Old/New Testament
ଶୁଚି ସମ୍ବନ୍ଧୀୟ ନିୟମ
5 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଏକ ମନୁଷ୍ୟକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମେହ ଓ ଯିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚୟ ଛାଉଣିରୁ ବାହାରକୁ ଯିବ, ଇସ୍ରାଏଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ। 3 ପୁରୁଷ ବା ସ୍ତ୍ରୀ ଯିଏ ହେଉନା କାହିଁକି ଛାଉଣିର ବାହାରେ ତୁମ୍ଭେ ସେମାନଙ୍କୁ ରଖିବ। ଯଦ୍ଦ୍ୱାରା ଯେଉଁ ଛାଉଣି ମଧ୍ୟରେ ଆମ୍ଭେ ବାସ କରୁ, ତାହା ସେମାନେ ଅଶୁଚି କରିବେ ନାହିଁ।”
4 ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ ଓ ସେମାନଙ୍କୁ ଛାଉଣିର ବାହାରେ ରଖିଲେ।
ଦୋଷ ପାଇଁ ପରିଶୋଧ
5 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 6 “ଇସ୍ରାଏଲ ଲୋକମାନଙ୍କୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ ଅପରାଧ କରେ, ତେବେ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ମଧ୍ୟ ଅପରାଧ କରିଛନ୍ତି। ସେମାନେ ଦୋଷୀ। 7 ତେଣୁ ସେ ଲୋକ ଆପଣାକୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ପାଇଁ କ୍ଷତିପୂରଣ ଦେବ ଓ ତହିଁରେ ପାଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଛି ତାକୁ ପରିଶୋଧ କରିବ। 8 ଦୋଷକର୍ତ୍ତା ଦୋଷ ପାଇଁ ଯାହାକୁ କ୍ଷତିପୂରଣ ଦେବା କଥା ସେ ଯଦି ମୃତ ହୋଇଥାଏ ଓ ତାହାର ଜ୍ଞାତିରେ କେହି ନ ଥା’ନ୍ତି, ତେବେ ସେ ସଦାପ୍ରଭୁଙ୍କୁ ପରିଶୋଧ କରିବ। ସଦାପ୍ରଭୁଙ୍କୁ କ୍ଷତିପୂରଣ ଦେବ, ତାହା ଯାଜକର ହେବ ଓ ତାହା ସହିତ ସେହି ମନୁଷ୍ୟ ତା’ର ପ୍ରାୟଶ୍ଚିତ ପାଇଁ ଏକ ମେଷ ବଳି ଉସର୍ଗ କରିବ।
9 “ଇସ୍ରାଏଲ ଲୋକମାନେ ନିଜ ନିଜ ପବିତ୍ର-ବସ୍ତୁ ମଧ୍ୟରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହା ସବୁ ତାହାର ହେବ। 10 ପ୍ରତ୍ୟେକ ମନୁଷ୍ୟର ଅଧିକାରରେ ଥିବା ସବୁକିଛି ତା’ର ନିଜର ହୋଇ ରହିଥାଏ, ଯେପର୍ଯ୍ୟନ୍ତ ସେ ତାହା ଅର୍ପଣ କରି ନାହିଁ। ଯାହା ଜଣେ ମନୁଷ୍ୟ ଯାଜକଙ୍କୁ ଦିଅନ୍ତି ତାହା ଯାଜକର ହେବ।”
ସନ୍ଦେହୀ ସ୍ୱାମୀଗଣ
11 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ କୁହ, କୌଣସି ମନୁଷ୍ୟର ସ୍ତ୍ରୀ ଯେବେ ବିପଥଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ ଲଘଂନ କରେ, 13 ଅର୍ଥାତ୍ ଯଦି ସେ କୌଣସି ପୁରୁଷ ସହିତ ତା’ର ସ୍ୱାମୀର ଦୃଷ୍ଟି ଅଗୋଚରରେ ଦୈହିକ ସମ୍ପର୍କ ରଖେ। ସେ ଯଦି କଳୁଷିତ ହୋଇଥାଏ, ତା’ ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ କିମ୍ବା ସେ କର୍ମ ବେଳେ ଧରା ପଡ଼ି ନ ଥାଏ, 14 ଆଉ ଯେବେ ତା’ର ସ୍ୱାମୀ ସନ୍ଦେହ କରେ, ଯେତେବେଳେ ସେ ନିଜକୁ କଳୁଷିତ କରିଥାଏ, ସେ ତାକୁ ସନ୍ଦେହ କରେ ଯେତେବେଳେ ସେ କଳୁଷିତ କର୍ମ କରି ନ ଥାଏ। 15 ତେବେ ସେହି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା’ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥିରେ ସଂଯୋଗ କରିବ ନାହିଁ, କାରଣ ତାହା ଈର୍ଷାର ଶସ୍ୟ ନୈବେଦ୍ୟ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରାଗଲା।
16 “ତା’ପରେ ଯାଜକ ସେ ସ୍ତ୍ରୀଲୋକକୁ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା କରାଇବ। 17 ଯାଜକ ଗୋଟିଏ ମାଟି ପାତ୍ରରେ ପବିତ୍ର ଜଳ ନେବ ଓ କିଛି ଧୂଳି ପବିତ୍ର ତମ୍ବୁର ଚଟାଣରୁ ନେଇ ପାଣିରେ ପକାଇବ। 18 ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ଯାହା ତା’ର ଦୋଷକୁ ଅନାବୃତ କରେ, ତାହାର ହସ୍ତରେ ଦେବ; ପୁଣି ଯାଜକ ଆପଣା ହସ୍ତରେ ଶାପ ଜନକ ତିକ୍ତ ଜଳ ରଖିବ ତାହା ଅଭିଶାପ ଆଣିବ।
19 “ଆଉ ଯାଜକ ସେହି ସ୍ତ୍ରୀକୁ ଶପଥ କରାଇ କହିବ, ‘ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ଶରୀର ମିଳନ ନ ଥାଏ, ତୁମ୍ଭେ ଯେତେବେଳେ ତୁମ୍ଭ ସ୍ୱାମୀକୁ ବିବାହ କରିଥିଲ, ତେବେ ଏହି ଶାପଯୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। 20 ମାତ୍ର ଯେବେ ତୁମ୍ଭେ ସ୍ୱାମୀଙ୍କ ବିବାହ କରିବା ବେଳେ ବିପଥଗାମିନୀ ହୋଇଥାଅ ଓ ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହିତ ଶୟନ କରିଥାଅ, ତେବେ ତୁମ୍ଭେ କଳୁଷିତ ହୋଇଛ। 21 ତଦନନ୍ତର ଯାଜକ ସେ ସ୍ତ୍ରୀକୁ ଅଭିଶାପର ଶପଥ କରାଇବ।’
“ଏବଂ ଯାଜକ ସେହି ସ୍ତ୍ରୀକୁ କହିବ ସଦାପ୍ରଭୁ ତୁମ୍ଭଙ୍କୁ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଅଭିଶପ୍ତ କରନ୍ତୁ, ଯେତେବେଳେ ସଦାପ୍ରଭୁ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପକାଇବେ। 22 ତହିଁରେ ‘ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ଯିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡ଼ିଯିବାର କାରଣ ହେବ’ ଏବଂ ସେହି ସ୍ତ୍ରୀ କହିବ ‘ଆମେନ୍! ଆମେନ୍!’
23 “ତା’ପରେ ଯାଜକ ସେହି ଅଭିଶାପଗୁଡ଼ିକ ଏକ ନଳାକାର ପୁସ୍ତକରେ ଲେଖିବ ଏବଂ ସେହି ଶାପଗୁଡ଼ିକ ପାଣିରେ ଧୋଇଦେବ। 24 ତା’ପରେ ଯାଜକ ସେହି ସ୍ତ୍ରୀକୁ ଶାପଜନକ ତିକ୍ତଜଳ ପିଆଇବ। ତହିଁରେ ସେହି ଶାପଜନକ ତିକ୍ତଜଳ ତା’ର ଉଦରରେ ପ୍ରବେଶ କରିବ ଏବଂ କଷ୍ଟ ଦେବାର କାରଣ ହେବ, ଯଦି ସେ ଦୋଷୀ।
25 “ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉଠାଇବ, ଏବଂ ବେଦି ଉପରକୁ ଆଣିବ। 26 ତହୁଁ ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ମୁଠାଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତାରେ ସେହି ସ୍ତ୍ରୀକୁ ସେହି ଜଳ ପାନ କରାଇବ। 27 ଯେବେ ସେହି ସ୍ତ୍ରୀ ଭ୍ରଷ୍ଟ ଚରିତ୍ର ଏବଂ ତା’ର ସ୍ୱାମୀ ପ୍ରତି ଅବିଶ୍ୱସ୍ତ ହୋଇଥାଏ, ତେବେ ସେହି ଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ଯନ୍ତ୍ରଣା ଦେବ। ତାହାର ପ୍ରଜନନ ଅଙ୍ଗ ଫୁଲିବ ଏବଂ ଓହଳି ପଡ଼ିବ। ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଶାପ ସ୍ୱରୂପ ହେବ। 28 କିନ୍ତୁ ଯଦି ସେହି ସ୍ତ୍ରୀ ଅସତ୍ୟ ବ୍ୟବହାର ନ କରିଥାଏ କିନ୍ତୁ ପବିତ୍ର, ତେବେ ସେହି ଅଭିଶାପରୁ ମୁକ୍ତ ହେବ ଏବଂ ଗର୍ଭଧାରଣ କରିବ।
29 “ଏହା ଈର୍ଷାଜନକ ବ୍ୟବସ୍ଥା, ଯଥା: ସ୍ତ୍ରୀ ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମୀ ହୋଇ ଅଶୁଚି ହେଲେ। 30 ଯଦି ଜଣେ ମନୁଷ୍ୟ ଏହି ବିଷୟରେ ତା’ର ସ୍ତ୍ରୀକୁ ସନ୍ଦେହ କରେ, ସେ ସେହି ସ୍ତ୍ରୀ କି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ। 31 ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେ ସ୍ତ୍ରୀ ଅପରାଧ ବହନ କରିବ।”
ନାସରୀୟ
6 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ହେବା ନିମନ୍ତେ ବିଶେଷ ନାସରୀୟ ପ୍ରତିଜ୍ଞା କରିବା ଉଚିତ୍। 3 ତେବେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ୍ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପେୟ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ। 4 ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷା ଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କି ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ।
5 “ତାହାର ପ୍ରତିଜ୍ଞା ହେତୁ ପୃଥକ୍ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ତା’ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ।
6 “ନାସରୀୟ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ଯିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ। 7 ବ୍ରତ ସମୟରେ ଏପରିକି ସେ ନିଜର ପିତା କି ମାତା କି ଭ୍ରାତା କି ଭଗିନୀ ମଲେ ସେମାନଙ୍କୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବାର ଚିହ୍ନ ତାହାର ମସ୍ତକରେ ଅଛି, 8 ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। 9 ଆଉ ଯଦି ନାସରୀୟ ବ୍ରତ ପାଳନ କରୁଥିବା ବ୍ୟକ୍ତିର ନିକଟରେ ରହୁଥିବା ବ୍ୟକ୍ତି ମରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତେବେ ସେ ଶୌଚ ଦିନରେ ଆପଣା ମସ୍ତକ ଲଣ୍ତା କରିବ। 10 ପୁଣି ଅଷ୍ଟମ ଦିନରେ ନାସରୀୟ ଦୁଇଟି କପୋତ କିମ୍ବା ପାରା ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ। 11 ଆଉ ଯାଜକ ତହିଁରୁ ଗୋଟିଏକୁ ପାପାର୍ଥକ ନୈବେଦ୍ୟ ରୂପେ ଓ ଅନ୍ୟଟି ହୋମବଳି ରୂପେ ଉତ୍ସର୍ଗ କରିବ। ସେ ଶବ ସମନ୍ଧରେ ଯେଉଁ ପାପ ନାସରୀୟ କଲା, ତହିଁ ଲାଗି ପ୍ରାୟଶ୍ଚିତ କରିବ ଓ ସେ ସେହି ଦିନ ପୁନର୍ବାର ତା’ର ମସ୍ତକ ପବିତ୍ର କରିବ। 12 ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହୋଇ ରହିବା ଦିନମାନ ପୃଥକ୍ କରିବ, ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଗୋଟିଏ ମେଷବତ୍ସ ଆଣିବ ମାତ୍ର ପୂର୍ବ ଦିନ ସବୁ ବୃଥା ହେବ, କାରଣ ତାହାର ପୃଥକୀକରଣ ନିରର୍ଥକ ହେଲା।
13 “ସେହି ମନୁଷ୍ୟ ଆଉ ପୃଥକ୍ ରହିବା ଦିନ ସମ୍ପୂର୍ଣ୍ଣ ହେଲେ ନାସରୀୟ ପ୍ରତିଜ୍ଞା ବ୍ୟବସ୍ଥା ଅନୁସାରେ ବ୍ରତକାରୀ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆସିବ। 14 ପୁଣି ସେ ସଦାପ୍ରଭୁଙ୍କ ପାଇଁ ତାହାର ଭେଟି ଆଣିବ,
ଗୋଟିଏ ଏକବର୍ଷୀୟ ହୃଷ୍ଟପୁଷ୍ଟ ପୁଂ ମେଷ ହୋମବଳି ପାଇଁ ଆଣିବ।
ଗୋଟିଏ ହୃଷ୍ଟପୁଷ୍ଟ ମେଷ ପାପାର୍ଥକ ବଳି ନିମନ୍ତେ
ଓ ଗୋଟିଏ ହୃଷ୍ଟପୁଷ୍ଟ ଅଣ୍ତିରା ମେଣ୍ଢା ମଙ୍ଗଳାର୍ଥକ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ।
15 ସେ ଉତ୍ସର୍ଗ କରିବ, ଏକ ଡାଲା ତାଡ଼ିଶୂନ୍ୟ ରୋଟୀ ଭଲ ମଇଦାରେ, ତେଲ ମିଶାଇ ବନାଇବ ଏବଂ ତାଡ଼ିଶୂନ୍ୟ ସରୁ ପିଠା ତେଲ ତାହା ଉପରେ ଦେଇ ବନା ହେବ।
ଓ ତହିଁର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ।
16 “ତା’ପରେ ଯାଜକ ହୋମବଳି ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଆଗରେ ଉତ୍ସର୍ଗ କରିବା ଉଚିତ୍। 17 ଏହା ପରେ ସେ ତାଡ଼ିଶୂନ୍ୟ ରୋଟୀର ଡାଲା ଏବଂ ମେଷକୁ ମଙ୍ଗଳାର୍ଥକ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍। ଯାଜକ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।
18 “ପୁଣି ନାସରୀୟ ବ୍ରତରେ ଥିବା ସମୟରେ ସେହି ବ୍ୟକ୍ତି ସମାଗମ-ତମ୍ବୁର ସମ୍ମୁଖରେ ଆପଣା ମସ୍ତକ ଲଣ୍ତା କରିବ ଓ ସେ କେଶ ନେଇ ମଙ୍ଗଳାର୍ଥକ ନୈବେଦ୍ୟକୁ ଦଗ୍ଧ କରୁଥିବା ଅଗ୍ନିରେ ପକାଇବ।
19 “ନାସରୀୟ ବ୍ରତରେ ଥିବା ବ୍ୟକ୍ତି ନିଜର ମସ୍ତକ ଲଣ୍ତା କଲାପରେ, ଯାଜକ ସେହି ମେଷର ରନ୍ଧା ହୋଇଥିବା ସ୍କନ୍ଧ, ଗୋଟିଏ ତାଡ଼ିଶୂନ୍ୟ ପିଠା ସେହି ଡାଲାରୁ ଏବଂ ଗୋଟିଏ ସରୁ ପିଠା ଦେବ। 20 ତା’ପରେ ଯାଜକ ଦୋଳନୀୟ ନୈବେଦ୍ୟ ତାହା ସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଟେକିବ, ସେହି ଛାତି ଓ ଗୋଡ଼ ନୈବେଦ୍ୟ ଯାଜକ ପାଇଁ ଏକ ପବିତ୍ର ଉପହାର ଅଟେ। ତା’ପରେ ସେହି ନାସରୀୟ ବ୍ରତ କରିଥିବା ବ୍ୟକ୍ତି ଦ୍ରାକ୍ଷାରସ ପାନ କରି ପାରିବ।
21 “ଏହି ହେଉଛି ବ୍ୟବସ୍ଥା, ଯେଉଁ ଲୋକ ବିଶେଷ ନାସରୀୟ ବ୍ରତ କରେ। ସେ ଏହି ନୈବେଦ୍ୟ ଆଣିବ, ଏତଦ୍ ବ୍ୟତିତ ଯଦି ସେ ଅନ୍ୟକିଛି ନେଇପାରିବ, ସେ ନିଶ୍ଚୟ ଯାହା ପ୍ରତିଜ୍ଞା କରିଛି ତାହା କରିବ।”
ଯାଜକମାନଙ୍କ ଆଶୀର୍ବାଦ
22 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 23 “ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ,
24 ‘ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ
ଓ ତୁମ୍ଭକୁ ନିରାପଦରେ ରଖନ୍ତୁ।
25 ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟିରେ ଦେଖନ୍ତୁ
ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
26 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ
ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।’
27 ତା’ପରେ ସଦାପ୍ରଭୁ କହିଲେ, “ଏହିରୂପେ ହାରୋଣ ଓ ତାଙ୍କର ସନ୍ତାନଗଣ ଇସ୍ରାଏଲୀୟମାନଙ୍କ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।”
କୃଷକ ବୀଜ ବୁଣିବା ବିଷୟରେ ଦୃଷ୍ଟାନ୍ତ କଥା(A)
4 ଯୀଶୁ ପୁଣି ହ୍ରଦ କୂଳରେ ଉପଦେଶ ଦେବା ଆରମ୍ଭ କଲେ। ସେଠାରେ ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ସେ ହ୍ରଦରେ ଥିବା ଗୋଟିଏ ଡଙ୍ଗାରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳରେ ଠିଆ ହୋଇ ରହିଲେ। 2 ଯୀଶୁ ଡଙ୍ଗାରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସେମାନଙ୍କୁ ଉପଦେଶ ଦେବା ପାଇଁ ଅନେକଗୁଡ଼ିଏ ଦୃଷ୍ଟାନ୍ତ କଥାର ପ୍ରୟୋଗ କଲେ। ତାହାଙ୍କ ଶିକ୍ଷାରେ ସେ କହିଲେ,
3 “ଶୁଣ, ଜଣେ ଗ୍ଭଷୀ ବୀଜ ବୁଣିବାକୁ ବାହାରିଲା।” 4 ଯେତେବେଳେ ଗ୍ଭଷୀଟି ବୀଜ ବୁଣୁଥିଲା, ସେଥିରୁ କିଛି ବୀଜ ରାସ୍ତାରେ ପଡ଼ିଗଲା। ପକ୍ଷୀମାନେ ଆସି ସେତକ ଖାଇ ଦେଲେ। 5 ଆଉ କିଛି ବୀଜ ପଥୁରିଆ ଜମିରେ ପଡ଼ିଗଲା। ସେ ଜମିରେ ଯଥେଷ୍ଟ ମାଟି ନ ଥିଲା। ଯଥେଷ୍ଟ ମାଟି ନ ଥିବାରୁ ସେ ବୀଜଗୁଡ଼ିକ ଅତି ଶୀଘ୍ର ଗଜା ହୋଇଗଲା। 6 କିନ୍ତୁ ସୂର୍ଯ୍ୟ ଆକାଶରେ ଉଠିବା ପରେ ପରେ ଉତ୍ତାପ ହେତୁ ଗଜାଗୁଡ଼ିକ ଜଳି ଗଲା। ମାଟି ଭିତରକୁ ଚେର ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଗ୍ଭରାଗୁଡ଼ିକ ଶୁଖିଗଲା। 7 କିଛି ବୀଜ କଣ୍ଟାବୁଦାଗୁଡ଼ିକ ଭିତରେ ପଡ଼ିଗଲା। କଣ୍ଟାବୁଦାଗୁଡ଼ିକ ବଢ଼ୁ ଥିଲା, ତେଣୁ କଣ୍ଟାବୁଦା ଗୁଡ଼ିକ ଗଛଗ୍ଭରାଗୁଡ଼ିକୁ ଗ୍ଭପି ଦେଲା, ତା’ ଫଳରେ ସେଗୁଡ଼ିକ ଭଲ ଭାବରେ ବଢ଼ି ପାରିଲା ନାହିଁ। ତେଣୁ ସେଥିରେ ଫଳ ଫଳିଲା ନାହିଁ। 8 କେତେକ ବୀଜ ଭଲ ମାଟିରେ ପଡ଼ିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢ଼ିଲା ଓ ଫଳ ଫଳିଲା କେତେକ ଗଛରେ ତିରିଶ୍ ଗୁଣ ବା ଷାଠିଏ ଗୁଣ ଏପରିକି କେତେକ ଗଛରେ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”
9 ତା’ପରେ ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଯିଏ ଶୁଣୁଛି, ଶୁଣୁ।”
ଯୀଶୁ କାହିଁକି ଦୃଷ୍ଟାନ୍ତ ପ୍ରୟୋଗ କରନ୍ତି(B)
10 ପରେ ଯେତେବେଳେ ଯୀଶୁ ଏକୁଟିଆ ଥିଲେ, ସେତେବେଳେ ତାହାଙ୍କର ବାରଜଣ ଯାକ ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତ ସମ୍ବନ୍ଧରେ ପଗ୍ଭରିଲେ।
11 ଯୀଶୁ କହିଲେ, “କେବଳ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ବୁଝି ପାରିବା ପାଇଁ ଶକ୍ତି ଦିଆଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ୟମରେ ସବୁକଥା କହୁଛି। 12 ମୁଁ ଏପରି କରେ କାରଣ:
‘ସେମାନେ ଖାଲି ଗ୍ଭହୁଁଥିବେ ସିନା କିନ୍ତୁ କିଛି ଦେଖି ପାରୁ ନ ଥିବେ।
ସେମାନେ ଖାଲି ଶୁଣୁଥିବେ ସିନା କିଛି ବୁଝି ପାରୁ ନ ଥିବେ।
ଯଦି ସେମାନେ ଦେଖି ପାରିବେ ଓ ବୁଝି ପାରିବେ,
ତେବେ ସେମାନେ ବଦଳି ଯିବେ ଓ କ୍ଷମା ପାଇ ଯିବେ।’” (C)
ଯୀଶୁ ବୀଜବୁଣା ଦୃଷ୍ଟାନ୍ତ କଥା ବୁଝାଇଲେ(D)
13 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତେବେ ଅନ୍ୟ ଦୃଷ୍ଟାନ୍ତଗୁଡ଼ିକ କିପରି ବୁଝିବ?” 14 ଗ୍ଭଷୀଟି ଲୋକମାନଙ୍କ ମନ ମଧ୍ୟରେ ପରମେଶ୍ୱରଙ୍କ ଉପଦେଶ ବୁଣୁଥିବା ଲୋକ ଭଳି। 15 ବେଳେବେଳେ ବାକ୍ୟ ରାସ୍ତାରେ ପଡ଼ିଯାଏ। କେତେକ ଲୋକ ଏହି ରାସ୍ତା ଭଳି, ସେହି ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଶୟତାନ ତତ୍କ୍ଷଣାତ୍ ଆସି ସେମାନଙ୍କ ମଧ୍ୟରେ ବୁଣା ଯାଇଥିବା ବାକ୍ୟକୁ ନେଇ ଯାଏ।
16 “ଆଉ କେତେକ ଲୋକ ପଥୁରିଆ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦରେ ତାହା ଗ୍ରହଣ କରି ନିଅନ୍ତି। 17 କିନ୍ତୁ ତାହାର ଚେର ତାହାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରି ପାରେ ନାହିଁ। କେବଳ କିଛି କ୍ଷଣ ପାଇଁ ସେମାନେ ବାକ୍ୟକୁ ଧରି ରଖନ୍ତି। ପରେ ଯେତେବେଳେ ବାକ୍ୟ ଯୋଗୁଁ ବିପଦ ଆସେ ବା ସେମାନେ ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ ତୁରନ୍ତ ବିଶ୍ୱାସ ପରିତ୍ୟାଗ କରନ୍ତି।
18 “ଆଉ କେତେକ ଲୋକ କଣ୍ଟାବୁଦାଗୁଡ଼ିକରେ ପଡ଼ି ଯାଇଥିବା ବୀଜ ଭଳି। ଏମାନେ ବାକ୍ୟ ଶୁଣନ୍ତି। 19 କିନ୍ତୁ ତାହାଙ୍କ ମନରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମୋହ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆସେ ଓ ସେଗୁଡ଼ିକ ବାକ୍ୟକୁ ଗ୍ଭପି ପକାଏ। ଫଳରେ ତାହା ସେମାନଙ୍କ ଜୀବନରେ ଫଳହୀନ ହୁଏ।
20 “କେତେକ ଲୋକ ଭଲମାଟିରେ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟକୁ ଶୁଣନ୍ତି ଓ ତାହା ଗ୍ରହଣ କରନ୍ତି। ତା’ପରେ ସେମାନେ ବୃଦ୍ଧି ପାଇ ଫଳପ୍ରଦ ହୁଅନ୍ତି। ତାହା ବେଳେବେଳେ ତିରିଶ୍ ଗୁଣ, ଷାଠିଏ ଗୁଣ ବା ଶହେ ଗୁଣ ପର୍ଯ୍ୟନ୍ତ ଫଳ ଦେଇଥାଏ।”
2010 by World Bible Translation Center