ଲୂକ ଲିଖିତ ସୁସମାଗ୍ଭର 9:10-17
Odia Holy Bible: Easy-to-Read Version
ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଖାଇବାକୁ ଦେଲ
(ମାଥିଉ 14:13-21; ମାର୍କ 6:30-44; ଯୋହନ 6:1-14)
10 ପ୍ରେରିତମାନେ ଫେରି ଆସି ସେମାନେ ଯାତ୍ରା କରିବା ସମୟରେ ଯାହାସବୁ କରିଥିଲେ, ସେ ବିଷୟରେ ଯୀଶୁଙ୍କ ଆଗରେ ବର୍ଣ୍ଣନା କଲେ। ତା'ପରେ ଯୀଶୁ ପ୍ରେରିତମାନଙ୍କୁ ସାଙ୍ଗରେ ନେଇ ସେଠାରୁ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଗ୍ଭଲିଗଲେ। 11 କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସେମାନେ ତାହାଙ୍କର ଅନୁସରଣ କଲେ। ଯୀଶୁ ସେମାନଙ୍କୁ ସ୍ୱାଗତ କଲେ ଏବଂ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।
12 ଅପରାହ୍ନର ବିଳମ୍ବିତ ପ୍ରହରରେ ବାରଜଣ ଯାକ ପ୍ରେରିତ ଯୀଶୁଙ୍କ ପାଖକୁ ଆସି କହିଲେ, “ଏ ସ୍ଥାନଟି ନିର୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସେମାନେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ୟବସ୍ଥା କରନ୍ତୁ।”
13 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏମାନଙ୍କୁ କିଛି ଖାଇବାକୁ ଦିଅ।”
ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଛଡ଼ା ଆଉ କିଛି ହେଲେ ନାହିଁ। ଆମ୍ଭେ ଯାଇ ଏସବୁ ଲୋକମାନଙ୍କ ପାଇଁ ଖାଦ୍ୟ କିଣି ଆଣିବୁ ବୋଲି ଆପଣ ଗ୍ଭହୁଁଛନ୍ତି କି?” 14 ସେଠାରେ କେବଳ ପ୍ରାୟ ପାଞ୍ଚ ହଜାର ପୁରୁଷ ଲୋକ ଥିଲେ।
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଲୋକମାନଙ୍କୁ ପଗ୍ଭଶ ପଗ୍ଭଶ ଜଣ ହିସାବରେ ଦଳ ଦଳ କରି ବସାଅ।”
15 ସେମାନେ ତାହା କଲେ ଓ ସବୁ ଲୋକଙ୍କୁ ବସାଇ ଦେଲେ। 16 ତା'ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ୱର୍ଗ ଆଡ଼କୁ ଗ୍ଭହିଁ ଖାଦ୍ୟପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ୟମାନଙ୍କୁ ଲୋକଙ୍କ ଭିତରେ ପରଶି ଦେବାକୁ ଦେଲେ। 17 ସବୁ ଲୋକ ଖାଇଲେ ଓ ତୃପ୍ତ ହୋଇଗଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ୟମାନେ ବାରଟି ଟୋକେଇରେ ଭର୍ତ୍ତି କଲେ।
Read full chapter2010 by Bible League International