Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1-3

ଉପକ୍ରମ

ଆମୋଷଙ୍କ ବାର୍ତ୍ତା: ତକୋୟ ନଗରର ମେଷପାଳକମାନଙ୍କ ମଧ୍ୟରୁ ଆମୋଷ ଥିଲେ ଅନ୍ୟତମ। ଯେତେବେଳେ ଯିହୁଦାର ରାଜା ଉଷିୟ ଥିଲେ, ଯୋୟାଶଙ୍କ ପୁତ୍ର ଯାରବିୟାମ୍ ଇସ୍ରାଏଲ ରାଜା ଥିଲେ। ସେହି ସମୟରେ ଆମୋଷଙ୍କର ଇସ୍ରାଏଲ ବିଷୟରେ ଏକ ଦର୍ଶନ ଥିଲା। ଏହା ଥିଲା ଭୂମିକମ୍ପ ଦୁଇ ବର୍ଷର ପୂର୍ବ ଘଟଣା।

ଅରାମ ପାଇଁ ଦଣ୍ତ

ଆମୋଷ କହିଲେ:
“ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ।
    ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ।
ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ।
    ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।”

ସଦାପ୍ରଭୁ ଏହି କଥା କହନ୍ତି: “ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ଯ୍ୟ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ଶସ୍ୟ ଦଳନ ଲୌହ ଯନ୍ତ୍ରରେ ଗିଲିୟଦର ଲୋକମାନଙ୍କୁ ଦଳନ କରିଥିଲେ। ତେଣୁ ଆମ୍ଭେ ହସାୟେଲଙ୍କ ଗୃହ ନିକଟକୁ ଅଗ୍ନି ପ୍ରେରଣ କରିବା। ଏବଂ ସେହି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ୱଂସ କରିବ।

“ଆମ୍ଭେ ମଧ୍ୟ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦେବା। ଆବନର ଉପତ୍ୟକାର ସିଂହାସନ ଉପରେ ବସିଥିବା ବ୍ୟକ୍ତିକୁ ବିତାଡ଼ିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କେତକୁ ମଧ୍ୟ ନିଶ୍ଚିହ୍ନ କରି ଦେବି। ଆଉ ମଧ୍ୟ ଅରାମର ଲୋକମାନେ ପରାଜିତ ହେବେ ଓ କୀରକୁ ଯିବେ।” ସଦାପ୍ରଭୁ ଏହା ହିଁ କହନ୍ତି।

ଫିଲିଷ୍ଟାଇନ୍ ପାଇଁ ଦଣ୍ତ

ସଦାପ୍ରଭୁ ଏହା ହିଁ କହନ୍ତି: “ଘସାର ଲୋକମାନଙ୍କୁ ଆମ୍ଭେ ସେମାନଙ୍କର ବହୁ ଅପରାଧ ପାଇଁ ନିଶ୍ଚୟ ଦଣ୍ତ ଦେବା, କାରଣ ସେମାନେ ସମଗ୍ର ଜାତିମାନଙ୍କୁ ନେଇଯାଇ ଇଦୋମକୁ କ୍ରୀତଦାସରୂପେ ଦେଇଥିଲେ। ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ୱଂସ କରିବ। ଆଉ ମଧ୍ୟ ଅ‌‌ସ୍‌‌ଦୋଦର ସିଂହାସନରେ ବସିଥିବା ଲୋକଟିକୁ ଧ୍ୱଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ୟ ବିନାଶ କରିବା। ଇକ୍ରୋଣର ଲୋକମାନଙ୍କୁ ମଧ୍ୟ ଆମ୍ଭେ ଦଣ୍ତ ଦେବା। ତା’ପରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସେମାନେ ମଧ୍ୟ ମୃତ୍ୟୁବରଣ କରିବେ।” ସଦାପ୍ରଭୁ ପରମେଶ୍ୱର ଏହିସବୁ କହିଥିଲେ।

ଫୋୟେନସିଆ ପାଇଁ ଶାସ୍ତି

ସଦାପ୍ରଭୁ ଏହିକଥା କହନ୍ତି: “ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧ କରିଥିଲେ। ଆଉ ମଧ୍ୟ ସେମାନେ ସମଗ୍ର ଜାତିକୁ ନେଇଗଲେଏବଂ ସେମାନଙ୍କୁ କ୍ରୀତଦାସ ରୂପେ ଇଦୋମକୁ ପ୍ରେରଣ କରିଥିଲେ। ସେମାନେ ଇସ୍ରାଏଲୀୟମାନଙ୍କ ସହିତ ବନ୍ଧୁତ୍ୱ ଚୁକ୍ତିକୁ ମନେ ପକାଇ ନ ଥିଲେ। 10 ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ଧ୍ୱଂସ କରିଦେବ।”

ଇଦୋମର ଲୋକମାନଙ୍କ ପାଇଁ ଶାସ୍ତି

11 ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧରେ ଲିପ୍ତ ଥିଲେ। ସେମାନେ ମଧ୍ୟ ସେମାନଙ୍କର ଭାଇମାନଙ୍କୁ ‌‌ଖ‌ଡ଼୍‌ଗଧରି ଗୋଡ଼ାଇଲେ। ଏବଂ ଟିକିଏ ହେଲେ ଦୟା ଦେଖାଇ ନ ଥିଲେ। ଇଦୋମ ନିଜର କ୍ରୋଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କ୍ରୋଧ ବନ୍ଦ କଲେ ନାହିଁ। ଇସ୍ରାଏଲୀୟମାନଙ୍କୁ ସେମାନେ ବନ୍ୟପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ। 12 ତେଣୁ ଆମ୍ଭେ ତୈମନ୍ ଉପରେ ଅଗ୍ନି ବୃଷ୍ଟି କରିବା। ସେହି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରି ପକାଇବ।”

ଅମୋନର ଅଧିବାସୀଙ୍କ ପାଇଁ ଦଣ୍ତ

13 ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଅମ୍ମୋନର ଲୋକମାନଙ୍କୁ ଦଣ୍ତ ଦେବା, ଯେଉଁମାନେ ଅନେକ ଅପରାଧ କରିଛନ୍ତି, କାରଣ ସେମାନେ ଗିଲିୟଦରେ ଗର୍ଭବତୀ ନାରୀମାନଙ୍କୁ ହତ୍ୟା କରିଅଛନ୍ତି। ଅମ୍ମୋନର ଲୋକମାନେ ଏହିପରି କାର୍ଯ୍ୟ କଲେ, ଯେଟରୁ ସେମାନଙ୍କର ସୀମା ଅଧିକ ଜାଗା ବଢ଼ାଇବାକୁ। 14 କିନ୍ତୁ ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ପକାଇବା ଏବଂ ଏହା ସେଠାକାର ସମସ୍ତ ପ୍ରାସାଦ ଓ ସେହି ଅଗ୍ନି ଦେଶକୁ ଧ୍ୱଂସ କରିଦେବ ଏବଂ ସେଠାରେ ଯୁଦ୍ଧ ବିଭୀଷିକା ଘୂର୍ଣ୍ଣିବାୟୁ ଆସିବ। 15 ତା’ପରେ ସେମାନଙ୍କର ରାଜା ଓ ପ୍ରାଚୀନମାନେ ଏବଂ ସେମାନେ ସମସ୍ତେ ନିର୍ବାସିତ ହେବେ।” ସଦାପ୍ରଭୁ ଏହି ବାକ୍ୟ କହିଥିଲେ।

ମୋୟାବ ପାଇଁ ଶାସ୍ତି

ସଦାପ୍ରଭୁ ଏହା ହିଁ କହନ୍ତି: “ବହୁ ଅପରାଧ କରିଥିବା ମୋୟାବର ଲୋକମାନଙ୍କୁ ଆମ୍ଭେ ନିଶ୍ଚୟ ଦଣ୍ତ ଦେବା। କାରଣ ମୋୟାବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡ଼ି ଚୂର୍ଣ୍ଣରେ ପରିଣତ କରିଥିଲେ। ତେଣୁ ଆମ୍ଭେ ମୋୟାବରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନିଶିଖା କିରିୟୋଥର ପ୍ରାସାଦଗୁଡ଼ିକ ଧ୍ୱଂସ କରିଦେବ। ସେଠାରେ କୋଳାହଳ ଓ ତୂରୀର ଶବ୍ଦ ହେବ ଏବଂ ମୋୟାବ ଧ୍ୱଂସ ହେବ। ମାତ୍ର ଆମ୍ଭେ ମୋୟାବର ରାଜାମାନଙ୍କୁ ହତ୍ୟା କରିବା ଏବଂ ମୋୟାବର ସମସ୍ତ ନେତାମାନଙ୍କର ଧ୍ୱଂସ କରି ପତନ ଘଟାଇବା।” ସଦାପ୍ରଭୁ ଏହା ହିଁ କହନ୍ତି।

ଯିହୁଦା ପାଇଁ ଶାସ୍ତି

ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସେମାନେ ତାଙ୍କର ଆଦେଶ ରଖିଲେ ନାହିଁ। ସେମାନଙ୍କର ପୂର୍ବପୁରୁଷଗଣ ଯେଉଁ ମିଥ୍ୟାକୁ ବିଶ୍ୱାସ କରୁଥିଲେ, ସେମାନେ ମଧ୍ୟ ତାହା ବିଶ୍ୱାସ କଲେ। ତେଣୁ ଆମ୍ଭେ ଯିହୁଦାରେ ଅଗ୍ନି ସଂଯୋଗ କରିବା ଏବଂ ସେହି ଅଗ୍ନି ଯିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରିଦେବ।”

ଇସ୍ରାଏଲ ପାଇଁ ଦଣ୍ତବିଧାନ

ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଇସ୍ରାଏଲ ଲୋକଙ୍କୁ ଦଣ୍ତ ଦେବା। କାରଣ ସେମାନେ ରୌପ୍ୟ ବଦଳରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସେମାନେ ଏକହଳ ଜୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ। ସେମାନେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡ଼ି ଦଣ୍ତ ଦେଉଥିଲେ ଓ ସେମାନଙ୍କୁ ପଦାଘାତ କରୁଥିଲେ। ସେମାନେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନ ଥିଲେ। ମୋର ପବିତ୍ର ନାମକୁ କଳୁଷିତ କରିବାକୁ ଯାଇ ଜଣେ ବ୍ୟକ୍ତି ଓ ତା’ର ପିତା, ଜଣେ ରମଣୀ ସହ ଯୌନ ସମ୍ପର୍କ ରଖିଥିଲେ। ସେମାନେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସେହି ବସ୍ତ୍ର ଉପରେ ବସି ଯଜ୍ଞବେଦି ନିକଟରେ ପୂଜା କରନ୍ତି। ସେମାନେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାରରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସେମାନେ ବସ୍ତ୍ରଗୁଡ଼ିକ ନେଇଯାଆନ୍ତି। ସେମାନେ ସେହି ଦରିଦ୍ରମାନଙ୍କ ଉପରେ ଅର୍ଥ ଦଣ୍ତ କରନ୍ତି ଏବଂ ସେହି ଅର୍ଥରେ ଦ୍ରାକ୍ଷାରସ କିଣି ସେମାନଙ୍କର ପରମେଶ୍ୱରଙ୍କ ମନ୍ଦିରରେ ସେବନ କରନ୍ତି।

“କିନ୍ତୁ ଆମ୍ଭେ ଯିଏ କି ଜଣେ ଥିଲୁ, ଇମୋରୀୟକୁ ସେମାନଙ୍କ ସମ୍ମୁଖରେ ଧ୍ୱଂସ କଲୁ। ଇମୋରୀୟ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସେମାନଙ୍କର ଊର୍ଦ୍ଧ୍ୱ ଭାଗରେ ଥିବା ଫଳ ଓ ନିମ୍ନ ଭାଗରେ ଥିବା ମୂଳକୁ ନଷ୍ଟ କଲୁ।

10 “ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ଆଗେଇ ନେଲୁ। ଆମ୍ଭେ ମଧ୍ୟ ଇମୋରୀୟମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାଯ୍ୟ କଲୁ। 11 ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଭବିଷ୍ୟ‌ଦ୍‌ବକ୍ତା କରାଇଲୁ ଏବଂ ତୁମ୍ଭର କେତେକ ଯୁବକ ପୁରୁଷମାନଙ୍କୁ ନାସରୀୟ କରାଇଲୁ। ହେ ଇସ୍ରାଏଲୀୟ, ଏହା ସତ୍ୟ” ଏବଂ ସଦାପ୍ରଭୁ ଏହା ହିଁ କହିଥିଲେ। 12 “କିନ୍ତୁ ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ସେବନ କରାଇଲ। ତୁମ୍ଭ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର ନ କରିବାକୁ କହିଲ। 13 ତୁମ୍ଭେମାନେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦେବା। ଆମ୍ଭେ ତୁମ୍ଭକୁ ନଡ଼ାରେ ବୋଝେଇ ଶଗଡ଼ ପରି ବଙ୍କା କରିଦେବା। 14 କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡ଼ାଳି ମଧ୍ୟ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ୟ ବଳ ନ ଥିବ। ସୈନ୍ୟମାନେ ନିଜକୁ ରକ୍ଷା କରି ପାରିବେ ନାହିଁ। 15 ଧନୁର୍ଦ୍ଧାରୀମାନେ ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଦ୍ରୁତତମ ଦୌଡ଼ାଳି ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଅଶ୍ୱାରୋହୀମାନେ ନିଜ ନିଜକୁ ରକ୍ଷା କରି ପାରିବେ ନାହିଁ। 16 ସେହି ସମୟରେ ସାହସୀ ସୈନ୍ୟମାନେ ଉଲଗ୍ନ ଦୌଡ଼ି ପଳାଇବେ।” ସଦାପ୍ରଭୁ ଏହି କଥା କହନ୍ତି।

ଇସ୍ରାଏଲକୁ ସତର୍କ ଘଣ୍ଟି

ହେ ଇସ୍ରାଏଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇସ୍ରାଏଲ ବିଷୟରେ ସଦାପ୍ରଭୁ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇସ୍ରାଏଲୀୟ ପରିବାର ବିଷୟରେ ଏହା ବାର୍ତ୍ତା ଥିଲା। “ଏହି ପୃଥିବୀରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭେମାନେ ଏପରି ଏକ ଗୋଷ୍ଠୀ ସ୍ୱତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା।”

ଇସ୍ରାଏଲର ଦଣ୍ତର କାରଣ

ଏକମତ ନ ହେଲେ
    ଦୁଇଜଣ ଏକତ୍ର ଗମନ କରିବେ ନାହିଁ।
ସିଂହଟି ଗର୍ଜନ କରେ
    ଯଦି ତାକୁ ଶିକାର ଦୃଶ୍ୟମାନ ହୁଏ।
ଯଦି ଗୋଟିଏ ଯୁବା ସିଂହ ତା’ର ଗୁମ୍ଫାରେ ଗର୍ଜନ କରୁଛି
    ତେବେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।
ଯଦି ଫାଶରେ କିଛି ଖାଦ୍ୟ ନାହିଁ,
    ତେବେ ପକ୍ଷୀଟିଏ ତା’ ମଧ୍ୟକୁ ପ୍ରବେଶ କରିବ ନାହିଁ।
ପକ୍ଷୀକୁ କବଳିତ କରିବା ପାଇଁ
    ଫାଶ ଭିତରେ ଥୋପ ନ ଥିଲେ ଫାଶ ବସାଯାଏ ନାହିଁ।
ଯଦି ନଗରରେ ତୂରୀ ବାଜି ଉଠିବ
    ତେବେ ଲୋକମାନେ ଭୟରେ ଥରହର ହେବେ।
ସଦାପ୍ରଭୁ ନ ଗ୍ଭହିଁଲା ପର୍ଯ୍ୟନ୍ତ
    ନଗର ମଧ୍ୟରେ କୌଣସି ଅସୁବିଧା ଘଟିବ ନାହିଁ।

ସଦାପ୍ରଭୁ ମୋର ପ୍ରଭୁ, କୌଣସି ଯୋଜନା ତାଙ୍କର ସେବକର ଅଗୋଚରରେ କରନ୍ତି ନାହିଁ। ଯଦି ସିଂହ ଗର୍ଜନ କରେ, ତେବେ ଲୋକମାନେ ଭୟଭୀତ ହେବେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବାକୁ, କିଏ ସେହି ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର ନ କରିବ।

ତୁମ୍ଭେ ଅ‌‌ସ୍‌‌ଦୋଦର ଓ ମିଶର ରାଜପ୍ରାସାଦରେ ଏହି ବାର୍ତ୍ତା ଘୋଷଣା କର, “ଶମରିୟାର ପର୍ବତମାଳା ଶିଖରକୁ ଆସ ଏବଂ ସେଠାକାର କୋଳାହଳ ଓ ଦଙ୍ଗାକୁ ଦେଖ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି। 10 ଲୋକମାନେ ସେଠାରେ କିପରି ସାଧୁତ୍ୱଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସେମାନଙ୍କର ଗୋଦାମ ଘର ଯୁଦ୍ଧରୁ ଲୁଟିଥିବା ସମ୍ପତ୍ତିରେ ପୁରିଯାଇଛି।”

11 ତେଣୁ ସଦାପ୍ରଭୁ ମୋର ପ୍ରଭୁ କୁହନ୍ତି: “ଜଣେ ଶତ୍ରୁ ତୁମ୍ଭ ଭୂମିକୁ ବେଷ୍ଟନ କରିବ। ସେ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍ଭେ ଯେଉଁସବୁ ଜିନିଷକୁ ପ୍ରାସାଦରେ ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ୱାରା ଲୁଣ୍ଠିତ ହେବ।”

12 ସଦାପ୍ରଭୁ ଏହା କୁହନ୍ତି:

“ଯେତେବେଳେ ଗୋଟିଏ ସିଂହ ମେଣ୍ଢା ଛୁଆକୁ ଆକ୍ରମଣ କରେ
    ଏବଂ ତା’ପରେ ଯଦି ମେଷପାଳକ ମେଣ୍ଢା ଛୁଆକୁ ରକ୍ଷା କରିବାକୁ ଯାଏ,
ସେ କେବଳ ସିଂହ ମୁହଁରୁ ଦୁଇଟି ଗୋଡ଼
    କି କାନର କିଛି ଅଂଶ ପାଇବାକୁ ସକ୍ଷମ ହୋଇପାରେ।
ସେହିପରି, ଆମ୍ଭେ ଇସ୍ରାଏଲୀୟମାନଙ୍କୁ ରକ୍ଷା କରିବା,
    ଯେଉଁମାନେ ଶମରିୟାରେ ବସବାସ କରନ୍ତି
    ଏବଂ ସେମାନଙ୍କର ବିଛଣାର ଏକ କୋଣରେ କି ପଲଙ୍କର ସୋଫାରେ ବସିବାକୁ ଭଲପାନ୍ତି”

13 ମୋର ପ୍ରଭୁ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ସେ ଏହିକଥା କୁହନ୍ତି: “ଯାକୁବ ପରିବାର ଲୋକଙ୍କୁ ସତର୍କ କରିଦିଅ। 14 ଇସ୍ରାଏଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେହି ଦିନ ଆମ୍ଭେ ମଧ୍ୟ ବୈଥେ‌ଲ୍‌ର ସମସ୍ତ ଯଜ୍ଞବେଦିକୁ ଧ୍ୱଂସ କରିବା। ସେହି ଯଜ୍ଞବେଦିର ତୂରୀସବୁ ଖଣ୍ତ ଖଣ୍ତ ହେବ ଓ ଭୂମିରେ ପକାଯିବ। 15 ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ୱଂସ କରିବା। ହାତୀ ଦାନ୍ତରେ ନିର୍ମିତ ଗୃହ ମଧ୍ୟ ଧ୍ୱଂସ ପାଇବ। ବହୁ ଘର ଏହିପରି ଧ୍ୱଂସ ଲାଭ କରିବ।” ସଦାପ୍ରଭୁ ଏହିସବୁ କୁହନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6

ତା’ପରେ ମୁଁ ମେଷଶାବକଙ୍କୁ ପୁସ୍ତକର ସାତମୁଦ୍ରାଙ୍କ ମଧ୍ୟରୁ ପ୍ରଥମ ମୁଦ୍ରାକୁ ଭାଙ୍ଗିବାର ଦେଖିଲି। ସେହି ଗ୍ଭରି ଜଣ ଜୀବିତ ପ୍ରାଣୀଙ୍କ ମଧ୍ୟରୁ ଜଣେ ବଜ୍ର ପରି ଉଚ୍ଚ ସ୍ୱରରେ କହିଲେ, “ଆସ” ସେଥିରେ ମୁଁ ମୋର ସମ୍ମୁଖରେ ଗୋଟିଏ ଧଳା ଘୋଡ଼ା ଦେଖିଲି। ସେହି ଘୋଡ଼ାର ଆରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜୟୀ ହୋଇ ଆହୁରି ଜୟ କରିବାକୁ ବାହାରିଗଲେ।

ତା’ପରେ ମେଷଶାବକ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ। ମୁଁ ଦ୍ୱିତୀୟ ଜୀବିତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି, “ଆସ”। ତା’ପରେ ଆଉ ଗୋଟିଏ ଲାଭ ଘୋଡ଼ା ଆସିଲା। ସେହି ଘୋଡ଼ାର ଆରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରିଦେବେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।

ତା’ପରେ ମେଷଶାବକ ତୃତୀୟ ମୁଦ୍ରା ଭାଙ୍ଗିଲେ। ସେତେବେଳେ ତୃତୀୟ ଜୀବିତ ପ୍ରାଣୀଙ୍କୁ ଏହା କହିବାର ମୁଁ ଶୁଣିଲି, “ଆସ।” ସେତେବେଳେ ମୋ’ ସମ୍ମୁଖରେ ଗୋଟିଏ କଳାରଙ୍ଗର ଘୋଡ଼ା ଥିଲା। ତାହାର ଆରୋହୀଙ୍କ ହାତରେ ଗୋଟିଏ ତରାଜୁ ଥିଲା। ତା’ପରେ ଗ୍ଭରି ଜୀବିତ ପ୍ରାଣୀଙ୍କ ମଧ୍ୟରୁ କେହି ଜଣେ କହିଲା ପରି ମୋତେ ଗୋଟିଏ ସ୍ୱର ଶୁଭିଲା। ସେ ସ୍ୱର କହୁଥିଲା, “ଗୋଟିଏ ଦିନକର ମଜୁରୀ ଏକ କିଲୋ ଗହମ, ଗୋଟିଏ ଦିନକର ମଜୁରୀ ତିନି କିଲୋ ଯବ ହେବ। କିନ୍ତୁ ତେଲ ଓ ଅଙ୍ଗୁରରସର କ୍ଷତି କର ନାହିଁ।”

ମେଷଶାବକ ଚତୁର୍ଥ ମୁଦ୍ରା ଭାଙ୍ଗିଲେ। ମୁଁ ଚତୁର୍ଥ ଜୀବିତ ପ୍ରାଣୀଙ୍କର କହିବାର ଶୁଣିଲି, “ଆସ।” ଆଉ, ମୁଁ ଧୂସରରଙ୍ଗର ଗୋଟିଏ ଘୋଡ଼ା ଦେଖିଲି। ତାହାର ଆରୋହୀଙ୍କର ନାମ ଥିଲା, ‘ମୃତ୍ୟୁ’। ପାତାଳ ତାହାଙ୍କର ଅନୁଗମନ କରୁଥିଲା। ପୃଥିବୀର ଏକ ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଯାଇଥିଲା। ସେମାନଙ୍କୁ ଖ‌‌ଡ଼୍‌ଗ, ଅନାହାର, ରୋଗ ଓ ପୃଥିବୀର ବନ୍ୟ ପଶୁଙ୍କ ଦ୍ୱାରା ଲୋକମାନଙ୍କୁ ମାରିଦେବାକୁ ଶକ୍ତି ଦିଆଗଲା।

ମେଷଶାବକ ପଞ୍ଚମ ମୁଦ୍ରା ଫିଟାଇଲେ। ସେତେବେଳେ ମୁଁ ବେଦୀ ତଳେ କେତେକ ଆତ୍ମାକୁ ଦେଖିଲି। ପରମେଶ୍ୱରଙ୍କର ବାକ୍ୟ ପ୍ରତି ବିଶ୍ୱସ୍ତ ଥିବାରୁ ଓ ସେମାନେ ଦେଉଥିବା ସାକ୍ଷ୍ୟ ହେତୁ ଯେଉଁମାନଙ୍କୁ ମାରିଦିଆଯାଉଥିଲା, ସେଗୁଡ଼ିକ ହେଉଛି, ସେହି ଲୋକମାନଙ୍କର ଆତ୍ମା। 10 ସେହି ଆତ୍ମାମାନେ ଉଚ୍ଚ ସ୍ୱରରେ ଚିତ୍କାର କଲେ, “ହେ ପବିତ୍ର, ଓ ସତ୍ୟ ପ୍ରଭୁ! ଆମ୍ଭମାନଙ୍କୁ ହତ୍ୟା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଗ୍ଭର କର। ସେମାନଙ୍କୁ ଦଣ୍ଡ ଦେବାକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ?” 11 ତା’ପରେ ପ୍ରତ୍ୟେକ ଆତ୍ମାଙ୍କୁ ଗୋଟିଏ ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସେମାନଙ୍କୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠାରେ ଥିବା ସେମାନଙ୍କର ଅନ୍ୟସବୁ ଭାଇମାନଙ୍କୁ ସେମାନଙ୍କ ପରି ହତ୍ୟା କରାଯିବା ପର୍ଯ୍ୟନ୍ତ ଓ ସେମାନଙ୍କ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ୟାର ସବୁକିଛି ସରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା।

12 ତା’ପରେ ମୁଁ ମେଷଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତେବେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ଯ୍ୟ ଲୋମରେ ତିଆରି ହୋଇଥିବା କଳାକମ୍ବଳ ପରି କଳାବର୍ଣ୍ଣ ହୋଇଗଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହୋଇଗଲା। 13 ପ୍ରବଳ ଝଡ଼ରେ ଦୋହଲି ଡିମିରିଗଛରୁ ଅପକ୍ୱ ଡିମିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀରେ ଝଡ଼ି ପଡ଼ିଲେ। 14 ଆକାଶ ଭାଗଭାଗ ହୋଇଗଲା ଓ ଚର୍ମପତ୍ର ଭଳି ଗୁଡ଼େଇ ହୋଇଗଲା। ପର୍ବତ ଓ ଦ୍ୱୀପସମୂହ ନିଜ ନିଜ ସ୍ଥାନରୁ ସ୍ଥାନଚ୍ୟୁତ ହୋଇଗଲେ।

15 ତା’ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସେମାନଙ୍କ ଭିତରେ ପୃଥିବୀର ରାଜାମାନେ, ଶାସକମାନେ, ସେନାପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରତ୍ୟେକ ବ୍ୟକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଗ୍ଭଇ ରଖିଲେ। 16 ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, “ଆମ୍ଭ ଉପରେ ଖସି ପଡ଼। ସିଂହାସନରେ ଯିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଗ୍ଭଅ। 17 ସେମାନଙ୍କର କ୍ରୋଧର ମହାଦିନ ଆସି ଗଲାଣି। ଏହା ବିରୁଦ୍ଧରେ କେହି ଠିଆ ହୋଇ ପାରିବେ ନାହିଁ।”

Oriya Bible: Easy-to-Read Version (ERV-OR)

2010 by World Bible Translation Center