Add parallel Print Page Options

ଯୀଶୁ ଦୁଷ୍ଟାତ୍ମା କବଳରୁ ଜଣକୁ ସୁସ୍ଥ କଲେ

(ମାର୍କ 1:21-28)

31 ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାରରେ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ। 32 ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥିଲେ।

33 ସେହି ସମାଜଗୃହରେ ଥିବା ଜଣେ ଲୋକ ଦେହରେ ଦୁଷ୍ଟାତ୍ମା ଆସି ରହିଥିଲା। ସେ ବଡ଼ପାଟିରେ ଚିତ୍କାର କରି କହିଲା, 34 “ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭମାନଙ୍କୁ ଧ୍ୱଂସ କରିଦେବାକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି।” 35 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର ଏହି ଲୋକର ଦେହରୁ ବାହାରିଯା”। ଏହା ପରେ ଦୁଷ୍ଟାତ୍ମା ସେହି ଲୋକଟିକୁ ସମସ୍ତଙ୍କ ସାମନାରେ ତଳେ ପକାଇ ଦେଲା ଓ ତାହାର କୌଣସି କ୍ଷତି ନ କରି ତା’ ଦେହରୁ ବାହାରିଗଲା।

36 ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କୁହାକୁହି ହେଲେ, “ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।” 37 ସେହି ଅଞ୍ଚଳର ସବୁ ସ୍ଥାନରେ ଯୀଶୁଙ୍କ ବିଷୟରେ ଏହି ଖବର ବ୍ୟାପିଗଲା।

Read full chapter