Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 8-10

ମୋଶା ଯାଜକମାନଙ୍କୁ ପ୍ରସ୍ତୁତ କଲେ

ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମେଷଛୁଆ ଓ ତାଡ଼ିଶୂନ୍ୟ ରୋଟୀର ଡାଲା ଏକତ୍ରିତ କର। ପୁଣି ସମାଗମ-ତମ୍ବୁ ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।”

ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ସବୁ କଲେ, ସମାଗମ-ତମ୍ବୁ ନିକଟରେ ସମଗ୍ର ମଣ୍ଡଳୀ ଏକତ୍ରିତ ହେଲେ। ପୁଣି ମୋଶା ମଣ୍ଡଳୀକୁ କହିଲେ, “ଯାହାସବୁ କରିବାକୁ ସଦାପ୍ରଭୁ ଆଦେଶ ଦେଇଛନ୍ତି, ସେଗୁଡ଼ିକ ହେଉଛି ଏହି।”

ତା’ପରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ। ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟିରେ ତାଙ୍କର ବେ‌‌‌ଲ୍ଟ ବାନ୍ଧିଲେ, ତାଙ୍କୁ ଗ୍ଭେଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା’ପରେ ଏଫୋଦକୁ ସିନ୍ଦୁର ବେ‌‌‌ଲ୍ଟରେ ବାନ୍ଧିଲେ। ସେ ହାରୋଣଙ୍କୁ ବୁକୁପଟା ଦେଲେ, ଆଉ ବୁକୁପଟାରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ। ପୁଣି ତାଙ୍କ ମସ୍ତକରେ ପଗଡ଼ି ରଖିଲେ, ପଗଡ଼ି ସମ୍ମୁଖରେ ସ୍ୱର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ।

10 ଅନନ୍ତର ମୋଶା ଅଭିଷେକାର୍ଥକ ତୈଳ ନେଇ ପବିତ୍ର ତମ୍ବୁ ଓ ତହିଁ ମଧ୍ୟରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ। 11 ତା’ପରେ ସେ ଅଭିଷେକାର୍ଥକ ତୈଳ ପାଇଁ ରଖାଯାଇଥିବା ତୈଳ ନେଲେ ଏବଂ ଏହା ଯଜ୍ଞବେଦି ଉପରେ ସାତଥର ଛିଞ୍ଚିଲେ। ସେ ଯଜ୍ଞବେଦି, ତା’ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର, ରୁଖା ଓ ଅନ୍ୟାନ୍ୟ ବସ୍ତୁକୁ ପବିତ୍ର କରିବାକୁ ଅଭିଷେକ କଲେ। 12 ଏହା ପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ମଧ୍ୟ ପବିତ୍ର କଲେ। 13 ତା’ପରେ ମୋଶା ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ଜାମା ପିନ୍ଧାଇଲେ, କଟିରେ ସେମାନଙ୍କର କଟିବନ୍ଧନୀ ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ। ମୋଶା ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

14 ତା’ପରେ ମୋଶା ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା’ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ। 15 ତତ୍ପରେ ମୋଶା ତାକୁ ବଧ କଲେ ଓ ସେହି ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ଯଜ୍ଞବେଦିର ଗ୍ଭରିଆଡ଼େ ଶିଙ୍ଗ ଉପରେ ଦେଇ ଯଜ୍ଞବେଦିକି ପାପ ମୁକ୍ତ କଲେ। ଆଉ ଯଜ୍ଞବେଦି ମୂଳରେ ସେହି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ। 16 ଅନନ୍ତର ମୋଶା ଅନ୍ତ ଚତୁର୍ପାର୍ଶ୍ୱସ୍ଥ ସମସ୍ତ ମେଦ, ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ, ଦୁଇ ଗୁରୁଦା ଓ ତାହାର ମେଦ ନେଇ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। 17 ମାତ୍ର ସେ ଚର୍ମ, ମାଂସ ଓ ଗୋମୟ ନେଇ ଛାଉଣିର ବାହାରେ ଦ‌‌‌‌ଗ୍‌‌‌‌ଧ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଏହା କଲେ।

18 ତା’ପରେ ସେ ହୋମବଳି ପାଇଁ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ। 19 ତା’ପରେ ମୋଶା ମେଷଟିକୁ ବଧ କଲେ ଓ ତା’ର ରକ୍ତ ନେଇ ଯଜ୍ଞବେଦିର ଗ୍ଭରିଆଡ଼େ ଛିଞ୍ଚିଲେ। 20-21 ଆଉ ସେ ମେଷକୁ ଖଣ୍ଡ ଖଣ୍ଡ କରି କାଟିଲେ, ମୋଶା ତାହାର ମସ୍ତକ, ସମସ୍ତ ମାଂସ ଖଣ୍ଡ ଓ ମେଦ ଦ‌‌‌‌ଗ୍‌‌‌‌ଧ କଲେ। ସେ ତାହାର ଅନ୍ତ ଓ ନଳି ଗୋଡ଼ ଜଳରେ ଧୌତ କଲେ। ତା’ପରେ ଯଜ୍ଞବେଦି ଉପରେ ମୋଶା ସମସ୍ତ ମେଷକୁ ଦ‌‌‌‌ଗ୍‌‌‌‌ଧ କଲେ। ଏହା ଥିଲା ସଦାପ୍ରଭୁଙ୍କ ପାଇଁ ହୋମବଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନୈବେଦ୍ୟ। ମୋଶା ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦେଇଥିଲେ।

22 ଅନନ୍ତର ସେ ଅନ୍ୟ ମେଷ ଅର୍ଥାତ୍ ପଦନିଯୋଗାର୍ଥକ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତ ରଖିଲେ। 23 ତା’ପରେ ମୋଶା ମେଷକୁ ବଧ କଲେ ଓ ତାହାର କିଛି ରକ୍ତ ନେଇ ହାରୋଣର ଦକ୍ଷିଣ କର୍ଣ୍ଣ ଗହ୍ୱରରେ ଓ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ହାରୋଣର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ। 24 ଏହା ପରେ ସେ ହାରୋଣର ପୁତ୍ରଗଣଙ୍କୁ ଆଣିଲେ। ତହୁଁ ମୋଶା ସେହି ରକ୍ତରୁ କିଛି ନେଇ ସେମାନଙ୍କ ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ ଓ ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସେମାନଙ୍କ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ, ଆଉ ମୋଶା ଯଜ୍ଞବେଦିର ଉପରେ ଗ୍ଭରିଆଡ଼େ ରକ୍ତ ସିଞ୍ଚନ କଲେ। 25 ପୁଣି ସେ ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ ଉପରିସ୍ଥିତ ସକଳ ମେଦ, ଯକୃତର ଉପରିସ୍ଥିତ ଅନ୍ତ୍ରପ୍ଳାବକ, ଦୁଇ ଗୁରୁଦା, ତହିଁର ମେଦ ଓ ଡାହାଣ ଚଟୁଆ ନେଲେ। 26 ଆଉ ସେ ତାଡ଼ିଶୂନ୍ୟ ରୋଟୀ, ଯାହା ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ରଖାଯାଉଥିଲା ତାହା ନେଲେ ଓ ତୈଳ ପକ୍ୱ ରୋଟୀର ଗୋଟିଏ ପିଠା ଓ ଗୋଟିଏ ତାଡ଼ିଶୂନ୍ୟ ରୋଟୀ ଓ ଡାହାଣ ଚଟୁଆ ଓ ମେଦ ଉପରେ ଥୋଇଲେ। 27 ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତରେ ସେହିସବୁ ଦେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ। 28 ଏହା ପରେ ମୋଶା ସେମାନଙ୍କ ହସ୍ତରୁ ସେସବୁ ନେଇ ଯଜ୍ଞବେଦିସ୍ଥିତ ହୋମବଳି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଯାଜକ ରୂପେ ନିଯୁକ୍ତି ଉପଲକ୍ଷେ ଏହା ଏକ ନୈବେଦ୍ୟ ଥିଲା, ଏହା ସଦାପ୍ରଭୁଙ୍କ ପାଇ ଏକ ସୁବାସିତ ନୈବେଦ୍ୟ। 29 ଆଉ ମୋଶା ବକ୍ଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ। ପଦନିଯୋଗାର୍ଥକ ମେଷର ଏହି ଅଂଶ ମୋଶାଙ୍କର ହେଲା। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଏହା କଲେ।

30 ଅନନ୍ତର ମୋଶା ଅଭିଷେକାର୍ଥକ ତୈଳରୁ ଓ ଯଜ୍ଞବେଦି ଉପରିସ୍ଥ ରକ୍ତରୁ କିଛି ନେଇ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ। ପୁଣି ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ତାହା ସିଞ୍ଚନ କଲେ। ଆଉ ହାରୋଣଙ୍କୁ ଓ ତାଙ୍କର ସମସ୍ତ ବସ୍ତ୍ରକୁ ପବିତ୍ର କଲେ।

31 ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁ ସମ୍ମୁଖରେ ମାଂସ ରାନ୍ଧ। ‘ତୁମ୍ଭେମାନେ ମଧ୍ୟ ତାହା ସେଠାରେ ଭୋଜନ କରିବ।’ ନିଯୋଗାର୍ଥକ ଡାଲାରେ ଥିବା ରୋଟୀ ନେଇ ଏକାଠି ଭୋଜନ କର। 32 ଯାହା ମାଂସ ଓ ରୋଟୀ ଅବଶିଷ୍ଟ ରହିବ ତାକୁ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରିବ। 33 ଆଉ ପଦ ଅଭିଷେକ ଉତ୍ସବ ସାତ ଦିନ ଧରି ଗ୍ଭଲିବ। ତୁମ୍ଭେମାନେ ଏହି ସାତ ଦିନ ଯାଏ ସମାଗମ-ତମ୍ବୁ ଦ୍ୱାରରୁ ବାହାରକୁ ଯିବ ନାହିଁ। କାରଣ ପୌରହିତ୍ୟ ନିଶ୍ଚୟ ସାତ ଦିନ ଯାଏ ଗ୍ଭଲିବ। 34 ଆଜି ଯାହାସବୁ କରାଗଲା, ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସେସବୁ ଆଜ୍ଞା ଦେଇଛନ୍ତି। 35 ତୁମ୍ଭେମାନେ ସାତ ଦିନ ଧରି ଦିବାରାତ୍ରି ସମାଗମ-ତମ୍ବୁ ଦ୍ୱାରରେ ରହିବ। ତାହାହେଲେ ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ରକ୍ଷା ପାଇବ। ଏହା ପାଳନ ନ କଲେ ତୁମ୍ଭେମାନେ ମୃତ୍ୟୁବରଣ କରିବ କାରଣ ସଦାପ୍ରଭୁ ମୋତେ ଏହି ଆଜ୍ଞା ଦେଇଛନ୍ତି।”

36 ତେଣୁ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।

ପରମେଶ୍ୱର ଯାଜକମାନଙ୍କୁ ଗ୍ରହଣ କରନ୍ତି

ଅନନ୍ତର ଅଷ୍ଟମ ଦିନରେ ମୋଶା ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡକାଇଲେ। ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଏକ ନିଖୁଣ ମେଷଛୁଆ ଓ ହୋମବଳି ନିମନ୍ତେ ଏକ ନିଖୁଣ ମେଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉତ୍ସର୍ଗ କର। ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ନିମନ୍ତେ ଏକ ଅଣ୍ଡିରା ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ମେଷ ଶାବକ ନେବେ, କାରଣ ସଦାପ୍ରଭୁ ଏହା ଆଜ୍ଞା କରିଛନ୍ତି। ବାଛୁରି ଏବଂ ମେଷଛୁଆ ନିଶ୍ଚୟ ଏକ ବର୍ଷୀୟ ଓ ନିଖୁଣ ହୋଇଥିବେ। ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମେଷ ନିଅ। ସେମାନେ ସେହି ଜିନିଷଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସେମାନଙ୍କୁ ଦର୍ଶନ ଦେଉଛନ୍ତି।’”

ତେଣୁ ସମସ୍ତ ଲୋକ ସମାଗମ-ତମ୍ବୁ ନିକଟକୁ ଆସିଲେ ଓ ମୋଶାଙ୍କ ଆଜ୍ଞା ଅନୁସାରେ ସମସ୍ତ ଜିନିଷ ଆଣିଥିଲେ, ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲେ। ତା’ପରେ ମୋଶା କହିଲେ, “ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ। ଏହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ମହିମା ପ୍ରକାଶ ପାଇବ।”

ତା’ପରେ ମୋଶା ହାରୋଣଙ୍କୁ କହିଲେ, “ଯଜ୍ଞବେଦି ନିକଟକୁ ଆସ ଓ ଲୋକମାନଙ୍କ ଦ୍ୱାରା କରାଯାଇଥିବା ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳି ଓ ହୋମବଳି ଉତ୍ସର୍ଗ କର। ତା’ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦେଇଛନ୍ତି।”

ତହୁଁ ହାରୋଣ ଯଜ୍ଞବେଦି ନିକଟକୁ ଯାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ। ତା’ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଅଙ୍ଗୁଳି ବୁଡ଼ାଇ ଯଜ୍ଞବେଦିର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ଯଜ୍ଞବେଦି ମୂଳରେ ଢାଳିଲେ। 10 ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ମେଦ, ଗୁରୁଦା ଓ ଯକୃତର ଆଚ୍ଛାଦିତ ହୋଇଥିବା ପାପାର୍ଥକ ବଳିସବୁକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। 11 ତା’ପରେ ସେ ମାଂସ ଓ ଚର୍ମ ନେଇ ଛାଉଣିର ବାହାରେ ସେଗୁଡ଼ିକୁ ଦ‌‌‌‌ଗ୍‌‌‌‌ଧ କଲେ।

12 ତାହାପରେ ହାରୋଣ ହୋମବଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କଲେ। 13 ତା’ପରେ ତାଙ୍କର ପୁତ୍ରଗଣ ତାଙ୍କ ନିକଟରେ ହୋମବଳିର ଖଣ୍ଡ ଖଣ୍ଡ ମାଂସ ଓ ମସ୍ତକ ସମର୍ପଣ କଲେ। ସେ ସମସ୍ତ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। 14 ହାରୋଣ ମଧ୍ୟ ହୋମବଳିର ଅନ୍ତ ଓ ଗୋଡ଼ ଧୌତ କଲେ ଓ ସେ ସମସ୍ତ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ।

15 ତାହାପରେ ସେ ଲୋକମାନଙ୍କ ଉପହାର ନିକଟକୁ ଆଣିଲେ। ଲୋକମାନଙ୍କର ପାପାର୍ଥକ ଛାଗ ନେଇ ପ୍ରଥମଟି ପରି ବଧ କରି ପାପାର୍ଥରେ ତାହା ଉତ୍ସର୍ଗ କଲେ। 16 ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହୋମବଳି ବିଧି ଅନୁସାରେ ଉତ୍ସର୍ଗ କଲେ। 17 ପୁଣି ହାରୋଣ ଭକ୍ଷ୍ୟ ନୈବେଦ୍ୟ ବେଦି ନିକଟକୁ ଆଣି ତହିଁରୁ ମୁଠିଏ ନେଇ ପ୍ରଭାତର ହୋମବଳି ସହିତ ଯଜ୍ଞବେଦି ଉପରେ ତାହା ଦ‌‌‌‌ଗ୍‌‌‌‌ଧ କଲେ।

18 ଆଉ ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ, ହାରୋଣଙ୍କ ପୁତ୍ରଗଣ ବଳିର ରକ୍ତ ଆଣି ତାଙ୍କୁ ସମର୍ପଣ କଲେ ଓ ସେ ତାହାକୁ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚିନ କଲେ। 19 ପୁଣି ତାଙ୍କର ପୁତ୍ରଗଣ ଷଣ୍ଢ ମେଦ ଓ ମେଷଛୁଆର ମେଦ ମେଦମୟ ଲାଙ୍ଗୁଳ, ଅନ୍ତ ଓ ଗୁରୁଦାର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ତାଙ୍କ ନିକଟକୁ ଆଣିଲେ। 20 ଏହିସବୁ ମେଦ ସେମାନେ ଗୋରୁ ଓ ମେଷର ବକ୍ଷ ଉପରେ ରଖିଲେ ଓ ହାରୋଣ ସେ ସମସ୍ତ ବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ। 21 ମୋଶାଙ୍କ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀୟ ନୈବେଦ୍ୟ ରୂପେ ଦୋଳନ କଲେ।

22 ତା’ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ଯଜ୍ଞବେଦି ତଳକୁ ଓହ୍ଲାଇ ଆସିଲେ।

23 ଅନନ୍ତର ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେତେବେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିମା ପ୍ରକଟିତ ହେଲା। 24 ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ଯଜ୍ଞବେଦି ଉପରିସ୍ଥ ହୋମବଳି ଓ ମେଦକୁ ଭସ୍ମ କଲା। ସେତେବେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ୱନି କରି ଭୂମିରେ ମଥାନତ କରି ପଡ଼ିଲେ।

ପରମେଶ୍ୱର ନାଦବ ଓ ଅବୀହୂଙ୍କୁ ବିନାଶ କରନ୍ତି

10 ଏହା ପରେ ହାରୋଣଙ୍କ ପୁତ୍ର ନାଦବ ଓ ଅବୀହୂ ପାପ କଲେ। ପ୍ରତ୍ୟେକ ନିଜ ନିଜ ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ସୁଗନ୍ଧି ଧୂପ ରଖିଲେ। ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ, ତାଙ୍କର ଆଜ୍ଞା ଅନୁସାରେ ଭିନ୍ନ ଅଗ୍ନି [a] ଉତ୍ସର୍ଗ କଲେ। ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ।

ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଯେଉଁମାନେ ମୋ’ ନିକଟକୁ ଆସନ୍ତି, ସେମାନେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖରେ ମୁଁ ଗୌରବାନ୍ୱିତ ହେବି।’” ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ୟୁ କଥା ନ କହି ନୀରବ ରହିଲେ।

ଏହା ପରେ ମୋଶା ହାରୋଣଙ୍କର କକା ଉଷୀୟେଲର ପୁତ୍ର ମୀଖାୟେଲକୁ ଓ ଇଲୀଷାଫନକୁ ଡାକିଲେ ଏବଂ କହିଲେ, “ତୁମ୍ଭେମାନେ ପବିତ୍ର ସ୍ଥାନର ସମ୍ମୁଖକୁ ଯାଅ ଓ ତୁମ୍ଭମାନଙ୍କର ସମ୍ପର୍କୀୟ ଭାଇମାନଙ୍କର ଶବକୁ ଛାଉଣିର ବାହାରକୁ ନେଇଯାଅ।”

ତେଣୁ ମୀଖାୟେଲ ଓ ଇଲୀଷାଫନ ମୋଶାଙ୍କ ଆଜ୍ଞା ପାଳନ କଲେ। ସେମାନେ ନାଦବ ଓ ଅବୀହୂର ଶବକୁ ଜାମା ସହିତ ଛାଉଣିର ବାହାରକୁ ନେଇଗଲେ।

ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦେବାଭଳି କାର୍ଯ୍ୟ କର ଓ ତୁମ୍ଭେମାନେ ମୃତ୍ୟୁବରଣ କରିବ ନାହିଁ ଏବଂ ପରମେଶ୍ୱର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇସ୍ରାଏଲ ବଂଶ ରୋଦନ କରନ୍ତୁ। ଆଉ ତୁମ୍ଭେ ସମାଗମ-ତମ୍ବୁ ଦ୍ୱାରରୁ ବାହାରକୁ ଯିବ ନାହିଁ, ଗଲେ ମରିବ। କାରଣ ତୁମ୍ଭମାନଙ୍କ ଦେହରେ ସଦାପ୍ରଭୁଙ୍କର ଅଭିଷେକ ତୈଳ ଅଛି।” ତେଣୁ ହାରୋଣ, ଇଲିୟାସର ଓ ଈଥାମର ମୋଶାଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ।

ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତେବେଳେ ସମାଗମ-ତମ୍ବୁରେ ପ୍ରବେଶ କରିବ ତୁମ୍ଭେମାନେ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବ ନାହିଁ। ଯଦି ତୁମ୍ଭେମାନେ ତାହା କର ତେବେ ତୁମ୍ଭେମାନେ ମରିବ। ଏହି ବ୍ୟବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ ପାଳିତ ହେବ। 10 ତାହାଦ୍ୱାରା ତୁମ୍ଭେମାନେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଭାବରେ ଜାଣି ପାରିବ। 11 ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାମାନ ଦେଇଥିଲେ, ମୋଶା ସେ ସମସ୍ତ ବ୍ୟବସ୍ଥା ଇସ୍ରାଏଲର ସନ୍ତାନଗଣଙ୍କୁ ଦେଲେ। ହାରୋଣ ତୁମ୍ଭେ ସେହିସବୁ ବ୍ୟବସ୍ଥା ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ।”

12 ଏହା ପରେ ମୋଶା ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ଯଜ୍ଞବେଦି ନିକଟରେ ବିନା ତାଡ଼ିରେ ଭୋଜନ କର, ତାହା ମହାପବିତ୍ର। 13 ମୋର ନିର୍ଦ୍ଦେଶ ଅନୁସାରେ ତୁମ୍ଭେମାନେ ସେହି ଶସ୍ୟ ନୈବେଦ୍ୟ ଏକ ପବିତ୍ର ସ୍ଥାନରେ ଖାଇବା ଉଚିତ୍। କାରଣ, ଏହା ତୁମ୍ଭମାନଙ୍କର ଓ ତୁମ୍ଭ ପୁତ୍ରଗଣର ଅଂଶ ସଦାପ୍ରଭୁଙ୍କ ଉପହାରରୁ। ଏହା ମୁଁ ନିର୍ଦ୍ଦେଶ ଦେଲି।

14 “ପୁଣି ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର କନ୍ୟାଗଣ ଝୁଲାଯାଇଥିବା ବକ୍ଷ ଓ ଚଟୁଆ ନେଇ ଏକ ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟ ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ୟ ଅଂଶ। 15 ଯାହା ସେମାନେ ଦୋଳନୀୟ ନୈବେଦ୍ୟ ସହିତ ଉତ୍ତୋଳନୀୟ ଚଟୁଆ ଓ ଟଙ୍ଗାଯାଇଥିବା ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଟାଙ୍ଗିବାକୁ ଆଣିବେ, ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ। ଯେପରି ସଦାପ୍ରଭୁ ଆଜ୍ଞା କରିଛନ୍ତି।”

16 ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ତାହା ଦ‌‌‌‌ଗ୍‌‌‌‌ଧ ହୋଇ ସାରିଥିଲା। ଏଣୁ ସେ ହାରୋଣଙ୍କ ଅବଶିଷ୍ଟ ଦୁଇ ପୁତ୍ର ଇଲିୟାସର ଓ ଈଥାମରଙ୍କ ଉପରେ ରାଗି କହିଲେ, 17 “ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦେଇଛନ୍ତି। 18 ଦେଖ ପବିତ୍ର ସ୍ଥାନ ଭିତରକୁ ଉତ୍ସର୍ଗ ପଶୁର ରକ୍ତ ଅଣାଗଲା ନାହିଁ। ତେଣୁ ତୁମ୍ଭେମାନେ ତାହା ମୋ’ ଆଦେଶାନୁସାରେ ପବିତ୍ର ସ୍ଥାନରେ ଭୋଜନ କରିବା ଉଚିତ୍।”

19 ମାତ୍ର ହାରୋଣ ମୋଶାଙ୍କୁ କହିଲେ, “ଦେଖ, ସେମାନେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜର ପାପାର୍ଥକ ବଳି ଓ ନିଜ ନିଜର ହୋମବଳି ଉତ୍ସର୍ଗ କଲେ। ତଥାପି ମୋ’ ପ୍ରତି ଏହା ଘଟିଲା। ଯେବେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥା’ନ୍ତି ତେବେ ତାହା କ’ଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ ହୋଇଥା’ନ୍ତା?”

20 ଯେତେବେଳେ ମୋଶା ଏହା ଶୁଣିଲେ, ତାହା ତାଙ୍କ ଦୃଷ୍ଟିରେ ଭଲ ଦେଖାଗଲା।

ମାଥିଉ ଲିଖିତ ସୁସମାଗ୍ଭର 25:31-46

ମନୁଷ୍ୟପୁତ୍ର ସମସ୍ତଙ୍କର ବିଗ୍ଭର କରିବେ

31 “ମନୁଷ୍ୟପୁତ୍ର ପୁଣି ଥରେ ଆସିବେ, ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ୱର୍ଗଦୂତମାନେ ଆସିବେ। ସେ ରାଜା ହେବେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ। 32 ମନୁଷ୍ୟପୁତ୍ରଙ୍କ ଆଗରେ ଜଗତର ସବୁ ଲୋକେ ଏକାଠି ହେବେ। ତା’ପରେ ମନୁଷ୍ୟପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳରେ ବାଣ୍ଟି ଦେବେ। ଜଣେ ଜଗୁଆଳ ଯେପରି ଛେଳିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସେହିପରି ଅଟେ। 33 ମନୁଷ୍ୟପୁତ୍ର ମେଷମାନଙ୍କୁ ତାହାଙ୍କ ଡାହାଣ ପଟେ ରଖିବେ ଓ ଛାଗକୁ ତାହାଙ୍କ ବାମ ପଟେ ରଖିବେ।

34 “ତା’ପରେ ରାଜା ତାହାଙ୍କ ଡାହାଣ ପଟରେ ଥିବା ଲୋକମାନଙ୍କୁ କହିବେ, ‘ଆସ, ମୋର ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ୱର ତୁମ୍ଭକୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହେବା କାଳରୁ ତୁମ୍ଭ ପାଇଁ ସେ ରାଜ୍ୟ ପ୍ରସ୍ତୁତ ହୋଇ ସାରିଛି।” 35 ତୁମ୍ଭେ ଏହି ରାଜ୍ୟ ଲାଭ କରିବ କାରଣ ମୁଁ ଯେତେବେଳେ ଭୋକିଲା ଥିଲି, ସେତେବେଳେ ତୁମେ ମୋତେ ଖାଇବାକୁ ଦେଇଥିଲ। ମୋତେ ଶୋଷ ଲାଗୁଥିବା ସମୟରେ ମୋତେ କିଛି ପିଇବାକୁ ଦେଇଛ। ମୁଁ ଘରଠାରୁ ଦୂରରେ ଏକୁଟିଆ ଥିଲି। ତୁମ୍ଭେ ମୋତେ ତୁମ୍ଭ ଘରକୁ ଡାକିଥିଲ। 36 ମୋର କୌଣସି ଲୁଗାପଟା ନ ଥିଲା, ଏବଂ ତୁମ୍ଭେ ମୋତେ ପିନ୍ଧିବାକୁ ଦେଇଥିଲ। ମୁଁ ଅସୁସ୍ଥ ଥିଲି, ତୁମ୍ଭେ ମୋର ଯତ୍ନ ନେଇଥିଲ, ମୁଁ କାରାଗାରରେ ଥିଲି। ତୁମ୍ଭେ ମୋତେ ଦେଖିବାକୁ ଆସିଥିଲ।’

37 “ସେତେବେଳେ ଭଲ ଲୋକମାନେ ଉତ୍ତର ଦେବେ, ‘ହେ ପ୍ରଭୁ! ଆମ୍ଭେ କେତେବେଳେ ଆପଣଙ୍କୁ ଭୋକିଲା ଦେଖିଥିଲୁ ଓ ଖାଇବାକୁ ଦେଇଥିଲୁ? କେତେବେଳେ ଆମ୍ଭେ ଆପଣଙ୍କୁ ଶୋଷିଲା ଦେଖିଥିଲୁ ଓ ପିଇବାକୁ କିଛି ଦେଇଥିଲୁ? 38 କେତେବେଳେ ଆମ୍ଭେ ଆପଣଙ୍କୁ ଘରଠାରୁ ଦୂରରେ ଏକୁଟିଆ ଦେଖିଥିଲୁ ଓ ଆମ୍ଭ ଘରକୁ ଡାକିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ପୋଷାକ ନ ଥିବା ବେଳେ ଦେଖିଥିଲୁ ଓ ପିନ୍ଧିବାକୁ କିଛି ଦେଇଥିଲୁ? 39 କେତେବେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନେଇଥିଲୁ?’

40 “ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’

41 “ତା’ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା’ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି। 42 କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ଖାଇବାକୁ ଦେଇ ନ ଥିଲ, 43 ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ପିଇବାକୁ ଦେଇ ନ ଥିଲ। ମୁଁ ଏକୁଟିଆ ଘରଠାରୁ ଦୂରରେ ଥିଲି, କିନ୍ତୁ ତୁମ୍ଭେ ମୋତେ ଘର ଭିତରକୁ ଡାକିଲ ନାହିଁ, ମୋର ଲୁଗାପଟା ନ ଥିଲା, ମୋତେ ତୁମ୍ଭେ ପିନ୍ଧିବାକୁ କିଛି ଦେଇ ନ ଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାରରେ ଥିଲି ଓ ତୁମ୍ଭେ ମୋ’ ପାଇଁ ଚିନ୍ତା କରି ନ ଥିଲ।’

44 “ତା’ପରେ ସେମାନେ ମଧ୍ୟ ଉତ୍ତର ଦେବେ, ‘ପ୍ରଭୁ, ଆପଣଙ୍କୁ କେତେବେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତେବେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂରରେ ଦେଖିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନ ଥିବା ଅବସ୍ଥାରେ ବା ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ? କେବେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାଯ୍ୟ କଲୁ ନାହିଁ?’

45 “ତା’ପରେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଯେତେବେଳେ ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଲୋକଙ୍କ ଭିତରୁ ଯେକୌଣସି ଲୋକକୁ ସାହାଯ୍ୟ କରିବାକୁ ମନାକଲ, ତୁମ୍ଭେ ମୋତେ ସାହାଯ୍ୟ କରିବା ପାଇଁ ମନାକଲ!’

46 “ତା’ପରେ ଏହି ଲୋକଗୁଡ଼ିକ ଗ୍ଭଲିଯିବେ, ସେମାନଙ୍କୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।”

Oriya Bible: Easy-to-Read Version (ERV-OR)

2010 by World Bible Translation Center