Old/New Testament
ନିର୍ବାସିତମାନଙ୍କର ଦୁଃଖ
9 ହେ ଇସ୍ରାଏଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସୀ ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ୟବହାର କଲ ଓ ପରମେଶ୍ୱରଙ୍କୁ ଭୁଲିଗଲ। ତୁମ୍ଭେମାନେ ପ୍ରତି ଶସ୍ୟଖଳାରେ ଯୌନ ଅପରାଧମୂଳକ ପାପ କଲ। 2 କିନ୍ତୁ ସେହି ଖଳାର ଶସ୍ୟ ଇସ୍ରାଏଲକୁ ପ୍ରଚୁର ଖାଦ୍ୟ ଦେବ ନାହିଁ। ସେଠାରେ ମଧ୍ୟ ପ୍ରଚୁର ଦ୍ରାକ୍ଷାରସ ଇସ୍ରାଏଲ ପାଇଁ ହେବ ନାହିଁ।
3 ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କ ରାଜ୍ୟରେ ରହିପାରିବେ ନାହିଁ। ଇଫ୍ରୟିମ ମିଶରକୁ ଫେରିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସେହି ଖାଦ୍ୟ ସେମାନେ ଖାଇବେ। 4 ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନୈବେଦ୍ୟ ଉତ୍ସର୍ଗ କରିବେ ନାହିଁ। ସେମାନେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସେମାନଙ୍କର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧରେ ଖାଦ୍ୟ ଭକ୍ଷ୍ୟଣ ପରି ହେବ। ଯେ ଏହାକୁ ଭକ୍ଷ୍ୟଣ କରିବ ସେ ଅପବିତ୍ର ହେବ। ସେମାନଙ୍କର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ ନାହିଁ। ସେମାନେ ନିଜେ ସେହି ରୋଟୀକୁ ଭକ୍ଷ୍ୟଣ କରିବେ। 5 ସେମାନେ ସଦାପ୍ରଭୁଙ୍କ ନିମନ୍ତେ କୌଣସି ପର୍ବ ବା ଉତ୍ସବ ପାଳନ କରିବାକୁ କ୍ଷମ ହେବେ ନାହିଁ।
6 ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।
ପ୍ରକୃତ ଭବିଷ୍ୟଦ୍ବକ୍ତାଙ୍କୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କଲା
7 ଭବିଷ୍ୟଦ୍ବକ୍ତା କହନ୍ତି, “ଇସ୍ରାଏଲ, ଏହି ନୀତିଗୁଡ଼ିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିଯାଇଛି। ତୁମ୍ଭେ ଯେଉଁ ମନ୍ଦକାର୍ଯ୍ୟ କରିଥିଲ ତା’ର ଫଳ ପାଇବା ସମୟ ଆସି ଯାଇଛି।” କିନ୍ତୁ ଇସ୍ରାଏଲର ଲୋକେ କହନ୍ତି, “ଭବିଷ୍ୟଦ୍ବକ୍ତା ଜଣେ ନିର୍ବୋଧ। ପରମେଶ୍ୱରଙ୍କ ଆତ୍ମା ସହିତ ଏହି ବ୍ୟକ୍ତି ପାଗଳ।” ଭବିଷ୍ୟଦ୍ବକ୍ତା କହନ୍ତି, “ତୁମ୍ଭେମାନେ ତୁମ୍ଭମାନଙ୍କ ଜଘନ୍ୟ ପାପ ଲାଗି ଦଣ୍ତିତ ହେବ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହେବ।” 8 ଭବିଷ୍ୟଦ୍ବକ୍ତା ଇଫ୍ରୟିମ, ମୋର ପରମେଶ୍ୱରଙ୍କ ଲୋକ ଉପରେ ଜଗୁଆଳି ଅଟେ। କିନ୍ତୁ ପଥ ମଧ୍ୟରେ ଅନେକ ଫାଶ ଅଛି ଏବଂ ଲୋକମାନେ ଭବିଷ୍ୟଦ୍ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରମେଶ୍ୱରଙ୍କ ଘରେ ମଧ୍ୟ ଶତ୍ରୁତା ରହିଛି।
9 ଗିବିୟାର ସମୟ ପରି ଇସ୍ରାଏଲୀୟମାନେ ଧ୍ୱଂସର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ। ସେ ସେମାନଙ୍କ ପାପ ଲାଗି ଦଣ୍ତ ଦେବେ।
ପ୍ରତିମାପୂଜା ଲାଗି ଇସ୍ରାଏଲ ଧ୍ୱଂସ ହୁଏ
10 “ସେହି ସମୟରେ ଆମ୍ଭେ ଇସ୍ରାଏଲକୁ ପାଇଲୁ, ସେମାନେ ମରୁଭୂମିରେ ସତେଜ ଦ୍ରାକ୍ଷାଲତା ସଦୃଶ ଥିଲେ। ସେମାନେ ଡିମ୍ବିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସେମାନେ ଯେତେବେଳେ ବାଲ୍-ପିୟୋର ନିକଟକୁ ଆସିଲେ ସେମାନେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡ଼ିକୁ ଭକ୍ତି କଲେ। ତା’ପରେ ସେମାନେ ଭଲ ପାଉଥିବା ଜିନିଷଗୁଡ଼ିକ ଘୃଣ୍ୟ ହେଲା।
ଇସ୍ରାଏଲୀୟମାନେ ନିଃସନ୍ତାନ ହେବେ
11 “ଇଫ୍ରୟିମର ଗୌରବ ପକ୍ଷୀ ସଦୃଶ ଉଡ଼ିଯିବ। ଅଧିକ ଗର୍ଭଧାରଣ ହେବ ନାହିଁ, ଅଧିକ ଶିଶୁ ଜନ୍ମ ହେବେ ନାହିଁ। 12 ଯଦିଓ ଇସ୍ରାଏଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଆମ୍ଭେ ସେମାନଙ୍କଠାରୁ ସେମାନଙ୍କର ପିଲାମାନଙ୍କୁ ନେଇଯିବା। ଆମ୍ଭେ ସେମାନଙ୍କୁ ପରିତ୍ୟାଗ କରିବା। ଫଳରେ ସେମାନଙ୍କର ଦୁଃଖ ବ୍ୟତୀତ ଆଉ କିଛି ରହିବ ନାହିଁ।”
13 ଆମ୍ଭେ ଦେଖି ପାରୁଛୁ ଇଫ୍ରୟିମ ତା’ର ପିଲାମାନଙ୍କୁ ଯନ୍ତା ମଧ୍ୟକୁ ନେଉଛି। ଇଫ୍ରୟିମ ତା’ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି। 14 ସଦାପ୍ରଭୁ, ତୁମ୍ଭେ ଯାହା ଗ୍ଭହଁ ତାହା ସେମାନଙ୍କୁ ଦିଅ। ଶିଶୁହରା ଗର୍ଭାଶୟ ସେମାନଙ୍କୁ ଦିଅ, କ୍ଷୀର ବାହାରୁନଥିବା ସ୍ତନ ସେମାନଙ୍କୁ ଦିଅ।
15 ସେମାନଙ୍କର ସମସ୍ତ ମନ୍ଦକାର୍ଯ୍ୟ ଗିଲ୍ଗଲ୍ରେ ଅଛି।
ଆମ୍ଭେ ସେମାନଙ୍କୁ ସେଠାରେ ଘୃଣା କରିବା ଆରମ୍ଭ କଲୁ।
ଆମ୍ଭର ଗୃହ ପରିତ୍ୟାଗ କରିବାକୁ ଆମ୍ଭେ ସେମାନଙ୍କୁ ବାଧ୍ୟ କରିବା,
କାରଣ ସେମାନେ ମନ୍ଦକାର୍ଯ୍ୟ କରନ୍ତି।
ଆମ୍ଭେ ସେମାନଙ୍କୁ ଆଉ ଭଲ ପାଇବା ନାହିଁ।
ସେମାନଙ୍କର ନେତାମାନେ ବିଦ୍ରୋହି, ସେମାନେ ଆମ୍ଭର ବିରୁଦ୍ଧରେ ଯାଇଛନ୍ତି।
16 ଇଫ୍ରୟିମ ଦଣ୍ତିତ ହେବ।
ସେମାନଙ୍କର ମୂଳ ମରିଯାଇଛି।
ସେମାନଙ୍କର ଆଉ ଅଧିକ ସନ୍ତାନ ହେବେ ନାହିଁ।
ସେମାନେ ସନ୍ତାନ ଜନ୍ମ କରି ପାରନ୍ତି।
କିନ୍ତୁ ସେମାନଙ୍କର ମହାନ ସନ୍ତାନଙ୍କୁ ଆମ୍ଭେ ହତ୍ୟା କରିବା।
17 ଏହି ଲୋକମାନେ ମୋର ପରମେଶ୍ୱରଙ୍କ କଥା ଶୁଣିଲେ ନାହିଁ,
ତେଣୁ ପ୍ରଭୁ ସେମାନଙ୍କ କଥା ଶୁଣିବେ ନାହିଁ।
ସେମାନେ ବସହରା ହୋଇ ଯାଯାବର ପରି ଏଣେତେଣେ ଦେଶର ସବୁଆଡ଼େ ବୁଲିବେ।
ଇସ୍ରାଏଲର ଧନସମ୍ପଦ ପ୍ରତିମାପୂଜାର ଅଗ୍ରଗାମୀ
10 ଇସ୍ରାଏଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ।
କିନ୍ତୁ ଯେତେବେଳେ ଇସ୍ରାଏଲ ଅଧିକ ଜିନିଷ ଲାଭକଲେ
ସେତେବେଳେ ସେ ଭଣ୍ତ ଦେବତାଙ୍କ ପୂଜା ପାଇଁ ଅଧିକ ଯଜ୍ଞବେଦି ନିର୍ମାଣ କଲେ।
ତାଙ୍କର ରାଜ୍ୟ ଅଧିକ ଭଲ ହେଲା।
ତେଣୁ ସେ ଭଣ୍ତ ଦେବତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ।
2 ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କୁ ଠକିବାକୁ ଚୋଷ୍ଟା କଲେ
କିନ୍ତୁ ବର୍ତ୍ତମାନ ସେମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ।
ସଦାପ୍ରଭୁ ସେମାନଙ୍କର ଯଜ୍ଞବେଦିକୁ ଭାଙ୍ଗି ଦେବେ।
ସେ ସେମାନଙ୍କର ସ୍ମୃତିସ୍ତମ୍ଭକୁ ଧ୍ୱଂସ କରି ଦେବେ।
ଇସ୍ରାଏଲୀୟମାନଙ୍କ ମନ୍ଦ ନିଷ୍ପତ୍ତି
3 ବର୍ତ୍ତମାନ ଇସ୍ରାଏଲୀୟମାନେ କୁହନ୍ତି, “ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁ ନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରି ପାରିବେ ନାହିଁ।”
4 ସେମାନେ ଶପଥ ନିଅନ୍ତି କିନ୍ତୁ ସେମାନେ କେବଳ ମିଥ୍ୟା କୁହନ୍ତି। ସେମାନେ ସେମାନଙ୍କର ଶପଥ ରକ୍ଷା କରନ୍ତି ନାହିଁ। ସେମାନେ ଚୁକ୍ତି କରନ୍ତି। ସେଥିପାଇଁ ନ୍ୟାୟ କୃଷିକ୍ଷେତ୍ରରେ ବିଷାକ୍ତ ଅନାବନା ଘାସ ପରି ବଢ଼େ।
5 ଶମରିୟାର ଲୋକମାନେ ବୈଥ୍-ଆବନର ବାଛୁରିମାନଙ୍କୁ ପୂଜା କରନ୍ତି। ସେହି ଲୋକମାନେ ପ୍ରକୃତରେ କାନ୍ଦିବେ। ଯାଜକମାନେ ମଧ୍ୟ ପ୍ରକୃତରେ କାନ୍ଦିବେ। କାରଣ ସେମାନଙ୍କର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂରେଇ ନିଆଗଲା। 6 ଅଶୂରକୁ ମହାନ ରାଜାଙ୍କ ଉପହାର ସ୍ୱରୂପ ଏହାକୁ ନିଆଗଲା। ସେ ଇଫ୍ରୟିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇସ୍ରାଏଲ ତା’ର ମୂର୍ତ୍ତି ପାଇଁ ଲଜ୍ଜିତ ହେବ। 7 ପାଣିରେ ଗୋଟିଏ କାଠଖଣ୍ତ ଭାସି ଗଲାପରି, ଶମରିୟାର ରାଜା ଧ୍ୱଂସ ହେବେ।
8 ଇସ୍ରାଏଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବେନ୍ର ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ ହେବ। ସେମାନଙ୍କର ଯଜ୍ଞବେଦି ଉପରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା’ପରେ ସେମାନେ ପର୍ବତଗୁଡ଼ିକୁ କହିବେ, “ଆମ୍ଭମାନଙ୍କୁ ଆବୃତ୍ତ କର” ଏବଂ ପାହାଡ଼ଗୁଡ଼ିକୁ କହିବେ, “ଆମ୍ଭମାନଙ୍କ ଉପରେ ପଡ଼ିଯାଅ।”
ଇସ୍ରାଏଲ ପାପ ପାଇଁ ପରିଶୋଧ କରିବ
9 “ଇସ୍ରାଏଲ, ତୁମ୍ଭେ ଗିବିୟାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସେଠାରେ ଲଗାତାର ପାପ କରି ଗ୍ଭଲିଛନ୍ତି। ଯୁଦ୍ଧ ପ୍ରକୃତରେ ସେହି ମନ୍ଦ ଲୋକମାନଙ୍କୁ ଗିବିୟାରେ ଧରିବ। 10 ମୁଁ ସେମାନଙ୍କୁ ଦଣ୍ତ ଦେବାକୁ ଆସିବି। ଦେଶଗୁଡ଼ିକୁ ମିଳିତ ଭାବରେ ସେମାନଙ୍କ ବିରୁଦ୍ଧରେ ଯିବେ। ସେମାନେ ଇସ୍ରାଏଲ ଅଧିବାସୀଙ୍କୁ ସେମାନଙ୍କର ଦୁଇଗୁଣା ପାପ ପାଇଁ ଦଣ୍ତ ଦେବେ।
11 “ଇଫ୍ରୟିମ ତାଲିମପ୍ରାପ୍ତ ଗାଈ ପରି ଖଳାରେ ଶସ୍ୟ ଉପରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ଯୁଆଳି ତା’ କାନ୍ଧରେ ପକାଇବା। ଆମ୍ଭେ ତାକୁ ଦଉଡ଼ିରେ ବାନ୍ଧିବା। ତା’ପରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।”
12 ତୁମ୍ଭେ ଯଦି ଭଲପଣିଆ ବୁଣିବ ତେବେ ପ୍ରକୃତ ପ୍ରେମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପରେ ଭଲ ଜିନିଷ ବର୍ଷା ପରି ପକାଇବେ।
13 କିନ୍ତୁ ତୁମ୍ଭେମାନେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭେମାନେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ୟାର ଫଳ ତୁମ୍ଭେ ଭକ୍ଷ୍ୟଣ କଲ। କାରଣ ତୁମ୍ଭେମାନେ ତୁମ୍ଭ ଶକ୍ତି ଓ ସୈନ୍ୟବାହିନୀ ଉପରେ ବିଶ୍ୱାସ ରଖିଛ। 14 ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା। 15 ବୈଥେଲ୍, ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହେବ। ଯେତେବେଳେ ସକାଳ ହେବ ଇସ୍ରାଏଲର ରାଜା ସମ୍ପୂର୍ଣ୍ଣ ଧ୍ୱଂସ ହେବେ।”
ଇସ୍ରାଏଲ ସଦାପ୍ରଭୁଙ୍କୁ ଭୁଲିଛି
11 ସଦାପ୍ରଭୁ କହିଲେ, “ଇସ୍ରାଏଲ ବାଲ୍ୟ ଥିଲା ବେଳେ ଆମ୍ଭେ ତାକୁ ଭଲ ପାଉଥିଲୁ।
ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ।
2 କିନ୍ତୁ ଇସ୍ରାଏଲକୁ ଯେତେ ଅଧିକ ନିଜର କଲୁ ଇସ୍ରାଏଲ
ସେତେ ଅଧିକ ଆମ୍ଭଠାରୁ ଦୂରେଇଗଲା।
ଇସ୍ରାଏଲୀୟମାନେ ବାଲ୍ଦେବଗଣଙ୍କ ଉଦ୍ଦେଶ୍ୟରେ ବଳି ଦେଲେ।
ସେମାନେ ପ୍ରତିମା ନିକଟରେ ଧୂପ ଦେଲେ।
3 “ଆମ୍ଭେ ଇଫ୍ରୟିମକୁ ଗ୍ଭଲିବା ଶିଖାଇଲୁ।
ଆମ୍ଭେ ଇସ୍ରାଏଲୀୟଙ୍କୁ ଆମ୍ଭର ବାହୁରେ ନେଇଥିଲୁ।
ଆମ୍ଭେ ସେମାନଙ୍କୁ ସୁସ୍ଥ କଲୁ।
କିନ୍ତୁ ସେମାନେ ତାହା ଅନୁଭବ କଲେ ନାହିଁ।
4 ଆମ୍ଭେ ସେମାନଙ୍କୁ ରଜ୍ଜୁରେ ବାନ୍ଧିଥିଲୁ,
କିନ୍ତୁ ତାହା ଥିଲା ପ୍ରେମର ରଜ୍ଜୁ।
ଆମ୍ଭେ ଜଣେ ବ୍ୟକ୍ତିପରି ସେମାନଙ୍କୁ ମୁକ୍ତ କଲୁ।
ଆମ୍ଭେ ନମ୍ର ହେଲୁ ଓ ସେମାନଙ୍କୁ ଖୁଆଇଲୁ।
5 “ଇସ୍ରାଏଲୀୟମାନେ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ମନା କଲେ। ତେଣୁ ସେଥିପାଇଁ ସେମାନେ ମିଶର ଯିବେ। ଅଶୂରର ରାଜା ସେମାନଙ୍କର ରାଜା ହେବେ। 6 ଖଣ୍ତା ସେମାନଙ୍କ ନଗର ବିରୁଦ୍ଧରେ ଝୁଲିବ। ଏହା ସେମାନଙ୍କର ଶକ୍ତିଶାଳୀ ଲୋକଙ୍କୁ ହତ୍ୟା କରିବ। ଏହା ସେମାନଙ୍କର ନେତାମାନଙ୍କୁ ଧ୍ୱଂସ କରିବ।
7 “ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫେରିବାକୁ ଆଶା କରନ୍ତି। ସେମାନେ ଊର୍ଦ୍ଧ୍ୱକୁ ଡାକିବେ। କିନ୍ତୁ କେହି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।”
ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରିବାକୁ ଗ୍ଭହାନ୍ତି ନାହିଁ
8 “ଇଫ୍ରୟିମ, ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବାକୁ ଗ୍ଭହୁଁ ନାହୁଁ।
ଇସ୍ରାଏଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ।
ଅଦ୍ମାର ଓ ସବୋୟିମ୍ ପରି
ତୁମ୍ଭକୁ ହେବାକୁ ଆମ୍ଭେ ଗ୍ଭହୁଁ ନାହୁଁ।
ଆମ୍ଭର ମନକୁ ପରିବର୍ତ୍ତନ କରିଛୁ।
ଆମ୍ଭର ପ୍ରେମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।
9 ଆମ୍ଭେ ଆପଣା ଭୟଙ୍କର କ୍ରୋଧଭାବକୁ ପ୍ରକାଶ କରିବା ନାହିଁ।
ଇଫ୍ରୟିମକୁ ପୁନର୍ବାର ଧ୍ୱଂସ କରିବା ନାହିଁ।
ଆମ୍ଭେ ପରମେଶ୍ୱର, ମାନବ ନୋହୁଁ।
ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ
ଧର୍ମସ୍ୱରୂପ ଅଟୁ।
ଆମ୍ଭର କ୍ରୋଧ ଦେଖାଇବା ନାହିଁ।
10 ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜନ କରିବା।
ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ।
ଏହି ପିଲାମାନେ ଭୟରେ ଥରିଥରି
ପଶ୍ଚିମରୁ ଆସିବେ।
11 ସେମାନେ ମିଶରରୁ ପକ୍ଷୀ ସଦୃଶ
ଥରିଥରି ଆସିବେ।
ଅଶୂରୀୟରୁ କପୋତ ପରି ଥରିଥରି ଆସିବେ।
ଏବଂ ଆମ୍ଭେ ସେମାନଙ୍କୁ ଗୃହକୁ ଫେରାଇ ନେବା ବୋଲି”
ସଦାପ୍ରଭୁ କହିଲେ।
12 “ଇଫ୍ରୟିମ ମିଥ୍ୟାରେ ଆମ୍ଭର ଗ୍ଭରିପାଖରେ ଘେରିଗଲା।
ଇସ୍ରାଏଲର ପରିବାର ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଛନ୍ତି।
କିନ୍ତୁ ଯିହୁଦା ପରମେଶ୍ୱରଙ୍କ ସହିତ ଅଛି
ଏବଂ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ଅଛି।”
ସାର୍ଦ୍ଦୀ ମଣ୍ଡଳୀକୁ ଯୀଶୁଙ୍କର ପତ୍ର
3 “ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ:
“ଯାହାଙ୍କଠାରେ ପରମେଶ୍ୱରଙ୍କର ସାତୋଟି ଆତ୍ମା ଓ ସାତୋଟି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି,
“ମୁଁ ତୁମ୍ଭ କର୍ମ ବିଷୟରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତରେ ମୃତ। 2 ଜାଗି ଉଠ! ତୁମ୍ଭର ଯେଉଁ ଅବଶିଷ୍ଟ ବିଷୟ ଗୁଡ଼ିକ ଲୋପ ପାଇଯାଉଅଛି ସେଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପୂର୍ବରୁ ସେସବୁ ଦୃଢ଼ କର। କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭର କର୍ମକୁ ମୁଁ ନିର୍ଦ୍ଦୋଷ ପାଇ ନାହିଁ। 3 ତେଣୁ ପ୍ରଥମରେ ତୁମ୍ଭେ ଯାହା ଗ୍ରହଣ କରିଥିଲ ଓ ଶୁଣିଥିଲ, ତାହା ମନେ ପକାଅ। ସେଗୁଡ଼ିକର ବାଧ୍ୟ ହୁଅ। ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭେ ଜାଗ୍ରତ ହୁଅ, ନଚେତ୍ ମୁଁ ଗୋଟିଏ ଗ୍ଭେରପରି ତୁମ୍ଭ ପାଖକୁ ଆସିବି ଓ କେତେବେଳେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ହତବୁଦ୍ଧି କରିଦେବି, ତାହା ତୁମ୍ଭେ ଜାଣି ପାରିବ ନାହିଁ।
4 “ତଥାପି ସାର୍ଦ୍ଦୀରେ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାନ୍ତି। ସେହି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମୋ’ ସହିତ ଗମନାଗମନ କରିବେ, କାରଣ ସେମାନେ ସେଥିପାଇଁ ଯୋଗ୍ୟ ଅଟନ୍ତି। 5 ଯେ ବିଜୟୀ ହୁଏ, ସେ ଏହି ଲୋକମାନଙ୍କ ଭଳି ଧଳା ବସ୍ତ୍ର ପିନ୍ଧିବ। ମୁଁ ଜୀବନ ପୁସ୍ତକରୁ ସେହି ଲୋକର ନାମ କଦାପି ଲୋପ କରିବି ନାହିଁ। ମାତ୍ର ମୁଁ ତାହାର ନାମକୁ ମୋହର ପରମପିତା ଓ ତାହାଙ୍କର ଦୂତମାନଙ୍କ ସାମନାରେ ସ୍ୱୀକାର କରିବି। 6 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଫିଲାଦେଲ୍ଫିଆ ମଣ୍ଡଳୀକୁ ଯୀଶୁଙ୍କର ପତ୍ର
7 “ଫିଲାଦେଲ୍ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ:
“ଯେ ପବିତ୍ର ଓ ସତ୍ୟ, ସେ ତୁମ୍ଭକୁ ଏହି କଥା ଲେଖୁଛନ୍ତି। ସେ ଦାଉଦଙ୍କ ଗ୍ଭବି ହାତରେ ଧରିଛନ୍ତି। ସେ ଯାହା ଖୋଲି ଦିଅନ୍ତି, ତାହା ବନ୍ଦ ହୋଇପାରେ ନାହିଁ।
8 “ମୁଁ ତୁମ୍ଭର ସବୁକାର୍ଯ୍ୟ ଜାଣେ। ଦେଖ, ମୁଁ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଖୋଲା ରଖିଛି। କେହି ତାହାକୁ ବନ୍ଦ କରି ପାରିବେ ନାହିଁ। ମୁଁ ଜାଣେ, ତୁମ୍ଭେ ଦୁର୍ବଳ। କିନ୍ତୁ ତୁମ୍ଭେ ମୋର ଶିକ୍ଷା ଅନୁସରଣ କରିଛ। ତୁମ୍ଭେ ମୋ’ ନାମ ଉଚ୍ଚାରଣ କରିବା ପାଇଁ କେବେ ଭୟ କରି ନାହଁ। 9 ଶୁଣ! ତୁମ୍ଭ ମଧ୍ୟରେ ଶୟତାନର ଗୋଟିଏ ଦଳ ଅଛି। ସେମାନେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ସେମାନେ ମିଥ୍ୟାବାଦୀ। ସେମାନେ ବାସ୍ତବରେ ଯିହୂଦୀ ନୁହନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସେମାନଙ୍କର ମୁଣ୍ଡ ନୁଆଁଇବି। ତେବେ ସେମାନେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ରେମ କରିଛି। 10 ତୁମ୍ଭେ ଧୈର୍ଯ୍ୟର ସହିତ ମୋର ଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି।
11 “ମୁଁ ଶୀଘ୍ର ଆସୁଛି। ତୁମ୍ଭର ଯାହା ଅଛି, ତାହା ଦୃଢ଼ ଭାବେ ଧରିରଖ। ତେବେ କେହି ତୁମ୍ଭର ମୁକୁଟ ହରଣ କରି ପାରିବ ନାହିଁ। 12 ଯେ ବିଜୟୀ ହୁଏ, ତାହାକୁ ମୁଁ ମୋର ପରମେଶ୍ୱରଙ୍କ ମନ୍ଦିରରେ ଗୋଟିଏ ସ୍ତମ୍ଭ ସ୍ୱରୂପ ରଖିବି। ସେ କଦାପି ସେଠାରୁ ସ୍ଥାନଚ୍ୟୁତ ହେବ ନାହିଁ। ମୁଁ ସେହି ଲୋକ ଉପରେ ପରମେଶ୍ୱରଙ୍କ ନାମ ଲେଖିବି। ମୋ’ ପରମେଶ୍ୱରଙ୍କର ନଗରର ନାମ ମଧ୍ୟ ମୁଁ ତା’ ଉପରେ ଲେଖିବି। ଏହି ନଗରର ନାମ “ନୂତନ ଯିରୁଶାଲମ”। ସେହି ନଗର ମୋହର ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ଆସୁଅଛି। ମୁଁ ମୋର ନୂତନ ନାମ ମଧ୍ୟ ସେହି ଲୋକ ଉପରେ ଲେଖିବି। 13 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଲାଅଦିକୀଆ ମଣ୍ଡଳୀକୁ ଯୀଶୁଙ୍କର ପତ୍ର
14 “ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ:
“ଯେ ଏହିସବୁ ତୁମ୍ଭକୁ କହୁଛନ୍ତି, ସେ ଆମେନ୍ [a] ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଅଟନ୍ତି। ପରମେଶ୍ୱର ସୃଷ୍ଟି କରିଥିବା ସମସ୍ତ ବିଷୟର ଶାସକ। ସେ ଏହି କଥା କହନ୍ତି:
15 “ମୁଁ ତୁମ୍ଭର କାର୍ଯ୍ୟ ଜାଣେ। ତୁମ୍ଭେ ଉତ୍ତପ୍ତ ନୁହଁ ବା ଶୀତଳ ନୁହଁ। ମୁଁ ଆଶାକରେ, ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ହୋଇଥିଲେ ଭଲ ହୋଇ ଥା’ନ୍ତା। 16 କିନ୍ତୁ ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ନ ହୋଇ ନାତିଶୀତଷ୍ଣୋ ହେବାରୁ ମୁଁ ତୁମକୁ ମୁଖରୁ ଉଦ୍ଗାର କରି ବାହାର କରିଦେବି। 17 ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ। 18 ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମୋ’ଠାରୁ ଅଗ୍ନିରେ ଖାଣ୍ଟି ହୋଇଥିବା ସୁନା କିଣ। ତା’ପରେ ତୁମ୍ଭେ ପ୍ରକୃତରେ ଧନୀ ହୋଇଯିବ। ମୁଁ ତୁମ୍ଭକୁ ଏହା କହୁଛି: ଧଳା ବସ୍ତ୍ର କିଣ। ତେବେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘୋଡ଼େଇ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖିରେ ଲଗାଇବା ପାଇଁ ମଧ୍ୟ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତରେ ଦେଖି ପାରିବ।
19 “ମୁଁ ଯେଉଁମାନଙ୍କୁ ପ୍ରେମ କରେ ସେମାନଙ୍କୁ ସଂଶୋଧନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର। 20 ଦେଖ, ମୁଁ ଏଠାରେ ଅଛି ଓ ଦ୍ୱାର ପାଖରେ ଠିଆ ହୋଇ ଆଘାତ କରୁଛି। ଯଦି ଜଣେ ଲୋକ ମୋ’ ସ୍ୱର ଶୁଣେ ଓ ଦ୍ୱାର ଫିଟାଏ, ତେବେ ମୁଁ ଭିତରକୁ ଆସି ସେହି ଲୋକ ସହିତ ଖାଇବି। ସେ ଲୋକ ମଧ୍ୟ ମୋ’ ସହିତ ଖାଦ୍ୟ ଖାଇବ।
21 “ଯେ ବିଜୟୀ ହୁଏ, ମୁଁ ତାହାକୁ ମୋ’ ସହିତ ସିଂହାସନରେ ବସାଇବି। ଯେପରି ମୁଁ ବିଜୟୀ ହୋଇ ମୋର ପରମପିତାଙ୍କ ସହ ତାହାଙ୍କ ସିଂହାସନରେ ବସିଥିଲି, ସେ ସେହିପରି ମୋ’ ସହିତ ବସିବ। 22 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।’’
2010 by World Bible Translation Center