Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 27-29

ସଦାପ୍ରଭୁ ନବୂଖ‌ଦ୍‌ନିତ୍ସରଙ୍କୁ ଶାସକ କଲେ

27 ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ଶାସନର ଆରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ ମୋତେ ଏହି କଥା କହିଲେ, “ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତେକ ଯୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧରେ ରଖ। ପୁଣି ଯିହୁଦାର ରାଜା ସିଦିକିୟଙ୍କୁ ଦେଖା କରିବାକୁ ଯିରୁଶାଲମକୁ ଆସିଥିବା ଦୂତମାନଙ୍କ ହସ୍ତରେ ଅନ୍ୟ ଯୁଆଳିଗୁଡ଼ିକୁ ଇଦୋମ, ମୋୟାବ, ଅମ୍ମୋନ, ସୋର ଓ ସୀଦୋନର ରାଜାମାନଙ୍କ ନିକଟକୁ ପଠାଅ। ଆଉ ସେମାନଙ୍କୁ ଆଦେଶ ଦିଅ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଏହି କଥା କହିବ। ଆମ୍ଭେ ଆମ୍ଭର ମହାପରାକ୍ରମ ଓ ବିଶାଳ ଶକ୍ତିଶାଳୀ ବାହୁ ଦ୍ୱାରା ଏହି ପୃଥିବୀ ଓ ପୃଥିବୀ ନିବାସୀ ସକଳ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ। ଆଉ ଆମ୍ଭେ ଆପଣା ସ୍ୱଇଚ୍ଛାରେ ଯାହାକୁ ଉଚିତ୍ ମନେ କରିବୁ, ଏହା ଦେଇ ପାରିବୁ। ବର୍ତ୍ତମାନ ଆମ୍ଭେ ଏହିସବୁ ଦେଶ ମୋର ଦାସ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ହସ୍ତରେ ଦେଇଅଛୁ। ଆମ୍ଭେ କ୍ଷେତ୍ରସ୍ଥ ସମସ୍ତ ପଶୁମାନଙ୍କୁ ତାହାର ସେବା କରିବାକୁ ଦେଇଅଛୁ। ପୁଣି ସମୁଦାୟ ଗୋଷ୍ଠୀ ନବୂଖ‌ଦ୍‌ନିତ୍ସର, ତାହାର ପୁତ୍ର ଓ ପୌତ୍ରର ସେବା କରିବେ। ପୁଣି ଏକ ସମୟ ଆସିବ, ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ବାବିଲରେ ନିଜର ଦାସ୍ୟକର୍ମ କରିବେ।

“‘ପୁଣି ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲ ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ,” ସଦାପ୍ରଭୁ କହନ୍ତି,”ଆମ୍ଭେ ସେ ଦେଶକୁ ତାହାର ହସ୍ତରେ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭର ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା। କିନ୍ତୁ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କର, ତୁମ୍ଭର ଦିବ୍ୟଦ୍ରଷ୍ଟାମାନଙ୍କର, ତୁମ୍ଭର ସ୍ୱପ୍ନଦ୍ରଷ୍ଟାମାନଙ୍କର, ତୁମ୍ଭର ଗ୍ଭଟୁକାରମାନଙ୍କର କିଅବା ତୁମ୍ଭର ଯାଦୁକରମାନଙ୍କର କଥା ଶୁଣିବା ଉଚିତ୍ ନୁହେଁ, ଯେଉଁମାନେ ତୁମ୍ଭକୁ କହନ୍ତି, “ତୁମ୍ଭେ ବାବିଲୋ‍ନ୍‍ର ରାଜାଙ୍କର ସେବା କରିବା ଉଚିତ୍ ନୁହେଁ।” 10 ମାତ୍ର ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରେଇ ଦେବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରୁଛନ୍ତି।

11 “‘କିନ୍ତୁ ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଯୁଆଳି ତଳେ ନିଜ ନିଜର ବେକ ଦେବେ ଓ ତାହାର ଦାସ୍ୟ କର୍ମ କରିବେ,’ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ସ୍ୱଦେଶରେ ରହିବାକୁ ଦେବା ଓ ସେମାନେ ସେଠାରେ କୃଷି କାର୍ଯ୍ୟ କରି ବାସ କରିବେ।’”

12 ଅନନ୍ତର ମୁଁ ସେହି ସମସ୍ତ ବାକ୍ୟ ଯିହୁଦାର ରାଜା ସିଦିକିୟକୁ କହିଲି, “ତୁମ୍ଭେମାନେ ଆପଣା ଆପଣା ବେକ ବାବିଲ ରାଜାର ଯୁଆଳି ତଳେ ରଖ ଓ ତାହାର ଏବଂ ତାହାର ଲୋକମାନଙ୍କର ସେବା କର। ତହିଁରେ ତୁମ୍ଭେମାନେ ବଞ୍ଚିବ। 13 ପୁଣି ସଦାପ୍ରଭୁ କହନ୍ତି, କାହିଁକି ତୁମ୍ଭେ ଓ ତୁମ୍ଭର ଲୋକମାନେ ଯୁଦ୍ଧରେ, ଦୁର୍ଭିକ୍ଷରେ ଓ ମହାମାରୀରେ ମରିବ? ସଦାପ୍ରଭୁ କହିଲେ, ଯେଉଁମାନେ ବାବିଲୋନ ରାଜାଙ୍କର ସେବା କରନ୍ତି ନାହିଁ, ସେମାନଙ୍କ ପାଇଁ ଏହା ଘଟିବ। 14 ପୁଣି ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭମାନଙ୍କୁ କହିବେ, ‘ତୁମ୍ଭେମାନେ ବାବିଲ ରାଜାର ସେବା କର ନାହିଁ।’

“ତୁମ୍ଭେମାନେ ସେମାନଙ୍କର କଥାକୁ ଶୁଣିବା ଉଚିତ୍ ନୁହେଁ। କାରଣ ସେମାନେ ମିଥ୍ୟାବାଦୀ ପ୍ରଗ୍ଭର କରନ୍ତି। 15 ପୁଣି ସଦାପ୍ରଭୁ କହନ୍ତି, ‘ମୁଁ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବି ନାହିଁ। ସେମାନେ ମିଥ୍ୟା ପ୍ରଗ୍ଭର କରନ୍ତି ଓ ମୋ’ ନାମରେ ତାହା ପ୍ରଗ୍ଭର କରନ୍ତି। ତେଣୁ ମୁଁ ତୁମ୍ଭମାନଙ୍କୁ ତଡ଼ି ଦେବି ଓ ତୁମ୍ଭେମାନେ ବିନଷ୍ଟ ହେବ, ତୁମ୍ଭେମାନେ ଓ ସେହି ପ୍ରଗ୍ଭରକ ଭବିଷ୍ୟ‌ଦ୍‌ବକ୍ତାଗଣ ବିନଷ୍ଟ ହେବ।’”

16 ତା’ପରେ ମୁଁ, ଯିରିମିୟ ଓ ସମସ୍ତ ଯାଜକମାନଙ୍କୁ ଓ ଏହା କହନ୍ତି, “ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ତୁମ୍ଭମାନଙ୍କର ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଯାଜକଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହନ୍ତି ଯେ, ‘ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ ବାସନକୁସନ ଶୀଘ୍ର ବାବିଲରୁ ଅଣାଯିବ। କିନ୍ତୁ ତୁମ୍ଭେମାନେ ସେମାନଙ୍କ କଥାରେ ଧ୍ୟାନ ଦିଅ ନାହିଁ, କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। 17 ତୁମ୍ଭେମାନେ ସେମାନଙ୍କ କଥାରେ ଧ୍ୟାନ ଦିଅ ନାହିଁ। ବାବିଲ ରାଜାର ସେବା କର, ତାହାହେଲେ ତୁମ୍ଭେମାନେ ବଞ୍ଚିବ। ଆଉ ଏହି ନଗର ଯିରୁଶାଲମକୁ କାହିଁକି ଧ୍ୱଂସ କରିବାକୁ ଦେବ? 18 ଆଉ ଯଦି ସେମାନେ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କଠାରେ ଥାଏ, ତେବେ ସେମାନେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୁଶାଲମରେ ଯେଉଁ ସମସ୍ତ ପାତ୍ର ଅବଶିଷ୍ଟ ଅଛି ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସୈନ୍ୟାଧିପତି ସଦାପ୍ରଭୁଙ୍କୁ ବିନତି କରନ୍ତୁ।

19 “କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ସ୍ତମ୍ଭ ଦ୍ୱୟ, ସମୁଦ୍ର, ବୈଠିକି ଓ ସମସ୍ତ ବାସନ କୁସନ ସମ୍ବନ୍ଧରେ କହନ୍ତି, ଯାହାକି ଏହି ନଗରରେ ଛାଡ଼ିଛନ୍ତି। 20 ଯେତେବେଳେ ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ପୁତ୍ର ଯିହୋୟାଖୀ‌‌‌ନ୍‌‌‌ଙ୍କୁ ଓ ଯିହୁଦାର ଓ ଯିରୁଶାଲମର ସମସ୍ତ ପ୍ରଧାନବର୍ଗଙ୍କୁ ନବୂଖ‌ଦ୍‌ନିତ୍ସର ବନ୍ଦୀକରି ବାବିଲକୁ ନେଇଗଲେ ସେତେବେଳେ ସେ ସବୁ ଜିନିଷ ନେଇ ନ ଥିଲେ। 21 ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ସଦାପ୍ରଭୁଙ୍କ ମନ୍ଦିରରେ, ଯିହୁଦାର ରାଜପ୍ରାସାଦରେ ଓ ଯିରୁଶାଲମରେ ଅବଶିଷ୍ଟ ଥିବା, ସେହି ସମସ୍ତ ବାସନ କୁସନ ବାବିଲକୁ ଅଣାଯିବ। 22 ‘ସେହିସବୁ ବାବିଲକୁ ଅଣାଯିବ ଏବଂ ଆମ୍ଭେ ସେଗୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ଯ୍ୟନ୍ତ ସେ ସବୁ ସେ ସ୍ଥାନରେ ଥିବ।’ ପୁଣି ସଦାପ୍ରଭୁ କହନ୍ତି, ‘ତାହାପରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫେରାଇ ଆଣିବା।’”

ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତା ହନାନିୟ

28 ଅନନ୍ତର ଯିହୁଦାର ରାଜା ସିଦିକିୟର ରାଜତ୍ୱର ଚତୁର୍ଥବର୍ଷର ପଞ୍ଚମ ମାସରେ ଗିବିୟୋନ ନିବାସୀ ଅସୂରର ପୁତ୍ର ହନାନିୟ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ସମସ୍ତ ଲୋକଙ୍କର ସାକ୍ଷାତରେ ମୋତେ ଏହି କଥା କହିଲେ। “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିହୁଦା ଉପରେ ଥିବା ବାବିଲ ରାଜାର ଯୁଆଳି ଭାଙ୍ଗିଅଛୁ। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ଦୁଇ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫେରାଇ ଆଣିବା। ପୁଣି ଯିହୋୟାକୀ‌‌‌ମ୍‌‌‌ର ପୁତ୍ର ଯିହୁଦାର ରାଜା ଯିହୋୟାଖୀ‌‌‌ନ୍‌‌‌କୁ ଓ ଯିହୁଦାର ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା।’ ଏହା ସଦାପ୍ରଭୁ କହନ୍ତି, ‘କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।’”

ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟ ପରମେଶ୍ୱରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ଭବିଷ୍ୟ‌ଦ୍‌ବକ୍ତା ହନାନିୟକୁ କହିଲେ। ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ହନାନିୟକୁ ଏହା କହିଲେ, “ଆମେନ୍! ସଦାପ୍ରଭୁ ସେପରି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।

“ତେଣୁ ହେ ହନାନିୟ, ମୁଁ ତୁମ୍ଭ କର୍ଣ୍ଣଗୋଚରରେ ଓ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚରରେ ଯେଉଁ କଥା କହୁଅଛି, ତାହା ଶୁଣ। ତୁମ୍ଭର ଓ ମୋର ବହୁ ପୂର୍ବରୁ ଅନେକ ଭବିଷ୍ୟ‌ଦ୍‌ବକ୍ତା ବହୁଦେଶ ଓ ମହାନ ମହାନ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭର କରିଅଛନ୍ତି। ଯେଉଁ ଭବିଷ୍ୟ‌ଦ୍‌ବକ୍ତା ଶାନ୍ତିର ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରେ ସେହି ଭବିଷ୍ୟ‌ଦ୍‌ବକ୍ତାର ବାକ୍ୟ ସଫଳ ହେଲା ପରେ ସିନା ସଦାପ୍ରଭୁ ତାହାକୁ ପ୍ରକୃତରେ ପଠାଇ ଅଛନ୍ତି ବୋଲି ଜଣାପଡ଼େ।”

10 ଯିରିମିୟଙ୍କ ସ୍କନ୍ଧରେ ବହନ କରିଥିବା ଯୁଆଳିକୁ ହନାନିୟ କାଢ଼ି ନେଇ ତାହା ଭାଙ୍ଗି ପକାଇଲା। 11 ଆଉ ହନାନିୟ ସବୁ ଲୋକଙ୍କ ସାକ୍ଷାତରେ ବଡ଼ ପାଟିରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଏହିରୂପେ ପୂର୍ଣ୍ଣ ଦୁଇ ବର୍ଷ ହେବା ପୂର୍ବରୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଯୁଆଳି ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।’”

ଏଥିରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ଆପଣା ବାଟରେ ଗ୍ଭଲିଗଲେ।

12 ହନାନିୟ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କ ସ୍କନ୍ଧରୁ ଯୁଆଳି ନେଇ ଭାଙ୍ଗିଲା ପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 13 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯାଇ ହନାନିୟକୁ କୁହ, ‘ତୁମ୍ଭେ ସିନା କାଠର ଯୁଆଳି ଭାଙ୍ଗି ଦେଲ, ମାତ୍ର ଆମ୍ଭେ ତାହା ବଦଳରେ ଲୁହାର ଯୁଆଳି ପ୍ରସ୍ତୁତ କରିବା।’ 14 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହିସବୁ ଦେଶୀୟ ରାଜାଗଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ସେବା କରିବେ। ଏଥିପାଇଁ ମୁଁ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛି। ସେମାନେ ତାହାର ସେବା କରିବେ ଆଉ ମଧ୍ୟ କ୍ଷେତ୍ରସ୍ଥ ପଶୁଗଣ ତାହାର ସେବା କରିବେ।’”

15 ତହିଁରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ହନାନିୟ ଭବିଷ୍ୟ‌ଦ୍‌ବକ୍ତାକୁ କହିଲେ, “ହେ ହନାନିୟ, ଏବେ ଶୁଣ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଇ ଅଛ। 16 ତେଣୁ ସଦାପ୍ରଭୁ ଏହିକଥା କହନ୍ତି, ‘ହେ ହନାନିୟ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିବା। ତୁମ୍ଭେ ଏହି ବର୍ଷ ମରିବ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ।’”

17 ଆଉ ହନାନିୟ ଭବିଷ୍ୟ‌ଦ୍‌ବକ୍ତା ସେହି ବର୍ଷ ସପ୍ତମ ମାସରେ ମଲା।

ବାବିଲସ୍ଥିତ ଜୀଉ ନିର୍ବାସିତମାନଙ୍କୁ ଏକ ପତ୍ର

29 ଯିରିମିୟ ନିର୍ବାସିତମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କ ପାଖକୁ ଯାଜକଗଣଙ୍କ ପାଖକୁ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ରେରଣ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖ‌ଦ୍‌ନିତ୍ସର ଯିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନେଇଯାଇଥିଲେ। ରାଜା ଯିହୋୟାଖୀନ୍, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ଯିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ ଏହି ପତ୍ର ପଠାଗଲା। ଯିହୁଦାର ରାଜା ସିଦିକିୟ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ଶାଫନର ପୁତ୍ର ଇଲିୟାସା ଓ ହି‌ଲ୍‌‌‌କିୟର ପୁତ୍ର ଗମରିୟକୁ ପଠାଇଲେ। ଯିରିମିୟ ସେହିମାନଙ୍କ ହସ୍ତରେ ପତ୍ର ଦେଲେ। ସେହି ପତ୍ରଟି ଏହିପରି ପାଠ କରାଗଲା।

ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ଆମ୍ଭେ ଯିରୁଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସମସ୍ତ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି। “ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପଭୋଗ କର। ତୁମ୍ଭେମାନେ ବିବାହ କରି ପୁତ୍ରକନ୍ୟା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସେହି ପୁତ୍ରକନ୍ୟାମାନଙ୍କୁ ବିବାହ କରାଇ ସେମାନଙ୍କଠାରୁ ପୁତ୍ରକନ୍ୟା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ୟା ବୃଦ୍ଧି କର କିନ୍ତୁ ଊଣା କର ନାହିଁ। ଆମ୍ଭେ ଯେଉଁ ନଗରକୁ ତୁମ୍ଭମାନଙ୍କୁ ନିର୍ବାସିତ କରିଅଛୁ ତାହାର ମଙ୍ଗଳ କର ଓ ସେହି ନଗର ନିମନ୍ତେ ସଦାପ୍ରଭୁଙ୍କୁ ପ୍ରାର୍ଥନା କର। କାରଣ ସେଠାରେ ଶାନ୍ତି ଆସିଲେ ତୁମ୍ଭମାନଙ୍କର ଶାନ୍ତି ଆସିବ।” ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତା ଓ ଗଣକମାନଙ୍କ କଥାରେ ଭୁଲ ନାହିଁ। ସେମାନେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋଯୋଗ କର ନାହିଁ। ପୁଣି ସେମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। କିନ୍ତୁ ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।” ସଦାପ୍ରଭୁ କହନ୍ତି।

10 ତା’ପରେ ସଦାପ୍ରଭୁ କହନ୍ତି, “ମାତ୍ର ବାବିଲରେ ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ପରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ଯିରୁଶାଲମକୁ ଫେରାଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ୟ ପୂରଣ କରିବା।” 11 ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଅଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ୟତ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦେବି। 12 ତେଣୁ ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ୟାନ ଦେବା। 13 ପୁଣି ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ। ଆଉ ସର୍ବାନ୍ତଃକରଣରେ ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ଖୋଜିବ ସେତେବେଳେ ଆମ୍ଭକୁ ପାଇବ।” 14 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ପୁନଃ ଏକତ୍ରିତ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫେରାଇ ଆଣିବା।”

15 ତୁମ୍ଭେମାନେ କହିବ, “ସଦାପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ବାବିଲକୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇ ଅଛନ୍ତି।” 16 ତୁମ୍ଭ ସହିତ ବାବିଲକୁ ବନ୍ଦୀ ହୋଇ ଆସି ନ ଥିବା ତୁମ୍ଭମାନଙ୍କ ଭ୍ରାତୃଗଣ ବିଷୟରେ ଓ ଦାଉଦର ସିଂହାସନରେ ଉପବିଷ୍ଟ ରାଜା ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି। 17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଯିରୁଶାଲମରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅଯୋଗ୍ୟ ମନ୍ଦ ଡିମ୍ବିରି ଫଳ ତୁଲ୍ୟ ସେମାନଙ୍କୁ କରିବା। 18 ଆମ୍ଭେ ଯିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସେମାନେ ଏକ ବସ୍ତୁ ହେବେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ଶୀସ୍ ଶବ୍ଦର ବସ୍ତୁରୂପେ ବ୍ୟବହାର କରିବ। ଆଉ ସେମାନେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜାର ଏକ ବିଷୟ ହେବେ 19 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ।” ପୁଣି ସଦାପ୍ରଭୁ କହନ୍ତି, “ସେମାନଙ୍କ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ। 20 ଏଣୁ ଆମ୍ଭଦ୍ୱାରା ଯିରୁଶାଲମରୁ ବାବିଲକୁ ତଡ଼ିତ ନିର୍ବାସିତ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ।”

21 “କୋଲାୟର ପୁତ୍ର ଆହାବ ଓ ମାସେୟର ପୁତ୍ର ସିଦିକିୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। ତେଣୁ ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ସେମାନଙ୍କୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖରେ ସେମାନଙ୍କୁ ବଧ କରିବ। 22 ପୁଣି ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ୱରୂପ ପ୍ରଗ୍ଭରିତ ହେବ। ସେହି ଲୋକମାନେ କହିବେ, ‘ବାବିଲର ରାଜା ଯେପରି ସିଦିକିୟ ଓ ଆହାବଙ୍କୁ ଅଗ୍ନିରେ ଦ‌ଗ୍‌ଧ କରିଥିଲେ ସଦାପ୍ରଭୁ ସେମାନଙ୍କୁ ସେହିପରି କରନ୍ତୁ।’ 23 ସେମାନେ ଇସ୍ରାଏଲରେ ଅତି ମନ୍ଦ ଆଚରଣ କରିଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସେମାନେ ଆମ୍ଭ ନାମରେ ମିଥ୍ୟା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।”

ଶିମିୟିୟଙ୍କ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

24 ଆଉ ମଧ୍ୟ ତୁମ୍ଭେ ନିହିଲାମୀୟ ବଂଶର ଶମୟିୟଙ୍କୁ ଏହି ବାର୍ତ୍ତା ଦେବ। 25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଶମୟିୟ, ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକଙ୍କୁ ମାସେୟର ପୁତ୍ର ସିଫନିୟ ଯାଜକକୁ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଅ। 26 ତୁମ୍ଭେ ଏହି ପତ୍ରରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, ‘ଯିହୋୟାଦା ଯାଜକ ବଦଳରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କେହି ବାତୁଳ ହୋଇ ନିଜକୁ ଭବିଷ୍ୟ‌ଦ୍‌ବକ୍ତା ବୋଲି କହେ, ତେବେ ତୁମ୍ଭେ ତାକୁ ବଡ଼ ହରିକାଠରେ ଏକ ବେଡ଼ିରେ ବାନ୍ଧି ରଖିବ। 27 ସମ୍ପ୍ରତି ଯିରିମିୟ ନିଜକୁ ଭବିଷ୍ୟ‌ଦ୍‌ବକ୍ତା ପରି ଦେଖାଉଅଛି। ତୁମ୍ଭେ କାହିଁକି ତାକୁ ବନ୍ଦୀ ନ କରିବ?’ 28 ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦେଇଅଛି, ତୁମ୍ଭେମାନେ ବାବିଲରେ ଦୀର୍ଘକାଳ ନିର୍ବାସିତ ହୋଇଅଛ। ତେଣୁ ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।’”

29 ଅନନ୍ତର ସିଫନିୟ ଯାଜକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ କର୍ଣ୍ଣ ଗୋଚରରେ ଏହି ପତ୍ର ପାଠ କଲା। 30 ତାହାପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 31 “ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, ‘ନିହିଲାମୀୟ ଶମୟିୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଶମୟିୟଙ୍କୁ ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ୟା କହି ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି। 32 ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିହିଲାମୀୟ ଶମୟିୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା। ଏହି ଲୋକମାନଙ୍କ ମଧ୍ୟରେ ବାସ କରିବାକୁ ତାହାର କେହି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ।’” ଏହା ସଦାପ୍ରଭୁ କହନ୍ତି,“‘ଆମ୍ଭେ ଶମୟିୟକୁ ଦଣ୍ଡ ଦେବା, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।’”

ତୀତସଙ୍କ ପ୍ରତି ପତ୍ର 3

ଜୀବନଯାପନର ଉତ୍ତମ ରୀତି

ଲୋକମାନଙ୍କୁ ସର୍ବଦା ଏହିଗୁଡ଼ିକ କରିବା ପାଇଁ ମନେ ରଖିବାକୁ କୁହ: ସେମାନେ ସରକାରୀ ଅଧିକାରୀମାନଙ୍କ ଅଧୀନରେ ରୁହନ୍ତୁ, ସେମାନଙ୍କ ଆଜ୍ଞା ପାଳନ କରନ୍ତୁ ଓ ଭଲ କାମ କରିବା ପାଇଁ ପ୍ରସ୍ତୁତ ଥାଆନ୍ତୁ; ଅନ୍ୟମାନଙ୍କ ବିଷୟରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତିରେ ରୁହନ୍ତୁ; ଧୈର୍ଯ୍ୟବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ୱାସୀମାନଙ୍କୁ କୁହ।

ଅତୀତରେ ଆମ୍ଭେ ମଧ୍ୟ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ୍ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଈର୍ଷାଳୁ ଓ ଦ୍ୱେଷପୂର୍ଣ୍ଣ ଜୀବନଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ। କିନ୍ତୁ ଯେତେବେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଦୟା ଓ ପ୍ରେମ ପ୍ରକାଶିତ ହେଲା, ସେତେବଳେ ସେ ନିଜ କୃପା ଦ୍ୱାରା ଆମ୍ଭକୁ ରକ୍ଷା କଲେ। ପରମେଶ୍ୱରଙ୍କ ସହିତ ସୁସମ୍ପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ଯ୍ୟଗୁଡ଼ିକ ହେତୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ରଆତ୍ମାଙ୍କ ମାଧ୍ୟମରେ ଆସିଥିଲା। ପରମେଶ୍ୱର ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେହି ପବିତ୍ରଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢାଳିଲେ। ତାହାଙ୍କ କୃପା ପାଇଁ ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଲୁ। ଆମ୍ଭେ ଯେପରି ଅନନ୍ତ ଜୀବନ ପାଇବୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ପବିତ୍ରଆତ୍ମା ଦାନ କଲେ। ତାହା ହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ୱାସ ଯୋଗ୍ୟ ଅଟେ।

ମୁଁ ଗ୍ଭହେଁ ଯେ ଲୋକେ ଏହି ବିଷୟ ବୁଝନ୍ତୁ ବୋଲି ତୁମ୍ଭେ ନିଶ୍ଚିତ ହୁଅ। ତା’ହେଲେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକେ, ଭଲ କାମଗୁଡ଼ିକ କରିବା ପାଇଁ ନିଜ ଜୀବନକୁ ନିୟୋଜିତ କରିବା ବିଷୟରେ ଆଗ୍ରହୀ ହେବେ। ଏହି କଥାଗୁଡ଼ିକ ଭଲ ଓ ସବୁ ଲୋକଙ୍କୁ ସାହାଯ୍ୟ କରିବ।

ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟରେ ଯୁକ୍ତି, ଝଗଡ଼ା, ମୋଶାଙ୍କ ବ୍ୟବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷଠାରୁ ଦୂରରେ ରୁହ। ସେଗୁଡ଼ିକ ମୂଲ୍ୟହୀନ ଓ ଲୋକମାନଙ୍କୁ ସାହାଯ୍ୟ କରେ ନାହିଁ। 10 ଯଦି କିଏ ତର୍କବିତର୍କ କରେ, ତା’ହେଲେ ତାହାକୁ ସତର୍କ କରିଦିଅ। ସେ ଯଦି ତର୍କବିତର୍କ ଗ୍ଭଲୁ ରଖେ, ତା’ହେଲେ ତାହାକୁ ଆଉ ଥରେ ସତର୍କ କର। 11 ଯଦି ତା’ପରେ ମଧ୍ୟ ସେ ପୁନଃ ତର୍କବିତର୍କ କରେ, ତା’ ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସେଭଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।

ମନେ ରଖିବା ପାଇଁ କେତୋଟି କଥା

12 ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି। ସେମାନଙ୍କୁ ପଠାଇଲା ପରେ ତୁମ୍ଭେ ନିକପଲିଠାରେ ମୋ’ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସେଠାରେ କଟାଇବି। 13 ଓକିଲ ଜୀନା ଓ ଆପଲ୍ଲ ସେଠାରୁ ଆସୁଛନ୍ତି। ସେମାନଙ୍କ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ୟ ସାହାଯ୍ୟ କର। ତୁମ୍ଭେ ସତର୍କ ହୁଅ ଯେ ସେମାନଙ୍କର କୌଣସି ଅଭାବ ନ ଘଟୁ। 14 ନିଜ ଜୀବନକୁ ସ‌ତ୍‌‌କର୍ମରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ୟକ। ଯେଉଁମାନଙ୍କର ପ୍ରକୃତରେ ଦରକାର, ସେମାନଙ୍କର ମଙ୍ଗଳ କର। ତା’ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

15 ମୋ’ ସହିତ ଏଠିକାର ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ଯେଉଁମାନେ ବିଶ୍ୱାସରେ ଆମ୍ଭକୁ ଭଲ ପାଆନ୍ତି, ସେମାନଙ୍କୁ ନମସ୍କାର ଜଣାଇବ।

ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ।

Oriya Bible: Easy-to-Read Version (ERV-OR)

2010 by World Bible Translation Center