Old/New Testament
ନିସ୍ତାରପର୍ବ
9 ଅନନ୍ତର ଲୋକମାନେ ମିଶର ଦେଶରୁ ବାହାରି ଆସିବାର ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ମରୁଭୂମିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲ ଲୋକମାନଙ୍କୁ କୁହ, ସେମାନେ ନିରୂପିତ ସମୟରେ ନିସ୍ତାରପର୍ବ [a] ପାଳନ କରନ୍ତୁ। 3 ଏହିମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।”
4 ତହୁଁ ମୋଶା ଇସ୍ରାଏଲ ଲୋକମାନଙ୍କୁ ନିସ୍ତାରପର୍ବ ପାଳନ କରିବା ପାଇଁ କହିଲେ। 5 ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସୀନୟ ମରୁଭୂମିରେ ନିସ୍ତାରପର୍ବ ପାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ଇସ୍ରାଏଲର ଲୋକମାନେ ସବୁ କାର୍ଯ୍ୟ କଲେ।
6 ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହି ଦିନ ସେମାନେ ନିସ୍ତାରପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସେମାନେ ସେହି ଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ। 7 ଏହି ଲୋକମାନେ ମୋଶାଙ୍କୁ କହିଲେ, “ଶବ ସ୍ପର୍ଶ କରି ଆମ୍ଭେମାନେ ଅଶୁଚି ହୋଇଅଛୁ। ତେଣୁ ସମସ୍ତ ଇସ୍ରାଏଲୀୟମାନଙ୍କ ସହିତ ସଦାପ୍ରଭୁଙ୍କୁ ନିର୍ଦ୍ଧାରିତ ସମୟରେ ଉପହାର କରିବା ପାଇଁ କାହିଁକି ଆମ୍ଭମାନଙ୍କୁ ଅନୁମତି ଦିଆ ନ ଯିବ?”
8 ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରୁହ, ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ମୁଁ ପଗ୍ଭରେ।”
9 ଅନନ୍ତର ମୋଶାଙ୍କୁ ସଦାପ୍ରଭୁ କହିଲେ, 10 “ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରେ କିମ୍ବା ତୁମ୍ଭମାନଙ୍କ ଭବିଷ୍ୟଦ୍ ସନ୍ତାନଗଣ ମଧ୍ୟରେ ଯେବେ କେହି ଶବ ଦ୍ୱାରା ଅଶୁଚି ହୁଏ, କିମ୍ବା କେହି ଜଣେ ଯଦି ଦୂର ସ୍ଥାନରେ ପଥିକ ହୁଏ, ତଥାପି ସେମାନେ ନିସ୍ତାରପର୍ବ ପାଳନ କରି ପାରିବେ। 11 ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୋଟୀ ଓ ପିତା ଶାଗ ସହିତ ତାହା ଭୋଜନ କରିବେ। 12 ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ। ସେମାନେ ମେଷ ବତ୍ସର କୌଣସି ହାଡ଼ ଭାଙ୍ଗିବେ ନାହିଁ, ଆଉ ସେମାନେ ନିସ୍ତାରପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ। 13 ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାରପର୍ବ ପାଳନ କରେ ନାହିଁ, ତାକୁ ତା’ର ଆପଣା ଲୋକମାନଙ୍କ ମଧ୍ୟରୁ ବହିଷ୍କାର କରାଯିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ।
14 “ଆଉ ଯେବେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାରପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ୱଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହେବ।”
ମେଘ ଓ ଅଗ୍ନି
15 ଯେଉଁ ଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସେହି ଦିନ ମେଘ ନିୟମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ୟ ଦେଖାଗଲା। 16 ଏହା ସବୁ ସମୟରେ ଘଟେ। ମେଘ ପବିତ୍ର ତମ୍ବୁକୁ ଆଚ୍ଛାଦନ କଲା ଏବଂ ରାତିରେ ଏହା ଅଗ୍ନିତୁଲ୍ୟ ଦେଖାଗଲା। 17 ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରୁ ଗତି କଲା, ସେତେବେଳେ ଇସ୍ରାଏଲର ଲୋକମାନେ ଯାତ୍ରା କଲେ, ପୁଣି ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲର ଲୋକମାନେ ସେହିଠାରେ ଛାଉଣି ସ୍ଥାପନ କଲେ। 18 ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ଲୋକମାନେ ମେଘର ଗତିକୁ ଲକ୍ଷ୍ୟକରି ଯାତ୍ରା କଲେ ଓ ଛାଉଣି ସ୍ଥାପନ କଲେ, ଯେପର୍ଯ୍ୟନ୍ତ ସେହି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ। 19 ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତେବେଳେ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ଯାତ୍ରା କଲେ ନାହିଁ। 20 କେବେ କେବେ ସେହି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସେମାନେ ଛାଉଣି କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ। 21 ବେଳେ ବେଳେ ପବିତ୍ର ତମ୍ବୁ ଉପରେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଗତିକଲା। ତେଣୁ ଇସ୍ରାଏଲ ଲୋକମାନେ ମଧ୍ୟ ଗତି କଲେ। ସେହି ଦିନରେ କିମ୍ବା ରାତିରେ ମେଘ ଗତି କରୁଥିଲା, ଇସ୍ରାଏଲର ଲୋକମାନେ ଯାତ୍ରା ଆରମ୍ଭ କଲେ। 22 ଯଦି ସେହି ମେଘ ପବିତ୍ର ତମ୍ବୁ ଉପରେ ଦୁଇ ଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ଯାତ୍ରା ବନ୍ଦ କରି ଛାଉଣିରେ ରହିଲେ, ପୁଣି ମେଘ ଯେତେବେଳେ ଗତି କରୁଥିଲା, ସେମାନେ ଯାତ୍ରା କଲେ। 23 ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ। ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କୁ ଅନୁସରଣ କଲେ।
ରୂପାର ତୂରୀସମୂହ
10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ରୂପାର ଦୁଇଟି ତୂରୀ ନିର୍ମାଣ କର ଓ ତାହା ପିଟା ରୂପାରେ ନିର୍ମିତ ହେବ। ତୁମ୍ଭେ ଲୋକମାନଙ୍କୁ ଏକତ୍ରିତ କରିବା ପାଇଁ ଓ ସେଗୁଡ଼ିକୁ ଯାତ୍ରାଆରମ୍ଭରେ ବ୍ୟବହାର କରିବ। 3 ସେମାନେ ଯେତେବେଳେ ଦୁଇଟି ତୂରୀ ବଜାଇବେ ସମସ୍ତ ଲୋକମାନେ ସମାଗମ-ତମ୍ବୁରେ ତୁମ୍ଭ ନିକଟରେ ଏକତ୍ରିତ ହେବା ଉଚିତ୍। 4 ଯଦି ସେମାନେ ଏକ ତୂରୀ ବଜାଇବେ ତେବେ ପରିବାରବର୍ଗର ଅଧିପତିମାନେ ତୁମ୍ଭ ନିକଟରେ ଏକତ୍ରିତ ହେବା ଉଚିତ୍।
5 “ଯଦି ତୁମ୍ଭେମାନେ ତୂରୀକୁ ଅଧା ବଜାଅ, ପୂର୍ବ ଦିଗସ୍ଥିତ ଛୀଉଣୀର ଲୋକମାନେ ଯାତ୍ରା କରିବା ଉଚିତ୍। 6 ପୁଣି ତୁମ୍ଭେମାନେ ଦ୍ୱିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ। ଏହି କ୍ରମରେ ସେମାନେ ଲୋକମାନଙ୍କର ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ। 7 ଲୋକମାନଙ୍କୁ ଏକତ୍ରିତ କରିବା ସମୟରେ ତୁମ୍ଭେମାନେ ଲଗାତର ଅଧା ସ୍ୱର ନୁହଁ, ଦୀର୍ଘସ୍ୱର କରି ତୂରୀ ବଜାଇବ। 8 କେବଳ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହେବ।
9 “ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଯାଉଛ, ତୁମ୍ଭେମାନେ ତୂରୀରେ ରଣବାଦ୍ୟ ବଜାଇବା ଉଚିତ୍। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭଙ୍କୁ ମନେ କରିବେ ଓ ତୁମ୍ଭମାନଙ୍କୁ ଆପଣା ଶତ୍ରୁଗଣଠାରୁ ରକ୍ଷା କରିବେ। 10 ଆଉ ମଧ୍ୟ ତୁମ୍ଭମାନଙ୍କ ଆନନ୍ଦ ଦିନରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମ୍ଭେମାନେ ଆପଣାମାନଙ୍କ ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ୱରଙ୍କ ସମ୍ମୁଖରେ ସ୍ମରଣାର୍ଥେ କରାଯିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”
ଇସ୍ରାଏଲ ଲୋକମାନଙ୍କର ସେମାନଙ୍କର ଛାଉଣିକୁ ଯାତ୍ରା
11 ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ବିଂଶତମ ଦିନରେ ସେହି ମେଘ ସାକ୍ଷ୍ୟରୂପ ପବିତ୍ର ତମ୍ବୁ ଉପରୁ ନିଆଗଲା। 12 ତହୁଁ ଇସ୍ରାଏଲର ଲୋକମାନେ ସୀନୟ ମରୁଭୂମିରୁ ଯାତ୍ରା ଆରମ୍ଭ କଲେ, ପୁଣି ସେହି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା। 13 ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।
14 ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ୱଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କର ଅଧିନାୟକ ଥିଲେ। 15 ଆଉ ସୂୟାରର ପୁତ୍ର ନଥନେଲ ଇଷାଖର ଗୋଷ୍ଠୀର ସେନାଧ୍ୟକ୍ଷ ଥିଲେ। 16 ତା’ପରେ ସବୂଲୂନ ସନ୍ତାନଗଣର ବଂଶ ଯାତ୍ରାକଲେ ଓ ହେଲୋନ୍ର ପୁତ୍ର ଇଲୀୟାବ୍ ତାଙ୍କର ଅଧ୍ୟକ୍ଷ ଥିଲେ।
17 ପବିତ୍ର ତମ୍ବୁ ତଳକୁ ନିଆଗଲା। ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ବହନ କରି ଅଗ୍ରସର ହେଲେ।
18 ତା’ପରେ ରୁବେନ୍ ଗୋଷ୍ଠୀର ବିଭାଗର ଧ୍ୱଜା ଚଳିଲା। ପୁଣି ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କର ଅଧିନାୟକ ଥିଲେ। 19 ତା’ପରେ ଆସିଲେ ଶିମିୟୋନ ସନ୍ତାନଗଣର ବଂଶ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ସେମାନଙ୍କର ଅଧିନାୟକ ଥିଲେ। 20 ତା’ପରେ ଗାଦ୍ର ଗୋଷ୍ଠୀ ଆସିଲେ ଓ ଦ୍ୟୂୟେଲର ପୁତ୍ର ଇଲୀୟାସଫ୍ ସେମାନଙ୍କର ଅଧିନାୟକ ଥିଲେ। 21 ତା’ପରେ କହାତୀୟଙ୍କ ପରିବାର ପବିତ୍ର ସ୍ଥାନର ଭାର ବହନକରି ସେହି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀୟ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।
22 ଏଥିଉତ୍ତାରେ ଇଫ୍ରୟିମ ଗୋଷ୍ଠୀର ବିଭାଗର ଧ୍ୱଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟର ଅଧିନାୟକ ଥିଲେ। 23 ତା’ପରେ ଆସିଲେ ମନଃଶି ଲୋକମାନଙ୍କର ବଂଶ ଓ ସେମାନଙ୍କର ଅଧିନାୟକ ଥିଲେ ପଦାହସୂରର ପୁତ୍ର ଗମଲିୟେଲ। 24 ତତ୍ପରେ ବିନ୍ୟାମୀନ ଗୋଷ୍ଠୀ ଆସିଲେ ଓ ଗିଦିୟୋନିର ପୁତ୍ର ଅବୀଦାନ ସେମାନଙ୍କର ଅଧିନାୟକ ଥିଲେ।
25 ଦାନ ଗୋଷ୍ଠୀର ବିଭାଗର ଧ୍ୱଜା ପରେ ଗ୍ଭଳିତ ହେଲା। ସେମାନେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷ ସେମାନଙ୍କର ଅଧିନାୟକ ଥିଲେ। 26 ତା’ପରେ ଆସିଲେ ଆଶେର ଲୋକମାନଙ୍କର ବଂଶ ଓ ଅକ୍ରଣର ପୁତ୍ର ପଗୀୟେଲ ତାଙ୍କର ସେନାଧ୍ୟକ୍ଷ ଥିଲେ। 27 ତଦୁପରି ଅଗ୍ରସର ହେଲେ ନପ୍ତାଲି ଲୋକମାନଙ୍କର ବଂଶ ଐନନର ପୁତ୍ର ଅହୀର ସେମାନଙ୍କର ଅଗ୍ରଭାଗରେ ଥିଲେ। 28 ଏହି କ୍ରମରେ ଇସ୍ରାଏଲ ଲୋକମାନଙ୍କର ଯାତ୍ରା ସେମାନଙ୍କର ବର୍ଗ ଅନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ।
29 ତା’ପରେ ମୋଶା ଆପଣା ଶ୍ୱଶୁର ମିଦିୟନୀୟ ରୂୟେଲର ପୁତ୍ର ହୋବବକୁ କହିଲେ, “ଆମ୍ଭେମାନେ ସେହି ସ୍ଥାନକୁ ଯାଉଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦେବେ, ଆମ୍ଭମାନଙ୍କ ସାଙ୍ଗରେ ଆସ। ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା। କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।”
30 କିନ୍ତୁ ହୋବବ କହିଲା, “ମୁଁ ତୁମ୍ଭମାନଙ୍କ ସହିତ ଯାଉ ନାହିଁ। ମୁଁ ମୋର ନିଜ ଦେଶକୁ ଓ ଆପଣା ଲୋକମାନଙ୍କ ନିକଟକୁ ଫେରିଯିବି।”
31 ତା’ପରେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ଼ ନାହିଁ, ମରୁଭୂମି ମଧ୍ୟରେ ଆମ୍ଭର ଛାଉଣି ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହେବ। 32 ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ଯିବ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ଉତ୍ତମ ଜିନିଷ ଦେବେ, ତାହା ଆମ୍ଭେମାନେ ତୁମ୍ଭ ସହିତ ବାଣ୍ଟ କରିବୁ।”
33 ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା। 34 ପ୍ରତିଦିନ ସଦାପ୍ରଭୁଙ୍କର ମେଘ ସେମାନଙ୍କୁ ବାଟ କଢ଼ାଇଲେ, ଯେତେବେଳେ ସେମାନେ ସେମାନଙ୍କର ଛାଉଣିରୁ ଯାତ୍ରାରମ୍ଭ କଲେ।
35 ପୁଣି ପବିତ୍ର ସିନ୍ଦୁକ ଅଗ୍ରସର ହେବା ବେଳେ ମୋଶା କହନ୍ତି,
“ସଦାପ୍ରଭୁ ଉଠ,
ପୁଣି ତୁମ୍ଭର ଶତ୍ରୁମାନେ ଛିନ୍ନଭିନ୍ନ ହୁଅନ୍ତୁ,
ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ।”
36 ଆଉ ପବିତ୍ର ସିନ୍ଦୁକ ଅଟକି ଗଲାବେଳେ ମୋଶା କହନ୍ତି,
“ହେ ସଦାପ୍ରଭୁ ତୁମ୍ଭେ ଇସ୍ରାଏଲର
ହଜାର ହଜାର ଲୋକଙ୍କ ପ୍ରତି ଫେର।”
ଲୋକମାନେ ପୁନର୍ବାର ଅଭିଯୋଗ କରନ୍ତି
11 ତା’ପରେ ଲୋକମାନେ ସଦାପ୍ରଭୁଙ୍କଠାରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତଭାଗ ଗ୍ରାସ କଲା। 2 ତେଣୁ ଲୋକମାନେ ମୋଶାଙ୍କ ନିକଟରେ ସାହାଯ୍ୟ ପାଇଁ କ୍ରନ୍ଦନ କଲେ। ତହୁଁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସେହି ଅଗ୍ନି ଥମିଗଲା। 3 ତେଣୁ ସେହି ସ୍ଥାନର ନାମ ତବିୟେରା ହେଲା କାରଣ ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କଲା।
ସତୁରି ବୟସ୍କ ପ୍ରାଚୀନଗଣ
4 ତା’ପରେ ସେମାନଙ୍କ ମଧ୍ୟରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳ ଇଚ୍ଛା ହେଲା। ଇସ୍ରାଏଲର ଲୋକମାନେ ସେମାନଙ୍କ ସହିତ ଯୋଗ ଦେଲେ ଏବଂ ପାଟି କଲେ, “କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? 5 ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡ଼େ। ଆମ୍ଭମାନଙ୍କର ମଧ୍ୟ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡ଼େ। 6 ମାତ୍ର ଏବେ ଆମ୍ଭେମାନେ ଦୁର୍ବଳ ହୋଇ ଯାଉଅଛୁ, ଏଠି ଖାଇବାକୁ କିଛି ନାହିଁ, ଏହି ମାନ୍ନା ଛଡ଼ା ଆଉ ଦେଖିବାକୁ କିଛି ନାହିଁ,।” 7 ଆଉ ସେହି ମାନ୍ନା ଧନିଆ ବୀଜଗୁଡ଼ିକ ସଦୃଶ ହେବ। 8 ଲୋକମାନେ ଏଣେ ତେଣେ ବୁଲି ମାନ୍ନା ସଂଗ୍ରହ କଲେ, ଚକିରେ ତାକୁ ପେଷିଲେ, କିମ୍ବା କୁଟଣୀରେ ତାହା ଚୂର୍ଣ କରି କରେଇରେ ସିଦ୍ଧକରି ପିଠା ପ୍ରସ୍ତୁତ କଲେ, ଆଉ ଜୀତ ତୈଳରେ ପକ୍ୱ ପିଠାପରି ତା’ର ସ୍ୱାଦ ହେଲା। 9 ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲାବେଳେ ତା’ ସହିତ ମାନ୍ନା ଝଡିଲା।
10 ଏହା ପରେ ଲୋକମାନେ ସମୁଦାୟ ପରିବାର ସହିତ ନିଜ ନିଜ ତମ୍ବୁଦ୍ୱାରା ନିକଟରେ ରୋଦନ କରିବାର ମୋଶା ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ଆଉ ମଧ୍ୟ ମୋଶା ଅସନ୍ତୁଷ୍ଟ ହେଲେ। 11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମୋ’ ଉପରେ କ୍ରୋଧ ଦେଖାଉଛ? କାହିଁକି ଆପଣ ମୋ’ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ? 12 କ’ଣ ସେମାନେ ସମସ୍ତେ ମୋ’ଠାରୁ ଜନ୍ମ ହୋଇଛନ୍ତି? ତୁମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ପ୍ରତିଜ୍ଞା କରିଥିଲ ମୁଁ ସେମାନଙ୍କୁ ଶିଶୁ ପରି କ’ଣ ବୋହି ନେବି? 13 ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦେବା ପାଇଁ କେଉଁଠାରେ ପାଇବି? କାରଣ ସେମାନେ ମୋ’ ନିକଟରେ କାନ୍ଦି କହୁଛନ୍ତି, ସେମାନେ ପାଟି କରନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।’ 14 ମୁଁ ଏକାକୀ ଏତେ ଲୋକଙ୍କର ଭାର ବହନ କରି ପାରିବି ନାହିଁ, କାରଣ ଏହା ମୋ’ ପାଇଁ ଅସହ୍ୟ ଅଟେ। 15 ଆଉ ଯଦି ତୁମ୍ଭେ ମୋ’ ପ୍ରତି ଏପରି ପଥରେ ବ୍ୟବହାର କରିବାକୁ ଯାଉଅଛ, ତେବେ ବିନୟ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତେବେ ମୋତେ ମାରିଦିଅ ପଛେ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।”
16 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଡାକ। ସେମାନଙ୍କୁ ସମାଗମ-ତମ୍ବୁ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଛିଡ଼ା ହେବା ଉଚିତ୍। 17 ମୁଁ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠାରେ ଯେଉଁ ଆତ୍ମା ଅଛି ତହିଁରୁ ନେଇ ସେମାନଙ୍କୁ ଦେବା, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବ ନାହିଁ, ସେଥିପାଇଁ ସେମାନେ ମଧ୍ୟ ତୁମ୍ଭ ସହିତ ଦାୟିତ୍ୱ ଭାର ବହନ କରିବେ।
18 “ଲୋକମାନଙ୍କୁ କୁହ, କାଲି ପାଇଁ ନିଜକୁ ପବିତ୍ର କର। ଆଉ ତୁମ୍ଭେମାନେ ମାଂସ ଖାଇବ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚରରେ କହିଅଛ, ‘କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଂ ମିଶର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା!’ ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଖାଇବାକୁ ଦେବେ। 19 ତୁମ୍ଭେମାନେ ଦିନେ କି ଦୁଇ ଦିନ କି ପାଞ୍ଚ ଦିନ କି ଦଶ ଦିନ କି କୋଡ଼ିଏ ଦିନ ଖାଇବ ତାହା ନୁହେଁ। 20 ତୁମ୍ଭେ ସମ୍ପୂର୍ଣ୍ଣ ଏକ ମାସ ମାଂସ ଭକ୍ଷ୍ୟଣ କରିବ। ତୁମ୍ଭେ ମାଂସକୁ ଭକ୍ଷ୍ୟଣ କରିବ, ଘୃଣାଯୋଗ୍ୟ ନ ହେବା ପର୍ଯ୍ୟନ୍ତ। ଆଉ ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନ ହୁଏ। କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରତ୍ୟାଖ୍ୟାନ କରିଛ, ଯିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭେମାନେ ତାଙ୍କଠାରେ ଆପତ୍ତି କରିବ ଏହା କହି, ‘ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ?’”
21 ତେବେ ମୋଶା କହିଲେ, “ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି ସେମାନେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, ‘ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ!’ 22 ସେମାନଙ୍କୁ ଯୋଗାଇବା ପାଇଁ ପଲ ମଧ୍ୟରୁ ସମସ୍ତ ଗୋମେଷ ବଧ କଲେ ମଧ୍ୟ ଏକ ମାସ ପାଇଁ ଅଣ୍ଟିବ ନାହିଁ। ଆଉ ସମୁଦ୍ରର ସମସ୍ତ ମାଛ ସେମାନଙ୍କୁ ଯଥେଷ୍ଟ ନୁହେଁ!”
23 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “କ’ଣ ସଦାପ୍ରଭୁଙ୍କ ଶକ୍ତି ସିମୀତ? ତୁମ୍ଭେମାନେ ବର୍ତ୍ତମାନ ଦେଖିବ, ଯଦି ସଦାପ୍ରଭୁଙ୍କ ବାକ୍ୟ ତୁମ୍ଭ ପ୍ରତି ସତ ହେବ।”
24 ତେବେ ମୋଶା ବାହାରକୁ ଯାଇ ଲୋକମାନଙ୍କୁ କହିଲେ, ଯାହା ସଦାପ୍ରଭୁ କହିଥିଲେ। ପୁଣି ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ୟରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ଛିଡ଼ା କରାଇଲେ। 25 ତା’ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମୋଶାଙ୍କୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠାରେ ଥିଲା, ତହିଁରୁ ନେଇ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତେବେଳେ ସେମାନଙ୍କ ଉପରେ ଆତ୍ମା ଅବସ୍ଥାନ କଲା, ସେମାନେ ଭବିଷ୍ୟଦ୍ କଥା ପ୍ରଗ୍ଭର ଆରମ୍ଭ କଲେ, ଏବଂ ସେମାନେ ଆଉ ବନ୍ଦ କଲେ ନାହିଁ।
26 ମାତ୍ର ଛାଉଣି ମଧ୍ୟରେ ଦୁଇଜଣ ପ୍ରାଚୀନ ଇଲଦଦ୍ ଓ ମେଦଦ୍ ରହିଲେ, ଯଦିଓ ସେମାନେ ତାଲିକାରେ ଥିଲେ, ସେମାନେ ତମ୍ବୁ ବାହାରକୁ ଆସି ନ ଥିଲେ। ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥାନ କଲା ଓ ସେମାନେ ଛାଉଣି ମଧ୍ୟରେ ରହି ଭବିଷ୍ୟଦ୍ କଥା ପ୍ରଗ୍ଭର ଆରମ୍ଭ କଲେ। 27 ତହୁଁ ଜଣେ ଯୁବକ ଦୌଡ଼ି ଯାଇ ମୋଶାଙ୍କୁ କହିଲା, “ଇଲଦଦ୍ ଓ ମେଦଦ୍ ଛାଉଣି ଭିତରେ ରହି ଭବିଷ୍ୟଦ୍ କଥା ପ୍ରଗ୍ଭର କରୁଅଛନ୍ତି।”
28 ତହିଁରେ ନୂନର ପୁତ୍ର ଯିହୋଶୂୟ ମୋଶାଙ୍କୁ କହିଲେ, “ହେ ମୋହର ମୁନିବ ମୋଶା, ସେମାନଙ୍କୁ ସ୍ଥଗିତ କରନ୍ତୁ।” ଯିହୋଶୂୟ ଯୁବକ ସମୟରୁ ମୋଶାଙ୍କର ଜଣେ ମନୋନୀତ ସହକାରୀ ଥିଲେ।
29 ମୋଶା ଉତ୍ତର ଦେଲେ, “ତୁମ୍ଭେ ମୋ’ ସକାଶୁ କ’ଣ ଈର୍ଷା କରୁଅଛୁ? ସଦାପ୍ରଭୁ ସମସ୍ତ ଲୋକଙ୍କୁ ଭବିଷ୍ୟଦ୍ବାଣୀ କରିବା ପାଇଁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ।” 30 ଏହା ପରେ ମୋଶା ଓ ଇସ୍ରାଏଲ ପ୍ରାଚୀନଗଣ ଛାଉଣିକି ଗମନ କଲେ।
ଭାଟୋଇ ପକ୍ଷୀଙ୍କ ଆଗମନ
31 ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାୟୁ ବହିଲା ଓ ତାହା ସମୁଦ୍ରରୁ ଭାଟୋଇ ପକ୍ଷୀ ଆଣିଲା। ସେମାନଙ୍କର ସଂଖ୍ୟା ଏତେ ଅଧିକ ହେଲା ଯେ ସେମାନେ ଛାଉଣିର ଚତୁର୍ଦ୍ଦିଗରେ ଏପାଖେ ଦିନକର ପଥ ଓ ସେ ପାଖେ ଦିନକର ପଥ ପର୍ଯ୍ୟନ୍ତ ବ୍ୟାପି ରହିଲେ। ସେମାନେ ଭୂମିଠାରୁ ପ୍ରାୟ ଦୁଇ ଫୁଟ ବହଳରେ ଗଦା ହୋଇଗଲେ। 32 ତହିଁରେ ଲୋକମାନେ ଛିଡ଼ା ହୋଇ ସେହି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସେହି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କେହି ଦଶ ବୁଶେଲରୁ ଊଣା ସଂଗ୍ରହ କଲା ନାହିଁ। ଆଉ ସେମାନେ ନିଜ ପାଇଁ ଛାଉଣିର ଗ୍ଭରିଆଡ଼େ ତାହା ବିଛାଇ ରଖିଲେ।
33 ସେମାନଙ୍କ ଦନ୍ତ ମଧ୍ୟରେ ମାଂସ ଥିଲାବେଳେ ତାହା ଚର୍ବଣ କରିବା ପୂର୍ବରୁ ସଦାପ୍ରଭୁଙ୍କ କ୍ରୋଧ ସେମାନଙ୍କ ଉପରେ ପ୍ରଜ୍ୱଳିତ ହେଲା। ତହୁଁ ସଦାପ୍ରଭୁ ସେମାନଙ୍କୁ ମହାମାରୀରେ ସଂହାର କଲେ ଓ ସେହି ସ୍ଥାନରେ ସେମାନେ କବର ନେଲେ। 34 ତେଣୁ ସେହି ସ୍ଥାନର ନାମ କିବ୍ରୋତ୍-ହତ୍ତାବା [b] ହେଲା। କାରଣ ସେମାନେ ଖାଦ୍ୟ ନିମନ୍ତେ ଲୋଭୀ ଲୋକମାନଙ୍କୁ ସେହି ସ୍ଥାନରେ କବର ଦେଲେ।
35 ଲୋକମାନେ କିବ୍ରୋତ-ହତ୍ତାବାଠାରୁ ହତ୍ସେରୋତକୁ ଯାତ୍ରା କରି ସେହିଠାରେ ରହିଲେ।
ଯୀଶୁ ଜଣେ ଲୋକକୁ ଦୁଷ୍ଟାତ୍ମା କବଳରୁ ମୁକ୍ତକଲେ(A)
5 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱର ଗରାଶୀୟମାନଙ୍କ ଦେଶରେ ପହଞ୍ଚିଲେ। 2 ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ରେ ଗୋଟିଏ ଲୋକ କବର ମଧ୍ୟରୁ ବାହାରି ତାହାଙ୍କ ପାଖକୁ ଆସିଲା ତା’ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। 3 ସେ ଲୋକଟି କବର ମଧ୍ୟରେ ରହୁଥିଲା। ତାହାକୁ କେହି ହେଲେ ବାନ୍ଧି ପାରୁ ନ ଥିଲେ। ଏପରିକି ଶିକୁଳିରେ ମଧ୍ୟ ତାକୁ ବାନ୍ଧି ପାରୁ ନ ଥିଲେ। 4 କାରଣ ତାହାକୁ ଅଧିକାଂଶ ସମୟରେ ହାତକଡ଼ି ଓ ବେଡ଼ି ଦ୍ୱାରା ବାନ୍ଧି ଦିଆଯାଉଥିଲା। କିନ୍ତୁ ସେ ହାତକଡ଼ିକୁ ଛିଣ୍ଡାଇ ଖୋଲି ଦେଉଥିଲା ଓ ଶିକୁଳିକୁ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ଦେଉଥିଲା। କେହି ହେଲେ ତାକୁ ନିୟନ୍ତ୍ରିତ କରି ପାରୁ ନ ଥିଲେ। 5 ସେ ଦିନରାତି ସଦାବେଳେ କବର ଓ ପାହାଡ଼ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥରରେ କ୍ଷତ ବିକ୍ଷତ କରି ପକାଉଥିଲା।
6 ଲୋକଟି ଯୀଶୁଙ୍କୁ ଦୂରରୁ ଦେଖି ତାହାଙ୍କ ପାଖକୁ ଧାଇଁ ଆସିଲା ଓ ପ୍ରଣାମ କରି ତାହାଙ୍କ ଆଗରେ ପଡ଼ିଗଲା। 7-8 ଯୀଶୁ ସେହି ଲୋକକୁ କହିଲେ, “ରେ ଦୁଷ୍ଟାତ୍ମା, ଏହି ଲୋକ ଦେହରୁ ବାହାରି ଆ।” ଯୀଶୁ ଏପରି କରିବା ଦ୍ୱାରା ସେହି ଲୋକ ବଡ଼ ପାଟିରେ ଚିତ୍କାର କରି କହିଲା, “ସବୁଠାରୁ ମହାନ ପରମେଶ୍ୱରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମୋ’ଠାରୁ କ’ଣ ଗ୍ଭହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମୋତେ ହଇରାଣ କର ନାହିଁ।”
9 ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭ ନାମ କ’ଣ?”
ଲୋକଟି କହିଲା, “ମୋ’ ନାମ ଲିଜନ [a] ବା ବାହିନୀଭୂତ। କାରଣ ଆମ୍ଭେ ଅନେକ।” 10 ସେହି ଦୁଷ୍ଟାତ୍ମାମାନେ ବାରମ୍ବାର କାକୁତି ମିନତି ହୋଇ ଭିକ୍ଷା ମାଗିଲେ ଯେ ସେ ସେମାନଙ୍କୁ ସେହି ଅଞ୍ଚଳର ବାହାରକୁ ପଠେଇ ନ ଦିଅନ୍ତୁ।
11 ସେହି ପାହାଡ଼ କଡ଼ରେ ସେତେବେଳେ ଘୁଷୁରିଙ୍କର ଗୋଟିଏ ବଡ଼ ପଲ ଚରୁଥିଲା। 12 ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭକୁ ଘୁଷୁରିମାନଙ୍କ ପାଖକୁ ପଠେଇ ଦିଅ, ତାହାହାଲେ ଆମ୍ଭେ ସେମାନଙ୍କ ଦେହ ଭିତରେ ପ୍ରବେଶ କରିଯିବୁ।” 13 ଯୀଶୁ ସେମାନଙ୍କୁ ଏପରି କରିବାକୁ ଅନୁମତି ଦେଇଦେଲେ। ତା’ପରେ ଦୁଷ୍ଟାତ୍ମାମାନେ ସେହି ଲୋକଟି ଦେହରୁ ବାହାରି ଘୁଷୁରିମାନଙ୍କ ଦେହରେ ପଶିଗଲେ। ସେହି ଘୁଷୁରି ପଲରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ଼ କଡ଼କୁ ଖୁବ୍ ବେଗରେ ଧାଇଁଲେ ଓ ହ୍ରଦ ଭିତରେ ପଡ଼ି ଗଲେ। ସବୁତକ ଘୁଷୁରି ପାଣିରେ ବୁଡ଼ିଗଲେ।
14 ଘୁଷୁରି ପଲର ଜଗୁଆଳମାନେ ପଳେଇ ଯାଇ ସହରରେ ଏହି ଘଟଣା ବିଷୟରେ କହିଲେ। ଲୋକେ କ’ଣ ଘଟିଛି ବୋଲି ଦେଖିବାକୁ ଆସିଲେ। 15 ସେମାନେ ଯୀଶୁଙ୍କ ପାଖରେ ପହଞ୍ଚି ଦେଖିଲେ ଯାହା ଦେହରେ ବାହିନୀଭୂତ [b] ପ୍ରବେଶ କରିଥିଲା, ସେ ଲୋକଟି ଲୁଗାପଟା ପିନ୍ଧି ଭଲ ଭାବରେ ବସିଛି। ତାହାର ମନ ଭଲ ହୋଇ ଯାଇଛି। ଏହା ଦେଖି ସେମାନେ ଭୟଭୀତ ହେଲେ। 16 ସେଠାରେ କେତେକ ଲୋକ ଥିଲେ, ଯେଉଁମାନେ ଯୀଶୁଙ୍କ କାର୍ଯ୍ୟ ଦେଖିଥିଲେ। ସେମାନେ ଅନ୍ୟ ଲୋକମାନଙ୍କ ଆଗରେ ଦୁଷ୍ଟାତ୍ମା [c] ଭୂତଗ୍ରସ୍ତ ଲୋକଟିର ଓ ଘୁଷୁରିମାନଙ୍କର କ’ଣ ହେଲା, ସେ ସବୁ ବର୍ଣ୍ଣନା କଲେ। 17 ତା’ପରେ ସେ ଲୋକମାନେ ଯୀଶୁଙ୍କୁ ସେ ଅଞ୍ଚଳ ଛାଡ଼ି ଗ୍ଭଲିଯିବାକୁ ଅନୁରୋଧ କଲେ।
18 ଯୀଶୁ ଡଙ୍ଗାରେ ବସି ଗ୍ଭଲି ଯିବାକୁ ପ୍ରସ୍ତୁତ ହେଲେ। ଯିଏ ପୂର୍ବରୁ ଦୁଷ୍ଟାତ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିଲା, ସେ ଯୀଶୁଙ୍କ ସହିତ ଯିବାକୁ ତାହାଙ୍କୁ ଅନୁରୋଧ କଲା। 19 କିନ୍ତୁ ଯୀଶୁ ତାହାକୁ ଯିବା ପାଇଁ ଅନୁମତି ଦେଲେ ନାହିଁ। ଯୀଶୁ କହିଲେ, “ତୁମ୍ଭେ ତୁମ୍ଭର ଘରକୁ, ଆତ୍ମୀୟ ସ୍ୱଜନଙ୍କ ପାଖକୁ ଯାଅ। ପ୍ରଭୁ ତୁମ୍ଭ ପାଇଁ ଯାହା କରିଛନ୍ତି, ସେ ସମସ୍ତ କଥା ସେମାନଙ୍କୁ କୁହ ଯେ ପ୍ରଭୁ ତୁମ୍ଭକୁ ଦୟା କରିଛନ୍ତି।”
20 ତେଣୁ ସେ ଗ୍ଭଲିଗଲା ଓ ଦେକାପଲି [d] ଅଞ୍ଚଳର ଲୋକଙ୍କୁ କହିବାକୁ ଲାଗିଲା ଯେ, ଯୀଶୁ କିପରି ତା’ ପାଇଁ କେତେ ବଡ଼ କାମ କରିଛନ୍ତି। ସମସ୍ତ ଲୋକ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।
2010 by World Bible Translation Center