Add parallel Print Page Options

ଯୀଶୁ ଜଣେ ଅଣଯିହୂଦୀ ସ୍ତ୍ରୀଲୋକକୁ ସାହାଯ୍ୟ କଲେ

(ମାଥିଉ 15:21-28)

24 ଯୀଶୁ ସେ ସ୍ଥାନ ଛାଡ଼ି ସୋରର ଆଖ ପାଖ ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ଗୋଟିଏ ଘର ଭିତରକୁ ଗଲେ। ସେ ଗ୍ଭହୁଁ ନ ଥିଲେ ଯେ, କୌଣସି ଲୋକ ତାହାଙ୍କର ଆସିଥିବା ଖବର ଜାଣନ୍ତୁ। କିନ୍ତୁ ସେ ସେଠାରେ ଲୁଚି ରହି ପାରିଲେ ନାହିଁ। 25 ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡ଼ିଗଲା। 26 ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସୁର ଫୈନୀକୀୟାଠାରେ ଜନ୍ମ ହୋଇଥିଲା। ସେ ତା’ ଝିଅଠାରୁ ଭୂତକୁ ବାହାର କରି ଦେବା ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା।

27 ଯୀଶୁ ତାହାକୁ କହିଲେ, “ପ୍ରଥମେ ପିଲାମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନେଇ ଯାଇ କୁକୁରମାନଙ୍କ ଆଗରେ ଫିଙ୍ଗି ଦେବା ଠିକ୍ ନୁହେଁ।”

28 ସେ ସ୍ତ୍ରୀ ଲୋକଟି ଉତ୍ତର ଦେଲୋ, “ହେ ପ୍ରଭୁ, ତାହା ସତ୍ୟ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡ଼ୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟେବୁଲ ତଳେ ଥିବା କୁକୁରମାନେ ମଧ୍ୟ ଖାଇ ଥା’ନ୍ତି।”

29 ତା'ପରେ ଯୀଶୁ ସେହି ସ୍ତ୍ରୀଲୋକଟିକୁ କହିଲେ, “ଏହା ହିଁ ଉପଯୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡ଼ି ଗ୍ଭଲି ଗଲାଣି।”

30 ସେହି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟରେ ଶୋଇଛି। ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଗ୍ଭଲି ଯାଇଛିା

Read full chapter