Old/New Testament
ଯାଜକମାନଙ୍କର ବିଶେଷ ବସ୍ତ୍ର
39 କୁଶଳୀ କର୍ମୀମାନେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତାଦ୍ୱାରା ସେମାନେ ସ୍ୱତନ୍ତ୍ର ଧରଣର ପୋଷାକ ତିଆରି କଲେ। ସେହି ବିଶେଷ ପୋଷାକ ଯାଜକମାନେ ଯେତେବେଳେ ସଦାପ୍ରଭୁଙ୍କର କର୍ମ କରିବେ, ସେମାନେ ସେହି ସମୟରେ ପିନ୍ଧିବେ। ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଦେଇଥିବା ଆଜ୍ଞା ଅନୁସାରେ ହାରୋଣ ପାଇଁ ସେହି ପବିତ୍ର ବସ୍ତ୍ର ତିଆରି କଲେ।
ଏଫୋଦ
2 ସେମାନେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ବଳା ଶୂଭ୍ର ଦ୍ୱାରା ଏଫୋଦ ବସ୍ତ୍ର ପ୍ରସ୍ତୁତ କଲେ। 3 ସେମାନେ ନୀଳ, ବାଇଗଣୀ ଓ ଲାଲ ରଙ୍ଗର ସୂତାରେ ଝାଲେରି ବୁଣିବା ପାଇଁ ସେମାନେ ସୁବର୍ଣ୍ଣକୁ ପିଟିଲେ ଓ କାଟି ଛୋଟ ସୂତାରେ ପରିଣତ କଲେ। 4 ସେମାନେ ଏଫୋଦ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହା ପରେ ସେମାନେ ପ୍ରତ୍ୟେକର କାନିକୁ ଏଫୋଦର ଦୁଇ ମୁଣ୍ଡ ସହିତ ଯୋଡ଼ି ଦେଲେ। 5 ସେମାନେ କଟିବନ୍ଧନୀ ବୁଣିଲେ ଏଫୋଦରେ ବାନ୍ଧିଲେ। ଯେପରି ଏଫୋଦ ତିଆରି ହୋଇଥିଲା, ସେହିପରି ଏହାକୁ ତିଆରି କରାଗଲା। ତାହା ମଧ୍ୟ ସେହି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ୱାରା ନୀଳ, ବାଇଗଣୀ ଓ ଲାଲ ରଙ୍ଗରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତିଆରି କଲେ ଯେପରି ସଦାପ୍ରଭୁ ମୋଶାଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ।
6 କର୍ମୀଗଣ ଏଫୋଦରେ ଗୋମେଦକ ମଣିକୁ ସୁନାରେ ଖଚିତ କରି ବ୍ୟବହାର କଲେ। ସେହି ମଣିରେ ଇସ୍ରାଏଲ ସନ୍ତାନମାନଙ୍କର ନାମ ଲେଖିଲେ। 7 ଏହା ପରେ ସେମାନେ ସଦାପ୍ରଭୁଙ୍କର ମୋଶାଙ୍କୁ ଆଜ୍ଞା ଅନୁସାରେ ଏଫୋଦର ଦୁଇ ସ୍କନ୍ଦପଟି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ।
ବିଗ୍ଭରାର୍ଥକ ବୁକୁପଟା
8 ଏହା ପରେ ସେମାନେ ବୁକୁପଟା ପ୍ରସ୍ତୁତ କଲେ। ଏହି କର୍ମ କୁଶଳୀ କାରୀଗରମାନଙ୍କର ଥିଲା। ଏହା ଠିକ୍ ଏଫୋଦ ପରି ଥିଲା। ଏହା ସୁବର୍ଣ୍ଣ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମସୂତ୍ର ଦ୍ୱାରା ତିଆରି କରାଯାଇଥିଲା। 9 ଏହା ଚତୁଷ୍କୋଣ ଥିଲା। ସେମାନେ ସେହି ବୁକୁପଟାକୁ ଦୋହରା କରି ଏକ ଗ୍ଭଖଣ୍ଡେ ଲମ୍ବ ଓ ଏକ ଗ୍ଭଖଣ୍ଡେ ପ୍ରସ୍ଥ କଲେ। 10 ତାକୁ ଗ୍ଭରି ପକ୍ତି ମଣିରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତିରେ ଚୁଣି, ପିତମଣି ଓ ମରକତ ଇତ୍ୟାଦି ରଖିଲେ। 11 ଦ୍ୱିତୀୟ ପଂକ୍ତିରେ ସେମାନେ ପଦ୍ମରାଗ, ନୀଳକାନ୍ତ ଓ ହୀରକ ଦେଲେ। 12 ତୃତୀୟ ପଂକ୍ତିରେ ପେରୋଜ ଓ ଯିସ୍ମ ଓ କଟାହେଳା ରଖିଲେ। 13 ଏବଂ ଚତୁର୍ଥ ପଂକ୍ତିରେ ବୈଦୁର୍ଯ୍ୟ, ଗୋମେଦକ ମଣି, ସୂର୍ଯ୍ୟକାନ୍ତ ମଣି ଥିଲା। ଏହିସବୁ ମଣି ସ୍ୱର୍ଣ୍ଣ ଧାରରେ ବସାଗଲା। 14 ଇସ୍ରାଏଲ ପୁତ୍ରମାନଙ୍କ ନାମାଙ୍କିତ ଏହିସବୁ ମଣି ଲୋକମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେଲା। ପ୍ରତ୍ୟେକ ମଣିରେ ଇସ୍ରାଏଲର ଦ୍ୱାଦଶ ପରିବାର ବର୍ଗର ଏକ ଏକ ନାମ ବିଗ୍ଭରର୍ଥକ ବୁକୁପଟା ହୋଇ ରହିଲା।
15 ତା’ପରେ ସେମାନେ ଶୁଦ୍ଧ ସୁବର୍ଣ୍ଣରେ ହାର ତିଆରି କଲେ ଏବଂ ବିଗ୍ଭରାର୍ଥକ ବୁକୁପଟା ପାଇଁ ରଜ୍ଜୁ ପରି ଯୋଡ଼ିଲେ। 16 ଦୁଇ ସ୍ୱର୍ଣ୍ଣଧାର ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବିଗ୍ଭରାର୍ଥକ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲାଗାଇଲେ। 17 ସେମାନେ ବିଗ୍ଭରାର୍ଥକ ବୁକୁପଟାର ଶେଷ ଭାଗରେ ଦୁଇଟି ସୁବର୍ଣ୍ଣର ଦୁଇଟି କଡ଼ା ପାଇଁ ଦୁଇଟି ସୁବର୍ଣ୍ଣର ଜଞ୍ଜିର ତିଆରି କଲେ। 18 ମୋଟା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଦପଟି ଉପରେ ରଖିଲେ। 19 ସେମାନେ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବିଗ୍ଭରର୍ଥକ ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ। 20 ସେମାନେ ଆଉ ଦୁଇ ସ୍ୱର୍ଣ୍ଣକଡ଼ା କଲେ ଏବଂ ଏଫୋଦର ଦୁଇ ସ୍କନ୍ଦପଟି ତଳେ ଲଗାଇଲେ ଓ ଏଫୋଦର କଟିବନ୍ଧନ ଉପରେ ତାହା ଲଗାଇଲେ। 21 ଏହା ପରେ ସେମାନେ ଏକ ନୀଳ ରିବନ ଦ୍ୱାରା ବୁକୁପଟାକୁ ଏଫୋଦରେ ଏପରି ଯତ୍ନପୂର୍ବକ ବାନ୍ଧିଲେ ଯେ, ତାହା ଯେପରି ଗଳି ନ ପଡ଼େ, ତେଣୁ ବିଗ୍ଭରାର୍ଥକ ବୁକୁପଟା ଏଫୋଦର କମରବନ୍ଧ ଉପରେ ସୁରକ୍ଷିତ ହୋଇ ରହିଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ଏହା କରାଗଲା।
ଯାଜକମାନଙ୍କ ପାଇଁ ଅନ୍ୟାନ୍ୟ ପୋଷାକ
22 ଏହା ପରେ ସେମାନେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ବସ୍ତ୍ରରେ ଏଫୋଦର ଗ୍ଭେଗା କଲେ। ଏହା ଏକ କୁଶଳୀ କର୍ମୀ ଦ୍ୱାରା ବୁଣାଗଲା। 23 ଗ୍ଭେଗାର ମଧ୍ୟସ୍ଥଳରେ ସାଞ୍ଚୁଆର ଗଳଦେଶ ନ୍ୟାୟ ଛିଦ୍ର ଥିଲା। ତାହା ଯେପରି ଛିଣ୍ଡି ନ ଯାଏ, ଏଥିପାଇଁ ସେହି ଗଳାର ଗ୍ଭରିପାଖରେ ବୁଣା କର୍ମ ହୋଇଥିଲା।
24 ସେମାନେ ଗ୍ଭେଗାର ଅଞ୍ଚଳର ଗ୍ଭରି ପାଖରେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ବ ନିର୍ମାଣ କଲେ। 25 ଆଉ ସେମାନେ ଡାଳିମ୍ବ ମଧ୍ୟରେ ନିର୍ମଳ ସୁନା ଦ୍ୱାରା ଘଣ୍ଟି କରି ଗ୍ଭେଗା ଅଞ୍ଚଳର ଗ୍ଭରିଆଡ଼େ ଡାଳିମ୍ବର ମଧ୍ୟରେ ରଖିଲେ। 26 ଉପାସନା ଗ୍ଭେଗାର ଧଡ଼ିରେ ସେମାନେ ଏକ ଡାଳିମ୍ବ ଓ ଘଣ୍ଟି, ଗୋଟିଏ ପରେ ଗୋଟିଏ ଲଗାଇଲେ, ସଦାପ୍ରଭୁଙ୍କର ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ।
27 ଏହା ପରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତନ୍ତୁବାୟ ନିର୍ମିତ ଜାମା ତିଆରି କଲେ। 28 ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡ଼ି ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ। 29 ସେମାନେ ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତ୍ରରେ ଝାଲେରି କାର୍ଯ୍ୟ ଦ୍ୱାରା ଏକ କଟିବନ୍ଧନ ପ୍ରସ୍ତୁତ କଲେ। ସଦାପ୍ରଭୁଙ୍କର ମୋଶାଙ୍କ ପ୍ରତି ଆଜ୍ଞାନୁସାରେ।
30 ଏହା ପରେ ସେମାନେ ଶୁଦ୍ଧ ସୁବର୍ଣ୍ଣରେ ପବିତ୍ର ମୁକୁଟର ଫଳକ ପ୍ରସ୍ତୁତ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଏହା ଏକ ମୋହର ପରି ଲେଖିଲେ। 31 ଏହା ପଗଡ଼ି ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ।
ମୋଶା ପବିତ୍ର ତମ୍ବୁକୁ ପରିଦର୍ଶନ କଲେ
32 ସମାଗମ-ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ଯ୍ୟ ଇସ୍ରାଏଲ ଲୋକମାନଙ୍କ ସମାପ୍ତ ହେଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ସମସ୍ତ କର୍ମ କଲେ। 33 ଏହା ପରେ ସେମାନେ ମୋଶାଙ୍କୁ ପବିତ୍ର ତମ୍ବୁ ଦେଖାଇଲେ। ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘଣ୍ଟି ପଟା, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗୀ। 34 ନାଲି ରଙ୍ଗରେ ରଂଜିତ ମେଷ ଚର୍ମରେ ସୂକ୍ଷ୍ମ ଚର୍ମ ନିର୍ମିତ ତମ୍ବୁ ଆଚ୍ଛାଦକ ଏବଂ ପରଦା ତିଆରି କଲେ।
35 ନିୟମ-ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ଆଚ୍ଛାଦକ ଆଣିଲେ। 36 ମେଜ, ତହିଁର ସକଳ ସାମଗ୍ରୀ ଓ ଦର୍ଶନୀୟ ରୋଟୀ। 37 ଶୁଦ୍ଧ ସୁବର୍ଣ୍ଣର ଦ୍ୱୀପ, ତହିଁରେ ଥିବା ସମସ୍ତ ସାମଗ୍ରୀ ଓ ଦୀପ ପାଇଁ ତୈଳ। ଦୀପବୃକ୍ଷ ତହିଁରେ ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତାହାର ସମସ୍ତ ଉପାଦାନ ଓ ଦୀପାର୍ଥକ ତୈଳ ଆଣିଲେ। 38 ସ୍ୱର୍ଣ୍ଣମୟ ଯଜ୍ଞବେଦି, ଅଭିଷେକାର୍ଥକ ତୈଳ, ଧୂପ ଓ ତମ୍ବୁର ପ୍ରବେଶ ଦ୍ୱାର ନିମନ୍ତେ ପରଦା। 39 କଂସାର ଯଜ୍ଞବେଦି, କଂସାର ଜଞ୍ଜିର, ତା’ର ସାଙ୍ଗୀ ଓ ସକଳ ଆସବାବ ପତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ଆଧାର।
40 ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଆଧାର ଓ ପ୍ରାଙ୍ଗଣ ଦ୍ୱାରର ପରଦା ତହିଁର ରଜ୍ଜୁ ଓ ଖିଲ ଓ ସମାଗମ-ତମ୍ବୁ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ଆସବାବ ପତ୍ର।
41 ଯାଜକ ରୂପେ ସେବା କଲାବେଳେ ହାରୋଣ ଓ ତାଙ୍କର ପୁତ୍ରମାନେ ଯେଉଁ ସୁଶୋଭିତ ଗ୍ଭେଗା ପରିଧାନ କରିଥିଲେ ତାହା ସେମାନେ ଦେଖାଇଲେ।
42 ଇସ୍ରାଏଲର ଲୋକମାନେ ଏହିପରି କାର୍ଯ୍ୟମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ. 43 ମୋଶା ସେହି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷେପ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡ଼ିକ ଠିକ୍ ଭାବରେ ହୋଇଥିଲା। ତେଣୁ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।
ମୋଶା ପବିତ୍ର ତମ୍ବୁ ସ୍ଥାପନ କଲେ
40 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ପ୍ରଥମ ମାସର ପ୍ରଥମ ଦିନରେ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର। 3 ତା’ ମଧ୍ୟରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ। 4 ଏହା ପରେ ମେଜ ଭିତରକୁ ଆଣି ତହିଁର ସମସ୍ତ ଦ୍ରବ୍ୟମାନ ସଜାଇ ରଖ। ଦୀପରୁଖା ଆଣ ଏବଂ ସମସ୍ତ ଦ୍ୱୀପଗୁଡ଼ିକ ଜାଳିବା ପାଇଁ ରଖ। 5 ନିୟମ-ସିନ୍ଦୁକ ସମ୍ମୁଖରେ ସୁବର୍ଣ୍ଣର ଧୂପବେଦି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।
6 “ଆଉ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସମ୍ମୁଖରେ ହୋମବଳି ରଖିବ। 7 ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦେବ। 8 ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କର ଏବଂ ପ୍ରାଙ୍ଗଣର ପ୍ରବେଶ ପଥରେ ପରଦାଟି ଟାଙ୍ଗ।
9 “ଏହା ପରେ ଅଭିଷେକାର୍ଥକ ତୈଳ ନେଇ ତମ୍ବୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କର ଓ ଉତ୍ସର୍ଗିତ କର। ତହିଁରେ ତମ୍ବୁ ଓ ତାହାର ସାମଗ୍ରୀ ପବିତ୍ର ହେବ। 10 ଆଉ ହୋମବେଦି ଓ ତହିଁର ସକଳ ସାମଗ୍ରୀ ଅଭିଷେକ କରି ଉତ୍ସର୍ଗିତ କର। ତହିଁରେ ସେହି ଯଜ୍ଞବେଦି ଅତ୍ୟନ୍ତ ପବିତ୍ର ହେବ। 11 ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ।
12 “ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ-ତମ୍ବୁର ଦ୍ୱାର ଦେଶକୁ ଆଣ। ତାଙ୍କୁ ପାଣିରେ ସ୍ନାନ କରାଅ। 13 ଏହା ପରେ ହାରୋଣଙ୍କୁ ସେହି ପବିତ୍ର ବସ୍ତ୍ର ପରିଧାନ କରାଅ। ତା’ପରେ ତାକୁ ଅଭିଷିକ୍ତ ଓ ଉତ୍ସର୍ଗିତ କର ଏବଂ ସେ ମୋର ଯାଜକ ହେବ। 14 ଏହା ପରେ ହାରୋଣଙ୍କର ପୁତ୍ରଙ୍କୁ ଏହି ପବିତ୍ର ବସ୍ତ୍ରମାନ ପରିଧାନ କରାଅ। 15 ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲା ପରେ ସେମାନେ ମୋର ଯାଜକ ରୂପେ କର୍ମ କରି ପାରିବେ। ସେହି ପରିବାର ଅନନ୍ତକାଳୀନ ମୋର ଯାଜକ ରୂପେ ସେବା କରିବେ।” 16 ମୋଶା ସଦାପ୍ରଭୁଙ୍କ ସମସ୍ତ ନିୟମ ମାନି ତାଙ୍କର ଆଜ୍ଞା ଅନୁଯାୟୀ କାର୍ଯ୍ୟମାନ କଲେ।
17 ଦ୍ୱିତୀୟ ବର୍ଷର ମାସର ପ୍ରଥମ ଦିନରେ ପବିତ୍ର ତମ୍ବୁ ସ୍ଥାପିତ ହୋଇଥିଲା। 18 ମୋଶା ତମ୍ବୁ ସ୍ଥାପନ କଲେ। ସେ ପ୍ରଥମେ ଆଧାର ଉପରେ ତକ୍ତା ବସାଇଲେ ଓ ତା’ପରେ ଅର୍ଗଳ ପ୍ରବେଶ କରାଇ ସ୍ତମ୍ଭ ଠିଆ କଲେ। 19 ଏହା ପରେ ସେ ବାହ୍ୟ ଆବରଣ ରୂପେ ଆବାସ ତମ୍ବୁକୁ ପବିତ୍ର ତମ୍ବୁ ଉପରେ ଘୋଡ଼ାଇ ଦେଲେ।
20 ଏହା ପରେ ମୋଶା ନିୟମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧ୍ୟରେ ରଖିଲେ। ସେ ସାଙ୍ଗୀକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡ଼ାଇ ଦେଲେ। 21 ଏହା ପରେ ମୋଶା ସେହି ପବିତ୍ର ସିନ୍ଦୁକକୁ ନେଇ ପବିତ୍ର ତମ୍ବୁରେ ରଖିଲେ। ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷାରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ। 22 ଏହା ପରେ ମୋଶା ପରଦା ବାହାରେ ସମାଗମ-ତମ୍ବୁର ଉତ୍ତର ପାର୍ଶ୍ୱରେ ମେଜ ରଖିଲେ। 23 ଏହା ପରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଦର୍ଶନୀୟ ରୋଟୀର ଆୟୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁଯାୟୀ ଏହା କରାଗଲା। 24 ଏହା ପରେ ମୋଶା ଦୀପରୁଖା ସେହି ସମାଗମ-ତମ୍ବୁରେ ରଖିଥିଲେ। ଏହାର ମୁହଁ ଟେବୁଲ ଆଡ଼କୁ କରି ସେ ଦକ୍ଷିଣ ପାର୍ଶ୍ୱରେ ଏହାକୁ ରଖିଥିଲେ। 25 ଏହା ପରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ଦୀପରୁଖାରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।
26 ଏହା ପରେ ମୋଶା ସୁବର୍ଣ୍ଣ ଯଜ୍ଞବେଦିକୁ ସମାଗମ-ତମ୍ବୁ ମଧ୍ୟରେ ରଖିଥିଲେ। ସେ ଏହି ଯଜ୍ଞବେଦିକୁ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ରଖିଥିଲେ। 27 ଏହା ପରେ ମୋଶା, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୁବାସିତ ଧୂପ ଏହା ଉପରେ ଜଳାଇଲେ। 28 ଏହା ପରେ ମୋଶା ପବିତ୍ର ତମ୍ବୁର ପ୍ରବେଶ ପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ।
29 ମୋଶା ପବିତ୍ର ତମ୍ବୁର ସମ୍ମୁଖରେ ବଳିଦାନ ପାଇଁ ଯଜ୍ଞବେଦି ରଖିଲେ ଏବଂ ସଦାପ୍ରଭୁଙ୍କର ମୋଶାଙ୍କୁ ଦେଇଥିବ ଆଜ୍ଞାନୁସାରେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ।
30 ଏହା ପରେ ସେ ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ ପାତ୍ର ରଖିଲେ ଓ ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଭର୍ତ୍ତି କଲେ। 31 ଏହା ପରେ ମୋଶା ଏବଂ ହାରୋଣ ଓ ତାଙ୍କର ପୁତ୍ରଗଣ ନିଜ ନିଜ ହସ୍ତପଦ ପ୍ରକ୍ଷାଳନ କଲେ। 32 ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ଯଜ୍ଞବେଦିର ନିକଟକୁ ଆସିଲେ, ସେ ସମୟରେ ସେମାନେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ।
33 ଏହା ପରେ ମୋଶା ପବିତ୍ର ତମ୍ବୁର ଓ ଯଜ୍ଞବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମୋଶା ଏହିପରି କାର୍ଯ୍ୟମାନ ସମାପ୍ତ କଲେ।
ସଦାପ୍ରଭୁଙ୍କର ମହିମା
34 ଏହା ପରେ ସେହି ମେଘ ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା। 35 ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସେହି ପବିତ୍ର ସମାଗମ-ତମ୍ବୁ।
36 ଯେତେବେଳେ ମେଘ ପବିତ୍ର ତମ୍ବୁରୁ ଦୂରକୁ ଗତି କଲା, ଇସ୍ରାଏଲର ଲୋକମାନେ ମଧ୍ୟ ଗତି କଲେ। 37 କିନ୍ତୁ ଯେତେବେଳେ ମେଘ ସେହି ପବିତ୍ର ତମ୍ବୁକୁ ଆଚ୍ଛାଦନ କରିଥିଲା, ଲୋକମାନେ ସେତେବେଳେ ଚେଷ୍ଟା କରି ନ ଥିଲେ ଯିବା ପାଇଁ, ସେମାନେ ସେହିଠାରେ ମେଘ ଯିବା ପର୍ଯ୍ୟନ୍ତ ରହିଥିଲେ। 38 ତେଣୁ ସଦାପ୍ରଭୁଙ୍କର ମେଘ ଦିନବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସେହି ମେଘରେ ଅଗ୍ନି ଦେଖାଗଲା। ତେଣୁ ଇସ୍ରାଏଲର ସମସ୍ତ ଲୋକେ ଯେତେବେଳେ ସେମାନେ ଯାତ୍ରା କଲେ, ମେଘ ଦେଖି ପାରିଲେ।
23 “ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖରେ ଯାହା ଅଛି, ତା’ର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ୟ ଦଶ ଭାଗରୁ ଏକ ଭାଗ ତୁମ୍ଭେ ପରମେଶ୍ୱରଙ୍କୁ ଦେଉଛ, କିନ୍ତୁ ତୁମ୍ଭେମାନେ ନିୟମର ଅଧିକ ନ୍ୟାୟ, ଦୟା ଓ ବିଶ୍ୱାସ ଭଳି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁ ନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚିତ୍। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ୟ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚିତ୍। 24 ତୁମ୍ଭେମାନେ ଲୋକଙ୍କୁ ମାର୍ଗ ବତାଉଛ, କିନ୍ତୁ ତୁମ୍ଭେମାନେ ନିଜେ ଅନ୍ଧ। ତୁମ୍ଭେମାନେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।
25 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେମାନେ ଧିକ! ତୁମ୍ଭେମାନେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥରେ ପୂର୍ଣ୍ଣ କରୁଛ। 26 ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ୟ ସଫା ହୋଇ ପାରିବ।
27 “ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳାରଙ୍ଗ ବୋଳା ହୋଇଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦେଖାଯାଏ। କିନ୍ତୁ ସମାଧି ଭିତର ମଲା ଲୋକର କେବଳ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା’ ଭିତରେ ଥାଏ। 28 ଠିକ୍ ସେହିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦେଖା ଯାଉଛ, କିନ୍ତୁ ଭିତରେ ତୁମ୍ଭେ ଚ୍ଛନ୍ଦ କପଟ ଓ ଖରାପ ଗୁଣରେ ପରିପୂର୍ଣ୍ଣ।
29 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭେମାନେ ତାହାଙ୍କ ସମାଧି ସୁଶୋଭିତ କରୁଛ। 30 ଏବଂ ତୁମ୍ଭେମାନେ କହୁଛ ଯେ ‘ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହୋଇଥାଆନ୍ତୁ, ତେବେ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ମାରିଦେବା ପାଇଁ ଆମ୍ଭେ କେବେ ହେଲେ ସାହାଯ୍ୟ କରି ନ ଥା’ନ୍ତୁ।’ 31 ତୁମ୍ଭେ ପ୍ରମାଣିତ କରି ଦେଉଛ ଯେ ତୁମ୍ଭେମାନେ ସେହି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କଲେ। 32 ତୁମ୍ଭର ପୂର୍ବପୁରୁଷ ଯେଉଁ ପାପ ଆରମ୍ଭ କରିଦେଇଥିଲେ, ତୁମ୍ଭେ ତାହାକୁ ଶେଷ କରିବ।
33 “ତୁମ୍ଭେମାନେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳରେ ଜନ୍ମ ହୋଇଛ। ତୁମ୍ଭେ ପରମେଶ୍ୱରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଗ୍ଭର କରାଯିବ ଓ ତୁମ୍ଭେମାନେ ନର୍କକୁ ଯିବ। 34 ତେଣୁ ମୁଁ ତୁମ୍ଭକୁ ଏହା କହୁଛି: ମୁଁ ତୁମ୍ଭକୁ ଭବିଷ୍ୟଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିବ, କ୍ରୁଶରେ ଚଢ଼ାଇ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭେମାନେ ସେମାନଙ୍କର ପଛେ ପଛେ ଯାଇ କେତେକଙ୍କୁ ତାଡ଼ନା କରିବ।
35 “ତେଣୁ ଧାର୍ମିକ ଲୋକ ହେବଲଙ୍କଠାରୁ ଆରମ୍ଭ କରି ବେରିଖିୟଙ୍କ ପୁତ୍ର ଯିଖରିୟଙ୍କ ପର୍ଯ୍ୟନ୍ତ ଏ ପୃଥିବୀରେ ଯେତେ ଭଲ ଲୋକଙ୍କୁ ମାରି ଦିଆଯାଇଛି, ସେଥିପାଇଁ ତୁମ୍ଭେମାନେ ଦୋଷୀ ସାବ୍ୟସ୍ତ ହେବ। ବେରିଖିୟଙ୍କ ପୁତ୍ର ଯିଖରିୟଙ୍କୁ ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ତୁମ୍ଭେମାନେ ହତ୍ୟା କରିଥିଲ। 36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।
ଯିରୁଶାଲମର ଲୋକମାନଙ୍କୁ ଯୀଶୁଙ୍କ ସତର୍କତା(A)
37 “ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ। 38 ବର୍ତ୍ତମାନ ତୋର ଘର ପୁରାପୁରି ଉଜୁଡ଼ି ଯିବ। 39 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ଯେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ନ କହିଛ: ‘ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି, ସେ ଧନ୍ୟ, ସେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ’। [a]”
2010 by World Bible Translation Center