ଲୂକ ଲିଖିତ ସୁସମାଗ୍ଭର 4:1-13
Odia Holy Bible: Easy-to-Read Version
ଶୟତାନ ଦ୍ୱାରା ଯୀଶୁଙ୍କ ପରୀକ୍ଷା
(ମାଥିଉ 4:1-11; ମାର୍କ 1:12-13)
4 ଯୀଶୁ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ବାହୁଡ଼ି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢ଼ାଇ ନେଇଗଲେ। 2 ସେଠାରେ ଶୟତାନ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ତାହାଙ୍କର ପରୀକ୍ଷା ନେଲା। ସେହି ଦିନମାନଙ୍କରେ ଯୀଶୁ କିଛି ନ ଖାଇ ନ ପିଇ ରହିଲେ। ସେହି ଦିନତକ ସରିଯିବା ପରେ ଯୀଶୁଙ୍କୁ ବଡ଼ ଭୋକ ଲାଗିଲା।
3 ଶୟତାନ ଯୀଶୁଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ସନ୍ତାନ ତେବେ ଏହି ପଥରଟିକୁ କୁହ, ସେ ରୋଟୀ ହୋଇଯାଉ।”
4 ଏହା ଶୁଣି ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି:
‘ମଣିଷ କେବଳ ରୋଟୀରେ ବଞ୍ଚେ ନାହିଁ।’”(A)
5 ତା'ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନେଇଯାଇ କ୍ଷଣକ ମଧ୍ୟରେ ସାରା ସଂସାରର ସମସ୍ତ ରାଜ୍ୟ ଦେଖାଇଦେଲା। 6 ଶୟତାନ ଯୀଶୁଙ୍କୁ କହିଲା, “ମୁଁ ଏହିସବୁ ରାଜ୍ୟ ଏବଂ ସେମାନଙ୍କର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦେଇଦେବି। ସେଗୁଡ଼ିକୁ ମୋତେ ଦିଆଯାଇଛି। ମୁଁ ଯାହାକୁ ଗ୍ଭହିଁବି, ତାହାକୁ ଏ ସମସ୍ତ ଦେଇ ପାରିବି। 7 ତେବେ ଯଦି ତୁମ୍ଭେ ମୋତେ ଉପାସନା କରିବ, ତେବେ ମୁଁ ଏସବୁ ତୁମ୍ଭକୁ ଦେଇଦେବି।”
8 ଯୀଶୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି:
‘ତୁମ୍ଭେ କେବଳ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କରିବ
ଓ ତାହାଙ୍କର ଉପାସନା କରିବ।’”(B)
9 ତା'ପରେ ସେ ଯୀଶୁଙ୍କୁ ଯିରୁଶାଲମକୁ ନେଇଗଲା ଓ ସେଠାରେ ମନ୍ଦିରର ଶିଖରରେ ଠିଆ କରାଇ ଦେଲା। ସେ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ଏହିଠାରୁ ତଳକୁ ଡେଇଁପଡ଼।” 10 ଶାସ୍ତ୍ରରେ ଲେଖାଅଛି:
‘ପରମେଶ୍ୱର ତାହାଙ୍କର ଦୂତମାନଙ୍କୁ
ତୁମ୍ଭର ଯତ୍ନ ନେବା ପାଇଁ ଆଜ୍ଞା ଦେବେ।’(C)
11 ଏହା ମଧ୍ୟ ଲେଖାଅଛି:
‘ସେମାନେ ତାହାଙ୍କ ହାତରେ ତୁମ୍ଭକୁ ଉଠେଇ ନେବେ,
ଯାହା ଫଳରେ କୌଣସି ପଥରରେ ତୁମ୍ଭ ପାଦ ଲାଗିବ ନାହିଁ।’”(D)
12 ଯୀଶୁ କହିଲେ, “ଶାସ୍ତ୍ରରେ ଏ କଥା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ପରମେଶ୍ୱରଙ୍କୁ କେବେ ହେଲେ ପରୀକ୍ଷା କରିବ ନାହିଁ।’”(E)
13 ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନେଇ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।
Read full chapter2010 by Bible League International