Add parallel Print Page Options

ଯୀଶୁଙ୍କର ମନ୍ଦିରରେ ପ୍ରବେଶ

(ମାଥିଉ 21:12-17; ଲୂକ 19:45-48; ଯୋହନ 2:13-22)

15 ତା'ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ। 16 ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ। 17 ତା'ପରେ ସେ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଶାସ୍ତ୍ରରେ ଏ କଥା ଲେଖା ଅଛି ଯେ, ‘ମୋ’ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାଯିବ।(A) କିନ୍ତୁ ତୁମ୍ଭେମାନେ ତ ତାକୁ ଗ୍ଭେର ମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ କରି ଦେଉଛ’(B)

18 ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ। 19 ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।

Read full chapter