Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 36-38

36 “ତେଣୁ ବତ୍ସଲେଲ, ଅହଲୀୟାବ ଏବଂ ପ୍ରତ୍ୟେକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀୟ କାର୍ଯ୍ୟ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସେମାନଙ୍କୁ ପବିତ୍ର ସ୍ଥାନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦେଇଥିଲେ।”

ତା’ପରେ ମୋଶା ବତ୍ସଲେଲ ଏବଂ ଅହଲୀୟାବ ପ୍ରତ୍ୟେକ ନିପୁଣ ଲୋକମାନଙ୍କୁ ଡାକିଲେ। ଯେଉଁମାନଙ୍କୁ ସଦାପ୍ରଭୁ କାର୍ଯ୍ୟ କରିବାକୁ କୌଶଳ ଓ ଅତିଶୟ ଦକ୍ଷତା ଦେଇଛନ୍ତି। ମୋଶା ଏହି ସମସ୍ତ ଲୋକମାନଙ୍କୁ ଲୋକମାନଙ୍କର ଦାତବ୍ୟ ଦ୍ରବ୍ୟମାନ ଦେଲେ ଏବଂ ସେମାନେ ସେହି ଦ୍ରବ୍ୟଗୁଡ଼ିକ ବ୍ୟବହାର କରି ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ତିଆରି କଲେ। ଲୋକମାନେ ପ୍ରତି ପ୍ରଭାତରେ ଉପହାରମାନ ଆଣି ଦେଲେ। ଶେଷରେ, ପବିତ୍ର ସ୍ଥାନର ନିପୁଣ କର୍ମକର୍ତ୍ତାଗଣ କାର୍ଯ୍ୟ ଛାଡ଼ି ମୋଶାଙ୍କ ନିକଟକୁ କହିବା ପାଇଁ ଗଲେ। “ଲୋକମାନେ ଯଥେଷ୍ଟ ଆଣୁଛନ୍ତି। ସଦାପ୍ରଭୁଙ୍କର ଆଜ୍ଞା କର୍ମ କରିବା ପାଇଁ ଯାହା ଦରକାର ତାହାଠାରୁ ଲୋକେ ଯଥେଷ୍ଟ ଆଣୁଛନ୍ତି।”

ଏହା ପରେ ମୋଶା ଏହି ସମ୍ବାଦ ଛାଉଣି ମଧ୍ୟରେ ପ୍ରଗ୍ଭର କଲେ, “ପୁରୁଷ କିମ୍ବା ସ୍ତ୍ରୀ ଆଉ କୌଣସି ଉପହାର ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ପାଇଁ ଆଣନ୍ତୁ ନାହିଁ।” ତେଣୁ ଲୋକମାନେ ବାଧ୍ୟ ହେଲେ ଆଉ ଉପହାର ନ ଦେବା ପାଇଁ। ଲୋକମାନେ କାର୍ଯ୍ୟ ପାଇଁ ଆବଶ୍ୟକତାଠାରୁ ଅଧିକ ଦେଲେ।

ପବିତ୍ର ତମ୍ବୁ

ଏହା ପରେ ସେହି ନିପୁଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ତମ୍ବୁର ଦଶ ଯବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧ୍ୟରେ ଶିଳ୍ପ କର୍ମରେ କିରୂବ ଦୂତଗଣର ଆକୃତି କଲେ। ପ୍ରତ୍ୟେକ ଯବନିକା ଅଠେଇଶ ହାତ ଲମ୍ବ, ଗ୍ଭରି ହାତ ପ୍ରସ୍ଥ ଏବଂ ପ୍ରତ୍ୟେକ ଯବନିକା ସମପରିମାଣର ଥିଲା। 10 ସେମାନେ ପଞ୍ଚ ଯବନିକା ଏକତ୍ର କରି ଯୋଗ କଲେ ଏବଂ ଅନ୍ୟ ପଞ୍ଚ ଯବନିକା ମଧ୍ୟ ଏକତ୍ର କରି ଯୋଗ କଲେ। 11 ସେମାନେ ଯୋଡ଼ ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଘୁଣ୍ଡିଘରା କଲେ। ଯୋଡ଼ ସ୍ଥାନର ଦ୍ୱିତୀୟ ଅନ୍ୟ ଯବନିକାର ଧଡ଼ିରେ ଏକାପରି କାର୍ଯ୍ୟମାନ କଲେ। 12 ସେମାନେ ପ୍ରଥମ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା ଓ ଯୋଡ଼ା ସ୍ଥାନରେ ଦ୍ୱିତୀୟ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ। ସେହି ଘୁଣ୍ଡିଘରା ସବୁ ପରସ୍ପର ସମ୍ମୁଖୀନ ରହିଥିଲା। 13 ଏହା ପରେ ସେମାନେ ପଗ୍ଭଶ୍ ଗୋଟି ସ୍ୱର୍ଣ୍ଣଘୁଣ୍ଡି କରି ଯବନିକା ସବୁ ଯୋଗ କଲେ। ତେଣୁ ପବିତ୍ର ତମ୍ବୁ ତିଆରି ହୋଇ ଗୋଟିଏ ହେଲା।

14 ଏହା ପରେ ସେହି ଶିଳ୍ପୀଗଣ ସେହି ପବିତ୍ର ତମ୍ବୁର ଆଚ୍ଛାଦନାର୍ଥକ ପବିତ୍ର ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କଲେ। 15 ପ୍ରତ୍ୟେକ ଯବନିକାର ଲମ୍ବ ତିରିଶ୍ ହାତ ଓ ପ୍ରସ୍ଥ ଗ୍ଭରି ହାତ ବିଶିଷ୍ଟ ହେଲା। ସେହି ଏକାଦଶ ଯବନିକାର ସମାନ ପରିମାଣ ଥିଲା। 16 ସେମାନେ ପାଞ୍ଚୋଟି ଯବନିକା ଯୋଡ଼ି ଗୋଟିଏ ଏବଂ ଅନ୍ୟ ଛଅଟି ଯବନିକା ଯୋଡ଼ି ଗୋଟିଏ ପ୍ରସ୍ତୁତ କଲେ। 17 ଯୋଡ଼ା ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ ଓ ଦ୍ୱିତୀୟ ଯବନିକାର ଯୋଡ଼ ସ୍ଥାନରେ ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ। 18 ଶିଳ୍ପୀମାନେ ପିତ୍ତଳର ପଗ୍ଭଶ୍‌ଟି ମୁଦିଆ ତିଆରି କଲେ, ସେହି ଯବନିକାକୁ ଏକତ୍ର କରିବା ପାଇଁ ବା ଗୋଟିଏ ତମ୍ବୁ ନିର୍ମାଣ କରିବା ପାଇଁ। 19 ଏହା ପରେ ସେମାନେ ଆଉ ଦୁଇଟି ଯବନିକା ପ୍ରସ୍ତୁତ କଲେ ସେହି ପବିତ୍ର ତମ୍ବୁ ପାଇଁ, ସେମାନେ ଗୋଟିଏ ଛାତ ରକ୍ତୀ କୃତ ଶିଶୁକଚର୍ମରେ ତିଆରି କଲେ।

20 ଏହା ପରେ ଶିଳ୍ପୀମାନେ ଶିଟୀମ୍ କାଠରେ ପବିତ୍ର ତମ୍ବୁ ନିମିତ୍ତ ଠିଆ ପଟା ତିଆରି କଲେ. 21 ପ୍ରତ୍ୟେକ ପଟାର ଲମ୍ବ ଦଶ ହାତ ଓ ପ୍ରସ୍ଥ ଦେଢ଼ ହାତ ଥିଲା। 22 ପ୍ରତ୍ୟେକ ଢାଞ୍ଚା ସମାନ ଆକାରର ଦୁଇଟି ଖିଲ ଥିଲା। ପରସ୍ପର ଅନୁରୂପ ଦୁଇ ଦୁଇ ଫୁଟ୍ ଥିଲା। ଏହିପରି ସେମାନେ ତମ୍ବୁ ନିମନ୍ତେ ଢାଞ୍ଚା ପ୍ରସ୍ତୁତ କଲେ। 23 ସେମାନେ ପବିତ୍ର ତମ୍ବୁ ନିମନ୍ତେ କୋଡ଼ିଏଟି ପଟା ଦକ୍ଷିଣପଟ ପାଇଁ ପ୍ରସ୍ତୁତ କଲେ। 24 ଏହା ପରେ ସେମାନେ ଗ୍ଭଳିଶ୍‌ଟି ରୂପାର ଆଧାର ତିଆରି କଲେ, ତକ୍ତାର ତଳେ ଦେବା ପାଇଁ। ପ୍ରତ୍ୟେକ ତକ୍ତା ପାଇଁ ସେମାନେ ଦୁଇଟି କରି ଆଧାର ପ୍ରସ୍ତୁତ କଲେ। ତକ୍ତାର ପ୍ରତ୍ୟେକ ପାଖ ଗୋଟିଏ ଆଧାର ପ୍ରସ୍ତୁତ କଲେ। 25 ସେମାନେ ଉତ୍ତରପଟ ପାଇଁ କୋଡ଼ିଏଟି ପଟା ତିଆରି କଲେ, ସେହି ପବିତ୍ର ତମ୍ବୁ ପାଇଁ। 26 ସେମାନେ ଏହି କୋଡ଼ିଏଟି ପଟା ନିମନ୍ତେ ଗ୍ଭଳିଶ୍‌ଟି ଚୁଙ୍ଗୀ ତିଆରି କଲେ। ଗୋଟିଏ ପଟା ନିମନ୍ତେ ଦୁଇଟି ଚୁଙ୍ଗୀ ସେମାନେ ପ୍ରସ୍ତୁତ କଲେ। 27 ପବିତ୍ର ତମ୍ବୁର ପଶ୍ଚିମ ପଟ ପାଇଁ ସେମାନେ ଛଅଟି ପଟା ତିଆରି କଲେ। 28 ସେମାନେ ମଧ୍ୟ ପବିତ୍ର ତମ୍ବୁ ପଛପାଖ କୋଣ ପାଇଁ ତକ୍ତାଗୁଡ଼ିକ ତିଆରି କଲେ। 29 ଏହି ପଟାଗୁଡ଼ିକର ତଳେ ଏକତ୍ର କରି ଯୋଡ଼ା ଗଲା। ଏବଂ ଉପରେ ଏକ କଡ଼ା ଦ୍ୱାରା ଯୋଡ଼ ରହିଲା। ଏହିପରି ଭାବରେ ସେହି କୋଣ ପଟା ଦ୍ୱୟ ଏକତ୍ର ହୋଇ ରହିଲା। ସେମାନେ ଉଭୟ କୋଣ ପାଇଁ ଏକା ପ୍ରକାର କଲେ। 30 ସେହି ପବିତ୍ର ତମ୍ବୁର ପଶ୍ଚିମ ପଟରେ ମୋଟ ଆଠଟି ତକ୍ତା ରହିଲା। ଏବଂ ଷୋହଳଟି ରୂପାର ଆଧାର ଥିଲା। ପ୍ରତ୍ୟେକ ତକ୍ତା ପାଇଁ ଦୁଇଟି ଆଧାର।

31 ଏହା ପରେ ଶିଳ୍ପୀମାନେ ପବିତ୍ର ତମ୍ବୁ ପାଇଁ ଶିଟୀମ୍ କାଠରେ ଅର୍ଗଳ ପ୍ରସ୍ତୁତ କଲେ। ସେମାନେ ପବିତ୍ର ତମ୍ବୁର ଗୋଟିଏ ପାର୍ଶ୍ୱରେ ପାଞ୍ଚୋଟି ଅର୍ଗଳ ତିଆରି କଲେ। 32 ପାଞ୍ଚୋଟି ଅର୍ଗଳ ଅନ୍ୟ ପାର୍ଶ୍ୱ ପାଇଁ ତିଆରି କଲେ ଏବଂ ପବିତ୍ର ତମ୍ବୁର ପଛ ପାଖ ପାଇଁ ଅର୍ଥାତ୍ ପଶ୍ଚିମ ଦିଗ ପାଇଁ ପାଞ୍ଚୋଟି ଅର୍ଗଳ ତିଆରି କଲେ। 33 ମଧ୍ୟସ୍ଥିତ ଅର୍ଗଳ ଢାଞ୍ଚାର ମଝି ସ୍ଥାନରୁ ଏମୁଣ୍ଡରୁ ସେମୁଣ୍ଡ ଯାଏ ପାଇଲା। 34 ଆଉ ସେମାନେ ସେହିସବୁ ପଟା ସୁବର୍ଣ୍ଣ ଦ୍ୱାରା ମଡ଼ାଇଲେ। ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡ଼ା କଲେ। ଅର୍ଗଳସବୁ ସୁନାରେ ମଡ଼ାଇଲେ।

35 ଏହା ପରେ ସେମାନେ ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛେଦବସ୍ତ୍ର ପ୍ରସ୍ତୁତ କଲେ। 36 ସେମାନେ ତା’ ପାଇଁ ଶିଟୀମ୍ କାଠର ଗ୍ଭରିସ୍ତମ୍ଭ କରି ସୁବର୍ଣ୍ଣରେ ମଡ଼ାଇଲେ। ଏବଂ ସେସବୁର ଆଙ୍କଡ଼ା ସୁନାରେ ତିଆରି କଲେ ଓ ତହିଁ ନିମନ୍ତେ ରୂପାର ଗ୍ଭରୋଟି ଚୁଙ୍ଗୀ ଢାଳିଲେ। 37 ସେମାନେ ତମ୍ବୁ ପ୍ରବେଶ ଦ୍ୱାର ନିମନ୍ତେ ନୀଳ, ଧୂମ୍ର ସିନ୍ଦୁରବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ। 38 ତାହାର ପାଞ୍ଚୋଟି ସ୍ତମ୍ଭ ଏବଂ ସେସବୁର ଆଙ୍କଡ଼ା ତିଆରି କଲେ ଏବଂ ସେ ସବୁର ମୁଣ୍ଡାଳି ଓ ଛୁଞ୍ଚିଆ ସୁବର୍ଣ୍ଣରେ ମଡ଼ାଇଲେ। ମାତ୍ର ସେମାନଙ୍କର ପାଞ୍ଚୋଟି ଚୁଙ୍ଗୀ ପିତ୍ତଳର ଥିଲା।

ନିୟମ-ସିନ୍ଦୁକ

37 ବତ୍ସଲେଲ ଶିଟୀମ୍ କାଠରେ ଏକ ପବିତ୍ର ସିନ୍ଦୁକ ତିଆରି କଲେ। ଯାହାର ଲମ୍ବ ଥିଲା ଅଢ଼େଇ ହାତ, ଦେଢ଼ ହାତ ଚଉଡ଼ା ଏବଂ ଦେଢ଼ ହାତ ଉଚ୍ଚ। ସେ ଏହି ସିନ୍ଦୁକକୁ ଶୁଦ୍ଧ ସୁବର୍ଣ୍ଣ ଦ୍ୱାରା ଭିତର ପଟ ଓ ବାହାର ପଟ ମଡ଼ାଇଲେ। ଏହା ପରେ ସେ ସୁବର୍ଣ୍ଣର କାନ୍ଥ କଲେ। ସେ ସୁବର୍ଣ୍ଣର ଗ୍ଭରୋଟି କଡ଼ାକରି ଗ୍ଭରି କୋଣରେ ଲଗାଇଲେ। ଏବଂ ଦୁଇ ପାର୍ଶ୍ୱରେ ଦୁଇଟି କଡ଼ା ଥିଲା। ସେ ସେହି ଶିଟୀମ୍ କାଠରେ ସାଙ୍ଗୀ ତିଆରି କରି ସେଥିରେ ସୁବର୍ଣ୍ଣର ଛାଉଣି ଦେଇଥିଲେ। ସେହିପରି ସାଙ୍ଗୀକୁ ବହିବା ପାଇଁ ଦୁଇ ପାର୍ଶ୍ୱରେ ଥିବା ଦୁଇ କଡ଼ା ମଧ୍ୟରେ ସାଙ୍ଗୀକୁ ପୁରାଇଥିଲେ। ଏହା ପରେ ବତ୍ସଲେଲ ଏକ ଶୁଦ୍ଧ ସୁବର୍ଣ୍ଣର ଗୋଟିଏ ଆଚ୍ଛାଦକ ତିଆରି କଲେ। ତା’ର ଲମ୍ବ ଅଢ଼େଇ ହାତ ଓ ପ୍ରସ୍ଥ ଦେଢ଼ ହାତ ଥିଲା। ଏହା ପରେ ବତ୍ସଲେଲ ପିଟାସୁବର୍ଣ୍ଣରେ ଦୁଇ କିରୂବ ଦୂତଗଣ ନିର୍ମାଣ କରି ପାପାଚ୍ଛାଦନ ଦୁଇ ମୁଣ୍ଡରେ ରଖିଲେ। ତହିଁର ଏକ ମୁଣ୍ଡରେ ଏକ କିରୂବ, ଅନ୍ୟ ମୁଣ୍ଡରେ ମଧ୍ୟ ଏକ କିରୂବ ସ୍ଥାପନ କଲେ। ପାପାଚ୍ଛାଦନର ଦୁଇମୁଣ୍ଡରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ। କିରୂବମାନଙ୍କର ପକ୍ଷ ଉର୍ଦ୍ଧକୁ ବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆଚ୍ଛାଦନ କଲା। ଏବଂ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହୋଇ ରହିଲା। ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।

ଏକ ସ୍ୱତନ୍ତ୍ର ମେଜ

10 ଏହା ପରେ ସେ ଶିଟୀମ୍ କାଠରେ ଏକ ମେଜ ତିଆରି କଲେ। ଏହାର ଲମ୍ବ ଦୁଇ ହାତ, ଏକ ହାତ ଚଉଡ଼ା, ଦେଢ଼ ହାତ ଉଚ୍ଚତା ଥିଲା। 11 ସେ ସେହି ମେଜକୁ ଶୁଦ୍ଧ ସୁବର୍ଣ୍ଣରେ ଆଚ୍ଛାଦନ କଲେ ଏବଂ ଟେବୁଲ ଗ୍ଭରିପାଖରେ ଶୁଦ୍ଧ ସୁବର୍ଣ୍ଣର କାନ୍ଥ ତିଆରି କଲେ। 12 ତା’ପରେ ସେ ମେଜ ଗ୍ଭରିପାଖ ଏକ ହାତ, ଓସାର ବିଶିଷ୍ଟ ଏକ ଢାଞ୍ଚା ତିଆରି କଲେ ଓ ଢାଞ୍ଚାର ଗ୍ଭରିପଟେ ସୁବର୍ଣ୍ଣର ବଳୟ ତିଆରି କଲେ। 13 ଏହା ପରେ ସେମାନେ ମେଜର ଚତୁର୍ଦ୍ଦିଗରେ ଗ୍ଭରିଟା ସୁବର୍ଣ୍ଣର କଳିକା ଲଗାଇଲେ, ଯେଉଁ ଦିଗରେ ମେଜର ଗୋଡ଼ଗୁଡ଼ିକ ଥିଲା। 14 ସେ ସେହି ସୁବର୍ଣ୍ଣର କଡ଼ାଗୁଡ଼ିକ ପାଖ ଢାଞ୍ଚା ପାଖାପାଖି ଲାଗି ଥିଲା। ଏହି କଡ଼ା ମଧ୍ୟରେ ପୁରାଇଥିବା ସାଙ୍ଗୀ ଦ୍ୱାରା ବୁହା ଯାଉଥିଲା। 15 ସେହି ମେଜକୁ ବହିବା ପାଇଁ ଶିଟୀମ୍ କାଠରେ ସାଙ୍ଗୀ ତିଆରି କଲେ ଓ ସେଗୁଡ଼ିକୁ ସୁବର୍ଣ୍ଣରେ ଆଚ୍ଛାଦିତ କଲେ। 16 ତା’ପରେ ସେ ଥାଳି, ଗ୍ଭମଚ, ଗରା, ଗଡ଼ୁ ସବୁକୁ ସୁବର୍ଣ୍ଣରେ ତିଆରି କଲେ। ସେହି ଗରା ଓ ଗଡ଼ୁସବୁ ପେୟନୈବେଦ୍ୟ ଢାଳିବାରେ ବ୍ୟବହୃତ ହୁଏ।

ଦୀପରୁଖା

17 ଏହା ପରେ ସେ ଶୁଦ୍ଧ ସୁବର୍ଣ୍ଣରେ ଦୀପବୃକ୍ଷ ତିଆରି କଲେ। ସେ ଦୀପରୁଖାରେ ବୃନ୍ତ ଓ ଶାଖା କରିବା ପାଇଁ ସୁବର୍ଣ୍ଣକୁ ପିଟିଲେ। ତା’ପରେ ସେ ଫୁଲ, ପାଖୁଡ଼ା, କଢ଼ିମାନ ତିଆରି କଲେ। ସେ ଏହି ଜିନିଷଗୁଡ଼ିକୁ ଏକାଠି ଯୋଡ଼ି ଗୋଟିଏ ଜିନିଷ ତିଆରି କଲେ। 18 ଦୀପବୃକ୍ଷର ଏକ ପାର୍ଶ୍ୱରୁ ତିନି ଶାଖା ଏବଂ ଅନ୍ୟ ପାର୍ଶ୍ୱରୁ ତିନି ଶାଖା ଏହିପରି ଛଅଟି ଶାଖା ସେହି ଦୀପବୃକ୍ଷରୁ ବାହାର କଲେ। 19 ପ୍ରତ୍ୟେକ ଶାଖାରେ ତିନୋଟି କରି ଫୁଲ ରହିଲା। ଏହି ଫୁଲଗୁଡ଼ିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ, ଏହିପରି ଛଅଟି ଶାଖାରେ ରହିଲା। 20 ଦୀପରୁଖାର ଦଣ୍ଡଟିରେ ଗ୍ଭରୋଟି ପୁଷ୍ପ ଥିଲା, ସେଗୁଡ଼ିକର ଆକୃତି ବାଦାମ ପୁଷ୍ପର ବୃନ୍ତ ଓ ପାଖୁଡ଼ା ସଦୃଶ ଥିଲା। 21 ସେଥିରେ ଛଅଟି ଶାଖା ଥିଲା, ତିନୋଟି ପ୍ରତ୍ୟେକ ପାର୍ଶ୍ୱକୁ ଆସୁଛନ୍ତି, ଶାଖା ମୂଳ ଫୁଲ ସହିତ ବୃନ୍ତ ପାଖୁଡ଼ା ଥିଲା। 22 ସମ୍ପୂର୍ଣ୍ଣ ଦୀପ ବୃକ୍ଷଟି ତା’ର ଗଣ୍ଡି, ଶାଖା, ଫୁଲ ଓ ଫଳ ସବୁ ଶୁଦ୍ଧ ସୁବର୍ଣ୍ଣରେ ତିଆରି ହେଲା। ସମସ୍ତ ପିଟା ସୁନା କର୍ମରେ ନିର୍ମିତ ହୋଇଥିଲା। 23 ସେ ସେଥିପାଇଁ ସାତୋଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ। 24 ସେ ଏହି ସମସ୍ତ କାର୍ଯ୍ୟ ପାଇଁ ଏକ ତାଳନ୍ତ ସୁବର୍ଣ୍ଣ ବ୍ୟବହାର କଲେ।

ଧୂପବେଦି

25 ସେ ଧୂପ ଜଳାଇବା ପାଇଁ ଗୋଟିଏ ବେଦି ତିଆରି କଲେ। ସେ ଏଥିପାଇଁ ଶିଟିମ୍ କାଠ ବ୍ୟବହାର କଲେ। ଏହି ବେଦିଟି ଏକ ବର୍ଗାକାର, ଯାହାର ଦୈର୍ଘ୍ୟ ପ୍ରସ୍ଥ ଥିଲା ଏକ ହାତ ଓ ଉଚ୍ଚତା ଥିଲା ଦୁଇ ହାତ। ଶିଙ୍ଗଗୁଡ଼ିକ ତିଆରି ହୋଇଥିଲା ବେଦିର ଅଂଶ ଭାବରେ। 26 ଏବଂ ସେହି ଧୂପବେଦିଟିର ଶିଙ୍ଗ ସହିତ ଉପରି ଭାଗ ଶୁଦ୍ଧ ସୁବର୍ଣ୍ଣରେ ଆଚ୍ଛାଦିତ ହୋଇଥିଲା। ଏବଂ ସେ ବେଦି ଚତୁର୍ପାର୍ଶ୍ୱରେ ସୁବର୍ଣ୍ଣର ବଳୟ ନିର୍ମାଣ କଲେ। 27 ଧୂପବେଦିକୁ ବହିବା ପାଇଁ ତା’ର ପ୍ରତ୍ୟେକ ପାର୍ଶ୍ୱରେ ସୁବର୍ଣ୍ଣର ବଳୟ ତଳେ ସୁବର୍ଣ୍ଣ ଦୁଇ କଡ଼ା ନିର୍ମାଣ କଲେ। 28 ସେ ସେହି ସାଙ୍ଗୀଗୁଡ଼ିକ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ସୁବର୍ଣ୍ଣର ଛାଉଣି ଦେଇଥିଲେ।

29 ଏହା ପରେ ସେ ବିଶେଷ ଅଭିଷେକାର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିୟାନୁଯାୟୀ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କଲେ।

ହୋମବେଦି

38 ଏହା ପରେ ନୈବେଦ୍ୟ ଦ‌ଗ୍‌ଧ କରିବା ପାଇଁ ବତ୍ସଲେଲ ଶିଟୀମ୍ କାଠରେ ଏକ ଯଜ୍ଞବେଦି ନିର୍ମାଣ କଲେ। ଏହି ହୋମବେଦିଟି ବର୍ଗାକାର ଥିଲା। ଏହାର ଦୈର୍ଘ୍ୟ ପାଞ୍ଚ ହାତ, ପ୍ରସ୍ଥ ପାଞ୍ଚ ହାତ ଏବଂ ଉଚ୍ଚତା ତିନି ହାତ ଥିଲା। ସେ ଗ୍ଭରୋଟି କୋଣ ନିମନ୍ତେ ଶିଙ୍ଗ ତିଆରି କଲେ। ସେ ଗ୍ଭରୋଟି ଶିଙ୍ଗକୁ ମିଶାଇ ଦେଲେ, ସେସବୁ ଯଜ୍ଞବେଦିର ଏକ ଅଂଶ ହେଲା ଏବଂ ତା’ଉପରେ କଂସା ମଡ଼ାଇଲେ। ଏହା ପରେ ସେ ଯଜ୍ଞବେଦି ପାଇଁ ଦରକାରୀ ପିତ୍ତଳ ପାତ୍ର, ବେଲଗ୍ଭ, କରଚୁଲ୍ଲୀ, ଗରା, କଣ୍ଟା ଗ୍ଭମଚ ଓ ଅଙ୍ଗାରଧାନୀ ସବୁକୁ ପ୍ରସ୍ତୁତ କଲେ। ଏହା ପରେ ସେ ଯଜ୍ଞବେଦି ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ଯଜ୍ଞବେଦିର ଧାରରେ ବାନ୍ଧିଲେ। ଯାହାକି ଯଜ୍ଞବେଦିର ମଝି ପର୍ଯ୍ୟନ୍ତ ଆସିଲା। ଏହା ପରେ ସେ କଂସାର କଡ଼ା ତିଆରି କଲେ। ଏହି କଡ଼ା ମଧ୍ୟରେ ସାଙ୍ଗୀ ପୁରେଇ ବେଦି ବୁହାଗଲା। ସେ କଂସା ଜାଲିର ଗ୍ଭରି ପାଖରେ ଗ୍ଭରୋଟି କଡ଼ା ଲଗାଇଲେ। ଏହା ପରେ ସେ ଶିଟୀମ୍ କାଠରେ ଏହାକୁ ବହିବା ପାଇଁ ସାଙ୍ଗୀ ପ୍ରସ୍ତୁତ କଲେ। ସେହି ସାଙ୍ଗୀ ଉପରେ ପିତ୍ତଳର ଆବରଣ ମଡ଼ାଇଲେ। ବେଦିଟିକୁ ବହିବା ପାଇଁ ସେ ଯଜ୍ଞବେଦି ପାର୍ଶ୍ୱରେ ଥିବା କଡ଼ା ମଧ୍ୟରେ ସାଙ୍ଗୀକୁ ପୁରାଇଲେ। ସେ ଯଜ୍ଞବେଦିଟିକୁ ଖାଲି ସିନ୍ଦୁକ ପରି ପଟାରେ ନିର୍ମାଣ କଲେ।

ସ୍ତ୍ରୀ ଲୋକମାନେ ଦେଇଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୁଖା ତିଆରି କଲେ। ସେହି ସ୍ତ୍ରୀଲୋକମାନେ ସମାଗମ-ତମ୍ବୁର ଦ୍ୱାର ସମୀପରେ ସେବା କରୁଥିଲେ।

ପବିତ୍ର ତମ୍ବୁର ଗ୍ଭରିପାଖର ଅଗଣା

ଏହା ପରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ। ପ୍ରାଙ୍ଗଣର ଦକ୍ଷିଣ ପାର୍ଶ୍ୱରେ ବଳା ଶୁଭ୍ର କ୍ଷୋମସୂତ୍ରରେ ଏକଶତ ହାତ ନିର୍ମିତ ପରଦା ନିର୍ମାଣ କଲେ। 10 ଏହାର କୋଡ଼ିଏଟି ସ୍ତମ୍ଭ କୋଡ଼ିଏଟି ଚୁଙ୍ଗୀ ପିତ୍ତଳର ଏବଂ ସେହି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା। 11 ଉତ୍ତର ଦିଗର ପରଦା ଶହେ ହାତ ତାହାର କୋଡ଼ିଏଟି ସ୍ତମ୍ଭ କୋଡ଼ିଏଟି ପିତ୍ତଳର ଚୁଙ୍ଗୀ ଓ ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା।

12 ପଶ୍ଚିମ ପାର୍ଶ୍ୱରେ ପରଦା ପଗ୍ଭଶ୍ ହାତ ଲମ୍ବ ଥିଲା। ଏହାର ଦଶ ଗୋଟି ସ୍ତମ୍ଭ ଓ ଦଶ ଗୋଟି ଚୁଙ୍ଗୀ, ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ଥିଲା।

13 ପୂର୍ବ ଦିଗରେ ପୂର୍ବ ପାର୍ଶ୍ୱ ନିମନ୍ତେ ପଗ୍ଭଶ୍ ହାତଥିଲା। 14 ଦ୍ୱାରର ଏକ ପାର୍ଶ୍ୱ ନିମନ୍ତେ ପନ୍ଦର ହାତ ଲମ୍ବର ପରଦା ଓ ତହିଁରେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା। 15 ଅନ୍ୟ ପାର୍ଶ୍ୱ ପାଇଁ ପରଦାର କାନ୍ଥ ପନ୍ଦର ହାତ ଲମ୍ବ ଥିଲା। ପ୍ରାଙ୍ଗଣର ଦ୍ୱାର ସନ୍ନିକଟ ଏକ ପାର୍ଶ୍ୱସ୍ଥ ଓ ଅନ୍ୟ ପାର୍ଶ୍ୱସ୍ଥ ପନ୍ଦର ହାତ ପରଦା ଥିଲା। ଏହାର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା। 16 ପ୍ରାଙ୍ଗଣର ଚତୁର୍ଦ୍ଦିଗରେ ସକଳ ପରଦା ବଳାଶୁଭ୍ର କ୍ଷୋମସୂତ୍ରରେ ନିର୍ମିତ ଥିଲା। 17 ପୁଣି ସ୍ତମ୍ଭର ଆଧାରସବୁ କଂସାର ଥିଲା। ସ୍ତମ୍ଭର ଆଙ୍କଡ଼ା ଛଡ଼ ରୂପାର ଥିଲା। ଏହି ସ୍ତମ୍ଭର ଉପର ଭାଗ ରୂପାରେ ଛାଉଣି ହୋଇଥିଲା। ଏବଂ ଅଗଣାର ଖମ୍ବର ଛଡ଼ସବୁ ରୂପାରେ ତିଆରି ହୋଇଥିଲା।

18 ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ରରେ ଶିଳ୍ପ କର୍ମରେ ପରିପୂର୍ଣ୍ଣ ଥିଲା। ପ୍ରାଙ୍ଗଣର ପରଦା ପରି ତାହାର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ପାଞ୍ଚ ହାତ ଥିଲା। 19 ତହିଁରେ ପିତ୍ତଳର ଗ୍ଭରିଟି ସ୍ତମ୍ଭ, ଗ୍ଭରିଟି ଚୁଙ୍ଗୀ ରୂପାର ଆଙ୍କଡ଼ା ତା’ର ମୁଣ୍ଡାଳି ରୂପାରେ ଛାଉଣି ହୋଇଥିଲା। ଏବଂ ଛୁଞ୍ଚିଆ ରୂପା ନିର୍ମିତ ଥିଲା। 20 ପବିତ୍ର ତମ୍ବୁର ଓ ଅଗଣାର ଖିଲସବୁ କଂସାରେ ନିର୍ମିତ ହୋଇଥିଲା।

21 ମୋଶା ଲେବୀୟ ଲୋକମାନଙ୍କୁ ଆଜ୍ଞା ଦେଲେ, ପବିତ୍ର ତମ୍ବୁରେ ବ୍ୟବହାର ହେଉଥିବା ବସ୍ତୁମାନଙ୍କର ଗଣନା କରିବା ପାଇଁ ଏବଂ ଏହାର ଦାୟିତ୍ୱ ନେଇଥିଲେ ଯାଜକ ହାରୋଣର ପୁତ୍ର ଇଥାମ।

22 ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ଆଜ୍ଞା ଦେଇଥିଲେ, ସେହି ଅନୁଯାୟୀ ଯିହୁଦା ପରିବାରବର୍ଗର ହୂରର ପୌତ୍ର ଓ ଊରିର ପୁତ୍ର ବତ୍ସଲେଲ ସେ ସବୁ ନିର୍ମାଣ କରିଥିଲେ। 23 ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀୟାବ ଖୋଦନ କାର୍ଯ୍ୟରେ, ରୂପାଙ୍କନ କରିବାରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବାରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ।

24 ଅଣତିରିଶ୍ ତାଳନ୍ତ ଓ 730 ଶେକଲ ସୁବର୍ଣ୍ଣ ଅଧିକାରୀମାନଙ୍କ ଦ୍ୱାରା ମପାଯାଇ ପବିତ୍ର ସ୍ଥାନ ନିର୍ମାଣ ନିମନ୍ତେ ଦିଆଗଲା।

25 ଯେତେ ଲୋକ ଗଣିତ ହୋଇଥିଲେ, ସେମାନେ 100 ଶେକଲ ସୁବର୍ଣ୍ଣ ଓ 1775 ଶେକଲ ରୂପା କାର୍ଯ୍ୟାଳୟ ମାପ ଦ୍ୱାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା। 26 ଯେତେ ଲୋକ ଗଣତି ହୋଇଥିଲେ, ସେମାନଙ୍କର ବୟସ ଥିଲା କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ। ସେମାନଙ୍କର ସଂଖ୍ୟା ଥିଲା 603,550। ସେମାନେ ପ୍ରତ୍ୟେକ ଏକ ଦୁଇ ବେକା ଅର୍ଥାତ୍ ପବିତ୍ର ସ୍ଥାନର କାର୍ଯ୍ୟାଳୟ ମାପ ଓଜନ ହୋଇଥିବା ଶେକଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେଇଥିଲେ। 27 ଏକ ତାଳନ୍ତ ଲେଖାଏଁ ରୂପାରେ ପବିତ୍ର ସ୍ଥାନର ଆଧାର ଓ ପରଦା ତିଆରି ହୋଇଥିଲା। 100 ଆଧାର ପାଇଁ 100 ତାଳନ୍ତ ବ୍ୟବହାର କରାଗଲା ଅର୍ଥାତ୍ ଗୋଟିଏ ଆଧାର ପାଇଁ ଏକ ତାଳନ୍ତ। 28 ସେମାନେ ଆଙ୍କଡ଼ା, ଛଡ଼ ଏବଂ ଖମ୍ବଗୁଡ଼ିକର ଅଗ୍ରଭାଗକୁ 1775 ଶେକଲ ରୂପାରେ ଆଚ୍ଛାଦନ କଲେ।

29 ପିତ୍ତଳର ନୈବେଦ୍ୟ ସତୁରି ତାଳନ୍ତ 2400 ଶେକଲ ଥିଲା। 30 ଏଣୁ ସେ ପିତ୍ତଳ ଦ୍ୱାର ସମାଗମ-ତମ୍ବୁ ଦ୍ୱାରର ଚୁଙ୍ଗୀ ପିତ୍ତଳ ଯଜ୍ଞବେଦି ଓ ତହିଁର ପିତ୍ତଳର ଝାଞ୍ଜରୀ ଏବଂ ଯଜ୍ଞବେଦିର ସମସ୍ତ ପାତ୍ର ନିର୍ମାଣ କଲେ। 31 ପ୍ରାଙ୍ଗଣର ଚତୁର୍ପାର୍ଶ୍ୱର ଆଧାର ପ୍ରାଙ୍ଗଣର ପ୍ରବେଶ ଦ୍ୱାରର ଆଧାର ଓ ତମ୍ବୁର ସମସ୍ତ ଖିଲ ଏବଂ ପ୍ରାଙ୍ଗଣର ଖିଲ ସବୁ ସେହି କଂସାରେ ନିର୍ମିତ କରାଗଲା।

ମାଥିଉ ଲିଖିତ ସୁସମାଗ୍ଭର 23:1-22

ଯୀଶୁଙ୍କର ଯିହୂଦୀ ଧର୍ମ ନେତାଙ୍କୁ ସମାଲୋଚନା(A)

23 ତା’ପରେ ଯୀଶୁ ଜନସମୂହ ଓ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାର ବ୍ୟାଖ୍ୟା କରିବାର ଅଧିକାର ପାଇଛନ୍ତି। ତେଣୁ ସେମାନେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚିତ୍। ତୁମ୍ଭକୁ ସେମାନେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚିତ୍। କିନ୍ତୁ ସେମାନେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କର ନାହିଁ। କାରଣ ସେମାନେ ଯାହାସବୁ କହନ୍ତି, ନିଜେ ତାକୁ କାର୍ଯ୍ୟରେ କେବେ କରନ୍ତି ନାହିଁ। ମାନିବା ପାଇଁ କଠିନ ହେଲେ ମଧ୍ୟ ସେମାନେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସେହି ନିୟମଗୁଡ଼ିକ ମାନିବା ପାଇଁ ସେମାନେ ଲୋକଙ୍କୁ ବାଧ୍ୟ କରନ୍ତି। କିନ୍ତୁ ସେମାନେ ନିଜେ କେବେ ହେଲେ ସେହି ନିୟମମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେଷ୍ଟା କରନ୍ତି ନାହିଁ।

“କେବଳ ଅନ୍ୟ ଲୋକଙ୍କୁ ଦେଖେଇ ହେବା ପାଇଁ ଯାହାକିଛି ଭଲ କାମ, ତାହା ସେମାନେ କରନ୍ତି। ନିଜକୁ ଧାର୍ମିକ ଦେଖେଇ ହେବା ପାଇଁ ପ୍ରକୃତରେ ସେମାନେ ବଡ଼ବଡ଼ କବଚ ପିନ୍ଧିଥା’ନ୍ତି ଓ ନିଜର ସ୍ୱତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥା’ନ୍ତି। ଭୋଜିମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ପାଇବାକୁ ସେମାନେ ଭଲ ପାଆନ୍ତି। ସେମାନେ ବଜାର ସ୍ଥାନମାନଙ୍କରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସେମାନେ ଗ୍ଭହାନ୍ତି ଯେ ଲୋକେ ତାହାଙ୍କୁ ‘ରା‌‌‌‌‌ବ୍‌‌‌‌‌ବୀ’ [a] ବୋଲି ଡାକନ୍ତୁ।

“କିନ୍ତୁ ତୁମ୍ଭ ଭିତରୁ କେହି ନିଜକୁ ରା‌‌‌‌‌ବ୍‌‌‌‌‌ବୀ କହିବ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି। “ଏ ସଂସାରରେ କାହାରିକୁ ‘ପରମପିତା’ ବୋଲି ସମ୍ବୋଧନ କର ନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ୱର୍ଗରେ ରହୁଛନ୍ତି। 10 ତୁମ୍ଭେ ନିଜକୁ ‘ମାଲିକ’ ବୋଲି କହିବ ନାହିଁ। କାରଣ ତୁମ୍ଭର କେବଳ ଜଣେ ମାତ୍ର ମାଲିକ, ସେ ହେଉଛନ୍ତି ଯୀଶୁ। 11 ଯେଉଁ ଲୋକ ଗ୍ଭକର ଭଳି ତୁମ୍ଭର ସେବା କରିବ, ସେ ଲୋକ ତୁମ୍ଭମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ହେବ। 12 ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାଯିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାଯିବ।

13 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ। 14 [b]

15 “ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖୋଜି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହୋଇ ଗ୍ଭଲିଯାଉଛ। ଯେତେବେଳେ ସେଭଳି ଲୋକଟିଏ ପାଇ ଯାଉଛ ସେତେବେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କେବଳ ନର୍କର ଅଧିକାରୀ ହେବ।

16 “ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କେହି ଲୋକ ଉପାସନା ମନ୍ଦିର ନାମରେ ରାଣ ପକାଇ ଶପଥ କରିଥାଏ, ତେବେ ତାକୁ ସେହି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମରେ ରାଣ ପକାଇ ଶପଥ କରେ, ତେବେ ସେ ନିଶ୍ଚୟ ସେହି ଶପଥ ରକ୍ଷା କରିବ’। 17 ତୁମ୍ଭେମାନେ ଅନ୍ଧ ଓ ମୂର୍ଖ! ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସେହି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।

18 “ତୁମ୍ଭେମାନେ କହିଥାଅ, ‘ଯଦି କେହି ବେଦୀନାମରେ ଶପଥ ନିଏ, ତେବେ ତା’ର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବେଦୀ ଉପରେ ରଖାଯାଇଥିବା ଉପହାର ନାମରେ ଶପଥ ନିଏ, ତେବେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ’। 19 ତୁମ୍ଭେମାନେ ଅନ୍ଧ। ତୁମ୍ଭେ କିଛି ବୁଝି ନାହଁ। ବଡ଼ କିଏ? ବେଦୀ ନା ଉପହାର? ବେଦୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବେଦୀ ବଡ଼। 20 “ଏଣୁ ଯଦି କେହି ବେଦୀ ନାମରେ ଶପଥ କରେ, ତେବେ ସେ ବେଦୀ ସହିତ ବେଦୀ ଉପରେ ଯାହା ରଖାଯାଇଥାଏ, ସେ ସମସ୍ତଙ୍କ ନାମରେ ଶପଥ କରିଥାଏ। 21 ଯେଉଁ ଲୋକ ମନ୍ଦିର ନାମରେ ଶପଥ କରେ, ସେ ମନ୍ଦିର ଭିତରେ ଜଣେ ଯିଏ ଅଛନ୍ତି, ତାହାଙ୍କ ନାମରେ ଶପଥ ନେଇଥାଏ। 22 ଏବଂ ଯେଉଁ ଲୋକ ସ୍ୱର୍ଗ ନାମରେ ଶପଥ ନେଇଥାଏ, ସେ ପରମେଶ୍ୱରଙ୍କ ସିଂହାସନ ସହିତ ସେହି ସିଂହାସନ ଉପରେ ଯିଏ ବିରାଜମାନ, ତାହାଙ୍କ ନାମରେ ମଧ୍ୟ ଶପଥ ନେଇଥାଏ।

Oriya Bible: Easy-to-Read Version (ERV-OR)

2010 by World Bible Translation Center