Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 32-33

ଯିରିମିୟଙ୍କର ଏକ କ୍ଷେତ୍ର କ୍ରୟ

32 ଯିହୁଦାର ରାଜା ସିଦିକିୟର ଦଶମ ବର୍ଷରେ ଅର୍ଥାତ୍ ନବୂଖ‌ଦ୍‌ନିତ୍ସରର ଶାସନର ଅଷ୍ଟାଦଶ ବର୍ଷରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ସେତେବେଳେ ବାବିଲ ରାଜାର ସୈନ୍ୟଗଣ ଯିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ। ଯିହୁଦାର ରାଜା ସିଦିକିୟ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଥିଲେ ଯେ, “ସଦାପ୍ରଭୁ କହନ୍ତି, ‘ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ଯିରୁଶାଲମକୁ ଅର୍ପଣ କରିବା। ଆଉ ଯିହୁଦାର ରାଜା ସିଦିକିୟ କ‌‌ଲ୍‌‌ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ସେ ନିଶ୍ଚିତ ବାବିଲ ରାଜାର ହସ୍ତରେ ସମର୍ପିତ ହେବ ଓ ସା‌ମ୍‌ନା ସା‌ମ୍‌ନି ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ସେ ତାହା ଦେଖିବ। ପୁଣି ସେ ସିଦିକିୟକୁ ବାବିଲକୁ ଘେନିଯିବ। ଆମ୍ଭେ ଯେପର୍ଯ୍ୟନ୍ତ ତାକୁ ଶାସ୍ତି ନ ଦେଇଛୁ ସେ ପର୍ଯ୍ୟନ୍ତ ସେ ସେଠାରେ ରହିବ।’ ଆଉ ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ କ‌‌ଲ୍‌‌ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’”

ଯିରିମିୟ ବନ୍ଦୀ ଥିଲା ବେଳେ, “ସଦାପ୍ରଭୁଙ୍କର ଏହି ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା। ଯଥା: ‘ହେ ଯିରିମିୟ, ତୁମ୍ଭ ପିତୃବ୍ୟ ଶଲ୍ଲୂମର ପୁତ୍ର ହନନେଲ ତୁମ୍ଭ ନିକଟକୁ ଆସି ଏହି କଥା କହିବ, “ଅନାଥୋ‌‌‌ତ୍‌‌‌ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ନିଜ ପାଇଁ କ୍ରୟ କର। କାରଣ ତୁମ୍ଭେ ମୋର ଅତି ନିକଟ ସମ୍ପର୍କୀୟ ଓ ତୁମ୍ଭର କ୍ରୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି।”’

“ତତ୍ପରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ମୋର ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋ’ ନିକଟକୁ ଆସି କହିଲା, ‘ମୁଁ ଅନୁରୋଧ କରୁଛି, ଅନାଥୋ‌‌‌ତ୍‌‌‌ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର, ଯାହା ବିନ୍ୟାମୀନଙ୍କର ଗୋଷ୍ଠୀୟରେ ଅଛି। କାରଣ ତାହାକୁ କ୍ରୟ କରିବାର ଅଧିକାର କେବଳ ତୁମ୍ଭର ଅଛି।’”

“ତେଣୁ ଏହା ସଦାପ୍ରଭୁଙ୍କର ବାର୍ତ୍ତା ଥିଲା ବୋଲି ମୁଁ ଜାଣିଲି।” ଆଉ ମୋର ପିତୃବ୍ୟ ପୁଅ ହନନେଲଠାରୁ ଅନାଥୋତସ୍ଥିତ ସେହି କ୍ଷେତ୍ର କ୍ରୟ କଲି ଓ ତାହାର ମୂଲ୍ୟ ସ୍ୱରୂପ ସତର ଶେକଲ ରୂପା ତୌଲି ତାହାକୁ ଦେଲି। 10 ଆଉ ମୁଁ କ୍ରୟ ପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକିତିରେ ରୂପା ତୌଲି ତାହାକୁ ଦେଲି। 11 ତା’ପରେ ମୁଁ ଏହାର ଦୁଇଟି ନକଲ କଲି, ସେଥିରୁ ଗୋଟିଏରେ ସର୍ତ୍ତ ଓ ଚୁକ୍ତି ଲେଖାଯାଇଥିବାଟି ମୁଦି ଦିଆଗଲା ଏବଂ ଅନ୍ୟଟି ଖୋଲା ଥିଲା। 12 ପୁଣି ମୋ’ ପିତୃବ୍ୟର ପୁତ୍ର ହନନେଲର ସାକ୍ଷାତରେ, କ୍ରୟପତ୍ରର ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତରେ ମୁଁ ସେହି କ୍ରୟପତ୍ର ମହସେୟର ପୌତ୍ର ନେରିୟର ପୁତ୍ର ବାରୂକର ହସ୍ତରେ ସମର୍ପଣ କଲି।

13 ଆଉ ସମସ୍ତଙ୍କ ସାକ୍ଷାତରେ ମୁଁ ବାରୂକକୁ ଏହି ଆଜ୍ଞା କଲି। 14 “ସୈନ୍ୟାଧିପତି ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭେ ଏହି ଦୁଇଖଣ୍ଡ କ୍ରୟ ଦଲିଲ୍ ନିଅ, ଗୋଟିଏ ମୁଦି ଦିଆଯାଇଥିବା ଓ ଅନ୍ୟଟି ଖୋଲା ଓ ତାହା ଯେପରି ଦୀର୍ଘକାଳ ରହିବ ଏଥିପାଇଁ ଏକ ମୃତ୍ତିକା ପାତ୍ରରେ ରଖ।’ 15 ଆଉ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଭବିଷ୍ୟତରେ ଆମ୍ଭର ଲୋକମାନେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରିବେ।’”

16 ନେରିୟର ପୁତ୍ର ବାରୂକକୁ ସେହି କ୍ରୟପତ୍ର ସମର୍ପି ଦେଲା ପରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି।

17 “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ୟ କିଛି ନାହିଁ। 18 ତୁମ୍ଭେ ସହସ୍ର ସହସ୍ର ଲୋକମାନଙ୍କ ପ୍ରତି ଦୟା ପ୍ରକାଶ କରୁଅଛ। ପୁଣି ପିତୃଗଣଙ୍କ ଅପରାଧର ପ୍ରତିଫଳ ସେମାନଙ୍କ ପିଲାମାନଙ୍କ ଉପରେ ଦେଉଅଛ। ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ। 19 ତୁମ୍ଭର ମନ୍ତ୍ରଣା ଓ କ୍ରିୟା ମହାନ। ତୁମ୍ଭେ ପ୍ରତ୍ୟେକଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କର। ତୁମ୍ଭେ କ୍ରିୟାନୁସାରେ ସମୁଚିତ ଫଳ ସେମାନଙ୍କୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ୟକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ୟକ୍ତି ଦଣ୍ଡିତ ହୁଏ। 20 ହେ ସଦାପ୍ରଭୁ, ତୁମ୍ଭେ ମିଶରରେ ନାନା ଅ‌‌ଦ୍‌‌ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରିଅଛ। ଆଜି ପର୍ଯ୍ୟନ୍ତ ଇସ୍ରାଏଲ ଓ ଅନ୍ୟାନ୍ୟ ଲୋକମାନଙ୍କ ମଧ୍ୟରେ ସେହି ଅ‌‌ଦ୍‌‌ଭୂତ ଲକ୍ଷଣ ଦେଖାଉଛ। ପୁଣି ଏହିସବୁ କାର୍ଯ୍ୟ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହୋଇଅଛ। 21 ତୁମ୍ଭେ ସେହି ଅଲୌକିକ ଶକ୍ତି, ଅ‌‌ଦ୍‌‌ଭୂତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ।

22 “ହେ ସଦାପ୍ରଭୁ, ତୁମ୍ଭେ ଯେଉଁ ଦୁ‌ଗ୍‌ଧମଧୁପ୍ରବାହୀ ଦେଶ ସେମାନଙ୍କୁ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସେମାନଙ୍କୁ ଦେଲ। 23 ପୁଣି ଇସ୍ରାଏଲ ଲୋକମାନେ ଆସି ତାହା ଅଧିକାର କଲେ, ମାତ୍ର ସେମାନେ ତୁମ୍ଭ କଥା ପ୍ରତି ଧ୍ୟାନ ଦେଲେ ନାହିଁ। ଆଉ ତୁମ୍ଭ ବ୍ୟବସ୍ଥା ପଥରେ ଗ୍ଭଲିଲେ ନାହିଁ। ତୁମ୍ଭେ ସେମାନଙ୍କୁ ଯାହାସବୁ ପାଳନ କରିବାକୁ ଆଜ୍ଞା ଦେଲ, ସେସବୁ ମଧ୍ୟରୁ ସେମାନେ କିଛି ପାଳନ କଲେ ନାହିଁ। ତେଣୁ ତୁମ୍ଭେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଲ।

24 “ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସେମାନେ ଯେପରି ଶତ୍ରୁ ନଗରକୁ ପରାସ୍ତ କରି ପାରିବେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରୁଥିବା କ‌‌ଲ୍‌‌ଦୀୟମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।

25 “ପୁଣି ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ନିଜେ ମୋତେ କହିଲ, ‘ମୂଲ୍ୟ ଦେଇ କ୍ଷେତ୍ର କିଣ ଓ ସାକ୍ଷୀ ରଖ।’ ମାତ୍ର ଯେତେବେଳେ ଏହି ଭୂମି କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଦତ୍ତ ହେଉଅଛି, ମୁଁ କାହିଁକି ମୋର ଅର୍ଥ ନଷ୍ଟ କରିବି?”

26 ତାହାପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 27 “ହେ ଯିରିମିୟ, ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟରେ ପରମେଶ୍ୱର, ଆମ୍ଭର ଅସାଧ୍ୟ ହୋଇ କିଛି ନାହିଁ।” 28 ପୁଣି ସଦାପ୍ରଭୁ ଏହା ମଧ୍ୟ କହିଲେ, “ଦେଖ, ଆମ୍ଭେ କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ। 29 ଆଉ କ‌‌ଲ୍‌‌ଦୀୟମାନେ ଏହି ନଗର ବିରୁଦ୍ଧରେ ସେମାନଙ୍କର ଆକ୍ରମଣ ଆରମ୍ଭ କରିଦେଇଛନ୍ତି, ସେମାନେ ଖୁବଶୀଘ୍ର ଏହି ନଗରରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ‌ବା‌ଲ୍‌ଦେବ ପାଇଁ ନୈବେଦ୍ୟ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କ୍ରୋଧିତ କରିବା ପାଇଁ ଅନ୍ୟ ଦେବତାମାନଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କଲ, ସେମାନେ ସେହିସବୁ ଗୃହଗୁଡ଼ିକୁ ଦ‌ଗ୍‌ଧ କରିବେ। 30 ପୁଣି ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ ତାହା ସେମାନଙ୍କ ବାଲ୍ୟକାଳରୁ କରି ଆସୁଛନ୍ତି। ଇସ୍ରାଏଲ ସନ୍ତାନଗଣ ନିଜ ହସ୍ତକୃତ ପ୍ରତିମା ପୂଜା କରି କେବଳ ଆମ୍ଭକୁ ବିରକ୍ତ କରିଛନ୍ତି।” ଏହା ସଦାପ୍ରଭୁ କହନ୍ତି। 31 “ଆଉ ସେମାନେ ଏହି ନଗର ନିର୍ମାଣ ଆରମ୍ଭ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ କେବଳ ଆମ୍ଭର କ୍ରୋଧ ଓ କୋପ ବଢ଼ାଇ ଆସିଛନ୍ତି। ତେଣୁ ଆମ୍ଭେ ତାହାକୁ ଆମ୍ଭ ସମ୍ମୁଖରୁ ଦୂରେଇ ଦେବା। 32 ଆମ୍ଭେ ଯିରୁଶାଲମକୁ ଧ୍ୱଂସ କରିବା, କାରଣ ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କର୍ମ କରିଅଛନ୍ତି।

33 “ସେମାନେ ଆମ୍ଭ ପ୍ରତି ବିମୁଖ ହୋଇ ଆମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଆମ୍ଭେ ସେମାନଙ୍କୁ ବାରମ୍ବାର ଶିକ୍ଷା ଦେଲେ ହେଁ ସେମାନେ ତାହା ଶୁଣି ନାହାନ୍ତି। 34 ପୁଣି ସେମାନେ ଆମ୍ଭ ମନ୍ଦିରରେ ସେମାନଙ୍କ ହସ୍ତଦ୍ୱାରା ନିର୍ମିତ ପ୍ରତିମା ରଖିଛନ୍ତି। ଆମ୍ଭ ନାମ ବହନ କରିଥିବା ମନ୍ଦିରକୁ ‘କଳୁଷିତ’ କରିବା ପାଇଁ।

35 “ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବା‌ଲ୍‌ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସେମାନେ ମୋଲକର ଉଦ୍ଦେଶ୍ୟରେ ଆପଣା ପୁତ୍ରକନ୍ୟାଗଣଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ୟକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦେଇ ନାହୁଁ କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସେମାନେ ଏହା କରିଛନ୍ତି।

36 “ତୁମ୍ଭେମାନେ କହୁଅଛ ଯେ, ‘ବାବିଲର ରାଜା ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପ୍ରୟୋଗ କରି ଏହି ରାଜ୍ୟ ଅଧିକାର କରିବ।’ ମାତ୍ର ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି। 37 ‘ଆଉ ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପରେ ଯେଉଁସବୁ ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିଦେଇଥିଲୁ, ସେହି ସହସ୍ର ଦେଶରୁ ପୁନର୍ବାର ସେମାନଙ୍କୁ ସଂଗ୍ରହ କରିବା। ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସେମାନଙ୍କୁ ଶାନ୍ତି ଏବଂ ନିରାପଦରେ ଏହି ସ୍ଥାନରେ ବାସ କରାଇବା। 38 ପୁଣି ଇସ୍ରାଏଲ ଓ ଯିହୁଦାର ଲୋକମାନେ ଆମ୍ଭର ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା। 39 ଆଉ ସେମାନେ ଓ ସେମାନଙ୍କର ସନ୍ତାନମାନେ ସେମାନଙ୍କ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା।

40 “‘ପୁଣି ସେମାନଙ୍କର ମଙ୍ଗଳ ପାଇଁ ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା। ସେମାନେ ଯେପରି ଆମ୍ଭଠାରୁ ଦୂରେଇ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତରରେ ସ୍ଥାପନ କରିବା। 41 ଆମ୍ଭେ ସେମାନଙ୍କର ମଙ୍ଗଳ ସାଧନ କରି ଖୁସୀ ହେବା। ଆଉ ମଧ୍ୟ ଆମ୍ଭେ ଆପଣା ଆପଣା ମନପ୍ରାଣ ଦେଇ ସେମାନଙ୍କୁ ସ୍ଥାପିତ କରିବା।’”

42 ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସେମାନଙ୍କ ପ୍ରତି ଯେଉଁପରି ଭାବରେ ମହା ଅମଙ୍ଗଳ ଘଟାଇଅଛୁ, ସେହିପରି ଭାବରେ ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା, ଏହା ଆମ୍ଭେ ପ୍ରତିଜ୍ଞା କରିଅଛୁ। 43 ପୁଣି ତୁମ୍ଭେମାନେ କହୁଅଛ, ‘ଏହା ମନୁଷ୍ୟ ଓ ପଶୁତୁଲ୍ୟ ଧ୍ୱଂସ ସ୍ଥାନ ହୋଇଅଛି ଓ କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ସମର୍ପିତ ହୋଇଅଛି।’ ମାତ୍ର ଭବିଷ୍ୟତରେ ଲୋକମାନେ ଏଠାରେ କ୍ଷେତ୍ର କ୍ରୟ କରିବେ। 44 ଲୋକମାନେ ବିନ୍ୟାମୀନ ପ୍ରଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନରେ, ଯିହୁଦାର ନଗର ସମୂହରେ, ପାର୍ବତୀୟ, ପ୍ରଦେଶସ୍ଥ ନାନା ନଗରରେ, ନିମ୍ନ ଭୂମିସ୍ଥ ନଗରମାନଙ୍କରେ ଓ ଦକ୍ଷିଣ ଦିଗସ୍ଥ ନଗରଗୁଡ଼ିକରେ ମୂଲ୍ୟଦେଇ କ୍ଷେତ୍ର କ୍ରୟ କରିବେ ଓ ଦଲିଲ୍ ସ୍ୱାକ୍ଷର କରି ମୁଦ୍ରାଙ୍କିତ କରିବେ। ଆଉ ସାକ୍ଷୀ ରଖିବେ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ମୁକ୍ତ କରିବା।”

ପରମେଶ୍ୱରଙ୍କ ପ୍ରତିଜ୍ଞା

33 ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା। “ଯିଏ ଏହି ପୃଥିବୀର ସୃଷ୍ଟିକର୍ତ୍ତା ଏବଂ ସେ ଏହାକୁ ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଛନ୍ତି। ସଦାପ୍ରଭୁ ତାଙ୍କର ନାମ। ସେହି ସଦାପ୍ରଭୁ ଏହା କହନ୍ତି। ‘ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷୟ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।’ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଯିରୁଶାଲମ ବିଷୟରେ ଏହି କଥା କହନ୍ତି। ‘ଶତ୍ରୁସୈନ୍ୟ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସେମାନେ ପ୍ରାଚୀର ଉପରେ ଶିଡ଼ି ନିର୍ମାଣ କରି ‌‌ଖ‌ଡ଼୍‌ଗରେ ନଗର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ।

“‘ଯିରୁଶାଲମର ଲୋକମାନେ ବହୁ ଦୁଷ୍କର୍ମ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ପ୍ରଚଣ୍ଡ କୋପରେ ବିନାଶ କରିଅଛୁ ପୁଣି କ‌‌ଲ୍‌‌ଦୀୟମାନେ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିବେ। ଆମ୍ଭର କ୍ରୋଧ ଯୋଗୁଁ ସେମାନଙ୍କ ଗୃହ ଶବରେ ପରିପୂର୍ଣ୍ଣ ହେବ।

“‘ମାତ୍ର ଆମ୍ଭେ ସେମାନଙ୍କୁ କ୍ଷମା କରି ଆରୋଗ୍ୟ କରିବା। ସେମାନେ ଚିରନ୍ତନ ଐଶ୍ୱର୍ଯ୍ୟ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ। ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ୱ ଅବସ୍ଥାର ପରିବର୍ତ୍ତନ କରି ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା। ସେମାନଙ୍କୁ ଅତୀତ ପରି ଶକ୍ତିଶାଳୀ କରିବା। ସେମାନେ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କରି ଯେଉଁ ପାପ କରିଅଛନ୍ତି ଆମ୍ଭେ ସେମାନଙ୍କୁ ସେଥିରୁ ଶୁଚି କରିବା। ପୁଣି ସେମାନେ ଆମ୍ଭର ଆଜ୍ଞା ଲଙ୍ଘନ କରି ଯେଉଁ ଅଧର୍ମ ଓ ପାପ କରିଅଛନ୍ତି, ଆମ୍ଭେ ସେଥିରୁ ସେମାନଙ୍କୁ କ୍ଷମା କରିବା। ତା’ପରେ ଯିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ସ୍ଥାନ ହେବ। ଲୋକମାନେ ଏପରି ସୁଖରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା’ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତାହା ସେମାନେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ଯ୍ୟ ହେବେ।’

10 “ତୁମ୍ଭେମାନେ କହୁଅଛ, ‘ଏହି ସ୍ଥାନ ନରଶୂନ୍ୟ ଓ ପଶୁଶୂନ୍ୟ ହୋଇ ଏକ ଧ୍ୱଂସିତ ନଗର ହେବ।’ ମାତ୍ର ଏହି ସ୍ଥାନ ଖୁବ୍ ଶୀଘ୍ର କୋଳାହଳପୂର୍ଣ୍ଣ ହେବ। 11 ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।”

12 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଏହି ଜନଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସ ସ୍ଥାନରେ ଓ ତହିଁର ସକଳ ନଗରରେ ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ। ସେମାନେ ସେ ସ୍ଥାନରେ ଆପଣା ଆପଣା ମେଷପଲକୁ ବିଶ୍ରାମ କରାଇବେ। 13 ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗର ସମୂହରେ, ନିମ୍ନଭୂମିର ନଗରମାନଙ୍କରେ, ଦକ୍ଷିଣଦିଗସ୍ଥ ସକଳ ନଗରରେ, ବିନ୍ୟାମୀନ ଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନଙ୍କରେ ଲୋକମାନେ ସେମାନଙ୍କର ମେଷପଲକୁ ଗଣନା କରିବେ।”

ଉତ୍ତମ ଶାଖା

14 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି। 15 ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମସ୍ୱରୂପ ଏକ ‘ଶାଖା’ ଉତ୍ପନ୍ନ କରାଇବା। ସେହି ‘ଶାଖା’ ସେ ଦେଶରେ ନ୍ୟାୟ ଓ ଧାର୍ମିକତା ବିଗ୍ଭର ପ୍ରତିଷ୍ଠା କରିବେ। 16 ସେହି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ଯିରୁଶାଲମ ନିରାପଦରେ ବାସ କରିବ। ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ପରିଗ୍ଭଳକ ହେବେ, ସଦାପ୍ରଭୁ ଆମ୍ଭର ନ୍ୟାୟବାନ।’”

17 ଆଉ ସଦାପ୍ରଭୁ କହନ୍ତି, “ଦାଉଦ ବଂଶରୁ ଜଣେ ସର୍ବଦା ଇସ୍ରାଏଲୀୟ ବଂଶର ସିଂହାସନରେ ଉପବିଷ୍ଟ ହେବ। 18 ପୁଣି ଆମ୍ଭ ସମ୍ମୁଖରେ ହୋମବଳି ଶସ୍ୟ ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁ ଲେବୀୟ ବଂଶରୁ ଜଣେ ଯାଜକ ସର୍ବଦା ରହିବ।”

19 ଅନନ୍ତର ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 20 ସଦାପ୍ରଭୁ କହନ୍ତି, “ଯଦି କେହି ଦିନରାତି ସହିତ ନିୟମ ଭଙ୍ଗ କରେ, ସେ ନିୟମିତ ଭାବରେ ଦେଖା ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ। 21 ମାତ୍ର ସେତେବେଳେ ଆମ୍ଭର ସେବକ ଦାଉଦ ସହିତ ନିୟମ ଭଙ୍ଗ କରାଯିବ। ତା’ର ବଂଶଧର ମଧ୍ୟରୁ ଜଣେ ସର୍ବଦା ଯିରୁଶାଲମରେ ଶାସନ କରିବ ଏବଂ ଏହି ଲେବୀୟ ଚିରଦିନ ମୋର ଯାଜକ ରୂପେ ସେବା କରିବ। 22 ଯେପରି ଆକାଶର ତାରା ଗଣା ଯାଇପାରିବ ନାହିଁ କି ସମୁଦ୍ରର ବାଲୁକା ମପା ଯାଇପାରିବ ନାହିଁ, ସେହିପରି ଆମ୍ଭେ ଦାଉଦ ବଂଶଧରକୁ ଓ ଲେବୀୟ ପରିବାରବର୍ଗକୁ ଏତେ ସଂଖ୍ୟାରେ ଦାସ ଓ ପରିଗ୍ଭରକ ପଠାଇବା ସେଗୁଡ଼ିକ ମଧ୍ୟ ଆକଳନ ହେବେ।”

23 ଅନନ୍ତର ଯିରିମିୟ ସଦାପ୍ରଭୁଙ୍କର ବାକ୍ୟ ପ୍ରାପ୍ତ ହେଲେ। 24 “ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କେବେ ତାହା ବିବେଚନା କରିଛ? ସେମାନେ କହନ୍ତି, ‘ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି। ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।” ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ରହିବେ ନାହିଁ।’”

25 ସଦାପ୍ରଭୁ କହନ୍ତି, “ଯଦି ଦିବାରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ ଓ ଆମ୍ଭେ ଯେବେ ଆକାଶର ଓ ପୃଥିବୀର ବିଧି ସକଳ ନିରୂପଣ କରି ନ ଥାଉ, ତାହାହେଲେ ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିବା। 26 ତାହାହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସେବକ ଦାଉଦର ବଂଶଧରଗଣଙ୍କୁ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବର ବଂଶଧରଗଣ ଉପରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ୟାଖାନ କରିବା କି? ଏହା ହେବ ନାହିଁ, କାରଣ ଆମ୍ଭେ ସେମାନଙ୍କର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସେମାନଙ୍କ ଉପରେ କୃପା କରିବା।”

ଏବ୍ରୀ 1

ପରମେଶ୍ୱର ନିଜ ପୁତ୍ର ମାଧ୍ୟମରେ କଥା କହିଛନ୍ତି

ଅତୀତରେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ମାଧ୍ୟମରେ କଥା କହିଥିଲେ। କିନ୍ତୁ ଏହି ଶେଷ ସମୟରେ ପରମେଶ୍ୱର ଆପଣା ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ୱାରା ସାରା ବିଶ୍ୱ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସେହି ପୁତ୍ର ପରମେଶ୍ୱରଙ୍କ ମହିମା ପ୍ରକାଶ କରନ୍ତି। ସେ ପରମେଶ୍ୱରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସେହି ପୁତ୍ର ନିଜର ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ପ୍ରତ୍ୟେକ ବିଷୟକୁ ଧରି ରଖିଛନ୍ତି। ସେହି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସେମାନଙ୍କୁ ପବିତ୍ର କଲେ। ତା’ପରେ ସେ ସ୍ୱର୍ଗସ୍ଥ ମହାମହିମ ପରମେଶ୍ୱରଙ୍କ ଡାହାଣପଟରେ ବସିଲେ। ପରମେଶ୍ୱର ତାହାଙ୍କୁ ସମସ୍ତ ସ୍ୱର୍ଗଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମ ଦେଲେ, ତେଣୁ ସେ ଯେକୌଣସି ସ୍ୱର୍ଗଦୂତଙ୍କଠାରୁ ମଧ୍ୟ ଅଧିକ ମହାନ୍ ହୋଇଅଛନ୍ତି।

ଆହୁରି ମଧ୍ୟ ସେ କୌଣସି ସ୍ୱର୍ଗଦୂତଙ୍କୁ କହି ନ ଥିଲେ ଯେ:

“ତୁମ୍ଭେ ମୋର ପୁତ୍ର;
    ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।” (A)

ପୁନର୍ବାର ପରମେଶ୍ୱର କୌଣସି ସ୍ୱର୍ଗଦୂତକୁ ଏହା କହି ନାହାନ୍ତି ଯେ,

“ମୁଁ ତା’ର ପିତା ହେବି,
    ସେ ମୋର ପୁତ୍ର ହେବ।” (B)

ଓ ଯେତେବେଳେ ପରମେଶ୍ୱର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ୟକୁ ଆଣିବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି:

“ପରମେଶ୍ୱରଙ୍କର ସବୁ ସ୍ୱର୍ଗଦୂତ ପୁତ୍ରଙ୍କୁ ପ୍ରଣାମ କରନ୍ତୁ।” [a]

ନିଜର ସ୍ୱର୍ଗଦୂତମାନଙ୍କ ବିଷୟରେ ପରମେଶ୍ୱର କହିଛନ୍ତି:

“ପରମେଶ୍ୱର ଆପଣା ସ୍ୱର୍ଗଦୂତମାନଙ୍କୁ ବାୟୁସ୍ୱରୂପ କରନ୍ତି,
    ଓ ଆପଣା ସେବକମାନଙ୍କୁ ଅଗ୍ନିର ଶିଖା ସ୍ୱରୂପ କରନ୍ତି।” (C)

କିନ୍ତୁ ପରମେଶ୍ୱର ନିଜ ପୁତ୍ର ବିଷୟରେ କୁହନ୍ତି:

“ହେ ପରମେଶ୍ୱର! ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ,
    ତୁମ୍ଭେ ନ୍ୟାୟରେ ରାଜ୍ୟଶାସନ କରିବ
ତୁମ୍ଭେ ଧାର୍ମିକତାକୁ ଭଲ ପାଅ, ଓ ତୁମ୍ଭେ ଭୁଲକୁ ଘୃଣା କର।
    ଅତଏବ ପରମେଶ୍ୱର, ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା
    ତୁମ୍ଭକୁ ଅଧିକ ଆନନ୍ଦ ପ୍ରଦାନ କରିଛନ୍ତି।” (D)

10 ପରମେଶ୍ୱର ଏହା ମଧ୍ୟ କହନ୍ତି:

“ହେ ପ୍ରଭୁ! ତୁମ୍ଭେ ଆରମ୍ଭରେ ପୃଥିବୀ ନିର୍ମାଣ କଲ,
    ଓ ତୁମ୍ଭର ହାତ ଆକାଶ ନିର୍ମାଣ କଲା।
11 ଏହି ବିଷୟ ଗୁଡ଼ିକ ଲୋପ ପାଇବ, କିନ୍ତୁ ତୁମ୍ଭେ ନିତ୍ୟସ୍ଥାୟୀ।
    ସମସ୍ତ ବିଷୟ ବସ୍ତ୍ରଭଳି ପୁରୁଣା ହୋଇଯିବ।
12 ତୁମ୍ଭେ ଗ୍ଭଦର ଭଳି ସେହିସବୁ ଗୁଡ଼ାଇବ
    ଓ ସେମାନେ ବସ୍ତ୍ର ଭଳି ପରିବର୍ତ୍ତିତ ହେବେ।
କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ,
    ଓ ତୁମ୍ଭ ଜୀବନର ଶେଷ ହେବ ନାହିଁ।” (E)

13 ପରମେଶ୍ୱର କେବେ ହେଲେ କୌଣସି ସ୍ୱର୍ଗଦୂତକୁ କହିଛନ୍ତି କି ଯେ:

“ଯେତେବେଳ ପର୍ଯ୍ୟନ୍ତ ମୁଁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ତୁମ୍ଭ କର୍ତ୍ତୃତ୍ୱରେ ନ ଆଣିଛି,
    ସେ ପର୍ଯ୍ୟନ୍ତ ମୋ’ ଡାହାଣରେ ବସିଥାଅ।” (F)

14 ସମସ୍ତ ସ୍ୱର୍ଗଦୂତ ଆତ୍ମା ଅଟନ୍ତି। ସେମାନେ ପରମେଶ୍ୱରଙ୍କ ସେବା କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତି।

Oriya Bible: Easy-to-Read Version (ERV-OR)

2010 by World Bible Translation Center