Add parallel Print Page Options

ବୀଜ ବୁଣା ଦୃଷ୍ଟାନ୍ତର ବ୍ୟାଖ୍ୟା

(ମାର୍କ 4:13-20; ଲୂକ 8:11-15)

18 “ତେବେ କୃଷକ ସମ୍ବନ୍ଧୀୟ ଦୃଷ୍ଟାନ୍ତର ଅର୍ଥ ଶୁଣ।

19 “ରାସ୍ତାରେ ପଡ଼ି ଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକପରି ସେ ସ୍ୱର୍ଗରାଜ୍ୟର ସୁସମାଗ୍ଭର ଶୁଣେ, ଓ ତାହା ବୁଝି ପାରେ ନାହିଁ। ଶୟତାନ ଆସେ ଓ ତା’ ହୃଦୟରେ ଯାହାକିଛି ବୁଣା ହୋଇଥାଏ, ସେତେକ ନେଇ ଗ୍ଭଲିଯାଏ।

20 “ପଥୁରିଆ ଜାଗାରେ ବୁଣାଯାଇଥିବା ବୀଜର ଅର୍ଥ କ’ଣ? ବୀଜଟି ଠିକ୍ ସେହି ଲୋକପରି, ଯେ ସୁସମାଗ୍ଭର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ। 21 କିନ୍ତୁ ସେ ନିଜ ଭିତରେ ଶିକ୍ଷାକୁ ଦୃଢ଼ ହେବାକୁ ଦିଏ ନାହିଁ, କେବଳ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟରେ ରଖିଥାଏ। ଯେତେବେଳେ ସୁସମାଗ୍ଭର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପାରେ ନାହିଁ, ସେ ଖୁବ୍ ଶୀଘ୍ର ସେଗୁଡ଼ିକୁ ଛାଡ଼ିଦିଏ।

22 “କଣ୍ଟାବୁଦାରେ ପଡ଼ିଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକ ଯେ ସୁସମାଗ୍ଭର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମୋହ ଲାଗି ସୁସମାଗ୍ଭରକୁ ତା’ ଭିତରେ ବଢ଼ିବାକୁ ଦିଏ ନାହିଁ, ସେ ବ୍ୟକ୍ତି କେବେ ସଫଳ ହୋଇପାରେ ନାହିଁ।

23 “ଭଲ ମାଟି ଉପରେ ପଡ଼ିଥିବା ବୀଜର ଅର୍ଥ କ’ଣ? ସେହି ଲୋକ ଭଳି ସେ ସୁସମାଗ୍ଭର ଶୁଣେ ଓ ତାକୁ ବୁଝିପାରେ। ସେ ଲୋକ ସଫଳ ହୁଏ। ସେହି ସଫଳତା ବେଳେବେଳେ ଶହେ ଗୁଣ, ଷାଠିଏ ଗୁଣ ଓ ତିରିଶ୍ ଗୁଣ ପର୍ଯ୍ୟନ୍ତ ମିଳିଥାଏ।”

Read full chapter