Add parallel Print Page Options

ବିହନବୁଣା ଦୃଷ୍ଟାନ୍ତର ଅର୍ଥ

(ମାଥିଉ 13:18-23; ମାର୍କ 4:13-20)

11 “ଦୃଷ୍ଟାନ୍ତର ଏହା ହିଁ ଅର୍ଥ: “ବୀଜ ହେଉଛି ପରମେଶ୍ୱରଙ୍କ ଉପଦେଶ। 12 ଯେଉଁ ବୀଜ ରାସ୍ତା କଡ଼ରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି, କିନ୍ତୁ ତା'ପରେ ଶୟତାନ ଆସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନେଇଯାଏ। ତେଣୁ ସେହି ଲୋକମାନେ ବିଶ୍ୱାସ କରି ନ ପାରି ଉଦ୍ଧାର ପାଆନ୍ତି ନାହିଁ। 13 ଯେଉଁ ବୀଜ ପଥର ଉପରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା'ର ଚେର ସେହି ଲୋକମାନଙ୍କ ହୃଦୟ ମଧ୍ୟରେ ଗଭୀରକୁ ପ୍ରବେଶ କରିପାରେ ନାହିଁ। ସେମାନେ କିଛି ସମୟ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସେମାନେ ବିଶ୍ୱାସ କରିବା ବନ୍ଦ କରନ୍ତି। ସେମାନେ ବିଶ୍ୱାସ ହରେଇ ବସନ୍ତି ଓ ପରମେଶ୍ୱରଙ୍କଠାରୁ ଦୂରେଇ ଯାଆନ୍ତି।

14 “ଯେଉଁ ବୀଜ କଣ୍ଟା ବୁଦାରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସେମାନଙ୍କୁ ବଢ଼ିବାରୁ ବାଧାଦିଏ। ତା’ ଫଳରେ ସେଥିରୁ ଭଲ ଫଳ ମିଳି ପାରେ ନାହିଁ। 15 ଏବଂ ଯେଉଁ ବୀଜ ଭଲ ମାଟିରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ସ୍ୱଚ୍ଛ ଓ ପବିତ୍ର ହୃଦୟରେ ଶୁଣନ୍ତି, ତାହା ହୃଦୟରେ ଗ୍ରହଣ କରନ୍ତି, କାର୍ଯ୍ୟରେ ପାଳନ କରନ୍ତି ଓ ଧୈର୍ଯ୍ୟ ପୂର୍ବକ ଉତ୍ତମ ଫଳ ଫଳନ୍ତି।

Read full chapter