Old/New Testament
ହାଗାର, ଦାସୀବାଳିକା
16 ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀୟ ଦାସୀ ଥିଲା। 2 ସାରୀ ଅବ୍ରାମଙ୍କୁ କହିଲେ, “ସଦାପ୍ରଭୁ ମୋତେ ସନ୍ତାନସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାୟ ତା’ ମାଧ୍ୟମରେ ମୁଁ ଏକ ପୁତ୍ର ପାଇ ପାରିବି।” ଅବ୍ରାମ ତାଙ୍କ ସ୍ତ୍ରୀଙ୍କର କଥା ଗ୍ରହଣ କଲେ।
3 ଅବ୍ରାମ କିଣାନ ଦେଶରେ ଦଶ ବର୍ଷ କଟାଇଲା ପରେ ଏହିପରି ହୋଇଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀୟ ଦାସୀ ହାଗାରକୁ ତାଙ୍କ ସ୍ୱାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳରେ ସେ ତା’ ସହିତ ସହବାସ କରି ପାରିବେ। 4 ହାଗାର ଅବ୍ରାମଙ୍କ ଦ୍ୱାରା ଗର୍ଭବତୀ ହେଲା। ଯେତେବେଳେ ହାଗାର ଏହା ଜାଣିଲା ତା’ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦେଲା ନାହିଁ। 5 କିନ୍ତୁ ସାରା ଅବ୍ରାମଙ୍କୁ କହିଲେ “ଏହା ତୁମ୍ଭର ଭୁଲ୍ ଯେ ମୋର ଦାସୀ ମୋତେ ଖରାପ ବ୍ୟବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦେଇଥିଲି, ତା’ପରେ ସେ ଗର୍ଭବତୀ ହେଲା ଏବଂ ଏହା ପରେ ସେ ମୋତେ ଯେତିକି ସମ୍ମାନ ଦେବା ଉଚିତ୍ ସେତିକି ସମ୍ମାନ ଦେଉ ନାହିଁ। ମୁଁ ଗ୍ଭହୁଁଛି ସଦାପ୍ରଭୁ ତୁମ୍ଭ ଓ ମୋର ବିଗ୍ଭର କରନ୍ତୁ।”
6 କିନ୍ତୁ ଅବ୍ରାମ ସାରୀକୁ କହିଲେ, “ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା’ ପ୍ରତି ଯାହା ଗ୍ଭହଁ ତାହା କରିପାର।” ତେଣୁ ସାରୀ ତା’ ପ୍ରତି କଠିନ ବ୍ୟବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।
ହାଗାରର ପୁତ୍ର ଇଶ୍ମାଏଲ
7 ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସେହି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖରେ ଥିଲା। 8 ସଦାପ୍ରଭୁଙ୍କର ଦୂତ କହିଲେ, “ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?”
ହାଗାର ଉତ୍ତର ଦେଲା, “ମୁଁ ମୋର ମାଲିକାଣୀ ସାରୀ ପାଖରୁ ଦୌଡ଼ି ପଳାଇ ଯାଉଛି।”
9 ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, “ତୁମ୍ଭର ମାଲିକାଣୀ ପାଖକୁ ଫେରିଯାଅ ଓ ନିଜକୁ ତା’ର ପାଖରେ ସମର୍ପଣ କର।” 10 ସଦାପ୍ରଭୁଙ୍କର ଦୂତ ହାଗାରକୁ ପୁଣି କହିଲେ, “ତୁମ୍ଭର ଅନେକ ବଂଶଧର ଜନ୍ମ ହେବେ। ସେମାନଙ୍କୁ ଗଣି ହେବ ନାହିଁ।”
11 ସଦାପ୍ରଭୁଙ୍କର ଦୂତ ମଧ୍ୟ ଏପରି କହିଲେ,
“ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ।
ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ।
ତୁମ୍ଭେ ତା’ର ନାମ ଇଶ୍ମାଏଲ ଦେବ।
କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତେବେଳେ ଦୁଃଖ ପାଉଥିଲ।
12 ତୁମ୍ଭର ପୁତ୍ର ବନ୍ୟ ଗର୍ଦ୍ଦଭ ଭଳି
ଜୀବନଯାପନ କରିବ।
ତା’ର ହସ୍ତ ସମସ୍ତଙ୍କ ବିରୁଦ୍ଧରେ
ଓ ସମସ୍ତଙ୍କର ହସ୍ତ ତା’ର ବିରୁଦ୍ଧରେ ଥିବ।
ଏବଂ ସେ ତା’ର ଭାଇମାନଙ୍କ ସମ୍ମୁଖରେ ବାସ କରିବ।”
13 ଏହା ପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, “ଯେଉଁ ପରମେଶ୍ୱର ମୋତେ ଦେଖନ୍ତି” ସେ (ସ୍ତ୍ରୀ) ଏହା କହିଲା, କାରଣ ସେ ଚିନ୍ତା କଲା, “ମୁଁ କ’ଣ ପ୍ରକୃତରେ ତାଙ୍କୁ ଏଠାରେ ଦେଖିଲି ଯିଏ ମୋତେ ଦେଖନ୍ତି?” [a] 14 ତେଣୁ ସେହି କୂପର ନାମ ବେରଲହୟ-ରୋୟୀ ରଖିଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି।
15 ହାଗାର ଅବ୍ରାମଙ୍କର ପୁତ୍ରକୁ ଜନ୍ମ ଦେଲା ଏବଂ ଅବ୍ରାମ ତା’ର ନାମ ଇଶ୍ମାଏଲ ଦେଲେ। 16 ଅବ୍ରାମ ଛୟାଅଶୀ ବର୍ଷ ହୋଇଥିଲେ, ଯେତେବେଳେ ଇଶ୍ମାଏଲ ହାଗାରଠାରୁ ଜନ୍ମ ଲାଭ କଲା।
ସୁନ୍ନତ୍-ଚୁକ୍ତିର ପ୍ରମାଣ
17 ଯେତେବେଳେ ଅବ୍ରାମଙ୍କୁ ଅନେଶ୍ୱତ ବର୍ଷ ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ସର୍ବଶକ୍ତିମାନ ପରମେଶ୍ୱର। ଉତ୍ତମ କାର୍ଯ୍ୟମାନ କର। ମୋତେ ମାନ ଏବଂ ନିଷ୍ଠାପର ଜୀବନଯାପନ କର। 2 ଯଦି ତୁମ୍ଭେ ଏପରି କର, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି ତୁମ୍ଭର ଲୋକମାନଙ୍କୁ ନେଇ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି।”
3 ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ, 4 “ଏହା ହେଉଛି ତୁମ୍ଭ ସହିତ ମୋର ଚୁକ୍ତିର ଏକ ଅଂଶ। ମୁଁ ତୁମ୍ଭକୁ ବହୁଜାତିର ପିତା କରିବି। 5 ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦେବି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦେବି କାରଣ ମୁଁ ତୁମ୍ଭକୁ ଅନେକ ଜାତିଗଣର ଜନକ କରିବି। 6 ଆମ୍ଭେ ତୁମ୍ଭକୁ ବହୁତ ବଂଶଧର କରିବୁ। ନୂଆ ଜାତି ଓ ନୂତନ ରାଜା ତୁମ୍ଭଠାରୁ ସୃଷ୍ଟି ହେବେ। 7 ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସେହି ଚୁକ୍ତି ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ ହେବ। ଏହି ଚୁକ୍ତି ଅନନ୍ତକାଳସ୍ଥାୟୀ ହେବ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ୟଦ୍ ବଂଶଧରମାନଙ୍କର ପରମେଶ୍ୱର ହେବି। 8 ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟଦ୍ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।”
9 ଏବଂ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ବର୍ତ୍ତମାନ ଏହା ତୁମ୍ଭର ଚୁକ୍ତିର ଏକ ଅଂଶ। ତୁମ୍ଭେ ଓ ତୁମ୍ଭର ବଂଶ ଆମ୍ଭର ଚୁକ୍ତିକୁ ମାନି ଚଳିବ। 10 ଏହି ଚୁକ୍ତିକୁ ତୁମ୍ଭେମାନେ ନିଶ୍ଚୟ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମୋ’ ମଧ୍ୟରେ ଚୁକ୍ତି ଏବଂ ଏହା ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି, ପ୍ରତ୍ୟେକ ଜନ୍ମ ହେବା ପୁରୁଷକୁ ନିଶ୍ଚୟ ସୁନ୍ନତ କରାଯିବ। 11 ତୁମ୍ଭେମାନେ ନିଶ୍ଚୟ ସୁନ୍ନତ [b] ହେବ। ଏହା ତୁମ୍ଭମାନଙ୍କର ନିୟମର ଚିହ୍ନ ହେବ। 12 ତୁମ୍ଭର ପୁତ୍ରମାନଙ୍କୁ ଯେତେବେଳେ ଆଠଦିନ ହେବ, ତୁମ୍ଭେ ସେତେବେଳେ ସେମାନଙ୍କୁ ସୁନ୍ନତ କରିବ। ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ଦାସମାନଙ୍କର, ତୁମ୍ଭର ଘରେ ଯେଉଁମାନେ ଜନ୍ମ ହୋଇଛନ୍ତି, ଯେଉଁମାନେ ବିଦେଶରୁ କିଣା ଯାଇଅଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାଯିବ। 13 ସେଥିପାଇଁ ତୁମ୍ଭର ସମସ୍ତ ପୁରୁଷ ସେବକଗଣ ନିଶ୍ଚୟ ସୁନ୍ନତ ହେବେ ଓ ତୁମ୍ଭମାନଙ୍କର ଶରୀରରେ, ଚୁକ୍ତି ହିସାବରେ ମୋର ଚିରନ୍ତନ ଚିହ୍ନ ରହିବ। 14 ଯେଉଁ ମନୁଷ୍ୟମାନଙ୍କର ସୁନ୍ନତ ହୋଇ ନାହିଁ, ସେମାନଙ୍କୁ ତା’ର ଲୋକମାନଙ୍କଠାରୁ ବାସନ୍ଦ କରାଯିବ। କାରଣ ସେ ମୋର ଚୁକ୍ତି ଭଙ୍ଗ କରିଛି।”
ଇସ୍ହାକ-ପ୍ରତିଜ୍ଞାର ପୁତ୍ର
15 ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହେବ। 16 ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା’ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।”
17 ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”
18 ଏହା ପରେ ଅବ୍ରହାମ ପରମେଶ୍ୱରଙ୍କୁ କହିଲେ, “ମୁଁ ଇଚ୍ଛା କରୁଛି ଯେ, ତୁମ୍ଭେ ଇଶ୍ମାଏଲକୁ ଅନୁଗ୍ରହ କରିବ।”
19 ପରମେଶ୍ୱର କହିଲେ, “ନାଁ, ମୁଁ କହିଲି, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା’ର ନାମ ଇସ୍ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାୟୀ ହେବ।
20 “ମୁଁ ଇଶ୍ମାଏଲ ବିଷୟରେ ତୁମ୍ଭର ଅନୁରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା’ର ବହୁ ସନ୍ତାନ ଜନ୍ମ ହେବେ। ତାହାଠାରୁ ବାର ଜଣ ଅଧିପତି ଜନ୍ମ ନେବେ ତାଙ୍କର ପରିବାର ଏକ ବିରାଟ ଜାତି ହେବ। 21 କିନ୍ତୁ ମୋର ଚୁକ୍ତି ଇସ୍ହାକ ସହିତ ହେବ। ସାରା ଇସ୍ହାକକୁ ଜନ୍ମ ଦେବ। ଆସନ୍ତା ବର୍ଷ ଏହି ସମୟରେ ଇସ୍ହାକ ଜନ୍ମ ନେବ।”
22 ପରମେଶ୍ୱର ଅବ୍ରହାମଙ୍କ ସହିତ କଥା ହୋଇ ସାରିବା ପରେ ସ୍ୱର୍ଗକୁ ଗ୍ଭଲିଗଲେ। 23 ତା’ପରେ ଠିକ୍ ସେହି ଦିନ ଅବ୍ରହାମ ଇଶ୍ମାଏଲ ଓ ତାଙ୍କର ସମସ୍ତ ସେବକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରିତ କଲେ। ଅବ୍ରହାମ ମଧ୍ୟ କ୍ରୀତଦାସମାନଙ୍କୁ ଏକତ୍ରିତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ୱରଙ୍କ ବାକ୍ୟାନୁସାରେ ଅବ୍ରହାମ ସେମାନଙ୍କୁ ସୁନ୍ନତ କରାଇଲେ।
24 ଅବ୍ରହାମ ଅନେଶ୍ୱତ ବର୍ଷ ବୟସରେ ସୁନ୍ନତ ହେଲେ। 25 ଇଶ୍ମାଏଲଙ୍କୁ ଯେତେବେଳେ ତେର ବର୍ଷ ବୟସ ହୋଇଥିଲା ସେତେବେଳେ ସେ ସୁନ୍ନତ ହେଲେ। 26 ଅବ୍ରହାମ ଏବଂ ତାଙ୍କର ପୁତ୍ର ଇଶ୍ମାଏଲ ସେହି ଗୋଟିଏ ଦିନରେ ସୁନ୍ନତ ହେଲେ। 27 ଯଦିଓ ଅବ୍ରହାମଙ୍କ ପରିବାର ସମସ୍ତ ଲୋକ ସେହିଦିନ ସୁନ୍ନତ ହେଲେ। ସମସ୍ତ ଦାସ ଏବଂ କ୍ରୀତଦାସମାନେ ମଧ୍ୟ ସୁନ୍ନତ ହେଲେ।
ଯୀଶୁ ଯୌନଗତ ପାପ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି
27 “ତୁମ୍ଭେମାନେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, ‘ବ୍ୟଭିଗ୍ଭର କର ନାହିଁ।’ [a] 28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କେହି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା’ ସହିତ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହେଁ, ତେବେ ସେ ନିଜ ମନ ଭିତରେ ସେହି ସ୍ତ୍ରୀ ସହିତ ବ୍ୟଭିଗ୍ଭର କରି ସାରିଲାଣି। 29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। 30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ।
ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି(A)
31 “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା’ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’ [b] 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।
ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା
33 “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’ [c] 34 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। 35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। 36 ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା’ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ। 37 ଯଦି ତୁମ୍ଭେ ଠିକ୍ ମନେ କରୁଛ ତେବେ ‘ହଁ’ କୁହ ଏବଂ ତୁମ୍ଭେ ଯଦି ଭୁଲ୍ ବୋଲି ମନେ କରୁଛ ତେବେ ‘ନାଁ’ କୁହ। ‘ହଁ’ ବା ‘ନାଁ’ ଠାରୁ ଅଧିକା ବିଷୟ ପାପାତ୍ମାଠାରୁ ଆସିଥାଏ।
ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ(B)
38 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’ [d] 39 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ। 40 ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ। 41 ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। 42 ଯଦି କେହି ତୁମ୍ଭକୁ କିଛି ମାଗେ, ତେବେ ତାହା ତାହାକୁ ଦିଅ। କେହି ଯଦି ତୁମ୍ଭଠାରୁ ଧାର ନେବାକୁ ଇଚ୍ଛାକରେ, ତେବେ ତାହାକୁ ମନା କର ନାହିଁ।
ସମସ୍ତଙ୍କୁ ପ୍ରେମ କର(C)
43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’ [e] 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। 45 ତା’ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। 46 ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ [f]ମାନେ ମଧ୍ୟ ଏହା କରନ୍ତି। 47 ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? 48 ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
2010 by World Bible Translation Center