Old/New Testament
ପରମେଶ୍ୱର ଇସ୍ରାଏଲକୁ ସାନ୍ତ୍ୱନା ଦେଲେ
46 ତେଣୁ ଇସ୍ରାଏଲ ମିଶରକୁ ଯାତ୍ରା କଲେ। ପ୍ରଥମେ ଇସ୍ରାଏଲ ବେର୍ଶେବାକୁ ଗଲେ। ସେଠାରେ ସେ ପରମେଶ୍ୱରଙ୍କ ଉପାସନା କଲେ। ତାଙ୍କର ପିତା ଇସ୍ହାକଙ୍କ ପରମେଶ୍ୱରଙ୍କୁ। ଏବଂ ସେ ସେଠାରେ ହୋମବଳି ଦେଲେ। 2 ରାତିରେ ପରମେଶ୍ୱର ଇସ୍ରାଏଲକୁ ସ୍ୱପ୍ନରେ କହିଲେ, “ଯାକୁବ, ଯାକୁବ।”
ଇସ୍ରାଏଲ ଉତ୍ତର ଦେଲେ, “ମୁଁ ଏହିଠାରେ।”
3 ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର। ମିଶରକୁ ଯିବାକୁ ଭୟ କର ନାହିଁ। ମିଶରରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା। 4 ଆମ୍ଭେ ତୁମ୍ଭ ସହିତ ମିଶରକୁ ଯିବି। ଏବଂ ଆମ୍ଭେ ତୁମ୍ଭକୁ ପୁନରାୟ ମିଶରରୁ ଆଣିବା। ତୁମ୍ଭେ ମିଶରରେ ଦେହ ତ୍ୟାଗ କରିବ। ତୁମ୍ଭେ ଦେହ ତ୍ୟାଗ କରିବା ସମୟରେ ଯୋଷେଫ ତୁମ୍ଭ ପାଖରେ ଥିବ।”
ଇସ୍ରାଏଲ ମିଶରକୁ ଗଲେ
5 ଏହା ପରେ ଯାକୁବ ବେର୍ଶେବା ଛାଡ଼ି ମିଶରକୁ ଯାତ୍ରା କଲେ। ଇସ୍ରାଏଲଙ୍କ ପୁତ୍ରମାନେ, ତାଙ୍କ ପିତା ଯାକୁବ, ତାଙ୍କ ପିଲାମାନେ ଏବଂ ତାଙ୍କ ସ୍ତ୍ରୀମାନେ ଫାରୋଙ୍କ ଦ୍ୱାରା ପ୍ରେରିତ ଶକଟରେ ଆସିଲେ। 6 ସେମାନେ ମଧ୍ୟ ସେମାନଙ୍କର ଥିବା ସମସ୍ତ ପଶୁ ଏବଂ ସେମାନେ ଯାହା ଜିନିଷ କିଣାନ ଦେଶରେ ଅର୍ଜ୍ଜନ କରିଥିଲେ ତାହା ସବୁ ମିଶର ଦେଶକୁ ନେଲେ, ଯାକୁବଙ୍କର ସମସ୍ତ ବଂଶଧର ସହିତ। 7 ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ।
ଯାକୁବଙ୍କ ପରିବାର
8 ମିଶର ଦେଶକୁ ଆଗତ ଇସ୍ରାଏଲ ବଂଶ ଅର୍ଥାତ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ।
ଯାକୁବଙ୍କର ପ୍ରଥମଜାତ ରୁବେନ୍ ଥିଲା। 9 ରୁବେନଙ୍କର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମ୍ମି।
10 ଶିମିୟୋନର ପୁତ୍ର ଯିମୁଏଲ, ଯାମୀନ୍, ଓହଦ୍, ଯାଖୀନ୍, ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
11 ଲେବୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।
12 ଯିହୁଦାର ପୁତ୍ର, ଏର, ଓନନ୍, ଶେଲା, ପେରସ୍ ଓ ସେରହ। କିନ୍ତୁ ଏର ଏବଂ ଓନନ୍ କିଣାନ ଦେଶରେ ମରିଥିଲେ, ପେରସର ପୁତ୍ର ହିଷ୍ରୋନ୍ ଓ ହାମୂଲ ଥିଲେ।
13 ଇଷାଖରର ପୁତ୍ର: ତୋଲୟ, ପୂୟ, ଯୋବ ଓ ଶିମ୍ରୋନ୍।
14 ସବଲୂନର ପୁତ୍ର, ସେରଦ, ଏଲୋନ୍ ଓ ଯହଲେଲ।
15 ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଏବଂ ସବୂଲୂନ୍, ଯାକୁବ ଓ ଲେୟାଙ୍କର ସନ୍ତାନ ଥିଲେ। ଲେୟା ସେମାନଙ୍କୁ ପଦ୍ଦନ୍ ଅରାମରେ ଜନ୍ମ କରିଥିଲେ। ତାଙ୍କର ମଧ୍ୟ ଏକ କନ୍ୟା ଥିଲା। ତା’ର ନାମ ଦୀଣା। ଏହିପରି ତାଙ୍କର ପରିବାର ତେତିଶ ଜଣ ଥିଲେ।
16 ଗାଦ୍ର ପୁତ୍ରମାନେ ଥିଲେ, ସିଫୋନ୍, ହଗି, ଶୂନୀ, ଇଷବୋନ୍, ଏରୀ, ଅରୋଦୀ ଓ ଅରେଲୀ।
17 ଆଶେରର ପୁତ୍ରମାନେ ଥିଲେ, ଯିମ୍ନା, ଯିଶ୍ବା, ଯିଶ୍ବି, ବରୀୟ ଓ ସେମାନଙ୍କର ଭଉଣୀ, ସେରହ ଏବଂ ବରୀୟର ପୁତ୍ର ହେବର ଓ ମଲ୍କୀୟେଲ ଥିଲେ।
18 ଏମାନେ ସିଳ୍ପାର ପୁତ୍ର ଥିଲେ। ଲାବନ ତାଙ୍କର କନ୍ୟା ଲେୟାକୁ, ସିଳ୍ପାକୁ ସେବିକା ଭାବରେ ଦେଲେ। ସେଥିପାଇଁ ଯାକୁବଙ୍କର ଷୋହଳ ଜଣ ବଂଶଧର ସିଳ୍ପାଠାରୁ ଜନ୍ମ ହୋଇଥିଲେ।
19 ଯାକୁବଙ୍କ ସ୍ତ୍ରୀ ରାହେଲର ପୁତ୍ର, ଯୋଷେଫ ଏବଂ ବିନ୍ୟାମୀନ।
20 ମିଶରରେ ଯୋଷେଫଙ୍କର ଦୁଇ ପୁତ୍ର ଥିଲେ। ମନଃଶି ଓ ଇଫ୍ରୟିମ। ଯୋଷେଫଙ୍କ ସ୍ତ୍ରୀ ଆସନତ, ସେମାନଙ୍କୁ ଜନ୍ମ କରିଥିଲେ। ଯିଏ ଓନ୍ ନଗରସ୍ଥ ପୋଟୀଫର ଯାଜକର କନ୍ୟା ଥିଲେ।
21 ବିନ୍ୟାମୀନର ପୁତ୍ରମାନେ ଥିଲେ, ବେଲା, ବେଖର, ଅସବେଲ, ଗେରା, ନାମନ, ଏହୀ, ରୋଶ, ମୁପ୍ପୀମ, ହୁପ୍ପୀମ ଓ ଅର୍ଦ।
22 ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲ ସନ୍ତାନ ଥିଲେ।
23 ଦାନ୍ର ପୁତ୍ର ହୁଶୀମ ଥିଲେ।
24 ନପ୍ତାଲିର ପୁତ୍ର ଯହସିୟେଲ, ଗୂନି, ୟେତ୍ସର ଓ ଶିଲେମ ଥିଲେ।
25 ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସେବିକାରୂପେ ତା’ର କନ୍ୟା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତ ଜଣ ବଂଶଧର ବିଲହାଠାରୁ ଜନ୍ମ ହୋଇଥିଲେ।
26 ଯାକୁବଙ୍କ ବଂଶଧର, ଯେଉଁମାନେ ତାଙ୍କ ସଙ୍ଗରେ ମିଶରରେ ଉପସ୍ଥିତ ହେଲେ ସେମାନେ 66 ଜଣ ଥିଲେ। (ଯାକୁବଙ୍କ ପୁତ୍ରବଧୁ ବିନା) 27 ଯୋଷେଫଙ୍କର ଦୁଇଟି ପୁତ୍ର ମିଶରରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହିପରି ଭାବରେ ମୋଟ ସତୁରି ଜଣ ଯାକୁବଙ୍କ ପରିବାର ମିଶରରେ ବାସ କରୁଥିଲେ।
ଇସ୍ରାଏଲ ମିଶରକୁ ପ୍ରବେଶ କଲେ
28 ଯାକୁବ ଯୋଷେଫଙ୍କ ପାଖକୁ ଏହି ଖବର ଦେବା ପାଇଁ ଯିହୁଦାଙ୍କୁ ଆଗରେ ପଠାଇଲେ। ଯିହୁଦା ଯୋଷେଫଙ୍କ ପାଖକୁ ଗଲେ। କାରଣ ସେ ତାଙ୍କୁ ଗୋଶନ ପ୍ରଦେଶକୁ ଯିବାକୁ ବାଟ ଦେଖାଇବେ। 29 ଯୋଷେଫ ଜାଣିଲେ ଯେ ତାଙ୍କର ପିତା ଇସ୍ରାଏଲ ଆସୁଛନ୍ତି। ତେଣୁ ଗୋଶନକୁ ଯାଇ ତାଙ୍କର ପିତାଙ୍କୁ ଦେଖା କରିବା ପାଇଁ ଯୋଷେଫ ତାଙ୍କର ରଥ ସଜାଡ଼ିଲେ। ଯେତେବେଳେ ଯୋଷେଫ ତାଙ୍କର ପିତାଙ୍କୁ ଦେଖିଲେ ସେ ତାହାଙ୍କ ଗଳାଧରି ବହୁ ସମୟ ରୋଦନ କଲେ।
30 ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଏବେ ମୁଁ ଶାନ୍ତିରେ ମରି ପାରିବି। ମୁଁ ତୁମ୍ଭର ଦର୍ଶନ ପାଇଲି ଏବଂ ଜାଣିଲି ଯେ ତୁମ୍ଭେ ଜୀବିତ।”
31 ଯୋଷେଫ ତାଙ୍କର ଭାଇମାନଙ୍କୁ ଏବଂ ତାଙ୍କ ପିତାଙ୍କର ପରିବାରବର୍ଗଙ୍କୁ କହିଲେ, “ମୁଁ ଯାଇ ଫାରୋଙ୍କୁ କହିବି ଯେ ତୁମ୍ଭେମାନେ ଏଠାରେ ଅଛ। ମୁଁ ଫାରୋଙ୍କୁ କହିବି, ‘ମୋର ଭାଇମାନେ ଓ ମୋର ପିତାଙ୍କର ଅନ୍ୟ ପରିବାରବର୍ଗ କିଣାନ ଦେଶ ଛାଡ଼ି ଏବେ ମୋ’ ପାଖରେ ଏହିଠାରେ ଅଛନ୍ତି। 32 ସେମାନେ ମେଷପାଳକ ମନୁଷ୍ୟମାନେ, ଯେଉଁମାନେ ଜୀବନ୍ତ ପ୍ରାଣୀର ଯତ୍ନ ନିଅନ୍ତି। ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବଶ୍ୱ ଆଣିଛନ୍ତି।’ 33 ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ‘ତୁମ୍ଭର ବ୍ୟବସାୟ ବିଷୟରେ ପଗ୍ଭରିବେ।’ 34 ତୁମ୍ଭେ ତାଙ୍କୁ କହିବ. ‘ଆମ୍ଭେ ମେଷପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମେଷପାଳକ ଓ ଆମ୍ଭ ପୂର୍ବରୁ ଯେତେବେଳେ ଆମ୍ଭେ ଯୁବା ଥିଲୁ, ଜୀବନ୍ତ ପ୍ରାଣୀମାନଙ୍କର ଯତ୍ନ ନେଉଥିଲୁ।’ ଏହା ପରେ ଫାରୋ ତୁମ୍ଭମାନଙ୍କୁ ଗୋଶନରେ ରହିବାକୁ ଅନୁମତି ଦେବେ। କାରଣ ମିଶରର ଲୋକମାନେ ମେଷପାଳକଙ୍କୁ ସେମାନଙ୍କର ଅଞ୍ଚଳ ପାଖରେ ରଖିବାକୁ ପସନ୍ଦ କରନ୍ତି ନାହିଁ।”
ଇସ୍ରାଏଲ ଗୋଶନରେ ବସତି ସ୍ଥାପନ କଲେ
47 ଯୋଷେଫ ଫାରୋଙ୍କ ନିକଟକୁ ଯାଇ କହିଲେ, “ମୋର ପିତା ଓ ଭାଇମାନେ ସେମାନଙ୍କର ସମସ୍ତ ପରିବାର ଏବେ କିଣାନ ଦେଶରୁ ଆସିଛନ୍ତି। ସେମାନଙ୍କର ସର୍ବଶ୍ୱ ଓ ପଶୁପଲ ସହ ସେମାନେ ଏହିଠାରେ ଅଛନ୍ତି। ସେମାନେ ବର୍ତ୍ତମାନ ଗୋଶନ ପ୍ରଦେଶରେ ଅଛନ୍ତି।” 2 ଯୋଷେଫ ତାଙ୍କର ଭାଇମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ନେଇ ଫାରୋଙ୍କ ସହିତ ସାକ୍ଷାତ କରାଇଲେ।
3 ଫାରୋ ତାଙ୍କର ଭାଇମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କି କାର୍ଯ୍ୟ କରୁଅଛ?”
ଭାଇମାନେ ଫାରୋଙ୍କୁ ଉତ୍ତର ଦେଲେ, “ହେ ଆମ୍ଭର ମହାଶୟ, ଆମ୍ଭେମାନେ ମେଷପାଳକ ଅଟୁ, ଆମ୍ଭର ପୂର୍ବପୁରୁଷମାନେ ପୂର୍ବରୁ ମେଷପାଳକ ଥିଲେ।” 4 ସେମାନେ ଫାରୋଙ୍କୁ କହିଲେ, “କିଣାନର ଦୁର୍ଭିକ୍ଷ ବହୁତ ଖରାପ ଅଛି। ଆମ୍ଭମାନଙ୍କର ପଶୁମାନଙ୍କ ପାଇଁ ସେଠାରେ କୌଣସି ଭୂମିରେ ଘାସ କଅଁଳୁ ନାହିଁ। ତେଣୁ ଆମ୍ଭେମାନେ ଏହିଠାକୁ ବାସ କରିବାକୁ ଆସିଅଛୁ। ଆମ୍ଭେ ଦୟାକରି ଗୋଶନ ଦେଶରେ ରହି ପାରିବୁ କି?”
5 ଏହା ପରେ ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭର ପିତା ଓ ତୁମ୍ଭର ଭାଇମାନେ ତୁମ୍ଭ ନିକଟକୁ ଆସି ଅଛନ୍ତି। 6 ତୁମ୍ଭେ ସେମାନଙ୍କୁ ମିଶରର ଯେକୌଣସି ସ୍ଥାନରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦେଇ ପାର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସେମାନେ ଗୋଶନ ଦେଶରେ ରୁହନ୍ତୁ। ରହିବା ପାଇଁ ସେମାନଙ୍କୁ ଗୋଶନ ପ୍ରଦେଶ ଦିଅ। ଏବଂ ସେମାନେ ଯଦି ପାରଙ୍ଗମ ତେବେ ସେମାନଙ୍କୁ ମୋର ପଶୁପଲଗୁଡ଼ିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କର।”
7 ଏହା ପରେ ଯୋଷେଫ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।
8 ଏବଂ ଫାରୋ ତାଙ୍କୁ ପଗ୍ଭରିଲେ, “ତୁମ୍ଭର ବୟସ କେତେ?”
9 ଯାକୁବ ଫାରୋଙ୍କୁ କହିଲେ, “ମୋର ପ୍ରବାସ କାଳର ଦିନ 130 ବର୍ଷ, ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋରହ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”
10 ଏହା ପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁରୁ ବିଦାୟ ନେଲେ।
11 ଫାରୋ ଯେପରି ଆଜ୍ଞା ଦେଲେ ଯୋଷେଫ ସେହିପରି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସେହି ଭୂମି ମିଶରରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାରରେ ଦେଲେ। 12 ଯୋଷେଫ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ପରିମାଣରେ ଖାଦ୍ୟ ଦେଲେ।
ଯୋଷେଫ ଫାରୋଙ୍କ ପାଇଁ ଜମି କିଣିଲେ
13 ସେହି ସମୟରେ ଅତିଶୟ ଦୁର୍ଭିକ୍ଷ ହେବାରୁ ସର୍ବଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ହେଲା। ତହିଁରେ ମିଶର ଦେଶୀୟ ଓ କିଣାନ ଦେଶୀୟ ଲୋକମାନେ ଦୁର୍ଭିକ୍ଷ ହେତୁ ପ୍ରାୟ ମୂର୍ଚ୍ଛାଗତ ହେବାକୁ ଲାଗିଲେ। 14 ଆଉ ମିଶର ଦେଶରେ ଓ କିଣାନ ଦେଶରେ ଯେତେ ରୂପା ଥିଲା। ଲୋକମାନେ ତାହା ଦେଇ ଶସ୍ୟ କିଣିବାରୁ ଯୋଷେଫ ସେ ସବୁ ରୂପା ସଂଗ୍ରହ କରି ଫାରୋଙ୍କର ଗୃହକୁ ଆଣିଲେ। 15 ଏହା ପରେ ମିଶର ଦେଶରେ ଓ କିଣାନ ଦେଶରେ ରୂପାର ଅଭାବ ହୁଅନ୍ତେ ମିସ୍ରୀୟ ଲୋକ ସମସ୍ତେ ଯୋଷେଫଙ୍କ ନିକଟକୁ ଆସିଲେ ଏବଂ କହିଲେ, “ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରୀ ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।”
16 କିନ୍ତୁ ଯୋଷେଫ ଉତ୍ତର ଦେଲେ, “ତୁମ୍ଭର ପଇସା ସବୁ ଶେଷ ହେବାରୁ ତୁମ୍ଭର ପଶୁମାନଙ୍କୁ ମୋତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦେବି।” 17 ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁସବୁ ଯୋଷେଫଙ୍କ ନିକଟକୁ ଆଣିଲେ। ସେମାନଙ୍କୁ ଅଶ୍ୱ, ମେଷ, ଛେଳି ପଶୁପଲ ଏବଂ ଗଧ ବଦଳରେ ଖାଦ୍ୟ ଦ୍ରବ୍ୟ ଦେଲେ। ସେ ବର୍ଷ ଯୋଷେଫ ସେମାନଙ୍କର ଖାଦ୍ୟ ବଦଳରେ ସମସ୍ତ ଜୀବନ୍ତ ପଶୁ ନେଲେ।
18 କିନ୍ତୁ ତା’ପର ବର୍ଷ, ସେମାନଙ୍କୁ ପଶୁ ଦେଇ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନ ଥିଲା। ତେଣୁ ଲୋକମାନେ ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ଆପଣ ଜାଣନ୍ତି ଯେ ଆମ୍ଭ ନିକଟରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ୟ ମହାଶୟଙ୍କର ହୋଇଅଛି। ଏବେ ମହାଶୟଙ୍କ ସାକ୍ଷାତରେ ଆମ୍ଭମାନଙ୍କର ଦେହ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ। 19 ନିଶ୍ଚିତରେ ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ମରିବୁ। କିନ୍ତୁ ଯଦି ଆପଣ ଆମ୍ଭକୁ ଖାଦ୍ୟ ଦିଅନ୍ତି ତେବେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦେବୁ। ଏବଂ ଆମ୍ଭେ ତାଙ୍କର ଦାସ ହେବୁ। ଆମ୍ଭକୁ କିଛି ବିହନ ମଧ୍ୟ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥିରେ ଆମ୍ଭେ ନ ମରି ବଞ୍ଚିବୁ। ଏବଂ ଭୂମି ମଧ୍ୟ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗାଇବ।”
20 ତେଣୁ ଯୋଷେଫ ଫାରୋଙ୍କ ନିମନ୍ତେ ମିଶର ଦେଶର ସମସ୍ତ ଭୂମି କ୍ରୟ କଲେ। ମିଶରରେ ସମସ୍ତ ଲୋକ ସେମାନଙ୍କର ଭୂମି ସବୁ ବିକ୍ରୟ କଲେ। ସେମାନେ ଭୋକରେ ଥିବାରୁ ଏହିପରି କଲେ। 21 ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶରରେ ଗ୍ଭରିଆଡ଼େ ଲୋକମାନେ ଫାରୋଙ୍କର ଦାସ ହେଲେ। 22 ସେ କେବଳ ଯାଜକମାନଙ୍କର ଭୂମି କ୍ରୟ କଲେ ନାହିଁ। କାରଣ ଫାରୋ ସେମାନଙ୍କୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ୱାରା ଦିଆ ଯାଇଥିବା ବୃତ୍ତିରେ ସେମାନେ ବଞ୍ଚୁଥିଲେ। ସେମାନେ ଆପଣା ଭୂମି ବିକ୍ରୟ କଲେ ନାହିଁ।
23 ଏହା ପରେ ଯୋଷେଫ ପ୍ରଜାମାନଙ୍କୁ କହିଲେ, “ଆଜି ପର୍ଯ୍ୟନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲି। ଏବେ ଏହି ବିହନ ନେଇ ଭୂମିରେ ବୁଣ। 24 ତହିଁରୁ ଯାହା ଉତ୍ପନ୍ନ ହେବ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦେବ। ପୁଣି ଅନ୍ୟ ଗ୍ଭରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।”
25 ଲୋକମାନେ କହିଲେ, “ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭେମାନେ ଫାରୋଙ୍କର ଦାସ ହେବୁ।”
26 ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷୟରେ ଯୋଷେଫଙ୍କର ସ୍ଥାପିତ ଏହି ନିୟମ ଆଜି ପର୍ଯ୍ୟନ୍ତ ଚଳୁଅଛି। କେବଳ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।
ମୋର ଶବକୁ ମିଶରରେ କବର ଦେବ ନାହିଁ
27 ସେ ସମୟରେ ଇସ୍ରାଏଲ (ଯାକୁବ) ମିଶରରେ ଗୋଶନ ପ୍ରଦେଶରେ ବାସ କଲେ। ସେଠାରେ ଇସ୍ରାଏଲମାନେ ସଫଲ ହେଲେ ଏବଂ ସେମାନଙ୍କର ପରିବାରସବୁ ବୃଦ୍ଧି ପାଇଲା।
28 ଯାକୁବ ମିଶର ଦେଶରେ ସତର ବର୍ଷ କାଳ କ୍ଷେପଣ କଲେ ଏବଂ ତାଙ୍କର ପରମାୟୁ 147 ବର୍ଷ ଥିଲା। 29 ଇସ୍ରାଏଲଙ୍କର ମରଣ ଦିନ ପାଖେଇ ଆସିବାରୁ ସେ ଆପଣା ପୁତ୍ର ଯୋଷେଫଙ୍କୁ ଡାକି କହିଲେ, “ମୁଁ ଯେବେ ତୁମ୍ଭ ସାକ୍ଷାତରେ ଅନୁଗ୍ରହ ପାଇଲି, ତେବେ ବିନୟ କରୁଅଛି, ତୁମ୍ଭେ ମୋ’ ଜଙ୍ଘରେ ହସ୍ତ ଦିଅ। ପୁଣି ମୋ’ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରି ମୋତେ ଏହି ମିଶର ଦେଶରେ କବର ଦିଅ ନାହିଁ। 30 ମୁଁ ମୋର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ ତୁମ୍ଭେ ମୋତେ ଏହି ମିଶର ଦେଶରୁ ନେଇଯାଇ ସେମାନଙ୍କର କବର ସ୍ଥାନରେ କବରଶାୟୀ କରାଅ।”
ଯୋଷେଫ କହିଲେ, “ମୁଁ ପ୍ରତିଜ୍ଞା କରୁଅଛି ତୁମ୍ଭର ଇଚ୍ଛାନୁସାରେ କରିବି।”
31 ଏହା ପରେ ଯାକୁବ କହିଲେ, “ତୁମ୍ଭେ ଶପଥ କର।” ଏବଂ ଯୋଷେଫ ତାଙ୍କ ସମ୍ମୁଖରେ ଶପଥ କଲେ। ଏହା ପରେ ଇସ୍ରାଏଲ ଶଯ୍ୟାର ମୁଣ୍ଡ ଆଡ଼େ ପ୍ରଣାମ କଲେ।
ମନଃଶି ଓ ଇଫ୍ରୟିମଙ୍କୁ ଆଶୀର୍ବାଦ
48 ପରେ, ଯୋଷେଫ ଜାଣିବାକୁ ପାଇଲେ ଯେ ତାଙ୍କର ପିତା ବହୁତ ଅସୁସ୍ଥ ହୋଇ ପଡ଼ିଛନ୍ତି। ତେଣୁ ଯୋଷେଫ ତାଙ୍କର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ନେଇ ତାଙ୍କର ପିତାଙ୍କ ନିକଟକୁ ଗଲେ। 2 ଯେତେବେଳେ ଯୋଷେଫ ସେଠାରେ ପହଞ୍ଚିଲେ ସେତେବେଳେ କେହି ଜଣେ ଯାକୁବଙ୍କୁ କହିଲେ, “ତୁମ୍ଭର ପୁତ୍ର ଯୋଷେଫ ତୁମ୍ଭକୁ ଦେଖିବାକୁ ଆସିଛନ୍ତି।” ଇସ୍ରାଏଲ ବହୁତ ଦୁର୍ବଳ ହୋଇ ପଡ଼ିଥିଲେ। କିନ୍ତୁ ସେ ବହୁତ ଚେଷ୍ଟା କଲେ ଏବଂ ବିଛଣାରେ ବସିଲେ।
3 ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ସର୍ବଶକ୍ତିମାନ ପରମେଶ୍ୱର କିଣାନ ଦେଶର ଲୁସ୍ ନାମକ ସ୍ଥାନରେ ମୋତେ ଦର୍ଶନ ଦେଲେ, ପରମେଶ୍ୱର ସେଠାରେ ମୋତେ ଆଶୀର୍ବାଦ କଲେ। 4 ପରମେଶ୍ୱର ମୋତେ କହିଲେ, ‘ଦେଖ, ମୁଁ ତୁମ୍ଭର ପରିବାରକୁ ବୃଦ୍ଧି କରିବି ଓ ତୁମ୍ଭଠାରୁ ନାନା ଜନସମାଜ ସୃଷ୍ଟି କରିବି। ତୁମ୍ଭର ବଂଶଧରକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବି। 5 ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶରରେ ମୋର ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରୟିମ ଓ ମନଃଶି ମୋ’ ନିଜର ପୁତ୍ର ପରି। ସେମାନେ ରୁବେନ୍ ଓ ଶିମିୟୋନଙ୍କ ପରି ମୋ’ ପାଇଁ ଅଟନ୍ତି। 6 ଏମାନଙ୍କ ପରେ ତୁମ୍ଭର ଯେଉଁ ସନ୍ତାନ ଜନ୍ମ ନେବେ। ସେମାନେ ତୁମ୍ଭର ହେବେ ଏବଂ ତାଙ୍କର ଭାଇମାନଙ୍କ ସହିତ ସେମାନେ ସମ୍ପତ୍ତି ପାଇବେ। 7 ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋର ଆଗମନ କାଳରେ ରାହେଲ, ଇଫ୍ରାଥାର ରାସ୍ତାରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥାରେ (ବୈଥ୍ଲେହମରେ) କବର ଦେଲି।”
8 ଏହା ପରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଗ୍ଭରିଲେ, “ଏମାନେ କିଏ?”
9 ଯୋଷେଫ ଆପଣା ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।”
ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ। ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”
10 ଇସ୍ରାଏଲ ବହୁତ ବୃଦ୍ଧ ହୋଇଥିବାରୁ ତାଙ୍କୁ ଭଲ ଦେଖା ଯାଉ ନ ଥିଲା। ତେଣୁ ଯୋଷେଫ ତାଙ୍କର ପୁତ୍ରମାନଙ୍କୁ ଇସ୍ରାଏଲଙ୍କ ନିକଟକୁ ନେଲେ। ଇସ୍ରାଏଲ ସେମାନଙ୍କୁ ଚୁମ୍ବନ ଦେଲେ ଓ କୋଳେଇ ନେଲେ। 11 ଏହା ପରେ ଇସ୍ରାଏଲ, ଯୋଷେଫଙ୍କୁ କହିଲେ, “ମୁଁ କେବେ ବି ଭାବି ନ ଥିଲି ମୁଁ ତୁମ୍ଭକୁ ଆଉ ଦେଖି ପାରିବି। କିନ୍ତୁ ଦେଖ, ପରମେଶ୍ୱର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦେଖାଇଲେ।”
12 ଏହା ପରେ ଯୋଷେଫ ପିତାଙ୍କର କୋଳରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ। 13 ଯୋଷେଫ ସେ ଦୁହିଁଙ୍କୁ ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ଭାଗରେ ଓ ବାମ ହସ୍ତରେ ମନଃଶିକୁ ଧରି ଇସ୍ରାଏଲଙ୍କ ଦକ୍ଷିଣ ଭାଗରେ ଉପସ୍ଥିତ କରାଇଲେ। 14 ଇସ୍ରାଏଲ ନିଜର ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମୁଣ୍ଡରେ ତାଙ୍କର ବାମ ହସ୍ତ ରଖିଲେ। ଏହା ପରେ ଇସ୍ରାଏଲ ତାଙ୍କର ବାମହସ୍ତ ମନଃଶିର ମସ୍ତକ ଉପରେ ରଖିଲେ ଯିଏ କି ପ୍ରଥମେ ଜନ୍ମ ହୋଇଥିଲା। 15 ଅନନ୍ତର ଇସ୍ରାଏଲ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ,
“ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକ ଗମନାଗମନ କରିଥିଲେ।
ଯେଉଁ ପରମେଶ୍ୱର ଜନ୍ମାବଧି ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି।
16 ସେ ଦୂତ ଥିଲେ ଯିଏ ମୋତେ ବିପଦରୁ ଉଦ୍ଧାର କରିଛନ୍ତି।
ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ।
ସେମାନେ ମୋ’ ନାମ
ମୋର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ।
ମୁଁ ପ୍ରାର୍ଥନା କରୁଛି, ସେମାନେ ବୃଦ୍ଧି ପାଇବେ ଏବଂ ଦେଶ ସେମାନଙ୍କର ପରିବାର ଦ୍ୱାରା ଜନପୂର୍ଣ୍ଣ ହୋଇଯିବ।”
17 ଯୋଷେଫ ଦେଖିଲେ, ତାଙ୍କର ପିତା ତାଙ୍କର ପୁତ୍ର ଇଫ୍ରୟିମଙ୍କ ମୁଣ୍ଡରେ ଦକ୍ଷିଣ ହସ୍ତ ରଖିଥିଲେ। ଏହା ଯୋଷେଫଙ୍କୁ ଖୁସୀ କରି ନ ଥିଲା। ଯୋଷେଫ ତାଙ୍କର ହସ୍ତକୁ ଧରି ଇଫ୍ରୟିମଙ୍କ ମୁଣ୍ଡରୁ କାଢ଼ିଲେ ଏବଂ ସେହି ହସ୍ତକୁ ମନଃଶିର ମୁଣ୍ଡରେ ଥୋଇଲେ। 18 ଯୋଷେଫ ତାଙ୍କର ପିତାଙ୍କୁ କହିଲେ, “ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ଭୁଲରେ ରଖି ଅଛନ୍ତି। ମନଃଶି ପ୍ରଥମଜାତ ସନ୍ତାନ। ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ମନଃଶିର ମସ୍ତକରେ ରଖନ୍ତୁ।”
19 କିନ୍ତୁ ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର, ମୁଁ ତାହା ଜାଣେ। ମୁଁ ଜାଣେ ଯେ, ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମହାନ ହେବ। ମାତ୍ର ତୁମ୍ଭର କନିଷ୍ଠ ପୁତ୍ର ତା’ଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁ ଗୋଷ୍ଠୀକ ହେବ।”
20 ତେଣୁ ଇସ୍ରାଏଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ,
“ଯେତେବେଳେ ଇସ୍ରାଏଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ
ସେମାନେ ତୁମ୍ଭର ନାମ ନେବେ।
ସେମାନେ କହିବେ,
‘ଇଫ୍ରୟିମ ଓ ମନଃଶି ପରି ପରମେଶ୍ୱର ତୁମ୍ଭଙ୍କୁ କରନ୍ତୁ।’”
ଏହି ପ୍ରକାରରେ ଇସ୍ରାଏଲ ମନଃଶିଠାରୁ ଇଫ୍ରୟିମଙ୍କୁ ମହାନ କଲେ।
21 ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୋର ମୃତ୍ୟୁ ସମୟ ପ୍ରାୟ ସନ୍ନିକଟ। ପରମେଶ୍ୱର ତୁମ୍ଭକୁ ସଦୟ ହୁଅନ୍ତୁ। ସେ ତୁମ୍ଭକୁ ପୁନର୍ବାର ତୁମ୍ଭର ପୂର୍ବପୁରୁଷଙ୍କ ଦେଶକୁ ନେଇ ଯିବେ। 22 ମୁଁ ତୁମ୍ଭକୁ ଯାହାକିଛି ଦେଲି ତୁମ୍ଭ ଭାଇମାନଙ୍କୁ ଦେଇ ନ ଥିଲି, ମୁଁ ଆପଣା ଖଡ଼୍ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।”
ଯୀଶୁଙ୍କ ବୀଜ ବୁଣିବାର ଦୃଷ୍ଟାନ୍ତ(A)
13 ସେହି ଦିନ ଯୀଶୁ ସେହି ଘରୁ ବାହାରି ଗ୍ଭଲିଗଲେ ଓ ହ୍ରଦ କୂଳରେ ଯାଇ ବସିଲେ। 2 ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସେଠାରେ ଯାଇ ବସିଲେ। ସବୁ ଲୋକ କୂଳରେ ରହିଲେ। 3 ତା’ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ୟମରେ ଅନେକ ଉପଦେଶ ଦେଲେ। ଯୀଶୁ କହିଲେ,
“ଗୋଟିଏ କୃଷକ ତା’ କ୍ଷେତରେ ବୀଜ ବୁଣିବାକୁ ଗଲା। 4 ସେ ବୁଣିବା ବେଳେ କିଛି ବୀଜ ରାସ୍ତା କଡ଼ରେ ପଡ଼ିଗଲା। ଚଢ଼େଇମାନେ ଆସି ସେ ସବୁତକ ଖାଇ ଦେଲେ। 5 ଆଉ କିଛି ବୀଜ ପଥୁରିଆ ଜାଗାରେ ପଡ଼ିଗଲା, ସେଠାରେ ଯଥେଷ୍ଟ ମାଟି ନ ଥିଲା, ମାଟି ଗଭୀରିଆ ନ ଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡ଼ିଲା। 6 କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠିଲା, ସେତେବେଳେ ଗଛ ଝାଉଁଳି ପଡ଼ିଲା। ତା’ର ଚେର ଗଭୀରକୁ ଯାଇ ପାରି ନ ଥିବାରୁ ଗଛଟି ଶୁଖି ମରିଗଲା। 7 ଆଉ କିଛି ବୀଜ କଣ୍ଟା ବୁଦାରେ ପଡ଼ିଗଲା। କଣ୍ଟାବୁଦା ବଢ଼ି ଯିବାରୁ ଗ୍ଭରା ଗଛକୁ ଗ୍ଭପି ଦେଲା। 8 ଆଉ କିଛି ବୀଜ ଭଲ ମାଟି ଉପରେ ପଡ଼ିଲା ଓ ତାହା ବଢ଼ି ସେଥିରେ ଫଳ ଫଳିଲା। କେତେକ ଗଛରେ ଶହେ ଗୁଣ, କେତେକରେ ଷାଠିଏ ଗୁଣ ଓ ଆଉ କେତେକରେ ତିରିଶ୍ ଗୁଣ ଅଧିକ ଫଳିଲା। 9 ତୁମ୍ଭର ଯଦି କାନ ଅଛି, ତେବେ ଶୁଣ।”
ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁଙ୍କର ଶିକ୍ଷା(B)
10 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଗ୍ଭରିଲେ, “ତୁମ୍ଭେ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କାହିଁକି ଶିକ୍ଷା ଦେଉଛ?”
11 ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ। 12 ଯାହା ପାଖରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆଯିବ ଏବଂ ସେ ଆବଶ୍ୟକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖରେ ବିଶେଷ ବୁଝିବା-ଶକ୍ତି ନାହିଁ, ସେ ତା’ପାଖରେ ଥିବା ସେହି ଟିକେ ବୁଝିବାଶକ୍ତି ମଧ୍ୟ ହରେଇ ବସିବ। 13 ସେଇଥିପାଇଁ ମୁଁ ସେମାନଙ୍କୁ କାହାଣୀ ମାଧ୍ୟମରେ ଉପଦେଶ ଦେଉଛି। କାରଣ ସେମାନେ ଚେଷ୍ଟା କଲେ ମଧ୍ୟ ପ୍ରକୃତରେ କିଛି ବୁଝିପାରନ୍ତି ନାହିଁ। 14 ଭବିଷ୍ୟଦ୍ବକ୍ତା ଯିଶାଇୟ ସେମାନଙ୍କ ବିଷୟରେ ଯାହା କହିଥିଲେ, ତାହା ସତ୍ୟ ବୋଲି ସେହିମାନେ ପ୍ରମାଣିତ କରି ଦେଉଛନ୍ତି। ଯିଶାଇୟ କହିଥିଲେ,
‘ତୁମ୍ଭେମାନେ ଶୁଣୁଥିବ,
କିନ୍ତୁ ବୁଝି ପାରିବ ନାହିଁ।
ତୁମ୍ଭେମାନେ ଦେଖୁଥିବ
କିନ୍ତୁ କିଛି ଜାଣି ପାରିବ ନାହିଁ।
15 କାରଣ ସେମାନଙ୍କର (ଲୋକମାନଙ୍କର) ହୃଦୟ କଠୋର ହୋଇ ଯାଇଛି।
ସେମାନଙ୍କର କାନ ଅଛି କିନ୍ତୁ ଶୁଣନ୍ତି ନାହଁ
ଏବଂ ସତ୍ୟକୁ ଦେଖିବା ପାଇଁ ମନା କରି ଦେଇଛନ୍ତି।
ଫଳରେ ସେମାନେ ତାହାଙ୍କ ଆଖିରେ କିଛି ଦେଖି ପାରିବେ ନାହିଁ।
କିମ୍ବା ତାହାଙ୍କ କାନରେ କିଛି ଶୁଣି ପାରିବେ ନାହିଁ,
କିମ୍ବା ହୃଦୟରେ କିଛି ବୁଝି ପାରିବେ ନାହିଁ।
ଏହା ଘଟିଅଛି କାରଣ ସୁସ୍ଥ ହେବା ପାଇଁ ସେମାନେ ମୋ’ ପାଖକୁ ଆସିବେ ନାହିଁ।’ (C)
16 କିନ୍ତୁ ତୁମ୍ଭେ ଧନ୍ୟ, କାରଣ ତୁମ୍ଭେ ଯାହା ଆଖିରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନରେ ଶୁଣୁଛ, ତାହା ବୁଝୁଛ। 17 ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ଏବେ ଯାହା ଦେଖୁଛ, ତାହା ଦେଖିବାକୁ କେତେ ଭବିଷ୍ୟଦ୍ବକ୍ତା ଓ ସାଧୂମାନେ ଗ୍ଭହିଁଥିଲେ। କିନ୍ତୁ ସେମାନେ ତାହା ଦେଖି ପାରି ନ ଥିଲେ। ତୁମ୍ଭେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ସେମାନେ ଗ୍ଭହିଁଥିଲେ, କିନ୍ତୁ ସେମାନେ ତାହା ଶୁଣି ପାରି ନ ଥିଲେ।
ବୀଜ ବୁଣା ଦୃଷ୍ଟାନ୍ତର ବ୍ୟାଖ୍ୟା(D)
18 “ତେବେ କୃଷକ ସମ୍ବନ୍ଧୀୟ ଦୃଷ୍ଟାନ୍ତର ଅର୍ଥ ଶୁଣ।
19 “ରାସ୍ତାରେ ପଡ଼ି ଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକପରି ସେ ସ୍ୱର୍ଗରାଜ୍ୟର ସୁସମାଗ୍ଭର ଶୁଣେ, ଓ ତାହା ବୁଝି ପାରେ ନାହିଁ। ଶୟତାନ ଆସେ ଓ ତା ହୃଦୟରେ ଯାହାକିଛି ବୁଣା ହୋଇଥାଏ, ସେତେକ ନେଇ ଗ୍ଭଲିଯାଏ।
20 “ପଥୁରିଆ ଜାଗାରେ ବୁଣାଯାଇଥିବା ବୀଜର ଅର୍ଥ କ’ଣ? ବୀଜଟି ଠିକ୍ ସେହି ଲୋକପରି, ଯେ ସୁସମାଗ୍ଭର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ। 21 କିନ୍ତୁ ସେ ନିଜ ଭିତରେ ଶିକ୍ଷାକୁ ଦୃଢ଼ ହେବାକୁ ଦିଏ ନାହିଁ, କେବଳ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟରେ ରଖିଥାଏ। ଯେତେବେଳେ ସୁସମାଗ୍ଭର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପାରେ ନାହିଁ, ସେ ଖୁବ୍ ଶୀଘ୍ର ସେଗୁଡ଼ିକୁ ଛାଡ଼ିଦିଏ।
22 “କଣ୍ଟାବୁଦାରେ ପଡ଼ିଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକ ଯେ ସୁସମାଗ୍ଭର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମୋହ ଲାଗି ସୁସମାଗ୍ଭରକୁ ତା’ ଭିତରେ ବଢ଼ିବାକୁ ଦିଏ ନାହିଁ, ସେ ବ୍ୟକ୍ତି କେବେ ସଫଳ ହୋଇପାରେ ନାହିଁ।
23 “ଭଲ ମାଟି ଉପରେ ପଡ଼ିଥିବା ବୀଜର ଅର୍ଥ କ’ଣ? ସେହି ଲୋକ ଭଳି ସେ ସୁସମାଗ୍ଭର ଶୁଣେ ଓ ତାକୁ ବୁଝିପାରେ। ସେ ଲୋକ ସଫଳ ହୁଏ। ସେହି ସଫଳତା ବେଳେବେଳେ ଶହେ ଗୁଣ, ଷାଠିଏ ଗୁଣ ଓ ତିରିଶ୍ ଗୁଣ ପର୍ଯ୍ୟନ୍ତ ମିଳିଥାଏ।”
ଗହମ ଓ ବାଳୁଙ୍ଗାର ଉଦାହରଣ
24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। “ସ୍ୱର୍ଗରାଜ୍ୟ ଜଣେ ବ୍ୟକ୍ତି ଭଳି ଯେ କି ନିଜ ଜମିରେ ଭଲ ବୀଜ ବୁଣିଥିଲେ। 25 କିନ୍ତୁ ସବୁ ଲୋକ ଶୋଇଥିବା ସମୟରେ ସେହି ଲୋକର ଶତ୍ରୁ ଆସିଲା। ସେ ଗହମ ମଝିରେ ବାଳୁଙ୍ଗାବୀଜ ବୁଣି ଦେଲା। ତା’ପରେ ସେ ଗ୍ଭଲିଗଲା। 26 ଗହମ ଗଛ ବଢ଼ିଲା ଓ ସେଥିରେ କେଣ୍ଡା ଫଳିଲା। ସେତିକି ବେଳକୁ ବାଳୁଙ୍ଗା ବି ଦେଖାଗଲା। 27 ସେହି ବ୍ୟକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, ‘ତୁମ୍ଭେ ତ ଜମିରେ ଭଲ ବୀଜ ବୁଣିଥିଲ, ତେବେ ଏତେ ବାଳୁଙ୍ଗା କେମିତି ଉଠିଲା?’
28 “ସେ ସେମାନଙ୍କୁ କହିଲେ, ‘ଏହା କୌଣସି ଶତ୍ରୁର କାର୍ଯ୍ୟ।’
“ଗ୍ଭକରମାନେ ପଗ୍ଭରିଲେ, ‘ଆମ୍ଭେ ଯାଇ ବାଳୁଙ୍ଗାତକ ଉପାଡ଼ି ଦେଉ ବୋଲି ଆପଣ ଗ୍ଭହାନ୍ତି କି?”
29 “କ୍ଷେତମାଲିକ ସେମାନଙ୍କୁ ମନାକରି କହିଲେ, ‘ତୁମ୍ଭେମାନେ ବାଳୁଙ୍ଗା ଉପାଡ଼ିଲା ବେଳେ ତା’ ସହିତ ଗହମ ମଧ୍ୟ ଉପାଡ଼ି ଦେବ। 30 ଫସଲ ପାଚିବା ପର୍ଯ୍ୟନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢ଼ନ୍ତୁ। କାଟିବା ବେଳେ ମୁଁ କଟାଳୀମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗାଗୁଡ଼ିକୁ ଏକାଠି କରି ବିଡ଼ାବାନ୍ଧି ଜାଳି ଦିଅ, ତା’ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ।’”
2010 by World Bible Translation Center