Old/New Testament
ସଦାପ୍ରଭୁ ଆପଣା ଲୋକର ପ୍ରତ୍ୟାବର୍ତ୍ତନ ଇଚ୍ଛା କରନ୍ତି
1 ସଦାପ୍ରଭୁ ବେରିଖିୟଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଖରିୟଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ୟର ରାଜା ଦାରିୟାବସଙ୍କ ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଏହା ଘଟିଥିଲା। ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ।
2 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଥିଲେ। 3 ତେଣୁ, ତୁମ୍ଭର ଲୋକମାନଙ୍କୁ ଏହି କଥା କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସ ଏବଂ ମୁଁ ତୁମ୍ଭ ନିକଟକୁ ଫେରିଯିବି।” ସଦାପ୍ରଭୁ ସର୍ବଶକ୍ତିମାନ ଏହା କହିଥିଲେ।
4 ସଦାପ୍ରଭୁ ପୁଣି କହିଲେ, “ତୁମ୍ଭେମାନେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ୟବହାର କର ନାହିଁ। ପୂର୍ବ ଭବିଷ୍ୟଦ୍ବକ୍ତାଗଣ ସେମାନଙ୍କୁ କହିଛନ୍ତି, ‘ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭେମାନେ ଜୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।’ କିନ୍ତୁ ତୁମ୍ଭର ସେହି ପୂର୍ବପୁରୁଷଗଣ ଆମ୍ଭ ବାକ୍ୟ ଶୁଣିଲେ ନାହିଁ।” ସଦାପ୍ରଭୁ ଏହିସବୁ କହନ୍ତି।
5 ପରମେଶ୍ୱର କହିଲେ, “ତେଣୁ, ତୁମ୍ଭର ସେହି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? ସେହି ଭବିଷ୍ୟଦ୍ବକ୍ତାଗଣ କ’ଣ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି? 6 ଆମ୍ଭେ ଆପଣା ଭବିଷ୍ୟଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।”
The Four Horses
7 ଦାରିୟାବସଙ୍କ ଶାସନର ଦ୍ୱିତୀୟ ବର୍ଷର ଏକାଦଶ ମାସର ଏହା ହେଉଛି ଶବାଟ ମାସର ଚତୁର୍ବିଂଶ ଦିନ, ସଦାପ୍ରଭୁ ତାଙ୍କର ଭବିଷ୍ୟଦ୍ବକ୍ତା ଯିଖରିୟଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ଭବିଷ୍ୟଦ୍ବକ୍ତା ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ, ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ।
8 ରାତିରେ ମୁଁ ଲାଲ୍ଅଶ୍ୱ ଉପରେ ଏକ ବ୍ୟକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେହେନ୍ଦି ବୁଦା ମଝିରେ ଛିଡ଼ା ହୋଇଥିଲା। ତାଙ୍କ ପଛରେ ଲାଲ୍, ଧୂସର ଏବଂ ଧଳା ଅଶ୍ୱଗୁଡ଼ିକ ଥିଲେ। 9 ମୁଁ ପଗ୍ଭରିଲି, “ହେ ମୋର ସଦାପ୍ରଭୁ, ଏଗୁଡ଼ିକ କ’ଣ ପାଇଁ?”
ତା’ପରେ ସେହି ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, ଉତ୍ତର ଦେଲେ, “କ’ଣ ପାଇଁ ଏହି ଅଶ୍ୱଗୁଡ଼ିକ, ତାହା ତୁମ୍ଭକୁ ଜଣାଇବି।”
10 ତା’ପରେ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକୁ କହିଲେ, “ପୃଥିବୀରେ ଏଣେ ତେଣେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ୱଗୁଡ଼ିକୁ ପ୍ରେରଣ କରିଛନ୍ତି।”
11 ତା’ପରେ ସେହି ଅଶ୍ୱଗୁଡ଼ିକ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ସଦାପ୍ରଭୁଙ୍କ ସ୍ୱର୍ଗଦୂତକୁ କହିଲେ, “ଦେଖ ଆମ୍ଭେମାନେ ସାରା ପୃଥିବୀରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।”
12 ତା’ପରେ ସଦାପ୍ରଭୁଙ୍କ ସ୍ୱର୍ଗଦୂତ କହିଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ କେତେକାଳ ତୁମ୍ଭେ ତୁମ୍ଭର ଦୟାରୁ ଯିରୁଶାଲମ ଏବଂ ଯିହୁଦା ନଗରକୁ ଦୂରେଇ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡ଼ିକ ଉପରେ ତୁମ୍ଭର କ୍ରୋଧ ପ୍ରକାଶ କରିଛ।”
13 ମୋ’ ସହିତ କଥା ହେଉଥିବା ସ୍ୱର୍ଗଦୂତକୁ ସଦାପ୍ରଭୁ ଉତ୍ତର ଦେଲେ। ସେ ମଙ୍ଗଳ ଓ ସାନ୍ତ୍ୱନାମୂଳକ କଥା କହିଲେ।
14 ତା’ପରେ ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, କହିଲେ, ମୋର ଏହି ବାକ୍ୟ ଘୋଷଣା କର। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି;
“ଆମ୍ଭର ଯିରୁଶାଲମ ଓ ସିୟୋନ ପ୍ରତି ପ୍ରଗାଢ଼ ଅନୁରାଗ ଅଛି।
15 ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ୟନ୍ତ କ୍ଷୁବ୍ଧ ଥିଲୁ।
କାରଣ ସେମାନେ ବିପର୍ଯ୍ୟୟକୁ
ସର୍ବଦା ଆମନ୍ତ୍ରଣ କରୁଥିଲେ।”
16 ତେଣୁ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଆମ୍ଭେ ପୁଣି ଯିରୁଶାଲମ ଫେରି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦେଖାଇବା।”
ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭର ଘର ସେହି ସ୍ଥାନରେ ନିର୍ମିତ ହେବ
ଏବଂ ସମଗ୍ର ଯିରୁଶାଲମରେ ପୁନଃନିର୍ମାଣର ଲକ୍ଷଣ ଦେଖାଯିବ।”
17 ସେହି ସ୍ୱର୍ଗଦୂତ ମଧ୍ୟ କହିଲେ, “ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି,
‘ଆମ୍ଭର ନଗରଗୁଡ଼ିକ ଉତ୍ତମ ସାମଗ୍ରୀରେ ଉଛୁଳିବ।
ଆମ୍ଭର ସିୟୋନ ପ୍ରତି ଦୟା ରହିବ।
ଆମ୍ଭେ ପୁନର୍ବାର ଯିରୁଶାଲମକୁ ଆପଣା ବିଶେଷ ନଗର ରୂପେ ମନୋନୀତ କରିବା।’”
ଗ୍ଭରିଟି ଶିଙ୍ଗ ଓ ଗ୍ଭରିଜଣ କର୍ମୀ
18 ଏହା ପରେ ମୁଁ ଊର୍ଦ୍ଧ୍ୱକୁ ଗ୍ଭହିଁଲି ଏବଂ ଗ୍ଭରିଟି ଶିଙ୍ଗ ଦେଖିଲି। 19 ତା’ପରେ ମୁଁ ଯେଉଁ ସ୍ୱର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, “ଏହି ଶିଙ୍ଗଗୁଡ଼ିକ କ’ଣ?”
ସେ ଉତ୍ତର ଦେଲେ, “ଏହି ଶିଙ୍ଗଗୁଡ଼ିକ ଇସ୍ରାଏଲ, ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଚ୍ଛିନ୍ନଛତ୍ର କରି ଦେଇଛନ୍ତି।”
20 ସଦାପ୍ରଭୁ ମୋତେ ଗ୍ଭରିଜଣ କର୍ମୀଙ୍କୁ ଦେଖାଇଲେ। 21 ମୁଁ ପଗ୍ଭରିଲି, “ଏହି ଗ୍ଭରିଜଣ ବଢ଼େଇ କ’ଣ କରିବାକୁ ଆସିଛନ୍ତି?”
ସେ ଉତ୍ତର ଦେଲେ, “ଏହି ଶିଙ୍ଗଗୁଡ଼ିକ ଯିହୁଦାର ଲୋକମାନଙ୍କୁ ଆକ୍ରମଣ କରି ବିଦେଶକୁ ‘ତଡ଼ି’ ଦେଲେ। ସେମାନେ ଏତେ ସହଜରେ ସେମାନଙ୍କୁ ହରାଇ ଦେଲେ ଯେ, କାହାର ମୁଣ୍ତ ଟେକିବା ପାଇଁ ଶକ୍ତି ନ ଥିଲା। ତେଣୁ ଏହି ଗ୍ଭରିଜଣ ବଢ଼େଇ ସେ ଶିଙ୍ଗଗୁଡ଼ିକୁ ଭୟଭୀତ କରିବାକୁ ଓ ଭାଙ୍ଗି ପକାଇବାକୁ ଆସିଛନ୍ତି।”
ପରିମିତ ଯିରୁଶାଲମ
2 ତା’ପରେ ଉପରକୁ ଗ୍ଭହିଁଲି, ଏବଂ ହସ୍ତରେ ପରିମାପକ ରଜ୍ଜୁ ଧରିଥିବା ଏକ ବ୍ୟକ୍ତିଙ୍କୁ ଦେଖିଲି। 2 ମୁଁ ତାଙ୍କୁ ପଗ୍ଭରିଲି, “ତୁମ୍ଭେ କେଉଁଆଡ଼େ ଯାଉଅଛ?”
ସେ ଉତ୍ତର ଦେଲେ, “ମୁଁ ଯିରୁଶାଲମର ଦୈର୍ଘ ଓ ପ୍ରସ୍ଥ ମାପିବାକୁ ଯାଉଅଛି।”
3 ତା’ପରେ ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ବାହାରି ଆସିଲେ ଏବଂ ଅନ୍ୟ ଜଣେ ସ୍ୱର୍ଗଦୂତ ବାହାରି ତାଙ୍କ ସହିତ କଥା ହେଲେ। 4 ସେ ତାଙ୍କୁ କହିଲେ, “ଦୌଡ଼ିକରି ଯାଅ ଏବଂ ସେହି ଯୁବକଙ୍କୁ କୁହ!
‘ଯିରୁଶାଲମ ଏକ ପ୍ରାଚୀର ବିହୀନ ନଗରୀ ହେବ।
କାରଣ ସେଠାରେ ବହୁ ସଂଖ୍ୟାରେ ଲୋକ ଓ ପଶୁମାନେ ମଧ୍ୟସ୍ଥାନରେ ବାସ କରିବେ।’
5 ସଦାପ୍ରଭୁ କୁହନ୍ତି,
‘ଆମ୍ଭେ ତା’ର ଚତୁର୍ଦ୍ଦିଗରେ ତା’ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ୟ ହେବା।
ଆମ୍ଭେ ତାକୁ ଆମ୍ଭର ମହିମାରେ ପୂର୍ଣ୍ଣ କରିବା।’”
ପରମେଶ୍ୱର ଆପଣା ସନ୍ତାନମାନଙ୍କୁ ଗୃହକୁ ଡାକନ୍ତି
ସଦାପ୍ରଭୁ କୁହନ୍ତି,
6 “ଉତ୍ତର ଦେଶରୁ ପଳାୟନ କର।
ହଁ, ଏହା ସତ୍ୟ ଯେ,
ଆମ୍ଭେ ତୁମ୍ଭର ଲୋକମାନଙ୍କୁ
ଆକାଶର ଚତୁର୍ଦ୍ଦିଗ ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ।
7 ବର୍ତ୍ତମାନ ବାବିଲରେ ବାସ କରୁଥିବା, ତୁମ୍ଭେ ସିୟୋନର ଲୋକମାନେ,
ତୁମ୍ଭମାନଙ୍କର ମୁକ୍ତି ପାଇଁ ଦୌଡ଼ନ୍ତି।
ସେହି ନଗରୀରୁ ଶୀଘ୍ର ଦୂରକୁ ଗ୍ଭଲିଯାଅ।”
ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ କୁହନ୍ତି।
8 “ସେ ଆମ୍ଭକୁ ସେହି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫେରାଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ।
ତୁମ୍ଭେମାନେ ତାଙ୍କର ଗୌରବ।
କାରଣ ଯିଏ ତୁମ୍ଭର କ୍ଷତି କରୁଛି
ସେ ସେହି ଲୋକପାଇଁ କ୍ଷତି କରୁଛି ଯିଏ ପରମେଶ୍ୱରଙ୍କ ପାଇଁ ମୂଲ୍ୟବାନ।
9 ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ।
କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସେମାନଙ୍କ ବିରୁଦ୍ଧରେ ଉଠାଇବା ଏବଂ ସେହି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ୱାରା ଲୁଟିତ ହେବେ।”
ତା’ପରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ
ମୋତେ ପଠାଇଥିଲେ।
10 ସଦାପ୍ରଭୁ କୁହନ୍ତି,
“ହେ ସିୟୋନର କନ୍ୟା ଆନନ୍ଦରେ ଚିତ୍କାର କର ଏବଂ ଖୁସୀ ହୁଅ।
କାରଣ ତୁମ୍ଭ ସହିତ ନଗରରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ।
11 ସେହି ଦିନରେ, ଅନେକ ଦେଶର ଲୋକମାନେ
ପରମେଶ୍ୱରଙ୍କ ନିକଟକୁ ଆସିବେ।
ସେମାନେ ଆମ୍ଭର ଲୋକ ହେବେ।
ଆଉ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ବାସ କରିବା।”
ସେତେବେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ
ମୋତେ ତୁମ୍ଭ ନିକଟକୁ ପ୍ରେରଣ କରିଛନ୍ତି।
12 ସେହି ପବିତ୍ର ଭୂମିରେ ଯିହୁଦା ପରମେଶ୍ୱରଙ୍କର ଅଂଶ ହେବ।
ସଦାପ୍ରଭୁ ପୁନର୍ବାର ଯିରୁଶାଲମକୁ ତାଙ୍କର ସ୍ୱତନ୍ତ୍ର ନଗରରୂପେ ବାଛିବେ।
13 ସମସ୍ତ ଲୋକମାନେ, ନୀରବ ହୁଅ।
ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।
ମହାଯାଜକ
3 ସଦାପ୍ରଭୁ ସ୍ୱର୍ଗଦୂତ ମହାଯାଜକ ଯିହୋଶୂୟଙ୍କୁ ମୋତେ ଦେଖାଇଲେ। ଯିହୋଶୂୟ ସଦାପ୍ରଭୁଙ୍କ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଓ ଶୟତାନ ଯିହୋଶୂୟଙ୍କ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ତାଙ୍କୁ ଦୋଷ ଦେବାକୁ ଶୟତାନ ସେଠାରେ ଉପସ୍ଥିତ ଥିଲେ। 2 ତା’ପରେ ସଦାପ୍ରଭୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶୟତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ଯିରୁଶାଲମକୁ ତାଙ୍କ ସ୍ୱତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସେହି ନଗରକୁ ରକ୍ଷା କରିଥିଲେ।”
3 ଯିହୋଶୂୟ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ। 4 ତା’ପରେ ସେହି ସ୍ୱର୍ଗଦୂତ ତାଙ୍କ ନିକଟରେ ଛିଡ଼ା ହୋଇଥିବା ଅନ୍ୟ ସ୍ୱର୍ଗଦୂତକୁ କହିଲେ, “ଯିହୋଶୂୟଙ୍କ ଶରୀରରୁ ସେହି ମଇଳା ବସ୍ତ୍ର ଗୁଡ଼ିକୁ କାଢ଼ିନିଅ।” ତା’ପରେ ସ୍ୱର୍ଗଦୂତ ଯିହୋଶୂୟଙ୍କୁ କହିଲେ, “ବର୍ତ୍ତମାନ, ମୁଁ ତୁମ୍ଭର ଅପରାଧ କାଢ଼ିନେଇଛି ଏବଂ ମୁଁ ତୁମ୍ଭକୁ ନୂଆ ମୂଲ୍ୟବାନ ବସ୍ତ୍ରରେ ଆଚ୍ଛାଦିତ କରୁଛି।”
5 ତା’ପରେ ମୁଁ କହିଲି, “ତା’ର ମସ୍ତକରେ ଏକ ନିର୍ମଳ ପଗଡ଼ି ବାନ୍ଧି ଦିଅନ୍ତୁ।” ତେଣୁ ସେମାନେ ତାଙ୍କର ମସ୍ତକରେ ନିର୍ମଳ ପଗଡ଼ି ବାନ୍ଧି ଦେଲେ। ସେମାନେ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା ବେଳେ ସଦାପ୍ରଭୁଙ୍କର ଦୂତ ପାଖରେ ଠିଆ ହୋଇଥିଲେ। 6 ତା’ପରେ ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଏହା କହି ସତର୍କ କରାଇଲେ:
7 ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି,
“ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ
ତୁମ୍ଭେ ସେପରି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକାରେ କର ଯାହା ଆମ୍ଭେ ଗ୍ଭହୁଁ।
ତେବେ ତୁମ୍ଭେ ଆମ୍ଭର ଗୃହରେ ବିଗ୍ଭର କରିବ
ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହେବ।
ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସେହିମାନଙ୍କ ମଧ୍ୟରେ,
ଯେଉଁମାନେ କି ଏଠାରେ ଛିଡ଼ା ହେଉଛନ୍ତି।
8 ହେ! ମହାଯାଜକ ଯିହୋଶୂୟ ଓ ତୁମ୍ଭ ସମ୍ମୁଖରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ।
ଯେତେବେଳେ ଆମ୍ଭେ ଆପଣା ସ୍ୱତନ୍ତ୍ର ଅନୁଚର ଆଣିବା
ସେତେବେଳେ ଏହି ଲୋକମାନେ ଯିଏ କି କ’ଣ ଘଟିବ ବୋଲି ଦେଖାଇବେ ଉଦାହରଣ ହେବେ।
ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାଯିବ।
9 ଯିହୋଶୂୟଙ୍କ ସମ୍ମୁଖରେ ଆମ୍ଭେ ଯେଉଁ ସ୍ୱତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ।
ସେହି ପ୍ରସ୍ତରରେ ସାତୋଟି ଚକ୍ଷୁ ଅଛି।
ସେହି ସ୍ୱତନ୍ତ୍ର ପ୍ରସ୍ତର ଉପରେ ଆମ୍ଭେ ବାର୍ତ୍ତା ଖୋଦନ କରିବା।
ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦେଖାଇବ।”
10 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି,
“ସେତେବେଳେ ଲୋକମାନେ ଏକତ୍ର ବସିବେ
ଓ ସେମାନଙ୍କର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ।
ସେମାନେ ଡିମ୍ବିରି ବୃକ୍ଷତଳେ
ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।”
ଦ୍ୱୀପରୁଖା ଓ ଦୁଇ ଅଲିଭ ବୃକ୍ଷ
4 ତା’ପରେ ମୋ’ ସହିତ ଆଳାପ କରୁଥିବା ସେହି ସ୍ୱର୍ଗଦୂତ ମୋ’ ନିକଟକୁ ଫେରି ଆସିଲେ ଓ ମୋତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି। 2 ତାହାପରେ ସେହି ସ୍ୱର୍ଗଦୂତ ମୋତେ ପଗ୍ଭରିଲେ, “ତୁମ୍ଭେ କ’ଣ ଦେଖୁଛ?”
ମୁଁ କହିଲି, “ମୁଁ ସମ୍ପୂର୍ଣ୍ଣ ସୁବର୍ଣ୍ଣର ଦୀପାଧାର ଦେଖୁଛି। ତାହାର ଉପରେ ଗୋଟିଏ ମାଠିଆ ଅଛି ଏବଂ ତା’ ଉପରେ ସାତୋଟି ପ୍ରଦୀପ ଅଛି, ଆଉ ମଧ୍ୟ ସେଠାରେ ଗୋଟିଏ ପାତ୍ର ଅଛି। ପ୍ରତ୍ୟେକ ପ୍ରଦୀପର ମୂଖନଳ ଅଛି ଓ ସେହି ନଳ ଦେଇ ପ୍ରଦୀପକୁ ତୈଳ ଆସୁଛି। 3 ସେହି ପାତ୍ରର ଦକ୍ଷିଣ ଓ ବାମ ପାର୍ଶ୍ୱରେ ଗୋଟିଏ ଗୋଟିଏ ଅଲିଭ ବୃକ୍ଷ ଅଛି।” 4 ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତଙ୍କୁ ମୁଁ ପଗ୍ଭରିଲି, “ମୋର ମହାଶୟ, ଏଗୁଡ଼ିକ ସବୁ କ’ଣ?”
5 ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ କ’ଣ ଜାଣ ନାହିଁ ଏଗୁଡ଼ିକ ସବୁ କ’ଣ?”
ମୁଁ କହିଲି “ନାଁ, ମୋର ମହାଶୟ।”
6 ସେ କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, ‘ଏହା ପରାକ୍ରମ କି ବଳଦ୍ୱାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି। 7 ହେ ମହାନ ପର୍ବତ! ତୁମ୍ଭେ କ’ଣ? ଯିରୁବ୍ବାବିଲ ସମ୍ମୁଖରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। ‘ପରମେଶ୍ୱରଙ୍କର ଏହା ଉପରେ କୃପା ହେଉ! ଧ୍ୱନି ମଧ୍ୟରେ ସେ କୋଣର ପ୍ରସ୍ତର ଆଣିବ।’”
8 ସଦାପ୍ରଭୁ ଏହି ବାର୍ତ୍ତା ମୋତେ ପଠାଇଲେ। 9 “ଯିରୁବ୍ବାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ଯ୍ୟ ଶେଷ କରିବ। ତା’ପରେ ତୁମ୍ଭେମାନେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି। 10 ଯେଉଁମାନେ କି ଛୋଟ ଜିନିଷଗୁଡ଼ିକୁ ଘୃଣା କରନ୍ତି, ସେମାନେ ଆନନ୍ଦ କରିବେ, ଯେତେବେଳେ ସେମାନେ ଯିରୁବ୍ବାବିଲଙ୍କ ହାତରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତୋଟି ପାର୍ଶ୍ୱ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।”
11 ତା’ପରେ ମୁଁ ତାଙ୍କୁ କହିଲି, “ଦ୍ୱୀପରୁଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ’ଣ?” 12 ମୁଁ ମଧ୍ୟ ତାଙ୍କୁ ପଗ୍ଭରିଲି, “ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡ଼ିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ’ଣ?”
13 ତା’ପରେ ସେହି ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ ଏଗୁଡ଼ିକର ଅର୍ଥ କ’ଣ ଜାଣ ନାହିଁ?”
ମୁଁ ଉତ୍ତର ଦେଲି, “ନା, ମୋର ମହାଶୟ!”
14 ତେଣୁ ସେ ଉତ୍ତର ଦେଲେ, “ଏହି ଅଭିଷିକ୍ତ ଦୁଇଜଣ ଯିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।”
ବାବିଲର ଧ୍ୱଂସ
18 ତା’ପରେ ମୁଁ ସ୍ୱର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସେହି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀରେ ପ୍ରକାଶିତ ହେଲା। 2 ସେ ଦୂତ ବହୁତ ଉଚ୍ଚ ସ୍ୱରରେ ପାଟିକରି କହିଲେ:
“ତା’ର ପତନ ହେଲା।
ମହାନଗରୀ ବାବିଲର ପତନ ହୋଇଗଲା।
ତାହା ଭୂତମାନଙ୍କର ବାସସ୍ଥଳୀ ହେଲା।
ତାହା ପ୍ରତ୍ୟେକ ଭୂତାତ୍ମା,
ପ୍ରତ୍ୟେକ ପ୍ରକାରର ଶୁଚି ପକ୍ଷୀ
ଏବଂ ପ୍ରତ୍ୟେକ ଅଶୁଚି ତଥା ଘୃଣ୍ୟ ପଶୁଙ୍କ ଆଶ୍ରୟସ୍ଥଳ ହେଲା।
3 ପୃଥିବୀର ସବୁ ଲୋକମାନେ
ତା’ର ବ୍ୟଭିଗ୍ଭର ପାପର ଓ ପରମେଶ୍ୱରଙ୍କର କ୍ରୋଧର ସୁରାପାନ କରିଛନ୍ତି।
ପୃଥିବୀର ରାଜାମାନେ ତା’ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟ କରିଛନ୍ତି।
ସଂସାରର ବ୍ୟବସାୟୀମାନେ ତାହାର ଧନରେ ଧନବାନ୍ ହୋଇଛନ୍ତି।”
4 ତା’ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି
“ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ,
ତୁମ୍ଭେମାନେ ବାହାରି ଆସିଲେ, ତା’ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ।
5 ସ୍ୱର୍ଗ ଯେତେ ଉଚ୍ଚ, ତହାର ପାପକାର୍ଯ୍ୟ ସେତିକି ଉଚ୍ଚ ହେଲାଣି।
ପରମେଶ୍ୱର ତା’ର ଭୁଲ୍ କାମଗୁଡ଼ିକ ଭୁଲି ନାହାନ୍ତି।
ସେ ତା’ର କୁକର୍ମ ସବୁ ମନେ ପକାଇଲାଣି।
6 ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ।
ତା’ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ।
ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି,
ତା’ନିମନ୍ତେ ତା’ ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ।
7 ସେ ଯେପରି ନିଜେ ଭୋଗବିଳାସ ଓ ଆମୋଦ ପ୍ରମୋଦରେ ଜୀବନ ବିତାଇଛି,
ସେହିପରି ତାହାକୁ ଅଧିକ ପରିମାଣରେ ଯନ୍ତ୍ରଣା ଓ ବ୍ୟଥା ଭୋଗିବାକୁ ଦିଆଯିବ।
ସେ ନିଜେ ଗର୍ବରେ କହେ, ‘ମୁଁ ରାଣୀ ପରି ସିଂହାସନରେ ବସିଛି।
ମୁଁ ବିଧବା ନୁହେଁ,
ମୁଁ କେବେ ଶୋକ କରିବି ନାହିଁ।’
8 ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ:
ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା।
ସେ ଅଗ୍ନିରେ ଜଳିଯିବ,
କାରଣ ପ୍ରଭୁ ପରମେଶ୍ୱର ତା’ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।
9 “ଜଗତର ଯେଉଁ ରାଜାମାନେ ତା’ ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା’ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା’ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ। 10 ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା’ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ:
“ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ!
ଏହା ଭୟାନକ! ଏହା ଭୟାନକ!
ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।”
11 “ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ। 12 ସେମାନେ ସୁନା, ରୂପା, ମୂଲ୍ୟବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର; ରେଶମୀ ଓ ଲାଲ ବସ୍ତ୍ର; ପ୍ରତ୍ୟେକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠ ଜିନିଷ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ୟବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥରରେ ନିର୍ମିତ ଶିଳ୍ପଦ୍ରବ୍ୟ; 13 ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ୟ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମେଷ, ଘୋଡ଼ା, ରଥ, ଏବଂ ମନୁଷ୍ୟମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ୟବସାୟୀମାନେ କାନ୍ଦିବେ ଓ କହିବେ:
14 ‘ହେ ବାବିଲ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଗ୍ଭହୁଁଥିଲ,
ସେସବୁ ତୁମ୍ଭଠାରୁ ଗ୍ଭଲିଯାଇଛି।
ତୁମ୍ଭର ସବୁ ସୌଖିନ ଓ ମନୋହରୀ ଦ୍ରବ୍ୟମାନ ତୁମ୍ଭଠାରୁ ଉଭେଇ ଯାଇଛି।
ତୁମ୍ଭେ ସେସବୁ ଆଉ କେବେ ପାଇବ ନାହିଁ।’
15 “ବ୍ୟବସାୟୀମାନେ ତା’ର ଦୁଃଖ ଯନ୍ତ୍ରଣା ଦେଖି ଭୟ କରିବେ ଓ ତା’ଠାରୁ ବହୁ ଦୂରରେ ଠିଆ ହେବେ। ସେହି ଲୋକମାନେ ତାହାକୁ ସେହି ମୂଲ୍ୟବାନ୍ ଜିନିଷ ବିକ୍ରିକରି ଧନୀ ହୋଇଥିଲେ। ତେଣୁ ସେମାନେ କାନ୍ଦିବେ ଓ ଦୁଃଖ କରିବେ। 16 ସେମାନେ କହିବେ:
‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ:
ଯେଉଁ ମହାନଗରୀ ସୂକ୍ଷ୍ମ ରେଶମ, ବାଇଗଣି ଓ ଘନଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା,
ସୁନା, ମଣି ଓ ମୁକ୍ତାରେ ଝଟକୁଥିଲା,
17 ଘଣ୍ଟାକ ମଧ୍ୟରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରି ଦିଆଗଲା।’
“ସମସ୍ତ ସମୁଦ୍ର କପ୍ତାନ, ସମୁଦ୍ର ଯାତ୍ରୀ, ନାବିକ, ନୌବାଣିଜ୍ୟ କରୁଥିବା ସମସ୍ତ ଲୋକ ବାବିଲଠାରୁ ଦୂରରେ ଠିଆ ହେଲେ। 18 ସେମାନେ ତା’ର ଜଳୁଥିବାର ଧୂଆଁ ଦେଖିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।” 19 ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ:
‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ!
ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ।
କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।
20 ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ,
ଭବିଷ୍ୟଦ୍ବକ୍ତାଗଣ ଏବଂ ପ୍ରେରିତଗଣ!
ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର।
ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି।’”
21 ତା’ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସେହି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ:
“ଏହିପରି ଭାବରେ ମହାନଗରୀ ବାବିଲକୁ ତଳକୁ ନିକ୍ଷେପ କରାଯିବ।
ତାହାକୁ ଆଉ କେବେ କେହି ଦେଖି ପାରିବେ ନାହିଁ।
22 ତୋ’ଠାରେ କେହିହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି
ଅନ୍ୟ ବାଦ୍ୟଯନ୍ତ୍ର ଶୁଣିବେ ନାହିଁ।
ତୋ’ଠାରେ କୌଣସି ଶିଳ୍ପର କାରିଗରମାନେ
ଆଉ ଦେଖାଯିବେ ନାହିଁ।
ତୋ’ଠାରେ ଚକିପେଷାର ଶବ୍ଦ
ଆଉ କେବେ ହେଲେ ଶୁଣାଯିବ ନାହିଁ।
23 ତୋ’ ପାଖରେ ଦୀପର ଆଲୋକ
ଆଉ ଜଳିବ ନାହିଁ।
ତୋ’ ପାଖରେ ବରକନ୍ୟାଙ୍କର ଆନନ୍ଦର ଧ୍ୱନି
ଆଉ କେବେ ହେଲେ ଶୁଣାଯିବ ନାହିଁ।
ତୋ’ର ବ୍ୟବସାୟୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ।
ସମସ୍ତ ଦେଶଗୁଡ଼ିକ ତୋ’ର ଯାଦୁ ଶକ୍ତି ଦ୍ୱାରା ପଥଭ୍ରଷ୍ଟ ହୋଇଥିଲେ।
24 ସେ (ବାବିଲ) ଭବିଷ୍ୟଦ୍ବକ୍ତାମାନଙ୍କର ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର
ଏବଂ ପୃଥିବୀରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ରକ୍ତ ପାଇଁ ଦାୟୀ ଅଟେ।”
2010 by World Bible Translation Center