Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯୂନସ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1-4

ପରମେଶ୍ୱର ଡାକିଲେ ଏବଂ ଯୂନସ ଦୂରେଇ ଗଲେ

ଅମିତ୍ତୟଙ୍କ ପୁତ୍ର ଯୂନସକୁ ସଦାପ୍ରଭୁ କହିଲେ। ସଦାପ୍ରଭୁ କହିଲେ, “ନୀନିବୀ ଗୋଟିଏ ବିରାଟ ନଗରୀ। ସେଠାରେ ଲୋକମାନେ ବହୁତ ମନ୍ଦକାର୍ଯ୍ୟ କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ଉଠ ଓ ସେହି ନଗରୀକୁ ଯାଅ ଏବଂ ତାହା ବିରୁଦ୍ଧରେ ଆମ୍ଭ ବିଗ୍ଭରଧାରା ଘୋଷଣା କର।”

ଯୂନସ ପରମେଶ୍ୱରଙ୍କ କଥା ମାନିବାକୁ ଗ୍ଭହିଁଲେ ନାହିଁ। ତେଣୁ ସେ ସଦାପ୍ରଭୁଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କଲେ। ସେ ଯାଫୋକୁ ଗ୍ଭଲିଗଲେ। ସେ ଦେଖିଲେ ଗୋଟିଏ ନୌକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। ସେ ଅର୍ଥ ଦେଇ ସେହି ନୌକାରେ ଯାତ୍ରା କଲେ। ସେ ତର୍ଶୀଶ ଯାଉଥିବା ଲୋକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂରେଇ ଗଲେ।

ଗୋଟିଏ ପ୍ରକାଣ୍ତ ଝଡ଼

କିନ୍ତୁ ସଦାପ୍ରଭୁ ଗୋଟିଏ ପ୍ରକାଣ୍ତ ଝଡ଼ି ସେହି ସମୁଦ୍ରକୁ ପ୍ରେରଣ କଲେ। ସେହି ବାତ୍ୟା ସମୁଦ୍ରକୁ ଅଶାନ୍ତ କରି ଦେଲା। ସେହି ଝଡ଼ ଅତି ଶକ୍ତିଶାଳୀ ଥିଲା ଏବଂ ନୌକାଟି ଭାଙ୍ଗି ଖଣ୍ତ ଖଣ୍ତ ହେବାକୁ ବସିଲା। ଲୋକମାନେ ବୁଡ଼ି ଯାଉଥିବା ନୌକାକୁ ହାଲୁକା କରିବାକୁ ଇଚ୍ଛା କଲେ। ସେମାନେ ନୌକାରେ ବୋଝେଇ ହୋଇଥିବା ମାଲକୁ ସମୁଦ୍ରକୁ ଫିଙ୍ଗିବା ଆରମ୍ଭ କଲେ। ନାବିକମାନେ ଭୟଭୀତ ହୋଇ ପଡ଼ିଲେ। ସମସ୍ତେ ନିଜ ନିଜ ଈଶ୍ୱରଙ୍କୁ ଡାକିବା ଆରମ୍ଭ କଲେ।

ମାତ୍ର ଯୂନସ ଜାହାଜ ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ। ଯୂନସ ଜାହଜରେ ଶୋଇଥିବାର ଦେଖି ଜାହାଜର କପ୍ତାନ କହିଲେ, “ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ୱରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।”

What Caused This Storm?

ତା’ପରେ ନାବିକମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେମାନେ ଗୁଲିବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପରେ ଘଟୁଛି।”

ତେଣୁ ସେମାନେ ଗୁଲିବାଣ୍ଟ ଫିଙ୍ଗିଲେ। ଏହି ଗୁଲିବାଣ୍ଟ ଫିଙ୍ଗାରୁ ଜଣାଗଲା ଯୂନସ ଯୋଗୁଁ ଏ ଦୁଃଖ ଘଟିଲା। ତା’ପରେ ଲୋକମାନେ ଯୂନସକୁ କହିଲେ, “ଏହା ହେଉଛି ତୁମ୍ଭର ଦୋଷ, ଯାହା ଯୋଗୁଁ ଆମ୍ଭମାନଙ୍କର ଏହି ଭୟଙ୍କର ଦୁଃଖ ଘଟୁଛି। ତେଣୁ ତୁମ୍ଭେ କ’ଣ କରିଛ ଆମ୍ଭମାନଙ୍କୁ କୁହ। ତୁମ୍ଭର କାମ କ’ଣ? ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭର ଘର କେଉଁଠି? ତୁମ୍ଭର ଲୋକ କିଏ?”

ଯୂନସ ସେହି ନାବିକମାନଙ୍କୁ କହିଲେ, “ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ଯିଏ କି ସ୍ୱର୍ଗର ପରମେଶ୍ୱର। ସେହି ହେଉଛନ୍ତି ପରମେଶ୍ୱର ଯିଏ କି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।”

10 ଯୂନସ ସଦାପ୍ରଭୁଙ୍କଠାରୁ ଦୂରେଇ ଯାଉଥିଲା ବୋଲି ସେହି ନାବିକମାନଙ୍କୁ କହିଲେ। ଯେତେବେଳେ ସେମାନେ ଏ କଥା ଜାଣିଲେ, ସେମାନେ ଭୟଭୀତ ହୋଇ ପଡ଼ିଲେ। ସେମାନେ ଯୂନସକୁ ପଗ୍ଭରିଲେ, “ତୁମ୍ଭେ କି ଭୟଙ୍କର କାର୍ଯ୍ୟ ପରମେଶ୍ୱରଙ୍କ ବିରୁଦ୍ଧରେ କଲ?”

11 ପବନ ଓ ଢେଉ ସମୁଦ୍ରରେ ଅଧିକ ଶକ୍ତିଶାଳୀ ହୋଇ ବଢ଼ିବାକୁ ଲାଗିଲା। ତେଣୁ ଲୋକମାନେ ଯୂନସକୁ କହିଲେ, “ଆମ୍ଭେମାନେ ଆମ୍ଭମାନଙ୍କୁ ରକ୍ଷା କରିବାକୁ କ’ଣ କରିବୁ? ତୁମ୍ଭ ପ୍ରତି କ’ଣ କଲେ ସମୁଦ୍ର ଶାନ୍ତ ହେବ?”

12 ଯୂନସ ସେହି ନାବିକମାନଙ୍କୁ କହିଲେ, “ମୁଁ ଜାଣେ, ମୁଁ ଭୁଲ୍ କରିଛି, ସେଥିପାଇଁ ସମୁଦ୍ରରେ ଝଡ଼ ଆସିଲା। ତେଣୁ ତୁମ୍ଭେମାନେ ମୋତେ ସମୁଦ୍ରକୁ ଫିଙ୍ଗିଦିଅ, ତହିଁରେ ସମୁଦ୍ର ଶାନ୍ତ ହୋଇଯିବ।”

13 କିନ୍ତୁ ସେହି ନାବିକମାନେ ଯୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କରି ନ ଥିଲେ। ସେମାନେ ଜାହାଜକୁ କୂଳକୁ ନେବାକୁ ବହୁ ଚେଷ୍ଟା କଲେ, କିନ୍ତୁ କୂଳକୁ ନେବାକୁ ସକ୍ଷମ ହେଲେ ନାହିଁ। ପବନ ଓ ତରଙ୍ଗ ଅଧିକ ଶକ୍ତିଶାଳୀ ହୋଇ ସେମାନଙ୍କ ବିରୁଦ୍ଧରେ ବହିବାକୁ ଲାଗିଲା।

ଯୂନସର ଶାସ୍ତି

14 ତେଣୁ ସେହି ନାବିକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ପ୍ରଭୁ, ଆମ୍ଭେମାନେ ଯୂନସକୁ ସମୁଦ୍ର ମଧ୍ୟକୁ ପକାଉଛୁ କାରଣ ସେ ବହୁ ମନ୍ଦକାର୍ଯ୍ୟ କରିଛି। ଏଥିପାଇଁ ଆମ୍ଭକୁ ଦୋଷୀ କର ନାହିଁ, ସତେ ଯେପରି ଆମ୍ଭେ ଏକ ନିରୀହ ବ୍ୟକ୍ତିକୁ ବଧ କରୁଅଛୁ। ପୁଣି ନିରୀହ ବ୍ୟକ୍ତିର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଅ ନାହିଁ। ଆମ୍ଭେମାନେ ଜାଣୁ ତୁମ୍ଭେ ସଦାପ୍ରଭୁ ଅଟ ଏବଂ ତୁମ୍ଭେ ଯାହା ଗ୍ଭହିଁବ ତାହା କରିବ। କିନ୍ତୁ ଆମ୍ଭମାନଙ୍କ ପ୍ରତି ସଦୟ ହୁଅ।”

15 ତେଣୁ ସେହି ନାବିକମାନେ ଯୂନସକୁ ସମୁଦ୍ରରେ ଫିଙ୍ଗି ଦେଲେ। ଝଡ଼ ବନ୍ଦ ହେଲା ଓ ସମୁଦ୍ର ଶାନ୍ତ ହେଲା। 16 ଯେତେବେଳେ ଲୋକମାନେ ଏହା ଦେଖିଲେ ସେମାନେ ଭୟଭୀତ ହୋଇ ପଡ଼ିଲେ ଏବଂ ସଦାପ୍ରଭୁଙ୍କୁ ଉପାସନା କଲେ। ସେମାନେ ସଦାପ୍ରଭୁଙ୍କୁ ବଳି ଦେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ମାନସିକ କରି ଶପଥ କଲେ।

17 ଯେତେବେଳେ ଯୂନସ ସମୁଦ୍ରରେ ପଡ଼ିଲେ, ସେତେବେଳେ ସଦାପ୍ରଭୁ ଏକ ବିରାଟ ମାଛ ଯୂନସକୁ ଗିଲିବାକୁ ପଠାଇଲେ। ଯୂନସ ସେହି ମାଛ ଗର୍ଭରେ ତିନି ଦିନ ଓ ତିନି ରାତି ରହିଲା।

ଯୁନସଙ୍କ ପ୍ରାର୍ଥନା

ଯେତେବେଳେ ଯୂନସ ମାଛର ପାକସ୍ଥଳୀରେ ଥିଲେ, ସେ ସେତେବେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲେ।

ଯୂନସ କହିଲେ, “ମୁଁ ଅତି ଦୁଃଖରେ ଥିଲି।
    ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା ପାଇଁ ଡାକିଲି
    ଏବଂ ସେ ମୋତେ ଉତ୍ତର ଦେଲେ।
ମୁଁ କବରର ବହୁ ଗଭୀରତମ ସ୍ଥାନରେ ଥାଇ
    ସଦାପ୍ରଭୁଙ୍କୁ ଡାକିଲି
    ଏବଂ ପ୍ରଭୁ ମୋର ସ୍ୱର ଶୁଣିଲେ।

“ତୁମ୍ଭେ ମୋତେ ସମୁଦ୍ରରେ ଫିଙ୍ଗି ଦେଲ
    ଏବଂ ମୋ’ ଉପରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା।
ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଗ୍ଭଲିଗଲି
    ଏବଂ ମୋର ଚତୁର୍ଦ୍ଦିଗରେ କେବଳ ପାଣି ରହିଲା।
ତା’ପରେ ମୁଁ ଭାବିଲି, ‘ବର୍ତ୍ତମାନ ନିଶ୍ଚୟ ମୋତେ ତୁମ୍ଭ ଦୃଷ୍ଟିପାତରୁ ଦୂରେଇ ଦିଆଯାଇଛି।’
    କିନ୍ତୁ ମୁଁ ପୁଣି ଥରେ ତୁମ୍ଭର ପବିତ୍ର ମନ୍ଦିର ଦେଖିବାକୁ ଗ୍ଭହେଁ।

“ସମୁଦ୍ର ଜଳ ମୋ’ ଉପର ଦେଇ ପ୍ରବାହିତ ହେଲା।
    ସମୁଦ୍ର ପାଣି ମୋର ପାଟି ଉପର ଦେଇ ପ୍ରବାହିତ ହେଲା
    ଯାହା ଫଳରେ ମୁଁ ନିଃଶ୍ୱାସ ନେଇ ପାରୁ ନ ଥିଲି।
ମୁଁ ସମୁଦ୍ରର ଗଭୀରତମ ସ୍ଥାନକୁ ଗଲି,
    ସମୁଦ୍ର ପାଣି ମୋତେ ଆବୃତ କଲା।
    ସମୁଦ୍ର ତଳେ ଥିବା ଉଦ୍ଭିଦ ମୋର ମୁଣ୍ତ ଗ୍ଭରିପଟେ ଆବୃତ ହେଲା।
ମୁଁ ସମୁଦ୍ରର ତଳ ଦେଶରେ ଥିଲି
    ଯେଉଁଠାରୁ ପର୍ବତ ଆରମ୍ଭ ହୋଇଛି।
ମୁଁ ଭାବିଲି ମୁଁ ଚିରଦିନ ପାଇଁ ସେହି ବନ୍ଦୀଶାଳାରେ ତାଲା ପଡ଼ି ରହିଲି।
    କିନ୍ତୁ ମୋର ସଦାପ୍ରଭୁ ମୋତେ କବରରୁ ବାହାର କରି ଆଣିଲେ।
ହେ ପରମେଶ୍ୱର, ତୁମ୍ଭେ ମୋତେ ପୁନର୍ବାର ଜୀବନ ଦେଲ।

“ମୁଁ ଜୀବନର ସବୁ ଆଶା ଛାଡ଼ିଥିଲି
    କିନ୍ତୁ ତା’ପରେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି।
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କଲି
    ଏବଂ ତୁମ୍ଭେ ତୁମ୍ଭ ପବିତ୍ର ମନ୍ଦିରରୁ ମୋର ପ୍ରାର୍ଥନା ଶୁଣିଲ।

“କେତେକ ଲୋକ ମୂଲ୍ୟହୀନ ପିତୁଳା ପୂଜା କରନ୍ତି
    କିନ୍ତୁ ସେହି ପିତୁଳା ସେମାନଙ୍କୁ କେବେ ସାହାଯ୍ୟ କରେ ନାହିଁ।
ପରିତ୍ରାଣ କେବଳ ସଦାପ୍ରଭୁଙ୍କ ନିକଟରୁ ଆସେ।
    ହେ ସଦାପ୍ରଭୁ,
ମୁଁ ବଳିଦାନ ଦେବାକୁ ପ୍ରସ୍ତୁତ
    ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ୟବାଦ ଜଣାଇବି।
ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।”

10 ତା’ପରେ ସଦାପ୍ରଭୁ ସେହି ମାଛକୁ କହିଲେ ଏବଂ ମାଛଟି ବାନ୍ତି କଲା ଏବଂ ଯୂନସ ତା’ର ପାକସ୍ଥଳୀରୁ ବାହାରି ଭୂମିରେ ପଡ଼ିଲା।

ପରମେଶ୍ୱର କହିଲେ ଓ ଯୂନସ ପାଳନ କଲେ

ତା’ପରେ ସଦାପ୍ରଭୁ ଯୂନସଙ୍କୁ ପୁନର୍ବାର କହିଲେ। ପ୍ରଭୁ କହିଲେ, “ବୃହତ୍ ନଗର ନୀନିବୀକୁ ଯାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କର।”

ଯୂନସ ସଦାପ୍ରଭୁଙ୍କ ବାକ୍ୟକୁ ପାଳନ କରି ନୀନିବୀକୁ ଗଲେ। ଏହା ଏକ ବିରାଟ ନଗର ଥିଲା। ଜଣେ ଲୋକକୁ ସମଗ୍ର ସହରରେ ବୁଲି ଆସିବାକୁ ତିନି ଦିନ ସମୟ ଲାଗୁଥିଲା।

ଯୂନସ ନଗରର କେନ୍ଦ୍ରସ୍ଥଳୀକୁ ଯାଇ ତା’ର ପ୍ରଗ୍ଭର ଲୋକମାନଙ୍କ ମଧ୍ୟରେ ଆରମ୍ଭ କଲେ। ଯୂନସ କହିଲେ, “ଗ୍ଭଳିଶ୍ ଦିନ ପରେ ନୀନିବୀ ଧ୍ୱଂସ ହେବ।”

ନୀନିବୀର ଲୋକମାନେ ପରମେଶ୍ୱରଙ୍କର ଏହି ବାର୍ତ୍ତାକୁ ବିଶ୍ୱାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସେମାନେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ଼ ସମସ୍ତ ଲୋକେ ଏହି କାର୍ଯ୍ୟ କଲେ।

ନୀନିବୀର ରାଜା ଏ ବିଷୟରେ ଶୁଣିଲେ ଏବଂ ସେ ମଧ୍ୟ ମନ୍ଦକାର୍ଯ୍ୟ କରିଥିବା ଯୋଗୁଁ ଅନୁତାପ କଲେ। ରାଜା ସିଂହାସନ ଛାଡ଼ି ଦେଲେ। ସେ ତାଙ୍କର ଦୁଃଖ ପ୍ରକାଶ କରିବାକୁ ଯାଇ ରାଜକୀୟ ପୋଷାକ ପରିତ୍ୟାଗ କଲେ ଏବଂ ସାଧାରଣ ପୋଷାକ ପରିଧାନ କଲେ। ଅନୁତପ୍ତ ରାଜା ଧୂଳି ଉପରେ ବସି ପଡ଼ିଲେ। ରାଜା ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ।

ଏହି ବାର୍ତ୍ତା ରାଜା ଓ ତାଙ୍କର ମୁଖ୍ୟ ଶାସକମାନଙ୍କର ଥିଲା।

ସେହି ବାର୍ତ୍ତାରେ ଥିଲା କୌଣସି ମନୁଷ୍ୟ ବା ପ୍ରାଣୀ କିଛି ସମୟ ପାଇଁ କିଛି ଖାଇବେ ନାହିଁ। କୌଣସି ଗୋରୁପଲ କି ମେଷପଲ ପଡ଼ିଆରେ ଚରିବେ ନାହିଁ। ନୀନିବୀର କୌଣସି ଜୀବନ୍ତ ପ୍ରାଣୀ କିଛି ଖାଇବେ ନାହିଁ କି ପିଇବେ ନାହିଁ। କିନ୍ତୁ ସମସ୍ତ ମନୁଷ୍ୟ ଓ ପ୍ରାଣୀ ମୋଟା ବସ୍ତ୍ର ପରିଧାନ କରିବେ ଏବଂ ସେମାନେ ଦୁଃଖ ପ୍ରକାଶ କରିବେ। ସେମାନେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବେ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ଯ୍ୟ କରିବା ବନ୍ଦ କରିବେ। ତାହାହେଲେ ପରମେଶ୍ୱର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ଯ୍ୟ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କ୍ରୋଧ ହେବେ ନାହିଁ। ତା’ପରେ ସେ ହୁଏତ ଦଣ୍ତ ଦେବେ ନାହିଁ।

10 ଲୋକମାନେ ଯାହା କଲେ ପରମେଶ୍ୱର ସବୁ ଦେଖିଲେ। ସେମାନେ ମନ୍ଦକାର୍ଯ୍ୟ ବନ୍ଦ କରିବା ପରମେଶ୍ୱର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ।

ପରମେଶ୍ୱରଙ୍କ ଦୟା ଯୂନସକୁ କ୍ରୋଧାନ୍ୱିତ କଲା

ପରମେଶ୍ୱର ସେ ନଗରକୁ ରକ୍ଷା କରିବାରୁ ଯୂନସ ଖୁସୀ ହେଲେ ନାହିଁ। ସେ ଏଥିରେ କ୍ରୋଧାନ୍ୱିତ ହେଲେ। ଯୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲେ, “ମୁଁ ଜାଣିଥିଲି ଏହା ହିଁ ଘଟିବ। ମୁଁ ମୋ’ ନିଜ ଦେଶରେ ଥିଲା ବେଳେ ତୁମ୍ଭେ ମୋତେ ସେଠାକୁ ଡାକିଥିଲ। ସେତେବେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସେହି କୁନଗରୀର ଲୋକମାନଙ୍କୁ କ୍ଷମା ଦେବ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ଯିବାକୁ ସ୍ଥିର କଲି। ମୁଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦେଖାଇ ଲୋକମାନଙ୍କୁ ଦଣ୍ତ ଦେବ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟାରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତେବେ ତୁମ୍ଭେ ଧ୍ୱଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି। ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, “ହେ ସଦାପ୍ରଭୁ, ମୋତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମୋର ମରିବା ଭଲ ହେବ।”

ତା’ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ତୁମ୍ଭେ ରାଗି ଠିକ୍ କରୁଛ, କାରଣ ଆମ୍ଭେ ସେମାନଙ୍କୁ ବିନାଶ କଲୁ ନାହିଁ?”

ତଥାପି ଯୂନସ ଏ ବିଷୟରେ କ୍ରୋଧାନ୍ୱିତ ଥିଲେ। ତେଣୁ ସେ ନଗର ବାହାରକୁ ଗ୍ଭଲିଗଲେ। ନଗର ନିକଟରେ ଥିବା ପୂର୍ବ ଦିଗରେ ଏକ ସ୍ଥାନକୁ ସେ ଗଲେ। ସେ ସେଠାରେ ଏକ କୁଟୀର ନିର୍ମାଣ କରି ତାରି ଛାୟାରେ ବସି ରହିଲେ। ନଗରରେ କ’ଣ ଘଟିବ ଦେଖିବାକୁ ଅପେକ୍ଷା କରି ରହିଲେ।

ଲାଉ ଗଛ ଓ କୀଟ

ସଦାପ୍ରଭୁ ଗୋଟିଏ ଲାଉଗଛ ସୃଷ୍ଟି କଲେ ଯାହା ଯୂନସ ଉପରେ ଶୀଘ୍ର ମାଡ଼ିଯାଇ ତା’ର ବସିବା ସ୍ଥାନରେ ଛାୟା ଓ ଶୀତଳତା ପ୍ରଦାନ କଲା। ତାହା ଯୂନସକୁ ଆରାମ ଦେବାରେ ଏତେ ସାହାଯ୍ୟ କଲା ଯେ, ଯୂନସ ଗଛ ପାଇଁ ଭାରି ଖୁସୀ ହେଲେ।

ପରଦିନ ପ୍ରଭାତରେ ପରମେଶ୍ୱର ସେହି ଗଛକୁ ଖାଇଦେବାକୁ ଗୋଟିଏ କୀଟ ପଠାଇଲେ। ସେହି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା।

ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲା ପରେ ପରମେଶ୍ୱର ଉତ୍ତପ୍ତ ପୁନେଇ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ଯ୍ୟର ପ୍ରଖର କିରଣ ଯୂନସର ମୁଣ୍ତ ଉପରେ ପଡ଼ି ଯୂନସକୁ ଅତି ଦୁର୍ବଳ କରି ଦେଲା। ଯୂନସ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ, ମୋର ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।”

କିନ୍ତୁ ପରମେଶ୍ୱର ଯୂନସକୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?”

ଯୂନସ ଉତ୍ତର ଦେଲେ, “ହଁ ପ୍ରଭୁ, ମୁଁ ରାଗି ଠିକ୍ କରିଛି। ମୁଁ ମରିବାକୁ ଅଧିକ ରାଗୁଛି।”

10 ସଦାପ୍ରଭୁ କହିଲେ, “ତୁମ୍ଭେ ସେ ଗଛ ପାଇଁ କିଛି କରି ନ ଥିଲ। ସେ ଗଛ ବଢ଼ିବା ପାଇଁ ତୁମ୍ଭେ କିଛି କରି ନ ଥିଲା। ଏହା ରାତ୍ରିରେ ବଢ଼ିଲା ଓ ପରଦିନ ମଲା। କିନ୍ତୁ ତୁମ୍ଭେ ସେ ଗଛ ପାଇଁ ଦୁଃଖିତ। 11 ତୁମ୍ଭେ ଯଦି ସାମାନ୍ୟ ଗୋଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବରେ ନୀନିବୀ ପରି ଗୋଟିଏ ବିରାଟ ନଗର ପାଇଁ ଦୁଃଖିତ ହେବି ନାହିଁ କି? ସେହି ନଗରୀରେ ବହୁ ଲୋକ ଓ ପ୍ରାଣୀ ଅଛନ୍ତି। ସେହି ନଗରରେ 120,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ଭୁଲ୍ କରୁଛନ୍ତି ବୋଲି ଜାଣି ନ ଥିଲେ।” କ’ଣ ଆମ୍ଭେ ତାଙ୍କ ପ୍ରତି ଦୟା ନ କରିବା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10

ସ୍ୱର୍ଗଦୂତ ଏବଂ କ୍ଷୁଦ୍ର ପୁସ୍ତକ

10 ତା’ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା। ସେହି ଦୂତଙ୍କ ହାତରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ। ସେ ସିଂହ ଗର୍ଜନ ପରି ଜୋର୍‌‌ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତ ବଜ୍ର ତାହାର ଉତ୍ତର ଦେଲେ।

ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହେଲି। ସେତେବେଳେ ମୋତେ ଆକାଶବାଣୀ ଶୁଭିଲା, “ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସେଗୁଡ଼ିକ ଗୁପ୍ତ ରଖ।”

ତା’ପରେ ସେହି ସ୍ୱର୍ଗଦୂତ ଯେକି ସମୁଦ୍ର ଓ ପୃଥିବୀ ଉପରେ ପାଦଦେଇ ଠିଆ ହୋଇଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ୱର୍ଗକୁ ଉଠାଇଲେ। ଯେ ନିତ୍ୟଜୀବିତ, ଯେ ଆକାଶ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମରେ ସେହି ସ୍ୱର୍ଗଦୂତ ଶପଥକରି କହିଲେ, “ଆଉ ଅଧିକ ବିଳମ୍ବ ହେବ ନାହିଁ। କିନ୍ତୁ ସପ୍ତମ ଦୂତ ସେହି ଦିନମାନଙ୍କରେ ତୂରୀ ବଜାନ୍ତେ ପରମେଶ୍ୱର ଆପଣା ସେବକ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ କହିଥିବା ବାକ୍ୟ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହେବ।”

ତା’ପରେ ମୁଁ ସେହି ସ୍ୱର ସ୍ୱର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ୱର ମୋତେ କହିଲା, “ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହୋଇଥିବା ଦୂତଙ୍କ ହାତରୁ ଖୋଲା ଚର୍ମପତ୍ରଟି ନିଅ।”

ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମୋତେ କହିଲେ, “ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପେଟକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।” 10 ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନେଲି ଓ ଖାଇଲି। ମୋ’ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତେବେଳେ ମୁଁ ଏହାକୁ ଢୋକିଲି, ପେଟରେ ଏହା ଖଟା ଲାଗିଲା। 11 ତା’ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବାକୁ ପଡ଼ିବ।”

Oriya Bible: Easy-to-Read Version (ERV-OR)

2010 by World Bible Translation Center