Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 23-24

ସ୍ୱତନ୍ତ୍ର ବିଶ୍ରାମ ଦିନ

23 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।

ବିଶ୍ରାମ ଦିନ

“ଛଅ ଦିନ କାମ କରାଯିବ, ମାତ୍ର ସପ୍ତମ ଦିନ, ବିଶ୍ରାମ ଦିନ। ଅର୍ଥାତ୍ ପବିତ୍ର ସଭା ହେବ। ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ।

ନିସ୍ତାରପର୍ବ

“ଏଗୁଡ଼ିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭେମାନେ ସେହି ନିରୂପିତ ଦିନରେ ପବିତ୍ର ସଭା ଘୋଷଣା କରିବ। ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନରେ ସନ୍ଧ୍ୟାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ହେବ।

ତାଡ଼ିଶୂନ୍ୟ ରୋଟୀର ପର୍ବ

“ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୋଟୀର ପର୍ବ ହେବ। ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ। ପର୍ବର ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ସେଦିନ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ମାତ୍ର ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନରେ ବିଶେଷ ସଭା ହେବ। ତୁମ୍ଭେମାନେ ସେଦିନ କୌଣସି ବ୍ୟବସାୟ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।”

ପ୍ରଥମ ଶସ୍ୟଅମଳର ପର୍ବ

ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 10 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବୁ ତୁମ୍ଭେମାନେ ସେ ଦେଶରେ ପ୍ରବେଶ କରିବ। ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ପ୍ରଥମ କଟା ଶସ୍ୟରୁ ଏକ ବିଡ଼ା ଯାଜକ ନିକଟକୁ ଆଣିବ। 11 ତହିଁରେ ସବୁଦିନ ପାଇଁ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଟେକିବ। ବିଶ୍ରାମ ଦିନ ପରେ ସେ ଏହାକୁ ଝୁଲାଇବା ଉଚିତ୍।

12 “ପୁଣି ଯେଉଁ ଦିନ ତୁମ୍ଭେମାନେ ସେହି ବିଡ଼ା ଦୋଳାଇବ ସେହି ଦିନ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ମେଷବତ୍ସ ଗୋଟିଏ ଉତ୍ସର୍ଗ କରିବ। 13 ପୁଣି ଐଫାର ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ସେହି ଦିନ ଶସ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବାସିତ ନୈବେଦ୍ୟ ହେବ, ଆଉ ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ତହିଁର ପେୟନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବ। 14 ତୁମ୍ଭେମାନେ ଯେଉଁ ପର୍ଯ୍ୟନ୍ତ ନୂତନ ଶସ୍ୟର ନୈବେଦ୍ୟ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନ ଆଣିଛ ସେପର୍ଯ୍ୟନ୍ତ ତୁମ୍ଭେମାନେ ରୋଟୀ, କି ଭଜା ଶସ୍ୟ, କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ହେବ।

ପେଣ୍ଟିକଷ୍ଟ ପର୍ବ

15 “ଅନନ୍ତର ସେହି ବିଶ୍ରାମବାର ପରଦିନଠାରୁ ଯେଉଁ ଦିନ ଦୋଳନୀୟ ନୈବେଦ୍ୟରୂପେ ବିଡ଼ା ଆଣିଲ ସେହି ଦିନଠାରୁ ପୂର୍ଣ୍ଣ ସାତ ସପ୍ତାହ ଗଣନା କରିବ। 16 ଏହିରୂପେ ତୁମ୍ଭେ ବିଶ୍ରାମ ଦିନ ପରେ ସପ୍ତମ ଦିନଠାରୁ, ପଗ୍ଭଶ୍ ଦିନ ଗଣନା କରିବା ଉଚିତ୍। ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। 17 ତୁମ୍ଭେମାନେ ନିଜ ନିଜ ଘରୁ ଦୋଳନୀୟ ନୈବେଦ୍ୟାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୋଟୀ ଆଣିବ। ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ପାକ କରାଯିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଉପହାର ହେବ।

18 “ପୁଣି ତୁମ୍ଭେମାନେ ସେହି ରୋଟୀ ସହିତ ଏକବର୍ଷୀୟ ସାତୋଟି ନିଖୁଣ ମେଷବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମେଷ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହୋମବଳି ହେବ। ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନୈବେଦ୍ୟ ହେବ। 19 ତା’ପରେ ତୁମ୍ଭେମାନେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇଟି ଏକ ବର୍ଷୀୟ ମେଷବତ୍ସ ଉତ୍ସର୍ଗ କରିବ।

20 “ପୁଣି ଯାଜକ ପ୍ରଥମଜାତ ଫଳର ରୋଟୀ ସହିତ ଦୁଇ ମେଷବତ୍ସ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟରୂପେ ଦୋଳାଇବ। ତାହା ସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 21 ଠିକ୍ ସେହି ଦିନ ତୁମ୍ଭେମାନେ ଏକ ପବିତ୍ର ସଭା ପାଇଁ ଘୋଷଣା କରିବ। ସେହି ଦିନ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।

22 “ଆଉ ତୁମ୍ଭେମାନେ ଶସ୍ୟ କାଟିଲାବେଳେ, କ୍ଷେତ୍ରରୁ ସମସ୍ତ ଶସ୍ୟ ନିଃଶେଷ କରି କାଟିବ ନାହିଁ। ଆଉ ତଳେ ପଡ଼ିଥିବା ଶସ୍ୟକୁ ସାଉଁଟିବ ନାହିଁ। ତୁମ୍ଭେମାନେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡ଼ିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”

ତୂରୀଧ୍ୱନିର ପର୍ବ

23 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, 24 “ଇସ୍ରାଏଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ। 25 ତୁମ୍ଭେମାନେ ସେହି ଦିନ କୌଣସି ବ୍ୟବସାୟିକ କିମ୍ବା କୌଣସି କର୍ମ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବ।”

ପ୍ରାୟଶ୍ଚିତ୍ତର ଦିନ

26 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 27 “ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପାପରୁ ପ୍ରାୟଶ୍ଚିତ୍ତର ଦିନ ହେବ। ସେଦିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍। 28 ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ। କାରଣ ଏହା ପ୍ରାୟଶ୍ଚିତ୍ତର ଦିନ। ସେଦିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ତୁମ୍ଭମାନଙ୍କର ପ୍ରାୟଶ୍ଚିତ୍ତ କରିବ।

29 “ଯେବେ କୌଣସି ଲୋକ ସେହିଦନି ଉପବାସ କରିବାକୁ ବିରତ ହୁଏ, ତେବେ ସେ ତା’ର ଲୋକମାନଙ୍କଠାରୁ ପୃଥକ ରହିବ। 30 ଯଦି କୌଣସି ପ୍ରାଣୀ ସେହି ଦିନ କୌଣସି କର୍ମ କରେ ତେବେ ଆମ୍ଭେ ତାହା ଲୋକମାନଙ୍କ ମଧ୍ୟରେ ତାକୁ ବିନାଶ କରିବୁ। 31 ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ ସେଦିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ଅଟେ। 32 ସେହି ଦିନ ତୁମ୍ଭମାନଙ୍କର ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। ତୁମ୍ଭେମାନେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।”

ପତ୍ରକୁଟୀର ପର୍ବ

33 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, 34 “ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟୀର ପର୍ବ ପାଳିତ ହେବ। 35 ପ୍ରଥମ ଦିନରେ ପବିତ୍ର ସଭା ହେବ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବ ନାହିଁ। 36 ସାତ ଦିନ ଯାଏ ତୁମ୍ଭେମାନେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍ ଓ ତୁମ୍ଭେମାନେ ସଦାପ୍ରଭୁଙ୍କ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବା ଉଚିତ୍ ନୁହେଁ।

37 “ଏହିସବୁ ସଦାପ୍ରଭୁଙ୍କର ପାଇଁ ସ୍ୱତନ୍ତ୍ର ପର୍ବ, ଯାହା ତୁମ୍ଭେ ପବିତ୍ର ସଭାପରି ପ୍ରକାଶ କରିଥାଅ, ସେଥିରେ ତୁମ୍ଭେମାନେ ପ୍ରତ୍ୟେକ ପର୍ବର ନିରୂପିତ ଦିନରେ ସଦାପ୍ରଭୁଙ୍କୁ ନୈବେଦ୍ୟ, ହୋମବଳି, ଶସ୍ୟ ନୈବେଦ୍ୟ, ବଳିଦାନ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ତୁମ୍ଭେମାନେ ପବିତ୍ର ସଭାରେ ଘୋଷଣା କରିବା ଉଚିତ୍ 38 ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ରାମ ଦିନ ଛଡ଼ା, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦାନ ଛଡ଼ା ତୁମ୍ଭମାନଙ୍କର ସକଳ ମାନତ ଛଡ଼ା ଓ ତୁମ୍ଭମାନଙ୍କ ସ୍ୱେଚ୍ଛାଦତ୍ତ ସକଳ ନୈବେଦ୍ୟ ଛଡ଼ା ଏହିସବୁ ପର୍ବ ପାଳନ କରିବ।

39 “ସପ୍ତମ ମାସର ପଞ୍ଚଦଶ ଦିନ ଯେତେବେଳେ ତୁମ୍ଭେମାନେ ଭୂମିରୁ ଶସ୍ୟ ସଂଗ୍ରହ କରି ସାରିବ ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ ଓ ଅଷ୍ଟମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। 40 ଆଉ ତୁମ୍ଭେମାନେ ପ୍ରଥମ ଦିନରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖର୍ଜ୍ଜୁର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘେନି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସମ୍ମୁଖରେ ସାତ ଦିନ ଯାଏ ଆନନ୍ଦ କରିବ। 41 ପୁଣି ତୁମ୍ଭେମାନେ ପ୍ରତି ବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା, ତୁମ୍ଭେମାନେ ସପ୍ତମ ମାସରେ ତାହା ପାଳନ କରିବ। 42 ତୁମ୍ଭେମାନେ ସାତ ଦିନ ପତ୍ରକୁଟୀରରେ ରହିବ। ଇସ୍ରାଏଲ ବଂଶଧର ସମସ୍ତେ ପତ୍ରକୁଟୀରରେ ବାସ କରିବେ। 43 ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କ ପତ୍ରକୁଟୀରରେ ବାସ କରାଇଥିଲୁ ଏହା ତୁମ୍ଭମାନଙ୍କ ଭବିଷ୍ୟ‌ଦ୍‌ ବଂଶଧର ଜାଣି ପାରିବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”

44 ତହୁଁ ମୋଶା ଇସ୍ରାଏଲ ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ସମ୍ମାନାର୍ଥେ ସ୍ଥାପିତ ସମସ୍ତ ପର୍ବ ବିଷୟରେ କହିଲେ।

ପ୍ରଦୀପ ରୂଖା ଓ ପବିତ୍ର ରୋଟୀ

24 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସେମାନେ ପ୍ରତିଦିନ ପ୍ରଦୀପ ଜ୍ୱଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପେଷା ଯାଇଥିବା ଜୀତ ତୈଳ ଆଣିବେ। ହାରୋଣ ସମାଗମ-ତମ୍ବୁ ମଧ୍ୟରେ ନିୟମ-ସିନ୍ଦୁକ ବିଚ୍ଛେଦବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ବଂଶାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା। ହାରୋଣ ଶୁଦ୍ଧ ସୁବର୍ଣ୍ଣର ଦୀପରୁଖା ଉପରେ ପ୍ରଦୀପ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ଜଳାଇ ରଖିବ।

“ଆଉ ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ, ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ। ସୁବର୍ଣ୍ଣ ମେଜ ଉପରେ ପ୍ରତି ଧାଡ଼ିରେ ଛଅ ଛଅ କରି ଦୁଇ ଧାଡ଼ିରେ ସେହିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖରେ ରଖିବ। ଆଉ ରୋଟୀ ପରିବର୍ତ୍ତେ ସ୍ମରଣାର୍ଥକ ନୈବେଦ୍ୟରୂପେ ପ୍ରତି ଧାଡ଼ିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦେବ। ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖରେ ରୋଟୀ ସବୁ ସମୟ ପାଇଁ ରଖିବ। ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ଏହା ଅନନ୍ତକାଳୀନ ବିଧି ହେବା ଉଚିତ୍। ସେହି ରୋଟୀ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କର ହେବ। ଆଉ ସେମାନେ ସେହି ରୋଟୀକୁ ଏକ ପବିତ୍ର ସ୍ଥାନରେ ଭକ୍ଷ୍ୟଣ କରିବା ଉଚିତ୍। କାରଣ ସେଗୁଡ଼ିକ ସଦାପ୍ରଭୁଙ୍କ ନୈବେଦ୍ୟର ପବିତ୍ର ଅଂଶ। ଏହି ରୋଟୀ ଚିରଦିନ ପାଇଁ ସେମାନଙ୍କର ଅଂଶ ହେବ।”

ଜଣେ ବ୍ୟକ୍ତି ଯିଏ କି ପରମେଶ୍ୱରଙ୍କୁ ଶାପ ଦେଲା

10 ଅନନ୍ତର ଜଣେ ମିଶରୀୟ ପୁରୁଷର ଔରସରେ ଇସ୍ରାଏଲୀୟ ଜଣେ ସ୍ତ୍ରୀଠାରୁ ଜାତ ଏକ ଇସ୍ରାଏଲ ପୁତ୍ର, ଇସ୍ରାଏଲୀୟମାନଙ୍କ ଛାଉଣି ଭିତରକୁ ଗଲା। ସେ ଛାଉଣିରେ ପ୍ରବେଶ କଲା ଓ ଜଣକ ସହିତ କଳି କଲା। 11 ସେହି ଇସ୍ରାଏଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦା କରି ଅଭିଶାପ ଦେଲା। ତେଣୁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ। ସେହି ଇସ୍ରାଏଲୀୟ ସ୍ତ୍ରୀର ନାମ ଶଲେମୀତ୍ ଓ ସେ ଦାନ୍ ବଂଶୀୟ ଦିବ୍ରିର କନ୍ୟା ଥିଲା। 12 ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ଯ୍ୟନ୍ତ ତାକୁ ବନ୍ଦୀ କରି ରଖିଲେ।

13 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 14 “ସଦାପ୍ରଭୁଙ୍କୁ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣ, ପୁଣି ଯେଉଁମାନେ ତା’ର କଥା ଶୁଣିଲେ, ସେମାନେ ସମସ୍ତେ ଅଭିଶାପ ଦେଇଥିବା ବ୍ୟକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା’ପରେ ଲୋକମାନେ ତାକୁ ପଥର ମାରି ହତ୍ୟା କରନ୍ତୁ। 15 ଆଉ ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ ଯେକେହି ଆପଣା ପରମେଶ୍ୱରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ। 16 ଯେକେହି ଆପଣା ସଦାପ୍ରଭୁଙ୍କ ନାମରେ ନିନ୍ଦା କରେ ସେ ଅବଶ୍ୟ ହତ ହେବ। ସମସ୍ତ ମଣ୍ଡଳୀ ତାହାକୁ ପଥର ମାରି ବଧ କରିବେ। ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କୁ ନିନ୍ଦା କଲେ ହତ ହେବ।

17 “ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ୟା କରେ ସେ ନିଶ୍ଚୟ ହତ ହେବ। 18 ଯେକେହି କୌଣସି ପଶୁକୁ ହତ୍ୟା କରେ ସେ ମାରିଥିବା ପଶୁର ପ୍ରାଣ ଫେରାଇ ଆଣି ତା’ର କ୍ଷତିପୂରଣ ଦେବ।

19 “ଯଦି କୌଣସି ବ୍ୟକ୍ତି ନିଜ ପ୍ରତିବାସୀକୁ ଆଘାତ କରେ, ତେବେ ସମପରିମାଣର ଆଘାତ ସେହି ଲୋକକୁ ଦିଆଯିବ। 20 କ୍ଷତ ବଦଳରେ କ୍ଷତ, ଚକ୍ଷୁ ବଦଳରେ ଚକ୍ଷୁ, ଦାନ୍ତ ବଦଳରେ ଦାନ୍ତ, ମନୁଷ୍ୟ ଶରୀରରେ ଯିଏ ଯେଉଁପରି ଆଘାତ କରିଅଛି ତାହା ପ୍ରତି ସେହି ପ୍ରକାର ଆଘାତ କରାଯିବ। 21 ଜଣେ ଯଦି ପଶୁ ବଧ କରେ, ତେବେ ସେ ତାହାର ପରିଶୋଧ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ୟା କରେ, ତେବେ ସେ ହତ ହେବ।

22 “ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ୟବସ୍ଥା ହେବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”

23 ତା’ପରେ ମୋଶା ଇସ୍ରାଏଲ ସନ୍ତାନଗଣଙ୍କୁ କହିବାରୁ ସେମାନେ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇସ୍ରାଏଲ ସନ୍ତାନଗଣ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।

ମାର୍କ ଲିଖିତ ସୁସମାଗ୍ଭର 1:1-22

ଯୀଶୁଙ୍କ ଆଗମନର ପ୍ରସ୍ତୁତି(A)

ଏହା ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଗ୍ଭରର ଆରମ୍ଭ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି:

“ଶୁଣ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ପୂର୍ବରୁ ପଠାଉଛୁ
    ସେ ତୁମ୍ଭ ପାଇଁ ପଥ ପ୍ରସ୍ତୁତ କରିବ।”(B)

“ମରୁଭୂମିରେ ଜଣେ ପାଟିକରି କହୁଛି;
‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,
    ତାହାଙ୍କ ପାଇଁ ରାସ୍ତା ସମତଳ କର।’”(C)

ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଗ୍ଭହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା’ପରେ ତୁମ୍ଭମାନଙ୍କର ପାପଗୁଡ଼ିକୁ କ୍ଷମା କରାଯିବ। ଯିହୂଦା ଓ ଯିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ୱୀକାର କରି ଯର୍ଦ୍ଦନ ନଦୀରେ ସେମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।

ଯୋହନ ଓଟ ଲୋମରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଗ୍ଭରିପଟେ ଗୋଟିଏ ଚମଡ଼ାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।

ଯୋହନ ଲୋକମାନଙ୍କ ଆଗରେ ଘୋଷଣା କରୁଥିଲେ: “ମୋ’ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡ଼ି ବସି ତାହାଙ୍କର ଜୋତା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ। ମୁଁ ତୁମ୍ଭମାନଙ୍କୁ ଜଳ ଦ୍ୱାରା ବାପ୍ତିସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ଦେବେ।”

ଯୀଶୁଙ୍କ ବାପ୍ତିସ୍ମ ଗ୍ରହଣ(D)

ସେହି ସମୟରେ ଯୀଶୁ ଗାଲିଲୀର ନାଜରିତ ସହରରୁ ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ଯର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଲେ। 10 ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ୱର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ, ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି। 11 ଆକାଶରୁ ବାଣୀ ହେଲା: “ହେ ମୋହର ପୁତ୍ର, ମୁଁ ତୁମ୍ଭକୁ ପ୍ରେମ କରେ, ମୁଁ ତୁମ୍ଭ ଉପରେ ବହୁତ ଖୁସୀ।”

ଯୀଶୁଙ୍କୁ ଶୟତାନର ପରୀକ୍ଷା(E)

12 ତା’ପରେ, ସଙ୍ଗେ ସଙ୍ଗେ ଆତ୍ମା ଯୀଶୁଙ୍କୁ ମରୁଭୂମିକୁ ଏକୁଟିଆ ପଠାଇଦେଲେ। 13 ଯୀଶୁ ସେଠାରେ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ଉପବାସ ପ୍ରାର୍ଥନା ସହିତ ରହିଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ। ତା’ପରେ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ସେବା କଲେ।

ଯୀଶୁ ଗାଲିଲୀରେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ(F)

14 ଏହା ପରେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଲାଗିଲେ। 15 ଯୀଶୁ କହିଲେ, “ବର୍ତ୍ତମାନ ଉପଯୁକ୍ତ ସମୟ ଆସିଯାଇଛି। ପରମେଶ୍ୱରଙ୍କ ରାଜ୍ୟ ପାଖ ହୋଇ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଗ୍ଭରରେ ବିଶ୍ୱାସ କର।”

ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ(G)

16 ଯୀଶୁ ଗାଲିଲୀ ହ୍ରଦ ଦେଇ ଯିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମୋନ, ପିତରଙ୍କର ଏହା ଅନ୍ୟ ଏକ ନାମ। ସେହି ଦୁଇଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସେମାନେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ। 17 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆସ ଓ ମୋତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭେମାନେ ମାଛ ବଦଳରେ ମନୁଷ୍ୟଙ୍କୁ ଏକାଠି କରିବ।” 18 ତେଣୁ ଶିମୋନ ଓ ଆନ୍ଦ୍ରିୟ ସେମାନଙ୍କର ଜାଲ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।

19 ଯୀଶୁ ଗାଲିଲୀ ହ୍ରଦ କୂଳରେ ଗ୍ଭଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନୌକାରେ ବସି ମାଛ ଧରିବା ପାଇଁ ଜାଲ ସଜାଡ଼ୁଥିଲେ। 20 ସେହି ଦୁଇ ଭାଇଙ୍କ ସହ, ଡଙ୍ଗାରେ ସେମାନଙ୍କ ବାପା ଜେବଦୀ ଓ ଅନ୍ୟ ସାହାଯ୍ୟକାରୀ ଶ୍ରମିକମାନେ ଥିଲେ। ସେହି ଦୁଇ ଭାଇଙ୍କୁ ଦେଖିବା ମାତ୍ରେ ଯୀଶୁ ସେମାନଙ୍କୁ ଆସିବାକୁ ଅନୁରୋଧ କଲେ। ସେମାନେ ସେମାନଙ୍କର ବାପା ଓ ଶ୍ରମିକମାନଙ୍କୁ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।

ଯୀଶୁ ଦୁଷ୍ଟାତ୍ମାକୁ ସୁସ୍ଥ କଲେ(H)

21 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। ବିଶ୍ରାମ ଦିବସ [a]ରେ ଯୀଶୁ ସମାଜଗୃହକୁ ଯାଇ ସେଠାରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। 22 ଯୀଶୁଙ୍କ ଶିକ୍ଷା ଶୁଣି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ସେମାନଙ୍କୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦେଇ ଜଣେ ଅଧିକାର ପାଇଥିବା ବ୍ୟକ୍ତିଙ୍କ ଭଳି ଶିକ୍ଷା ଦେଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center