ମାର୍କ ଲିଖିତ ସୁସମାଗ୍ଭର 13:9-13
Odia Holy Bible: Easy-to-Read Version
9 “ତୁମ୍ଭେମାନେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଗ୍ଭରାଳୟରେ ସମର୍ପି ଦେବେ। ସେମାନେ ତୁମ୍ଭମାନଙ୍କୁ ସେମାନଙ୍କର ସମାଜଗୃହଗୁଡ଼ିକରେ ପିଟିବେ। ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗରେ ଠିଆ ହେବାକୁ ବାଧ୍ୟ କରାଯିବ। ତୁମ୍ଭେମାନେ ମୋ’ ବିଷୟରେ ପ୍ରମାଣ ଦେବ। 10 କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ସବୁ ଜାତିର ଲୋକଙ୍କଠାରେ ସୁସମାଗ୍ଭର[a] ପ୍ରକାଶ୍ୟରେ ପ୍ରଗ୍ଭରିତ କରାହେବ। 11 ସେମାନେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜେରା କରିବେ। ସେମାନେ ତୁମ୍ଭମାନଙ୍କୁ ବିଗ୍ଭର ପାଇଁ ଯଦି ନିଅନ୍ତି, ତେବେ ତୁମ୍ଭେ ସେଠାରେ କ’ଣ କହିବ, ସେ ବିଷୟରେ ଆଗରୁ କେବେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ୱର ଯାହାକିଛି କହିବା ପାଇଁ ଦେବେ, ତୁମ୍ଭେ ତାହା କହିବ, କାରଣ ସେତେବେଳେ ପ୍ରକୃତରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ରଆତ୍ମା କଥା କହିବେ।
12 “ଭାଇ, ଭାଇକୁ ମରଣ ମୁଖକୁ ଠେଲି ଦେବ। ବାପା ତା’ ସନ୍ତାନକୁ ମରିବା ପାଇଁ ଦେଇ ଦେବ। ପିଲାମାନେ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ସେମାନଙ୍କୁ ମାରି ଦେବେ। 13 ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଦୃଢ଼ ହୋଇ ରହିବ, ସେ ରକ୍ଷା ପାଇବ।
Read full chapterFootnotes
- ମାର୍କ ଲିଖିତ ସୁସମାଗ୍ଭର 13:10 ସୁସମାଗ୍ଭର ସୁସମାଗ୍ଭରର ଅଭିପ୍ରାୟ ହେଉଛି, ପରମେଶ୍ୱର ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୋଟିଏ ମାର୍ଗ ପ୍ରସ୍ତୁତ କରିଛନ୍ତି ଏହା ଲୋକମାନଙ୍କୁ ଜଣାଇବା। ତାହା ଦ୍ୱାରା ଲୋକମାନଙ୍କୁ ସେମାନଙ୍କ ପାପ ପାଇଁ କ୍ଷମା ମିଳିବ ଏବଂ ସେମାନେ ପରମେଶ୍ୱରଙ୍କ ସହିତ ରହିବେ। ଯେଉଁ ଲୋକ ଏହି ମୃତ୍ୟୁକୁ ସ୍ୱୀକାର କରେ, ପରମେଶ୍ୱର ମଧ୍ୟ ତାକୁ ସ୍ୱୀକାର କରନ୍ତି।
2010 by Bible League International