ମାର୍କ ଲିଖିତ ସୁସମାଗ୍ଭର 15:6-15
Odia Holy Bible: Easy-to-Read Version
ପୀଲାତ ଯୀଶୁଙ୍କୁ ମୁକ୍ତ କରିବାରେ ଅସମର୍ଥ ହେଲେ
(ମାଥିଉ 27:15-31; ଲୂକ 23:13-25; ଯୋହନ 18:39–19:16)
6 ପ୍ରତିବର୍ଷ ପରମ୍ପରାକ୍ରମେ ନିସ୍ତାରପର୍ବ ସମୟରେ ଶାସନକର୍ତ୍ତା ଜଣେ ବନ୍ଦୀକୁ ବନ୍ଦୀଶାଳାରୁ ମୁକ୍ତ କରିଥା’ନ୍ତି। ଯେଉଁ ବନ୍ଦୀକୁ ମୁକ୍ତ କରିବା ପାଇଁ ଲୋକମାନେ ଗ୍ଭହାନ୍ତି, କେବଳ ସେହି ବନ୍ଦୀକୁ ଶାସନକର୍ତ୍ତା ମୁକ୍ତି ଦେଇଥା’ନ୍ତି। 7 ସେହି ସମୟରେ ବନ୍ଦୀଶାଳାରେ ବାରବ୍ବା ନାମରେ ଏକ ବ୍ୟକ୍ତି ବିଦ୍ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
8 ଲୋକମାନେ ପୀଲାତଙ୍କ ପାଖକୁ ଆସିଲେ ଓ ତାହାଙ୍କୁ କହିଲେ ଯେ ସବୁଥର ଭଳି ଏଥର ମଧ୍ୟ ସେମାନଙ୍କ ପାଇଁ ସେ ଜଣେ ବନ୍ଦୀକୁ ମୁକ୍ତ କରନ୍ତୁ। 9 ପୀଲାତ ଲୋକମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହୁଁଛ ଯେ ମୁଁ ତୁମ୍ଭମାନଙ୍କ ପାଇଁ ଯିହୂଦୀମାନଙ୍କ ରାଜାଙ୍କୁ ଛାଡ଼ି ଦିଏ?” 10 ପୀଲାତ ଏ କଥା କହିବାର କାରଣ ହେଲା, ସେ ଜାଣିଥିଲେ ଯେ ପ୍ରଧାନଯାଜକମାନେ ଈର୍ଷାନ୍ୱିତ ହୋଇ ଯୀଶୁଙ୍କୁ ତାହାଙ୍କ ହାତରେ ସମର୍ପଣ କରି ଦେଇଛନ୍ତି। 11 କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ପୀଲାତଙ୍କୁ କୁହନ୍ତୁ ବାରବ୍ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।
12 ପୀଲାତ ଲୋକମାନଙ୍କୁ ଆହୁରି ଥରେ ପଗ୍ଭରିଲେ, “ତୁମ୍ଭେମାନେ ଯାହାକୁ ଯିହୂଦୀମାନଙ୍କର ରାଜା ବୋଲି କହୁଛ, ମୁଁ ତାହାଙ୍କ ପ୍ରତି କ’ଣ କରିବା ପାଇଁ ତୁମ୍ଭେମାନେ ଗ୍ଭହୁଁଛ?”
13 ଲୋକମାନେ ପାଟି କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
14 ପୀଲାତ ପଗ୍ଭରିଲେ, “କାହିଁକି? ସେ ଏଭଳି କ’ଣ ଅପରାଧ କରିଛନ୍ତି?”
କିନ୍ତୁ ଲୋକମାନେ ଅଧିକ ଜୋର୍ରେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
15 ପୀଲାତ ଲୋକମାନଙ୍କୁ ଖୁସୀ କରିବାକୁ ଗ୍ଭହିଁଲେ, ତେଣୁ ସେ ସେମାନଙ୍କ ପାଇଁ ବାରବ୍ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ପିଟିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦେବା ପାଇଁ ତାହାଙ୍କୁ ସୈନ୍ୟମାନଙ୍କ ହାତରେ ଦେଇ ଦେଲେ।
Read full chapter2010 by Bible League International