Old/New Testament
ମୋଶାଙ୍କ ପାଇଁ ପ୍ରମାଣ
4 ଏହା ପରେ ମୋଶା ପରମେଶ୍ୱରଙ୍କୁ ଉତ୍ତର ଦେଲେ, “କିନ୍ତୁ ଇସ୍ରାଏଲର ଲୋକମାନେ ମୋତେ ବିଶ୍ୱାସ କରିବେ ନାହିଁ, ଯେତେବେଳେ ତୁମ୍ଭେ ମୋତେ ପଠାଇଛ ବୋଲି ମୁଁ କହିବି। ସେମାନେ କହିବେ, ‘ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇ ନାହାନ୍ତି।’”
2 କିନ୍ତୁ ପରମେଶ୍ୱର ମୋଶାଙ୍କୁ କହିଲେ, “ତୁମ୍ଭ ହାତରେ କ’ଣ ଅଛି?”
ମୋଶା ଉତ୍ତର ଦେଲେ, “ଏହା ମୋର ଆଶାବାଡ଼ି।”
3 ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗିଦିଅ।”
ତେଣୁ ମୋଶା ସେହି ଆଶାବାଡ଼ିଟିକୁ ଭୂମିରେ ଫିଙ୍ଗି ଦେଲେ ଏବଂ ସେହି ଆଶାବାଡ଼ିଟି ଏକ ସର୍ପ ପାଲଟି ଗଲା। ମୋଶା ଡରିଗଲେ ଓ ତା’ଠାରୁ ଦୌଡ଼ି ପଳାଇଲେ। 4 କିନ୍ତୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହସ୍ତ ପ୍ରସାର କରି ତା’ର ଲାଞ୍ଜଟିକୁ ଧର।”
ତେଣୁ ମୋଶା ସର୍ପ ନିକଟକୁ ଯାଇ ତା’ର ଲାଞ୍ଜଟିକୁ ଧରିଲେ। ଯେତେବେଳେ ମୋଶା ଏପରି କଲେ, ସେହି ସର୍ପଟି ପୁନରାୟ ଆଶାବାଡ଼ିରେ ପରିଣତ ହୋଇଗଲା। 5 ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିଟିକୁ ଏହିପରି ବ୍ୟବହାର କର ଏଥିରେ ସେମାନେ ବିଶ୍ୱାସ କରିବେ ଯେ ତୁମ୍ଭେ ସଦାପ୍ରଭୁଙ୍କୁ ଦେଖିଅଛ। ଯିଏକି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ଅଟନ୍ତି।”
6 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତକୁ ତୁମ୍ଭର ଛାତିରେ ରଖ।”
ତେଣୁ ମୋଶା ତାଙ୍କର ହାତକୁ ଛାତିରେ ରଖିଲେ ଏବଂ ବାହାର କରି ଆଣିଲେ। ଏହା କୁଷ୍ଠରେ ଆଚ୍ଛାଦିତ ହୋଇ, ହିମପରି ଧଳା ହୋଇଗଲା।
7 ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ହସ୍ତ ପୁନରାୟ ତୁମ୍ଭର ଛାତିରେ ରଖ।” ତେଣୁ ମୋଶା ତାଙ୍କର ହାତ ତାଙ୍କର ଛାତିରେ ଦେଲେ, ମୋଶା ତାଙ୍କର ହାତ ବାହାର କରିବାରୁ ହାତଟି ପରିବର୍ତ୍ତନ ହୋଇ ପୂର୍ବପରି ହୋଇଗଲା।
8 ଏହା ପରେ ପରମେଶ୍ୱର କହିଲେ, “ଯଦି ଲୋକମାନେ ତୁମ୍ଭକୁ ବିଶ୍ୱାସ ନ କରିବେ, ଯଦି ସେମାନେ ପ୍ରଥମ ଚିହ୍ନ ଯୋଗୁଁ ବିଶ୍ୱାସ ନ କରନ୍ତି, ସେମାନେ ନିଶ୍ଚିତ ଭାବରେ ଏହି ଚିହ୍ନକୁ ବିଶ୍ୱାସ କରିବେ। 9 ଯଦି ସେମାନେ ଏହି ଦୁଇଟି ପ୍ରମାଣ ଦେଖିବା ପରେ ତୁମ୍ଭକୁ ବିଶ୍ୱାସ ନ କରନ୍ତି ଏବଂ ଯଦି ସେମାନେ ତୁମ୍ଭ କଥା ନ ଶୁଣନ୍ତି, ତେବେ ନୀଳନଦୀରୁ କିଛି ଜଳ ନେଇ ଭୂମିରେ ଢାଳିବ ତାହା ଭୂମିରେ ପଡ଼ିଲା ମାତ୍ରେ ରକ୍ତ ହୋଇଯିବ।”
10 କିନ୍ତୁ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ସଦାପ୍ରଭୁ, କଥା କହିବାର ଗ୍ଭତୁର୍ଯ୍ୟ ମୋ’ଠାରେ ନାହିଁ। ଏବଂ ଅତୀତରେ ମୁଁ ଜଣେ ଉତ୍ତମ ବକ୍ତା ନ ଥିଲି। ବର୍ତ୍ତମାନ ମଧ୍ୟ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମୋତେ କହିଲ। ତୁମ୍ଭେ ଜାଣିଛ ଯେ, ମୁଁ ବହୁତ ଧିର କହେ ଏବଂ ଉତ୍ତମ ଶବ୍ଦ ବ୍ୟବହାର କରି ପାରିବି ନାହିଁ।”
11 ଏହା ପରେ ସଦାପ୍ରଭୁ ତାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଛି? ମନୁଷ୍ୟକୁ କିଏ ମୁକ ବା ବଧିର କରେ? ମନୁଷ୍ୟକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ୟକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସେହି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସେହି ସଦାପ୍ରଭୁ। 12 ତେଣୁ ତୁମ୍ଭେ ଯାଅ ମୁଁ ସର୍ବଦା ତୁମ୍ଭ ସହିତ ରହିଅଛି। ମୁଁ ତୁମ୍ଭର ସହବର୍ତ୍ତୀ ହୋଇ ବକ୍ତବ୍ୟର କଥା ତୁମ୍ଭକୁ ଶିଖାଇବି।”
13 କିନ୍ତୁ ମୋଶା କହିଲେ, “ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ବିନୟ କରୁଅଛି ମୋତେ ନ ପଠାଇ ଅନ୍ୟ ଜଣକୁ ପଠାଅ।”
14 ଏହା ପରେ ସଦାପ୍ରଭୁ କ୍ରୋଧରେ ମୋଶାଙ୍କୁ କହିଲେ, “ଉତ୍ତମ! ତୁମ୍ଭର ସାହାଯ୍ୟ ପାଇଁ ମୁଁ ଅନ୍ୟ ଜଣକୁ ପଠାଇବି। ତୁମ୍ଭର ଭାଇ, ଲେବୀୟ ହାରୋଣ ଜଣେ ସୁବକ୍ତା ଅଟେ। ସେ ତୁମ୍ଭକୁ ସାକ୍ଷାତ କରିବାକୁ ଆସୁଅଛି। ସେ ତୁମ୍ଭକୁ ଦେଖି ଆନନ୍ଦିତ ହେବ। 15 ତୁମ୍ଭେ ହାରୋଣକୁ କହିବ ଏବଂ ତା’ର ମୂଖରେ ବାକ୍ୟ ଦେବ। ମୁଁ ତୁମ୍ଭର ଜିହ୍ୱା ସହିତ ଓ ତା’ର ଜିହ୍ୱା ସହିତ ଥିବି ଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହେବ। 16 ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା’ ପାଇଁ ପରମେଶ୍ୱର ପରି ଏବଂ ସେ ତୁମ୍ଭର ପ୍ରବକ୍ତା 17 ତେଣୁ ତୁମ୍ଭେ ଯାଅ ଓ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗରେ ନେଇଯାଅ। ତୁମ୍ଭେ ଅଦ୍ଭୂତ କାର୍ଯ୍ୟ କରିବାକୁ ଏହି ଆଶାବାଡ଼ି ବ୍ୟବହାର କରିବ।”
ମୋଶା ମିଶରକୁ ଫେରିଗଲେ
18 ଏହା ପରେ ମୋଶା ତାଙ୍କର ଶ୍ୱଶୁର ଯିଥ୍ରୋଙ୍କ ନିକଟକୁ ଫେରିଗଲେ। ମୋଶା ଯିଥ୍ରୋଙ୍କୁ କହିଲେ, “ଦୟାକରି ମୋତେ ମିଶରକୁ ଯିବାକୁ ଦିଅ। ମୁଁ ମୋର ଲୋକମାନଙ୍କୁ ଦେଖିବା ପାଇଁ ଗ୍ଭହୁଁଛି ଏବଂ ଜାଣିବା ପାଇଁ ଗ୍ଭହୁଁଛି, ସେମାନେ ବର୍ତ୍ତମାନ କିପରି ଅଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି କି ନାହିଁ?”
ଯିଥ୍ରୋ କହିଲେ, “ଅବଶ୍ୟ! ତୁମ୍ଭେ ଶାନ୍ତିରେ ଯାଅ।”
19 ପରମେଶ୍ୱର ମିଦିୟନରେ ମୋଶାଙ୍କୁ କହିଲେ, “ତୁମ୍ଭେ ବର୍ତ୍ତମାନ ମିଶରକୁ ନିରାପଦରେ ଯାଇପାର, କାରଣ ଯେଉଁମାନେ ତୁମ୍ଭକୁ ମାରିବାକୁ ଗ୍ଭହୁଁଥିଲେ, ସେମାନେ ବର୍ତ୍ତମାନ ମୃତ।”
20 ତେଣୁ ମୋଶା ତାଙ୍କର ପୁତ୍ରକନ୍ୟାମାନଙ୍କୁ ଗଧରେ ବସାଇ ମିଶର ଅଭିମୁଖେ ବାହାରିଲେ। ମୋଶା ତାଙ୍କର ଆଶାବାଡ଼ି ସଙ୍ଗରେ ନେଲେ ଏବଂ ପରମେଶ୍ୱରଙ୍କ ଶକ୍ତି ତାଙ୍କ ସହିତ ଥିଲା।
21 ମୋଶା ମିଶରକୁ ଯାତ୍ରା କରୁଥିବା ସମୟରେ ପରମେଶ୍ୱର ତାଙ୍କୁ କହିଲେ, “ମନେରଖ, ତୁମ୍ଭେ ଫାରୋଙ୍କ ସହିତ କଥା ହେବା ସମୟରେ ତୁମ୍ଭେ ସମସ୍ତ ଅଦ୍ଭୂତ କାର୍ଯ୍ୟ ତାଙ୍କୁ ଦେଖାଇବ ଯାହା ମୁଁ ତୁମ୍ଭକୁ ଦେଇଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥିରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦେବେ ନାହିଁ। 22 ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ। 23 ସଦାପ୍ରଭୁ କହନ୍ତି, ‘ଇସ୍ରାଏଲ ହେଉଛି ମୋର ପ୍ରଥମଜାତ ପୁତ୍ର ଏବଂ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭେ ମୋର ପୁତ୍ରଙ୍କୁ ଛାଡ଼ିଦିଅ, ଯାହା ଫଳରେ ସେମାନେ ମୋର ଉପାସନା କରିବେ। ଯଦି ତୁମ୍ଭେ ସେମାନଙ୍କୁ ଯିବା ପାଇଁ ନ ଦିଅ, ତେବେ ମୁଁ ତୁମ୍ଭର ପ୍ରଥମଜାତ ପୁତ୍ରକୁ ହତ୍ୟା କରିବି।’”
ମୋଶାଙ୍କ ପୁତ୍ର ସୁନ୍ନତ ହେଲେ
24 ମିଶରକୁ ଯିବା ବାଟରେ, ମୋଶା ଏକ ସ୍ଥାନରେ ରାତ୍ରି ଯାପନ କଲେ। ସଦାପ୍ରଭୁ ମୋଶାଙ୍କୁ ସେଠାରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କଲେ। 25 କିନ୍ତୁ ସିପ୍ପୋରା ଏକ ତିକ୍ଷ୍ଣ ଅସ୍ତ୍ର ଧରି ଆପଣା ପୁତ୍ରକୁ ସୁନ୍ନତ କଲା ଏବଂ ସେହି ଚର୍ମଟି ତାଙ୍କ ଚରଣ ତଳେ ପକାଇ କହିଲା, “ତୁମ୍ଭେ ମୋହର ରକ୍ତ ରଂଜିତ ସ୍ୱାମୀ।” 26 ସେ କହିଲା, ରକ୍ତ ରଂଜିତ ସ୍ୱାମୀ ସୁନ୍ନତ କାରଣରୁ। ତେଣୁ ପରମେଶ୍ୱର ମୋଶାଙ୍କୁ ଛାଡ଼ି ଦେଲେ।
Moses Arrives in Egypt
27 ସଦାପ୍ରଭୁ ହାରୋଣକୁ କହିଲେ, “ତୁମ୍ଭେ ମୋଶାଙ୍କ ସହିତ ସାକ୍ଷାତ କରିବା ନିମିତ୍ତ ମରୁଭୂମିକୁ ଯାଅ।” ତେଣୁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ। 28 ମୋଶା ହାରୋଣଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭକୁ କାହିଁକି ପଠାଇଛନ୍ତି। ମୋଶା ହାରୋଣଙ୍କୁ ସମସ୍ତ ଅଦ୍ଭୂତ କାର୍ଯ୍ୟମାନ ଦେଖାଇଲେ ଏବଂ ସଦାପ୍ରଭୁ କହିଥିବା ସମସ୍ତ କଥା ତାଙ୍କୁ କହିଲେ।
29 ତେଣୁ ମୋଶା ଏବଂ ହାରୋଣ ଏକତ୍ର ଯାଇ ଇସ୍ରାଏଲର ପ୍ରାଚୀନବର୍ଗମାନଙ୍କୁ ଏକତ୍ରିତ କଲେ। 30 ଏହା ପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସେହି ପ୍ରାଚୀନବର୍ଗକୁ ସମସ୍ତ କଥା କହିଲେ ଯାହାସବୁ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଏହା ପରେ ମୋଶା ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ। 31 ଲୋକମାନେ ମଧ୍ୟ ବିଶ୍ୱାସ କଲେ ଯେ ପରମେଶ୍ୱର ମୋଶାଙ୍କୁ ପଠାଇଛନ୍ତି। ଯେତେବେଳେ ଇସ୍ରାଏଲୀୟମାନେ ଶୁଣିଲେ ଯେ, ପରମେଶ୍ୱର ସେମାନଙ୍କର ଅସୁବିଧା ଦେଖିଛନ୍ତି ଏବଂ ସେମାନଙ୍କ ପାଇଁ ଦୁଃଖ କଲେ। ସେମାନେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।
ମୋଶା ଏବଂ ହାରୋଣ ଫାରୋଙ୍କ ସମ୍ମୁଖରେ
5 ମୋଶା ଏବଂ ହାରୋଣ ଏପରି କହି ସାରିବା ପରେ ଫାରୋଙ୍କ ନିକଟକୁ ଗଲେ। ସେମାନେ କହିଲେ, “ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର କହିଛନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ। ସେମାନେ ମୋ’ ସମ୍ମାନାର୍ଥେ ମରୁଭୂମିରେ ଏକ ଉତ୍ସବ ପାଳନ କରିବେ।’”
2 କିନ୍ତୁ ଫାରୋ କହିଲେ, “ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି ନାହିଁ।”
3 ଏହା ପରେ ହାରୋଣ ଏବଂ ମୋଶା କହିଲେ, “ଏବ୍ରୀୟମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଏହା କହିଛନ୍ତି। ତେଣୁ ଆମ୍ଭେ ତୁମ୍ଭର ଅନୁମତି ଲୋଡ଼ୁଅଛୁ। ଆମ୍ଭମାନଙ୍କୁ ମରୁଭୂମିକୁ ଯିବାକୁ ଦିଅ। ଆମ୍ଭେମାନେ ସେଠାରେ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବୁ। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ଯଦି ଆମ୍ଭେ ତାହା ନ କରୁ ସେ ହୁଏତ କ୍ରୋଧ କରି ପାରନ୍ତି ଏବଂ ଆମ୍ଭମାନଙ୍କୁ ଧ୍ୱଂସ କରି ପାରନ୍ତି। ସେ ଆମ୍ଭମାନଙ୍କୁ ଯୁଦ୍ଧ କିମ୍ବା ଅସୁସ୍ଥତା ମାଧ୍ୟମରେ ମୃତ୍ୟୁ ଦେଇ ପାରନ୍ତି।”
4 କିନ୍ତୁ ଫାରୋ ସେମାନଙ୍କୁ କହିଲେ, “ମୋଶା ଏବଂ ହାରୋଣ, ତୁମ୍ଭେମାନେ ମୋର କର୍ମୀମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କରୁଅଛ। ସେମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବାକୁ ଦିଅ! 5 ଏଠାରେ ଅନେକ ଲୋକ ଅଛନ୍ତି। ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କର କର୍ମରୁ ନିବୃତ୍ତ କରୁଅଛ।”
ଫାରୋ ଲୋକମାନଙ୍କୁ ଶାସ୍ତି ବିଧାନ କଲେ
6 ସେହି ଦିନ, ଫାରୋ କ୍ରୀତଦାସମାନଙ୍କର ମୁନିବମାନଙ୍କୁ ଓ ସେମାନଙ୍କର ନିରୀକ୍ଷକମାନଙ୍କୁ ଆଜ୍ଞା ଦେଲେ, 7 “ତୁମ୍ଭେମାନେ ସେମାନଙ୍କୁ ଇଟା ପାଇଁ ନଡ଼ା ଦେଉଥିଲ। ସେମାନଙ୍କୁ ଆଉ ପାଳ ଦିଅ ନାହିଁ। ସେମାନେ ନିଜପାଳ ନିଜେ ସଂଗ୍ରହ କରନ୍ତୁ। 8 କିନ୍ତୁ ସେମାନେ ପୂର୍ବପରି ଯେତେ ସଂଖ୍ୟକ ଇଟା ତିଆରି କରୁଥିଲେ, ସେମାନଙ୍କୁ ସେତିକ ଇଟା ତିଆରି କରାଅ। ସେମାନେ ଅଳସୁଆ ହୋଇଛନ୍ତି। ଯେଉଁଥିପାଇଁ ସେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ଯ୍ୟ କରିବାକୁ ଇଚ୍ଛା ନାହିଁ। ଯେଣୁ ସେମାନେ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ବଳିଦାନ [a] ଉତ୍ସର୍ଗ କରିବାକୁ ଗ୍ଭହୁଛନ୍ତି। 9 ତେଣୁ ଏହି ଲୋକମାନଙ୍କୁ କଠିନ ପରିଶ୍ରମ କରାଇ ସେମାନଙ୍କୁ ସର୍ବଦା ବ୍ୟସ୍ତ ରଖ। ଯେଉଁଥିରେ ସେମାନେ ମିଥ୍ୟା କଥା ଶୁଣିବାକୁ ସମୟ ପାଇବେ ନାହିଁ।”
10 ତେଣୁ ଇସ୍ରାଏଲୀୟ କ୍ରୀତଦାସମାନଙ୍କର ମୁନିବ ଓ ତଦାରଖକାରୀଗଣ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କୁ ଆଉ ପାଳ ନ ଦେବା ପାଇଁ ଫାରୋ ନିଷ୍ପତ୍ତି କରିଛନ୍ତି। 11 ତୁମ୍ଭେ ଆପଣା ପାଇଁ ନିଜେ ପାଳ ସଂଗ୍ରହ କର। କିନ୍ତୁ ମନେରଖ ପୂର୍ବପରି ତୁମ୍ଭେମାନେ ଯେତେ ସଂଖ୍ୟକ ଇଟା ନିର୍ମାଣ କରୁଥିଲ ସେତିକି ସଂଖ୍ୟକ ଇଟା ତିଆରି କରିବ।”
12 ତେଣୁ ଲୋକମାନେ ମିଶରର ଗ୍ଭରିଆଡ଼େ ବୁଲି ପାଳ ସଂଗ୍ରହ କଲେ। 13 କ୍ରୀତଦାସମାନଙ୍କର ମୁନିବମାନେ ସେମାନଙ୍କର କାର୍ଯ୍ୟକୁ କଠିନ କରାଇଲେ ଏବଂ ସେମାନଙ୍କୁ ବାଧ୍ୟ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ। 14 ଫାରୋଙ୍କର ମୁନିବମାନେ, ତଦାରଖକାରୀମାନଙ୍କୁ ଲୋକମାନଙ୍କ ଉପରେ ନିଯୁକ୍ତ କଲେ। ସେମାନେ କ୍ରୀତଦାସମାନଙ୍କୁ ଗ୍ଭବୁକ ମାରି କହିଲେ, “କାହିଁକି ତୁମ୍ଭେମାନେ ଯେତେ ଇଟା ନିର୍ମାଣ କରୁଥିଲ, ସେତିକି ଇଟା ନିର୍ମାଣ କରୁ ନାହଁ? ପୂର୍ବରୁ ତୁମ୍ଭେମାନେ ଇଟା ତିଆରି କରିପାରୁଥିଲ, ଏବେ କାହିଁକି କରି ପାରିବ ନାହିଁ।”
15 ଏହା ପରେ ଇସ୍ରାଏଲୀୟ କାର୍ଯ୍ୟାଧ୍ୟକ୍ଷମାନେ ଫାରୋଙ୍କ ନିକଟକୁ ଗଲେ। ସେମାନେ ଅଭିଯୋଗ କରି କହିଲେ “ଆମ୍ଭେମାନେ ତୁମ୍ଭର ଦାସ କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ଏପରି ବ୍ୟବହାର କରୁଛ? 16 ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭର ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି।”
17 ଫାରୋ ଉତ୍ତର ଦେଲେ, “ତୁମ୍ଭେମାନେ ଅଳସୁଆ। ତୁମ୍ଭେମାନେ କାର୍ଯ୍ୟ କରୁ ନାହଁ, ଯେଉଁଥିପାଇଁ ତୁମ୍ଭେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଥିଲ। ଏବଂ ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ ଦେବାକୁ ଗ୍ଭହିଁଲ। 18 ବର୍ତ୍ତମାନ ତୁମ୍ଭମାନଙ୍କର କାର୍ଯ୍ୟକୁ ଫେରିଯାଅ। ମୁଁ ତୁମ୍ଭମାନଙ୍କୁ କିଛି ପାଳ ବା ନଡ଼ା ଦେବି ନାହିଁ ଏବଂ ପୂର୍ବପରି ତୁମ୍ଭମାନଙ୍କୁ ସେତିକି ସଂଖ୍ୟକ ଇଟା ତିଆରି କରିବାକୁ ହିଁ ପଡ଼ିବ।”
19 ଇସ୍ରାଏଲୀୟ ବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଜାଣିଲେ ଯେ ସେମାନେ ଅସୁବିଧାରେ ପଡ଼ିଗଲେ ଏବଂ ସେମାନେ ଜାଣିଲେ ଯେ ସେମାନେ ପୂର୍ବପରି ସେତିକି ସଂଖ୍ୟକ ଇଟା ତିଆରି କରି ପାରିବେ ନାହିଁ।
20 ସେମାନେ ଫାରୋଙ୍କଠାରୁ ଫେରିବା ବେଳେ ମୋଶା ଓ ହାରୋଣଙ୍କର ସାକ୍ଷାତ ପାଇଲେ। ସେମାନେ ବାଟରେ ଅପେକ୍ଷା କରିଥିଲେ। 21 ତେଣୁ ସେମାନେ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ରରେ ସଜ୍ଜିତ କରିଛ।”
ପରମେଶ୍ୱରଙ୍କଠାରେ ମୋଶାଙ୍କ ଅଭିଯୋଗ
22 ଏହା ପରେ ମୋଶା ସଦାପ୍ରଭୁଙ୍କ ପାଖକୁ ଫେରିଗଲେ ଓ କହିଲେ, “ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମୋତେ କାହିଁକି ଏହି ସ୍ଥାନକୁ ପଠାଇଲ? 23 ମୁଁ ଫାରୋଙ୍କ ନିକଟକୁ ଯାଇ ତୁମ୍ଭେ ଯାହା କହିବାକୁ ମୋତେ କହିଥିଲ, ମୁଁ କହିଲି। କିନ୍ତୁ ସେହି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି କଲ ନାହିଁ।”
6 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ’ଣ କରିବି। ମୋର ମହାନ ଶକ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ ଏବଂ ସେ ମୋର ଲୋକମାନଙ୍କୁ ଯିବାକୁ ଦେବ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ୟ କରିବ ତାଙ୍କର ଦେଶ ଛାଡ଼ି ଯିବା ପାଇଁ?”
2 ପରମେଶ୍ୱର ମୋଶାଙ୍କୁ କହିଲେ, ଆମ୍ଭେ ଯିହୋବାଃ। 3 “ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବକୁ ଦର୍ଶନ ଦେଇଥିଲୁ। ସେମାନେ ଆମ୍ଭଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି କହିଥିଲେ। ସେମାନେ ଆମ୍ଭର ନାମ ସଦାପ୍ରଭୁ ବୋଲି ଜାଣି ନ ଥିଲେ। 4 ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିଥିଲୁ ଏବଂ ଆମ୍ଭେ ସେମାନଙ୍କୁ କିଣାନ ଦେଶ ଦେବା ପାଇଁ ସେମାନଙ୍କଠାରେ ପ୍ରତିଜ୍ଞା କରିଥିଲୁ। ସେମାନେ ସେଠାରେ ବାସ କରୁଥିଲେ କିନ୍ତୁ ସେ ଦେଶ ସେମାନଙ୍କର ନ ଥିଲା। 5 ବର୍ତ୍ତମାନ ଇସ୍ରାଏଲୀୟମାନଙ୍କର ଆର୍ତ୍ତ ଚିତ୍କାର ଆମ୍ଭେ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରବାସୀମାନେ କିପରି ସେମାନଙ୍କୁ କ୍ରୀତଦାସ କରିଅଛନ୍ତି। ଏବଂ ଆମ୍ଭେ ଆମ୍ଭର ଚୁକ୍ତି ମନେ ରଖିଅଛୁ। 6 ତେଣୁ ଇସ୍ରାଏଲୀୟ ଲୋକମାନଙ୍କୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭେମାନେ ମିଶରବାସୀମାନଙ୍କର ଆଉ ଦାସ ହୋଇ ରହିବ ନାହିଁ। ଆମ୍ଭେ ଆମ୍ଭର ମହାନ ଶକ୍ତି ପ୍ରୟୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦେବା। ଏହା ପରେ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବା। 7 ତୁମ୍ଭେମାନେ ଆମ୍ଭର ଲୋକ ହେବ। ଏବଂ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା। ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। ଏବଂ ତୁମ୍ଭେ ଜାଣିବ ଯେ, ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କ ଦାଉରୁ ରକ୍ଷା କରିବା। 8 ଆମ୍ଭେ ଅବ୍ରହାମ, ଇସ୍ହାକ ଏବଂ ଯାକୁବଙ୍କ ସହ ମହତ୍ ପ୍ରତିଜ୍ଞା କରିଅଛୁ। ଆମ୍ଭେ ପ୍ରତିଜ୍ଞା କରିଅଛୁ ତୁମ୍ଭମାନଙ୍କୁ ସେହି ଭୂମି ଦେବା ପାଇଁ। ଏବଂ ତୁମ୍ଭମାନଙ୍କୁ ସେହି ଭୂମିକୁ ନେଇଯିବାକୁ। ଏହା ତୁମ୍ଭମାନଙ୍କର ହେବ। ଆମ୍ଭେ ସଦାପ୍ରଭୁ ଅଟୁ।”’
9 ତେଣୁ ମୋଶା ଏହିସବୁ ଘଟଣା ଇସ୍ରାଏଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସେମାନଙ୍କର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସେମାନେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମୋଶାଙ୍କର କଥା ଶୁଣିବା ପାଇଁ ତାଙ୍କର ଆଉ ଧୈର୍ଯ୍ୟ ନ ଥିଲା।
10 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 11 “ମିଶରର ରାଜା ଫାରୋଙ୍କୁ ଯାଇ କୁହ, ତାଙ୍କର ଦେଶରୁ ଇସ୍ରାଏଲ ସନ୍ତାନଗଣଙ୍କୁ ପଠେଇ ଦେବା ପାଇଁ।”
12 କିନ୍ତୁ ମୋଶା ଉତ୍ତର ଦେଲେ, “ଇସ୍ରାଏଲ ସନ୍ତାନଗଣ ମୋର କଥାକୁ କର୍ଣ୍ଣପାତ କରି ନାହାନ୍ତି। ତେଣୁ ଫାରୋ ମୋର କଥାକୁ କର୍ଣ୍ଣପାତ କରିବେ ନାହିଁ। ମୁଁ ଜଣେ ଅତି ମନ୍ଦ ବକ୍ତା।”
13 କିନ୍ତୁ ସଦାପ୍ରଭୁ ଇସ୍ରାଏଲର ସନ୍ତାନଗଣଙ୍କୁ କହିବା ପାଇଁ ମୋଶା ଓ ହାରୋଣଙ୍କୁ ଆଜ୍ଞା ଦେଲେ। ସେ ମିଶରର ରାଜା ଫାରୋଙ୍କ ନିକଟକୁ ଯିବା ପାଇଁ ଏବଂ ଇସ୍ରାଏଲୀୟ ସନ୍ତାନଗଣଙ୍କୁ ମିଶରରୁ ବାହାର କରି ଆଣିବା ପାଇଁ ସେମାନଙ୍କୁ ଆଜ୍ଞା ଦେଲେ।
ଇସ୍ରାଏଲୀୟମାନଙ୍କର କେତେକ ପରିବାର
14 ଏହି ସମସ୍ତ ଲୋକ ଇସ୍ରାଏଲ ବଂଶ ମଧ୍ୟରେ ମୁଖ୍ୟ ଥିଲେ:
ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମ୍ମି ଏହିପରି ଗ୍ଭରି ପୁତ୍ର ଥିଲେ।
15 ଶିମିୟୋନଙ୍କର ପୁତ୍ର ଯିମୂୟେଲ, ଯାମୀନ୍ ଓ ଓହଦ୍, ଯାଖୀନ୍, ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୈାଲ, ଏମାନେ ଥିଲେ ଶିମିୟୋନଙ୍କର ବଂଶ।
16 ଲେବୀ 137 ବର୍ଷ ବଞ୍ଚିଥିଲେ। ଲେବୀଙ୍କର ସନ୍ତାନମାନେ ଥିଲେ, ଗେର୍ଶୋନ୍, କହାତ୍ ଓ ମରାରି।
17 ଗେର୍ଶୋନଙ୍କର ଦୁଇଜଣ ସନ୍ତାନ ଥିଲେ, ଲିବ୍ନି ଓ ଶିମିୟି।
18 କହାତ 133 ବର୍ଷ ପଞ୍ଚିଥିଲେ। କହାତଙ୍କର ପୁତ୍ରମାନେ ଥିଲେ, ଅମ୍ରମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ,
19 ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି,
ଏହିସବୁ ବଂଶ ଇସ୍ରାଏଲୀୟ ଲେବୀ ବଂଶୀୟ ଥିଲେ।
20 ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ୍ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକେବଦ। ଏଣୁ ଅମ୍ରମ୍ ଆଉ ଯୋକେବଦ ହାରୋଣ ଓ ମୋଶାଙ୍କୁ ଜନ୍ମ ଦେଲେ।
21 ଯିଷ୍ହରର ସନ୍ତାନ କୋରହ, ନେଫଗ୍ ଓ ସିଖ୍ରି।
22 ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍ ଓ ସିଥ୍ରି।
23 ହାରୋଣ ଇଲୀଶେବାକୁ ବିବାହ କଲେ। ଇଲୀଶେବା ଥିଲେ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିୟାସର ଓ ଈଥାମରକୁ ପ୍ରସବ କଲା।
24 କୋରହର ସନ୍ତାନ ଅସୀର, ଇଲ୍କାନା ଓ ଅବୀୟାସଫ୍। ଏମାନେ କୋରହର ବଂଶ।
25 ହାରୋଣର ପୁତ୍ର ଇଲିୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କଲେ ଓ ସେ ପୀନହସ୍କୁ ଜନ୍ମ ଦେଲା।
ଏମାନେ ସମସ୍ତେ ଲେବୀୟ ଥିଲେ।
26 ହାରୋଣ ଓ ମୋଶା ଏହି ପରିବାରବର୍ଗର ଥିଲେ ଏବଂ ସେମାନେ ଏହି ଲୋକ ଥିଲେ, ଯେଉଁମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟ ଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣ।” 27 ଏମାନେ ମିଶରରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶରର ରାଜା ଫାରୋଙ୍କୁ କହିଥିଲେ। ଏମାନେ ଥିଲେ ସେହି ହାରୋଣ ଓ ମୋଶା।
ପୁନର୍ବାର ପରମେଶ୍ୱର ମୋଶାଙ୍କୁ ଡାକିଲେ
28 ମିଶରର ସେହି ଭୂମିରେ ପରମେଶ୍ୱର ମୋଶାଙ୍କୁ କହିଥିଲେ। 29 ସେ କହିଲେ, “ମୁଁ ସଦାପ୍ରଭୁ ଅଟେ। ମିଶରର ରାଜା ଫାରୋଙ୍କୁ ମୋର କହିଥିବା ସମସ୍ତ କଥା କୁହ।”
30 କିନ୍ତୁ ମୋଶା ଉତ୍ତର ଦେଲେ, “ମୁଁ ଜଣେ ଅତି ମନ୍ଦ ବକ୍ତା, ରାଜା ମୋ’ କଥା ଶୁଣିବେ ନାହିଁ।”
ହ୍ରଦ ଉପରେ ଯୀଶୁ ଗ୍ଭଲିଲେ(A)
22 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗାରେ ଚଢ଼ି ହ୍ରଦର ଅପର ପାର୍ଶ୍ୱକୁ ଯିବାକୁ କହିଲେ। ଯୀଶୁ ନିଜେ ସେଠାକୁ ପରେ ଯିବେ ବୋଲି କହିଲେ। 23 ତା’ପରେ ଜମା ହୋଇଥିବା ଲୋକମାନଙ୍କୁ ବିଦାୟ କରି ସେ ପ୍ରାର୍ଥନା କରିବାକୁ ଏକାକୀ ପାହାଡ଼ ଉପରକୁ ଗଲେ। ସନ୍ଧ୍ୟା ହୋଇ ସାରିଥିଲା, ଯୀଶୁ ସେଠାରେ ଏକୁଟିଆ ଥିଲେ। 24 ସେତେବେଳକୁ ହ୍ରଦ ଭିତରେ ଡଙ୍ଗା ଅନେକ ଦୂରକୁ ଗ୍ଭଲିଯାଇଥିଲା। ଢେଉରେ ଧକ୍କା ଖାଇ ଡଙ୍ଗାଟି ଟଳମଳ ହେଉଥିଲା। ଖୁବ୍ ଜୋର୍ରେ ପ୍ରତିକୂଳ ପବନ ବହୁଥିଲା।
25 ଯୀଶୁ ହ୍ରଦ ଉପରେ ଗ୍ଭଲିକରି ରାତ୍ରିର ଚତୁର୍ଥ ପ୍ରହରରେ ଶିଷ୍ୟମାନଙ୍କ ପାଖରେ ଯାଇ ପହଞ୍ଚିଲେ। 26 ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲିକରି ଆସୁ ଥିବାର ଦେଖି ଭୟଭୀତ ହେଲେ। ସେମାନେ କୁହାକୁହି ହେଲେ, “ଏତ ଗୋଟିଏ ଭୂତ।” ସେମାନେ ଭୟରେ ଚିତ୍କାର କଲେ।
27 ସଙ୍ଗେ ସଙ୍ଗେ ଯୀଶୁ ସେମାନଙ୍କୁ କହିଲେ, “ସାହସ ଧର! ମୁଁ ପରା ଆସିଛି! ଭୟ କର ନାହିଁ।”
28 ପିତର କହିଲେ, “ପ୍ରଭୁ, ଏହା ଯଦି ତୁମ୍ଭେ, ତେବେ ମୋତେ ପାଣି ଉପରେ ଗ୍ଭଲି ତୁମ୍ଭ ନିକଟକୁ ଯିବାକୁ ଆଦେଶ ଦିଅ।”
29 ଯୀଶୁ କହିଲେ, “ଗ୍ଭଲି ଆସ।”
ପିତର ଡଙ୍ଗାରୁ ବାହାରକୁ ଆସିଲେ, ସେ ପାଣି ଉପରେ ଗ୍ଭଲି ଯୀଶୁଙ୍କ ଆଡ଼କୁ ଗଲେ। 30 ପିତର ଯୀଶୁଙ୍କ ଆଡ଼କୁ ପାଣି ଉପରେ ଗ୍ଭଲିକରି ଯାଉଥିବା ସମୟରେ ଜୋର୍ରେ ପବନ ବହୁଥିଲା, ଢେଉ ଉଠୁଥିଲା। ଏହା ଦେଖି ପିତର ଭୟ କଲେ। ସେ ବୁଡ଼ି ଯିବାକୁ ଲାଗିଲେ। ସେ ପାଟି କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କର।”
31 ଯୀଶୁ ସଙ୍ଗେ ସଙ୍ଗେ ତାହାଙ୍କ ପାଖରେ ପହଞ୍ଚି ତାହାଙ୍କୁ ଧରି ପକାଇଲେ। ସେ ପିତରଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଅଳ୍ପ। ତୁମ୍ଭେ କାହିଁକି ସନ୍ଦେହ କଲ?”
32 ଯୀଶୁ ଓ ପିତର ଡଙ୍ଗା ଉପରକୁ ଆସିଯିବା ପରେ ପବନ ବନ୍ଦ ହୋଇଗଲା। 33 ଯେଉଁମାନେ ଡଙ୍ଗା ଉପରେ ଥିଲେ, ସେମାନେ ଯୀଶୁଙ୍କୁ ପ୍ରଣାମ କଲେ ଓ କହିଲେ, “ପ୍ରକୃତରେ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର।”
ଯୀଶୁ ଅନେକ ରୋଗୀଙ୍କୁ ସୁସ୍ଥ କଲେ(B)
34 ସେମାନେ ହ୍ରଦ ପାର ହୋଇ ଗିନ୍ନେସରତ୍ କୂଳରେ ପହଞ୍ଚିଲେ। 35 ସେଠାକାର ଲୋକେ ଚିହ୍ନି ପାରିଲେ ଓ ଆଖପାଖ ଅଞ୍ଚଳକୁ ଯୀଶୁଙ୍କ ଆସିବା ଖବର ପଠାଇଲେ। ଲୋକେ ରୋଗୀଙ୍କୁ ତାହାଙ୍କ ପାଖକୁ ଆଣିଲେ। 36 ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହୋଇଯାଆନ୍ତି, ସେଥିପାଇଁ ସେ ସେମାନଙ୍କୁ ତାହାଙ୍କୁ ବସ୍ତ୍ରର ଧାରଟି କେବଳ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।
2010 by World Bible Translation Center