Add parallel Print Page Options

ଯୀଶୁ ବହୁତ ଲୋକଙ୍କୁ ସୁସ୍ଥ କଲେ

(ମାଥିଉ 14:34-36)

53 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦପାରି ହୋଇ ଗିନ୍ନେସର‌ତ୍‌ରେ ପହଞ୍ଚିଲେ। ସେମାନେ ଡଙ୍ଗାଟି ସେଠାରେ ବାନ୍ଧି ଦେଲେ। 54 ଡଙ୍ଗାରୁ ଓହ୍ଲେଇ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ। 55 ତା'ପରେ ସେମାନେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦେବା ପାଇଁ ସେ ଅଞ୍ଚଳର ପ୍ରତ୍ୟେକ ସ୍ଥାନକୁ ଦୌଡ଼ିଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସେଠାରେ ଖବର ବ୍ୟାପିଗଲା ଓ ସେଠାକୁ ଲୋକମାନେ ରୋଗୀମାନଙ୍କୁ ଖଟିଆରେ ନେଇ ଆସିଲେ। 56 ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡ଼େ ଗଲେ, ଲୋକେ ରୋଗୀମାନଙ୍କୁ ସେଠାକାର ହାଟ ବଜାରରେ ଥୋଇ ଦେଇ ତାହାଙ୍କୁ ଅନୁରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସେମାନଙ୍କୁ ଛୁଇଁ ଦେବାକୁ ସୁଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।

Read full chapter