ମାଥିଉ ଲିଖିତ ସୁସମାଗ୍ଭର 14:1-12
Odia Holy Bible: Easy-to-Read Version
ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ
(ମାର୍କ 6:14-29; ଲୂକ 9:7-9)
14 ସେହି ସମୟରେ ଯୀଶୁଙ୍କ ବିଷୟରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହେରୋଦ ଶୁଣିଲେ। 2 ସେ ତାହାଙ୍କ ଗ୍ଭକରମାନଙ୍କୁ କହିଲେ, “ଏହି ବ୍ୟକ୍ତି ପ୍ରକୃତରେ ବାପ୍ତିଜକ ଯୋହନ। ସେ ନିଶ୍ଚୟ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛି, ସେଥିପାଇଁ ଏହି ଶକ୍ତି ଏହା ପାଖରେ କାମ କରୁଛି ଓ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହେଉଛି।”
ବାପ୍ତିଜକ ଯୋହନଙ୍କୁ କିପରି ହତ୍ୟା କରାଗଲା
3 ଏହି ସମୟ ପୂର୍ବରୁ ହେରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳିରେ ବାନ୍ଧି କାରାଗାରରେ ନିକ୍ଷେପ କରିଥିଲେ। ସେ ହେରୋଦିଆଙ୍କ ଅନୁରୋଧକ୍ରମେ ଏ କଥା କରିଥିଲେ। ହେରୋଦିଆ ହେରୋଦଙ୍କ ଭାଇ ଫିଲିପ୍ପଙ୍କ ସ୍ତ୍ରୀ ଥିଲେ। 4 ହେରୋଦ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର ହେରୋଦଙ୍କୁ କହୁଥିଲେ, “ତୁମ୍ଭେ ହେରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠିକ୍ କାମ ନୁହେଁ।” 5 ତେଣୁ ହେରୋଦ ଯୋହନଙ୍କୁ ମାରିଦେବାକୁ ଗ୍ଭହିଁଲେ, କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ୟଦ୍ବକ୍ତା ବୋଲି ବିଶ୍ୱାସ କରୁଥିଲେ।
6 ହେରୋଦଙ୍କ ଜନ୍ମଦିନ ଅବସରରେ ହେରୋଦିଆଙ୍କ ଝିଅ, ହେରୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗରେ ନାଚିଲା। ଏଥିରେ ହେରୋଦ ବହୁତ ମୁଗ୍ଧ ହୋଇଗଲେ। 7 ତେଣୁ ସେ ଶପଥ ପୂର୍ବକ ହେରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, “ତୁମ୍ଭେ ଯାହାକିଛି ମାଗିବ, ତାହା ତୁମ୍ଭକୁ ଦିଆଯିବ।” 8 ହେରୋଦିଆଙ୍କ ପ୍ରରୋଚନାରେ ଝିଅ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ଆଣି ଏହିଠାରେ ଦିଅନ୍ତୁ।”
9 ଏହା ଶୁଣି ହେରୋଦ ବହୁତ ଦୁଃଖୀ ହେଲେ। କିନ୍ତୁ ସେ ଶପଥ କରି ସାରିଥିଲେ, ଯେ ଝିଅ ଯାହା ମାଗିବ ତାହା ତାକୁ ସେ ଦେବେ। ତା’ ଛଡ଼ା ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ଶପଥ ଶୁଣିଥିଲେ। ତେଣୁ ହେରୋଦ ଝିଅକୁ ଯାହାକିଛି ସେ ମାଗିଥିଲେ ତାହା ଦେବା ପାଇଁ ଆଦେଶ ଦେଲେ। 10 ସେ କାରାଗାରରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ। 11 ତା'ପରେ ଗୋଟିଏ ଥାଳିରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦେଇ ଦିଆଗଲା। ଝିଅ କଟାମୁଣ୍ଡ ତା'ର ମା ହେରୋଦିଆଙ୍କ ପାଖକୁ ନେଇଗଲା। 12 ଯୋହନଙ୍କ ଶିଷ୍ୟମାନେ ଆସି ଯୋହନଙ୍କ ମୃତଦେହ ନେଇଯାଇ ସମାଧି ଦେଲେ। ତା'ପରେ ସେମାନେ ଯୀଶୁଙ୍କ ପାଖକୁ ଯାଇ ସବୁକଥା କହିଲେ।
Read full chapter2010 by Bible League International