିବ? କେଉଁ ସଙ୍କେତ ଦେଖାଇବ ଯେ ଆପଣଙ୍କ ପୁନର୍ବାର ଆସିବା ଓ ଜଗତର ଅନ୍ତ ହେବା ସମୟ ହେଲାଣି?”
4 ଯୀଶୁ ଉତ୍ତର ଦେଲେ, “ସାବଧାନ ହୁଅ! ତୁମ୍ଭମାନଙ୍କୁ ଯେପରି କେହି ପଥଭ୍ରଷ୍ଟ ନ କରେ। 5 ମୁଁ ତୁମ୍ଭମାନଙ୍କୁ ଏ କଥା ଏଥିପାଇଁ କହୁଛି ଯେ, ଅନେକ ଲୋକ ମୋ’ ନାମରେ ଆସିବେ ଓ କହିବେ ‘ମୁଁ ନିଜେ ଖ୍ରୀଷ୍ଟ,’ ଓ ସେମାନେ ଅନେକ ଲୋକଙ୍କୁ ପଥଭ୍ରଷ୍ଟ କରିବେ। 6 ତୁମ୍ଭେମାନେ ଯୁଦ୍ଧ ବିଷୟରେ ଓ ଯୁଦ୍ଧର ଗୁଜବ ବିଷୟରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। 7 ଗୋଟିଏ ଜାତି ଅନ୍ୟ ଜାତିର ବିରୁଦ୍ଧରେ ଓ ଗୋଟିଏ ରାଜ୍ୟ ଅନ୍ୟ ଗୋଟିଏ ରାଜ୍ୟ ବିରୁଦ୍ଧରେ ଠିଆ ହେବ। ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ ପଡ଼ିବ ଓ ଭୂମିକମ୍ପ ହେବ। 8 କିନ୍ତୁ ଏ ଘଟଣାଗୁଡ଼ିକ କେବଳ ପ୍ରଥମ ପ୍ରସବବେଦନା ଭଳି ହେବ।
9 “ସେତେବେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ୟବହାର କରିବେ। ସେମାନେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଧରାଇ ଦେବେ। ସେମାନେ ତୁମ୍ଭମାନଙ୍କୁ ମାରିଦେବେ। ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। 10 ସେତେବେଳେ ଅନେକ ବିଶ୍ୱାସୀ ଲୋକ ବିଶ୍ୱାସ ହରେଇ ବସିବେ। ସେମାନେ ପରସ୍ପରର ବିରୋଧୀ ହେବେ ଓ ପରସ୍ପରକୁ ଘୃଣା କରିବେ। 11 ଅନେକ ଭଣ୍ଡ ଭବିଷ୍ୟଦ୍ବକ୍ତା ବାହାରିବେ। ସେମାନେ ଅନେକ ଲୋକଙ୍କୁ ଠକିବେ, ଓ ସେମାନଙ୍କ କଥାରେ ପଡ଼ି ଅନେକ ଲୋକ ଭୁଲ୍ କଥାରେ ବିଶ୍ୱାସ କରିବେ। 12 ସଂସାରରେ ମନ୍ଦ ବଢ଼ି ବଢ଼ି ଗ୍ଭଲିବ। ଅଧିକାଂଶ ବିଶ୍ୱାସୀ ଲୋକଙ୍କର ପରମେଶ୍ୱରଙ୍କ ପ୍ରେମ ଲୋପ ପାଇଯିବ। 13 କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ। 14 ଈଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ସାରା ଜଗତରେ ପ୍ରଗ୍ଭରିତ ହେବ। ସମସ୍ତ ଦେଶର ଲୋକମାନେ ଏହା ଶୁଣିବେ। ତା’ପରେ ଅନ୍ତକାଳ ଆସିବ।
15 “ଭବିଷ୍ୟଦ୍ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’ [a] ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।) 16 “ସେତେବେଳେ ଯିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳେଇଯିବା ଉଚିତ୍। 17 ସେତେବେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। ସେତେବେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲେଇ ନ ଆସୁ। 18 ଜମିରେ ଥିବା ବ୍ୟକ୍ତି ନିଜର ଗ୍ଭଦର ଆଣିବାକୁ ଫେରି ନ ଯାଉ।
19 “ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳରେ ଶିଶୁଟିଏ ଥିବ ସେମାନେ ଏହି ସମୟରେ ବହୁତ କଷ୍ଟ ଭୋଗିବେ। 20 କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମ ଦିବସ [b]ରେ ଏଗୁଡ଼ିକ ନ ଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନ ପଡ଼େ। 21 କାରଣ ସେତେବେଳେ ଏତେ ଅଧିକ ବିପଦ ଆସିବ ଯେ ସେଭଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ ଆସି ନାହିଁ କି ଭବିଷ୍ୟତରେ ଆସିବ ନାହିଁ।
22 “ପରମେଶ୍ୱର ଏହି ବିପଦପୂର୍ଣ୍ଣ ସମୟକୁ କମେଇ ଦେବାକୁ ସ୍ଥିର କରିଛନ୍ତି, ନ ହେଲେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟକୁ କମେଇ ଦେଇଛନ୍ତି।
23 “ସେହି ସମୟରେ କେତେକ ଲୋକ ତୁମ୍ଭକୁ କହିପାରନ୍ତି ‘ଦେଖ, ଖ୍ରୀଷ୍ଟ ଏଠାରେ ଅଛନ୍ତି’ କି ‘ଖ୍ରୀଷ୍ଟ ସେଠାରେ ଅଛନ୍ତି।’ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 24 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ। 25 ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି।
26 “କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 27 ଆକାଶରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସେହିଭଳି ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ। 28 ଯେଉଁ ସ୍ଥାନରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହୋଇଥିବାର ଦେଖ, ତୁମ୍ଭେ ସହଜରେ ଜାଣିପାର ଯେ ସେହି ସ୍ଥାନରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସେହିଭଳି ମୋର ଆସିବା ଦିନ ଏହି ପ୍ରକାର ହେବ।
2010 by World Bible Translation Center