Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଓବଦିଅ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ

ଇଦୋମ ଦଣ୍ତିତ ହେବେ

ଏହା ଓବଦିୟଙ୍କର ଦର୍ଶନ ଅଟେ। ମୋର ପ୍ରଭୁ ସଦାପ୍ରଭୁ ଇଦୋମଙ୍କ ବିଷୟରେ ଯାହା କହନ୍ତି।

ମୁଁ ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଏକ ବିବରଣୀ ଶୁଣିଛୁ।
    ଜଣେ ବାର୍ତ୍ତାବହ ସେହି ରାଜ୍ୟକୁ ପ୍ରେରିତ ହେଲେ।
ସେ କହିଲେ,“ଆସ, ଇଦୋମଙ୍କ ବିରୁଦ୍ଧରେ ସଂଗ୍ରାମ କରିବା।”

ସଦାପ୍ରଭୁ ଇଦୋମଙ୍କୁ କହନ୍ତି

“ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ୟ କରିବା।
    ପ୍ରତ୍ୟେକ ତୁମ୍ଭକୁ ଅତ୍ୟଧିକ ଘୃଣା କରିବେ।
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି।
    ତୁମ୍ଭେ ପର୍ବତର ସେହି ଗୁମ୍ଫା ଗୁଡ଼ିକରେ ବାସ କର।
    ତୁମ୍ଭେ ସେହି ଉଚ୍ଚ ସ୍ଥାନରେ ରୁହ।
ତେଣୁ ତୁମ୍ଭେ ନିଜକୁ କହିଥାଅ,
    ‘ମୋତେ କେହି ଭୂମି ଉପରକୁ ଆଣି ପାରିବେ ନାହିଁ।’”

ଇଦୋମ ନିମ୍ନକୁ ଆନୀତ ହେବେ

ସଦାପ୍ରଭୁ ଏହା କୁହନ୍ତି,
“ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚରେ ଉଡ଼
    ଏବଂ ତାରକା ଗହଳରେ ବସା ରଖ,
    ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ନିମ୍ନକୁ ନେଇ ଆସିବା।
ତୁମ୍ଭେ ପ୍ରକୃତରେ ଧ୍ୱଂସ ହେବ।
    ଗ୍ଭେରମାନେ ତୁମ୍ଭ ନିକଟକୁ ଆସିବେ,
ଡକାୟତମାନେ ରାତ୍ରିରେ ଆସିବେ
    ଏବଂ ସେହି ଗ୍ଭେରମାନେ ଯାହାସବୁ ଇଚ୍ଛା କରିବେ ତାହା ସବୁ ନେଇଯିବେ।
ଯେତେବେଳେ ଶ୍ରମିକମାନେ ତୁମ୍ଭ କ୍ଷେତରେ ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି,
    ସେମାନେ ଅଳ୍ପ କିଛି ଅଙ୍ଗୁର ପଛରେ ଛାଡ଼ିଥା’ନ୍ତି।
କିନ୍ତୁ ଶତ୍ରୁ ଏଷୌଙ୍କର ଗୁପ୍ତଭଣ୍ତାରକୁ ତନ୍ନ ତନ୍ନ କରି ଅନ୍ନେଷଣ କରିବେ
    ଏବଂ ସେହି ସମସ୍ତ ସେମାନେ ପାଇଯିବେ।
ସେହି ସମସ୍ତେ, ଯେଉଁମାନେ କି ତୁମ୍ଭର ପ୍ରକୃତ ବନ୍ଧୁ,
    ତୁମ୍ଭକୁ ବଳପୂର୍ବକ ତୁମ୍ଭର ଭୂମିରୁ ତଡ଼ି ଦେବେ।
ତୁମ୍ଭର ବନ୍ଧୁ ତୁମ୍ଭକୁ ପ୍ରଲୋଭନ ଦେଖାଇବେ
    ଏବଂ ତୁମ୍ଭକୁ ଭୁଲ୍ କାର୍ଯ୍ୟ କରିବାକୁ ବାଧ୍ୟ କରିବେ।
ତୁମ୍ଭର ବନ୍ଧୁ ଯେଉଁମାନଙ୍କ ସହିତ ମିଶି ସଂଗ୍ରାମ କରିଛ ଓ ଯେଉଁମାନଙ୍କ ସହିତ ମିଶି ଖାଅ,
    ସେମାନେ ତୁମ୍ଭ ପାଦତଳେ ଏକ ଫାଶ ବସାଇବା ପାଇଁ ଯୋଜନା କରନ୍ତି।
ସେମାନେ କୁହା କୁହି ହୁଅନ୍ତି, ‘ସେ କୌଣସି ବସ୍ତୁକୁ ସନ୍ଦେହ କରନ୍ତି ନାହିଁ।’”

ସଦାପ୍ରଭୁ କୁହନ୍ତି, “ସେହି ଦିନ
    ଆମ୍ଭେ ଇଦୋମରୁ ଜ୍ଞାନୀ ଲୋକମାନଙ୍କୁ ଧ୍ୱଂସ କରିବା।
    ଆମ୍ଭେ ଏଷୌ ପର୍ବତରେ ବୁଦ୍ଧିମାନ ଲୋକମାନଙ୍କୁ ଧ୍ୱଂସ କରିବା।
ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହେବେ।
    ଏଷୌ ପର୍ବତର ସମସ୍ତ ଲୋକ ଧ୍ୱଂସ ପାଇବେ।
    ଅନେକ ଲୋକ ନିହତ ହେବେ।
10 ତୁମ୍ଭେ ଲଜ୍ଜିତ ହେବ ଓ ଚିରଦିନ ପାଇଁ ଧ୍ୱଂସ ହେବ।
    କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
11 ତୁମ୍ଭେ ଇସ୍ରାଏଲର ଶତ୍ରୁମାନଙ୍କ ସହିତ ମିଶିଲ।
    ଅଜଣା ଲୋକ ଇସ୍ରାଏଲ ଧନ ସମ୍ପତ୍ତି ଅଧିକାର କଲେ।
ବିଦେଶୀମାନେ ଯିରୁଶାଲମ ନଗରଦ୍ୱାର ଦେଇ ପ୍ରବେଶ କଲେ।
    ସେହି ବିଦେଶୀମାନେ ଯିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସେମାନଙ୍କ ମଧ୍ୟରୁ ଜଣେ ହେଲେ।
12 ତୁମ୍ଭେ ତୁମ୍ଭର ଭାଇର ଦୁଃଖରେ ହସିଥିଲ।
    ତୁମ୍ଭେ ତାହା କରିବା ଉଚିତ୍ ନ ଥିଲା।
ଯେତେବେଳେ ଯିହୁଦା ଧ୍ୱଂସ ହେଲା, ତୁମ୍ଭେ ଖୁସୀ ହେଲ।
    ତାହା ମଧ୍ୟ ତୁମ୍ଭର କରିବା ଉଚିତ୍ ନ ଥିଲା।
ତୁମ୍ଭେ ସେମାନଙ୍କ ଦୁଃଖରେ ଯେଉଁ ବଡ଼ିମା ଦେଖାଇଲ
    ତାହା ତୁମ୍ଭର କରିବା ଉଚିତ୍ ନ ଥିଲା।
13 ତୁମ୍ଭେ ଆମ୍ଭ ଲୋକମାନଙ୍କର ନଗରଦ୍ୱାର ଦେଇ ପ୍ରବେଶ କଲ
    ଏବଂ ଆମ୍ଭ ଲୋକମାନଙ୍କର ସମସ୍ୟାରେ ଉପହାସ କଲ,
ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
    ସେମାନଙ୍କର ଦୁଃଖ ସମୟରେ ତୁମ୍ଭେ ସେମାନଙ୍କର ଧନସମ୍ପଦ ନେଲ,
    ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
14 ତୁମ୍ଭେ ରାସ୍ତାର ଛକମାନଙ୍କରେ ଦଣ୍ଡାୟମାନ ହୋଇଥିଲ
ଏବଂ ନିର୍ବାସିତମାନଙ୍କୁ ଧ୍ୱଂସ କରୁଥିଲ।
    ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ନିର୍ବାସିତମାନଙ୍କୁ ତୁମ୍ଭେ ସେମାନଙ୍କର ଅନୁଧାବନକାରୀମାନଙ୍କୁ ହସ୍ତଗତ କରିଦେଲ।
    ଯାହାକି ତୁମ୍ଭ ପକ୍ଷେ ଠିକ୍ ନ ଥିଲା।
15 ସବୁଦେଶ ପ୍ରତି
    ସଦାପ୍ରଭୁଙ୍କ ଦିନ ଆସି ଯାଉଛି।
ତୁମ୍ଭେମାନେ ଯେଉଁସବୁ ମନ୍ଦକାର୍ଯ୍ୟ କରିଥିଲ,
    ତାହା ତୁମ୍ଭମାନଙ୍କ ପକ୍ଷରେ ଘଟିବ।
ସେହି ଏକା ପ୍ରକାର ମନ୍ଦ ଜିନିଷ
    ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫେରି ଆସିବ।
16 କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପରେ ରକ୍ତ ପାନ କରିଥିଲ।
    ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ।
ତୁମ୍ଭର ସମାପ୍ତି ଘଟିବ
    ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ।
17 କିନ୍ତୁ ଆମ୍ଭର ଲୋକମାନଙ୍କ ମଧ୍ୟରୁ ବଞ୍ଚିଥିବା ଲୋକମାନଙ୍କୁ ଏକତ୍ରିତ କରିବା
    ଏବଂ ସିୟୋନ ପର୍ବତକୁ ଫେରାଇ ଆଣିବା।
ସେମାନେ ସିୟୋନ ପର୍ବତରେ ଚିରଦିନ ବାସ କରିବେ।
    ଯାକୁବ ତାଙ୍କର ରାଜ୍ୟ ଫେରି ପାଇବେ।
18 ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହେବ
    ଓ ଯୋଷେଫଙ୍କ ରାଜ୍ୟ ଅଗ୍ନିଶିଖା ସଦୃଶ ହେବ।
କିନ୍ତୁ ଏଷୌଙ୍କ ରାଜ୍ୟ ପାଉଁଶ ହୋଇଯିବ,
    ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦେବେ।
    ଯିହୁଦା ଲୋକେ ଇଦୋମଙ୍କୁ ଧ୍ୱଂସ କରି ଦେବେ।
ତା’ପରେ ଏଷୌ ରାଜ୍ୟରେ କେହି ତିଷ୍ଠି ରହିବେ ନାହିଁ।”
    କାରଣ ସଦାପ୍ରଭୁ ପରମେଶ୍ୱର ଏହା କହିଛନ୍ତି।
19 ଦକ୍ଷିଣର ଲୋକେ
    ଏଷୌର ପର୍ବତ ଉପରେ ବଞ୍ଚି ରହିବେ।
ପାହାଡ଼ର ପାଦ ଦେଶରେ ଥିବା ଲୋକେ
    ପଲେଷ୍ଟୀୟ ରାଜ୍ୟ ଦଖଲ କରିବେ।
ସେହି ଲୋକମାନେ ଇଫ୍ରୟିମ ଓ ଶମରିୟାର ରାଜ୍ୟରେ ବାସ କରିବେ।
    ବିନ୍ୟାମୀନ ଗିଲିୟଦ ଅଧିକାର କରିବେ।
20 ଇସ୍ରାଏଲର ଲୋକମାନେ ସେମାନଙ୍କର ଗୃହ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ।
    କିନ୍ତୁ ସେହି ଲୋକମାନେ ସାରିଫ‌‌‌‌ତ୍‌‌‌‌ର ବାଟରେ ଥିବା କନାନୀୟ ରାଜ୍ୟକୁ ଅଧିକାର କରିବେ।
ଯିହୁଦାର ଲୋକମାନେ ଯିରୁଶାଲମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ସଫାରଦରେ ବାସ କଲେ।
    କିନ୍ତୁ ସେମାନେ ଦକ୍ଷିଣର ନଗରଗୁଡ଼ିକୁ ଅଧିକାର କରିବେ।
21 ବିଜେତାକାରୀମାନେ ସିୟୋନ ପର୍ବତ ଉପରକୁ ଯିବେ
    ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ
    ଏବଂ ରାଜ୍ୟ ସଦାପ୍ରଭୁଙ୍କର ଅଧିକୃତ ହେବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9

ପ୍ରଥମ ତୂରୀର ଆରମ୍ଭ ପ୍ରଥମ ଆତଙ୍କ

ଏହା ପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତେବେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସେହି ତାରାକୁ ପାତାଳ ଅତଳ ଗହ୍ୱରର ପ୍ରବେଶ ଦ୍ୱାରର ଗ୍ଭବି ଦିଆଗଲା। ସେହି ତାରା ପାତାଳର ପ୍ରବେଶ ଦ୍ୱାର ଖୋଲିଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲା ଭଳି ସେହି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସେହି ଧୂଆଁ ଦ୍ୱାରା ସୂର୍ଯ୍ୟ ଓ ଆକାଶ ଅନ୍ଧକାରମୟ ହୋଇଗଲା

ଓ ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସେମାନଙ୍କୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା। ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳରେ ପରମେଶ୍ୱରଙ୍କର ମୁଦ୍ରା ନାହିଁ, କେବଳ ସେହି ଲୋକମାନଙ୍କର କ୍ଷତି କରିବାକୁ ସେମାନଙ୍କୁ କୁହାଗଲା। କିନ୍ତୁ ମନୁଷ୍ୟମାନଙ୍କୁ ମାରିଦେବା ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ଯ୍ୟନ୍ତ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଥିଲା। ସେହି ଯନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ଯନ୍ତ୍ରଣାଦାୟକ ହେବ। ସେହି ସମୟରେ ଲୋକମାନେ ମରଣ ଗ୍ଭହିଁବେ, କିନ୍ତୁ ମରିପାରିବେ ନାହିଁ। ମରଣ ଖୋଜିବା ସତ୍ତ୍ୱେ ମରଣ ସେମାନଙ୍କୁ ମିଳିବ ନାହିଁ।

ସେହି ପଙ୍ଗପାଳମାନେ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱପରି ଥିଲେ। ସେମାନଙ୍କର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦେଖାଯାଉଥିବା କିଛି ଥିଲା। ସେମାନଙ୍କର ମୁହଁ ମଣିଷ ପରି ଥିଲା। ସ୍ତ୍ରୀମାନଙ୍କର କେଶ ପରି ସେମାନଙ୍କର କେଶ ଥିଲା। ସେମାନଙ୍କର ଦାନ୍ତ ସିଂହ ଦାନ୍ତ ପରି ଥିଲା। ସେମାନେ ଛାତିରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସେମାନଙ୍କର ଡେଣାର ଶବ୍ଦ ଯୁଦ୍ଧକୁ ଦୌଡ଼ୁଥିବା ଅନେକ ଘୋଡ଼ା ଓ ରଥର ଶବ୍ଦ ଭଳି ଥିଲା। 10 ବିଛାର ନାହୁଡ଼ ଭଳି ସେମାନଙ୍କ ଲାଙ୍ଗୁଡ଼ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ଯ୍ୟନ୍ତ ଲୋକମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସେମାନଙ୍କ ଲାଙ୍ଗୁଡ଼ରେ ଥିଲା। 11 ପାତାଳସ୍ଥ ସେହି ଅତଳ ଗହ୍ୱରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷାରେ ‘ଅବଦ୍ଦୋନ୍’ ଓ ଗ୍ରୀକ୍ ଭାଷାରେ ‘ଅପଲ୍ଲିୟୋନ୍’ (ବିନାଶକ) ଥିଲା।

12 ପ୍ରଥମ କ୍ଳେଶଟି ଶେଷ ହୋଇଗଲା, ଏହା ପରେ ଆହୁରି ଦୁଇଟି ବଡ଼ କ୍ଳେଶ ଆସିବ।

ଷଷ୍ଠ ତୂରୀ ବିସ୍ଫୋରଣ

13 ତା’ପରେ ଷଷ୍ଠ ସ୍ୱର୍ଗଦୂତ ତୂରୀ ବଜାଇଲେ। ମୁଁ ପରମେଶ୍ୱରଙ୍କ ସମ୍ମୁଖରେ ଥିବା ସୁନା ବେଦୀର ଗ୍ଭରି ଶୃଙ୍ଗ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି। 14 ଏହି ସ୍ୱର ତୂରୀ ଧରିଥିବା ଷଷ୍ଠ ଦୂତଙ୍କୁ କହିଲା, “ଫରାତ୍ ମହାନଦୀରେ ବନ୍ଧା ହୋଇ ରହିଥିବା ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ମୁକ୍ତ କରିଦିଅ।” 15 ତେଣୁ ଯେଉଁ ଗ୍ଭରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀୟାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସେହି ଘଣ୍ଟା, ଦିନ, ମାସ ଓ ସେହି ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସେମାନଙ୍କୁ ମୁକ୍ତ କରାଗଲା। 16 ଅଶ୍ୱାରୋହୀ ସୈନ୍ୟ କୋଡ଼ିଏ କୋଟି ବୋଲି ମୁଁ ଶୁଣିବାକୁ ପାଇଲି।

17 ମୋ’ ଦର୍ଶନରେ ମୁଁ ଅଶ୍ୱ ଓ ଅଶ୍ୱାରୋହୀମାନଙ୍କୁ ଦେଖିଲି। ସେମାନେ ନୀଳକାନ୍ତ ମଣି ତୁଲ୍ୟ ଲୋହିତ, ନୀଳକାନ୍ତ ମଣି ତୁଲ୍ୟ ନୀଳ ଓ ଗନ୍ଧକ ପରି ହଳଦିଆ ବର୍ଣ୍ଣର ସାଞ୍ଜୁ ଛାତିରେ ପିନ୍ଧିଥିଲେ। ଅଶ୍ୱମାନଙ୍କର ମୁଣ୍ଡ ସିଂହର ମୁଣ୍ଡ ପରି ଦେଖାଯାଉଥିଲା। ସେମାନଙ୍କ ମୁଖରୁ ଅଗ୍ନି, ଧୂଆଁ ଓ ଗନ୍ଧକ ବାହାରୁଥିଲା। 18 ସେମାନଙ୍କ ମୁହଁରୁ ବାହାରୁଥିବା ଏହି ତିନୋଟି ମହାମାରୀ ଅଗ୍ନି, ଧୂଆଁ ଓ ଗନ୍ଧକ ହେତୁ ମନୁଷ୍ୟ ଜାତିର ଏକ ତୃତୀୟାଂଶ ପ୍ରାଣ ହରାଇଲେ। 19 ସେହି ଅଶ୍ୱମାନଙ୍କର ମାରାତ୍ମକ ଶକ୍ତି କେବଳ ମୁହଁରେ ନ ଥାଇ ଲାଙ୍ଗୁଳରେ ମଧ୍ୟ ଥିଲା। ସେମାନଙ୍କର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା।

20 ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ୱାରା ପ୍ରାଣ ହରାଇ ନ ଥିଲେ, ସେମାନେ ତଥାପି ସେମାନଙ୍କର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସେମାନେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ୟ ନିଜକୁ ଦୂରେଇ ଦେଲେ ନାହିଁ। ସେମାନେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଗ୍ଭଲି ପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ। 21 ଏହା ବ୍ୟତୀତ ସେମାନେ ସେମାନଙ୍କର ନରହତ୍ୟା, ଗୁଣିବିଦ୍ୟା, ଯୌନଗତ ପାପ କିମ୍ବା ଗ୍ଭେରି ପାପ ପରିତ୍ୟାଗ କଲେ ନାହିଁ କି ସେଥିରୁ ମନ ଫେରାଇ ଅନୁତାପ କଲେ ନାହିଁ।

Oriya Bible: Easy-to-Read Version (ERV-OR)

2010 by World Bible Translation Center