Old/New Testament
ଶୁଷ୍କ ଅସ୍ଥିସକଳର ଦର୍ଶନ
37 ସଦାପ୍ରଭୁଙ୍କର ହସ୍ତ ମୋ’ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ ଏବଂ ସେହି ଉପତ୍ୟକା ଅସ୍ଥିରେ ପରିପୂର୍ଣ୍ଣ ଥିଲା। 2 ସଦାପ୍ରଭୁ ସେହି ଅସ୍ଥିଗୁଡ଼ିକ ଦେଇ ନେଲେ, ଯାହା ଚତୁର୍ଦ୍ଦିଗରେ ଥିଲା। ସେହି ଉପତ୍ୟକାରେ ବହୁତ ଅସ୍ଥି ଥିବାର ମୁଁ ଦେଖି ପାରିଲି। ମୁଁ ସେହି ଅସ୍ଥିଗୁଡ଼ିକ ଅତିଶୟ ଶୁଷ୍କ ଥିବାର ଲକ୍ଷ୍ୟ କଲି।
3 ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ ପଗ୍ଭରିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥି ସମୂହ ସଜୀବ ହୋଇ ପାରିବେ କି?”
ମୁଁ ଉତ୍ତର ଦେଲି, “ସଦାପ୍ରଭୁ, ମୋର ପ୍ରଭୁ, ଏ ପ୍ରଶ୍ନର ଉତ୍ତର କେବଳ ଆପଣ ଜାଣନ୍ତି।”
4 ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ୟରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରି କୁହ, ‘ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 5 ସଦାପ୍ରଭୁ, ମୋର ପ୍ରଭୁ ସେ ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବି ଓ ତୁମ୍ଭେମାନେ ଜୀବିତ ହେବ। 6 ପୁଣି ମୁଁ ତୁମ୍ଭମାନଙ୍କ ଉପରେ ଶିରା ଓ ମାଂସ ଉତ୍ପନ୍ନ କରିବି। ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବି ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବି। ଆଉ ତୁମ୍ଭେମାନେ ଜୀବିତ ହେବ। ତହିଁରେ ଏହା ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”
7 ମୋତେ ଯେପରି ଆଜ୍ଞା ହୋଇଥିଲା, ତଦନୁସାରେ ମୁଁ ଭବିଷ୍ୟଦ୍ବାଣୀ କଲି, ଯେତେବେଳେ ମୁଁ ଭବିଷ୍ୟଦ୍ବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହୋଇଗଲେ। 8 ମୁଁ ନିରୀକ୍ଷଣ କରି ଦେଖିଲି, ସେହିସବୁ ଅସ୍ଥି ଉପରେ ସ୍ନାୟୁ ଓ ମାଂସ ଆଚ୍ଛାଦନ କଲା, ପୁଣି ଚର୍ମ ସେସବୁକୁ ଆଚ୍ଛାଦନ କଲା କିନ୍ତୁ ସେମାନଙ୍କର ପ୍ରାଣବାୟୁ ନ ଥିଲା।
9 ତା’ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କର ଓ ବାୟୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ମୃତ ଶରୀରଗୁଡ଼ିକ ଉପରେ ପ୍ରଶ୍ୱାସ ଦିଅ, ଯେପରି ସେମାନେ ଜୀବିତ ହେବେ।’”
10 ଏବଂ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କଲି ଏବଂ ପ୍ରଶ୍ୱାସ ସେମାନଙ୍କ ମଧ୍ୟକୁ ଆସିଲା। ଆଉ ସେମାନେ ଜୀବିତ ହୋଇଗଲେ ଏବଂ ଛିଡ଼ା ହୋଇଗଲେ। ସେମାନେ ବହୁତ ଲୋକ ଥିଲେ ଏବଂ ମହାନ ସୈନ୍ୟବାହିନୀ ଗଠନ କଲେ।
11 ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥିସକଳ ଇସ୍ରାଏଲ ସମୁଦାୟ ପରିବାର ଅଟନ୍ତି। ଏବଂ ସେମାନେ କହନ୍ତି, ‘ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୋଇଅଛୁ।’ 12 ଏଣୁ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରି ସେମାନଙ୍କୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ମୋର ଲୋକମାନେ, ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର କବରରୁ ବାହାର କରାଇବି। ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବି। 13 ହେ ମୋର ଲୋକମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ସେଗୁଡ଼ିକରୁ ବାହାର କରି ଆଣିବି, ମୁଁ ସଦାପ୍ରଭୁ ଅଟେ ବୋଲି ତୁମ୍ଭେମାନେ ଜାଣିବ। 14 ଆଉ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶରେ ବସାଇବି। ତାହାହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭେମାନେ ଜାଣିବ।’” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
ଯିହୁଦା ଓ ଇସ୍ରାଏଲ ପୁନର୍ବାର ଏକାଠି ହେବେ
15 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 16 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନେଇ ତହିଁ ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇସ୍ରାଏଲର ଲୋକମାନଙ୍କୁ ଦର୍ଶାଏ;’ ତା’ପରେ ଆଉ ଖଣ୍ଡେ ଆଶାବାଡ଼ି ନେଇ ତାହା ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଇଫ୍ରୟିମର, ଇସ୍ରାଏଲ ବଂଶ ଯୋଷେଫ ଓ ତା’ର ସାଙ୍ଗମାନଙ୍କୁ ଦର୍ଶାଏ।’ 17 ତା’ପରେ ତୁମ୍ଭ ହସ୍ତରେ ସେହି ଦୁଇ ଆଶାବାଡ଼ି ଯେପରି ଏକ ହେବ, ଏଥିପାଇଁ ସେହି ଦୁଇ ଆଶାବାଡ଼ିକୁ ଏକତ୍ର ଯୋଡ଼।
18 “ଯେତେବେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଗ୍ଭରିବେ, ଏହାର ଅର୍ଥ କ’ଣ? ଆମ୍ଭମାନଙ୍କୁ ବୁଝାଇ ଦିଅ। 19 ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ‘ଇଫ୍ରୟିମର ହସ୍ତରେ ଥିବାର ଯୋଷେଫଙ୍କର ଆଶାବାଡ଼ି ପୁଣି ତାଙ୍କର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା, ଆଉ ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା। ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଆଶାବାଡ଼ି ହେବେ।’
20 “ଯେଉଁ ଦୁଇ ଆଶାବାଡ଼ିରେ ତୁମ୍ଭେ ସେମାନଙ୍କର ନାମ ଲେଖିଥିଲ, ତାହା ସେମାନେ ଦେଖିବା ପାଇଁ ତୁମ୍ଭ ହସ୍ତରେ ରହିବ। 21 ପୁଣି ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଇସ୍ରାଏଲର ଲୋକମାନେ ଯେଉଁ ବିଭିନ୍ନ ଦେଶକୁ ସେମାନେ ଯାଇ ଅଛନ୍ତି ସେହି ସ୍ଥାନର ଗୋଷ୍ଠୀୟମାନଙ୍କ ମଧ୍ୟରୁ ମୁଁ ସେମାନଙ୍କୁ ନିଜ ଦେଶକୁ ନେଇଆସିବି। ଆଉ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବି। 22 ଆଉ ସେହି ଦେଶରେ ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ମୁଁ ସେମାନଙ୍କୁ ଏକ ଗୋଷ୍ଠୀ କରିବି ଓ ସେମାନଙ୍କର ଜଣେ ରାଜା ହେବେ। ପୁଣି ସେମାନେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ। 23 ଆଉ ସେମାନେ ସେମାନଙ୍କର ମୂର୍ତ୍ତିଗଣ ଦ୍ୱାରା ଏବଂ ଘୃଣ୍ୟ ମୂର୍ତ୍ତି ଦ୍ୱାରା ଅଥବା ସେମାନଙ୍କର ଜଘନ୍ୟ କର୍ମ ଦ୍ୱାରା ନିଜକୁ ଆଉ ଅଶୁଚି କରିବା ଗ୍ଭଲୁ ରଖିବେ ନାହିଁ। ଆଉ ମୁଁ ସେମାନଙ୍କୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠାରେ ସେମାନେ ପାପ କଲେ ଏବଂ ମୁଁ ସେମାନଙ୍କୁ ଶୁଚି କରିବି। ତହିଁରେ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।
24 “‘ପୁଣି ମୋର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ। କେବଳ ସେ ହିଁ ଜଣେ ସମସ୍ତଙ୍କ ଉପରେ ମେଷପାଳକ ହେବେ। ଆଉ ସେମାନେ ମୋର ବ୍ୟବସ୍ଥା ମାନି ଚଳିବେ ଓ ମୋର ବିଧିସବୁ ରକ୍ଷାକରି ପାଳନ କରିବେ। 25 ଏବଂ ମୁଁ ମୋର ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ଓ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷଗଣ ବାସ କରୁଥିଲେ, ସେହି ଦେଶରେ ସେମାନେ ବାସ କରିବେ। ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସେଠାରେ ବାସ କରିବେ। ଏବଂ ମୋର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ। 26 ଏବଂ ମୁଁ ସେମାନଙ୍କ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସେମାନଙ୍କ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହେବ। ଏବଂ ମୁଁ ସେମାନଙ୍କୁ ବସାଇବି ଓ ବଢ଼ାଇବି। ଆଉ ସେମାନଙ୍କ ମଧ୍ୟରେ ସଦାକାଳ ମୁଁ ଆପଣା ପବିତ୍ର ସ୍ଥାନ ସ୍ଥାପନ କରିବି। 27 ଆଉ ମଧ୍ୟ ମୋର ପବିତ୍ର ତମ୍ବୁ ସେମାନଙ୍କ ସଙ୍ଗରେ ରହିବ। ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ। 28 ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଇସ୍ରାଏଲକୁ ମୋର ବିଶେଷ ଲୋକ କରେ। କାରଣ ମୋର ପବିତ୍ର ସ୍ଥାନ ସର୍ବଦା ସେମାନଙ୍କ ମଧ୍ୟରେ ରହିବ।’”
ଗୋଗ ବିପକ୍ଷରେ ବାର୍ତ୍ତା
38 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ୟ ଅଧିପତି ମାଗୋଗ ଦେଶୀୟ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କୁହ, 3 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ହେ ଗେଶର, ମେଶକର ଓ ତୁବଲର ମୁଖ୍ୟ ଅଧିପତି ରାଜା ଗୋଗ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ। 4 ମୁଁ ତୁମ୍ଭକୁ ବନ୍ଦୀ କରିବି, ତୁମ୍ଭ କଳପାଟିରେ ଅଙ୍କୁଶ ଦେବି। ଆଉ ମୁଁ ତୁମ୍ଭକୁ, ତୁମ୍ଭର ସୈନ୍ୟମାନଙ୍କୁ ଓ ଅଶ୍ୱ ଏବଂ ଅଶ୍ୱାରୋହୀଗଣଙ୍କୁ ବାହାର କରି ଆଣିବି। ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ବେଶରେ ସୁସଜ୍ଜିତ ଥିବେ ଏବଂ ସେମାନେ ସମସ୍ତ ଫଳକ, ଢାଲ ଓ ଖଡ଼୍ଗ ଧାରଣ କରିଥିବେ। 5 ସେମାନଙ୍କ ସହିତ ପାରସ୍ୟ, କୂଶ ଓ ପୂଟ ଦେଶର ସୈନ୍ୟମାନେ ଥିବେ ଓ ସେମାନେ ଢାଲ ଓ ଟୋପର ଧାରଣ କରିଥିବେ। 6 ଗୋମରା ଓ ତା’ର ସମସ୍ତ ସୈନ୍ୟବାହିନୀ ଉତ୍ତର ଦିଗର ପ୍ରାନ୍ତ ସୀମାସ୍ଥିତ ତୋଗର୍ମାର ବଂଶ ଓ ତାହାର ସମସ୍ତ ଦଳ, ଏହି ଅନେକ ଜାତି ସେମାନଙ୍କର ସହିତ ଥିବେ।
7 “‘ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ନିଜକୁ ଓ ତୁମ୍ଭ ସହିତ ଯୋଗ ଦେଇଥିବା ସୈନ୍ୟଦଳକୁ ପ୍ରସ୍ତୁତ କର। ଆଉ ଗୋଗ ତୁମ୍ଭେ ସେମାନଙ୍କର ଦାୟିତ୍ୱ ନିଅ। 8 ଅନେକ ଦିନ ପରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବେଦନ କରାଯିବ। ପରବର୍ତ୍ତୀ ବର୍ଷମାନଙ୍କରେ ଯୁଦ୍ଧରୁ ପୂର୍ବାବସ୍ଥାକୁ ଫେରୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପରେ ଏକତ୍ରିତ ହୋଇଛନ୍ତି। ଯେଉଁମାନେ ଅତୀତରେ ବାରମ୍ବାର ବିଧ୍ୱସ୍ତ ହୋଇଥିଲେ କିନ୍ତୁ ଦେଶଗୁଡ଼ିକରୁ ସେମାନଙ୍କୁ ଅଣାଯାଇଛି ଏବଂ ସେମାନେ ସମସ୍ତେ ସେଠାରେ ନିରାପଦରେ ବାସ କରୁଛନ୍ତି। 9 ତୁମ୍ଭେ ତୁମ୍ଭର ସୈନ୍ୟଦଳ ଓ ତୁମ୍ଭ ସହିତ ବହୁତ ଦେଶ ଝଡ଼ି ସଦୃଶ ଉଠିବ। ତୁମ୍ଭେ ଓ ତୁମ୍ଭର ସୈନ୍ୟଦଳ ଦେଶକୁ ମେଘତୁଲ୍ୟ ଆଚ୍ଛନ୍ନ କରି ଆସିବ।’”
10 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେ ସମୟରେ ନାନା ଭାବନା ତୁମ୍ଭ ମନରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ। 11 ତୁମ୍ଭେ କହିବ, ‘ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି; ସେମାନେ ଶାନ୍ତିରେ ଅଛନ୍ତି, ସେମାନେ ଭାବନ୍ତି ସେମାନେ ନିରାପଦରେ ଅଛନ୍ତି, ସେମାନଙ୍କର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗରେ ପ୍ରାଚୀର ନାହିଁ କିମ୍ବା ସେମାନଙ୍କର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସେମାନଙ୍କ ଦେଶ ବିପକ୍ଷରେ ଖଡ଼୍ଗ ଆଣିବା। 12 ଲୁଣ୍ଠନ ଓ ଦ୍ରବ୍ୟ ଅପହରଣ ଉଦ୍ଦେଶ୍ୟରେ ମୁଁ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବି। ଯେଉଁ ସମସ୍ତ ଧ୍ୱଂସପ୍ରାପ୍ତ ସ୍ଥାନ ଏବେ ବସତି ବିଶିଷ୍ଟ ହୋଇଅଛି ତାହା ବିରୁଦ୍ଧରେ ଓ ଯେଉଁ ଲୋକମାନେ ନାନା ଦେଶୀୟ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି ସେମାନଙ୍କ ବିରୁଦ୍ଧରେ ଯିବି ଏବଂ ସେମାନେ ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ଦେଶର ମଧ୍ୟଭାଗରେ ବାସ କରୁଅଛନ୍ତି।’
13 “ଶିବା ଦାଦନ ଓ ତର୍ଶୀଶର ବଣିକଗଣ ଆଉ ସେଠାସ୍ଥିତ ଯୁବା ସିଂହାସକଳ ତୁମ୍ଭକୁ ପଗ୍ଭରିବେ, ‘ତୁମ୍ଭେ କ’ଣ ଲୁଟିବାକୁ ଆସିଅଛ? ତୁମ୍ଭେ କ’ଣ ଦ୍ରବ୍ୟ ଅପହରଣ କରିବାକୁ ଆପଣାର ଜନସମାଜକୁ ଏକତ୍ରିତ କରିଅଛ? ରୂପା ସୁନା ବହି ନେବାର, ପଶୁ ଓ ଦ୍ରବ୍ୟାଦି ଲୁଟି ନେଇଯିବାର ଅଭିପ୍ରାୟ କ’ଣ ରଖିଅଛ?’”
14 ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି ଗୋଗକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଯେତେବେଳେ ମୋର ଲୋକମାନେ ଶାନ୍ତିରେ ଓ ନିରାପଦରେ ବାସ କରୁଛନ୍ତି, ତୁମ୍ଭେ ସେମାନଙ୍କୁ ଆକ୍ରମଣ କରିବାକୁ ଆସିବ। 15 ଏବଂ ତୁମ୍ଭେ ନିଜ ବାସସ୍ଥାନ ସୁଦୂର ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସହିତ ଅନେକ ଜାତିମାନେ ଆସିବେ। ସେମାନେ ସମସ୍ତେ ଅଶ୍ୱାରୋହଣ କରିଥିବା ମହାସମାଜ ଓ ପରାକ୍ରମଶାଳୀ ସୈନ୍ୟସାମନ୍ତ ଥିବେ। 16 ତୁମ୍ଭେ ଇସ୍ରାଏଲ ବିରୁଦ୍ଧରେ ମୋର ଲୋକ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ୟ ଆଚ୍ଛାଦନ କରିବ। ସେହି ଭବିଷ୍ୟତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମୋ’ ଦେଶ ବିରୁଦ୍ଧରେ ଆଣିବି, ଯାହା ଫଳରେ ଦେଶଗୁଡ଼ିକ ମୋତେ ଜାଣି ପାରିବେ। ଯେତେବେଳେ ମୋର ପବିତ୍ରତା ତୁମ୍ଭ ମାଧ୍ୟମରେ ସେମାନଙ୍କୁ ଉପସ୍ଥିତିରେ ଦେଖାଇବି।’”
17 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ସେହି ଜଣକ ନୁହଁ କି, ଯାହାକୁ ମୁଁ ମୋ’ ସେବକ ମାଧ୍ୟମରେ ବହୁ ସମୟ ଆଗରୁ କହିଥିଲି, ଇସ୍ରାଏଲର ଯାଜକଗଣ ଯେଉଁମାନେ ଆସିବାକୁ ଥିବା ଏଇ ବର୍ଷ ବିଷୟରେ ଭବିଷ୍ୟଦ୍ବାଣୀ କହିଥିଲେ ଯେ, ମୁଁ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବି।”
18 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ଯେଉଁ ଦିନ ଗୋଗ ଇସ୍ରାଏଲ ଦେଶ ବିରୁଦ୍ଧରେ ଆସିବ। ସେ ସମୟରେ ମୁଁ ମୋର କୋପ ପ୍ରଦର୍ଶନ କରିବି। 19 ଆଉ ମୁଁ ମୋର ଅନ୍ତର୍ଜ୍ୱାଳା ଓ କ୍ରୋଧାଗ୍ନିରେ ପ୍ରତିଜ୍ଞା କରେ, ଇସ୍ରାଏଲରେ ଭୟଙ୍କର ଭୂମିକମ୍ପ ହେବ। 20 ସେ ସମୟରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରସ୍ଥ ପଶୁଗଣ ଓ ଭୂମିରେ ଗୁରୁଣ୍ଡୁଥିବା ସରୀସୃପଗଣ ଆଉ ପୃଥିବୀସ୍ଥ ସମସ୍ତ ଲୋକମାନେ ଆମ୍ଭ ସାକ୍ଷାତରେ ଭୟରେ କମ୍ପିତ ହେବେ। ପର୍ବତସବୁ ଉତ୍ପାଟିତ ହେବେ ଓ ଶୃଙ୍ଗଗୁଡ଼ିକ ଭାଙ୍ଗି ପଡ଼ିବ। ଆଉ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍ ହେବ।”
21 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ମୋର ସମସ୍ତ ପର୍ବତରେ ଖଡ଼୍ଗକୁ ଗୋଗ ବିରୁଦ୍ଧରେ ଆଣିବି। ତାହାର ସୈନ୍ୟସାମନ୍ତମାନେ ଏପରି ବିହ୍ୱଳ ହେବେ ସେମାନେ ପରସ୍ପର ବିରୁଦ୍ଧରେ ଖଡ଼୍ଗ ଆଣିବେ। 22 ପୁଣି ମୁଁ ଗୋଗ ବିପକ୍ଷରେ ମହାମାରୀ ଓ ମୃତ୍ୟୁ ଆଣି ଦଣ୍ଡିତ କରିବି। ମୁଁ ତାହା ଉପରେ, ତାହାର ସୈନ୍ୟଦଳ ଉପରେ ଓ ତା’ର ସଙ୍ଗୀ ଅନେକ ଜାତିମାନଙ୍କ ଉପରେ ପ୍ଳାବନକାରୀ ବୃଷ୍ଟି, ବୃହତ୍ ଶିଳା, ଅଗ୍ନି ଓ ଗନ୍ଧକ ବୃଷ୍ଟି କରାଇବି। 23 ଏବଂ ଏହି ପ୍ରକାରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦେଖାଇ ଦେବି ଯେ, ମୁଁ ମହାନ ଓ ପବିତ୍ର ଅଟେ। ତାହାହେଲେ ସେମାନେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
ଗୋଗ ଓ ତାହାର ସୈନ୍ୟସାମନ୍ତଙ୍କ ମୃତ୍ୟୁ
39 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ହେ ରୋଶ, ମେଶକ ଓ ତୁବଲର ମୁଖ୍ୟ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧରେ ଅଛି। 2 ମୁଁ ତୁମ୍ଭକୁ ବନ୍ଦୀ କରିବି ଓ ତୁମ୍ଭକୁ ଫେରାଇ ଆଣିବି। ଆଉ ଉତ୍ତର ଦିଗର ପ୍ରାନ୍ତ ଭାଗରୁ ତୁମ୍ଭକୁ ଅଣାଇବି। ପୁଣି ଇସ୍ରାଏଲର ପର୍ବତସମୂହର ବିରୁଦ୍ଧରେ ତୁମ୍ଭକୁ ଆଣିବି। 3 ମୁଁ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବି। 4 ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ତୁମ୍ଭେ ପତିତ ହେବ। ତୁମ୍ଭର ସମସ୍ତ ସୈନ୍ୟ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ୟ ପତିତ ହେବେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି। 5 ତୁମ୍ଭେ ଖୋଲା ପଡ଼ିଆରେ ପତିତ ହେବ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
6 ପରମେଶ୍ୱର କହିଲେ, “ପୁଣି ନିରାପଦରେ ବାସ କରୁଛନ୍ତି ବୋଲି ମନେ କରୁଥିବା ମାଗୋଗର ଓ ଦ୍ୱୀପ ସମୂହ ଉପରକୁ ମୁଁ ଅଗ୍ନି ପ୍ରେରଣ କରିବି। ତହିଁରେ ଏହା ସେମାନେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। 7 ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ମୁଁ ମୋର ପବିତ୍ର ନାମକୁ ଜ୍ଞାତ କରାଇବି। ମୋର ପବିତ୍ର ନାମକୁ ଆଉ ଅପବିତ୍ର ହେବାକୁ ଦେବି ନାହିଁ। ତାହାହେଲେ ମୁଁ ଯେ ଇସ୍ରାଏଲ ମଧ୍ୟରେ ଧର୍ମମୟ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀୟମାନେ ଜାଣିବେ। 8 ଆଉ ଦେଖ, ସେହି ଦିନ ଆସୁଅଛି ଓ ତାହା ନିଶ୍ଚିତ ଭାବରେ ଆସିବ।” ଏହା ସଦାପ୍ରଭୁ କହନ୍ତି। “ପୁଣି ଯେଉଁ ଦିନର ବିଷୟ ମୁଁ କହିଅଛି, ଏହା ସେହି ଦିନ।
9 “ସେହି ସମୟରେ ଇସ୍ରାଏଲର ନଗରବାସୀ ପ୍ରାନ୍ତରକୁ ଆସି ଢାଲ, ଫଳକ, ଧନୁ, ତୀର ଆଶାବାଡ଼ି ଓ ବର୍ଚ୍ଛା ଆଦି ଅସ୍ତ୍ର ଶସ୍ତ୍ର ନେଇ ନିଆଁ ଲଗାଇ ଜାଳି ଦେବେ। ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ସେ ସବୁକୁ ନେଇ ଜାଳେଣି କରିବେ। 10 ଆଉ ସେମାନେ ପଦାରୁ କାଠ ଆଣିବେ ନାହିଁ କିମ୍ବା ବନରୁ କିଛି କାଠ କାଟିବେ ନାହିଁ। କାରଣ ସେମାନେ ସେହି ଅସ୍ତ୍ରଶସ୍ତ୍ରକୁ ଜାଳେଣି ରୂପେ ବ୍ୟବହାର କରିବେ। ଆଉ ସେମାନେ ଲୁଣ୍ଠନକାରୀଙ୍କଠାରୁ ଧନ ଲୁଣ୍ଠନ କରିବେ ଓ ସେମାନଙ୍କର ଅପହରଣକାରୀଙ୍କଠାରୁ ସମ୍ପତ୍ତି ଅପହରଣ କରିବେ।” ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି।
11 “ପରମେଶ୍ୱର କହନ୍ତି ମୁଁ ସେହି ଦିନ ଗୋଗର ସମାଧି ସ୍ଥାନ ନିମନ୍ତେ ଇସ୍ରାଏଲ ମଧ୍ୟରେ ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ବାଛିବି ଏବଂ ତାହା ପଥିକମାନଙ୍କର ଗମନରୋଧ କରିବ। ସେହି ସ୍ଥାନରେ ଲୋକମାନେ ଗୋଗକୁ ଓ ତାହାର ସମସ୍ତ ଲୋକଙ୍କୁ କବର ଦେବେ। ଏବଂ ସେହି ସ୍ଥାନକୁ ସେମାନେ ‘ଗୋଗର ସୈନ୍ୟମାନଙ୍କର ଉପତ୍ୟକା’ ବୋଲି ନାମ ଦେବେ। 12 ପୁଣି ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲୀୟମାନଙ୍କୁ ସାତ ମାସ ଲାଗିବ। 13 ଦେଶର ସମସ୍ତ ଜନସାଧାରଣ ସେମାନଙ୍କୁ କବର ଦେବେ। ସଦାପ୍ରଭୁ, ମୋର ପ୍ରଭୁ କହିଲେ, ମୁଁ ଗୌରବାନ୍ୱିତ ହେବି ଏବଂ ସେହି ଦିନଟି ସେମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।”
14 ପରମେଶ୍ୱର କହିଲେ, “ଦେଶକୁ ଶୁଚି କରିବା ପାଇଁ ମୃତ ସୈନିକମାନଙ୍କୁ କବର ଦେବା ନିମନ୍ତେ ଲୋକମାନଙ୍କୁ ପୁରା ସମୟ କାର୍ଯ୍ୟରେ ନିଯୁକ୍ତ ଦିଆଯିବ। ସେମାନେ ସାତ ମାସ ଧରି ମୃତ ଶବଗୁଡ଼ିକର ଅନୁସନ୍ଧାନରେ ଦେଶ ମଧ୍ୟଦେଇ ଗମନ କରିବେ ଓ କବର ଦେବେ। 15 ପୁଣି ସେହି ଗମନକାରୀମାନେ ଦେଶ ମଧ୍ୟରେ ଗଲାବେଳେ କୌଣସି ସ୍ଥାନରେ ଅସ୍ଥି ଦେଖିଲେ, ସେଠାରେ ସେମାନେ ଏକ ଚିହ୍ନ ରଖିବେ। ତା’ପରେ କବର ଦେବା ଲୋକମାନେ ହାମୋନ-ଗୋଗ ଉପତ୍ୟକାରେ ତାକୁ କବର ଦେବେ। 16 ଆଉ ସେହି ‘ମୃତମାନଙ୍କର ନଗରର’ ନାମ ହାମୋନା [a] ନାମରେ ପରିଚିତ ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।”
17 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମନୁଷ୍ୟ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟପଶୁକୁ କୁହ, ‘ତୁମ୍ଭେମାନେ ଏକତ୍ର ହୋଇ ଆସ। ଆଉ ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଗ୍ଭରିଆଡ଼େ ରୁଣ୍ଡ ହୁଅ। ମୁଁ ଇସ୍ରାଏଲ ପର୍ବତଗୁଡ଼ିକ ଉପରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାଯଜ୍ଞର ବନ୍ଦୋବସ୍ତ କରୁଅଛି। 18 ତୁମ୍ଭେମାନେ ବୀରମାନଙ୍କ ମାଂସ ଖାଇବ ଓ ରାଜକୁମାରମାନଙ୍କର ରକ୍ତ ପିଇବ। ସେମାନେ ସମସ୍ତେ ବାଶନ ଦେଶର ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷଭ ସଦୃଶ ଅଟନ୍ତି। 19 ମୁଁ ତୁମ୍ଭମାନଙ୍କ ପାଇଁ ଯେଉଁ ବଳିର ଆୟୋଜନ କଲି, ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଉତ୍ତମ ମାଂସ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ। 20 ତୁମ୍ଭେମାନେ ଆମ୍ଭ ମେଜରେ ଅଶ୍ୱ, ରଥ, ବୀର ଓ ସବୁ ଯୋଦ୍ଧାମାନଙ୍କୁ ଖାଇ ତୃପ୍ତ ହେବ।’” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି।
21 “ପରମେଶ୍ୱର କହିଲେ, ଜାତିମାନଙ୍କ ମଧ୍ୟରେ ମୋର ମହିମା ସ୍ଥାପନ କରିବି। ସେମାନେ ସେହି ଦଣ୍ଡ ଦେଖିବେ ଯାହା ମୁଁ ମୋର ହସ୍ତ ଉଠାଇ ପ୍ରୟୋଗ କରିଅଛି। 22 ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ। 23 ଆଉ ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ବନ୍ଦୀ ହୋଇ ଅନ୍ୟ ଦେଶକୁ ଯାଇଥିଲେ। କାରଣ ସେମାନେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲେ ଏବଂ ମୁଁ ସେମାନଙ୍କଠାରୁ ମୋର ମୁହଁ ବୁଲେଇ ନେଲି ଓ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କୁ ହସ୍ତାନ୍ତର କଲି ଏବଂ ସେମାନେ ଶତ୍ରୁଗଣର ଖଡ଼୍ଗରେ ପତିତ ହେଲେ। 24 ସେମାନଙ୍କର ପାପ ଓ ଅପରାଧ ଅନୁସାରେ ମୁଁ ସେମାନଙ୍କୁ ବ୍ୟବହାର କଲି। ମୁଁ ସେମାନଙ୍କଠାରୁ ମୋର ମୁହଁ ଲୁଗ୍ଭଇଲି।”
25 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଏବେ ମୁଁ ଯାକୁବକୁ ବନ୍ଦୀତ୍ୱରୁ ମୁକ୍ତ କରି ଆଣିବି ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାଶେ ଈର୍ଷାପରାୟଣ ହେବି। 26 ସେମାନେ ସର୍ବଦା ମୋ’ ବିରୁଦ୍ଧରେ ଯାଇଥିଲେ ବୋଲି ତାହା ଭୁଲିଯିବେ। ଆଉ ସେମାନେ ନିରାପଦରେ ଆପଣା ଦେଶରେ ବାସ କରିବେ ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ। 27 ମୁଁ ସେମାନଙ୍କୁ ଯେଉଁ ଦିନ ନାନା ଜାତି ମଧ୍ୟରୁ ପୁନର୍ବାର ଆଣିବି ଏବଂ ସେମାନଙ୍କୁ ଶତ୍ରୁଗଣ ଦେଶରୁ ସଂଗ୍ରହ କରିବି, ଅନେକ ଦେଶମାନଙ୍କ ଦୃଷ୍ଟିରେ ମୁଁ ମୋର ପବିତ୍ରତା ସେମାନଙ୍କ ମଧ୍ୟରେ ଦେଖାଇବି। 28 ପୁଣି ମୁଁ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟେ। ତାହା ସେମାନେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲି ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛି। ମୁଁ ସେମାନଙ୍କର କାହାକୁ ଆଉ ସେଠାରେ ରଖିବି ନାହିଁ। 29 ଏବଂ ମୁଁ ଇସ୍ରାଏଲ ପରିବାର ଉପରେ ନିଜର ଆତ୍ମା ଜାଳି ଅଛି। ତାହାପରେ ମୁଁ ଆପଣା ମୁଖ ସେମାନଙ୍କଠାରୁ ଲୁଗ୍ଭଇବି ନାହିଁ।” ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।
ଭଣ୍ଡ ଶିକ୍ଷକଗଣ
2 ଅତୀତକାଳରେ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ମିଥ୍ୟା ଭବିଷ୍ୟଦ୍ବକ୍ତା ଥିଲେ। ଏବେ ମଧ୍ୟ ସେହିଭଳି ଅଛନ୍ତି। ତୁମ୍ଭ ଦଳରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସେମାନେ ଏପରି ଭୁଲ୍ ଶିକ୍ଷା ଦେବେ ଯେ, ଲୋକେ ନିଜକୁ ହଜାଇ ଦେବେ। ସେମାନେ ଏଭଳି ଭାବରେ ଶିକ୍ଷା ଦେବେ ଯେ ସେମାନେ ଯେ ଭୁଲ୍ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହେବ। ସେମାନେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ୟ ମନା କରିବେ। ସେପ୍ରକାରେ ସେମାନେ ନିଜକୁ ଶୀଘ୍ର ନଷ୍ଟ କରିଦେବେ। 2 ସେମାନେ କହୁଥିବା ମନ୍ଦ କାମକୁ ଅନେକ ଲୋକ ଅନୁସରଣ କରିବେ। ସେମାନଙ୍କ ହେତୁରୁ ଅନ୍ୟ ଲୋକେ ମଧ୍ୟ ସତ୍ୟର ମାର୍ଗ ବିଷୟରେ ସମାଲୋଚନା କରିବେ। 3 ସେହି ଭଣ୍ଡ ଶିକ୍ଷକମାନେ କେବଳ ତୁମ୍ଭର ଧନ ଗ୍ଭହାନ୍ତି। ସେମାନେ ଖାଲି ମିଛ କଥା କହି ତୁମ୍ଭର ମନ ନେବେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ୟାୟ ବିଗ୍ଭର ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ପରମେଶ୍ୱର ସେମାନଙ୍କୁ ନଷ୍ଟ କରିଦେବେ। ସେମାନେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।
4 ଯେତେବେଳେ ସ୍ୱର୍ଗଦୂତମାନେ ପାପ କଲେ, ପରମେଶ୍ୱର ସେମାନଙ୍କୁ ଦଣ୍ଡ ନ ଦେଇ ଛାଡ଼ିଲେ ନାହିଁ। ପରମେଶ୍ୱର ସେହି ଦୂତମାନଙ୍କୁ ନରକକୁ ପଠାଇଦେଲେ। ସେ ସେମାନଙ୍କୁ ଅନ୍ଧକାରର ଗୁମ୍ଫାମାନଙ୍କରେ ପକାଇ ରଖିଲେ। ବିଗ୍ଭର ଦିନ ପର୍ଯ୍ୟନ୍ତ ସେମାନେ ସେଠାରେ ପଡ଼ିଥିବେ।
5 ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।
6 ପରମେଶ୍ୱର ଦଣ୍ଡ ସ୍ୱରୂପେ ଦୁଷ୍ଟ ନଗରୀ ସଦୋମ ଓ ଗମୋରାକୁ ପୋଡ଼ି ପାଉଁଶ କରିଦେଇଥିଲେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେମାନଙ୍କ ପ୍ରତି କ’ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ୱରୂପ ଅଟେ। 7 କିନ୍ତୁ ସେହି ନଗର ମଧ୍ୟରୁ ପରମେଶ୍ୱର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହେତୁ ସେ ଦୁଃଖ ପାଉଥିଲେ। 8 ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସେହି ମନ୍ଦଲୋକଙ୍କ ମଧ୍ୟରେ ବାସ କରୁଥିଲେ। ସେମାନଙ୍କର ମନ୍ଦ ବିଷୟ ଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟରେ ଆଘାତ ପାଉଥିଲେ।
9 ପରମେଶ୍ୱର ଏହି ସମସ୍ତ କାର୍ଯ୍ୟ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସେବା କରୁଛନ୍ତି, ପ୍ରଭୁ ସର୍ବଦା ସେମାନଙ୍କୁ ରକ୍ଷା କରିବେ। ସମସ୍ୟାରେ ପଡ଼ିଥିଲାବେଳେ ସେ ସେମାନଙ୍କୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଗ୍ଭର ଦିନରେ ଦଣ୍ଡ ଦେବେ। 10 ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ଯ୍ୟ କରି ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କର୍ତ୍ତୃତ୍ୱକୁ ଅବମାନନା କରନ୍ତି, ସେମାନେ ଏଭଳି ଦଣ୍ଡର ଯୋଗ୍ୟ।
ଏହି ଭଣ୍ଡ ଶିକ୍ଷକମାନେ ମନମୁତାବକ କାର୍ଯ୍ୟ କରନ୍ତି ଓ ଆପଣା ବିଷୟରେ ଗର୍ବର କଥା କହନ୍ତି। ସେମାନେ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ମନ୍ଦ କଥା କହିବାକୁ ଭୟ କରନ୍ତି ନାହିଁ। 11 ଏହି ଭଣ୍ଡ ଶିକ୍ଷକମାନଙ୍କ ତୁଳନାରେ ସ୍ୱର୍ଗଦୂତମାନେ ଅତ୍ୟଧିକ ଶକ୍ତିଶାଳୀ ଓ ବଳବାନ। କିନ୍ତୁ ସେମାନେ କେବେ ହେଲେ ଏହି ଭଣ୍ଡ ଶିକ୍ଷକମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି ନାହିଁ ବା ସେମାନଙ୍କ ବିରୁଦ୍ଧରେ ମନ୍ଦ କଥା ପ୍ରଭୁଙ୍କୁ କହନ୍ତି ନାହିଁ।
12 କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟ ଗୁଡ଼ିକ ସମ୍ବନ୍ଧରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ୟ ପଶୁମାନଙ୍କ ପରି ଧରାଯାଇ ମରା ଯିବା ନିମନ୍ତେ ଜନ୍ମ ହୋଇଛନ୍ତି। ସେହି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ୟ ନଷ୍ଟ ହେବେ। 13 ଏହି ଭଣ୍ଡ ଶିକ୍ଷକମାନେ ଅନେକ ଲୋକଙ୍କୁ ଦୁଃଖ ଦେଇଛନ୍ତି। ଅତଏବ ସେମାନେ ନିଜେ ଦୁଃଖ ପାଇବେ। ସେମାନେ କରିଥିବା କାମର ଏହା ହେଉଛି ପ୍ରତିଦାନ।
ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସେମାନେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜି ଉତ୍ସବରେ ସମ୍ମିଳିତ ହେବା ବେଳେ, ସେମାନେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ୱରୂପ ଅଟନ୍ତି। 14 ପ୍ରତ୍ୟେକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସେମାନେ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହାନ୍ତି। ଏହିଭଳି ଭାବରେ ସେମାନେ ସବୁବେଳେ ପାପ କରୁଥା’ନ୍ତି। ସେମାନେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦରେ ପକାଇ ଦିଅନ୍ତି। ସେମାନଙ୍କ ହୃଦୟଗୁଡ଼ିକ ସ୍ୱାର୍ଥପରତାରେ ପରିପୂର୍ଣ୍ଣ। ସେମାନେ ଅଭିଶପ୍ତ।
15 ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦେଇଛନ୍ତି ଓ ବିୟୋରର ପୁତ୍ର ବିଲିୟାମର ଭୁଲ୍ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା। 16 କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ୍ କରୁଛି। ଗଧ ସାଧାରଣ ଭାବରେ କଥା କହିପାରେ ନାହିଁ, କିନ୍ତୁ ସେହି ଗଧଟି ମଣିଷର ଭାଷାରେ କଥା କହିଲା ଓ ବିଲିୟାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା।
17 ଏହି ଭଣ୍ଡ ଶିକ୍ଷକମାନେ ପାଣି ନ ଥିବା ନଈ ଭଳି, ସେମାନେ ପ୍ରଚଣ୍ଡ ଝଡ଼ରେ ଉଡ଼ୁଥିବା ମେଘଗୁଡ଼ାକ ଭଳି, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ସ୍ଥାନ ରଖା ଯାଇଅଛି। 18 ସେହି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସେମାନେ ଲୋକମାନଙ୍କୁ ପାପ ରାସ୍ତାରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗରେ ଯିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମାରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି। 19 ଏହି ଭଣ୍ଡ ଶିକ୍ଷକମାନେ ସେହି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାନ୍ତି। ସେମାନେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ୟକ୍ତି ଯାହାଦ୍ୱାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।
20 ସେହି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ସେମାନେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସେମାନେ ପୁନର୍ବାର ମନ୍ଦ ବିଷୟ ଗୁଡ଼ିକ ପ୍ରତି ଆକର୍ଷିତ ହୋଇ ତାହାର ବନ୍ଧନରେ ବାନ୍ଧି ହୋଇଯିବେ, ତେବେ ସେମାନଙ୍କ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହେବ। 21 ଯଦି ସେମାନେ ମୂଳରୁ ଠିକ୍ ରାସ୍ତା ଜାଣି ନ ଥା’ନ୍ତେ, ସେମାନଙ୍କ ପକ୍ଷେ ଭଲ ହୋଇଥା’ନ୍ତା। ଉତ୍ତମ ମାର୍ଗ ଜାଣି, ପବିତ୍ର ଶାସ୍ତ୍ରର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା ତାହା ନ ଜାଣିଥିଲେ, ଅଧିକ ଭଲ ହୋଇଥା’ନ୍ତା। 22 ସେହି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ୟ ପ୍ରବାଦ ଭଳି: “କୁକୁର ବାନ୍ତି କଲା ପରେ ପୁନର୍ବାର ତା’ ବାନ୍ତି ଖାଇବାକୁ ଆସେ” [a] ଓ “ଘୁଷୁରିଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କରେ ଗଡ଼େ।”
2010 by World Bible Translation Center