Old/New Testament
ମିଶରରେ ଯୋଷେଫ ପୋଟୀଫରକୁ ବିକ୍ରି ହେଲେ
39 ଯୋଷେଫ ମିଶର ଦେଶକୁ ଅଣାଯାଆନ୍ତେ ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍ ମିସ୍ରୀୟ ପୋଟୀଫର ନାମକ ରକ୍ଷକ ସେନାପତି ତାଙ୍କର ଆନୟନକାରୀ ଇଶ୍ମାଏଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣିଲା। 2 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ହେଲେ ଓ ଯୋଷେଫ ଜଣେ ଭାଗ୍ୟବାନ୍ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀୟ କର୍ତ୍ତାର ଗୃହରେ ବାସ କଲେ।
3 ପୋଟୀଫର ଦେଖିଲେ ଯେ ସଦାପ୍ରଭୁ ଯୋଷେଫଙ୍କର ସହାୟ ଅଟନ୍ତି। ପୋଟୀଫର ଦେଖିଲେ ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ଯ୍ୟ କରୁଛି ତାହା ସୁଗ୍ଭରୁ ରୂପେ କରି ପାରୁଛି। 4 ପୋଟୀଫର ଯୋଷେଫଙ୍କୁ ପାଇ ବହୁତ ଖୁସୀ ହେଲେ। ସେ ଯୋଷେଫକୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବଶ୍ୱ ସମର୍ପଣ କଲେ। 5 ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା। 6 ପୋଟୀଫର ଯୋଷେଫଙ୍କୁ ସବୁ ଦାୟୀତ୍ୱ ଦେଇ, ସେ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ୟସ୍ତ ହେଲେ ନାହିଁ।
ଯୋଷେଫ ପୋଟୀଫରର ସ୍ତ୍ରୀକୁ ଅସ୍ୱୀକାର କଲେ
ଯୋଷେଫ ଦେଖିବାକୁ ବହୁତ ସୁନ୍ଦର ଥିଲେ। 7 କିଛି ଦିନ ପରେ ଯୋଷେଫଙ୍କର ମୁନିବର ସ୍ତ୍ରୀ ଯୋଷେଫଙ୍କୁ ନଜର ପକେଇବାକୁ ଲାଗିଲା। ଦିନେ ସେହି ସ୍ତ୍ରୀ ଯୋଷେଫକୁ ଅନୁରୋଧ କଲା, “ମୋ’ ସହିତ ଶୟନ କର।”
8 କିନ୍ତୁ ଯୋଷେଫ ମନା କରି କହିଲେ, “ଦେଖ ଏ ଗୃହରେ ଯାହା ଅଛି ମୋ’ ମୁନିବ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ’ ହସ୍ତରେ ଆପଣାର ସର୍ବଶ୍ୱ ସମର୍ପଣ କରିଛନ୍ତି। 9 ଏହି ଗୃହରେ ସେ ମୋତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶୟନ କରି ପାରିବି ନାହିଁ। ଏହା ଭୁଲ୍ ଅଟେ, ଏହା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ତୁଲ୍ୟ।”
10 ସେହି ସ୍ତ୍ରୀଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶୟନ କରିବା ପାଇଁ ସର୍ବଦା ମନା କରନ୍ତି। 11 ଦିନେ ଯୋଷେଫ ଘରକୁ ତାଙ୍କର କିଛି କାର୍ଯ୍ୟ କରିବାକୁ ଗଲେ। ସେହି ସମୟରେ ସେ ଏକା ସେହି ଘରେ ଥିଲେ। 12 ତାଙ୍କର ମୁନିବଙ୍କର ସ୍ତ୍ରୀ ତାଙ୍କର ବସ୍ତ୍ରକୁ ଧରି ଟାଣି କହିଲା, “ମୋ’ ପାଖରେ ଶୟନ କର।” କିନ୍ତୁ ଯୋଷେଫ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା’ର ହାତରେ ତାଙ୍କର ବସ୍ତ୍ର ରହିଗଲା।
13 ସ୍ତ୍ରୀଲୋକଟି ଦେଖିଲା ତା’ ହାତରେ ଯୋଷେଫଙ୍କର ବସ୍ତ୍ର ରହିଗଲା ଏବଂ ସେ ଦୌଡ଼ି ପଳାଇଲା। 14 ସେ ଗୃହର ବାହାର ଲୋକମାନଙ୍କୁ ଡାକି କହିଲା, “ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଛନ୍ତି। ସେ ଭିତରକୁ ପଶି ମୋ’ ସହିତ ଶୟନ କରିବାକୁ କହିଲା। ମୁଁ ବଡ଼ ପାଟିରେ ଡାକ ପକାଇଲି। 15 ମୋର ବଡ଼ ପାଟିରେ ଡାକିବାର ଶୁଣି ସେ ତା’ର ବସ୍ତ୍ର ମୋ’ ପାଖରେ ଛାଡ଼ି ଦୌଡ଼ି ପଳାଇ ଗଲା।” 16 ଏହା ପରେ ସେ ସେହି ବସ୍ତ୍ର ତା’ର ସ୍ୱାମୀ ଆସିବା ପର୍ଯ୍ୟନ୍ତ ତା’ ପାଖରେ ରଖିଲା। 17 ସେ ତା’ର ସ୍ୱାମୀକୁ ସେହିସବୁ କଥାମାନ କହିଲା। ସେ କହିଲା, “ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆଣିଅଛ ସେ ମୋତେ ପରିହାସ କରିବାକୁ ମୋ’ ପାଖକୁ ଆସିଲା। 18 କିନ୍ତୁ ସେ ଯେତେବେଳେ ମୋ’ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା’ର ବସ୍ତ୍ର ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।”
19 ଯୋଷେଫଙ୍କର ମୁନିବ ତାଙ୍କର ସ୍ତ୍ରୀଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କ୍ରୋଧ ହେଲେ। 20 ସେଠାରେ ଏକ କାରାଗାର ଥିଲା ଯେଉଁଠାରେ ରାଜାଙ୍କର ଶତ୍ରୁମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷେଫଙ୍କୁ ସେହି କାରାଗୃହରେ ରଖିଲା। ଏବଂ ଯୋଷେଫ ସେହିଠାରେ ରହିଲେ।
ଯୋଷେଫ କାରାଗାରରେ ରହିଲେ
21 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ଥିଲେ। ସଦାପ୍ରଭୁ ତାହା ପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ। 22 ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷେଫଙ୍କ ହସ୍ତରେ ସମର୍ପଣ କଲେ। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। 23 କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।
ଯୋଷେଫ ଦୁଇଟି ସ୍ୱପ୍ନକୁ ବ୍ୟାଖ୍ୟା କଲେ
40 କିଛିଦିନ ପରେ ମିସ୍ରୀୟ ରାଜାଙ୍କର ପାନପତ୍ରବାହକ ଓ ସୂପକାର ଆପଣାମାନଙ୍କର ମୁନିବ ମିସ୍ରୀୟ ରାଜାଙ୍କୁ ଅସନ୍ତୁଷ୍ଟ କଲେ। 2 ତହିଁରେ ଫାରୋ ଏଇ ଦୁଇଟି ସେବକଙ୍କ ପ୍ରତି କ୍ରୋଧିତ ଥିଲେ, ରାଜାଙ୍କର ମୂଖ୍ୟ ପାନପାତ୍ର ବାହାକ ଓ ମୁଖ୍ୟ ସୂପକାର। 3 ରକ୍ଷକ ସୈନ୍ୟାଧିପତିର ଯେଉଁ ବନ୍ଦୀଗୃହରେ ଯୋଷେଫ ବନ୍ଦୀ ଥିଲେ, ସେହିଠାରେ ସେମାନଙ୍କୁ ବନ୍ଦୀ କରି ରଖିଲେ। 4 ଯେତେବେଳେ ପ୍ରହରୀମାନଙ୍କର ଅଧିନାୟକ ଯୋଷେଫଙ୍କୁ ତତ୍ତ୍ୱାବଧାନରେ ରଖିଲେ, ଯୋଷେଫ ସେମାନଙ୍କର ତତ୍ତ୍ୱାବଧାନ କଲେ ଓ ଯୋଗ ଦେଲେ। ଏହି ପ୍ରକାରେ ସେମାନେ ବହୁ ଦିନ କାରାଗାରରେ ରହିଲେ। 5 ଏକ ରାତିରେ ଦୁଇ ଜଣ ବନ୍ଦୀ ସ୍ୱପ୍ନ ଦେଖିଲେ। ସେହି ଦୁଇଜଣ ବନ୍ଦୀ ମିଶରର ରାଜାଙ୍କର ପାନପାତ୍ରବାହକ ଓ ସୂପକାର। ଉଭୟେ ଏକ ସ୍ୱପ୍ନ ଦେଖିଲେ ଓ ଉଭୟଙ୍କ ସ୍ୱପ୍ନର ଅର୍ଥ ଭିନ୍ନଥିଲା। 6 ଯୋଷେଫ ପ୍ରଭାତରେ ଦାଙ୍କ ନିକଟକୁ ଯା’ନ୍ତେ, ଯୋଷେଫ ଦେଖିଲେ ସେହି ଦୁଇ ବନ୍ଦୀ ଭାରି ବ୍ୟସ୍ତ ଅଛନ୍ତି। 7 ଯେଉଁମାନେ କାରାଗାରରେ ଥିଲେ, ଯୋଷେଫ ଫାରୋଙ୍କର ସେବକମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହିଁକି ଆଜି ଭାରି ଚିନ୍ତିତ ଦେଖାଯାଉଛ?”
8 ସେହି ଦୁଇ ବନ୍ଦୀ ଉତ୍ତର ଦେଲେ, “ଆମ୍ଭେ କାଲି ରାତିରେ ସ୍ୱପ୍ନ ଦେଖିଲୁ, କିନ୍ତୁ ତାହା ବୁଝି ପାରୁ ନାହୁଁ। ସେହି ସ୍ୱପ୍ନର ବ୍ୟାଖ୍ୟା କରିବାକୁ କେହି ନାହିଁ।”
ତେବେ ଯୋଷେଫ ସେମାନଙ୍କୁ କହିଲେ, “ପରମେଶ୍ୱର ଜଣେ ଯେ କି ସ୍ୱପ୍ନ ବୁଝିପାରନ୍ତି ଏବଂ ବ୍ୟାଖ୍ୟା ବି କରି ପାରନ୍ତି। ତେଣୁ ମୁଁ ତୁମ୍ଭକୁ ଅନୁରୋଧ କରୁଛି ସେହି ସ୍ୱପ୍ନ ବିଷୟରେ ଆମ୍ଭକୁ କୁହ।”
ଦ୍ରାକ୍ଷାରସ ଦେଉଥିବା ଲୋକର ସ୍ୱପ୍ନ
9 ତେଣୁ ରାଜାଙ୍କର ମୁଖ୍ୟ ପାନପାତ୍ରବାହକ ଯୋଷେଫଙ୍କୁ ତା’ର ସ୍ୱପ୍ନ ବିଷୟରେ କହିଲା, “ଦେଖ ଗୋଟିଏ ଦ୍ରାକ୍ଷାଲତା ମୋ’ ସମ୍ମୁଖରେ ଥିଲା। 10 ସେହି ଦ୍ରାକ୍ଷାଲତାରେ ତିନି ଶାଖା ଥିଲା। ତାହା ପଲ୍ଲବିତ ହେଲା ଓ ତହିଁରେ ଫୁଲ ଫୁଟିଲା। ଆଉ ତା’ର ପେଣ୍ଡାରେ ପେନ୍ଥା ପେନ୍ଥା ଅଙ୍ଗୁର ପାଚିଲା। 11 ସେତେବେଳେ ମୋ’ ହସ୍ତରେ ଫାରୋଙ୍କର ପାନପାତ୍ର ଥିବାରୁ ସେହି ପାତ୍ରରେ ମୁଁ ସେହି ଦ୍ରାକ୍ଷାଫଳ ଘେନି ଚିପୁଡ଼ି ଫାରୋଙ୍କର ହସ୍ତରେ ସେହି ପାତ୍ର ଦେଲି।”
12 ତହିଁରେ ଯୋଷେଫ ତାକୁ କହିଲେ, “ଏହାର ଅର୍ଥ ଏହି, ସେହି ତିନି ଶାଖା ତିନି ଦିନ ବୁଝାଏ। 13 ତିନି ଦିନ ମଧ୍ୟରେ ଫାରୋ ତୁମ୍ଭର ମସ୍ତକ ଉଠାଇ ତୁମ୍ଭକୁ ନିଜ ପଦରେ ପୁନର୍ବାର ନିଯୁକ୍ତି ଦେବେ। ତହିଁରେ ତୁମ୍ଭେ ପୂର୍ବପରି ପାନପାତ୍ରବାହକ ହୋଇ ପୁନର୍ବାର ଫାରୋଙ୍କ ହସ୍ତରେ ପାନପାତ୍ର ଦେବ। 14 କିନ୍ତୁ ତୁମ୍ଭର ମଙ୍ଗଳ ହେଲେ ମୋତେ ସ୍ମରଣ କରିବ। ପୁଣି ମୋ’ ପ୍ରତି ଦୟାକରି ଫାରୋଙ୍କ ଛାମୁରେ ମୋ’ ବିଷୟ କହି ମୋତେ ଏହି କାରାଗାରରୁ ମୁକ୍ତ କରିବ। 15 କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନରେ ମଧ୍ୟ ମୁଁ କିଛି ଭୁଲ୍ କରି ନାହିଁ। ତଥାପି ସେମାନେ ମୋତେ ଏହି ଗହ୍ୱରରେ ପକାଇଲେ।”
ସୂପକାରର ସ୍ୱପ୍ନ
16 ପ୍ରଧାନ ସୂପକାର ଦେଖିଲା ଅନ୍ୟ ଭୃତ୍ୟର ସ୍ୱପ୍ନର ଉତ୍ତରଟି ଉତ୍ତମ ଅର୍ଥ ଥିଲା। ତେଣୁ ସୂପକାର ଯୋଷେଫକୁ କହିଲା, “ମୁଁ ମଧ୍ୟ ଏକ ସ୍ୱପ୍ନ ଦେଖିଲି। ମୋର ସ୍ୱପ୍ନରେ ମୋ’ ମସ୍ତକ ଉପରେ ତିନୋଟି ଶୀଷା ଡାଲା ଥିଲା। 17 ସବା ଉପରେ ଡାଲାରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ସେକା ହେବା ଜିନିଷ ଥିଲା। ଆଉ ପକ୍ଷୀଗଣ ଆସି ମୋ’ ମସ୍ତକର ଡାଲାରୁ ତାହା ଖାଇଲେ।”
18 ଯୋଷେଫ ଉତ୍ତର କଲେ, “ଏହି ତିନି ଡାଲାର ଅର୍ଥ ତିନି ଦିନ। 19 ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଗାତ୍ରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ। ପୁଣି ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।”
ଯୋଷେଫଙ୍କୁ ଭୂଲିଗଲେ
20 ଏହା ପରେ ତୃତୀୟ ଦିନରେ ଫାରୋଙ୍କର ଜନ୍ମଦିନ ଉପସ୍ଥିତ ହେବାରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତରେ ପ୍ରଧାନ ପାନପାତ୍ରବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ। 21 ଯେପରି ଯୋଷେଫ ତା’ର ସ୍ୱପ୍ନର ଅର୍ଥ ବିଷୟରେ କହିଥିଲେ, ସେହିପରି ଫାରୋ, ମୂଖ୍ୟ ପାନପାତ୍ରବାହକକୁ ତାହାର ନିଜ ପଦରେ ପୁନର୍ବାର ନିଯୁକ୍ତ କଲେ। ତହିଁରେ ସେ ଫାରୋଙ୍କର ହସ୍ତରେ ପାନପାତ୍ର ଦେବାକୁ ଲାଗିଲା। 22 ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ। 23 ତଥାପି ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ। ସେ ଯୋଷେଫଙ୍କ କଥା ଭୁଲି ଯାଇଥିଲା।
ଯୀଶୁ ଓ ବାପ୍ତିଜକ ଯୋହନ(A)
11 ଯୀଶୁ ତାହାଙ୍କର ବାରଜଣ ଯାକ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇ ସାରିବା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେ ଗାଲିଲୀ ପ୍ରଦେଶର ସହରମାନଙ୍କରେ ତାହାଙ୍କର ଉପଦେଶ ଓ ବାର୍ତ୍ତା ପ୍ରଗ୍ଭର କରିବା ନିମନ୍ତେ ଗଲେ।
2 ବାପ୍ତିଜକ ଯୋହନ କାରାଗାରରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟକଳାପ ବିଷୟରେ ଶୁଣିଲେ। ସେ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। 3 ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସେହି ବ୍ୟକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?”
4 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାହା ଦେଖୁଛ ଓ ଶୁଣୁଛ, ତାହା ଯୋହନଙ୍କୁ ଯାଇ କୁହ। 5 ଅନ୍ଧ ତା’ର ଦୃଷ୍ଟିଶକ୍ତି ଫେରି ପାଆନ୍ତି । ଛୋଟାମାନେ ଗ୍ଭଲି ପାରନ୍ତି। କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲାଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଗ୍ଭର ପ୍ରଗ୍ଭର କରାଯାଉଛି। 6 ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଧନ୍ୟ।”
7 ଏ କଥା ଶୁଣି ଯୋହନଙ୍କ ଶିଷ୍ୟମାନେ ଫେରି ଯାଉଥିବା ସମୟରେ ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିଲେ, “ଏ ମରୁଭୂମିକୁ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ପବନରେ ଦୋହଲୁ ଥିବା କୌଣସି ନଳଗଛକୁ? [a] 8 ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ୟକ୍ତିଙ୍କୁ? ତା’ ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନରେ ପାଇ ପାରିବ। 9 ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ କୌଣସି ଭବିଷ୍ୟଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ୟଦ୍ବକ୍ତାଙ୍କଠାରୁ ମଧ୍ୟ ଆହୁରି ବଡ଼। 10 ଯୋହନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଅଛି:
‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଜଣେ ଦୂତଙ୍କୁ ପଠାଉଛି।
ସେ ତୁମ୍ଭ ପାଇଁ ରାସ୍ତା ପ୍ରସ୍ତୁତ କରିବେ।’ (B)
11 “ମୁଁ ତୁମ୍ଭକୁ ସତ୍ୟ କହୁଛି, ବାପ୍ତିସ୍ମ ଦେଉଥିବା ଯୋହନଙ୍କଠାରୁ ମହାନ୍ ବ୍ୟକ୍ତି ଆଉ କେହିହେଲେ ଜନ୍ମ ହୋଇ ନାହାନ୍ତି। କିନ୍ତୁ ସ୍ୱର୍ଗରାଜ୍ୟରେ ଯେ ସବୁଠାରୁ ଛୋଟ, ସେ ଯୋହନଙ୍କଠାରୁ ମଧ୍ୟ ଶ୍ରେଷ୍ଠ। 12 ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟର ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରୟୋଗ କରି ଅଧିକାର କରି ନେବା ପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି। 13 ଯୋହନଙ୍କ ସମୟ ପୂର୍ବରୁ ସମସ୍ତ ଭବିଷ୍ୟଦ୍ବକ୍ତା ଓ ମୋଶାଙ୍କ ନିୟମ ଭବିଷ୍ୟଦ୍ବାଣୀ କହିଥିଲେ। 14 ଯଦି ତୁମ୍ଭେ ସେମାନଙ୍କ ଭବିଷ୍ୟଦ୍ବାଣୀ ବିଶ୍ୱାସ କରିବାକୁ ଇଚ୍ଛା କରୁଛ ତେବେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସେମାନେ ଭବିଷ୍ୟଦ୍ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ। 15 ଯେଉଁମାନେ ମୋ’ କଥା ଶୁଣୁଛ, ଶୁଣ।
16 “ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:
17 ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ।
କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଶୋକ ଗୀତ ଗାଇଲୁ,
କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।’
18 ବର୍ତ୍ତମାନର ଲୋକମାନେ ସେହିପରି। ଯୋହନ ଆସିଲେ, କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉ ନ ଥିଲେ କି ପିଉ ନ ଥିଲେ। ଲୋକେ କହିଲେ, ‘ତାହାଙ୍କ ଦେହରେ ଭୂତ ପଶି ଯାଇଛି।’ 19 ତା’ପରେ ମନୁଷ୍ୟପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ‘ଦେଖ, ଏ ଲୋକ ପେଟୁଆ ଓ ମଦୁଆ। ସେ ପାପୀ ଓ କରଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।’ କିନ୍ତୁ କାର୍ଯ୍ୟ ଦ୍ୱାରା ଜ୍ଞାନ ସତ୍ୟ ବୋଲି ପ୍ରମାଣିତ ହୋଇଥାଏ।”
ଅବିଶ୍ୱାସୀ ଲୋକଙ୍କୁ ଯୀଶୁଙ୍କ ଚେତାବନୀ(C)
20 ସେତେବେଳେ ଯୀଶୁ ଯେଉଁ ନଗରମାନଙ୍କରେ ଅଧିକାଂଶ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରିଥିଲେ, ସେହି ନଗରଗୁଡ଼ିକୁ ତିରସ୍କାର କଲେ। କାରଣ ସେଠାକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନ ଥିଲେ, କି ପାପ କରିବା ଛାଡ଼ି ନ ଥିଲେ, 21 ସେ କହିଲେ, ‘‘ହାୟ କୋରାଜୀନ୍! ହାୟ ବେଥ୍ସାଇଦା! [b] ତୁମ୍ଭ ଅଞ୍ଚଳରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରାଗଲା, ସେଗୁଡ଼ିକ ଯଦି ସୋର ଓ ସୀଦୋନ [c]ରେ କରିଥାଆନ୍ତୁ, ତେବେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସେମାନେ ଅଖା ପିନ୍ଧି ଓ ଦେହରେ ପାଉଁଶ ବୋଳି ହୋଇ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ। 22 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ବିଗ୍ଭର ଦିନରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହେବ।
23 “ହେ କଫର୍ନାହୂମ! ତୁ କ’ଣ ଭାବୁଛୁ ତୋତେ ସ୍ୱର୍ଗୀୟ ଗୌରବ ଦେବା ପାଇଁ ସ୍ୱର୍ଗକୁ ଉଠାଇ ନିଆଯିବ? ନା, ତୁମ୍ଭକୁ ପାତାଳରେ ନିକ୍ଷେପ କରାଯିବ। ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ତୋର ଅଞ୍ଚଳରେ କରାଯାଇଛି, ସେଗୁଡ଼ିକ ଯଦି ସଦୋମ [d]ରେ କରାଯାଇ ଥା’ନ୍ତା।, ତେବେ ସେଠାକାର ବାସିନ୍ଦା ପାପ କରିବା ବନ୍ଦ କରି ଦେଇଥାଆନ୍ତେ ଓ ସେ ନଗର ଏ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଥା’ନ୍ତା। 24 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ୟାୟ ହେବା ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହେବ।”
ଯୀଶୁ ତାହାଙ୍କର ଲୋକମାନଙ୍କୁ ଶାନ୍ତି ପ୍ରଦାନ କରନ୍ତି(D)
25 ସେତେବେଳେ ଯୀଶୁ କହିଲେ, “ହେ ପରମପିତା, ତୁମ୍ଭେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଗ୍ଭଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନିକଟରେ ସେଗୁଡ଼ିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି। 26 ହଁ ପରମପିତା, ତୁମ୍ଭେ ପ୍ରକୃତରେ ଯାହା ଗ୍ଭହୁଁଥିଲ, ତାହା ଘଟିଲା।
27 “ମୋର ପରମପିତା ମୋତେ ସବୁକିଛ ଦେଇଛନ୍ତି। ପରମପିତାଙ୍କ ଛଡ଼ା ପୁତ୍ରଙ୍କୁ ଅନ୍ୟକେହି ଜାଣି ନାହାନ୍ତି। ପୁତ୍ରଙ୍କ ଛଡ଼ା କେହି ପରମପିତାଙ୍କୁ ପ୍ରକୃତରେ ଜାଣି ନାହାନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନୋନୀତ କରିବେ, ସେହିମାନେ କେବଳ ପରମପିତାଙ୍କ ନିକଟରେ ପ୍ରକାଶିତ ହେବେ।
28 “ହେ କ୍ଳାନ୍ତ-ଶ୍ରାନ୍ତ ଓ ଚିନ୍ତାରେ ଭାରଗ୍ରସ୍ତ ଥିବା ଲୋକମାନେ! ମୋ’ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦେବି। 29 ମୋର କାର୍ଯ୍ୟଭାର ତୁମ୍ଭେ ଗ୍ରହଣ କର। ମୋ’ଠାରୁ ଶିଖ। କାରଣ ମୁଁ ଆତ୍ମାରେ ସରଳ ଓ ନମ୍ର ତେଣୁ ତୁମ୍ଭେ ନିଜ ଆତ୍ମାରେ ବିଶ୍ରାମ ପାଇବ। 30 ଯେଉଁ କାର୍ଯ୍ୟ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।”
2010 by World Bible Translation Center