ଯୋହନ ଲିଖିତ ସୁସମାଗ୍ଭର 6:1-14
Odia Holy Bible: Easy-to-Read Version
ଯୀଶୁ 5,000ରୁ ଅଧିକ ଲୋକଙ୍କୁ ଖୁଆଇଲେ
(ମାଥିଉ 14:13-21; ମାର୍କ 6:30-44; ଲୂକ 9:10-17)
6 ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହୋଇ ଆରପାରିକି ଗଲେ। 2 ତାହାଙ୍କ ପଛେ ପଛେ ବହୁତ ଲୋକ ଗଲେ। ସେମାନେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକାରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସେମାନେ ଦେଖିଥିଲେ। 3 ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ। ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ। 4 ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଯାଇଥିଲା।
5 ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ୟାରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, “ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ଯଥେଷ୍ଟ ଖାଦ୍ୟ କିଣି ପାରିବା?” 6 ସେ ଏ କଥା ଫିଲିପ୍ପଙ୍କୁ ପରୀକ୍ଷା କରିବା ପାଇଁ ପଗ୍ଭରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟରେ ଜାଣିଥିଲେ।
7 ଫିଲିପ୍ପ ଉତ୍ତର ଦେଲେ, “ଏଠାରେ ଥିବା ପ୍ରତ୍ୟେକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦେବା ପାଇଁ ଆମ୍ଭ ସମସ୍ତଙ୍କୁ ମାସେ ପର୍ଯ୍ୟନ୍ତ କାମ କରି ଉପାର୍ଜନ କରିବାକୁ ପଡ଼ିବ।”
8 ସେଠାରେ ଆଉଜଣେ ଶିଷ୍ୟ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମୋନ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ, 9 “ଏଠାରେ ଜଣେ ବାଳକ ଅଛି। ତା'ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ଛୋଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ହେବ ନାହିଁ।”
10 ଯୀଶୁ କହିଲେ, “ସମସ୍ତଙ୍କୁ ବସିବାକୁ କୁହ।” ସେଠାରେ ପ୍ରଚୁର ଘାସ ଥିଲା। ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ। 11 ଯୀଶୁ ରୋଟୀ ନେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ୟ ସେହିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।
12 ସବୁ ଲୋକମାନେ ଯଥେଷ୍ଟ ପରିମାଣରେ ଖାଇଲେ। ସେମାନେ ଖାଇ ସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।” 13 ତେଣୁ ଶିଷ୍ୟମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କେବଳ ମାତ୍ର ପାଞ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ୟମାନେ ବଳକା ଖାଦ୍ୟକୁ ବାରଟି ଟୋକାଇରେ ଭର୍ତ୍ତି କଲେ।
14 ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖି କହିଲେ, “ସେ ନିଶ୍ଚୟ ଜଣେ ଭବିଷ୍ୟଦ୍ବକ୍ତା, ଯିଏ କି ଏହି ଜଗତକୁ ଆସିଛନ୍ତି।”
Read full chapter2010 by Bible League International