Old/New Testament
ଦେହରେ ପ୍ରମେହ ରୋଗର ବିଧି
15 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ମଧ୍ୟ କହିଲେ, 2 “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଯଦି କୌଣସି ପୁରୁଷର ଲିଙ୍ଗରୁ ଧାତୁ କ୍ଷରିତ ହୁଏ, ସେ ଅଶୁଚି ଘୋଷିତ ହେବା ଉଚିତ୍। 3 କ୍ଷରଣ ଗ୍ଭଲିଥାଉ କିମ୍ବା ବନ୍ଦ ହୋଇଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।
4 “ପ୍ରମେହ ରୋଗୀ ଯେଉଁ ଶଯ୍ୟାରେ ଶୟନ କରେ ତାହା ଅଶୁଚି ଅଟେ। ଆଉ ସେ ଯେଉଁସବୁ ପଦାର୍ଥ ଉପରେ ବସିବ ତାହା ମଧ୍ୟ ଅଶୁଚି ହେବ। 5 ଯଦି କୌଣସି ବ୍ୟକ୍ତି ସେହି ବ୍ୟକ୍ତିର ବିଛଣାକୁ ଛୁଏଁ, ତେବେ ସେ ତା’ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 6 ଆଉ ଯେକୌଣସି ବସ୍ତୁ ଉପରେ ସେହି କ୍ଷରଣକାରୀ ବସିଥାଏ, ଯଦି ସେହି ବସ୍ତୁ ଉପରେ ଯେକେହି ବସିବ ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ମଧ୍ୟ ଅଶୁଚି ରହିବ। 7 ଆଉ ଯଦି କେହି କ୍ଷରଣକାରୀଙ୍କୁ ଛୁଇଁବ ତେବେ ସେ ତା’ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 8 “କ୍ଷରଣକାରୀ ବ୍ୟକ୍ତି ଯଦି ଶୁଚି ଲୋକ ଉପରେ ଛେପ ପକାଏ ତେବେ ସେ ବ୍ୟକ୍ତି ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 9 କ୍ଷରଣକାରୀ ଯେଉଁ ଘୋଡ଼ାର ସାଜ ଉପରେ ବସେ ସେ ମଧ୍ୟ ଅଶୁଚି ହେବ। 10 ଆଉ ଯଦି କେହି ତାହାର ତଳସ୍ଥ କୌଣସି ବସ୍ତୁକୁ ଛୁଏଁ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ଯେକେହି ତାହା ବହନ କରିବ, ସେ ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 11 “ପୁଣି କ୍ଷରଣକାରୀ ନିଜର ହାତ ଜଳରେ ନ ଧୋଇ ଯଦି ଅନ୍ୟକୁ ଛୁଏଁ, ତେବେ ସେ ଛୁଇଁଥିବା ଲୋକ ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
12 “ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତେବେ ସେହି ପାତ୍ରକୁ ଭାଙ୍ଗି ଦିଆଯିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତେବେ ତାହା ଜଳରେ ଧୁଆଯିବା ଉଚିତ୍।
13 “କ୍ଷରଣକାରୀ ଯେତେବେଳେ ନିଜ କ୍ଷରଣ ସକାଶେ ଶୁଚି ହୁଏ, ସେତେବେଳେ ସେ ଶୌଚକ୍ରିୟା ନିମନ୍ତେ ସାତ ଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସ୍ରୋତ ଜଳରେ ସ୍ନାନ କରିବ। ତେବେ ସେ ଶୁଚି ହେବ। 14 ଅଷ୍ଟମ ଦିନରେ ସେହି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକକୁ ଅର୍ପଣ କରିବ। 15 ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଆଉ ସେହି ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ ହେବ। କାରଣ ତାଙ୍କର କ୍ଷରଣ ପାଇଁ।
16 “ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ସମସ୍ତ ଶରୀରକୁ ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 17 ଯଦି କୌଣସି ବସ୍ତ୍ରରେ କିମ୍ବା ଚର୍ମରେ ବୀର୍ଯ୍ୟପାତ ହୁଏ, ସେଗୁଡ଼ିକୁ ଜଳରେ ଧୌତ କରାଯିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ତାହା ଅଶୁଚି ରହିବ। 18 ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶୟନ କରେ ଓ ତା’ର କାର୍ଯ୍ୟ ସ୍ଖଳନ ଘଟେ, ତେବେ ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ।
19 “ଆଉ ଯଦି କୌଣସି ସ୍ତ୍ରୀର ରଜସ୍ୱଳା ହୁଏ ଓ ତା’ର ଦେହରୁ ରକ୍ତ କ୍ଷରିତ ହୁଏ, ତେବେ ସେ ସାତ ଦିନ ପର୍ଯ୍ୟନ୍ତ ଅଶୌଚ ରହିବ। ଯେକେହି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 20 ଆଉ ସେହି ସ୍ତ୍ରୀ ଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ରହିବ ଓ ଯାହା ଉପରେ ସେ ବସିବ ତାହା ମଧ୍ୟ ଅଶୁଚି ହେବ। 21 ଯଦି କୌଣସି ବ୍ୟକ୍ତି ତା’ର ଶଯ୍ୟା ଛୁଇଁବ ସେ ତା’ର ବସ୍ତ୍ର ଧୋଇବ ଓ ସେ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 22 ପୁଣି ଯେକେହି ତା’ର ବସିବା ଆସନରେ ବସିବ, ସେ ତା’ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ମଧ୍ୟ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 23 ଆଉ ତା’ର ଶଯ୍ୟା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
24 “ଯଦି ରଜସ୍ୱାଳା ସମୟରେ କୌଣସି ପୁରୁଷ ସେହି ସ୍ତ୍ରୀଲୋକ ସହିତ ଦୈହିକ ସମ୍ପର୍କ ରଖେ, ସେ ମଧ୍ୟ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ ତାହା ଅଶୁଚି ହେବ।
25 “ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡ଼ା ଯଦି କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲା ପରେ ଯଦି ରକ୍ତସ୍ରାବ ହୁଏ, ତେବେ ରକ୍ତସ୍ରାବ ହେଉଥିବ ପର୍ଯ୍ୟନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ। 26 ଯଦି ସେହି ରକ୍ତସ୍ରାବ ଗ୍ଭଲିଥିବା ସମୟରେ ସେ କୌଣସି ଶଯ୍ୟାରେ ଶୟନ କରେ, ତେବେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା’ ମଧ୍ୟ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ। 27 ପୁଣି ଯେକେହି ସେହିସବୁ ଜିନିଷ ଛୁଇଁବ, ସେ ଅଶୁଚି ହେବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 28 ପୁଣି ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆଉ ସାତ ଦିନ ଅପେକ୍ଷା କରିବ। ତା’ପରେ ସେ ଶୁଚି ହେବ। 29 ତା’ପରେ ଅଷ୍ଟମ ଦିନରେ ସେହି ସ୍ତ୍ରୀଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ-ତମ୍ବୁର ଦ୍ୱାର ନିକଟରେ ଯାଜକକୁ ଅର୍ପଣ କରିବ। 30 ତା’ପରେ ସେ ଯାଜକ ସେଥିମଧ୍ୟରୁ ଗୋଟିଏ ପକ୍ଷୀ ପାପାର୍ଥକ ବଳିରୂପେ ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସ୍ତ୍ରୀଲୋକଙ୍କୁ ପ୍ରାୟଶ୍ଚିତ କରାଇବ।
31 “ଏଣୁ ତୁମ୍ଭେ ଇସ୍ରାଏଲ ସନ୍ତନଗଣଙ୍କୁ ଅଶୁଚି ବିଷୟରେ ସତର୍କ କରିଦେବ। ଯଦି ତୁମ୍ଭେ ସେମାନଙ୍କୁ ବିଧି ବିଷୟରେ ନ ଜଣାଇବ, ତେବେ ସେମାନେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦେବେ। ଏଥିପାଇଁ ସେମାନେ ମୃତ୍ୟୁବରଣ କରିବେ।”
32 ଧାତୁ ସ୍ରାବ ଓ ବିର୍ଯ୍ୟ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହା ଦ୍ୱାରା ଅଶୁଚି ହୁଏ। 33 ପୁଣି ଏହିସବୁ ବିଧି ରଜସ୍ୱାଳା ନାରୀ, ବିର୍ଯ୍ୟ କ୍ଷରଣକାରୀ ପୁରୁଷ ଓ ସ୍ତ୍ରୀ ଏବଂ ରଜସ୍ୱଳା ନାରୀ ସହିତ ଶୟନ କରୁଥିବା ଲୋକମାନଙ୍କ ପାଇଁ ଲାଗୁ ହେବ।
ପ୍ରାୟଶ୍ଚିତ୍ତର ଦିନ
16 ସଦାପ୍ରଭୁଙ୍କୁ ସୁଗନ୍ଧି ଧୂପର ନୈବେଦ୍ୟ ଦେଲାବେଳେ ହାରୋଣଙ୍କ ଦୁଇ ପୁତ୍ର ମଲେ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦକ ସମ୍ମୁଖରେ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦେବା।
3 “ହାରୋଣ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପୂର୍ବରୁ ପ୍ରାୟଶ୍ଚିତର ଦିନ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଓ ହୋମବଳି ରୂପେ ଏକ ମେଷଛୁଆ ପ୍ରାୟଶ୍ଚିତ ଦିନ ଉତ୍ସର୍ଗ କରିବ। 4 ହାରୋଣ ଜଳରେ ନିଜର ଶରୀରକୁ ଧୌତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦେହରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟିବନ୍ଧନୀ କଟିରେ ବାନ୍ଧିବେ ଓ ଶୁଭ୍ର ପଗଡ଼ି ମୁଣ୍ଡରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।
5 “ପୁଣି ହାରୋଣ ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥକ ବଳି ପାଇଁ ଦୁଇଟି ଛାଗ ଓ ହୋମବଳି ପାଇଁ ଏକ ମେଷ ନେବ। 6 ତା’ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥିରେ ପ୍ରାୟଶ୍ଚିତ କରିବ।
7 “ତା’ପରେ ହାରୋଣ ଦୁଇଟି ଛାଗ ସମାଗମ-ତମ୍ବୁର ଦ୍ୱାର ଦେଶରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। 8 ପୁଣି ହରୋଣ ସେହି ଦୁଇ ଛାଗ ବିଷୟରେ ଗୁଲିବାଣ୍ଟ କରିବେ। ସେଥିରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ (ଅଜାଜେଲ) ନିମନ୍ତେ ହେବ।
9 “ପୁଣି ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ। 10 କିନ୍ତୁ ଗୁଲିବାଣ୍ଟ ଦ୍ୱାରା ଅଜାଜେଲ ନିମନ୍ତେ ସିଦ୍ଧାନ୍ତ କରାଯାଇଥିବା ଛାଗକୁ ସଦାପ୍ରଭୁଙ୍କ ସମ୍ମୁଖରେ ଜୀଅନ୍ତା ଛିଡ଼ା କରାଯିବ। ମରୁଭୂମିର ବାହାରକୁ ଅଜାଜେଲ ଏହି ଛାଗକୁ ପଠାଇବା ଦ୍ୱାରା ଲୋକମାନଙ୍କ ପାଇଁ ହାରୋଣ ପ୍ରାୟଶ୍ଚିତ କରିବ।
11 “ତା’ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲା, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାୟଶ୍ଚିତ କରିବ, ପୁଣି ନିଜ ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ। 12 ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଉହ୍ମେଇରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧିଧୂପ ନେଇ ବିଚ୍ଛେଦ ବସ୍ତ୍ରରେ ଭିତରକୁ ଯିବ। 13 ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେ ସୁଗନ୍ଧିଧୂପ ଦେବା ଉଚିତ୍। ତାହାଦ୍ୱାରା ନିୟମ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂଆଁର ବାଦଲ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ। 14 ତହୁଁ ସେ ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବଆଡ଼େ ଅଙ୍ଗୁଳିରେ ଛିଞ୍ଚିବ। ପୁଣି ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତଥର ସେହି ରକ୍ତ ଛିଞ୍ଚିବ।
15 “ଏହା ପରେ ହାରୋଣ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନେଇ କରିଥିଲା, ସେହିପରି ତାହାର ରକ୍ତ ନେଇ କରିବ। ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ। 16 ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ ଶୌଚ କରିବ। ଇସ୍ରାଏଲ ଲୋକମାନଙ୍କ ଅଶୌଚ ଓ ପାପ ପାଇଁ ସେ ପ୍ରାୟଶ୍ଚିତ କରିବ। ହାରୋଣ ସମାଗମ-ତମ୍ବୁ ପାଇଁ ସେହିପରି କରିବ, କାରଣ ଏହା ଅଶୌଚ ମଧ୍ୟରେ ସେମାନଙ୍କ ସହିତ ବାସ କରେ।
17 “ସେହି ସମୟରେ ହାରୋଣ ପ୍ରାୟଶ୍ଚିତ କରିବା ପାଇଁ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେ ନିଜ ପାଇଁ ନିଜ ଘର ପାଇଁ ଓ ଇସ୍ରାଏଲର ସମସ୍ତ ସମାଜ ପାଇଁ ଯେପର୍ଯ୍ୟନ୍ତ ପ୍ରାୟଶ୍ଚିତ କରି ନାହାନ୍ତି ସେପର୍ଯ୍ୟନ୍ତ ସମାଗମ-ତମ୍ବୁରେ କୌଣସି ମଣିଷ ରହିବେ ନାହିଁ। 18 ଆଉ ସେ ବାହାରକୁ ଆସି ସମ୍ମୁଖସ୍ଥିତ ଯଜ୍ଞବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ଗୋବତ୍ସ ଓ ଛାଗର କିଛି ରକ୍ତ ନେଇ ଯଜ୍ଞବେଦିର ଶୃଙ୍ଗ ଉପରେ ଗ୍ଭରିଆଡ଼େ ଦେବ। 19 ତା’ପରେ ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତଥର ଛିଞ୍ଚି ଅଶୁଚି ବେଦିକୁ ଶୁଦ୍ଧ କରିବ ଓ ଇସ୍ରାଏଲ ଲୋକମାନଙ୍କ ଅଶୌଚରୁ ତାହା ଶୁଚି କରିବ।
20 “ଏହି ପ୍ରକାରେ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ। 21 ପୁଣି ହାରୋଣ ସେହି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତରେ ତାହାକୁ ମରୁଭୂମିକୁ ପଠାଇ ଦେବ। 22 ତହୁଁ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ଆପଣା ମସ୍ତକରେ ବହନ କରି ସେହି ଜନଶୂନ୍ୟ ଦେଶକୁ ନେଇଯିବ। ତାକୁ ନେଇଥିବା ଲୋକଟି ସେହି ସ୍ଥାନରେ ସେ ଛାଗକୁ ଛାଡ଼ିଦେବ।
23 “ତା’ପରେ ହାରୋଣ ସମାଗମ-ତମ୍ବୁକୁ ଆସିବ। ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଯେଉଁ ଶଣବସ୍ତ୍ର ପରିଧାନ କରିଥିଲେ, ତାହାକୁ କାଢ଼ି ଦେବ। ସେ ସେଗୁଡ଼ିକୁ ସମାଗମ-ତମ୍ବୁରେ ଛାଡ଼ିଦେବ। 24 ତା’ପରେ ସେ କୌଣସି ପବିତ୍ର ସ୍ଥାନରେ ନିଜର ଶରୀରକୁ ଜଳରେ ଧୌତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହୋମବଳି ଓ ଲୋକମାନଙ୍କର ହୋମବଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ। 25 ଆଉ ସେ ପାପାର୍ଥକ ବଳିର ମେଦ ଯଜ୍ଞବେଦିରେ ଦଗ୍ଧ କରିବ।
26 “ପୁଣି ଯେଉଁ ଲୋକ ତ୍ୟାଗର (ଅଜାଜେଲରେ) ଛାଗକୁ ନେଇ ଛାଡ଼ିଥାଏ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍। ତା’ପରେ ଛାଉଣିରେ ପ୍ରବେଶ କରିବ।
27 “ଯେଉଁ ପାପାର୍ଥକ ବଳି ଗୋବତ୍ସ ଓ ଛାଗର ରକ୍ତ ମହାପବିତ୍ର ସ୍ଥାନକୁ ଅଣାଯାଇ ପ୍ରାୟଶ୍ଚିତ ହେବା ପାଇଁ ଥିଲା, ସେମାନଙ୍କର ଚର୍ମ, ମାଂସ ଓ ମଳ, ଲୋକମାନେ ଛାଉଣି ବାହାରକୁ ନେଇ ଅଗ୍ନିରେ ଦଗ୍ଧ କରିବେ। 28 ଯେଉଁ ଲୋକ ସେଗୁଡ଼ିକୁ ଦଗ୍ଧ କରିବ, ସେ ତା’ର ବସ୍ତ୍ର ଧୋଇବା ଉଚିତ୍ ଓ ତା’ର ସମସ୍ତ ଶରୀର ଜଳରେ ଭଲ ଭାଗରେ ଧୋଇବ ଏବଂ ତା’ପରେ କେବଳ ସେ ଛାଉଣିରେ ପ୍ରବେଶ କରିବ।
29 “ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହେବ। ସପ୍ତମ ମାସର ଦଶମ ଦିନରେ ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧ୍ୟରେ ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ। 30 କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ କରାଯିବ। ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ନିଜ ନିଜର ସକଳ ପାପରୁ ପରିଷ୍କୃତ ହେବ। 31 ଏହି ଦିନଟି ତୁମ୍ଭମାନଙ୍କ ପାଇଁ ମହାନ୍ ବିଶ୍ରାମ ଦିନ, ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା ଚିରନ୍ତନ ବିଧି।
32 “ପୁଣି ପିତା ବଦଳରେ ଯେଉଁ ପୁତ୍ର ମହାଯାଜକତ୍ୱ ପଦରେ ଅଭିଷିକ୍ତ ଓ ନିଯୁକ୍ତ ହେବ, ସେହି ମହାଯାଜକ ପ୍ରାୟଶ୍ଚିତ କରିବ। ଆଉ ସେ ଶୁଭ୍ରବସ୍ତ୍ର ଅର୍ଥାତ୍ ପବିତ୍ର ବସ୍ତ୍ରସବୁ ପିନ୍ଧିବ। 33 ଆଉ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରିବ। ଆଉ ମଧ୍ୟ ସେ ଯାଜକଗଣ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ କରିବ। 34 ପୁଣି ଇସ୍ରାଏଲ ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।”
ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।
ରାଜ୍ୟପାଳ ପୀଲାତଙ୍କ ଆଗରେ ଯୀଶୁଙ୍କୁ ହାଜର କରାଗଲା(A)
27 ତା’ ପରଦିନ ଅତି ସକାଳୁ ସମସ୍ତ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବା ପାଇଁ ଯୋଜନା କଲେ। 2 ସେମାନେ ଯୀଶୁଙ୍କୁ ବାନ୍ଧି ପକାଇଲେ। ତା’ପରେ ତାହାଙ୍କୁ ରାଜ୍ୟପାଳ ପୀଲାତଙ୍କ ପାଖକୁ ନେଇଗଲେ, ଓ ତାହାଙ୍କ ହାତରେ ଯୀଶୁଙ୍କୁ ଦେଇଦେଲେ।
ଯିହୂଦାଙ୍କ ଆତ୍ମହତ୍ୟା(B)
3 ଯିହୂଦା ଦେଖିଲା ଯେ, ସେମାନେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ଯିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତ୍ରୁମାନଙ୍କ ହାତରେ ଦେଇ ଦେଇଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନଙ୍କୁ ସେହି ତିରିଶ୍ଟି ରୌପ୍ୟମୁଦ୍ରା ଫେରାଇଦେଲୋ। 4 ସେ କହିଲା, “ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦେବା ପାଇଁ ତୁମ୍ଭ ହାତରେ ଧରେଇ ଦେଇଛି।”
ଯିହୂଦୀ ନେତାମାନେ କହିଲେ, “ଏଥିରେ ଆମ୍ଭର କିଛି ଯାଏ ଆସେ ନାହିଁ। ତୁମ୍ଭ କଥା ତୁମ୍ଭେ ବୁଝ।”
5 “ଯିହୂଦା ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଫିଙ୍ଗିଦେଲା। ତା’ପରେ ସେହି ଜାଗା ଛାଡ଼ି ଯିହୂଦା ଗ୍ଭଲିଗଲା ଓ ନିଜକୁ ଫାଶି ଦେଲା।
6 ପ୍ରଧାନଯାଜକମାନେ ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଗୋଟାଇ ନେଲେ। ସେମାନେ କହିଲେ, “ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହେବ। କାରଣ ଏ ଟଙ୍କା ଜଣକର ମୃତ୍ୟୁ ପାଇଁ ଦିଆଯାଇଛି।” 7 ବାହାରୁ ଯିରୁଶାଲମକୁ ଭ୍ରମଣରେ ଆସୁଥିବା ଲୋକମାନଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ସମାଧି ଦେବା ନିମନ୍ତେ ସେମାନେ ଏ ଟଙ୍କାରେ ‘କୁମ୍ଭାର ଜମି’ ନାମରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ। 8 ତେଣୁ ଏବେ ସୁଦ୍ଧା ଏହି ଜମିଟିକୁ ରକ୍ତକ୍ଷେତ୍ର ବୋଲି କୁହାଯାଉଛି। 9 ଏଭଳି ଭାବରେ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ବାଣୀ ସଫଳ ହେଲା। ଯିରିମିୟ କହିଥିଲେ,
“ସେମାନେ ତିରିଶ୍ଟି ରୂପାଟଙ୍କା ନେଲେ। ସେତିକି ଟଙ୍କା ଇସ୍ରାଏଲର ଲୋକେ ତାହାଙ୍କର ଜୀବନର ମୂଲ୍ୟସ୍ୱରୂପ ଦେବାକୁ ସ୍ଥିର କରିଥିଲେ। 10 ପ୍ରଭୁ ମୋତେ ଦେଇଥିବା ଆଦେଶ ଅନୁସାରେ ସେମାନେ ସେହି ଟଙ୍କାରେ କୁମ୍ଭାର ଜମି ଖଣ୍ଡିକ କିଣିଲେ।” [a]
ଯୀଶୁଙ୍କୁ ପୀଲାତଙ୍କର ପ୍ରଶ୍ନ(C)
11 ଏହି ସମୟରେ ଯୀଶୁ ରାଜ୍ୟପାଳ ପୀଲାତ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ, “ହଁ।”
12 କିନ୍ତୁ ଯେତେବେଳେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ତାହାଙ୍କୁ ଅଭିଯୁକ୍ତ କଲେ ସେ କିଛି ଉତ୍ତର ଦେଲେ ନାହିଁ।
13 ତେଣୁ ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ସେମାନେ ତୁମ୍ଭ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉ ନାହଁ?”
14 କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦେବାକୁ ମନାକଲେ। ଏଥିରେ ପୀଲାତ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ।
ପୀଲାତ ଚେଷ୍ଟା କରିବା ସତ୍ତ୍ୱେ ଯୀଶୁଙ୍କୁ ମୁକ୍ତ କରିବାରେ ଅସଫଳ ହେଲେ(D)
15 ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ଅବସରରେ ରାଜ୍ୟପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକକୁ ମୁକ୍ତ କରିବାକୁ ଗ୍ଭହୁଁଥିଲେ, କେବଳ ସେହି ଲୋକକୁ ମୁକ୍ତ କରାଯାଉଥିଲା। 16 ସେହି ସମୟରେ ବାରବ୍ବା [b] ନାମରେ ଜଣେ କୁଖ୍ୟାତ ବନ୍ଦୀ ଥିଲା।
17 ତେଣୁ ଯେତେବେଳେ ସବୁଲୋକେ ଏକାଠି ଜମା ହେଲେ, ସେତେବେଳେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାରବ୍ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଗ୍ଭହୁଁଛ?” 18 ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି।
19 ପୀଲାତ ବିଗ୍ଭରମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: “ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ। ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।”
20 କିନ୍ତୁ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ବାରବ୍ବାଙ୍କୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ।
21 ରାଜ୍ୟପାଳ ପୀଲାତ ପଗ୍ଭରିଲେ, “ବାରବ୍ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଗ୍ଭହୁଁଛ?”
ସେମାନେ କହିଲେ, “ବାରବ୍ବା।”
22 ତା’ପରେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ’ଣ କରିବି?”
ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
23 ପୀଲାତ ପଗ୍ଭରିଲେ, “କାହିଁକି? ସେ କ’ଣ ଅପରାଧ କରିଛନ୍ତି?”
କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
24 ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।”
25 ସବୁ ଲୋକ ଉତ୍ତର ଦେଲେ, “ଆମ୍ଭେ ତାହାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବୁ। ତାହାଙ୍କ ମୃତ୍ୟୁ ପାଇଁ ଯେକୌଣସି ଦଣ୍ଡ ପାଇବାକୁ ଯୋଗ୍ୟ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥିରେ ରାଜି ଅଛୁ।”
26 ପୀଲାତ ବାରବ୍ବାଙ୍କୁ ମୁକ୍ତ କରିଦେଲେ ଓ ଯୀଶୁଙ୍କୁ ବେତରେ ମାରିବା ପାଇଁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସୈନ୍ୟମାନଙ୍କ ହାତରେ ଅର୍ପଣ କଲେ।
2010 by World Bible Translation Center