Old/New Testament
ନେତାମାନେ ଇସ୍ରାଏଲ ଓ ଯିହୁଦାର ପାପର କାରଣ ହୁଅନ୍ତି
5 “ପୁରୋହୀତଗଣ, ଇସ୍ରାଏଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଦୋଷୀ ବୋଲି ବିଗ୍ଭରିତ ହୋଇଛ।
“ତୁମ୍ଭେମାନେ ମିସ୍ପା ପର୍ବତର ଯନ୍ତା ଓ ତାବୋର ପର୍ବତର ପାଦଦେଶରେ ବିଛାଯାଇଥିବା ଜାଲ ସଦୃଶ ଥିଲ। 2 ତୁମ୍ଭେମାନେ ବହୁ ମନ୍ଦକାର୍ଯ୍ୟ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା। 3 ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଯାହାସବୁ କରିଛି ତାହା ମଧ୍ୟ ଜାଣୁ। ହେ ଇଫ୍ରୟିମ, ତୁମ୍ଭେ ବର୍ତ୍ତମାନଠାରୁ ତୁମ୍ଭେ ଗଣିକାପରି କାର୍ଯ୍ୟ କରୁଛ। ଇସ୍ରାଏଲ ପାପରେ କଳୁଷିତ। 4 ଇସ୍ରାଏଲର ଲୋକମାନେ ବହୁ ମନ୍ଦକାର୍ଯ୍ୟ କରିଛନ୍ତି ଏବଂ ସେହିସବୁ ମନ୍ଦକାର୍ଯ୍ୟ ସେମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଫେରିବାଠାରୁ ଦୂରେଇ ଦେଇଛି। ସେମାନେ ସର୍ବଦା ପ୍ରତିମାର ପଛରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସେମାନେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାନ୍ତି। 5 ଇସ୍ରାଏଲର ଗର୍ବ ସେମାନଙ୍କ ବିରୁଦ୍ଧରେ ସାକ୍ଷୀ ଦେବ। ତେଣୁ ଇସ୍ରାଏଲ ଓ ଇଫ୍ରୟିମ ସେମାନଙ୍କ ପାପ ଯୋଗୁଁ ପତିତ ହେବେ। ଯିହୁଦାର ମଧ୍ୟ ସେମାନଙ୍କର ସହିତ ପତନ ହେବ।
6 “ସେହି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ୱେଷଣରେ ଗଲେ। ସେମାନେ ସେମାନଙ୍କ ସହିତ ମେଷ ଓ ଗାଈମାନଙ୍କୁ ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସେମାନେ ପାଇଲେ ନାହିଁ। କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଥିଲେ। 7 ସେମାନେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହୋଇଛନ୍ତି। ସେମାନେ ଅବୈଧ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏବଂ ବର୍ତ୍ତମାନ ସେମାନେ ଓ ସେମାନଙ୍କର ଦେଶଗୁଡ଼ିକୁ ଆସନ୍ତା ମାସରେ ଧ୍ୱଂସ କରାଯିବ।”
ଇସ୍ରାଏଲ ଧ୍ୱଂସର ଏକ ଭବିଷ୍ୟଦ୍ବାଣୀ
8 “ଗିବିୟାରେ ତୂରୀ ବଜାଅ।
ରାମାରେ ତୂରୀ ବଜାଅ।
ବୈଥ-ଆବନରେ ସତର୍କ କରିଦିଅ।
ହେ ବିନ୍ୟାମୀନ, ତୁମ୍ଭର ପଛରେ ଶତ୍ରୁଗଣ ଅଛନ୍ତି।
9 ଦଣ୍ତ ଦେବା ସମୟରେ
ଇଫ୍ରୟିମ ସର୍ବହରା ହୋଇଯିବ।
ଆମ୍ଭେ ଇସ୍ରାଏଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ
ସେସବୁ ପ୍ରକୃତରେ ଘଟିବ।
10 ଯିହୁଦାର ନେତୃବୃନ୍ଦ ଗ୍ଭେରପରି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭେରି କରିବାକୁ ଚେଷ୍ଟା କରୁଛନ୍ତି।
ତେଣୁ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର କ୍ରୋଧକୁ ଜଳ ସଦୃଶ ଢାଳି ଦେବା।
11 ଇଫ୍ରୟିମ ଦଣ୍ତିତ ହେବ।
ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହୋଇଯିବ।
କାରଣ ସେ କଳୁଷିତ ପଛରେ ଅନୁସରଣ କରିବାକୁ ସ୍ଥିର କରିଛି।
12 କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରୟିମକୁ ଧ୍ୱଂସ କରିବା।
ଆମ୍ଭେ ଯିହୁଦାକୁ ସଢ଼ାଇ ଦେବା।
13 ଇଫ୍ରୟିମ ତା’ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା’ର କ୍ଷତକୁ ଦେଖିଲା।
ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା।
ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ।
କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ।
14 କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା।
ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା।
ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା।
ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା
ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।
15 ଆମ୍ଭେ ଆମ୍ଭର ଗୃହକୁ ଫେରିବା
ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ
ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ।
ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”
ସଦାପ୍ରଭୁଙ୍କ ନିକଟକୁ ଫେରିବାର ପୁରସ୍କାର
6 “ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା।
ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ।
ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।
2 ଦୁଇ ଦିନ ପରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦେବେ।
ତିନି ଦିନ ପରେ ସେ ଆମ୍ଭକୁ ଛିଡ଼ା କରାଇବେ।
ତା’ପରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା।
3 ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା।
ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା।
ପ୍ରଭାତ ଆସିଲା ପରି
ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ।
ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି
ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”
ଲୋକମାନେ ବିଶ୍ୱସ୍ତ ନୁହନ୍ତି
4 “ହେ ଇଫ୍ରୟିମ, ହେ ଯିହୁଦା,
ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ୟବହାର କରିବୁ?
ତୁମ୍ଭମାନଙ୍କର ବିଶ୍ୱସ୍ତତା ସକାଳର କୁହୁଡ଼ି ଓ କାକର ପରି ଅଟେ
ଯେ କି ଅତି ପ୍ରତ୍ୟୁଷରେ ଉଭେଇ ଯାଏ।
5 ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ
ଭବିଷ୍ୟଦ୍ବକ୍ତାମାନଙ୍କୁ ନିଯୁକ୍ତି କଲୁ
ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ।
କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ।
6 କାରଣ ଆମ୍ଭେ ବିଶ୍ୱସ୍ତ ପ୍ରେମ ଗ୍ଭହୁଁ,
ବଳିଦାନ ନୁହେଁ।
ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତୁ ବୋଲି ଆମ୍ଭେ ଗ୍ଭହୁଁ,
କିନ୍ତୁ ହୋମବଳି ଆଣନ୍ତୁ ବୋଲି ନୁହେଁ।
7 କିନ୍ତୁ ଠିକ୍ ଆଦମ ପରି ସେମାନେ ଚୁକ୍ତି ଭଙ୍ଗ କଲେ।
ସେମାନେ ନିଜ ଭୂମିରେ ଆମ୍ଭ ସହିତ ପ୍ରତାରଣା କଲେ।
8 ଗିଲିୟଦ ଗୋଟିଏ ସହର ଯେ କି ମନ୍ଦକାର୍ଯ୍ୟ କରୁଥିବା ଲୋକମାନଙ୍କରେ ପରିପୂର୍ଣ୍ଣ,
ହତ୍ୟାକାରୀମାନଙ୍କର ରକ୍ତାକ୍ତ ପାଦ ଚିହ୍ନରେ ରଞ୍ଜିତ।
9 ଡକାୟତମାନଙ୍କ ପରି ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଅପେକ୍ଷା କରନ୍ତି।
ସେହିପରି, ଯାଜକଙ୍କ ଦଳ ଶିଖିମକୁ ଯାଉଥିବା ଲୋକମାନଙ୍କୁ
ରାସ୍ତାରେ ଅପେକ୍ଷା କରନ୍ତି ଓ ସେମାନଙ୍କୁ ଆକ୍ରମଣ କରନ୍ତି।
ସେମାନେ ଏକତ୍ରିତ ହୋଇ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
10 ଆମ୍ଭେ ଇସ୍ରାଏଲ ରାଜ୍ୟରେ ଗୋଟିଏ ଭୟଙ୍କର ଜିନିଷ ଦେଖିଛୁ।
ଇଫ୍ରୟିମ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ଥିଲେ।
ଇସ୍ରାଏଲ ପାପରେ କଳୁଷିତ।
11 ହେ ଯିହୁଦା, ତୁମ୍ଭ ପାଇଁ ଅମଳର ସମୟ ଅଛି।
ଏହା ହିଁ ଘଟିବ।
ଏକ ସମୟରେ ଆମ୍ଭେ ଆମ୍ଭର ଲୋକମାନଙ୍କୁ ବନ୍ଦୀ ଅବସ୍ଥାରୁ ମୁକ୍ତ କରିବା।
7 “ଆମ୍ଭେ ଇସ୍ରାଏଲକୁ ସୁସ୍ଥ କରିବା।
ତା’ପରେ ଲୋକମାନେ ଜାଣିବେ ଯେ ଇଫ୍ରୟିମ ପାପ କରିଥିଲା।
ଶମରିୟାର ପାପ ଆଚରଣ ବିଷୟରେ ଲୋକମାନେ ଜାଣିବେ।
ସେହି ସହରରେ ଗ୍ଭେରମାନେ ଯାତାୟାତ କରୁଛନ୍ତି ଲୋକମାନେ ଜାଣିବେ।
2 ସେମାନଙ୍କର ଦୋଷକୁ ଆମ୍ଭେ ସ୍ମରଣ କରିବା ସେହି ଲୋକମାନେ ବିଶ୍ୱାସ କରନ୍ତି ନାହିଁ।
ସେମାନେ ଯେଉଁ ମନ୍ଦକାର୍ଯ୍ୟସବୁ ଗ୍ଭରିଆଡ଼େ କରିଥିଲେ
ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।
3 ସେମାନଙ୍କର ମନ୍ଦକାର୍ଯ୍ୟ ସେମାନଙ୍କର ରାଜାଙ୍କୁ ଖୁସୀ କରେ।
ସେମାନଙ୍କର ମିଥ୍ୟା ସେମାନଙ୍କର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।
4 ସମସ୍ତ ଲୋକମାନେ ବ୍ୟଭିଗ୍ଭରୀ ଅଟନ୍ତି।
ସେମାନେ ରୋଟୀ ପ୍ରସ୍ତୁତକାରୀ ତୁନ୍ଦୁରର ଉତ୍ତପ୍ତଠାରୁ
ଅଧିକ ଉତ୍ତପ୍ତ ଥିବା ତୁନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି।
ରୋଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ,
ଯେଉଁ ପର୍ଯ୍ୟନ୍ତ ରୋଟୀ ଫୁଲି ପ୍ରସ୍ତୁତ ହୁଏ, ସେ ଅଗ୍ନିକୁ ଉତ୍ତେଜିତ କରେ ନାହିଁ।
କିନ୍ତୁ ଲୋକମାନେ ନିଜ ମନୋଭାବକୁ ଗରମ ରଖିଛନ୍ତି।
5 ଆମ୍ଭ ରାଜାଙ୍କ ରାଜତ୍ୱକାଳରେ ସେମାନେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି।
ସେମାନେ ଭୋଜିରେ ପାନୀୟ ଦିଅନ୍ତି।
ଦ୍ରାକ୍ଷାରସର ଉତ୍ତାପରେ ନେତୃମଣ୍ତଳୀ ଅସୁସ୍ଥ ହୋଇପଡ଼ନ୍ତି।
ତେଣୁ ରାଜା ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି।
6 କୋଇଲାକୁ ଚୁଲ୍ଲୀରେ ଦେବାପରି
ସେମାନେ ତାଙ୍କର ହୃଦୟକୁ ମନ୍ଦ ଯୋଜନା କରିବା ପାଇଁ ଏକତ୍ରିତ କରନ୍ତି।
ରାତ୍ରିସାରା ସେମାନଙ୍କ ଉତ୍କଣ୍ଠା କୁହୁଳୁ ଥାଏ
ଏବଂ ଏହା ପ୍ରଭାତରେ ଜ୍ୱଳନ୍ତ ଅଗ୍ନିପରି ହୁଏ।
7 ସେମାନେ ଉତ୍ତପ୍ତ ଚୁଲ୍ଲାପରି ହୁଅନ୍ତି।
ସେମାନେ ସେମାନଙ୍କର ଶାସକକୁ ଧ୍ୱଂସ କଲେ।
ସମସ୍ତ ରାଜାଙ୍କର ପତନ ହେଲା।
କୌଣସି ଜଣେ ବ୍ୟକ୍ତି ମୋତେ ସାହାଯ୍ୟ ଭିକ୍ଷା କରି ନ ଥିଲେ।
Israel and the Nations
8 “ଇଫ୍ରୟିମ ଗୋଷ୍ଠୀଗଣ ସହିତ ମିଶେ।
ସେ ସେହି ପିଠା ସଦୃଶ ଯାହାର ଉଭୟ ପାଖ ସେକା ହୋଇ ନାହିଁ।
9 ଇଫ୍ରୟିମ, ଜାଣେ ନାହିଁ
ତା’ର ଶକ୍ତି ବିଦେଶୀମାନଙ୍କ ଦ୍ୱାରା ନିସ୍ତେଜ ହୋଇଯାଇଛି।
ତା’ର ବୃଦ୍ଧାବସ୍ଥା ଆସୁଛି ବୋଲି
ସେ ଜାଣେ ନାହିଁ।
10 ଇଫ୍ରୟିମର ଗର୍ବ ତା’ ବିରୁଦ୍ଧରେ ସାକ୍ଷୀ ଦିଏ।
ଯଦିଓ ଲୋକମାନଙ୍କର ଅନେକଗୁଡ଼ିଏ ଦୁଃଖ ଥିଲା,
ତଥାପି ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ନ ଥିଲେ
କି ସଦାପ୍ରଭୁଙ୍କର ସାହାଯ୍ୟ ମାଗି ନ ଥିଲେ।
11 ତେଣୁ ଇଫ୍ରୟିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ଯାଇଛି।
ତା’ର ଲୋକମାନେ ମିଶରକୁ ସାହାଯ୍ୟ ଭିକ୍ଷା କଲେ
ଓ ଅଶୂରକୁ ସାହାଯ୍ୟ ପାଇଁ ଗଲେ।
12 ସେମାନେ ଯେଉଁ ଯେଉଁ ଦେଶକୁ ସାହାଯ୍ୟ ପାଇଁ ଯିବେ
ଆମ୍ଭେ ସେମାନଙ୍କ ଉପରେ ଆମ୍ଭର ଜାଲ ବିଛାଇ ଦେବା
ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି
ତଳକୁ ଘେନି ଆସିବା।
ସେମାନଙ୍କର ଚୁକ୍ତି ପାଇଁ ସେମାନଙ୍କୁ ଦଣ୍ତଦେବା।
13 ସେମାନଙ୍କ ପାଇଁ ଏହା ଅତି ମନ୍ଦ ହେବ।
ସେମାନେ ଆମ୍ଭଙ୍କୁ ପରିତ୍ୟାଗ କରିଥିଲେ ଏବଂ ଅମାନ୍ୟ କରିଥିଲେ।
ତେଣୁ ସେମାନେ ବିନଷ୍ଟ ହେବେ।
ଆମ୍ଭେ ସେମାନଙ୍କୁ ରକ୍ଷା କରିଥିଲୁ କିନ୍ତୁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କହୁଛନ୍ତି।
14 ସେମାନେ କେବେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ।
ସେମାନେ ସେମାନଙ୍କ ବିଛଣାରେ କ୍ରନ୍ଦନ କରନ୍ତି।
ଯେତେବେଳେ ସେମାନେ ମୂର୍ତ୍ତିଗୁଡ଼ିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି।
ସେମାନେ ନିଜେ ନିଜକୁ ହତ୍ୟା କରନ୍ତି।
କିନ୍ତୁ ସେମାନଙ୍କ ଅନ୍ତରସବୁ ମୋ’ଠାରୁ ଦୂରେଇ ଯାଇଛି।
15 ଯଦିଓ ଆମ୍ଭେ ସେମାନଙ୍କୁ ତାଲିମ ଦେଇ ଶୃଙ୍ଖଳିତ କଲୁ ଓ ସେମାନଙ୍କର ବାହୁକୁ ଶକ୍ତିଶାଳୀ କରାଇଲୁ,
ତଥାପି ସେମାନେ ଆମ୍ଭ ବିରୁଦ୍ଧରେ ମନ୍ଦ ଯୋଜନା କଲେ।
16 କିନ୍ତୁ ସେମାନେ ଆମ୍ଭ ନିକଟକୁ ଫେରି ଆସିଲେ ନାହିଁ।
ସେମାନେ ଗୋଟିଏ ତୃଟିପୂର୍ଣ୍ଣ ବୁମେରାଂ ପରି
ବ୍ୟବହାର କଲେ।
ସେମାନଙ୍କର ନେତାମାନେ ସେମାନଙ୍କର ଶକ୍ତି ଉପରେ
ବୃଥା ବଡ଼ିମା ଦେଖାଉଥିଲେ
କିନ୍ତୁ ସେମାନେ ଖଣ୍ଡାରେ ନିହତ ହେବେ
ଏବଂ ମିଶରବାସୀଙ୍କ ଦ୍ୱାରା ଉପହାସର ପାତ୍ର ହେବେ।
ପ୍ରତିମାପୂଜା ଧ୍ୱଂସାଭିମୁଖୀ
8 “ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପରେ ବାଜପକ୍ଷୀ ପରି ଜଗି ରୁହ। ଇସ୍ରାଏଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସେମାନେ ଆମ୍ଭ ବ୍ୟବସ୍ଥା ବିଷୟକୁ ଅମାନ୍ୟ କରିଛନ୍ତି। 2 ସେମାନେ ଆମ୍ଭକୁ ଚିତ୍କାର କରି କହନ୍ତି, ‘ହେ ପରମେଶ୍ୱର ଆମ୍ଭେ ଇସ୍ରାଏଲବାସୀ ତୁମ୍ଭକୁ ଜାଣୁ।’ 3 କିନ୍ତୁ ଇସ୍ରାଏଲ ଭଲ ଜିନିଷ ଗ୍ରହଣ କରି ନ ଥିଲା। ତେଣୁ ଶତ୍ରୁମାନେ ତାକୁ ଆକ୍ରମଣ କରୁଛନ୍ତି। 4 ଇସ୍ରାଏଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସେମାନେ ଆମ୍ଭ ଉପଦେଶ ମାନି ନ ଥିଲେ। ଇସ୍ରାଏଲୀୟମାନେ ସେମାନଙ୍କର ନେତା ବାଛିଲେ କିନ୍ତୁ ସେମାନେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନ ଥିଲେ। ସେମାନେ ସୁନା, ରୂପା ବ୍ୟବହାର କରି ସେମାନଙ୍କ ପାଇଁ ପ୍ରତିମା ଗଢ଼ିଲେ। ତେଣୁ ସେମାନେ ଧ୍ୱଂସ ହେବେ। 5-6 ହେ ଶମରିୟା, ସଦାପ୍ରଭୁ ତୁମ୍ଭ ଦ୍ୱାରା ପୂଜିତ ହେଉଥିବା ବାଛୁରି ମୂର୍ତ୍ତିକୁ ପ୍ରତ୍ୟାଖ୍ୟାନ କଲେ। ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ।’ ସେମାନେ ସେମାନଙ୍କର ପାପ ପାଇଁ ଦଣ୍ତିତ ହେବେ। କେତେକ ଶ୍ରମିକ ସେହି ମୂର୍ତ୍ତି ନିର୍ମାଣ କରିଥିଲେ। ସେମାନେ କିନ୍ତୁ ଈଶ୍ୱର ନୁହନ୍ତି। ଶମରିୟାର ବାଛୁରି ମୂର୍ତ୍ତିଗୁଡ଼ିକ ଖଣ୍ତ ବିଖଣ୍ତ ହୋଇ ଭାଙ୍ଗିଯିବ। 7 ଇସ୍ରାଏଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସେମାନେ ବାୟୁରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସେମାନେ କେବଳ ଦୁଃଖହିଁ ପାଇବେ। ସେମାନେ ଘୂର୍ଣ୍ଣିବାତ୍ୟାକୁ ନିମନ୍ତ୍ରଣ କଲେ। ଜମିରେ ଉତ୍ପନ୍ନ ହେଉଥିବା ଶସ୍ୟ ଖାଦ୍ୟ ଯୋଗାଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତେବେ ତାକୁ ଅଜଣା ଲୋକ ଭକ୍ଷ୍ୟଣ କରିବେ।
8 “ଇସ୍ରାଏଲ ଧ୍ୱଂସ ହୋଇଯାଇଛି।
କେହି ବ୍ୟବହାର କରିବାକୁ ଗ୍ଭହୁଁ ନ ଥିବା ଅଦରକାରୀ ଯନ୍ତ୍ର ପରି
ଇସ୍ରାଏଲର ଲୋକମାନେ ଦେଶର ଗ୍ଭରିଆଡ଼େ ବିଛାଡ଼ି ହୋଇଗଲେ।
9 ଗୋଟିଏ ବନ୍ୟ ଗଧ ନିଜ ସାଥୀ ଖୋଜିବାକୁ ଗଲାପରି, ଇଫ୍ରୟିମ ଅଶୂରକୁ ଯାଇଛନ୍ତି।
ସେମାନେ ନିଜ ପାଇଁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଛନ୍ତି।
10 ଯଦ୍ୟପି ଇସ୍ରାଏଲ ଅନ୍ୟ ରାଷ୍ଟ୍ରମାନଙ୍କରୁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଲେ।
ଆମ୍ଭେ ତାକୁ ବିଗ୍ଭର ପାଇଁ ଏକତ୍ରିତ କରିବା।
ସେମାନେ ରାଜାମାନଙ୍କ ଓ ରାଜକୁମାରମାନଙ୍କଠାରୁ
ଖୁବ୍ ଶୀଘ୍ର ହଇରାଣ ଓ ଅତ୍ୟାଗ୍ଭରିତ ହେବେ।
ଇସ୍ରାଏଲ ପରମେଶ୍ୱରଙ୍କୁ ଭୁଲି ପ୍ରତିମାପୂଜା କରେ
11 “ଇଫ୍ରୟିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ
ଅଧିକରୁ ଅଧିକ ଯଜ୍ଞବେଦି ନିର୍ମାଣ କଲା।
ତା’ ପାଇଁ ଏଗୁଡ଼ିକ ପାପ କରିବାର ଯଜ୍ଞବେଦି ହୋଇଛି।
12 ଏପରିକି ଆମ୍ଭେ ଇଫ୍ରୟିମ ପାଇଁ 10,000 ନିୟମ ଲେଖିଲେ ମଧ୍ୟ ସେ
ସେଗୁଡ଼ିକ ଅଜଣା ଦ୍ରବ୍ୟ ପରି ବିବେଚନା କରିବ।
13 ଇସ୍ରାଏଲୀୟମାନେ ବଳିଦାନକୁ ଭଲ ପାଆନ୍ତି।
ସେ ମାଂସ ଅର୍ପଣ କରି ତାକୁ ଭକ୍ଷ୍ୟଣ କରନ୍ତି।
ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଗ୍ରହଣ କରନ୍ତି ନାହିଁ।
ସେ ସେମାନଙ୍କର ପାପକୁ ମନେ ରଖନ୍ତି।
ଏଥିପାଇଁ ସେ ସେମାନଙ୍କୁ ଦଣ୍ତ ଦେବେ
ଏବଂ ସେମାନେ ବନ୍ଦୀ ଭାବରେ ମିଶରକୁ ପ୍ରେରିତ ହେବେ।
14 ଇସ୍ରାଏଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ
କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ।
ବର୍ତ୍ତମାନ ଯିହୁଦା ସୁଦୃଢ଼ ଦୁର୍ଗ ନିର୍ମାଣ କରିବ
ଯାହାକୁ ଆମ୍ଭେ ଅଗ୍ନି ପଠାଇ ସେହି ସୁଦୃଢ଼ ଦୁର୍ଗକୁ ପୋଡ଼ି ଧ୍ୱଂସ କରିବା।”
ଏଫିସ ମଣ୍ଡଳୀକୁ ଯୀଶୁଙ୍କର ପତ୍ର
2 “ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ:
“ଯିଏ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଛନ୍ତି ଓ ସାତୋଟି ସୁନାର ଦୀପରୂଖା ମଧ୍ୟରେ ଗ୍ଭଲନ୍ତି, ସେ ତୁମ୍ଭକୁ ଏହି କଥାମାନ କହୁଛନ୍ତି।
2 “ମୁଁ ତୁମ୍ଭର କାର୍ଯ୍ୟ ଜାଣେ, ତୁମ୍ଭେ ଯେ କଠିନ ପରିଶ୍ରମ କର ଓ ଅସୀମ ଧୈର୍ଯ୍ୟଧରି ରଖିଥାଅ। ତୁମ୍ଭେ ଯେ ମନ୍ଦ ଲୋକଙ୍କୁ ଗ୍ରହଣ କର ନାହିଁ, ଏହା ମଧ୍ୟ ମୁଁ ଜାଣେ। ଯେଉଁମାନେ ପ୍ରକୃତରେ ପ୍ରେରିତ ନ ହେଲେ ହେଁ ନିଜକୁ ପ୍ରେରିତ ବୋଲି କହନ୍ତି; ସେମାନଙ୍କୁ ତୁମ୍ଭେ ପରୀକ୍ଷା କରିଛ ଏବଂ ସେମାନେ ଯେ ମିଥ୍ୟାବାଦୀ ଅଟନ୍ତି, ଏହା ତୁମ୍ଭେ ଚିହ୍ନି ପାରିଛ। 3 ମୁଁ ଜାଣେ ତୁମ୍ଭର ବହୁତ ଧୈର୍ଯ୍ୟ ଅଛି କାରଣ ତୁମ୍ଭେ ମୋ’ ନାମ ନିମନ୍ତେ କଷ୍ଟ ସହିଛି ଓ ଏସବୁ କରିବାରେ ତୁମ୍ଭେ କ୍ଳାନ୍ତ ହୋଇ ପଡ଼ି ନାହଁ।
4 “କିନ୍ତୁ ତୁମ୍ଭ ବିରୁଦ୍ଧରେ ମୋର ଏହି କଥା ଅଛି: ତୁମ୍ଭର ଆରମ୍ଭରେ ଯେଉଁ ପ୍ରେମ ଥିଲା, ତୁମ୍ଭେ ସେହି ପ୍ରେମ ହରାଇଛ। 5 ତେଣୁ କେଉଁଠାରୁ ତୁମ୍ଭର ପତନର ଆରମ୍ଭ ହୋଇଅଛି, ତାହା ମନେ ପକାଅ। ହୃଦୟ ପରିବର୍ତ୍ତନ କରି ଅନୁତାପ କର ଓ ପୂର୍ବରୁ କରୁଥିବା କାର୍ଯ୍ୟଗୁଡ଼ିକ କର। ତୁମ୍ଭେ ଯଦି ବଦଳିବ ନାହିଁ ତେବେ ମୁଁ ଆସି ତୁମ୍ଭର ଦୀପରୂଖାକୁ ତା’ର ସ୍ଥାନରୁ ଅଲଗା କରିଦେବି। 6 ତୁମ୍ଭେ କେତେକ ଉତ୍ତମ କାର୍ଯ୍ୟ କରୁଛି। ତୁମ୍ଭେ ନିକଲାୟତୀୟମାନଙ୍କର କାର୍ଯ୍ୟ କଳାପକୁ ଘୃଣା କର। ମୁଁ ମଧ୍ୟ ସେମାନଙ୍କର କାର୍ଯ୍ୟକୁ ଘୃଣା କରେ।
7 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।”
ସ୍ମୁର୍ଣ୍ଣା ମଣ୍ଡଳୀକୁ ଯୀଶୁଙ୍କର ପତ୍ର
8 “ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ:
“ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁଣି ଥରେ ଜୀବିତ ହୋଇଥିଲେ, ସେ ତୁମ୍ଭକୁ ଏହି କଥା କହୁଛନ୍ତି,
9 “ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରିବ। କିନ୍ତୁ ପ୍ରକୃତରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧରେ ଅପବାଦ ମୁଁ ଶୁଣିଛି। ସେହି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସେମାନେ ପ୍ରକୃତ ଯିହୂଦୀ ନୁହନ୍ତି। ସେମାନେ ଶୟତାନର ଦଳର ଲୋକ। 10 ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି।
11 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍। ଯେ ବିଜୟୀ ହୁଏ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହେବ ନାହିଁ।”
ପର୍ଗମ ମଣ୍ଡଳୀକୁ ଯୀଶୁଙ୍କର ପତ୍ର
12 “ପର୍ଗମ ମଣ୍ଡଳୀକୁ ଦୂତଙ୍କୁ ଏହା ଲେଖ:
“ଯାହାଙ୍କର ତୀକ୍ଷ୍ଣ ଦ୍ୱିଧାରଯୁକ୍ତ ଖଡ଼୍ଗ ଅଛି, ସେ ଏହା ତୁମ୍ଭକୁ କହୁଛନ୍ତି।
13 “ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠାରେ ରହିଛି, ସେହି ନଗରରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମୋ’ ପ୍ରତି ନିଷ୍ଠାବାନ ହୋଇଅଛ ଏପରିକି, ଶୟତାନ ବାସ କରୁଥିବା ସେହି ନଗରରେ ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ୟା କରାଯିବା ସମୟରେ ମଧ୍ୟ ତୁମ୍ଭେ ମୋ’ଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରି ନ ଥିଲା।
14 “ତଥାପି ମୋର ତୁମ୍ଭ ବିରୁଦ୍ଧରେ କିଛି କହିବାକୁ ଅଛି: ତୁମ୍ଭ ଦଳ ଭିତରୁ କେତେକ ଲୋକ ବିଲିୟାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିୟାମ ବାଲାକ ପ୍ରତିମାକୁ ଅର୍ପିତ ହୋଇଥିବା ଖାଦ୍ୟ ଖାଇବା ପାଇଁ ଓ ଯୌନଗତ ପାପ କରି ଇସ୍ରାଏଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା। 15 ସେହିପରି ତୁମ୍ଭ ଦଳର କେତେକ ଲୋକମାନେ ନୀକଲାୟତୀୟମାନଙ୍କର ଶିକ୍ଷା ଅନୁସରଣ କରୁଛନ୍ତି। 16 ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତେବେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମୋର ମୁଖରୁ ବାହାରୁଥିବା ଖଡ଼୍ଗରେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।
17 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
“ଯେ ବିଜୟୀ ହୁଏ, ତାହାକୁ ମୁଁ ଗୁପ୍ତ ମାନ୍ନା [a] ଦେବି। “ମୁଁ ତାହାକୁ ଗୋଟିଏ ଧଳା ପଥର ଦେବି, ଯାହା ଉପରେ ଗୋଟିଏ ନୂତନ ନାମ ଲେଖାଥିବ। ଯେଉଁ ବ୍ୟକ୍ତି ଏହି ପଥର ପାଇବ, ତାହାଛଡ଼ା କୌଣସି ଲୋକ ଏହି ନୂତନ ନାମ ବିଷୟରେ ଜାଣନ୍ତି ନାହିଁ।”
ଥୁୟତୀରା ମଣ୍ଡଳୀକୁ ଯୀଶୁଙ୍କର ପତ୍ର
18 “ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ:
“ପରମେଶ୍ୱରଙ୍କର ପୁତ୍ର, ଯାହାଙ୍କର ଆଖି ଅଗ୍ନିଶିଖା ପରି ପ୍ରଜ୍ୱଳିତ ଓ ପାଦ ଦୁଇଟି ପିତ୍ତଳ ପରି ଉଜ୍ଜ୍ୱଳ ସେ ତୁମ୍ଭକୁ ଏହି କଥା କୁହନ୍ତି:
19 “ମୁଁ ତୁମ୍ଭ କାର୍ଯ୍ୟ ବିଷୟରେ ଜାଣେ, ମୁଁ ତୁମ୍ଭର ପ୍ରେମ, ବିଶ୍ୱାସ, ସେବା, ଓ ଧୈର୍ଯ୍ୟ ବିଷୟରେ ମଧ୍ୟ ଜାଣେ। ମୁଁ ଜାଣେ, ତୁମ୍ଭେ ଆରମ୍ଭରେ କରିଥିବା କାର୍ଯ୍ୟ ଅପେକ୍ଷା ଅଧିକ କାର୍ଯ୍ୟ କରୁଛ। 20 କିନ୍ତୁ ମୋର ତୁମ୍ଭ ବିରୁଦ୍ଧରେ ଏହି କଥା ଅଛି: ତୁମ୍ଭେ ସେହି ଯିଜେବଲ ନାମ ଧାରିଣୀ ମହିଳାକୁ ତା’ର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ୟଦ୍ବକ୍ତ୍ରୀ ବୋଲି କହେ। ସେ ତା’ର ଶିକ୍ଷା ଦ୍ୱାରା ମୋର ଲୋକମାନଙ୍କୁ ଭୁଲାଉଅଛି। ସେ ମୋର ଦାସମାନଙ୍କୁ ବ୍ୟଭିଗ୍ଭର ପାପ କରିବାକୁ ଓ ପ୍ରତିମାକୁ ଦିଆ ଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି। 21 ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପ ପଥରୁ ଦୂରେଇ ଯିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ।
22 “ତେଣୁ ମୁଁ ତାକୁ ଯନ୍ତ୍ରଣାପୂର୍ଣ୍ଣ ଶଯ୍ୟାରେ ପକାଇ ଦେବି। ତା’ସହିତ ଯେଉଁମାନେ ବ୍ୟଭିଗ୍ଭର ପାପକର୍ମ କରିବେ, ସେମାନେ ମଧ୍ୟ କଷ୍ଟ ଭୋଗିବେ। ସେମାନେ ଯଦି ତା’ର ମନ୍ଦକାର୍ଯ୍ୟରୁ ନିଜକୁ ଫେରାଇ ନ ଆଣିବେ, ତେବେ ମୁଁ ସେମାନଙ୍କୁ ଦଣ୍ଡ ଦେବି। 23 ମୁଁ ତା’ର ସନ୍ତାନମାନଙ୍କୁ ମଧ୍ୟ ମହାମାରୀ ଦ୍ୱାରା ବଧ କରିବି। ସେତେବେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଗ୍ଭର ଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦେବି।
24 “କିନ୍ତୁ ଥୁୟତୀରାର ଯେଉଁ ଅବଶିଷ୍ଟ ଲୋକେ ତା’ର ଶିକ୍ଷା ଅନୁସରଣ କରି ନାହାନ୍ତି ଓ ସେମାନଙ୍କର କହିବା ଶୟତାନର ନିଗୁଢ଼ତତ୍ତ୍ୱ ଗ୍ରହଣ କରି ନାହାନ୍ତି, “ମୁଁ ସେମାନଙ୍କୁ ଏହା କହୁଛି: ମୁଁ ତୁମ୍ଭମାନଙ୍କ ଉପରେ କୌଣସି ଅନ୍ୟ ଭାର ଲଦିବି ନାହିଁ। 25 ମୁଁ ଆସିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟରେ ଯାହା ଅଛି, ତାହା ଦୃଢ଼ ଭାବେ ଧରି ରଖିଥାଅ।
26 “ଯେ ବିଜୟୀ ହୁଏ ଓ ଶେଷପର୍ଯ୍ୟନ୍ତ ମୋ’ ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦେବି। 27 “ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବ। ସେ ସେମାନଙ୍କୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦେବ।” (A)
28 ମୁଁ ମୋର ପରମପିତାଙ୍କଠାରୁ ଏହି କ୍ଷମତା ପାଇଥିଲି। ମୁଁ ସେହି ଲୋକଙ୍କୁ ପ୍ରଭାତୀତାରା ମଧ୍ୟ ଦେବି। 29 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
2010 by World Bible Translation Center