Add parallel Print Page Options

ଯୀଶୁଙ୍କର ମୃତ୍ୟୁ ନିଶ୍ଚିତ

(ମାଥିଉ 27:15-26; ମାର୍କ 15:6-15; ଯୋହନ 18:39–19:16)

13 ପୀଲାତ, ପ୍ରଧାନଯାଜକ ଓ ଯିହୂଦୀନେତାଙ୍କ ସହିତ ସବୁ ଲୋକଙ୍କୁ ଏକାଠି ଡାକିଲେ। 14 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯୀଶୁଙ୍କୁ ମୋ’ ପାଖକୁ ଆଣିଛ। ତୁମ୍ଭେମାନେ କହୁଛ ଯେ ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତିରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କଠାରେ ମୁଁ କୌଣସି ଭୁଲ୍ ଦେଖି ପାରିଲି ନାହିଁ। ତୁମ୍ଭେମାନେ ଯାହା କହୁଛ, ଯୀଶୁ ସେଥିରେ ଦୋଷୀ ନୁହନ୍ତି। 15 ତାଛଡ଼ା ହେରୋଦ ମଧ୍ୟ ତାହାଙ୍କଠାରେ କୌଣସି ଭୁଲ୍ ଦେଖି ନାହାନ୍ତି। ହେରୋଦ ଆମ୍ଭ ପାଖକୁ ଯୀଶୁଙ୍କୁ ପଠାଇ ଦେଇଛନ୍ତି। ଦେଖ, ଯୀଶୁ କିଛି ହେଲେ ଭୁଲ୍ କାମ କରି ନାହାନ୍ତି। ତେଣୁ ତାହାଙ୍କୁ ବଧ କରିବା ଠିକ୍ ହେବ ନାହିଁ। 16 ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବାପରେ ମୁଁ ତାହାଙ୍କୁ ମୁକ୍ତ କରି ଗ୍ଭଲିଯିବାକୁ ଅନୁମତି ଦେବି।” 17 [a]

18 କିନ୍ତୁ ସବୁଲୋକେ ପାଟିକରି ଉଠିଲେ, “ତାହାକୁ ମାରିଦିଅ। ବାର‌ବ୍‌ବାକୁ ମୁକ୍ତ କରିଦିଅ।” 19 ବାର‌ବ୍‌ବା ନଗରରେ ଦଙ୍ଗା ଆରମ୍ଭ କରିଥିବା ଯୋଗୁଁ ଓ କେତେକ ଲୋକଙ୍କୁ ହତ୍ୟା କରିଥିବା ଯୋଗୁଁ କାରାଗାରରେ ବନ୍ଦୀ ହୋଇ ରହିଥିଲା।

20 ପୀଲାତ ଯୀଶୁଙ୍କୁ ମୁକ୍ତ କରି ଦେବାକୁ ଗ୍ଭହୁଁଥିଲେ। ତେଣୁ ପୁଣି ଥରେ ପୀଲାତ ସେମାନଙ୍କୁ କହିଲେ ଯେ ସେ ଯୀଶୁଙ୍କୁ ଛାଡ଼ି ଦେବେ। 21 କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, “ତାହାଙ୍କୁ ମାରିଦିଅ। ତାହାଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ।”

22 ତୃତୀୟ ଥର ପାଇଁ ପୀଲାତ ସେମାନଙ୍କୁ କହିଲେ, “କାହିଁକି, ସେ କ’ଣ ଭୁଲ୍ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖି ପାରୁ ନାହିଁ। ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବା ପରେ ମୁଁ ତାହାଙ୍କୁ ଛାଡ଼ି ଦେବି।”

23 କିନ୍ତୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ସେମାନେ ଦାବି କଲେ ଯେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ। ସେମାନଙ୍କର ପାଟିତୁଣ୍ଡ ଏତେ ତୀବ୍ର ହେଲା ଯେ, 24 ପୀଲାତ ଲୋକଙ୍କ ଇଚ୍ଛା ଅନୁଯାୟୀ ନିର୍ଣ୍ଣୟ ନେଲେ। 25 ଲୋକମାନେ ବାର‌ବ୍‌ବାକୁ ମୁକ୍ତ ହୋଇ ଗ୍ଭଲିଯିବାକୁ ଗ୍ଭହୁଁଥିଲେ। ବାର‌ବ୍‌ବା ନରହତ୍ୟା ଓ ବିଦ୍ରୋହ ଅପରାଧରେ କାରାଗାରରେ ଥିଲା। ପୀଲାତ ବାର‌ବ୍‌ବାଙ୍କୁ ମୁକ୍ତ କରିଦେଲେ। ପୀଲାତ ଯୀଶୁଙ୍କୁ ମାରିଦେବା ପାଇଁ ଲୋକମାନଙ୍କ ହାତରେ ସମର୍ପି ଦେଲେ। ଲୋକମାନେ ତାହା ଗ୍ଭହୁଁଥିଲେ।

Read full chapter

Footnotes

  1. ଲୂକ ଲିଖିତ ସୁସମାଗ୍ଭର 23:17 ଲୂକଙ୍କର ଅଳ୍ପ କେତେକ ଗ୍ରୀକ୍ ପୁସ୍ତକରେ ଏହି ପଦଟି ମିଶିଛି: “ପ୍ରତିବର୍ଷ ନିସ୍ତାରପର୍ବ ଅବସରରେ ପୀଲାତଙ୍କୁ ଲୋକମାନଙ୍କ ପାଇଁ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା।”