Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 16-18

Israel Complains, So God Sends Food

16 ଏହା ପରେ ଇସ୍ରାଏଲର ସମସ୍ତ ସମାଜ ଏଲୀମ ଛାଡ଼ି ସୀନୟ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନୟର ମଝିରେ ଥିଲା। ସେମାନେ ମିଶର ଛାଡ଼ିବାର ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ସେଠାରେ ପହଞ୍ଚିଲେ। ଏହା ପରେ ସମଗ୍ର ଇସ୍ରାଏଲୀୟ ସମାଜ ମରୁଭୂମିଠାରେ ମୋଶା ଓ ହାରୋଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ। ଲୋକମାନେ କହିଲେ, “ଏହା ବହୁତ ଭଲ ହୋଇଥା’ନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରେ ହତ୍ୟା କରିଥା’ନ୍ତେ। ସେଠାରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ୟକ ପରିମାଣର ଖାଦ୍ୟ ସେଠାରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠାରେ ଆମ୍ଭକୁ ଭୋକରେ ମାରିବାକୁ ଗ୍ଭହଁ କି?”

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ଯାଇ ତାଙ୍କର ଆବଶ୍ୟକ ପରିମାଣରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡ଼ିବ ଯେ ସେମାନେ ଆମ୍ଭର ବ୍ୟବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ। ପ୍ରତ୍ୟେକ ଲୋକ ଦିନକ ପାଇଁ ଯେତିକି ଖାଦ୍ୟ ଦରକାର ସେତିକି ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ଶୁକ୍ରବାର ଦିନ, ଯେତେବେଳେ ଲୋକମାନେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିବେ, ସେତେବେଳେ ସେମାନେ ଦେଖିବେ ଯେ ତାହା ଦୁଇଗୁଣ ହୋଇଯିବ।”

ତେଣୁ ମୋଶା ଏବଂ ହାରୋଣ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି। ଆସନ୍ତାକାଲି ପ୍ରଭାତରେ ତୁମ୍ଭେମାନେ ପରମେଶ୍ୱରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେମାନେ କିଏ? ପ୍ରକୃତରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”

ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”

ଏହା ପରେ ମୋଶା ହାରୋଣଙ୍କୁ କହିଲେ, “ଇସ୍ରାଏଲର ସମସ୍ତ ଲୋକଙ୍କୁ, ‘ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ ହେବାକୁ କୁହ। ଯେହେତୁ ସେ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଲେ।”’

10 ଯେତେବେଳେ ହାରୋଣ ଇସ୍ରାଏଲୀୟମାନଙ୍କୁ କହିଲେ, ସେମାନେ ମରୁଭୂମି ଆଡ଼କୁ ବୁଲି ଗ୍ଭହିଁଲେ। ହଠାତ୍ ମେଘ ମଧ୍ୟରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।

11 ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ଆମ୍ଭେ ଇସ୍ରାଏଲର ଅଭିଯୋଗ ଶୁଣିଅଛୁ। ତେଣୁ ସେମାନଙ୍କୁ କୁହ, ‘ଆଜି ରାତିରେ ତୁମ୍ଭେମାନେ ମାଂସ ଭକ୍ଷ୍ୟଣ କରିବ। ଏବଂ ପ୍ରଭାତରେ ତୁମ୍ଭର ଆବଶ୍ୟକ ପରିମାଣର ରୋଟୀ ଖାଇବ। ଏଥିରେ ତୁମ୍ଭେମାନେ ଜାଣି ପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।’”

13 ସେହି ରାତିରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣିକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତରେ ଛାଉଣି ସ୍ଥାନରେ ଗ୍ଭରିଆଡ଼େ କାକରର ଏକ ସ୍ତର ଥିଲା। 14 ଏହା ପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିଯିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ମରୁଭୂମି ଉପରେ ପଡ଼ି ରହିଲା। 15 ଇସ୍ରାଏଲର ଲୋକମାନେ ଏହାକୁ ଦେଖି କଥାବାର୍ତ୍ତା ହେଲେ। “ଏଗୁଡ଼ିକ କ’ଣ?” ସେମାନେ ଏପରି କହିଲେ କାରଣ ସେମାନେ ଜାଣି ନ ଥିଲେ ଏଗୁଡ଼ିକ କ’ଣ ଥିଲା। ତେଣୁ ସେମାନେ ମୋଶାଙ୍କୁ ପଗ୍ଭରିଲେ, ତେଣୁ ମୋଶା ସେମାନଙ୍କୁ କହିଲେ, “ଏଗୁଡ଼ିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ। 16 ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ନିମନ୍ତେ ଯେତେ ଦରକାର ତାହା ସଂଗ୍ରହ କର। ତୁମ୍ଭମାନଙ୍କ ପ୍ରତ୍ୟେକ ଜଣ ନିଜ ନିଜ ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟା ଅନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର।’”

17 ତେଣୁ ଇସ୍ରାଏଲର ଲୋକମାନେ ଏହିପରି କଲେ। ପ୍ରତ୍ୟେକ ଲୋକ ଖାଦ୍ୟ ସଂଗ୍ରହ କଲେ। କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ଖାଦ୍ୟ ସଂଗ୍ରହ କଲେ। 18 ଏହା ପରେ ସେମାନେ ତାଙ୍କର ପରିବାରରେ ଖାଦ୍ୟ ବଣ୍ଟନ କଲେ। ଏଥିରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲା ନାହିଁ।

19 ମୋଶା ସେମାନଙ୍କୁ କହିଲେ, “ଆସନ୍ତା ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖ ନାହିଁ।” 20 କିନ୍ତୁ କେତେକ ଲୋକ ସେମାନଙ୍କର କଥାକୁ ଧ୍ୟାନ ଦେଲେ ନାହିଁ। ଯେଉଁ ଖାଦ୍ୟ ଲୋକମାନେ ସଞ୍ଚୟ କରି ରଖିଥିଲେ, ସକାଳ ପର୍ଯ୍ୟନ୍ତ ତାହା ପୋକମାନଙ୍କ ଦ୍ୱାରା ଦୂଷିତ ହେଲା ଏବଂ ଦୁର୍ଗନ୍ଧ କଲା। ମୋଶା ସେମାନଙ୍କ ଉପରେ କ୍ଷୁବ୍ଧ ହେଲେ।

21 ପ୍ରତ୍ୟେକ ସକାଳେ ଲୋକମାନେ ସେମାନଙ୍କର ଖାଦ୍ୟ ସଂଗ୍ରହ କଲେ। ପ୍ରତ୍ୟେକ ଲୋକ ସେମାନଙ୍କର ଆବଶ୍ୟକ ମୁତାବକ ଖାଦ୍ୟ ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରାରେ ତାହା ସବୁ ତରଳିଗଲା।

22 ଶୁକ୍ରବାର ଦିନ, ଖାଦ୍ୟର ଦୁଇଗୁଣ ସଂଗ୍ରହ କଲେ। ସେମାନେ ପ୍ରତ୍ୟେକଙ୍କ ପାଇଁ ଦୁଇ ଦୁଇ ଓମର ଖାଦ୍ୟ ସଂଗ୍ରହ କଲେ। ତେଣୁ ସମସ୍ତ ପ୍ରାଚୀନବର୍ଗମାନେ ଆସି ମୋଶାଙ୍କୁ ଜଣାଇଲେ।

23 ମୋଶା ସେମାନଙ୍କୁ କହିଲେ, “ଏପରି କରିବାକୁ ସଦାପ୍ରଭୁ କହିଅଛନ୍ତି, କାରଣ ଆସନ୍ତାକାଲି ମହାବିଶ୍ରାମ ଦିନ ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ। ତୁମ୍ଭେମାନେ ଆଜି ଯେତିକି ଖାଦ୍ୟ ଦରକାର କରୁଛ ତାହା ଆଜି ରନ୍ଧନ କର। କିନ୍ତୁ ଯାହା ବଳିଲା, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କର।”

24 ତେଣୁ ଲୋକମାନେ ବଳକା ଖାଦ୍ୟକୁ ସଞ୍ଚୟ କଲେ। ସେହି ଖାଦ୍ୟ ଜମା ନଷ୍ଟ ହେଲା ନାହିଁ। ସେଥିରେ ପୋକ ନ ଥିଲେ।

25 ସପ୍ତମ ଦିବସ, ମୋଶା ଲୋକମାନଙ୍କୁ କହିଲେ, “ଆଜି ହେଉଛି ମହାବିଶ୍ରାମର ଦିନ। ସଦାପ୍ରଭୁଙ୍କର ସମ୍ମାନାର୍ଥେ ଏହା ଏକ ମୁଖ୍ୟ ଦିବସ। ତେଣୁ ତୁମ୍ଭେମାନେ କ୍ଷେତକୁ ଆଜି କେହି ନ ଯାଇ ରଖାଯାଇଥିବା ଖାଦ୍ୟକୁ ଭକ୍ଷ୍ୟଣ କର। 26 ତୁମ୍ଭେମାନେ ଛଅ ଦିନ ତାହା ସଂଗ୍ରହ କରିବ, ମାତ୍ର ଶନିବାର ଦିନ ବିଶ୍ରାମବାର ଅଟେ। ତହିଁରେ କିଛି ମିଳିବ ନାହିଁ।”

27 ତଥାପି ସପ୍ତମ ଦିବସରେ ମଧ୍ୟ କେହି କେହି ଖାଦ୍ୟ ଖୋଜିବାକୁ ଗଲେ, ସେମାନେ କିଛି ପାଇଲେ ନାହିଁ। 28 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “କେତେକାଳ ତୁମ୍ଭ ଲୋକମାନେ ମୋର ଆଜ୍ଞା ଓ ଶିକ୍ଷା ମାନିବେ ନାହିଁ? 29 ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ହେତୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ ପ୍ରତ୍ୟେକ ବିଶ୍ରାମ ଦିନରେ ନିଜ ନିଜ ସ୍ଥାନରୁ ବାହାରକୁ ନ ଯାଇ ନିଜ ନିଜ ସ୍ଥାନରେ ଥାଅ।” 30 ତେଣୁ ଲୋକମାନେ ବିଶ୍ରାମ ଦିନରେ ବିଶ୍ରାମ କଲେ।

31 ତେଣୁ ଇସ୍ରାଏଲର ଲୋକମାନେ ସେହି ଖାଦ୍ୟର ନାମ “ମାନ୍ନା” [a] ଦେଲେ। ତାହା ଧନିଆ ପରି ଶୁକ୍ଳବର୍ଣ୍ଣ ଓ ତାହାର ସ୍ୱାଦ ମଧୁ ମିଶ୍ରିତ ପିଷ୍ଟକ ତୁଲ୍ୟ ଥିଲା। 32 ଏହା ପରେ ମୋଶା କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଛନ୍ତି, ‘ସେ ତୁମ୍ଭମାନଙ୍କୁ ମିଶର ଦେଶଠାରୁ ଆଣିବା ବେଳେ ମରୁଭୂମି ମଧ୍ୟରେ ଯେଉଁ ଅନ୍ନ ଭୋଜନ କରାଇଲେ, ତାହା ଯେମନ୍ତ ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ଦେଖନ୍ତି। ଏଣୁ ସେମାନଙ୍କ ନିମନ୍ତେ ଏକ ଓମର ପରିମାଣର ମାନ୍ନା ରଖ।”’

33 ତେଣୁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଏକ ପାତ୍ର ନେଇ ଏକ ଓମର ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖରେ ରଖ। ତାହା ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ନିମନ୍ତେ ରଖାଯିବ।” 34 ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିବା ଅନୁସାରେ ହାରୋଣ ଏହାକୁ ନିୟମ-ସିନ୍ଦୁକ ସମ୍ମୁଖରେ ରଖିଲେ। 35 ଲୋକମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଏହି ମାନ୍ନା ଖାଇଲେ। ସେମାନେ ଏହି ମାନ୍ନା ବସତି ଦେଶରେ ଉପସ୍ଥିତ ନ ହେବା ଯାଏ ଏହିପରି ଭୋଜନ କଲେ। କିଣାନ ଦେଶର ସୀମାରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ମାନ୍ନା ଖାଇଲେ। 36 ଏକ ଓମର ଐଫାର ଦଶମାଂଶ।

Water From the Rock

17 ଇସ୍ରାଏଲର ସମସ୍ତ ସମାଜ ଏକତ୍ରିତ ହୋଇ ସୀନୟ ମରୁଭୂମିରୁ ଯାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସେମାନେ ରଫୀଦୀମରେ ଛାଉଣି ସ୍ଥପନ କଲେ ଏବଂ ସେଠାରେ ଲୋକମାନଙ୍କ ପାଇଁ ପିଇବା ପାଣି ନ ଥିଲା। ତେଣୁ ଲୋକମାନେ ମୋଶାଙ୍କ ନିକଟକୁ ଗଲେ ଓ ଅଭିଯୋଗ କଲେ। “ଆମ୍ଭକୁ ପିଇବାକୁ ପାଣି ଦିଅ।”

ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ କାହିଁକି କଳି କରୁଛ? ତୁମ୍ଭେମାନେ ସଦାପ୍ରଭୁଙ୍କୁ କାହିଁକି ପରୀକ୍ଷା କରୁଛ?”

କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୃଷାର୍ତ୍ତ ଥିଲେ। ତେଣୁ ସେମାନେ ମୋଶାଙ୍କୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ’ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠାରେ ମରିବା ପାଇଁ?”

ତେଣୁ ମୋଶା ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, “ମୁଁ ଏହି ଲୋକମାନଙ୍କ ପାଇଁ କ’ଣ କରିବି? ସେମାନେ ମୋତେ ପଥର ମାରି ହତ୍ୟା କରିବାକୁ ପ୍ରସ୍ତୁତ।”

ସଦାପ୍ରଭୁ, ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯାଅ। କେତେକ ଇସ୍ରାଏଲୀୟ ପ୍ରାଚୀନବର୍ଗଙ୍କୁ ତୁମ୍ଭ ସହିତ ନିଅ। ତୁମ୍ଭର ଆଶାବାଡ଼ି ମଧ୍ୟ ତୁମ୍ଭ ସହିତ ନିଅ। ସେହି ଆଶାବାଡ଼ି ନିଅ ଯେଉଁଥିରେ ତୁମ୍ଭେ ନୀଳନଦୀକୁ ଆଘାତ କରିଥିଲ। ମୁଁ ତୁମ୍ଭ ସମ୍ମୁଖରେ ହୋରେବରେ ସେହି ଶୈଳ ଉପରେ ଠିଆ ହେବି। ସେହି ଶୈଳକୁ ଆଘାତ କଲେ ସେଥିରୁ ପାଣି ବାହାରି ଆସିବ ଏବଂ ଲୋକମାନେ ଜଳପାନ କରି ପାରିବେ।”

ଇସ୍ରାଏଲର ପ୍ରାଚୀନବର୍ଗଙ୍କ ସମ୍ମୁଖରେ ମୋଶା ସେହିପରି କଲେ। ମୋଶା ସେହି ସ୍ଥାନର ନାମ ମଃସା ଏବଂ ମିରୀବା ରଖିଲେ (ପରୀକ୍ଷା ଓ ବିବାଦ)। କାରଣ ସେହି ସ୍ଥାନରେ ଲୋକମାନେ ସଦାପ୍ରଭୁଙ୍କର ପରୀକ୍ଷା କରିଥିଲେ ଓ ଯୁକ୍ତି କରିଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି କି ନା?

War With the Amalekites

ରଫୀଦୀମରେ ଅମାଲେକୀୟମାନେ ଆସିଲେ ଓ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତେଣୁ ମୋଶା ଯିହୋଶୂୟଙ୍କୁ କହିଲେ, “ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ କେତେକ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହୋଇ ତାହା ଦେଖିବି। ପରମେଶ୍ୱରଙ୍କ ଆଶାବାଡ଼ିଟିକୁ ମୋ’ ସହିତ ନେଇଯିବି।”

10 ଯିହୋଶୂୟ ମୋଶାଙ୍କର କଥାମାନି ତା’ ପରଦିନ ଅମାଲେକୀୟମାନଙ୍କ ସହ ଯୁଦ୍ଧ ପାଇଁ ଗଲେ। ସେହି ସମୟରେ ମୋଶା, ହାରୋଣ ଓ ହୂର ପର୍ବତ ଉପରକୁ ଗଲେ। 11 ଯେତେବେଳେ ମୋଶା ତାଙ୍କର ହସ୍ତ ଉପରକୁ କଲେ ସେତେବେଳେ ଇସ୍ରାଏଲୀୟ ବିଜୟ ହେଲେ ଓ ଯେତେବେଳେ ମୋଶା ତାଙ୍କର ହାତ ତଳକୁ ରଖିଲେ, ସେତେବେଳେ ଇସ୍ରାଏଲୀୟମାନେ ପରାସ୍ତ ହେଲେ।”

12 କିଛି ସମୟ ପରେ, ଯେହେତୁ ମୋଶାଙ୍କର ହାତ କ୍ଳାନ୍ତ ହୋଇଗଲା ତେଣୁ ସେମାନେ ଏକ ବିରାଟ ପଥର ଖଣ୍ଡ ଆଣି ମୋଶାଙ୍କ ଆଗରେ ପକାଇଲେ ସେ ବସିବା ପାଇଁ। ଏହା ପରେ ହାରୋଣ ଓ ହୂର ମୋଶାଙ୍କର ହାତକୁ ଉପରକୁ ଟେକି ଧରିଲେ। ହାରୋଣ ଗୋଟିଏ ପାର୍ଶ୍ୱରେ ଓ ହୂର ଅନ୍ୟ ଏକ ପାର୍ଶ୍ୱରେ ରହିଲା। ସେମାନେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହାତକୁ ଏପରି ଉପରକୁ କରି ରଖିଲେ। 13 ତେଣୁ ଯିହୋଶୂୟ ଏବଂ ତାଙ୍କର ଲୋକମାନେ ଅମାଲେକୀୟମାନଙ୍କୁ ସେହି ଯୁଦ୍ଧରେ ପରାସ୍ତ କଲେ।

14 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଯୁଦ୍ଧର ବିବରଣୀ ଲେଖ। ଏହିକଥା ଏକ ପୁସ୍ତକରେ ଲେଖ। ଯାହାଫଳରେ ଲୋକମାନେ ମନେରଖି ପାରିବେ ଏଠାରେ ଯାହାସବୁ ଘଟିଥିଲା। ଏବଂ ଯିହୋଶୂୟଙ୍କ ପାଖରେ ସେହି ପୁସ୍ତକ ପଢ଼। ମୁଁ ସମ୍ପୂର୍ଣ୍ଣଭାବରେ ଅମାଲେକୀୟମାନଙ୍କୁ ଏହି ପୃଥିବୀରୁ ଧ୍ୱଂସ କରିବି।”

15 ଏହା ପରେ ମୋଶା ଏକ ଯଜ୍ଞବେଦି ସ୍ଥାପନ କଲେ। ମୋଶା ଏହାର ନାମ ଦେଲେ, ଯିହୋବାଃ-ନିଃଷି “ସଦାପ୍ରଭୁ ମୋର ଧ୍ୱଜା ରଖିଲେ।” 16 ମୋଶା କହିଲେ, “ମୁଁ ସଦାପ୍ରଭୁଙ୍କର ସିଂହାସନ ଆଡ଼କୁ ହାତ ଉଠାଇଲି, ତେଣୁ ସଦାପ୍ରଭୁ ଅମାଲେକ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେ ସର୍ବଦା କରିଥିଲେ।”

ମୋଶାଙ୍କ ଶ୍ୱଶୁରଙ୍କଠାରୁ ଉପଦେଶ

18 ମିଦିୟନୀୟମାନଙ୍କର ଯାଜକ ଯିଥ୍ରୋ, ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକାରେ ମୋଶା ଏବଂ ତାଙ୍କର ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି। ଏବଂ ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇସ୍ରାଏଲୀୟମାନଙ୍କୁ ବାହାର କରି ଆଣିଛନ୍ତି। ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ ଗଲେ। ଯେତେବେଳେ ମୋଶା ପରମେଶ୍ୱରଙ୍କ ପର୍ବତ ସୀନୟରେ ଥିଲେ। ଯିଥ୍ରୋ ମୋଶାଙ୍କର ସ୍ତ୍ରୀ ସି‌ପ୍‌ପୋରାକୁ ସାଙ୍ଗରେ ନେଇଗଲେ। ସି‌ପ୍‌ପୋରା ମୋଶାଙ୍କ ପାଖରେ ନ ଥିଲେ କାରଣ ମୋଶା ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଇଥିଲେ। ଯିଥ୍ରୋ ମଧ୍ୟ ମୋଶାଙ୍କର ଦୁଇପୁତ୍ରଙ୍କୁ ସାଙ୍ଗରେ ନେଇଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାଯାଇଥିଲା କାରଣ ମୋଶା କହିଲେ, “ମୁଁ ବିଦେଶରେ ପ୍ରବାସୀ ହେଲି।” ଅନ୍ୟ ପୁତ୍ରଟିର ନାମ ଦେଇଥିଲେ ଇଲୀୟେଷର, କାରଣ ତା’ର ଜନ୍ମ ସମୟରେ ମୋଶା କହିଲେ, “ମୋର ପିତାଙ୍କର ପରମେଶ୍ୱର ମୋତେ ସାହାଯ୍ୟ କଲେ ଏବଂ ଫାରୋଙ୍କର ଖ‌ଡ଼୍‌ଗରୁ ରକ୍ଷା କଲେ।” ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ, ମୋଶାଙ୍କର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସେହି ସମୟରେ ମୋଶା ପରମେଶ୍ୱରଙ୍କର ପର୍ବତ ନିକଟରେ ଛାଉଣି ପକାଇଥିଲେ।

ଯିଥ୍ରୋ ମୋଶାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋ କହିଲେ, “ମୁଁ ତୁମ୍ଭର ଶ୍ୱଶୁର ଯିଥ୍ରୋ ଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।”

ତେଣୁ ମୋଶା ତାଙ୍କ ଶ୍ୱଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମୋଶା ତାଙ୍କ ଶ୍ୱଶୁରଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଏବଂ ସେମାନେ ପରମେଶ୍ୱରଙ୍କର ଉତ୍ତମ ଖବର ବୁଝିଲେ। ଏହା ପରେ ସେମାନେ ମୋଶାଙ୍କ ତମ୍ବୁକୁ ଗଲେ ଓ ସେଠାରେ କଥା ହେଲେ। ସଦାପ୍ରଭୁ ତାଙ୍କର ଇସ୍ରାଏଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସେହି ସମସ୍ତ ବିଷୟ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ। ମୋଶା ମଧ୍ୟ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧରେ ଇସ୍ରାଏଲ ନିମନ୍ତେ ଯାହା କରିଥିଲେ, ସେମାନେ ରାସ୍ତାରେ ସମ୍ମୁଖୀନ ହୋଇଥିବା କଠିନତା ବିଷୟ କହିଲେ। ଏବଂ କିପରି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିଛନ୍ତି ତାହା ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ।

ଯିଥ୍ରୋ ବହୁତ ଖୁସୀହେଲେ, ଯେତେବେଳେ ଜାଣିଲେ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ପାଇଁ ଉତ୍ତମ କର୍ମମାନ କରିଛନ୍ତି ଏବଂ ସେ ବହୁତ ଖୁସୀହେଲେ ଯେ ସଦାପ୍ରଭୁ ମିଶରଠାରୁ ଇସ୍ରାଏଲକୁ ମୁକ୍ତ କରିଛନ୍ତି। 10 ଯିଥ୍ରୋ କହିଲେ,

“ସଦାପ୍ରଭୁଙ୍କର ପ୍ରଶଂସା କର!
    ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି।
    ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି।
11 ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦେବତାଗଣଠାରୁ ମହାନ୍।
ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ୱର କ’ଣ କଲେ!”

12 ଯିଥ୍ରୋ ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କଲେ। ହାରୋଣ, ମୋଶା ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗେ ଭୋଜନ କଲେ।

13 ତା’ ପରଦିନ ମୋଶା ଲୋକଙ୍କର ବିଗ୍ଭର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହୋଇ ରହିଲେ।

14 ମୋଶା ଲୋକମାନଙ୍କର ବିଗ୍ଭର କରୁଥିବାର ଯିଥ୍ରୋ ଦେଖିଲେ। ସେ ପଗ୍ଭରିଲେ, “ତୁମ୍ଭେ ଏପରି କାହିଁକି କରୁଛ? ତୁମ୍ଭେ ଏକୁଟିଆ କାହିଁକି ବିଗ୍ଭର କରୁଛ? ଏବଂ କାହିଁକି ତୁମ୍ଭ ନିକଟରେ ଲୋକମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହେବେ?”

15 ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ, “ସେମାନେ ପରମେଶ୍ୱରଙ୍କର ବିଗ୍ଭର ବୁଝିବା ପାଇଁ ମୋ’ ନିକଟକୁ ଆସନ୍ତି। 16 ସେମାନଙ୍କର କୌଣସି ବିବାଦ ହେଲେ, ମୋ’ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଗ୍ଭର କରେ। ସେମାନଙ୍କୁ ପରମେଶ୍ୱରଙ୍କର ବିଧି ଓ ବ୍ୟବସ୍ଥା ସବୁ ଶିକ୍ଷା ଦିଏ।”

17 କିନ୍ତୁ ମୋଶାଙ୍କ ଶ୍ୱଶୁର ତାଙ୍କୁ କହିଲେ, “ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ। 18 ଏହିସବୁ କାର୍ଯ୍ୟ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ଯ୍ୟ କରି ପାରିବ ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦେବ ଏବଂ ଏହା ଲୋକମାନଙ୍କୁ କ୍ଳାନ୍ତ କରିବ। 19 ବର୍ତ୍ତମାନ ମୋ’ କଥା ଶୁଣ। ମୋର କେତେକ ଉପଦେଶ ଗ୍ରହଣ କର। ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ। 20 ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କ ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ। 21 ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍

“ପରମେଶ୍ୱରଙ୍କ ପ୍ରତି ଭୟକାରୀ, ବିଶ୍ୱାସୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ର ପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କର। 22 ସେମାନେ ସର୍ବଦା ଲୋକମାନଙ୍କର ବିଗ୍ଭର କରନ୍ତୁ। ପୁଣି ଜଟିଳ ବିଷୟରେ ତୁମ୍ଭ ନିକଟକୁ ଆସିବେ। ମାତ୍ର କ୍ଷୁଦ୍ର ‌ବିଷୟସବୁ ସେମାନେ ଆପେ ବିଗ୍ଭର କରିବେ। ତାହାହେଲେ, ତୁମ୍ଭ ନିଜ କର୍ମରୁ ଉଶ୍ୱାସ ହେବ। ପୁଣି ସେମାନେ ତୁମ୍ଭ ସହିତ ଭାର ବହିବେ। 23 ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହି ପାରିବ। ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱସ୍ଥାନକୁ ଯିବେ।”

24 ଏହା ପରେ ମୋଶା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ। 25 ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କଲେ। 26 ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଗ୍ଭର କଲେ ଓ କଠିନ ବିଗ୍ଭରସବୁ ମୋଶାଙ୍କ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର ‌ବିଷୟସବୁ ନିଜେ ନିଜେ ବିଗ୍ଭର କଲେ।

27 ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ ବିଦାୟ ଦେଲେ ଏବଂ ଯିଥ୍ରୋ ସ୍ୱଦେଶକୁ ଗଲେ।

ମାଥିଉ ଲିଖିତ ସୁସମାଗ୍ଭର 18:1-20

ସବୁଠାରୁ ଶ୍ରେଷ୍ଠ କିଏ(A)

18 ସେହି ସମୟରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, “ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ କିଏ?”

ଯୀଶୁ ଗୋଟିଏ ଛୋଟ ପିଲାକୁ ପାଖକୁ ଡାକିଲେ। ସେ ପିଲାକୁ ଶିଷ୍ୟମାନଙ୍କ ଆଗରେ ଠିଆ କରାଇଲେ। ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତରେ ଗୋଟିଏ ଛୋଟ ପିଲାଭଳି ହୋଇଯାଅ। ଏ କଥା ନ କଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ। ଯେଉଁ ଲୋକ ନିଜକୁ ଗୋଟିଏ ଛୋଟ ପିଲା ଭଳି ନମ୍ର କରିଥାଏ, ସେହି ଲୋକ ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ।

“ଯେଉଁ ଲୋକ ମୋ’ ନାମରେ ଏହିଭଳି ଗୋଟିଏ ଛୋଟ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ।

ପାପର କାରଣ ବିଷୟରେ ସତର୍କ କଲେ(B)

“କିନ୍ତୁ ମୋ’ଠାରେ ବିଶ୍ୱାସ ରଖିଥିବା ଏହି ନମ୍ର ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ପାପ ପଥରେ ଯଦି କେହି ଟାଣିନିଏ, ତାହାହେଲେ ସେହି ଲୋକର ବେକରେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ରରେ ତାକୁ ବୁଡ଼େଇ ଦିଆଯିବ। ଏହି ପୃଥିବୀରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ, କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହେବ।

“ଯଦି ତୁମ୍ଭର ହାତ କିମ୍ବା ପାଦ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଟି ଫିଙ୍ଗିଦିଅ। ଦୁଇ ହାତ ଓ ଦୁଇ ଗୋଡ଼ ଥାଇ ଚିରକାଳ ଜଳୁଥିବା ନର୍କର ନିଆଁରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ହାତ କିମ୍ବା ଗୋଡ଼ ନ ଥାଇ ଅନନ୍ତ ଜୀବନ ମଧ୍ୟରେ ପ୍ରବେଶ କରିବା ତୁମ୍ଭ ପାଇଁ ଭଲ। ଯଦି ତୁମ୍ଭର ଆଖିଟିଏ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ଦୁଇଟି ଯାକ ଆଖି ଥାଇ ତୁମ୍ଭକୁ ନର୍କର ନିଆଁରେ ଫିଙ୍ଗି ଦିଆଯିବା ଅପେକ୍ଷା ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ତୁମ୍ଭ ପାଇଁ ଭଲ।

ଯୀଶୁ ହଜିଥିବା ମେଣ୍ଢାର ଦୃଷ୍ଟାନ୍ତ କହିଲେ(C)

10 “ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି। 11 ଯେଉଁମାନେ ହଜିଯାଇଛନ୍ତି ମନୁଷ୍ୟପୁତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି। [a]

12 “ଯଦି କୌଣସି ଲୋକର ଶହେଟି ମେଣ୍ଢା ଥା’ନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତେବେ ସେହି ଲୋକଟି ତା’ର ବାକି ଅନେଶ୍ୱତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ କି? ତୁମ୍ଭେ କ’ଣ ଭାବ? 13 ମୁଁ ତୁମ୍ଭକୁ ସତ୍ୟ କହୁଛି। ଯଦି ସେ ମେଣ୍ଢାଟି ଖୋଜି ପାଇଯାଏ ତେବେ ନ ହଜିଥିବା ଅନେଶ୍ୱତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସୀ ହେବ। 14 ଠି‌କ୍‌ ସେହିଭଳି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଏହିଭଳି ଛୋଟ ପିଲାମାନଙ୍କ ମଧ୍ୟରୁ କେହି ଜଣେ ହେଲେ ହଜିଯାଉ ବୋଲି ଗ୍ଭହାନ୍ତି ନାହିଁ।

ଯେତେବେଳେ ଜଣେ ଲୋକ ତୁମ୍ଭକୁ ଆଘାତ କରେ(D)

15 “ତୁମ୍ଭର କେହି ଭାଇ ଯଦି ତୁମ୍ଭ ବିରୁଦ୍ଧରେ ଭୁଲ୍ କାମ କରେ, ତେବେ ସେ ଏକାକୀ ଥିବା ବେଳେ ତା’ ନିକଟକୁ ଯାଇ ତା’ର ଭୁଲ୍ ବିଷୟରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତେବେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହୋଇ ରହିବାକୁ ସାହାଯ୍ୟ କର। 16 ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତେବେ ଜଣେ ବା ଦୁଇଜଣ ଲୋକଙ୍କୁ ନେଇ ପୁଣି ଥରେ ତା’ ପାଖକୁ ଯାଅ। ତେବେ ଯାହାକିଛି କୁହାଯାଇଛି, ଦୁଇ ବା ତିନି ଜଣ ସାକ୍ଷୀଙ୍କ ଦ୍ୱାରା ତାହା ସମର୍ଥିତ ହେବ। 17 ଯଦି ସେ ଲୋକ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମନା କରିଦିଏ, ତେବେ ମଣ୍ଡଳୀକୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନ ଶୁଣେ, ତେବେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ କିମ୍ବା ଜଣେ କରଆଦାୟକାରୀକୁ ଯେଭଳି ବ୍ୟବହାର କରାଯାଏ, ତାହାକୁ ସେହିଭଳି ବ୍ୟବହାର କର।

18 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ତୁମ୍ଭେ ଏ ସଂସାରରେ ଯାହାସବୁ ବନ୍ଦ କରିବ ତାହା ପରମେଶ୍ୱରଙ୍କ ଦ୍ୱାରା ବନ୍ଦ ହେବ। ତୁମ୍ଭେ ଏ ସଂସାରରେ ଯେତେବେଳେ କ୍ଷମା ଦେବା ପାଇଁ ପ୍ରତିଶ୍ରୁତି ଦେବ, ସେହି କ୍ଷମା ମଧ୍ୟ ପରମେଶ୍ୱରଙ୍କ କ୍ଷମା ହେବ। 19 ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତରେ ଯଦି ତୁମ୍ଭ ଭିତରୁ କେହି ଦୁଇଜଣ ଏକମତ ହୋଇ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କୁ କିଛି ମାଗିବେ, ତେବେ ସେ ତାହା ତୁମ୍ଭ ପାଇଁ ପୂରଣ କରିଦେବେ। 20 ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।”

Oriya Bible: Easy-to-Read Version (ERV-OR)

2010 by World Bible Translation Center