Old/New Testament
ଯାକୁବ ତାଙ୍କର ସାହସିକତା ଦେଖାଇଲେ
33 ଅନନ୍ତର ଯାକୁବ ଏଷୌ ଆସୁଥିବାର ଦେଖିଲେ। ଏଷୌ ତାଙ୍କ ସହିତ ଗ୍ଭରିଶହ ଲୋକଙ୍କୁ ଧରି ଆସୁଥିଲେ। ଯାକୁବ ତାଙ୍କର ପରିବାରକୁ ଗ୍ଭରି ଭାଗରେ ବିଭକ୍ତ କଲେ। ଲେୟା ଏବଂ ତା’ର ପିଲାମାନେ ଗୋଟିଏ ଦଳରେ ରହିଲେ। ରାହେଲ ଓ ଯୋଷେଫ ଗୋଟିଏ ଦଳରେ ରହିଲେ। ଦୁଇଦାସୀ ଏବଂ ତାଙ୍କର ପିଲାମାନେ ଦୁଇ ଗୋଟି ଦଳରେ ରହିଲେ। 2 ଯାକୁବ, ଆଗେ ଦୁଇ ଦାସୀ ଓ ସେମାନଙ୍କର ସନ୍ତାନଗଣଙ୍କୁ ତା’ ପଛେ ଲେୟା ଓ ତା’ର ସନ୍ତାନଗଣ, ସବା ଶେଷରେ ରାହେଲ ଓ ଯୋଷେଫକୁ ରଖିଲେ।
3 ସେମାନଙ୍କ ଆଗରେ ଯାକୁବ ଗଲେ, ସେ ଯେତେବେଳେ ଭାଇର ନିକଟବର୍ତ୍ତୀ ହେଲେ। ଭକ୍ତି ଦେଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲେ।
4 ଯେତେବେଳେ ଏଷୌ ଯାକୁବଙ୍କୁ ଦେଖିଲେ ସେ ତାଙ୍କୁ ଭେଟିବା ପାଇଁ ଦୌଡ଼ିଗଲେ। ଏହା ପରେ ସେ ତାଙ୍କର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲେ, ପୁଣି ଦୁହେଁ କାନ୍ଦିବାକୁ ଲାଗିଲେ। 5 ଏଷୌ, ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିଲେ, ସେ ପଗ୍ଭରିଲେ, “ତୁମ୍ଭ ସହିତ ଏହି ଲୋକମାନେ କିଏ?”
ଯାକୁବ ଉତ୍ତର ଦେଲେ, “ପରମେଶ୍ୱର ମୋତେ ଦୟା କରି ଏ ସମସ୍ତ ସନ୍ତାନ ଦେଇଛନ୍ତି।”
6 ଏହା ପରେ ଦୁଇଦାସୀ ଓ ତାହାର ପିଲାମାନେ ଏଷୌ ନିକଟକୁ ଗଲେ। ସେମାନେ ଏଷୌକୁ ଭୂମିଷ୍ଠ ପ୍ରଣାମ କଲେ। 7 ଏହା ପରେ ଲେୟା ଏବଂ ତାଙ୍କର ସନ୍ତାନଗଣ ଏଷୌକୁ ପ୍ରଣାମ କଲେ। ଏବଂ ଏହା ପରେ ରାହେଲ ଓ ଯୋଷେଫ ଏଷୌ ନିକଟକୁ ଯାଇ ପ୍ରଣାମ କଲେ।
8 ଏଷୌ କହିଲେ, “ମୁଁ ଆସିବା ସମୟରେ ଯେଉଁମାନଙ୍କୁ ଦେଖିଲି ସେମାନେ କିଏ? ସେ ପଶୁଗୁଡ଼ିକ କାହା ନିମନ୍ତେ ନେଉଛନ୍ତି।”
ଯାକୁବ ଉତ୍ତର ଦେଲେ, “ସେଗୁଡ଼ିକୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଉପହାର ଦେଇଛି। ତେଣୁ ମୋତେ ଗ୍ରହଣ କର।”
9 କିନ୍ତୁ ଏଷୌ କହିଲେ, “ତୁମ୍ଭର ମୋତେ କିଛି ଉପହାର ଦେବା ଦରକାର ନାହିଁ, ଭାଇ ମୋ’ ପାଇଁ ବହୁତ ଅଛି।”
10 ଯାକୁବ କହିଲେ, “ନା ଭାଇ ମୁଁ ତୁମ୍ଭକୁ ଅନୁରୋଧ କରୁଛି। ଯଦି ତୁମ୍ଭେ ମୋତେ ବାସ୍ତବରେ ଗ୍ରହଣ କରୁଛ ତେବେ ମୋର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁ ଦେଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସୀ। ମୋତେ ପରମେଶ୍ୱରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାରେ ତୁମ୍ଭେ ମୋତେ ଗ୍ରହଣ କରିଥିବାରୁ, ମୁଁ ଖୁସୀ। 11 ତେଣୁ ମୁଁ ବିନତି କରୁଛି ତୁମ୍ଭେ ମୋର ଉପହାର [a] ଗ୍ରହଣ କର। ପରମେଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି। ମୋର ଆବଶ୍ୟକତାଠାରୁ ଅଧିକ ପାଇଛି।” ଯାକୁବ ଏଷୌକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ ସେ ସେଗୁଡ଼ିକୁ ଗ୍ରହଣ କଲେ।
12 ଏହା ପରେ ଏଷୌ କହିଲେ, “ତୁମ୍ଭେ ତୁମ୍ଭର ଯାତ୍ରା ଗ୍ଭଲୁ ରଖ। ମୁଁ ମଧ୍ୟ ତୁମ୍ଭ ସହିତ ଯିବି।”
13 କିନ୍ତୁ ଯାକୁବ ତାଙ୍କୁ କହିଲେ, “ତୁମ୍ଭେ ଜାଣ ମୋର ସନ୍ତାନଗଣ ଛୋଟ ଏବଂ ମୁଁ ମୋର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକ ଗୋଟିଏ ଦିନରେ ବହୁତ ବାଟ ନେଇଯାଏ ତେବେ ସମସ୍ତ ପଶୁ ମରିଯିବେ। 14 ତେଣୁ ମୋର ପ୍ରଭୁ ତୁମ୍ଭେ ଆମ୍ଭ ଆଗରେ ଗ୍ଭଲ, ମୁଁ ତୁମ୍ଭକୁ ଧୀରେ ଧୀରେ ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧୀରେ ଯିବି କାରଣ ମୋର ପିଲାମାନେ କ୍ଳାନ୍ତ ହୋଇ ପଡ଼ିବେ। ମୁଁ ତୁମ୍ଭକୁ ସେୟୀରରେ ସାକ୍ଷାତ କରିବି।”
15 ତେଣୁ ଏଷୌ କହିଲେ, “ତୁମ୍ଭର ସାହାଯ୍ୟ ପାଇଁ ମୁଁ ମୋର କିଛି ଲୋକଙ୍କୁ ଛାଡ଼ି ଯାଉଛି।”
କିନ୍ତୁ ଯାକୁବ କହିଲେ, “ଏହା ତୁମ୍ଭର ଦୟା ହେବ। କିନ୍ତୁ ଏସବୁ କରିବାର କିଛି ଆବଶ୍ୟକ ନାହିଁ।” ମାତ୍ର ପ୍ରଭୁଙ୍କର ଆନୁଗ୍ରହ ଥାଉ। 16 ତେଣୁ ସେହି ଦିନ ଏଷୌ ସେୟୀରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କଲେ। 17 କିନ୍ତୁ ଯାକୁବ ସୁକ୍କୋତକୁ ଗଲେ। ସେହି ସ୍ଥାନରେ ସେ ଆପଣା ପାଇଁ ଏକ ଗୃହ ତିଆରି କଲେ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲେ। ତେଣୁ ସେହି ସ୍ଥାନର ନାମ ସୁକ୍କୋତ ହେଲା।
18 ଏହି ପ୍ରକାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲେ। 19 ଏହା ପରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକଶ କସୀତା ନାମକ ରୌପ୍ୟ ମୁଦ୍ରାଦେଇ ସେହି ତମ୍ବୁ ସ୍ଥାନଟିକୁ କିଣିଲେ। 20 ପୁଣି ଯାକୁବ ସେଠାରେ ପରମେଶ୍ୱରଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ, “ଏଲ ଇସ୍ରାଏଲର ପରମେଶ୍ୱର।”
ଦୀଣାର ଧର୍ଷଣ
34 ଲେୟା ଓ ଯାକୁବର କନ୍ୟା ଥିଲା ଦୀଣା। ଦିନେ ଦୀଣା ସେହି ସ୍ଥାନର ସ୍ତ୍ରୀଲୋକମାନଙ୍କୁ ଭେଟିବାକୁ ଗଲା। 2 ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା। 3 ଏହା ପରେ ଶିଖିମ ଦୀଣାର ପ୍ରେମରେ ପଡ଼ିଗଲା ଓ ତାକୁ ବିବାହ ହେବାକୁ ଗ୍ଭହିଁଲା। 4 ଶିଖିମ ତା’ର ପିତା ହମୋରକୁ କହିଲା, “ଦୟାକରି ଏହି ଝିଅ ସହିତ ମୋର ବିବାହର ବନ୍ଦୋବସ୍ତ କର।”
5 ଯାକୁବ ଜାଣିବାକୁ ପାଇଲେ ଯେ, ସେହି ଯୁବକ ଦୀଣା ଉପରେ ଅପମାନ ଆଣିଛି। କିନ୍ତୁ ଯାକୁବର ସମସ୍ତ ପୁଅମାନେ କ୍ଷେତ୍ରରେ ପଶୁପଲଙ୍କ ସହିତ ଥିଲେ। ସେ କିଛି କଲେ ନାହିଁ, ତାଙ୍କର ପୁତ୍ରମାନେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କଲେ। 6 ସେହି ସମୟରେ, ଶିଖିମର ପିତା ହମୋର ଯାକୁବ ସହିତ କଥା ହେବାକୁ ବାହାରି ଗଲେ।
7 ଯେତେବେଳେ ସେମାନେ କ୍ଷେତରୁ ଫେରିଲେ, ତା’ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସେମାନେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇସ୍ରାଏଲରେ ଏପରି ଅପମାନଜନକ କାର୍ଯ୍ୟ କଲା। ସେ ଯାକୁବର କନ୍ୟାକୁ ଧର୍ଷଣ କରିବା ଉଚିତ୍ ନ ଥିଲା।
8 କିନ୍ତୁ ହମୋର ଭାଇମାନଙ୍କୁ କହିଲେ, “ମୋର ପୁତ୍ର ଶିଖିମ ଦୀଣାକୁ ବିବାହ ହେବାକୁ ଗ୍ଭହେଁ। ଦୟାକରି ତାକୁ ତାହା ସହିତ ବିବାହ ଦିଅ। 9 ଏହି ବିବାହ ଆମ୍ଭ ମଧ୍ୟରେ ଏକ ଚୁକ୍ତି ହେବ। ଏହା ପରେ ଆମ୍ଭର ଲୋକମାନେ ତୁମ୍ଭର କନ୍ୟାମାନଙ୍କୁ ଏବଂ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। 10 ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏହି ଦେଶରେ ବାସ କରିବ, ବାଣିଜ୍ୟ କରିବ ଓ ଭୂମି ଗ୍ରହଣ କରି ପାରିବ।”
11 ଶିଖିମ ମଧ୍ୟ ଯାକୁବ ଓ ତାଙ୍କର ଭାଇମାନଙ୍କ ସହିତ କଥା ହେଲା। ଶିଖିମ କହିଲା, “ଦୟାକରି ମୋତେ ଗ୍ରହଣ କର। ତୁମ୍ଭେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ। 12 ମୁଁ ତୁମ୍ଭକୁ ସବୁକିଛି ଉପହାର ଦେବି ଏବଂ ସବୁ ଟଙ୍କା ଦେବି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ୟାକୁ ମୋତେ ବିବାହ ଦିଅ।”
13 ଯାକୁବର ପୁତ୍ରମାନେ ଶିଖିମକୁ ଓ ତା’ର ପିତାଙ୍କୁ ମିଥ୍ୟା କହିବା ପାଇଁ ନିଷ୍ପତ୍ତି ନେଲେ। ତା’ର ଭାଇମାନେ ସେତେବେଳେ ପାଗଳ ପ୍ରାୟ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିଲା। 14 ତେଣୁ ଭାଇମାନେ ତାକୁ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ଆମ୍ଭର ଭଉଣୀକୁ ବିବାହ ଦେଇ ପାରିବୁ ନାହିଁ। କାରଣ ତୁମ୍ଭେମାନେ ଏପର୍ଯ୍ୟନ୍ତ ସୁନ୍ନତ ହୋଇ ନାହଁ। ଆମ୍ଭ ଭଉଣୀ ସହିତ ବିବାହ କରିବା ବହୁତ ଭୁଲ୍ ହେବ। 15 କିନ୍ତୁ ଆମ୍ଭେ ଆମ୍ଭ ଭଉଣୀ ସହିତ ତୁମ୍ଭକୁ ବିବାହ ଦେବୁ ଯଦି ତୁମ୍ଭେ ଓ ତୁମ୍ଭ ସହରର ପ୍ରତ୍ୟେକ ଲୋକ ଆମ୍ଭମାନଙ୍କ ପରି ସୁନ୍ନତ ହେବ। 16 ଏହା ପରେ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏବଂ ଆମ୍ଭର ପୁରୁଷମାନେ ତୁମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏହା ପରେ ଆମ୍ଭେମାନେ ଏକା ସଙ୍ଗେ ବାସ କରି ଏକାପରି ହୋଇ ପାରିବା। 17 ଯଦି ତୁମ୍ଭେ ସୁନ୍ନତ ହେବା ପାଇଁ ମନା କର ତେବେ ଆମ୍ଭେ ଆମ୍ଭର ଭଉଣୀ ଦୀଣାକୁ ନେଇଯିବୁ।”
18 ଏହି ଚୁକ୍ତି ହମୋର ଓ ଶିଖିମକୁ ଖୁସୀ କରାଇଲା। 19 ଦୀଣାର ଭାଇମାନଙ୍କର କଥାନୁସାରେ ସୁନ୍ନତ ହେବାକୁ ଖୁସୀରେ ଗ୍ରହଣ କଲେ।
ଶିଖିମ ତାଙ୍କ ବଂଶରେ ବହୁ ସମ୍ମାନୀୟ ବ୍ୟକ୍ତି ଥିଲା। 20 ହମୋର ଓ ଶିଖିମ ତାଙ୍କ ସହରର ସଭାସ୍ଥଳକୁ ଗଲେ। ସେମାନେ ସେହି ସହରର ଲୋକମାନଙ୍କୁ କହିଲେ, 21 “ଏହି ଲୋକମାନେ ଆମ୍ଭ ସହିତ ବନ୍ଧୁତା କରିବାକୁ ଗ୍ଭହୁଁଛନ୍ତି। ଆମ୍ଭେମାନେ ଆମ୍ଭ ଦେଶରେ ତାଙ୍କୁ ଶାନ୍ତିରେ ବାସ କରିବାକୁ ଦେବା। ଆମ୍ଭମାନଙ୍କ ଓ ସେମାନଙ୍କ ପାଇଁ ଯଥେଷ୍ଟ ଭୂମି ଅଛି। ଆମ୍ଭେମାନେ ତାଙ୍କ କନ୍ୟାମାନଙ୍କୁ ବିବାହ କରି ପାରିବା। ଆମ୍ଭେମାନେ ମଧ୍ୟ ଆମ୍ଭମାନଙ୍କର କନ୍ୟାମାନଙ୍କୁ ତାଙ୍କ ସହିତ ବିବାହ ଦେଇ ପାରିବା। 22 ସେମାନେ ଆମ୍ଭମାନଙ୍କୁ ଗ୍ରହଣ କରିବା ପାଇଁ ଏବଂ ଆମ୍ଭମାନଙ୍କ ମଧ୍ୟରେ ବାସ କରିବା ପାଇଁ ଗୋଟିଏ କଥା ଆମ୍ଭ ସମସ୍ତଙ୍କୁ କରିବାକୁ ହେବ। ସେମାନଙ୍କ ପରି ଆମ୍ଭମାନଙ୍କୁ ସୁନ୍ନତ ହେବାକୁ ପଡ଼ିବ। 23 ଯଦି ଆମ୍ଭେ ଏପରି କରିବା, ତେବେ ତାଙ୍କର ପଶୁମାନଙ୍କ ଦ୍ୱାରା ଆମ୍ଭେ ଧନୀ ହୋଇ ପାରିବା। ତେଣୁ ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିବା ଉଚିତ୍। ଏବଂ ସେମାନେ ଏହିଠାରେ ଆମ୍ଭମାନଙ୍କ ସହିତ ବାସ କରିବେ।” 24 ସଭାସ୍ଥଳର ସମସ୍ତ ଲୋକ ହମୋର ଓ ଶିଖିମ କଥାରେ ରାଜି ହୋଇଗଲେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ।
25 ତିନି ଦିନ ପରେ, ସେହି ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲେବୀ, ତାଙ୍କର ଖଡ଼୍ଗ ନେଲେ ଏବଂ ନିର୍ଭୟରେ ସେହି ନଗରର ପ୍ରତ୍ୟେକ ପୁରୁଷମାନଙ୍କୁ ମାରି ଦେଲେ। 26 ଦୀଣାର ଭାଇ ଶିମିୟୋନ ଓ ଲେବୀ, ଶିଖିମ ଓ ହମୋରକୁ ହତ୍ୟା କଲେ। ଏହା ପରେ ସେମାନେ ଦୀଣାକୁ ଶିଖିମର ଘରୁ ନେଇଗଲେ। 27 ଯାକୁବର ପୁତ୍ରମାନେ ସେହି ନଗରକୁ ଗଲେ, ଯେଉଁଠାରେ ତାଙ୍କ ଭଉଣୀ କଳୁଷିତା ହୋଇଥିଲା, ଏବଂ ପ୍ରତ୍ୟେକ ଦ୍ରବ୍ୟ ହରଣ କଲେ। 28 ସେଥିପାଇଁ ତା’ର ଭାଇମାନେ ସେହି ସହରରୁ ଓ କ୍ଷେତ୍ରରୁ ସମସ୍ତ ପଶୁପଲ, ମେଷ, ଛେଳି ଏବଂ ଗଧ ନେଇଗଲେ। 29 ସେହି ଲୋକମାନଙ୍କର ଯାହାସବୁ ଥିଲା ସମସ୍ତ ଏମାନେ ନେଇ ଆସିଲେ। ତା’ର ଭାଇମାନେ ଏପରିକି ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଦୀକରି ନେଇ ଆସିଲେ।
30 କିନ୍ତୁ ଯାକୁବ, ଶିମିୟୋନ ଓ ଲେବୀକୁ କହିଲେ, “ତୁମ୍ଭେମାନେ ମୋତେ ବହୁ ଅସୁବିଧାରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମୋତେ ଘୃଣା କରିବେ। ସମସ୍ତ କିଣାନୀୟ ସମସ୍ତ ପିରିଜୀୟ ସମସ୍ତ ଲୋକେ ମୋର ବିରୁଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେବେ, ତେବେ ଆମ୍ଭେ ଧ୍ୱଂସ ପାଇଯିବା। ଏବଂ ଆମ୍ଭର ସମସ୍ତ ଲୋକ ମୋ’ ସହିତ ଶେଷ ହୋଇଯିବେ।”
31 କିନ୍ତୁ ଭାଇମାନେ କହିଲେ, “ସେହି ଲୋକମାନେ ଆମ ଭଉଣୀ ପ୍ରତି ଏକ ବେଶ୍ୟା ଭଳି ବ୍ୟବହାର କରି ଠିକ୍ କରି ନାହାନ୍ତି।”
ଯାକୁବ ବୈଥେଲ୍ରେ
35 ପରମେଶ୍ୱର ଯାକୁବଙ୍କୁ କହିଲେ, “ବୈଥେଲ୍କୁ ଯାଅ, ସେଠାରେ ବାସ କର ଏବଂ ସେଠାରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଏକ ଯଜ୍ଞବେଦି ସ୍ଥାପନ କର। ଯିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାୟନ ବେଳେ ଆବିର୍ଭାବ ହୋଇଥିଲେ।”
2 ତେଣୁ ଯାକୁବ ତାଙ୍କର ପରିବାର ଓ ଦାସମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେସବୁ ବିଦେଶୀୟ ଦେବତାଗଣ ଅଛନ୍ତି ସେମାନଙ୍କୁ ଦୂର କର, ନିଜ ନିଜକୁ ଶୁଚି କର ଏବଂ ବସ୍ତ୍ର ପରିବର୍ତ୍ତନ କର। 3 ଆମ୍ଭେମାନେ ଏହି ସ୍ଥାନ ପରିତ୍ୟାଗ କରି ବୈଥେଲ୍କୁ ଯିବା। ମୁଁ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରିବି ଏବଂ ତାହା ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି ଯିଏ ମୋର ଅସୁବିଧା ସମୟରେ ମୋତେ ଦୟା କରିଛନ୍ତି, ଯେଉଁଠାକୁ ମୁଁ ଗଲି ପରମେଶ୍ୱର ମୋ’ ସହିତ ରହି ଆସିଛନ୍ତି।”
4 ତେଣୁ ସମସ୍ତ ଲୋକ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଯାକୁବଙ୍କୁ ଦେଲେ। ସେମାନେ ମଧ୍ୟ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ଯାକୁବଙ୍କୁ ଦେଲେ। ଯାକୁବ ସେଗୁଡ଼ିକ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ପୋତି ଦେଲେ।
5 ଯାକୁବ ଏବଂ ତାଙ୍କର ପରିବାର ସେହି ସ୍ଥାନ ପରିତ୍ୟାଗ କଲେ। ସେହି ନଗରର ଚତୁର୍ପାର୍ଶ୍ୱର ଲୋକମାନେ ସେମାନଙ୍କୁ ବହୁତ ଭୟ କରୁଥିଲେ। ସେହି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ୟା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ। 6 ତେଣୁ ଯାକୁବ ଏବଂ ତାଙ୍କର ଲୋକମାନେ ଯାଇ ଲୂସ୍ରେ ପହଞ୍ଚିଲେ। ଲୂସ୍ ଯାହାର ବର୍ତ୍ତମାନର ନାମ ବୈଥେଲ୍। ଏହା କିଣାନ ଦେଶରେ ଅବସ୍ଥିତ। 7 ଯାକୁବ ଯଜ୍ଞବେଦି ନିର୍ମାଣ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ “ଏଲ୍-ବୈଥେଲ୍।” ଯାକୁବ ଏପରି ନାମ ସ୍ଥିର କଲେ କାରଣ ସେହି ସ୍ଥାନରେ ପରମେଶ୍ୱର ତାଙ୍କୁ ପ୍ରଥମେ ଦେଖା ଦେଇଥିଲେ। ଯେତେବେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ।
8 ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁ ହେଲା ଏବଂ ତାକୁ ବୈଥେଲ୍ର ଅଧସ୍ଥିତ ଅଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସେହି ସ୍ଥାନର ନାମ ଅଲୋନ-ବାଖୁତ୍ [b] ହେଲା।
ଯାକୁବଙ୍କର ନୂତନ ନାମ
9 ଯେତେବେଳେ ଯାକୁବ ପଦ୍ଦନ୍-ଅରାମକୁ ଫେରିଲେ ପରମେଶ୍ୱର ତାଙ୍କୁ ପୁନର୍ବାର ଦେଖା ଦେଲେ। ପରମେଶ୍ୱର ଯାକୁବଙ୍କୁ ଆଶୀର୍ବାଦ କଲେ। 10 ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସେହି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡକା ଯିବ ନାହିଁ। ତୁମ୍ଭର ନୂତନ ନାମ ଇସ୍ରାଏଲ ହେବ।” ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।
11 ପରମେଶ୍ୱର ତାଙ୍କୁ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭର ପରିବାର ବହୁତ ବଡ଼ ହେବ। ତୁମ୍ଭର ପରିବାରରୁ ଅନେକ ଜାତିଗଣ ହେବ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ। 12 ଆମ୍ଭେ ଅବ୍ରହାମ ଓ ଇସ୍ହାକଙ୍କୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟଦ୍ ବଂଶଧରକୁ ଦେବା।” 13 ଏହା ପରେ ପରମେଶ୍ୱର ସେହି ସ୍ଥାନ ଛାଡ଼ିଲେ। 14 ଯାକୁବ ସେଠାରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସେଠାରେ ପେୟନୈବେଦ୍ୟ ଓ ତୈଳ ଢାଳିଲେ। 15 ସେ ସେହି ସ୍ଥାନର ନାମ ବୈଥେଲ୍ ରଖିଲେ। କାରଣ ଏହି ସ୍ଥାନରେ ପରମେଶ୍ୱର ତାଙ୍କ ସହିତ କଥା ହୋଇଥିଲେ।
ରାହେଲ ଛୁଆ ଜନ୍ମ କରି ମଲେ
16 ଯାକୁବ ଏବଂ ତାଙ୍କର ଦଳ ବୈଥେଲ୍ ଛାଡ଼ିଲେ, ସେମାନେ ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବେଦନା ହେଲା ଏବଂ ତା’ର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା। 17 ପ୍ରସବ ବେଦନା ଅତିଶୟ କଷ୍ଟ ହେବାରୁ ଧାତ୍ରୀ ତାହାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।”
18 ରାହେଲ ପୁତ୍ର ସନ୍ତାନ ଜନ୍ମ ଦେଇ ମଲେ। ମଲା ପୂର୍ବରୁ ରାହେଲ ସେହି ସନ୍ତାନର ନାମ ଦେଇଥିଲେ, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ୟାମିନ୍।
19 ଇଫ୍ରାଥା ଯିବା ପରେ ତାହା ବୈଥ୍ଲେହମ ନିକଟରେ ରାହେଲକୁ କବର ଦିଆଗଲା। 20 ରାହେଲର କବର ସ୍ଥାନରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ରାହେଲର କବରକୁ ଚିହ୍ନାଏ। 21 ଏହା ପରେ ଇସ୍ରାଏଲ ସେଠାରୁ ଯାତ୍ରା କଲେ। ସେ ଏଦର ଗଡ଼ ପାର ହୋଇ ତହିଁ ନିକଟରେ ଛାଉଣି ପକାଇଲେ।
22 ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ।
ଇସ୍ରାଏଲର ପରିବାର
ଇସ୍ରାଏଲର ବାରଟି ପୁତ୍ର ଥିଲେ।
23 ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର। ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଓ ସବୂଲୂନ ଏମାନେ ଲେୟାର ସନ୍ତାନ।
24 ଯୋଷେଫ୍ ଓ ବିନ୍ୟାମିନ୍ ରାହେଲର ସନ୍ତାନ।
25 ଦାନ ଓ ନପ୍ତାଲି ରାହେଲର ଦାସୀ ବିଲହାର ସନ୍ତାନ।
26 ଗାଦ୍ ଓ ଆଶେର ଲେୟାର ଦାସୀ ସିଳ୍ପାର ପୁତ୍ରଗଣ।
ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍ ଅରାମଠାରେ ଜନ୍ମିଥିଲେ।
27 ଏହା ପରେ ସେ କିରିୟଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇସ୍ହାକ ନିକଟରେ ଉପସ୍ଥିତ ହେଲେ। 28 ଇସ୍ହାକ 180 ବର୍ଷ ବଞ୍ଚିଲେ। 29 ଏହା ପରେ ଇସ୍ହାକ ଦୁର୍ବଳ ହୋଇ ମୃତ୍ୟୁବରଣ କଲେ। ଇସ୍ହାକ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ ଏବଂ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କର ପିତାଙ୍କ ନିକଟରେ କବର ଦେଲେ।
ଯୀଶୁ ପ୍ରେରିତ [a] ମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର ପାଇଁ ପଠାଇଲେ(A)
10 ଯୀଶୁ ତାହାଙ୍କର ବାରଜଣ ଶିଷ୍ୟଙ୍କୁ ପାଖକୁ ଡକାଇଲେ। ସେ ଭୂତମାନଙ୍କୁ ତଡ଼ିଦେବା ପାଇଁ ଓ ସବୁ ପ୍ରକାର ରୋଗ ଏବଂ ଅସୁସ୍ଥତା ଭଲ କରିଦେବା ପାଇଁ ଶିଷ୍ୟମାନଙ୍କୁ ଶକ୍ତି ପ୍ରଦାନ କଲେ। 2 ସେହି ବାରଜଣ ଶିଷ୍ୟଙ୍କ ନାମ ଏହିଭଳି:
ଶିମୋନ (ଯାହାଙ୍କୁ ପିତର ବୋଲି କୁହାଯାଏ),
ତାହାଙ୍କ ଭାଇ ଆନ୍ଦ୍ରିୟ,
ଜେବଦୀଙ୍କ ପୁଅ ଯାକୁବ
ଓ ତାହାଙ୍କ ଭାଇ ଯୋହନ।
3 ଫିଲିପ୍ପ ଓ
ବାର୍ଥଲମି,
ଥୋମା ଓ
କରଆଦାୟକାରୀ ମାଥିଉ,
ଆଲଫିଙ୍କ ପୁତ୍ର ଯାକୁବ ଓ
ଥଦ୍ଦୀୟ,
4 ଉଦ୍ଯୋଗୀ ଶିମୋନ ଓ
ଇଷ୍କାରିୟୋତ ଯିହୂଦା। ଏହି ଇଷ୍କାରିୟୋତ ଯିହୂଦା ପରେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲା।
5 ଏହି ବାରଜଣ ଶିଷ୍ୟଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: “କୌଣସି ଅଣଯିହୂଦୀ ଅଞ୍ଚଳକୁ ଯିବ ନାହିଁ କି ଶମିରୋଣର କୌଣସି ନଗରରେ ପ୍ରବେଶ କରିବ ନାହିଁ। 6 ବରଂ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯିବ। ସେମାନେ ହଜିଯାଇଥିବା ମେଷ ଭଳି। 7 ତୁମ୍ଭେମାନେ ପ୍ରଗ୍ଭର କର, ‘ସ୍ୱର୍ଗରାଜ୍ୟ ନିକଟ ହୋଇ ଗଲାଣି।’ 8 ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁନର୍ଜୀବିତ କର, କୁଷ୍ଠରୋଗ ସୁସ୍ଥ କର, ଭୂତମାନଙ୍କୁ ତଡ଼ିଦିଅ। ତୁମ୍ଭେ ବିନାମୂଲ୍ୟରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନାମୂଲ୍ୟରେ ଦାନ କର। 9 ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗରେ ସୁନା, ରୂପା କିମ୍ବା ତମ୍ବା ନିଅ ନାହିଁ। 10 ଯାତ୍ରା ବେଳେ ଝୁଲା ନିଅ ନାହିଁ। ପିନ୍ଧିଥିବା ପୋଷାକ ଓ ଜୋତା ଛଡ଼ା ଅଧିକା ପୋଷାକ ବା ଜୋତା କି ବାଡ଼ି ନିଅ ନାହିଁ। ଜଣେ ସେବକ କେବଳ ନିହାତି ଆବଶ୍ୟକୀୟ ପଦାର୍ଥ ନେବା ଉଚିତ୍।
11 “କୌଣସି ନଗର ବା ଗାଁରେ ପ୍ରବେଶ କଲାବେଳେ ସେଠାରେ ଯୋଗ୍ୟ ଲୋକଟିକୁ ବାଛି ବାହାର କର। ସେହି ନଗର ବା ଗାଁ ନ ଛାଡ଼ିବା ପର୍ଯ୍ୟନ୍ତ ସେହି ସ୍ଥାନରେ ରୁହ। 12 କୌଣସି ଘରେ ପ୍ରବେଶ କଲାବେଳେ ସେହି ପରିବାରରେ ଲୋକଙ୍କୁ ‘ତୁମ୍ଭ ପ୍ରତି ଶାନ୍ତି ହେଉ’ ବୋଲି କହି ଆଶୀର୍ବାଦ କର। ଯଦି ସେ ପରିବାରର ଲୋକେ ଯୋଗ୍ୟ, ତେବେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତି ରହିବ। 13 ଯଦି ସେ ପରିବାର ଲୋକେ ଅଯୋଗ୍ୟ ତେବେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫେରି ଆସିବ। 14 ଯଦି କେହିହେଲେ ତୁମ୍ଭର ସ୍ୱାଗତ କରୁ ନାହାନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାନ୍ତି, ତେବେ ସେ ଘର ବା ନଗର ଛାଡ଼ିଦିଅ। ତୁମ୍ଭ ପାଦରେ ଲାଗିଥିବା ଧୂଳି ମଧ୍ୟ ସେହିଠାରେ ଝାଡ଼ିଦିଅ। 15 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ଦିନ ନ୍ୟାୟ ହେବ, ସେ ଦିନ ସେହି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ହମୋରା [b] ନଗରର ଲୋକଙ୍କ ଅବସ୍ଥା ଅପେକ୍ଷା ଅଧିକ ଖରାପ ହେବ।
ନିଜ ଶିଷ୍ୟମାନଙ୍କୁ ଯୀଶୁଙ୍କ ଚେତାବନୀ(B)
16 “ସାବଧାନ, ଗଧିଆମାନଙ୍କ ଭିତରେ ମେଷମାନଙ୍କୁ ଛାଡ଼ିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ, କପୋତ ଭଳି ନିରୀହ ହୁଅ। 17 କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସେମାନେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଗ୍ଭରାଳୟ ହାତରେ ଦେଇଦେବେ ଓ ତାହାଙ୍କର ପ୍ରାର୍ଥନାଗୃହରେ ତୁମ୍ଭକୁ ଛାଟରେ ପିଟିବେ। 18 ତୁମ୍ଭେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆଯିବ। ଅଣଯିହୂଦୀ ତଥା ସେମାନଙ୍କ ଆଗରେ ତୁମ୍ଭେ ମୋ’ ବିଷୟରେ ସାକ୍ଷୀ ହେବ। 19 ସେମାନେ ତୁମ୍ଭକୁ ବାନ୍ଧି ନେବା ବେଳେ କ’ଣ କହିବ ଓ କିପରି କହିବ, ସେ ବିଷୟରେ ଚିନ୍ତାକରି କିଛି ବ୍ୟସ୍ତ ହୁଅ ନାହିଁ। କାରଣ ତୁମ୍ଭକୁ ସେତେବେଳେ କ’ଣ କହିବାକୁ ହେବ ତାହା ଜଣେଇ ଦିଆଯିବ। 20 ମନେରଖ, କହିବା ଲୋକ କେବେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।
2010 by World Bible Translation Center