Add parallel Print Page Options

ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖୁଆଇଲେ

(ମାଥିଉ 14:13-21; ଲୂକ 9:10-17; ଯୋହନ 6:1-14)

30 ଯେଉଁ ପ୍ରେରିତମାନଙ୍କୁ ଯୀଶୁ ପଠାଇଥିଲେ, ସେମାନେ ଫେରି ଆସିଲେ। ସେମାନେ ଯୀଶୁଙ୍କ ଗ୍ଭରିପଟେ ଏକାଠି ହୋଇ ସେମାନେ ଯାହାସବୁ କରିଥିଲେ ଓ ଲୋକଙ୍କୁ ଯାହାସବୁ ଶିକ୍ଷା ଦେଇଥିଲେ, ସେ ସବୁ ତାହାଙ୍କୁ କହିଲେ। 31 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବହୁତ ଗହଳି ସ୍ଥାନରେ ଥିଲେ। ସେଠାରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାରେ ଖାଇବାକୁ ମଧ୍ୟ ଟିକିଏ ସମୟ ପାଉ ନ ଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲ ଓ ସେଠାରେ ଆମ୍ଭେ ଟିକେ ବିଶ୍ରାମ ନେବା।”

32 ତେଣୁ ସେମାନେ ଗୋଟିଏ ଡଙ୍ଗାରେ ବସି ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲିଗଲେ। 33 କିନ୍ତୁ ବହୁତ ଲୋକ ସେମାନଙ୍କୁ ଗ୍ଭଲି ଯାଉଥିବାର ଦେଖିଲେ ଓ ଚିହ୍ନି ମଧ୍ୟ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳପଥ ଦେଇ ଯୀଶୁଙ୍କ ଯାଉଥିବା ସ୍ଥାନରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସେମାନେ ସେଠାରେ ପହଞ୍ଚିଗଲେ। 34 ଯୀଶୁ ଯେତେବେଳେ ସେଠାରେ ପହଞ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସେମାନଙ୍କ ପାଇଁ ଦୁଃଖ ଅନୁଭବ କଲେ। କାରଣ ସେମାନେ ମେଷପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସେମାନଙ୍କୁ ଅନେକ ଉପଦେଶ ଦେଲେ।

35 ସେତେବେଳେ ଦିନ ଗଡ଼ି ଯାଇଥିଲା। ତେଣୁ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଏହା ଗୋଟିଏ ଜନଶୂନ୍ୟ ଜାଗା। ଦିନ ଗଡ଼ିଗଲାଣି। 36 ତେଣୁ ଲୋକମାନଙ୍କୁ ଆଖ ପାଖ ପଲ୍ଲୀ ଓ ଗାଁଗୁଡ଼ିକୁ ପଠାଅ। ତା'ହେଲେ ସେଠାକୁ ଯାଇ ସେମାନେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।”

37 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଖାଇବାକୁ ଦିଅ।”

ଶିଷ୍ୟମାନେ ପଗ୍ଭରିଲେ, “ଆମ୍ଭେ କ’ଣ ଯାଇ ରୋଟୀ କିଣି ଆଣି ସେମାନଙ୍କୁ ଖାଇବାକୁ ଦେବୁ? ରୋଟୀ କିଣିବାକୁ ସେତିକି ଅର୍ଥ ଯୋଗାଡ଼ କରିବାକୁ ହେଲେ ଆମ୍ଭ ସମସ୍ତଙ୍କୁ ମାସେ କାଳ କାମ କରିବାକୁ ହେବ।”

38 ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯାଇ ଦେଖ, ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?”

ଶିଷ୍ୟମାନେ ରୋଟୀ ଗଣିସାରି ଯୀଶୁଙ୍କୁ କହିଲେ, “ଆମ୍ଭ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି।”

39 ଯୀଶୁ ଆଜ୍ଞା ଦେଲେ, “ଲୋକମାନଙ୍କୁ ପଡ଼ିଆର ସବୁଜ ଘାସ ଉପରେ ଦଳ ଦଳ କରି ବସେଇ ଦିଅ।” 40 ଲୋକମାନେ ପ୍ରତି ଦଳରେ ପଗ୍ଭଶ ପଗ୍ଭଶ ବା ଶହେ ଶହେ ହୋଇ ବସିଗଲେ।

41 ତା'ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ଟେକି ସ୍ୱର୍ଗ ଆଡ଼କୁ ଗ୍ଭହିଁ ପରମେଶ୍ୱରଙ୍କୁ ରୋଟୀ ପାଇଁ ଧନ୍ୟବାଦ ଦେଲେ। ସେ ରୋଟୀ ଗୁଡ଼ିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଲୋକମାନଙ୍କ ମଧ୍ୟରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ୟ ସେ ଖଣ୍ଡ ଖଣ୍ଡ କଲେ ଓ ଲୋକଙ୍କ ମଧ୍ୟରେ ସେହିଭଳି ବାଣ୍ଟି ଦେଲେ।

42 ସମସ୍ତେ ପେଟପୁରା ଖାଇ ତୃପ୍ତ ହେଲେ। 43 ସମସ୍ତେ ଖାଇ ସାରିବା ପରେ ଶିଷ୍ୟମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡ଼ିକୁ ବାରଟି ଟୋକେଇରେ ସମ୍ପୂର୍ଣ୍ଣ କରି ଭର୍ତ୍ତିକଲେ। 44 ଯେଉଁମାନେ ରୋଟୀ ଖାଇଥିଲେ ସେମାନଙ୍କ ମଧ୍ୟରେ କେବଳ ପୁରୁଷଙ୍କ ସଂଖ୍ୟା ପାଞ୍ଚ ହଜାର ଥିଲା।

Read full chapter