Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 9-11

କୃଷିକ୍ଷେତ୍ରର ପଶୁମାନଙ୍କୁ ରୋଗ

ଏହା ପରେ ସଦାପ୍ରଭୁ ମୋଶାଙ୍କୁ ଫାରୋଙ୍କ ନିକଟକୁ ଯାଇ କହିବାକୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରି ପାରିବେ। ଯଦି ତୁମ୍ଭେ ଏପରି କର ଓ ମୋର ଲୋକମାନଙ୍କୁ ଯିବାକୁ ନ ଦିଅ। ତେବେ ସଦାପ୍ରଭୁ ତୁମ୍ଭର ପଶୁମାନଙ୍କ ଉପରେ ତାଙ୍କର ମହାନ ଶକ୍ତି ପ୍ରୟୋଗ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପଶୁ ଯଥା: ଘୋଡ଼ାମାନଙ୍କର, ଗଧମାନଙ୍କର, ଓଟମାନଙ୍କର, ଗାଈ ଗୋରୁମାନଙ୍କର, ମେଣ୍ଢାମାନଙ୍କଠାରେ ମାହାମାରୀ ସୃଷ୍ଟି କରିବେ। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କର ପଶୁମାନଙ୍କ ପାଇଁ ଯେପରି ବ୍ୟବହାର କରିବେ, ସେପରି ମିଶରୀୟମାନଙ୍କର ପଶୁମାନଙ୍କୁ ବ୍ୟବହାର କରିବେ ନାହିଁ। ଇସ୍ରାଏଲୀୟମାନଙ୍କର କୌଣସି ପଶୁ ମରିବେ ନାହିଁ। ସଦାପ୍ରଭୁ ଏହା କରିବା ପାଇଁ ସମୟ ସ୍ଥିର କରିଛନ୍ତି। ଆସନ୍ତାକାଲି ସଦାପ୍ରଭୁ ତୁମ୍ଭର ଦେଶରେ ଏପରି କରିବାକୁ ଯାଉଛନ୍ତି।”’

ତା’ ପରଦିନ ସଦାପ୍ରଭୁ ଠିକ୍ ତାହା କଲେ। ମିଶରୀୟମାନଙ୍କର କୃଷି କ୍ଷେତ୍ରରେ ପଶୁମାନଙ୍କର ମୃତ୍ୟୁ ହେଲା। କିନ୍ତୁ ଇସ୍ରାଏଲୀୟମାନଙ୍କର ଗୋଟିଏ ବି ପଶୁ ମଲେ ନାହିଁ। ଫାରୋ ଲୋକମାନଙ୍କୁ ପଠାଇଲେ ଦେଖିବା ପାଇଁ ଯେ ଇସ୍ରାଏଲର କୌଣସି ପଶୁ ମରିଛନ୍ତି କି ନାହିଁ? ମାତ୍ର ଇସ୍ରାଏଲର କୌଣସି ପଶୁ ମରି ନ ଥିଲେ। ତଥାପି ଫାରୋ ଜି‌ଦ୍‌ଖୋର ହୋଇ ରହିଲେ ଓ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।

ଦାହଯୁକ୍ତ ବଥ

ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ହାତ ମୁଠାକୁ ଭାଟିର ଭସ୍ମରେ ପୂର୍ଣ୍ଣ କର। ମୋଶା ତୁମ୍ଭେ ଫାରୋ ଦେଖୁଥିବା ସମୟରେ ଭସ୍ମ ପବନରେ ନିଶ୍ଚୟ ଉଡ଼ାଇ ଦେବ। ତାହା ମିଶରର ଧୂଳି ହୋଇ ଗ୍ଭରିଆଡ଼େ ବ୍ୟାପିଯିବ। ଯେତେବେଳେ ସେହି ଧୂଳି ମିଶରର ଯେଉଁଠାରେ ଲୋକମାନଙ୍କୁ ବା ପଶୁମାନଙ୍କୁ ଛୁଇଁବ, ତା’ର ଚମଡ଼ାରେ ଦାହଯୁକ୍ତ ବଥମାନ ବ୍ୟାପିଯିବ।”

10 ତେଣୁ ମୋଶା ଓ ହାରୋଣ ଏକ ଭାଟିରୁ ଭସ୍ମ ନେଲେ। ଏବଂ ସେମାନେ ଫାରୋଙ୍କ ସମ୍ମୁଖରେ ଛିଡ଼ା ହୋଇ ଆକାଶକୁ ଉଡ଼ାଇ ଦେଲେ। ଏହା ପରେ ଯନ୍ତ୍ରଣାଦାୟକ ଦାହଯୁକ୍ତ ବଥମାନ ମନୁଷ୍ୟ ଓ ପଶୁମାନଙ୍କଠାରେ ଦେଖା ଦେଲା। 11 ସେହି ବଥ ସକାଶେ ମନ୍ତ୍ରଜ୍ଞମାନେ ମୋଶାଙ୍କ ସମ୍ମୁଖୀନ ହୋଇ ପାରିଲେ ନାହିଁ। ପ୍ରତ୍ୟେକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ୟାପିଗଲା। 12 କିନ୍ତୁ ସଦାପ୍ରଭୁ ଫାରୋଙ୍କ ହୃଦୟକୁ ଆହୁରି କଠୋର କଲେ ଯେ, ସେ ମୋଶା ଓ ହାରୋଣଙ୍କର କୌଣସି କଥା ଶୁଣିଲେ ନାହିଁ। ଏହିପରି ଘଟିଲା ଯେପରି ସଦାପ୍ରଭୁ କହିଥିଲେ।

ଶିଳାବୃଷ୍ଟି

13 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଭାତରେ ଉଠ ଏବଂ ଫାରୋଙ୍କ ନିକଟକୁ ଯାଅ। ତାଙ୍କୁ କୁହ ଏବ୍ରୀୟ ଲୋକମାନଙ୍କର ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ମୋର ଉପାସନା ପାଇଁ ଛାଡ଼। 14 ଏହି ସମୟରେ ମୋର ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧରେ, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ଏହା ପରେ ତୁମ୍ଭେ ଜାଣିବ ଯେ, ମୋ’ ପରି ଆଉ କୌଣସି ପରମେଶ୍ୱର ପୃଥିବୀରେ ନାହାନ୍ତିା 15 ବର୍ତ୍ତମାନ ସୁଦ୍ଧା, ମୋର ପରାକ୍ରମ ଦ୍ୱାରା ଏକ ରୋଗଦ୍ୱାରା ତୁମ୍ଭଙ୍କୁ ଏବଂ ତୁମ୍ଭର ଲୋକମାନଙ୍କୁ ଶେଷ କରି ସାରନ୍ତିଣି। 16 କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମୋର ପରାକ୍ରମ ଜାଣିବ। ସମଗ୍ର ପୃଥିବୀରେ ମୋର ନାମ ବିଖ୍ୟାତ କରିବ। 17 ତଥାପି ମଧ୍ୟ ତୁମ୍ଭେ ମୋର ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମୋର ଲୋକମାନଙ୍କୁ ମୁକ୍ତ କରୁ ନାହଁ। 18 ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳାବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶରରେ କେବେବି ହୋଇ ନ ଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହୋଇ ନ ଥିବ। 19 ବର୍ତ୍ତମାନ, ତୁମ୍ଭେ ତୁମ୍ଭର ପଶୁମାନଙ୍କୁ ନିରାପଦ ସ୍ଥାନରେ ରଖ। ତୁମ୍ଭର ସମସ୍ତ ପଶୁଗୁଡ଼ିକ କ୍ଷେତରୁ ନିରାପଦ ସ୍ଥାନକୁ ନେଇ ଆସ। କାରଣ ଯେଉଁମାନେ କ୍ଷେତରେ ରହିବେ ମନୁଷ୍ୟ ହେଉ କି ପଶୁ ହେଉ ସେମାନେ ମରିବେ। ଘର ବାହାରେ ଥିବା ସମସ୍ତ ବସ୍ତୁ ଉପରେ ଶିଳାବୃଷ୍ଟି ହେବ।’”

20 କେତେକ କର୍ମଗ୍ଭରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞାରେ ଧ୍ୟାନ ଦେଲେ। ସେହି ଲୋକମାନେ ସେମାନଙ୍କର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦରେ ରଖିଲେ। 21 କିନ୍ତୁ କେତେକ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହେୟଜ୍ଞାନ ମଣିଲେ, ସେହି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷେତରେ ଛାଡ଼ି ଦେଲେ.

22 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତ ଆକାଶ ଆଡ଼େ ବିସ୍ତାର କର ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ଆରମ୍ଭ ହୋଇଯିବ। ଏହି ଶିଳାବୃଷ୍ଟି ମିଶରର ଗ୍ଭରିଆଡ଼େ ମନୁଷ୍ୟ, ପଶୁ ଓ ତୃଣାଦି ଉପରେ ପଡ଼ିବ।”

23 ତେଣୁ ମୋଶା ତାଙ୍କର ଆଶାବାଡ଼ିକୁ ଆକାଶ ଆଡ଼େ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ହେଲା। 24 ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କେବେବି ହୋଇ ନ ଥିଲା। 25 ଏହି ଶିଳାବୃଷ୍ଟି ମିଶରର କ୍ଷେତ ମଧ୍ୟସ୍ଥ ସବୁକିଛି ନଷ୍ଟ କଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦିମାନକୁ ଧ୍ୱଂସ କଲା। ଏହି ଶିଳାବୃଷ୍ଟି ମଧ୍ୟ କ୍ଷେତ ମଧ୍ୟସ୍ଥ ବୃକ୍ଷମାନକୁ ନଷ୍ଟ କରି ପକାଇଲା। 26 କେବଳ ଗୋଟିଏ ସ୍ଥାନ ଥିଲା ଯେଉଁଠାରେ ଶିଳାବୃଷ୍ଟି ହେଉ ନ ଥିଲା। ତାହା ଥିଲା ଗୋଶନ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ।

27 ଫାରୋ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଏଥର ମୁଁ ପାପ କରିଛି। ସଦାପ୍ରଭୁ ସତ୍ୟ, ସେ ଉତ୍ତମ କରିଛନ୍ତି। ମୁଁ ଏବଂ ମୋର ଲୋକମାନେ ପାପ କରିଅଛୁ। 28 ଏହି ଶିଳାବୃଷ୍ଟି ଯଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡ଼ି ଦେବି। ତୁମ୍ଭମାନଙ୍କର ଆଉ ଏଠାରେ ରହିବା ଦରକାର ନାହିଁ।”

29 ମୋଶା ଫାରୋଙ୍କୁ କିହିଲେ, “ଯେତେବେଳେ ମୁଁ ଏ ନଗର ଛାଡ଼ିବି, ମୁଁ ସେତେବେଳେ ସଦାପ୍ରଭୁଙ୍କୁ ହାତଟେକି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଯିବ। ସେତେବେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି। 30 କିନ୍ତୁ ମୁଁ ଜାଣେ ତୁମ୍ଭେ ଏବଂ ତୁମ୍ଭର କର୍ମଗ୍ଭରୀମାନେ ବାସ୍ତବରେ ଏପର୍ଯ୍ୟନ୍ତ ସଦାପ୍ରଭୁଙ୍କୁ ଭୟ କରୁ ନାହଁ।”

31 ଯବ ଶିଷାଯୁକ୍ତ ହୋଇଥିଲା ଏବଂ ଫେସି ପୁଷ୍ପିତ ହୋଇଥିଲା। ତେଣୁ ସେହି ଶସ୍ୟଗୁଡ଼ିକ ନଷ୍ଟ ହୋଇଗଲା। 32 ମାତ୍ର ଗହମ ଓ ଯହ୍ନା ବଡ଼ ହୋଇ ନ ଥିବାରୁ ନଷ୍ଟ ହେଲା ନାହିଁ।

33 ମୋଶା ଫାରୋଙ୍କ ନିକଟରୁ ନଗର ବାହାରକୁ ଯାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ବର୍ଷା, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଗଲା।

34 ଯେତେବେଳେ ଫାରୋ ଦେଖିଲେ ବଜ୍ର ଓ ଶିଳାବୃଷ୍ଟି ବନ୍ଦ ହୋଇଗଲା ସେ ପୁନରାୟ ଅନ୍ୟାୟ କଲେ। ସେ ଏବଂ ତାଙ୍କର କର୍ମଗ୍ଭରୀମାନେ ପୁଣି କଠୋର ହୃଦୟ ହେଲେ। 35 ଫାରୋ ପୁଣି ଥରେ ଦୃଢ଼ ହେଲେ। ସେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ। ମୋଶାଙ୍କୁ ସଦାପ୍ରଭୁ ଯେପରି କହିଥିଲେ ସେହିପରି ହେଲା।

ପଙ୍ଗପାଳ ଦଳ

10 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋଙ୍କ ନିକଟକୁ ଯାଅ। ମୁଁ ତାଙ୍କୁ କଠୋର କରିଛି ଏବଂ କର୍ମଗ୍ଭରୀମାନଙ୍କୁ ମଧ୍ୟ କଠୋର ହୃଦୟ କରିଛି। ମୁଁ ଏପରି କରିଅଛି ଯଦ୍ଦ୍ୱାରା ମୁଁ ସେମାନଙ୍କୁ ମୋର ଶକ୍ତିଶାଳୀ ଅ‌ଦ୍‌ଭୂତ କର୍ମ ଦେଖାଇ ପାରିବି. ମୁଁ ଏପରି କଲି କାରଣ ତୁମ୍ଭେ ତୁମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କୁ କହିବାକୁ ସକ୍ଷମ ହେବ, ମୁଁ କିପରି ମିଶରୀୟମାନଙ୍କୁ ତାଚ୍ଛଲ୍ୟ କଲି ଏବଂ ଅ‌ଦ୍‌ଭୂତ କର୍ମ ବିଷୟରେ କହିପାରିବ ଯାହା ମୁଁ ମିଶରରେ କରିଅଛି। ଏହା ପରେ ତୁମ୍ଭେମାନେ ସମସ୍ତେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ।”

ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘କେତେ ଦିନ ତୁମ୍ଭେ ମୋତେ ଅମାନ୍ୟ କରିବ? ମୋର ଲୋକମାନଙ୍କୁ ଯିବାକୁ ଦିଅ ଓ ସେମାନଙ୍କୁ ମୋର ଉପାସନା କରିବାକୁ ଦିଅ। ତୁମ୍ଭେମାନେ ଯଦି ମୋର ଲୋକମାନଙ୍କୁ ଯିବାକୁ ନ ଦିଅ, ତେବେ କାଲି ତୁମ୍ଭ ରାଜ୍ୟକୁ ପଙ୍ଗପାଳ ଦଳ ଆଣିବି। ପଙ୍ଗପାଳ ଦଳ ତୁମ୍ଭ ଦେଶର ସମସ୍ତ ଭୂମିକୁ ଆଚ୍ଛାଦନ କରିବେ। ସେମାନେ ଏତେ ସଂଖ୍ୟକ ହେବେ ଯେ, ତୁମ୍ଭେମାନେ ଆଉ ଭୂମି ଦେଖି ପାରିବ ନାହିଁ। ଯେକୌଣସି ଦ୍ରବ୍ୟ ଶିଳାବୃଷ୍ଟିରୁ ବଞ୍ଚିଛି, ସେସବୁ ସେ ଖାଇଯିବେ। ସେମାନେ କ୍ଷେତ୍ର ମଧ୍ୟସ୍ଥ ସମସ୍ତ ବୃକ୍ଷ ପତ୍ରାଦି ଭକ୍ଷ୍ୟଣ କରିବେ। ପଙ୍ଗପାଳଦଳ ତୁମ୍ଭର ଗୃହ, ତୁମ୍ଭର କର୍ମଗ୍ଭରୀମାନଙ୍କର ଗୃହ ଏପରିକି ମିଶରର ସମସ୍ତ ଗୃହ ପଙ୍ଗପାଳରେ ପୂର୍ଣ୍ଣ ହୋଇଯିବ। ଏତେ ପଙ୍ଗପାଳ ତୁମ୍ଭର ପୂର୍ବପୁରୁଷଗଣ ପୂର୍ବରୁ କେବେ ଦେଖି ନ ଥିବେ। ଏପରିକି ମିଶରକୁ ତୁମ୍ଭର ପୂର୍ବପୁରୁଷଗଣ ଆସିବା ଦିନଠାରୁ ବର୍ତ୍ତମାନ ଯାଏ ଏତେ ପଙ୍ଗପାଳ ହୋଇ ନ ଥିବ।’” ଏହା ପରେ ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଲେ।

ଏହା ପରେ ଫାରୋଙ୍କର କର୍ମଗ୍ଭରୀମାନେ ତାଙ୍କୁ କହିଲେ, “କେତେଦିନ ଯାଏ ଏ ମନୁଷ୍ୟ ଆମ୍ଭମାନଙ୍କର ଫାନ୍ଦ ସ୍ୱରୂପ ହୋଇଥିବ। ସେମାନଙ୍କୁ ଯିବାକୁ ଦିଅ ଏବଂ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କୁ ଉପାସନା କରିବାକୁ ଦିଅ। ତୁମ୍ଭେ ଅନୁଭବ କରୁ ନାହଁ କି ମିଶର ଧ୍ୱଂସ ହେଉଅଛି ବୋଲି?”

ତେଣୁ ଫାରୋ ତାଙ୍କର କର୍ମଗ୍ଭରୀମାନଙ୍କୁ ଆଜ୍ଞା ଦେଲେ ଯେ, ତୁମ୍ଭେମାନେ ମୋଶା ଓ ହାରୋଣଙ୍କୁ ଫେରାଇ ଆଣ। ଫାରୋ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ଉପାସନା କର। କିନ୍ତୁ ମୋତେ କୁହ, କେଉଁମାନେ ଯିବ?”

ମୋଶା ଉତ୍ତର ଦେଲେ, “ଆମ୍ଭର ସମସ୍ତ ଲୋକ ଏପରିକି ଆବାଳବୃଦ୍ଧବନିତା ଏବଂ ଆମ୍ଭମାନଙ୍କର ମେଣ୍ଢା ଓ ଗୋରୁ-ଗାଈମାନେ ମଧ୍ୟ ଯିବେ। ଆମ୍ଭେମାନେ ସମସ୍ତେ ଯିବୁ କାରଣ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଉତ୍ସବ ହେବ।”

10 ଫାରୋ ସେମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭ ସହିତ ରହିବା ଉଚିତ୍, ଯଦି ମୁଁ ତୁମ୍ଭର ପିଲାମାନଙ୍କୁ ତୁମ୍ଭ ସହିତ ଯିବାକୁ ଦିଏ! ଦେଖ, ତୁମ୍ଭେମାନେ ତୁମ୍ଭ ନିଜ ପାଇଁ ଅସୁବିଧା କରୁଛ। 11 ଆରମ୍ଭରୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ପ୍ରସ୍ତାବ କରିଅଛ, କେବଳ ସେହି ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଯିବେ। କିନ୍ତୁ ସବୁଲୋକମାନେ ଯାଇ ପାରିବେ ନାହିଁ।” ଏହା ପରେ ସେ ହାରୋଣ ଓ ମୋଶାଙ୍କୁ ବିଦାୟ ଦେଲେ।

12 ସଦାପ୍ରଭୁ ମୋଶାଙ୍କୁ କହିଲେ, “ମିଶରର ଭୂମିରେ ତୁମ୍ଭ ହସ୍ତ ପ୍ରସାରଣ କର, ଏବଂ ମିଶର ଭୂମିରେ ପଙ୍ଗପାଳ ଦଳ ମିଶରରେ ମାଡ଼ିଯିବେ। ଯାହା କୁଆପଥର ବୃଷ୍ଟିରୁ ବଞ୍ଚିଛି ତାହା ସବୁ ସେମାନେ ଖାଇଯିବେ।”

13 ତେଣୁ ମୋଶା ତାଙ୍କର ଆଶାବାଡ଼ିଟିକୁ ମିଶର ଭୂମିରେ ବିସ୍ତାର କଲେ ଏବଂ ଏହା ପରେ ସଦାପ୍ରଭୁ ପୂର୍ବଦିଗରୁ ଖୁବ୍ ଜୋ‌‌ର୍‌‌ରେ ପବନ ବୁହାଇଲେ। ଏହି ପବନ ଦିନ ଓ ରାତି ତମାମ ଲାଗି ରହିଲା। ପ୍ରଭାତ ହେବାରୁ ସେହି ପବନ ଦ୍ୱାରା ପଙ୍ଗପାଳ ଦ୍ୱାରା ମିଶର ଭୂମି ପରିପୂର୍ଣ୍ଣ ହୋଇଗଲା। 14 ପଙ୍ଗପାଳ ଦଳ ଉଡ଼ିଆସି ମିଶର ଦେଶରେ ଭୂମିସ୍ଥ ହେଲେ। ଏତେ ସଂଖ୍ୟାରେ ପଙ୍ଗପାଳଦଳ ଆସିଲେ ଯେ ପୂର୍ବରୁ ଏତେ ସଂଖ୍ୟକ ପଙ୍ଗପାଳ ଦଳ ମିଶରରେ କଦାପି ଦେଖାଯାଇ ନ ଥିଲେ। 15 ପଙ୍ଗପାଳମାନେ ଭୂମିକୁ ଆଚ୍ଛାଦନ କଲେ ଏବଂ ସମଗ୍ର ମିଶର ଅନ୍ଧକାରଚ୍ଛନ୍ନ ହୋଇଗଲା। ପଥର ବର୍ଷାରେ ଯାହାସବୁ ନଷ୍ଟ ହୋଇ ନ ଥିଲା, ଅବଶିଷ୍ଟାଂଶ ଗଛର ପୁତ୍ରକୁ ପଙ୍ଗପାଳ ଦଳ ଖାଇଗଲେ। ଏପରିକି ମିଶରରେ କୌଣସି ବୃକ୍ଷରେ ଆଉ ପତ୍ର ରହିଲା ନାହିଁ।

16 ଫାରୋ ବ୍ୟଗ୍ରତାର ସହକାରେ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ କହିଲେ, “ମୁଁ ତୁମ୍ଭର ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ପାପ କରିଅଛି। 17 ଏଇ ଥରକ ପାଇଁ ମୋତେ କ୍ଷମା କର। ଏହି ‘ମାରାତ୍ମକ’ ପଙ୍ଗପାଳଗୁଡ଼ିକୁ ଦୂରେଇ ନେଇଯିବା ପାଇଁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କର।”

18 ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 19 ତେଣୁ ସଦାପ୍ରଭୁ ପବନର ଦିଗ ପରିବର୍ତ୍ତନ କଲେ। ପଶ୍ଚିମ ଦିଗରୁ ପ୍ରଚଣ୍ଡ ବେଗରେ ପବନ ବହିଲା। ଏହି ପବନ ମିଶରରୁ ସମସ୍ତ ପଙ୍ଗପାଳଦଳକୁ ଉଡ଼ାଇ ନେଇ ଲୋହିତ ସୂଫ ସାଗରରେ ପକାଇଲା। ଏପରିକି ଗୋଟିଏ ହେଲେ ପଙ୍ଗପାଳ ମିଶରରେ ରହିଲେ ନାହିଁ। 20 କିନ୍ତୁ ସଦାପ୍ରଭୁ ପୁନରାୟ ଫାରୋଙ୍କ ହୃଦୟ କଠୋର କଲେ। ଯେଉଁଥିରେ ଫାରୋ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।

ମିଶରେ ଅନ୍ଧକାରାଚ୍ଛନ୍ନ ହେଲା

21 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହସ୍ତ ଆକାଶ ଆଡ଼କୁ ଉଠାଅ। ତାହାହେଲେ ମିଶର ଦେଶ ଅନ୍ଧକାରରେ ଆଚ୍ଛାଦିତ ହେବ। ମିଶରୀୟମାନେ ଅନ୍ଧକାରରେ ଦରାଣ୍ଡି ହେବେ।”

22 ତେଣୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ତାଙ୍କର ହସ୍ତ ଆକାଶ ଆଡ଼କୁ ଉଠାଇଲେ। ତା’ପରେ ଅନ୍ଧକାର, ସାରା ମିଶର ଦେଶକୁ ଆଚ୍ଛାଦନ କଲା। ଏହି ଅନ୍ଧକାର ମିଶରରେ କ୍ରମାଗତ ତିନି ଦିନ ରହିଲା। 23 ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଦେଖି ପାରିଲା ନାହିଁ। କେହି କୁଆଡ଼େ ଯାଇ ପାରିଲେ ନାହିଁ । କିନ୍ତୁ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ ସେଠାରେ ଅନ୍ଧକାର ନ ଥିଲା।

24 ପୁନରାୟ ଫାରୋ ମୋଶାଙ୍କୁ ଡାକିଲେ ଏବଂ କହିଲେ, “ଯାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ସାଙ୍ଗରେ ନେଇଯାଅ। କିନ୍ତୁ ତୁମ୍ଭର ମେଷଗୁଡ଼ିକୁ ଓ ଗୋରୁଗାଈଗୁଡ଼ିକ ନିଅ ନାହିଁ।”

25 ମୋଶା କହିଲେ, “ତୁମ୍ଭେ ନିଜେ ଆମ୍ଭମାନଙ୍କୁ, ଆମ୍ଭମାନଙ୍କର ପରମେଶ୍ୱରଙ୍କର ଉପାସନା ପାଇଁ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। 26 ହଁ, ସଦାପ୍ରଭୁଙ୍କ ଉପାସନା ପାଇଁ ଆମ୍ଭମାନଙ୍କର ପଶୁଗଣଙ୍କୁ ଆମ୍ଭମାନଙ୍କ ସହିତ ନେବୁ। ଏଠାରେ ଗୋଟିଏ ହେଲେ ଖୁରା ହିଁ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ। କ’ଣ ଦେଇ ସଦାପ୍ରଭୁଙ୍କର ଉପାସନା କରିବାକୁ ହେବ, ତାହା ଆମ୍ଭେମାନେ ସେଠାରେ ଉପସ୍ଥିତ ନ ହେଲେ ଜାଣି ପାରିବୁ ନାହିଁ। ତେଣୁ ଆମ୍ଭମାନଙ୍କର ଯାହାସବୁ ଅଛି ଆମ୍ଭମାନଙ୍କୁ ସେସମସ୍ତ ଦ୍ରବ୍ୟ ସଙ୍ଗରେ ନେଇ ଯିବାକୁ ହେବ।”

27 ସଦାପ୍ରଭୁ ଫାରୋଙ୍କର ହୃଦୟକୁ ପୁଣି କଠୋର କଲେ, ତେଣୁ ଫାରୋ ସେମାନଙ୍କୁ ଆଉ ଯିବାକୁ ଦେଲେ ନାହିଁ। 28 ଏହା ପରେ ଫାରୋ ମୋଶାଙ୍କୁ କହିଲେ, “ମୋ’ ନିକଟରୁ ଦୂର ହୁଅ। ମୁଁ ତୁମ୍ଭର ମୁଖ ଯେପରି ଆଉ ନ ଦେଖେ। ଯଦି ମୁଁ ତୁମ୍ଭକୁ ପୁଣି ଦେଖେ, ତୁମ୍ଭେ ମୃତ୍ୟୁବରଣ କରିବ।”

29 ଏହା ପରେ ମୋଶା ଫାରୋଙ୍କୁ କହିଲେ, “ତୁମ୍ଭେ ଗୋଟିଏ ଠିକ୍ କଥା କହିଛ, ମୁଁ ତୁମ୍ଭକୁ ଆଉ ଦେଖା କରିବାକୁ ଆସିବି ନାହିଁ।”

ପ୍ରଥମଜାତ ସନ୍ତାନମାନଙ୍କର ମୃତ୍ୟୁ

11 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଆଉ ଏକ ଉତ୍ପାତ ମିଶର ଓ ଫାରୋଙ୍କ ବିରୁଦ୍ଧରେ ଆଣିବା। ଏହା ପରେ ସେ ତୁମ୍ଭକୁ ମିଶରରୁ ବାହାର କରିଦେବ। ଏପରିକି ସେ ତୁମ୍ଭକୁ ବଳପୂର୍ବକ ମିଶରରୁ ତଡ଼ି ଦେବ। ତୁମ୍ଭେ ଏହି ବାର୍ତ୍ତା ଇସ୍ରାଏଲୀୟମାନଙ୍କୁ ଦିଅ। ‘ପ୍ରତ୍ୟେକ ପୁରୁଷ ଆପଣା ପ୍ରତିବାସୀଠାରୁ ଏବଂ ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀଠାରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ। ସଦାପ୍ରଭୁ ମିଶରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହ ପାତ୍ର କଲେ। ପୁଣି ମିଶର ଦେଶର ଅଧିକାରୀମାନଙ୍କ ଆଗରେ ଓ ମିଶରର ଲୋକମାନଙ୍କ ଆଗରେ ମୋଶା ଅତି ମହାନ୍ ଲୋକ ହେଲେ।’”

ମୋଶା ଲୋକମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଦୁଇପ୍ରହର ରାତ୍ରିରେ ମୁଁ ଆଜି ମିଶର ମଧ୍ୟଦେଇ ଗମନ କରିବି। ଏବଂ ମିଶରର ସମସ୍ତ ପ୍ରଥମଜାତ ସନ୍ତାନ ମରିବେ ଏପରିକି ଫାରୋଙ୍କର ପ୍ରଥମଜାତ ପୁତ୍ର, ଚକିପେଷଣକାରୀ ଦାସମାନଙ୍କର ପ୍ରଥମଜାତ ପୁତ୍ର ଓ ସମସ୍ତ ପଶୁମାନଙ୍କର ପ୍ରଥମଜାତମାନେ ମଧ୍ୟ ମରିବେ। ମିଶରରେ ଏକ ମହାରୋଦନ ହେବ। ଯାହା ପୂର୍ବେ ହୋଇ ନାହିଁ କି କେବେ ହେବ ନାହିଁ। କିନ୍ତୁ ଏପରି କୌଣସି ଇସ୍ରାଏଲୀୟମାନଙ୍କର ହେବ ନାହିଁ। ଏପରିକି ଇସ୍ରାଏଲର ଏକ କୁକୁର କୌଣସି ବ୍ୟକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କେହି ଇସ୍ରାଏଲୀୟ ମରିବେ ନାହିଁ।’ ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଓ ମିଶରୀୟମାନଙ୍କୁ ଭିନ୍ନ ଭାବରେ ବ୍ୟବହାର କରୁଛନ୍ତି। ଏହା ପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମୋ’ ନିକଟକୁ ଆସିବେ ଏବଂ ମୋ’ ଆଗରେ ମଥାନତ କରିବେ। ସେମାନେ କହିବେ, ‘ସମସ୍ତ ଲୋକମାନଙ୍କ ସହିତ ବାହାରି ଯାଅ।’ ଏହା ପରେ ମୁଁ ଯିବି।” ତା’ପରେ କ୍ରୋଧରେ ମୋଶା ଫାରୋଙ୍କୁ ପରିତ୍ୟାଗ କଲେ।

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ଫାରୋ ତୁମ୍ଭର କଥା ଶୁଣିବେ ନାହିଁ, ସେଥିପାଇଁ ମୁଁ ମିଶରରେ ଆହୁରି ବହୁତ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇ ପାରିବି।” 10 ମୋଶା ଏବଂ ହାରୋଣ, ଫାରୋଙ୍କ ଆଗରେ ଏହିସବୁ ଅ‌ଦ୍‌ଭୂତ କର୍ମମାନ କଲେ, କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ତେଣୁ ସେ ଇସ୍ରାଏଲୀୟମାନଙ୍କୁ ତାଙ୍କର ଦେଶ ଛାଡ଼ି ଯିବା ପାଇଁ ଅନୁମତି ଦେଲେ ନାହିଁ।

ମାଥିଉ ଲିଖିତ ସୁସମାଗ୍ଭର 15:21-39

ଜଣେ ଅଣଯିହୂଦୀ ସ୍ତ୍ରୀକୁ ଯୀଶୁଙ୍କ ସହାୟତା(A)

21 ଯୀଶୁ ସେ ସ୍ଥାନଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗ୍ଭଲିଗଲେ। 22 ସେହି ଅଞ୍ଚଳର ଜଣେ କିଣାନୀୟା ସ୍ତ୍ରୀ ଆସି ବଡ଼ ପାଟି କରି କହିଲା, “ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମୋ’ ପ୍ରତି ଦୟା କରନ୍ତୁ। ମୋ’ ଝିଅ ଦେହରେ ଗୋଟିଏ ଭୂତ ପଶି ରହିଛି, ମୋ’ ଝିଅ ଭାରି କଷ୍ଟ ପାଉଛି।”

23 ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, “ସେ ଆମ୍ଭ ପଛେ ପଛେ ପାଟି କରି ଆସୁଛି। ତାକୁ ଗ୍ଭଲି ଯିବାକୁ କହି ଦିଅନ୍ତୁ।”

24 ଯୀଶୁ କହିଲେ, “ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକ (ଯିହୂଦୀ) ମାନଙ୍କ ପାଇଁ ପଠାଇଛନ୍ତି।”

25 ତା’ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, “ହେ ପ୍ରଭୁ! ମୋତେ ସାହାଯ୍ୟ କରନ୍ତୁ।”

26 ଯୀଶୁ କହିଲେ, “ପିଲାମାନଙ୍କ ଖାଦ୍ୟନେଇ କୁକୁରଗୁଡ଼ିକୁ ଦେଇଦେବା ଠି‌କ୍‌ କାମ ହେବ ନାହିଁ।”

27 ସେହି ସ୍ତ୍ରୀ କହିଲା, “ହଁ ପ୍ରଭୁ, ଏହା ଠି‌କ୍‌ କଥା। କିନ୍ତୁ ସେମାନଙ୍କ ମାଲିକମାନଙ୍କର ଖାଇବା ଟେବୁଲ ଉପରୁ ଖସି ପଡ଼ୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡ଼ିକ ଖାଇଥା’ନ୍ତି।”

28 ତା’ପରେ ଯୀଶୁ କହିଲେ, “ହେ ନାରୀ! ତୁମ୍ଭର ଗଭୀର ବିଶ୍ୱାସ ରହିଛି। ତୁମ୍ଭେ ମୋ’ଠାରୁ ଯାହା ଗ୍ଭହିଁଛ, ମୁଁ ତାହା କରିଦେବି।” ଏହା କହିବା ମାତ୍ରେ ସେହି ସ୍ତ୍ରୀର ଝିଅଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଗଲା।

ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରିଦେଲେ

29 ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ ଓ ଗାଲିଲୀ ହ୍ରଦ କୂଳରେ ଯାଇ ପହଞ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସେଠାରେ ବସିଲେ।

30 ଅନେକ ସଂଖ୍ୟାରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଅନେକ ଅନ୍ଧ, ମୂକ, ବଧିର, ଛୋଟା, ଅପଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 31 ଲୋକେ ଦେଖିଲେ ଯେ, ଯେଉଁ ଲୋକ କଥା କହିପାରୁ ନ ଥିଲା ସେ କଥା କହି ପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହୋଇଛନ୍ତି; ଛୋଟାମାନେ ଗ୍ଭଲି ପାରୁଛନ୍ତି, ଅନ୍ଧମାନେ ପୁଣି ଦେଖି ପାରୁଛନ୍ତି, ଏସବୁ ଦେଖି ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଗାନ କଲେ।

ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ(B)

32 ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଡାକି କହିଲେ, “ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସେମାନେ ମୋ’ ସାଙ୍ଗରେ ତିନି ଦିନ ହେଲା ରହିଲେଣି, କିନ୍ତୁ ଏବେ ସେମାନଙ୍କର ଖାଇବାକୁ କିଛି ନାହିଁ। ସେମାନେ ଏଠାରୁ ଭୋକିଲା ଗ୍ଭଲିଯିବାଟା ମୁଁ ଆଦୌ ଗ୍ଭହୁଁନି। ସେମାନେ ଘରକୁ ଗଲାବେଳେ ମୂର୍ଚ୍ଛା ହୋଇ ଯାଇ ପାରନ୍ତି।”

33 ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନରେ କେଉଁଠାରୁ ପାଇବା? ଆମ୍ଭେ ନଗରଠାରୁ ବହୁତ ଦୂରରେ ଅଛୁ।”

34 ଯୀଶୁ ପଗ୍ଭରିଲେ, ‘‘ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?”

ସେମାନେ କହିଲେ, “ସାତଖଣ୍ଡ ରୋଟୀ ଓ କିଛି ଛୋଟ ମାଛ ଅଛି।”

35 ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ: 36 ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା’ପରେ ସେ ପରମେଶ୍ୱରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦେଲେ। ଯୀଶୁ ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ। ଶିଷ୍ୟମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ। 37 ସମସ୍ତେ ଖାଇଲେ ଓ ସନ୍ତୋଷ ଲାଭ କଲେ। ତା’ପରେ ଶିଷ୍ୟମାନେ ବଳକା ଖାଦ୍ୟକୁ ସାତୋଟି ଟୋକେଇରେ ଭର୍ତ୍ତି କଲେ। 38 ସେଠାରେ ପ୍ରାୟ ଗ୍ଭରିହଜାର ପୁରୁଷ ଖାଇଥିଲେ। ସେମାନଙ୍କ ଛଡ଼ା ସ୍ତ୍ରୀ ଓ ପିଲାମାନେ ମଧ୍ୟ ଖାଇଥିଲେ। 39 ସେମାନେ ଖାଇ ସାରିବା ପରେ ଯୀଶୁ ସେମାନଙ୍କୁ ଘରକୁ ଫେରିଯିବା ପାଇଁ କହିଲେ। ସେମାନଙ୍କୁ ବିଦାୟ କରିସାରି ଯୀଶୁ ଡଙ୍ଗାରେ ବସି ମ‌‌ଗ୍‌‌ଦାନ୍ ଅଞ୍ଚଳକୁ ଗଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center