Old/New Testament
ପରମେଶ୍ୱର ହାରୋଣଙ୍କୁ ମହାନ ଯାଜକ ରୂପେ ପ୍ରମାଣ କରନ୍ତି
17 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲର ଲୋକମାନଙ୍କୁ କୁହ, ପ୍ରତ୍ୟେକ ପରିବାର ପାଇଁ ସେମାନଙ୍କ ପରିବାରବର୍ଗର ନେତୃବର୍ଗଙ୍କଠାରୁ ଗୋଟିଏ ଗୋଟିଏ ଆଶାବାଡ଼ି ନିଅନ୍ତୁ। ସେହି ଆଶାବାଡ଼ି ଉପରେ ସେହି ବ୍ୟକ୍ତିର ନାମ ଲେଖ। 3 ପୁଣି ତୁମ୍ଭେ ଲେବୀର ଆଶାବାଡ଼ିରେ ହାରୋଣର ନାମ ଲେଖିବ। କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଆଶାବାଡ଼ି ହେବ। 4 ସମାଗମ-ତମ୍ବୁର ପବିତ୍ର ସିନ୍ଦୁକ ସମ୍ମୁଖରେ ଏହିସବୁ ଆଶାବାଡ଼ି ସେହିଠାରେ ରଖ, ଯେଉଁ ସ୍ଥାନରେ ମୁଁ ତୁମ୍ଭ ସହିତ ଦେଖା କରେ। 5 ଏହା କଲା ପରେ ଆମ୍ଭେ ଯେଉଁ ଲୋକଙ୍କୁ ଯାଜକରୂପେ ମନୋନୀତ କରିବା ତାହାର ଆଶାବାଡ଼ି ପଲ୍ଲବିତ ହେବ। ଆଉ ଇସ୍ରାଏଲ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରୁ ସେମାନେ ନିବୃତ୍ତ ରହିବେ।”
6 ଯେତେବେଳେ ମୋଶା ଇସ୍ରାଏଲର ଲୋକମାନଙ୍କୁ କହିଲେ, ସେମାନଙ୍କର ପିତୃଗୃହ ଅନୁସାରେ ସେମାନଙ୍କର ନେତୃବର୍ଗମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଆଶାବାଡ଼ି ନେଲେ। ଏହିରୂପେ ସେମାନେ ବାରଟି ଆଶାବାଡ଼ି ତାକୁ ଦେଲେ। ସେଥି ମଧ୍ୟରେ ହାରୋଣଙ୍କର ଏକ ଆଶାବାଡ଼ି ଥିଲା। 7 ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖର ନିୟମ ତମ୍ବୁରେ ସମସ୍ତ ସହଯୋଗୀମାନଙ୍କୁ ରଖିଲେ।
8 ଏହା ପରେ ଆରଦିନ ମୋଶା ସାକ୍ଷ୍ୟ ତମ୍ବୁରେ ପ୍ରବେଶ କରି ସାକ୍ଷ୍ୟ ସିନ୍ଦୁକ ଦେଖିଲେ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡ଼ି ଅଙ୍କୁରିତ ହୋଇଅଛି, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ୱ ବାଦାମ ଫଳିଲା। 9 ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହିସବୁ ଆଶାବାଡ଼ି ଆଣି ଇସ୍ରାଏଲର ସମସ୍ତ ଲୋକଙ୍କୁ ଦେଖାଇଲେ, ସେମାନେ ତାହା ଦେଖି ପ୍ରତ୍ୟେକେ ନିଜ ନିଜ ଆଶାବାଡ଼ି ନେଲେ।
10 ତା’ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣଙ୍କ ଆଶାବାଡ଼ିକୁ ନିୟମ ତମ୍ବୁ ସମ୍ମୁଖରେ ରଖ। ଏହା ଆମ୍ଭ ବିରୁଦ୍ଧରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ୱରୂପ ରଖାଯିବ। ସେମାନେ ମୋ’ ବିରୁଦ୍ଧରେ ଅଭିଯୋଗରୁ ନିବୃତ୍ତ ହେବେ ଓ ମୁଁ ସେମାନଙ୍କୁ ଆଉ ହତ୍ୟା କରିବି ନାହିଁ।” 11 ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ।
12 ଏହା ପରେ ଇସ୍ରାଏଲର ଲୋକମାନେ ମୋଶାଙ୍କୁ କହିଲେ, “ଆମ୍ଭେ ଜାଣୁ ଆମ୍ଭେମାନେ ମରିବୁ। ଆମ୍ଭେମାନେ ବିନଷ୍ଟ ହୋଇଅଛୁ, ଆମ୍ଭେମାନେ ବିନଷ୍ଟ ହେବୁ। 13 ଯେକେହି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ’ଣ ସତ୍ୟ ଆମ୍ଭେ ସମସ୍ତେ ପ୍ରାଣ ଛାଡ଼ି ବିନଷ୍ଟ ହେବା?”
ଯାଜକମାନଙ୍କର ଓ ଲେବୀମାନଙ୍କର କାର୍ଯ୍ୟ
18 ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ର ସ୍ଥାନ ପାଇଁ ଦାୟୀ ରହିବ। ପୁଣି ଯାଜକତ୍ୱର କର୍ତ୍ତବ୍ୟ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାୟୀ ରହିବେ। 2 ତୁମ୍ଭେ ଲେବୀୟମାନଙ୍କଠାରୁ ତୁମ୍ଭର ଅନ୍ୟ ଭ୍ରାତୃଗଣଙ୍କୁ ତୁମ୍ଭ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସାହାଯ୍ୟ କରିବେ। ଯେତେବେଳେ ତୁମ୍ଭେ ଓ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟ ତମ୍ବୁ ସମ୍ମୁଖରେ ରହିବ। 3 ସେମାନେ ତୁମ୍ଭକୁ ବିବରଣୀ ଦେବେ ଓ ପବିତ୍ର ତମ୍ବୁର ରକ୍ଷାର ଦାୟିତ୍ୱ ନେବେ। କିନ୍ତୁ ସେମାନେ ପବିତ୍ର ପାତ୍ର ନିକଟକୁ କିମ୍ବା ଯଜ୍ଞବେଦି ନିକଟକୁ ଯିବେ ନାହିଁ। ତେଣୁ ସେମାନେ ମରନ୍ତି ନାହିଁ, ତୁମ୍ଭେ ମଧ୍ୟ ନୁହଁ। 4 ସେମାନେ ତୁମ୍ଭ ସହିତ ଯୋଗ ଦେଇ ତୁମ୍ଭର ସମସ୍ତ ସେବାକର୍ମ ସହିତ ସମାଗମ-ତମ୍ବୁର ରକ୍ଷଣୀୟ ଦାୟିତ୍ୱ ନେବେ। ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ।
5 “ପୁଣି ଇସ୍ରାଏଲ ଲୋକମାନଙ୍କ ପ୍ରତି ଆମ୍ଭର କ୍ରୋଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ଓ ଯଜ୍ଞବେଦିର ସୁରକ୍ଷାର ଦାୟିତ୍ୱ ନେବ। 6 ଆଉ ଆମ୍ଭେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ତୁମ୍ଭ ଭ୍ରାତୃଗଣ ଲେବୀମାନଙ୍କୁ ଗ୍ରହଣ କରିଅଛୁ। ସେମାନେ ଯେପରି ସଦାପ୍ରଭୁଙ୍କର ଓ ସମାଗମ-ତମ୍ବୁର ସେବା କରି ପାରିବେ, ସେମାନେ ତୁମ୍ଭଙ୍କୁ ଉପହାର ସ୍ୱରୂପ ଦେଲେ। 7 କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଯଜ୍ଞବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ପବିତ୍ର ସ୍ଥାନରେ ଯାଜକତ୍ୱ ପାଳନ କରିବ ଓ ସେବା କରିବ, ଆମ୍ଭେ ଆମ୍ଭର ଦାନଜନିତ ସେବାରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ। ଯଦି କେହି ଅଜଣା ବ୍ୟକ୍ତି ମୋର ପବିତ୍ର ସ୍ଥାନ ନିକଟକୁ ଆସେ, ତାକୁ ହତ୍ୟା କରାଯିବ।”
8 ତା’ପରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ମୋତେ ଦିଆଯାଇଥିବା ଉପହାରର ଦାୟୀତ୍ୱ ମୁଁ ତୁମ୍ଭକୁ ଦେଲି। ତୁମ୍ଭକୁ ଓ ତୁମ୍ଭର ବଂଶଧରମାନଙ୍କୁ ମୁଁ ଦେଉଥିବା ପବିତ୍ର ଦ୍ରବ୍ୟ ସେମାନଙ୍କର ଚିରସ୍ଥାୟୀ ଅଂଶ ହେବ। 9 ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡ଼ିକ ତୁମ୍ଭର ହେବ। ଏହି ଅଂଶଗୁଡ଼ିକ ଦଗ୍ଧ ହେବା ଉଚିତ୍ ନୁହଁ ଯଥା: ସେମାନଙ୍କର ଶସ୍ୟ ନୈବେଦ୍ୟ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡ଼ିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ। 10 ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରତ୍ୟେକ ପୁରୁଷ ପବିତ୍ର ସ୍ଥାନରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହେବ।
11 “ଇସ୍ରାଏଲର ଲୋକମାନଙ୍କ ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ୟାମାନଙ୍କୁ ଅନନ୍ତକାଳୀନ ଅଧିକାରାର୍ଥେ ଦେଲୁ। ତୁମ୍ଭ ପରିବାରର ପ୍ରତ୍ୟେକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରି ପାରିବେ।
12 “ଇସ୍ରାଏଲ ଲୋକମାନେ ମୋ’ ଉଦ୍ଦେଶ୍ୟରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦେଲୁ। 13 ସେମାନେ ନିଜ ନିଜ ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ୱଫଳ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହେବ, ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ବିଧିସମ୍ମତ ଶୁଚି ବ୍ୟକ୍ତି ତାହା ଭୋଜନ କରିବ।
14 “ଇସ୍ରାଏଲରେ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ସମସ୍ତ ଦ୍ରବ୍ୟ ତୁମ୍ଭର ହେବ।
15 ସେମାନେ ମନୁଷ୍ୟ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ। ସେମାନେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍। 16 ଯେତେବେଳେ ତୁମ୍ଭେ ଏକ ମାସର ଶିଶୁକୁ ମୁକ୍ତ କର, ତା’ର ନିରୂପିତ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ।
17 “ମାତ୍ର ତୁମ୍ଭେ ଗୋରୁ କିମ୍ବା ମେଷ କିମ୍ବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ। ସେମାନେ ପବିତ୍ର, ତୁମ୍ଭେ ଯଜ୍ଞବେଦି ଉପରେ ସେମାନଙ୍କର ରକ୍ତ ଛିଞ୍ଚିବ ଏବଂ ସେମାନଙ୍କର ମେଦକୁ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ହେବ। 18 ଆଉ ସେମାନଙ୍କର ମାଂସ, ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ଏ ସମସ୍ତ ତୁମ୍ଭର ହେବ। 19 ଇସ୍ରାଏଲ ଲୋକମାନେ ଯେଉଁସବୁ ଦ୍ରବ୍ୟ ପବିତ୍ର କରି ଉତ୍ତୋଳନୀୟ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ନିୟମ।”
20 ସଦାପ୍ରଭୁ ହାରୋଣଙ୍କୁ କହିଲେ, “ସେମାନଙ୍କ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର।
21 “ପୁଣି ଇସ୍ରାଏଲର ଲୋକମାନେ ଯେଉଁ ଏକ ଦଶମାଂଶ ଦେବେ, ଲେବୀ ଗୋଷ୍ଠୀର ଲୋକମାନେ ଏହା ଉପଭୋଗ କରିବେ, ସମାଗମ-ତମ୍ବୁ ସମ୍ବନ୍ଧୀୟ ସେବାକାର୍ଯ୍ୟ ପାଇଁ ପରିଶୋଧରେ ମୁଁ ଏହା ଲେବୀୟମାନଙ୍କୁ ଦେଲି। 22 ମାତ୍ର ଇସ୍ରାଏଲର ଅନ୍ୟମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ। ସେମାନେ ଆସିଲେ ମରିବେ। 23 ମାତ୍ର ଲେବୀମାନେ ସମାଗମ-ତମ୍ବୁର ସେବା କରିବେ ଓ ସେମାନେ ଏଥିପାଇଁ ଦାୟୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହେବ। କିନ୍ତୁ ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଦେଶ ଅଧିକାର ପାଇବେ ନାହିଁ। 24 କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ଉତ୍ତୋଳନୀୟ ଉପହାରରୂପେ ଯେଉଁ ଏକ ଦଶମାଂସ ଉତ୍ସର୍ଗ କରନ୍ତି, ତାହା ମୁଁ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲି। ଏଣୁ ମୁଁ କହିଲି, ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ।”
25 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 26 “ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ ସେତେବେଳେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ମୋଟରୁ ପାଇଥିବା ଏକ ଦଶମାଂଶ ଉତ୍ସର୍ଗ କରିବ। 27 ଠିକ୍ ଶସ୍ୟ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହେବ। 28 ଏହିରୂପେ ତୁମ୍ଭେମାନେ ଇସ୍ରାଏଲ ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। ସଦାପ୍ରଭୁଙ୍କୁ ଦେଉଥିବା ଉପହାର ଯାଜକ ହାରୋଣକୁ ଦେବ। 29 ଇସ୍ରାଏଲର ଲୋକମାନେ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେବେ, ତୁମ୍ଭେମାନେ ତହିଁରୁ ସର୍ବୋତ୍ତମ ଓ ପବିତ୍ରତମ ଅଂଶ ମନୋନୀତ କରି ଦଶମାଂଶ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ।
30 “ମୋଶା ଲେବୀୟମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେ ସର୍ବୋତ୍ତମ ଅଂଶ ଉତ୍ସର୍ଗ କର, ଏହା ଇସ୍ରାଏଲ ଲୋକମାନେ ଉତ୍ସର୍ଗ କରୁଥିବା ଶସ୍ୟ ଓ ଦ୍ରାକ୍ଷାରସ ତୁଲ୍ୟ ଗ୍ରହଣ କରାଯିବା ଉଚିତ୍। 31 ପୁଣି ତୁମ୍ଭେମାନେ ଓ ତୁମ୍ଭ ପରିବାର ଲୋକମାନେ ସବୁ ସ୍ଥାନରେ ତାହା ଭୋଜନ କରିବ। କାରଣ ତାହା ସମାଗମ-ତମ୍ବୁରେ କରିଥିବା ସେବାକାର୍ଯ୍ୟର ପୁରସ୍କାର ଅଟେ। 32 ଆଉ ସେହି ଉତ୍ତମ ଦ୍ରବ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ ତୁମ୍ଭେମାନେ କୌଣସି ପାପ ବହନ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ନ ମରିବ ସେଥିପାଇଁ ଇସ୍ରାଏଲ ଲୋକମାନଙ୍କର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ।”
ଲାଲରଙ୍ଗ ଗାଭୀର ଭସ୍ମ
19 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2 “ସଦାପ୍ରଭୁ ଏହି ଆଜ୍ଞା ବିଧି ଦେଇ ଅଛନ୍ତି। ଇସ୍ରାଏଲର ଲୋକମାନଙ୍କୁ କୁହ, ଯାହାଠାରେ ଖୁଣ ନାହିଁ ଓ ଯାହା ଉପରେ କେବେ ଯୁଆଳି ଦିଆଯାଇ ନାହିଁ, ଏପରି ଏକ ଲାଲ ରଙ୍ଗର ଗାଈ ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ। 3 ତହୁଁ ତୁମ୍ଭେମାନେ ସେହି ଗାଈକୁ ଇଲିୟାସର ଯାଜକକୁ ଦେବ। ସେ ତାହାକୁ ଛାଉଣି ବାହାରକୁ ଆଣି ବଧ କରିବ। 4 ଯାଜକ ଇଲିୟାସର ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତକୁ ନେଇ ପବିତ୍ର ତମ୍ବୁ ସମ୍ମୁଖରେ ସାତଥର ଛିଞ୍ଚିବ। 5 ଆଉ ଜଣେ ତାହାର ଦୃଷ୍ଟି ଗୋଚରରେ ସେହି ଗାଈକି ଦଗ୍ଧ କରିବ, ସେ ତାହାର ଗୋମୟ ସହିତ ଚର୍ମ, ମାଂସ ଓ ରକ୍ତ ଦଗ୍ଧ କରିବ। 6 ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ରଙ୍ଗର ସୂତା ନେଇ ସେହି ଗାଈ ଦାହର ଅଗ୍ନି ମଧ୍ୟରେ ପକାଇବ। 7 ତା’ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ତା’ପରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 8 ଯେଉଁ ଲୋକ ସେହି ଗାଈକି ଦଗ୍ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
9 “ଏହା ପରେ କୌଣସି ଶୁଚିଲୋକ ସେହି ଗାଈର ଭସ୍ମ ସଂଗ୍ରହ କରି ଛାଉଣି ବାହାରେ କୌଣସି ଶୁଚି ସ୍ଥାନରେ ରଖିବ। ସେହି ଭସ୍ମ ଇସ୍ରାଏଲ ଲୋକମାନଙ୍କର ପାଣିକୁ ଶୁଚି କରିବା ନିମନ୍ତେ ରଖାଯିବ। ତାହା ଶୁଚି କରଣାର୍ଥେ ଉତ୍ସର୍ଗ ଅଟେ।
10 “ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
“ଏହି ବିଧି ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶରେ ଜନ୍ମିତ ଅଧିବାସୀମାନଙ୍କ ନିମନ୍ତେ ଲାଗୁ ହେବ। ଏହି ନିୟମ ଚିରସ୍ଥାୟୀ। 11 ଯଦି କେହି କୌଣସି ମନୁଷ୍ୟର ଶବ ଛୁଏଁ, ତେବେ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। 12 ସେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନରେ ନିଜକୁ ଶୁଚି ନ କରେ ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ। 13 ଯଦି କେହି ଶବ ଛୁଇଁ ନିଜକୁ ଶୁଚି ନ କରେ ତେବେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସେହି ମନୁଷ୍ୟ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ। ତା’ର ଅଶୌଚ ତାହାଠାରେ ରହିବ।
14 “କୌଣସି ମନୁଷ୍ୟ ତୁମ୍ବୁ ଭିତରେ ମଲେ ତହିଁର ବ୍ୟବସ୍ଥା ଏହି। ଯେକେହି ସେହି ତମ୍ବୁରେ ଥାଏ ଓ ଯେକେହି ସେହି ତମ୍ବୁକୁ ଆସେ ସେ ସାତ ଦିନ ପାଇଁ ଅଶୁଚି ହୋଇ ରହିବ। 15 ଢାଙ୍କୁଣି ନ ଥିବା ପ୍ରତ୍ୟେକ ମେଲାପାତ୍ର ଅଶୁଚି ହେବ। 16 ପୁଣି କେହି ଯଦି ଖୋଲା କ୍ଷେତ୍ରରେ ଯୁଦ୍ଧରେ ନିହତ ମୃତ ଦେହ, ମନୁଷ୍ୟ ଅସ୍ଥି କିମ୍ବା କବର ଛୁଏଁ, ତେବେ ସେ ସାତ ଦିନ ଯାଏ ଅଶୁଚି ରହିବ।
17 “ପୁଣି ଲୋକମାନେ ସେହି ଅଶୁଚି ଲୋକକୁ ଶୁଚି କରିବା ପାଇଁ ପାପାର୍ଥକ ବଳିର ଦଗ୍ଧ ଭସ୍ମ ନେବେ ଓ ତାକୁ ଏକ ପାତ୍ରରେ ରଖି ପ୍ରବାହଜଳ ସେଥିରେ ଢାଳିବେ। 18 ତା’ପରେ ଜଣେ ଶୁଚିମନ୍ତ ବ୍ୟକ୍ତି ଏକ ଏସୋବ୍ ଶାଖା ନେଇ ସେହି ଜଳରେ ବୁଡ଼ାଇବା ଉଚିତ୍। ସେ ସେହି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସେଠାରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।
19 “ତତ୍ପରେ ସେହି ଶୁଚିମନ୍ତ ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ସେହି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନରେ ସେହି ବ୍ୟକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ୟା ସମୟରେ ସେ ଶୁଚି ହେବ।
20 “ମାତ୍ର ଯେଉଁ ଲୋକ ଅଶୁଚି ହୋଇ ନିଜକୁ ପରିଷ୍କାର ନ କରିବ ସେହି ପ୍ରାଣୀ ସମାଜ ମଧ୍ୟରୁ ପୃଥକ୍ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅଶୌଗ୍ଭର୍ଥକ ଜଳ ସେଚିତ ହେଲା ନାହିଁ। ତେଣୁ ସେ ଅଶୁଚି। 21 ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେକେହି ସେହି ଅଶୌଗ୍ଭର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେକେହି ସେହି ଅଶୌଗ୍ଭର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 22 ଆଉ ସେହି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତେବେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”
ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖୁଆଇଲେ(A)
30 ଯେଉଁ ପ୍ରେରିତମାନଙ୍କୁ ଯୀଶୁ ପଠାଇଥିଲେ, ସେମାନେ ଫେରି ଆସିଲେ। ସେମାନେ ଯୀଶୁଙ୍କ ଗ୍ଭରିପଟେ ଏକାଠି ହୋଇ ସେମାନେ ଯାହାସବୁ କରିଥିଲେ ଓ ଲୋକଙ୍କୁ ଯାହାସବୁ ଶିକ୍ଷା ଦେଇଥିଲେ, ସେ ସବୁ ତାହାଙ୍କୁ କହିଲେ। 31 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବହୁତ ଗହଳି ସ୍ଥାନରେ ଥିଲେ। ସେଠାରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାରେ ଖାଇବାକୁ ମଧ୍ୟ ଟିକିଏ ସମୟ ପାଉ ନ ଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲ ଓ ସେଠାରେ ଆମ୍ଭେ ଟିକେ ବିଶ୍ରାମ ନେବା।”
32 ତେଣୁ ସେମାନେ ଗୋଟିଏ ଡଙ୍ଗାରେ ବସି ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲିଗଲେ। 33 କିନ୍ତୁ ବହୁତ ଲୋକ ସେମାନଙ୍କୁ ଗ୍ଭଲି ଯାଉଥିବାର ଦେଖିଲେ ଓ ଚିହ୍ନି ମଧ୍ୟ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳପଥ ଦେଇ ଯୀଶୁଙ୍କ ଯାଉଥିବା ସ୍ଥାନରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସେମାନେ ସେଠାରେ ପହଞ୍ଚିଗଲେ। 34 ଯୀଶୁ ଯେତେବେଳେ ସେଠାରେ ପହଞ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସେମାନଙ୍କ ପାଇଁ ଦୁଃଖ ଅନୁଭବ କଲେ। କାରଣ ସେମାନେ ମେଷପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସେମାନଙ୍କୁ ଅନେକ ଉପଦେଶ ଦେଲେ।
35 ସେତେବେଳେ ଦିନ ଗଡ଼ି ଯାଇଥିଲା। ତେଣୁ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଏହା ଗୋଟିଏ ଜନଶୂନ୍ୟ ଜାଗା। ଦିନ ଗଡ଼ିଗଲାଣି। 36 ତେଣୁ ଲୋକମାନଙ୍କୁ ଆଖ ପାଖ ପଲ୍ଲୀ ଓ ଗାଁଗୁଡ଼ିକୁ ପଠାଅ। ତା’ହେଲେ ସେଠାକୁ ଯାଇ ସେମାନେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।”
37 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଖାଇବାକୁ ଦିଅ।”
ଶିଷ୍ୟମାନେ ପଗ୍ଭରିଲେ, “ଆମ୍ଭେ କ’ଣ ଯାଇ ରୋଟୀ କିଣି ଆଣି ସେମାନଙ୍କୁ ଖାଇବାକୁ ଦେବୁ? ରୋଟୀ କିଣିବାକୁ ସେତିକି ଅର୍ଥ ଯୋଗାଡ଼ କରିବାକୁ ହେଲେ ଆମ୍ଭ ସମସ୍ତଙ୍କୁ ମାସେ କାଳ କାମ କରିବାକୁ ହେବ।”
38 ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯାଇ ଦେଖ, ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?”
ଶିଷ୍ୟମାନେ ରୋଟୀ ଗଣିସାରି ଯୀଶୁଙ୍କୁ କହିଲେ, “ଆମ୍ଭ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି।”
39 ଯୀଶୁ ଆଜ୍ଞା ଦେଲେ, “ଲୋକମାନଙ୍କୁ ପଡ଼ିଆର ସବୁଜ ଘାସ ଉପରେ ଦଳ ଦଳ କରି ବସେଇ ଦିଅ।” 40 ଲୋକମାନେ ପ୍ରତି ଦଳରେ ପଗ୍ଭଶ ପଗ୍ଭଶ ବା ଶହେ ଶହେ ହୋଇ ବସିଗଲେ।
41 ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ଟେକି ସ୍ୱର୍ଗ ଆଡ଼କୁ ଗ୍ଭହିଁ ପରମେଶ୍ୱରଙ୍କୁ ରୋଟୀ ପାଇଁ ଧନ୍ୟବାଦ ଦେଲେ। ସେ ରୋଟୀ ଗୁଡ଼ିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଲୋକମାନଙ୍କ ମଧ୍ୟରେ ପରଶିବାକୁ ଦେଲେ। ତା’ପରେ ମାଛକୁ ମଧ୍ୟ ସେ ଖଣ୍ଡ ଖଣ୍ଡ କଲେ ଓ ଲୋକଙ୍କ ମଧ୍ୟରେ ସେହିଭଳି ବାଣ୍ଟି ଦେଲେ।
42 ସମସ୍ତେ ପେଟପୁରା ଖାଇ ତୃପ୍ତ ହେଲେ। 43 ସମସ୍ତେ ଖାଇ ସାରିବା ପରେ ଶିଷ୍ୟମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡ଼ିକୁ ବାରଟି ଟୋକେଇରେ ସମ୍ପୂର୍ଣ୍ଣ କରି ଭର୍ତ୍ତିକଲେ। 44 ଯେଉଁମାନେ ରୋଟୀ ଖାଇଥିଲେ ସେମାନଙ୍କ ମଧ୍ୟରେ କେବଳ ପୁରୁଷଙ୍କ ସଂଖ୍ୟା ପାଞ୍ଚ ହଜାର ଥିଲା।
ଯୀଶୁ ପାଣି ଉପରେ ଗ୍ଭଲିଲେ(B)
45 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗା ଭିତରକୁ ଯିବାକୁ କହିଲେ। ଯୀଶୁ ଶିଷ୍ୟମାନଙ୍କୁ ହ୍ରଦର ଅପର ପାର୍ଶ୍ୱରେ ଥିବା ବେଥ୍ସାଇଦାକୁ ଆଗୁଆ ଯିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସେଠାରେ ଥିବା ଲୋକମାନଙ୍କୁ ଘରକୁ ଫେରିଯିବା ପାଇଁ କହି ସେ ରହିଲେ। 46 ଯୀଶୁ ଲୋକମାନଙ୍କୁ ବିଦାୟ ଦେବା ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଗଲେ।
47 ସନ୍ଧ୍ୟା ହେବା ପରେ ମଧ୍ୟ ଡଙ୍ଗାଟି ହ୍ରଦ ମଝିରେ ଥିଲା ଓ ଯୀଶୁ ସ୍ଥଳ ଭାଗରେ ଏକୁଟିଆ ଥିଲେ। 48 ଯୀଶୁ ଦେଖିଲେ ଯେ ଶିଷ୍ୟମାନଙ୍କୁ ଡଙ୍ଗାରେ ଆହୁଲା ମାରିବା ପାଇଁ ବଡ଼ ଅସୁବିଧା ହେଉଛି। କାରଣ ସେତେବେଳେ ପବନ ତାହାଙ୍କର ବିପରୀତ ଦିଗରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତରେ ଯୀଶୁ ହ୍ରଦ ଉପରେ ଗ୍ଭଲି ଗ୍ଭଲି ଶିଷ୍ୟମାନଙ୍କ ପାଖକୁ ଆସିଲେ। ସେ ଶିଷ୍ୟମାନଙ୍କ ପାଖଦେଇ ଯେତେବେଳେ ଆଗେଇ ଯିବା ଉପରେ, 49 ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲୁଥିବାର ଦେଖି ତାହାଙ୍କୁ ଭୂତ ବୋଲି ଭାବିନେଲେ। ସେମାନେ ଚିତ୍କାର କରିବାକୁ ଲାଗିଲେ। 50 ସମସ୍ତ ଶିଷ୍ୟମାନେ ଯେମିତି ତାହାଙ୍କୁ ଦେଖିଲେ ସେମାନେ ଡରିଗଲେ। ଯୀଶୁ ତୁରନ୍ତ ସେମାନଙ୍କୁ କହିଲେ, “ସାହସ ଧର। ଏହି ମୁଁ, ଭୟ କର ନାହିଁ।” 51 ତା’ପରେ ସେ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଚଢ଼ିଗଲେ। ପବନ ବନ୍ଦ ହୋଇଗଲା। ଏଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। 52 ସେମାନେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ଯ୍ୟକାର୍ଯ୍ୟକୁ ବୁଝି ପାରି ନ ଥିଲେ। ସେମାନଙ୍କ ବୁଦ୍ଧି ଜଡ଼ ହୋଇଯାଇଥିଲା।
ଯୀଶୁ ବହୁତ ଲୋକଙ୍କୁ ସୁସ୍ଥ କଲେ(C)
53 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦପାରି ହୋଇ ଗିନ୍ନେସରତ୍ରେ ପହଞ୍ଚିଲେ। ସେମାନେ ଡଙ୍ଗାଟି ସେଠାରେ ବାନ୍ଧି ଦେଲେ। 54 ଡଙ୍ଗାରୁ ଓହ୍ଲେଇ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ। 55 ତା’ପରେ ସେମାନେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦେବା ପାଇଁ ସେ ଅଞ୍ଚଳର ପ୍ରତ୍ୟେକ ସ୍ଥାନକୁ ଦୌଡ଼ିଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସେଠାରେ ଖବର ବ୍ୟାପିଗଲା ଓ ସେଠାକୁ ଲୋକମାନେ ରୋଗୀମାନଙ୍କୁ ଖଟିଆରେ ନେଇ ଆସିଲେ। 56 ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡ଼େ ଗଲେ, ଲୋକେ ରୋଗୀମାନଙ୍କୁ ସେଠାକାର ହାଟ ବଜାରରେ ଥୋଇ ଦେଇ ତାହାଙ୍କୁ ଅନୁରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସେମାନଙ୍କୁ ଛୁଇଁ ଦେବାକୁ ସୁଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।
2010 by World Bible Translation Center