ମାର୍କ ଲିଖିତ ସୁସମାଗ୍ଭର 6:14-29
Odia Holy Bible: Easy-to-Read Version
ହେରୋଦ ଭାବନ୍ତି ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ
(ମାଥିଉ 14:1-12; ଲୂକ 9:7-9)
14 ରାଜା ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ୟାତି ଗ୍ଭରିଆଡ଼େ ବ୍ୟାପି ଯାଇଥିଲା। କେତେକ ଲୋକ କହୁଥିଲେ, “ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ଯ୍ୟକାର୍ଯ୍ୟ କରି ପାରୁଛନ୍ତି।”
15 ଅନ୍ୟମାନେ କହୁଥିଲେ, “ସେ ହେଉଛନ୍ତି ଏଲିୟ।”
ଆଉ କେତେକ କହୁଥିଲେ, “ଯୀଶୁ ହେଉଛନ୍ତି ଭବିଷ୍ୟଦ୍ବକ୍ତା, ପ୍ରାଚୀନ କାଳର ଭବିଷ୍ୟଦ୍ବକ୍ତାଙ୍କ ଭଳି ସେ ମଧ୍ୟ ଜଣେ ଭବିଷ୍ୟଦ୍ବକ୍ତା।”
16 ହେରୋଦ ଯୀଶୁଙ୍କ ବିଷୟରେ ଏସବୁ ଶୁଣିଲେ। ସେ କହିଲେ, “ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ୟା କରିଛି। ବର୍ତ୍ତମାନ ଯୋହନ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛନ୍ତି।”
ବାପ୍ତିଜକ ଯୋହନ କିପରି ହତ୍ୟା ହେଲେ
17 ନିଜେ ହେରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ। ଯୋହନଙ୍କୁ କାରାଗାରରେ ରଖାଯାଇଥିଲା। ହେରୋଦ ତାହାଙ୍କ ସ୍ତ୍ରୀ ହେରୋଦିଆଙ୍କୁ ଖୁସୀ କରିବା ପାଇଁ ଏହା କରିଥିଲେ। ପ୍ରଥମେ ହେରୋଦିଆ ହେରୋଦଙ୍କ ଭାଇ ଫିଲିପ୍ପଙ୍କ ସ୍ତ୍ରୀ ଥିଲେ। ପରେ ହେରୋଦ ତାହାଙ୍କୁ ବିବାହ କରିଥିଲେ। 18 ଯୋହନ ହେରୋଦଙ୍କୁ କହିଥିଲେ, “ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।” 19 ତେଣୁ ହେରୋଦିଆ ଯୋହନଙ୍କୁ ଶତ୍ରୁ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ୟା କରିବାକୁ ଗ୍ଭହୁଁଥିଲେ। କିନ୍ତୁ ସେ ଏଥିପାଇଁ ହେରୋଦଙ୍କୁ ପ୍ରବର୍ତ୍ତାଇବାରେ ଅସଫଳ ହୋଇଥିଲେ। 20 ହେରୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହେରୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହେରୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ ହେରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।
21 କିଛି ଦିନ ପରେ ହେରୋଦଙ୍କ ଜନ୍ମ ଦିନରେ ଯୋହନଙ୍କ ମୃତ୍ୟୁ ଘଟାଇବା ପାଇଁ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସେନାପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ହେରୋଦ ରାତ୍ରି ସମୟରେ ଭୋଜି ଦେଉଥା’ନ୍ତି। 22 ହେରୋଦିଆଙ୍କ ଝିଅ ଭିତରକୁ ଆସି ନାଚିଲା। ତା’ ନାଚରେ ଅତିଥିଗଣ ଓ ନିଜେ ହେରୋଦ ବହୁତ ଖୁସୀ ହେଲେ।
ହେରୋଦ ଝିଅକୁ କହିଲେ, “ତୋର ଯାହା ଦରକାର ମୋତେ ମାଗ। ମୁଁ ତୋତେ ତାହା ଦେବି।” 23 ହେରୋଦ ଶପଥ ପୂର୍ବକ ମଧ୍ୟ କହିଲେ, “ତୁ ଯାହା ମାଗିବୁ ମୁଁ ତୋତେ ତାହା ଦେବି। ଏପରିକି ମୁଁ ମୋ’ ରାଜ୍ୟର ଅଧା ଭାଗ ତୋତେ ଦେଇପାରେ।”
24 ଝିଅଟି ତା’ ମା ପାଖକୁ ଯାଇ ପଗ୍ଭରିଲା, “ରାଜା ହେରୋଦଙ୍କୁ ମୁଁ କ’ଣ ମାଗିବି?”
ତା’ ମା କହିଲେ, “ବାପ୍ତିଜକ ଯୋହନଙ୍କ ମୁଣ୍ଡ ମାଗ।”
25 ଝିଅଟି ଅତି ଶୀଘ୍ର ରାଜାଙ୍କ ପାଖକୁ ଗ୍ଭଲିଗଲା। ସେ ରାଜାଙ୍କୁ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ରଖି ବର୍ତ୍ତମାନ ଦିଅ।”
26 ରାଜା ହେରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦେବାକୁ ଶପଥ କରି ସାରିଥିଲେ। ସେଠାରେ ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ହେରୋଦଙ୍କ ଶପଥ ବିଷୟରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦେବା ପାଇଁ ହେରୋଦ ମନା କରିବାକୁ ଇଚ୍ଛା କଲେ ନାହିଁ। 27 ଏଣୁ ରାଜା ଯୋହନଙ୍କ ମୁଣ୍ଡ ନେଇ ଆସିବାକୁ ଆଜ୍ଞା ଦେଇ ତୁରନ୍ତ ଜଣେ ସୈନ୍ୟକୁ ପଠାଇଲେ। ସେ ଯାଇ କାରାଗାରରେ ଯୋହନଙ୍କ ମୁଣ୍ଡ କାଟିଦେଲା। 28 ଯୋହନଙ୍କ ସେହି ମୁଣ୍ଡ ସେ ଗୋଟିଏ ଥାଳିରେ ଆଣି ଝିଅକୁ ତାହା ଦେଲା। ସେ ଝିଅ ସେହି ମୁଣ୍ଡ ନେଇ ତା’ ମାକୁ ଦେଲା। 29 ଏହିସବୁ ଘଟଣା ଯୋହନଙ୍କ ଶିଷ୍ୟମାନେ ଶୁଣିଲେ। ସେମାନେ ଆସି ଯୋହନଙ୍କ ମୃତ ଶରୀରକୁ ନେଇ କବର ଦେଲେ।
Read full chapter2010 by Bible League International