ମାର୍କ ଲିଖିତ ସୁସମାଗ୍ଭର 4:13-20
Odia Holy Bible: Easy-to-Read Version
ଯୀଶୁ ବୀଜବୁଣା ଦୃଷ୍ଟାନ୍ତ କଥା ବୁଝାଇଲେ
(ମାଥିଉ 13:18-23; ଲୂକ 8:11-15)
13 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତେବେ ଅନ୍ୟ ଦୃଷ୍ଟାନ୍ତଗୁଡ଼ିକ କିପରି ବୁଝିବ?” 14 ଗ୍ଭଷୀଟି ଲୋକମାନଙ୍କ ମନ ମଧ୍ୟରେ ପରମେଶ୍ୱରଙ୍କ ଉପଦେଶ ବୁଣୁଥିବା ଲୋକ ଭଳି। 15 ବେଳେବେଳେ ବାକ୍ୟ ରାସ୍ତାରେ ପଡ଼ିଯାଏ। କେତେକ ଲୋକ ଏହି ରାସ୍ତା ଭଳି, ସେହି ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଶୟତାନ ତତ୍କ୍ଷଣାତ୍ ଆସି ସେମାନଙ୍କ ମଧ୍ୟରେ ବୁଣା ଯାଇଥିବା ବାକ୍ୟକୁ ନେଇ ଯାଏ।
16 “ଆଉ କେତେକ ଲୋକ ପଥୁରିଆ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦରେ ତାହା ଗ୍ରହଣ କରି ନିଅନ୍ତି। 17 କିନ୍ତୁ ତାହାର ଚେର ତାହାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରି ପାରେ ନାହିଁ। କେବଳ କିଛି କ୍ଷଣ ପାଇଁ ସେମାନେ ବାକ୍ୟକୁ ଧରି ରଖନ୍ତି। ପରେ ଯେତେବେଳେ ବାକ୍ୟ ଯୋଗୁଁ ବିପଦ ଆସେ ବା ସେମାନେ ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ ତୁରନ୍ତ ବିଶ୍ୱାସ ପରିତ୍ୟାଗ କରନ୍ତି।
18 “ଆଉ କେତେକ ଲୋକ କଣ୍ଟାବୁଦାଗୁଡ଼ିକରେ ପଡ଼ି ଯାଇଥିବା ବୀଜ ଭଳି। ଏମାନେ ବାକ୍ୟ ଶୁଣନ୍ତି। 19 କିନ୍ତୁ ତାହାଙ୍କ ମନରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମୋହ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆସେ ଓ ସେଗୁଡ଼ିକ ବାକ୍ୟକୁ ଗ୍ଭପି ପକାଏ। ଫଳରେ ତାହା ସେମାନଙ୍କ ଜୀବନରେ ଫଳହୀନ ହୁଏ।
20 “କେତେକ ଲୋକ ଭଲମାଟିରେ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟକୁ ଶୁଣନ୍ତି ଓ ତାହା ଗ୍ରହଣ କରନ୍ତି। ତା'ପରେ ସେମାନେ ବୃଦ୍ଧି ପାଇ ଫଳପ୍ରଦ ହୁଅନ୍ତି। ତାହା ବେଳେବେଳେ ତିରିଶ୍ ଗୁଣ, ଷାଠିଏ ଗୁଣ ବା ଶହେ ଗୁଣ ପର୍ଯ୍ୟନ୍ତ ଫଳ ଦେଇଥାଏ।”
Read full chapter2010 by Bible League International