Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ମଲାଖି ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1-4

ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରମେଶ୍ୱର ମଲାଖିକୁ ନିଯୁକ୍ତ କରିଥିଲେ।

ପରମେଶ୍ୱର ଇସ୍ରାଏଲକୁ ପ୍ରେମ କରନ୍ତି

ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ରେମ କରିଅଛୁ।”

ମାତ୍ର ତୁମ୍ଭେମାନେ କହିଲ, “ତୁମ୍ଭେ କିପରି ଆମ୍ଭଙ୍କୁ ତୁମ୍ଭର ପ୍ରେମ ଦେଖାଇଛ?”

ସଦାପ୍ରଭୁ କହିଲେ, “ଏଷୌ କ’ଣ ଯାକୁବର ଭାଇ ନୁହେଁ? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ। ଆମ୍ଭେ ଏଷୌକୁ ଘୃଣା କଲୁ। ଆମ୍ଭେ ଏଷୌର ପର୍ବତଗୁଡ଼ିକୁ ଧ୍ୱଂସ କଲୁ। ଏଷୌର ମାତୃଭୂମି ଧ୍ୱଂସ ପାଇଲା ଏବଂ ସେଠାରେ କେବଳ ଶୃଗାଳ ବାସ କରିଲେ।”

ଇଦୋମର ଲୋକମାନେ କହିବେ, “ଆମ୍ଭେମାନେ ନିପାତିତ ହୋଇଥିଲୁ ମାତ୍ର ଆମ୍ଭେମାନେ ଆମ୍ଭର ବିଧ୍ୱସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।”

ମାତ୍ର ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଯଦି ସେମାନେ ସେହି ନଗରୀଗୁଡ଼ିକୁ ପୁଣି ନିର୍ମାଣ କରିବେ, ଆମ୍ଭେ ପୁଣି ତାକୁ ଧ୍ୱଂସ କରିବା।” ସେଥିପାଇଁ ଲୋକେ କୁହନ୍ତି, ଇଦୋମ ଏକ ଦୁଷ୍ଟ ଦେଶ, ଯାହାର ଲୋକମାନଙ୍କୁ ସଦାପ୍ରଭୁ ଚିରକାଳ ପାଇଁ ଅଭିଶାପ ଦେଇଛନ୍ତି।

ତୁମ୍ଭେମାନେ ଏହିସବୁ ଦେଖିବ ଓ କହିବ, “ସଦାପ୍ରଭୁ ଇସ୍ରାଏଲର ବାହାରେ ମଧ୍ୟ ମହିମାନ୍ୱିତ ହୁଅନ୍ତୁ।”

ଲୋକମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି ନାହିଁ

ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, “ପିଲାମାନେ ସେମାନଙ୍କର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସେମାନଙ୍କର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁ ନାହଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ୟ ମନୋଭାବ ଦେଖାଉଛ।

“କିନ୍ତୁ ତୁମ୍ଭେମାନେ ପଗ୍ଭର, ‘ଆମ୍ଭେମାନେ କିପରି ତୁମ୍ଭର ନାମକୁ ତାଚ୍ଛଲ୍ୟ ମନୋଭାବ ଦେଖାଇଛୁ?’

ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦି ଉପରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।

“ତଥାପି ତୁମ୍ଭେମାନେ କହୁଛ, ‘ଆମ୍ଭେମାନେ କ’ଣ ଖାଦ୍ୟକୁ ଅଶୁଚି କରୁଛୁ?’

ସଦାପ୍ରଭୁ ଉତ୍ତର ଦେଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦିକୁ ଅସମ୍ମାନ କରୁଛ। ତୁମ୍ଭେମାନେ ଯଜ୍ଞବେଦି ନିମନ୍ତେ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ’ଣ ଭୁଲ୍ ନୁହେଁ? ତୁମ୍ଭେମାନେ ଯେଉଁ ଛୋଟା ଓ ରୋଗୀ ପଶୁଗୁଡ଼ିକୁ ଉତ୍ସର୍ଗ କରୁଛ ତାହା ମଧ୍ୟ ଭୁଲ୍ ନୁହେଁ କି? ତୁମ୍ଭେମାନେ ଯଦି ସେହି ଭେଟି ତୁମ୍ଭମାନଙ୍କର ଶାସକକୁ ଦିଅ, ସେ କ’ଣ ସନ୍ତୁଷ୍ଟ ହେବେ? ନା, ସେ କେବେହେଲେ ସେ ଭେଟି ଗ୍ରହଣ କରିବେ ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

“ହେ ଯାଜକଗଣ, ସଦାପ୍ରଭୁଙ୍କୁ ପ୍ରାର୍ଥନା କର ଯେପରି ଆମ ପ୍ରତି ଦୟାଳୁ ହେବେ। ଏହା ତୁମ୍ଭର ଭୁଲ୍ ଯୋଗୁଁ ହୋଇଛି। ସେ କାହିଁକି ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ?” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଥିଲେ।

10 “ଆମ୍ଭେ ଇଚ୍ଛାକରୁ, ତୁମ୍ଭର କେହି ଯାଜକ ଦ୍ୱାର ବନ୍ଦ କରିଦିଅନ୍ତୁ। ତା’ହେଲେ ତୁମ୍ଭେ ମୋର ବେଦିରେ ଅନୁପଯୋଗୀ ଅଗ୍ନି ଜଳାଇ ପାରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠାରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନୈବେଦ୍ୟ ଗ୍ରହଣ କରିବୁ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।

11 “ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ୱ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନରେ ପବିତ୍ର ନୈବେଦ୍ୟ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶରେ ମହାନ ଅଟେ।” ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।

12 “ମାତ୍ର, ତୁମ୍ଭେମାନେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭେମାନେ କହୁଛ ସଦାପ୍ରଭୁଙ୍କର ଯଜ୍ଞବେଦି ଅପବିତ୍ର। 13 ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହେବ ନାହିଁ ଏବଂ ତୁମ୍ଭେ ଯଜ୍ଞବେଦିରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ୟ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ୟାଗ କରୁଛ, ଆଉ ମଧ୍ୟ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ୟ ନୁହେଁ। ତା’ପରେ ତୁମ୍ଭେମାନେ ଆହତ, ଛୋଟା ଓ ରୁ‌ଗ୍‌ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସେହି ରୁ‌ଗ୍‌ଣ ପଶୁଗୁଡ଼ିକୁ ଆମ୍ଭେ ଗ୍ରହଣ କରିବା ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ। 14 “କେତେକ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦେବା ପାଇଁ, କିନ୍ତୁ ଶେଷରେ ସେମାନେ ରୁ‌ଗ୍‌ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସେମାନେ ଅଭିଶପ୍ତ ହେବେ। ଆମ୍ଭେ ଜଣେ ମହାନ ରାଜା ଅଟୁ। ଆମ୍ଭକୁ ତୁମ୍ଭେମାନେ ସମ୍ମାନ କରିବା ଉଚିତ୍ ଓ ସମଗ୍ର ବିଶ୍ୱ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

ଯାଜକମାନଙ୍କ ପାଇଁ ବିଧିମାନ

“ହେ ଯାଜକଗଣ, ଏହି ବିଧି ତୁମ୍ଭମାନଙ୍କ ପାଇଁ। ଯଦି ତୁମ୍ଭେମାନେ ଧ୍ୟାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦେବା ପାଇଁ, ଗୁରୁତ୍ୱ ନ ଦିଅ ତେବେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡ଼ିକ ଅଭିଶାପରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭେମାନେ ଆମ୍ଭର ନାମକୁ ଗୌରବ ଦେବା ବିଷୟରେ ଗମ୍ଭୀର ନୁହଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ।

“ଦେଖ, ଆମ୍ଭେ ତୁମ୍ଭମାନଙ୍କର ବଂଶଧରମାନଙ୍କୁ ଦଣ୍ତ ଦେବା। ଛୁଟିଦିନମାନଙ୍କରେ ତୁମ୍ଭମାନଙ୍କର ଯାଜକଗଣ ଆମ୍ଭକୁ ବିଳିଦାନ ଅର୍ପଣ କରିବେ। ମାତ୍ର ତୁମ୍ଭେମାନେ ମୃତ ପ୍ରାଣୀମାନଙ୍କର ଯେଉଁ ଗୋବର ବାହାରକୁ ଫିଙ୍ଗିଦିଅ, ଆମ୍ଭେ ସେହି ଗୋବରକୁ ନେଇ ତୁମ୍ଭମାନଙ୍କ ମୁହଁରେ ପକାଇବା ଓ ତୁମ୍ଭମାନଙ୍କୁ ସେହି ଗୋବର ସହିତ ଫିଙ୍ଗି ଦେବା। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍ଭେ ଏହା କଲୁ ଯାହାଦ୍ୱାରା ଲେବୀମାନଙ୍କ ସହିତ ଆମ୍ଭର ନିୟମ ଗ୍ଭଲୁ ରହିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।

“ଆମ୍ଭେ ଲେବୀ ସହିତ ଚୁକ୍ତି କରିଥିଲୁ ତାକୁ ଜୀବନ ଓ ଶାନ୍ତି ଦେବା ପାଇଁ ଏବଂ ଆମ୍ଭେ ଆପଣା ଶପଥ ରଖିଥିଲୁ। ସେ ଆମ୍ଭକୁ ସମ୍ମାନ ଓ ଭୟ କରୁଥିଲା ଏବଂ ଆମ୍ଭ ନାମକୁ ଭକ୍ତି କରୁଥିଲା। ଲେବୀ ସତ୍ୟବାଣୀ ପ୍ରଗ୍ଭର କରୁଥିଲା ଏବଂ ସେ ମିଥ୍ୟା ଶିକ୍ଷା ଦେଉନ ଥିଲା। ସେ ଧାର୍ମିକ ଏବଂ ବିଶ୍ୱସ୍ତତାର ସମ୍ବନ୍ଧ ଆମ୍ଭ ସହିତ ରଖୁଥିଲା। ସେ ବହୁତ ଲୋକମାନଙ୍କୁ ସେମାନଙ୍କ ଜୀବନର ପାପପୂର୍ଣ୍ଣ ପଥରୁ ବିମୂଖ କରୁଥିଲା। ଜଣେ ଯାଜକ ପରମେଶ୍ୱରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ଯାଇ ପରମେଶ୍ୱରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।

“ମାତ୍ର ତୁମ୍ଭେ ଯାଜକଗଣ ଆମ୍ଭ ପଥରୁ ବିମୁଖ ହୋଇଛ ଏବଂ ତୁମ୍ଭେମାନେ ବହୁତ ଲୋକମାନଙ୍କୁ ଭୁଲ୍ ପଥରେ ଯିବା ପାଇଁ ଶିଖାଇଲ। ତୁମ୍ଭେମାନେ ଲେବୀଙ୍କ ସହିତ ହୋଇଥିବା ଚୁକ୍ତିକୁ ଲଙ୍ଘନ କଲ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଥିଲେ। “ତୁମ୍ଭେମାନେ ଆମ୍ଭର ପଥ ଅନୁସରଣ କରି ନାହଁ। ତୁମ୍ଭେ ଆମ୍ଭର ଶିକ୍ଷାଦ୍ୱାରା ପକ୍ଷପାତିତା ଦେଖାଇଛ। ତେଣୁ ସମସ୍ତ ଲୋକମାନଙ୍କ ଆଗରେ ଆମ୍ଭେ ତୁମ୍ଭମାନଙ୍କୁ ଘୃଣିତ ଓ ଅପମାନିତ କରାଇବା।”

ଯିହୁଦା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା

10 ପରମେଶ୍ୱର ଆମ୍ଭ ସମସ୍ତଙ୍କର ପିତା ଓ ଆମ୍ଭ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ତେଣୁ କାହିଁକି ଆମ୍ଭ ମଧ୍ୟରୁ କେହି ଜଣେ ଅନ୍ୟ ଜଣକୁ ପ୍ରତାରଣା କରୁଛି? କାହିଁକି ଆମ୍ଭେମାନେ ଜଣେ ଅନ୍ୟ ଜଣ ପ୍ରତି ଅବିଶ୍ୱସ୍ତ? କାହିଁକି ପରମେଶ୍ୱର ଯେଉଁ ଚୁକ୍ତି ଆମ୍ଭ ପୂର୍ବପୁରୁଷଙ୍କ ସହିତ କରିଥିଲେ, ଆମ୍ଭେମାନେ ତାହା ଭାଙ୍ଗୁଛୁ? 11 ଯିହୁଦାର ଲୋକମାନେ ଅବିଶ୍ୱସ୍ତ ଥିଲେ। ଯିରୁଶାଲମ ଓ ଇସ୍ରାଏଲର ଲୋକମାନେ ବହୁତ ଘୃଣିତ କାର୍ଯ୍ୟ କରିଛନ୍ତି। ପରମେଶ୍ୱର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସେମାନେ ବିଦେଶୀ ଦେବତାର କନ୍ୟାକୁ ବିବାହ କଲେ। 12 ସଦାପ୍ରଭୁ ଯାକୁବ ପରିବାରରୁ ସେହି ଲୋକମାନଙ୍କୁ ବିତାଡ଼ିତ କରିବେ। ସେହି ଲୋକମାନେ ଯଦିଓ ସଦାପ୍ରଭୁଙ୍କୁ ଭେଟି ଅର୍ପଣ କରନ୍ତି, ତାହା କିଛି ଫଳ ହେବ ନାହିଁ ଏବଂ ସଦାପ୍ରଭୁ କେବେହେଲେ ସନ୍ତୁଷ୍ଟ ହେବେ ନାହିଁ। 13 ଏପରିକି ଯଦି ତୁମ୍ଭେମାନେ ପୁଣି ଯଜ୍ଞବେଦି ତୁମ୍ଭ ଲୁହରେ ବୁଡ଼ାଇ ଦେବାକୁ ଚେଷ୍ଟା କର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷରେ ସେ ଖୁସୀ ହେବେ ନାହିଁ।

14 ତୁମ୍ଭେମାନେ ପଗ୍ଭରିବ, “କାହିଁକି ଆମ୍ଭମାନଙ୍କର ଏହି ଭେଟି ଗୃହୀତ ହେବ ନାହିଁ?” କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ଯୁବକ ଅବସ୍ଥାରେ ବିବାହ କରିଛ। ସେ ତୁମ୍ଭର ସାଥୀ ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ। 15 ପରମେଶ୍ୱର ଉଭୟ ସ୍ୱାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଶରୀର ଓ ଆତ୍ମାରେ ଏକ ହେବା ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ୱର ଧର୍ମପରାୟଣ ସନ୍ତାନସନ୍ତତି ଗ୍ଭହାନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ୱସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ଯୁବାବସ୍ଥାରେ ବିବାହ କରିଛ।

16 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କୁହନ୍ତି! “ଆମ୍ଭେ ଛାଡ଼ପତ୍ରକୁ ଘୃଣା କରୁ। ଏବଂ ଆମ୍ଭେ ମଧ୍ୟ ଲୋକମାନେ କରୁଥିବା ନିଷ୍ଠୁର କାର୍ଯ୍ୟକୁ ଘୃଣା କରୁ। ତେଣୁ ତୁମ୍ଭେ ଜାଗ୍ରତ ହୁଅ ଓ ଅବିଶ୍ୱସ୍ତ ହୁଅ ନାହିଁ।”

ବିଗ୍ଭରର ସ୍ୱତନ୍ତ୍ର ଦିନ

17 ତୁମ୍ଭେମାନେ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ ସେ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍ଭେମାନେ ଶିକ୍ଷା ଦେଲ ଯେ ମନ୍ଦକାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପରମେଶ୍ୱର ଆଦର କରନ୍ତି। ଆଉ ମଧ୍ୟ କହିଲ ପରମେଶ୍ୱର ସେହି ଲୋକଙ୍କୁ ଉତ୍ତମ ଲୋକ ବୋଲି ବିବେଚନା କରନ୍ତି। ଆଉମଧ୍ୟ ତୁମ୍ଭେ ପ୍ରଶ୍ନ କରିଲ ପରମେଶ୍ୱରଙ୍କର ନ୍ୟାୟ କେଉଁଠାରେ ଅଛି।

ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।

“ମାତ୍ର ସେହି ସମୟ ପାଇଁ କୌଣସି ବ୍ୟକ୍ତି ପ୍ରସ୍ତୁତ ହୋଇ ପାରିବ ନାହିଁ। ସେ ଯେତେବେଳେ ଆସିବେ କେହି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହେବ, ଆଉ ମଧ୍ୟ ପରିଷ୍କାରକାରୀ ରଜକର କ୍ଷାର ସ୍ୱରୂପ ହେବ। ଅଗ୍ନିରେ ରୂପା ବିଶୁଦ୍ଧ ହେଲାପରି ସେ ଲେବୀୟମାନଙ୍କୁ ପବିତ୍ର କରିବ। ସେ ସୁବର୍ଣ୍ଣ ଓ ରୌପ୍ୟ ସଦୃଶ ସେମାନଙ୍କୁ ଶୁଦ୍ଧ କରିବ। ତା’ପରେ ସେମାନେ ସଦାପ୍ରଭୁଙ୍କ ପାଇଁ ଉପଯୁକ୍ତ ନୈବେଦ୍ୟ ଆଣିବେ। ତା’ପରେ ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ନିକଟରୁ ଭେଟି ଗ୍ରହଣ କରିବେ, ସେ ଯେପରି ପ୍ରାଚୀନ କାଳରେ କରିଥିଲେ। ତା’ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।

ପରମେଶ୍ୱରଙ୍କଠାରୁ ଗ୍ଭେରି

“ଆମ୍ଭେ ସଦାପ୍ରଭୁ ଏବଂ ଆମ୍ଭେ ପରିବର୍ତ୍ତନ ହେବା ନାହିଁ। ସେଥିପାଇଁ ତୁମ୍ଭେ ଯାକୁବର ବଂଶଧର ବିନାଶ ହୋଇ ନାହଁ। ମାତ୍ର ତୁମ୍ଭେମାନେ ମୋର ବ୍ୟବସ୍ଥା ପାଳନ କଲ ନାହିଁ, ଠିକ୍ ଯେପରି ତୁମ୍ଭର ପୂର୍ବପୁରୁଷଗଣ ମଧ୍ୟ ଆମ୍ଭକୁ ଅବଜ୍ଞା କଲେ। ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ, ତାହାହେଲେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଫେରିଯିବା,” ସଦାପ୍ରଭୁ ଏହିକଥା କହିଥିଲେ।

“ତୁମ୍ଭେମାନେ ପଗ୍ଭରୁଛ, ‘ଆମ୍ଭେମାନେ କିପରି ଫେରିଯାଇ ପାରିବୁ?’

ଉତ୍ତରରେ ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ,“ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ରବ୍ୟ ଗ୍ଭେରି କରିବା ବନ୍ଦ କର। ପରମେଶ୍ୱରଙ୍କ ଦ୍ରବ୍ୟ ଗ୍ଭେରି କରିବା ଉଚିତ୍ ନୁହେଁ। ମାତ୍ର ତୁମ୍ଭେମାନେ ଆମ୍ଭର ଦ୍ରବ୍ୟ ଗ୍ଭେରିକଲ।

“ତୁମ୍ଭେମାନେ ପୁଣି ପ୍ରଶ୍ନ କଲ, ‘ଆମ୍ଭେମାନେ ତୁମ୍ଭଠାରୁ କ’ଣ ଗ୍ଭେରି କଲୁ?’

ଉତ୍ତରରେ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ତୁମ୍ଭ ଦ୍ରବ୍ୟର ଏକ ଦଶମାଂଶ ଦେବା କଥା। ମୋତେ ଏକ ସ୍ୱତନ୍ତ୍ର ଭେଟି ଦେବା କଥା। ମାତ୍ର ସେ ସବୁ ତୁମ୍ଭେମାନେ ମୋତେ ଦେଲନାହିଁ। ଏହିପରି ଭାବରେ, ସମଗ୍ର ଗୋଷ୍ଠୀ ମୋର ଦ୍ରବ୍ୟ ଗ୍ଭେରି କରିଛ। ତୁମ୍ଭେମାନେ ସମ୍ପୂର୍ଣ୍ଣ ଅଭିଶପ୍ତ।”

10 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କ ଦ୍ରବ୍ୟର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ଯଦ୍ଦ୍ୱାରା କି ତୁମ୍ଭର ଗୃହରେ ଯଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭେମାନେ ଏହି କାର୍ଯ୍ୟ କର, ଆମ୍ଭେ ଆକାଶର ଝରକାସବୁ ଖୋଲିଦେବା ଏବଂ ତୁମ୍ଭ ଉପରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରତ୍ୟେକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭେମାନେ ଲାଭ କରିବ। 11 ଆମ୍ଭେ ତୁମ୍ଭର ଶସ୍ୟକୁ ନଷ୍ଟ କରିବା ପାଇଁ କୀଟ ପଠାଇବା ନାହିଁ। ତୁମ୍ଭମାନଙ୍କର ଦ୍ରାକ୍ଷାଲତାସବୁ ଫଳ ଧାରଣ କରିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।

12 “ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ସୁଖୀ ବୋଲି କହିବେ। ତୁମ୍ଭର ଦେଶ ଉତ୍ତମ ଓ ମନୋହର ହେବ।” ଏହା ସର୍ବଶକ୍ତିମାନ୍ ସଦାପ୍ରଭୁ କହିଥିଲେ।

ବିଗ୍ଭରର ସ୍ୱତନ୍ତ୍ର ଦିନ

13 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଟୁବାକ୍ୟ ପ୍ରୟୋଗ କରୁଛ।”

ତଥାପି ତୁମ୍ଭେ କହୁଛ, “ଆମ୍ଭେମାନେ ଆପଣଙ୍କ ବିରୁଦ୍ଧରେ କ’ଣ କହିଅଛୁ?”

14 ତୁମ୍ଭେମାନେ କହିଲ, “ପରମେଶ୍ୱରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ପାଳନ କରିଥିଲୁ ମାତ୍ର ଆମ୍ଭେମାନେ କିଛି ଉପକୃତ ହେଲୁ ନାହିଁ। ଆମ୍ଭେମାନେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା’ର ଫଳ କିଛି ହେଲା ନାହିଁ। 15 ଆମ୍ଭେମାନେ ଚିନ୍ତା କରୁଛୁ ଗର୍ବୀ ଲୋକମାନେ ସୁଖୀ। ଦୁଷ୍ଟାଗ୍ଭରୀମାନେ କୃତକାର୍ଯ୍ୟ ହୁଅନ୍ତି। ସେମାନେ ପରମେଶ୍ୱରଙ୍କ ଧୈର୍ଯ୍ୟ ପରୀକ୍ଷା କରିବାକୁ ମନ୍ଦକାର୍ଯ୍ୟ କରି ଗ୍ଭଲନ୍ତି ଏବଂ ସେମାନେ କିଛି ଦଣ୍ତ ପାଆନ୍ତି ନାହିଁ।”

16 ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସେମାନଙ୍କ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସେହିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସେହି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।

17 ସଦାପ୍ରଭୁ କହିଲେ, “ସେମାନେ ଆମ୍ଭର ନିଜ ଲୋକ, ଯେଉଁ ଦିନ ମୁଁ କାର୍ଯ୍ୟ କରିବାକୁ ସ୍ଥିର କରିଥାଏ ନ୍ୟାୟ ଦେବା ପାଇଁ। ମୁଁ ମୋ’ ଅନ୍ୱେଷଣକାରୀମାନଙ୍କୁ ସ୍ନେହ କରିବି ଯେପରି ଜଣେ ବାପା ତା’ର ଆଜ୍ଞାଧୀନ ପୁତ୍ରକୁ ସ୍ନେହ କରେ। 18 ତେଣୁ ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସିବ ଏବଂ ତୁମ୍ଭେମାନେ ଉତ୍ତମ ବ୍ୟକ୍ତି ଓ ମନ୍ଦ ବ୍ୟକ୍ତି ମଧ୍ୟରେ ପ୍ରଭେଦ ଜାଣି ପାରିବ। ପରମେଶ୍ୱରଙ୍କ ଅନୁସରଣକାରୀ ଓ ପରମେଶ୍ୱରଙ୍କ ଅନୁସରଣ କରୁ ନ ଥିବା ବ୍ୟକ୍ତିମାନଙ୍କୁ ତୁମ୍ଭେମାନେ ବାରି ପାରିବ।

“ସେହି ଦିନ ଆସୁଅଛି ଯାହାକି ଉହ୍ମେଇ ପରି ଜଳିବ। ସେହି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦକାର୍ଯ୍ୟ କରୁଥିବା ଲୋକମାନେ ନଡ଼ାପରି ଜଳିଯିବେ। ସେହି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ୟ ଛାଡ଼ିବ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।

“ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦୟକାଳୀନ ସୂର୍ଯ୍ୟର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପରେ ଝ‌କ୍‌ମକ୍ କରିବ। ଏହା ସୂର୍ଯ୍ୟକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭେମାନେ ବାଛୁରି ସଦୃଶ ଗୁହାଳରୁ ବାହାରି ସ୍ୱାଧୀନ ଓ ସୁଖୀ ହେବ। ତା’ପରେ ତୁମ୍ଭେମାନେ ସେହି ଦୁଷ୍ଟାଗ୍ଭରୀଙ୍କ ଉପରେ ବିଚରଣ କରିବ। ସେମାନେ ତୁମ୍ଭ ପାଦତଳେ ଭସ୍ମ ସଦୃଶ ହେବେ। ଏହିସବୁ ସେହି ଦିନ ଘଟିବ ଯେଉଁ ଦିନ ଆମ୍ଭେ ସୃଷ୍ଟି କରିଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।

“ମୋଶାଙ୍କର ବ୍ୟବସ୍ଥାକୁ ମନେ ପକାଅ ଓ ପାଳନ କର। ସେ ଆମ୍ଭର ଅନୁଚର। ଆମ୍ଭେ ହୋରେବ ପର୍ବତରେ ଏହି ବ୍ୟବସ୍ଥା ଓ ନିୟମମାନ ତାଙ୍କୁ ଦେଇଥିଲୁ। ସେହି ବ୍ୟବସ୍ଥା ଇସ୍ରାଏଲର ସମସ୍ତ ଲୋକଙ୍କ ପାଇଁ ଥିଲା।”

ସଦାପ୍ରଭୁ କହିଲେ, “ଦେଖ, ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ। ସେ ପିତାମାତାଙ୍କୁ ପିଲାମାନଙ୍କ ସହିତ ଓ ପିଲାମାନଙ୍କୁ ସେମାନଙ୍କର ପିତା-ମାତା ସହିତ ପୁନର୍ମିଳନ କରାଇବେ। ଏହା ନିଶ୍ଚିତ ଘଟିବ। ନଚେତ୍ ଆମ୍ଭେ ପରମେଶ୍ୱର ଆସିବା ଓ ସମ୍ପୂର୍ଣ୍ଣ ଦେଶକୁ ଧ୍ୱଂସ କରିବା।”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22

22 ତା’ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି। ଏହା ନଗରୀର ରାଜପଥ ଦେଇ ତଳକୁ ବୋହିଯାଏ। ନଦୀର ଦୁଇ ପଟେ ଜୀବନ ବୃକ୍ଷ ଥିଲା। ଏହି ବକ୍ଷରେ ପ୍ରତିବର୍ଷ ବାର ଥର ଫଳ ଫଳେ। ଏହା ପ୍ରତିମାସ ଫଳ ଦିଏ। ଏହି ଗଛର ପତ୍ରଗୁଡ଼ିକ ଜାତିସମୂହର ସୁସ୍ଥତା ପାଇଁ ଅଟେ।

ସେଠାରେ ପରମେଶ୍ୱରଙ୍କ ଦ୍ୱାରା ବିଗ୍ଭରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନ ସେଠାରେ ରହିବ। ତାହାଙ୍କର ସେବକମାନେ ତାହାଙ୍କୁ ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦେଖିବେ। ସେମାନଙ୍କ କପାଳରେ ପରମେଶ୍ୱରଙ୍କର ନାମ ଲେଖାହେବ। ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ।

ସେ ସ୍ୱର୍ଗଦୂତ ମୋତେ କହିଲେ, “ଏହି କଥାଗୁଡ଼ିକ ସତ୍ୟ ଓ ବିଶ୍ୱାସ ଯୋଗ୍ୟ। ପ୍ରଭୁ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଆତ୍ମାର ପରମେଶ୍ୱର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ସ୍ୱର୍ଗଦୂତଙ୍କୁ ପଠାଇଛନ୍ତି। ‘ଶୁଣ, ଆମ୍ଭେ ଶୀଘ୍ର ଆସୁଅଛୁ! ଏହି ପୁସ୍ତକରେ ଲେଖାଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ୟ ହେବ।’”

ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି। କିନ୍ତୁ ସେହି ଦୂତ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ପରି ଜଣେ ସେବକ। ମୁଁ ସେହିମାନଙ୍କ ପରି ଜଣେ ସେବକ ଯିଏ, ଏହି ପୁସ୍ତକର ବାକ୍ୟଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କେବଳ ପରମେଶ୍ୱରଙ୍କୁ ପ୍ରଣାମ କର।”

10 ତା’ପରେ ସ୍ୱର୍ଗଦୂତ ମୋତେ କହିଲେ, “ଏହି ପୁସ୍ତକରେ ଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖେଇ ଆସିଲାଣି। 11 ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହୋଇ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହୋଇ ରହିବାକୁ ଦିଅ।”

12 “ଶୁଣ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗରେ ପୁରସ୍କାର ନେଇ ଆସିବା। ଆମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ତା’ର କର୍ମ ଅନୁସାରେ ପ୍ରତିଦାନ ଦେବା। 13 ଆମ୍ଭେ ପ୍ରଥମ ଓ ଶେଷ; କ ଓ କ୍ଷ, ଆଦି ଓ ଅନ୍ତ।”

14 “ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସେମାନେ ଧନ୍ୟ ହେବେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସେମାନଙ୍କର ଅଧିକାର ରହିଛି। ସେମାନେ ନଗରୀ ଭିତରକୁ ନଗରୀ ଦ୍ୱାର ଦେଇ ପ୍ରବେଶ କରି ପାରିବେ। 15 କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ଯୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ୟାପ୍ରିୟ ଓ ମିଥ୍ୟାବାଦୀମାନେ ନଗରର ବାହାରେ ରହିବେ।”

16 “ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମୋର ଦୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜ୍ୱଳ ପ୍ରଭାତୀ ତାରା।”

17 ଆତ୍ମା ଓ କନ୍ୟା କହନ୍ତି, “ଆସ!” ଏସବୁ ଶୁଣୁଥିବା ପ୍ରତ୍ୟେକ ଲୋକ ମଧ୍ୟ କହୁ, “ଆସ!” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନା ମୂଲ୍ୟରେ ଜୀବନର ଜଳପାନ କରିପାରେ।

18 ଏହି ପୁସ୍ତକର ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଶୁଣୁଥିବା ପ୍ରତ୍ୟେକ ଲୋକକୁ ମୁଁ ସତର୍କ କରିଦିଏ। କେହି ଯଦି ଏହି ବାକ୍ୟଗୁଡ଼ିକ ସହିତ କିଛି ଯୋଗକରେ ତେବେ ପରମେଶ୍ୱର ତାହାକୁ ଏହି ପୁସ୍ତକରେ ଲେଖାଥିବା କ୍ଳେଶଗୁଡ଼ିକ ଦେବେ। 19 ଯଦି କୌଣସି ବ୍ୟକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକରୁ କିଛି କାଢ଼ି ଦିଏ, ତେବେ ପରମେଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନେବେ।

20 ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।”

ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ।

21 ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍।

Oriya Bible: Easy-to-Read Version (ERV-OR)

2010 by World Bible Translation Center