Old/New Testament
ଉଡ଼ନ୍ତା ନଳାକାର ପୁସ୍ତକ
5 ମୁଁ ପୁଣି ଊର୍ଦ୍ଧ୍ୱକୁ ଦୃଷ୍ଟି କଲି ଓ ଏକ ଉଡ଼ନ୍ତା ନଳାକାର ପୁସ୍ତକ ଦେଖିଲି। 2 ସେହି ସ୍ୱର୍ଗଦୂତ ମୋତେ ପ୍ରଶ୍ନ କଲେ, “ତୁମ୍ଭେ କ’ଣ ଦେଖୁଛ?”
ମୁଁ କହିଲି, “ମୁଁ ଏକ ଉଡ଼ନ୍ତା ନଳାକାର ପୁସ୍ତକ ଦେଖୁଛି। ସେହି ନଳାକାର ପୁସ୍ତକର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ଦଶ ହାତ।”
3 ତା’ପରେ ସେହି ସ୍ୱର୍ଗଦୂତ କହିଲେ, “ଏହି ନଳାକାର ପୁସ୍ତକରେ ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧରେ ଯାଉଛି। ଏହା ଗ୍ଭେର ଏବଂ ମିଥ୍ୟାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, ଯେଉଁମାନେ ଦଣ୍ତିତ ନ ହୋଇ ଖସି ଯାଇଛନ୍ତି। 4 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ‘ମୁଁ ସେହି ନଳାକାର ପୁସ୍ତକକୁ ଗ୍ଭେରମାନଙ୍କର ଗୃହକୁ ପଠାଇବି ଏବଂ ସେହିମାନଙ୍କ ଘରକୁ, ଯେଉଁମାନେ ମୋର ନାମ ବ୍ୟବହାର କରି ମିଥ୍ୟା ଶପଥ ନେଇଛନ୍ତି। ସେହି ନଳାକାର ପୁସ୍ତକ ପ୍ରତ୍ୟେକ ଗୃହରେ ରହିବ ଏବଂ ଧ୍ୱଂସକାରୀ, କଡ଼ିକାଠ ତଳେ ଓ ପ୍ରସ୍ତର ତଳେ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡ଼ିକ ମଧ୍ୟ ବିନଷ୍ଟ ହେବ।’”
ସ୍ତ୍ରୀ ଓ ଐଫା ପାତ୍ର
5 ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ବାହାରକୁ ଆସିଲେ। ମୋତେ କହିଲେ, “ଦେଖ, କ’ଣ ଆସୁଥିବାର ଦେଖୁଛ?”
6 ମୁଁ ଉତ୍ତର କଲି, “ଏହା କ’ଣ?” ସେ କହିଲେ, “ତାହା ଏକ ମାପ କରିବା ଟୋକେଇ” ଏବଂ “ତାହା ଦେଶର ଲୋକମାନଙ୍କର ପାପକୁ ମାପିପାରିବ।”
7 ଗୋଟିଏ ସୀମାର ନିର୍ମିତ ଘୋଡ଼ଣୀ ଟୋକେଇରୁ କଢ଼ାଗଲା। ସେହି ମାପିବାର ଟୋକେଇ ମଧ୍ୟରେ ଗୋଟିଏ ସ୍ତ୍ରୀଲୋକ ଥିଲା। 8 ସ୍ୱର୍ଗଦୂତ କହିଲେ, “ଏହି ନାରୀ ଦୁଷ୍ଟପଣିଆର ପ୍ରତିନିଧି ସ୍ୱରୂପ।” ତା’ପରେ ସେ ସ୍ୱର୍ଗଦୂତ ସେହି ନାରୀକୁ ମାପ ଟୋକେଇ ଭିତରକୁ ଠେଲିଦେଇ ତାହାର ସୀମା ଘୋଡ଼ଣୀ ବନ୍ଦ କରିଦେଲେ। 9 ତା’ପରେ ମୁଁ ଊର୍ଦ୍ଧ୍ୱକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ ଦେଖିଲି। ସେମାନେ ଉଡ଼ି ଆସିଲେ ଏବଂ ସେମାନଙ୍କ ପକ୍ଷରେ ପବନ ଥିଲା। ସେମାନେ ସେ ମାପିବାର ଟୋକେଇକୁ ଉଠାଇଲେ ପୃଥିବୀ ଓ ସ୍ୱର୍ଗ ମଧ୍ୟରେ ବୋହି ନେଲେ। 10 ତା’ପରେ ମୁଁ ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତକୁ ପଗ୍ଭରିଲି, “ସେମାନେ ସେହି ମାପିବାର ଟୋକେଇଟିକୁ କେଉଁଠାକୁ ନେଉଛନ୍ତି।”
11 ସ୍ୱର୍ଗଦୂତ ମୋତେ ଉତ୍ତର କଲେ, “ସେମାନେ ଶିନିଅର ଦେଶରେ ଗୋଟିଏ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି। ଗୃହ ପ୍ରସ୍ତୁତ ହେଲା ପରେ ଏହା ଯଥା ସ୍ଥାନରେ ସ୍ଥାପିତ ହେବ।”
ଗ୍ଭରିରଥ
6 ତା’ପରେ ମୁଁ ପୁନର୍ବାର ଅନାଇଲି ଓ ଦେଖିଲି, ଦୁଇଟି ତମ୍ବା ପର୍ବତ ମଧ୍ୟରୁ ଗ୍ଭରି ଗୋଟି ରଥ ନିର୍ଗତ ହେଲା। 2 ରକ୍ତବର୍ଣ୍ଣର ଅଶ୍ୱଗୁଡ଼ିକ ପ୍ରଥମ ରଥକୁ ଟାଣୁଥିଲା ବେଳେ କଳାରଙ୍ଗର ଅଶ୍ୱଗଣ ଦ୍ୱିତୀୟ ରଥକୁ ଟାଣୁଥିଲେ। 3 ଧଳା ଅଶ୍ୱଗୁଡ଼ିକ ତୃତୀୟ ରଥକୁ ଓ ଚିତ୍ରବିଚିତ୍ର ଅଶ୍ୱଗୁଡ଼ିକ ଚତୁର୍ଥ ରଥକୁ ଟାଣୁଥିଲେ। ସେଗୁଡ଼ିକ ଶକ୍ତିଶାଳୀ ଅଶ୍ୱ ଥିଲେ। 4 ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତକୁ ମୁଁ ପଗ୍ଭରିଲି, “ମୋର ମହାଶୟ, ଏଗୁଡ଼ିକର ଅର୍ଥ କ’ଣ?”
5 ସେହି ସ୍ୱର୍ଗଦୂତ ଉତ୍ତର ଦେଲେ, “ଏଗୁଡ଼ିକ ସ୍ୱର୍ଗର ଗ୍ଭରି ବାୟୁ। ସେମାନେ ସଦାପ୍ରଭୁଙ୍କର ନିକଟରୁ ବାହାରି ସମଗ୍ର ପୃଥିବୀକୁ ଯାଆନ୍ତି। 6 କୃଷ୍ଣବର୍ଣ୍ଣ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଉତ୍ତର ଦିଗର ଦେଶ ଆଡ଼କୁ ଯିବେ, ଲାଲ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ପୂର୍ବ ଦିଗର ଦେଶ ଆଡ଼େ, ଧଳା ଘୋଡ଼ାଗୁଡ଼ିକ ଦ୍ୱାରା ଟଣାଯାଉଥିବା ପଶ୍ଚିମ ଦିଗର ଦେଶଆଡ଼େ ଓ ପାଣ୍ତୁର ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଦକ୍ଷିଣ ଦିଗର ଦେଶଆଡ଼େ ଯିବେ।”
7 ସେହି ଶକ୍ତିଶାଳୀ ଅଶ୍ୱଗୁଡ଼ିକ ପୃଥିବୀର ଏଣେତେଣେ ବିଚରଣ କରିବାକୁ ଆଗ୍ରହ ପ୍ରକାଶ କଲେ। ତେଣୁ ସେହି ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଯାଅ ପୃଥିବୀର ଗ୍ଭରିଆଡ଼େ ବିଚରଣ କର।” ତେଣୁ ସେମାନେ ଗଲେ।
8 ତା’ପରେ ସଦାପ୍ରଭୁ ପାଟିକରି ମୋତେ କହିଲେ, “ଦେଖ, ସେହି ଅଶ୍ୱଗୁଡ଼ିକ ଯେଉଁମାନେ ଉତ୍ତର ଦେଶଆଡ଼କୁ ଯାଇଛନ୍ତି ଆମ୍ଭ ଆତ୍ମାକୁ ସେମାନେ ଉତ୍ତର ଦେଶରେ ସୁସ୍ଥିର କରିଅଛନ୍ତି।”
ଯାଜକ ଯିହୋଶୂୟଙ୍କ ମୁକୁଟ ଲାଭ
9 ତା’ପରେ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ, 10 “ହିଲ୍ଦୟ, ଟୋବିୟ ଓ ଯିଦାୟ ବାବିଲରୁ ଆସିଥିବା ସେହି ନିର୍ବାସିତଙ୍କ ମଧ୍ୟରୁ ଅଟନ୍ତି। ସୁନା ଓ ରୂପା ସେମାନଙ୍କଠାରୁ ନିଅ ଏବଂ ସିଫନିୟର ପୁତ୍ର ଯୋଶିୟର ଗୃହକୁ ଯାଅ। 11 ସେହି ରୌପ୍ୟ ଓ ସୁବର୍ଣ୍ଣରେ ମୁକୁଟ ନିର୍ମାଣ କର ଓ ସେହି ମୁକୁଟକୁ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମସ୍ତକରେ ରଖ। ଯିହୋଶୂୟ ଜଣେ ମହାଯାଜକ ଓ ସେ ଯିହୋଷାଦକଙ୍କ ପୁତ୍ର ଥିଲେ। ତା’ପରେ ଏହିସବୁ ତାଙ୍କୁ କୁହ: 12 ତା’ପରେ ତାଙ୍କୁ କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି,
‘ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କ ନାମ ଶାଖା,
ସେ ତାଙ୍କ ସ୍ଥାନରୁ ଅଙ୍କୁରିତ ହେବେ
ଏବଂ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ।
13 ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ
ଓ ମହିମା ପ୍ରାପ୍ତ ହେବେ।
ସେ ମଧ୍ୟ ଆପଣା ସିଂହାସନରେ ବସିବେ ଓ ରାଜତ୍ୱ କରିବେ।
ଆଉ ମଧ୍ୟ ଜଣେ ଯାଜକ ତାଙ୍କ ସିଂହାସନରେ ବସି ଯାଜକ ହେବେ।
ସେହି ଦୁଇଜଣ ମଧ୍ୟରେ ଶାନ୍ତିର ନେତୃତ୍ୱ ହେବ।’
14 ସେହି ମୁକୁଟଗୁଡ଼ିକ ସଦାପ୍ରଭୁଙ୍କର ମନ୍ଦିରରେ ସ୍ମାରକପତ୍ର ସ୍ୱରୂପ ହିଲ୍ଦୟ, ଟୋବିୟ, ଯିଦାୟ ଏବଂ ସିଫନିୟରଙ୍କ ପୁତ୍ର ଯୋଶିୟଙ୍କ ସ୍ମରଣାର୍ଥେ ରହିବ।”
15 ଯେଉଁମାନେ ଦୂରରେ ଅଛନ୍ତି ଆସିବେ ଏବଂ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ। ତା’ପରେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଏହିସବୁ ଘଟିବ, ଯଦି ତୁମ୍ଭେ ମନୋଯୋଗ ସହକାରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବ।
ସଦାପ୍ରଭୁ ଦୟା ଓ କରୁଣା ଗ୍ଭହାନ୍ତି
7 ରାଜା ଦାରିୟାବସଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ସଦାପ୍ରଭୁ ଏହି ବାର୍ତ୍ତା ଯିଖରିୟଙ୍କୁ ପଠାଇଲେ। ଏହା ତାଙ୍କ ରାଜତ୍ୱର ଚତୁର୍ଥ ବର୍ଷର କିଷ୍ଲେବ ନାମକ ନବମ ମାସର ଚତୁର୍ଥ ଦିବସ ଥିଲା। 2 ବୈଥେଲସ୍ଥ ଲୋକମାନେ ଶରେତ୍ସର, ରେଗମ୍ମେଲକ ଓ ତାଙ୍କ ଲୋକଙ୍କୁ ସଦାପ୍ରଭୁଙ୍କର ଅନୁଗ୍ରହ ଦେଖିବା ପାଇଁ ପ୍ରେରଣ କଲେ। 3 ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ପଗ୍ଭରିବାକୁ ସେମାନେ ପଠାଇଲେ, “ଆମ୍ଭେ କ’ଣ ପଞ୍ଚମ ମାସରେ ବିଳାପ ଓ ଉପବାସ ଗ୍ଭଲୁ ରଖିବା, ଯେପରିକି ଅନେକ ବର୍ଷ ଧରି କରି ଆସିଅଛୁ? ପଞ୍ଚମ ମାସରେ ଆମ୍ଭେମାନେ ବିଶେଷ ବିଳାପ ଓ ଉପବାସ ପାଳନ କରୁ। ଆମ୍ଭେ ଏହି ପାଳନ କରିବା କାର୍ଯ୍ୟ ଗ୍ଭଲୁ ରଖିବା ଉଚିତ୍ କି?”
4 ସର୍ବଶକ୍ତିମାନ୍ ସଦାପ୍ରଭୁ ତାଙ୍କର ବାର୍ତ୍ତା ମୋତେ ପଠାଇଲେ, 5 “ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ‘ତୁମ୍ଭେ ଯେତେବେଳେ ପଞ୍ଚମ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲ, ସେହି ସତୁରି ବର୍ଷରେ ସତରେ କ’ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ? 6 ଏବଂ ତୁମ୍ଭେ ସମସ୍ତେ ଯେତେବେଳେ ଖାଅ ଓ ପିଅ, ତୁମ୍ଭେ କ’ଣ ନିଜ ପାଇଁ ଖାଅ ଓ ପିଅ ନାହିଁ? 7 ଏହିଗୁଡ଼ିକ କ’ଣ ସେହି ବାକ୍ୟଗୁଡ଼ିକ ନୁହେଁ? ଯାହା ସଦାପ୍ରଭୁ ପୂର୍ବ ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ କହିଥିଲେ? ସେ ଏ କଥା କହିଥିଲେ ଯେତେବେଳେ ଯିରୁଶାଲମ ବସତି ବହୁଳ ଓ ସମୃଦ୍ଧିଶାଳୀ ଥିଲା। ଏବଂ ତା’ର ଚତୁର୍ଦ୍ଦିଗର ନଗରଗୁଡ଼ିକ ନେଗେଭ ଏବଂ ସିଫେଲା ବସତି ବହୁଳ ଥିଲା।’”
8 ଏହା ପରେ ସଦାପ୍ରଭୁ ତାଙ୍କ ବାର୍ତ୍ତା ଯିଖରିୟଙ୍କ ନିକଟକୁ ପଠାଇଲେ।
9 “ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ,
‘ଯଥାର୍ଥ ନ୍ୟାୟ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା
ଓ କରୁଣା ପ୍ରକାଶ କର।
10 ବିଧବା, ଅନାଥ, ବିଦେଶୀ
ଓ ଦରିଦ୍ରମାନଙ୍କୁ ପ୍ରତାରିତ କର ନାହିଁ।
ତୁମ୍ଭ ଭାଇ ବିରୁଦ୍ଧରେ ନିଜ ହୃଦୟରେ ଷଡ଼ଯନ୍ତ୍ର କର ନାହିଁ।’”
11 କିନ୍ତୁ ସେହି ଲୋକମାନେ
ଆମ୍ଭ କଥା ଶୁଣିବାକୁ ମନା କଲେ।
ସେମାନେ ଜିଦ୍ଖୋର ହୋଇ ତାଙ୍କ ମୁହଁ ଫେରାଇଲେ
ଏବଂ ତାଙ୍କ କାନ ଘୋଡ଼ାଇ ପକାଇଲେ।
12 ସେମାନେ ଜିଦ୍ଖୋର
ଏବଂ ସର୍ବଶକ୍ତିମାନ ସଦାପ୍ରଭୁ
ତାଙ୍କ ପୂର୍ବରୁ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ପଠାଇଥିବା ନିର୍ଦ୍ଦେଶ
ମାନିବାକୁ ମନା କଲେ।
ତେଣୁ ସର୍ବଶକ୍ତିମାନ ସଦାପ୍ରଭୁ
ବିଶେଷ କ୍ରୋଧାନ୍ୱିତ ହେଲେ।
13 ଯେତେବେଳେ ସେମାନଙ୍କୁ ସେ ଡାକିଲେ,
“ସେମାନେ ଶୁଣିଲେ ନାହିଁ।
ସେଥିପାଇଁ ସେମାନେ ଯେତେବେଳେ ଆମ୍ଭକୁ ଡାକିବେ
ଆମ୍ଭେ ମଧ୍ୟ ଶୁଣିବା ନାହିଁ।
ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହନ୍ତି।
14 ସେଥିପାଇଁ ସେମାନଙ୍କୁ ସମଗ୍ର ଦେଶମାନଙ୍କରେ ଛିନ୍ନଭିନ୍ନ କଲି,
ଯେଉଁଠାକୁ ସେମାନେ କେବେ ଯାଇ ନାହାନ୍ତି।
ସେହି ଦେଶ ବିନା କାର୍ଯ୍ୟକଳାପରେ
ଏକ ଉଚ୍ଛିନ୍ନ ଦେଶରେ ପରିଣତ ହେଲା।
ସେମାନେ ଏକ ଆକାଂକ୍ଷିତ ଦେଶକୁ ଏକ ଉଚ୍ଛିନ୍ନ ଦେଶରେ ପରିଣତ କଲେ।”
ସଦାପ୍ରଭୁ ଯିରୁଶାଲମ ପ୍ରତି ଅନୁଗ୍ରହ କରିବାକୁ ଶପଥ କରନ୍ତି
8 ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ। 2 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭେ ସିୟୋନ ପାଇଁ ଅତ୍ୟାସକ୍ତ ଏବଂ ପ୍ରଗାଢ଼ ଅନୁରାଗ ସହିତ ଆମ୍ଭେ ତା’ ପାଇଁ କ୍ରୋଧାନ୍ୱିତ।” 3 ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭେ ସିୟୋନକୁ ଫେରି ଆସିଛୁ ଏବଂ ଯିରୁଶାଲମ ମଧ୍ୟରେ ବାସ କରିବା। ଯିରୁଶାଲମ ‘ସତ୍ୟର ନଗରୀ’ ବୋଲି କୁହାଯିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାଯିବ।”
4 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ବୃଦ୍ଧ ଓ ବୃଦ୍ଧାମାନେ ପୁନର୍ବାର ଯିରୁଶାଲମର ଖୋଲା ସ୍ଥାନରେ ବସ। ପ୍ରତ୍ୟେକଙ୍କ ହାତରେ ଏକ ଆଶାବାଡ଼ି ରହିବ କାରଣ ସେମାନଙ୍କର ବୃଦ୍ଧାବସ୍ଥା ପାଇଁ। 5 ଆଉ ମଧ୍ୟ ନଗରର ଖୋଲାସ୍ଥାନ କ୍ରୀଡ଼ାରତ ପୁଅ ଓ ଝିଅଙ୍କ ଦ୍ୱାରା ପରିପୂର୍ଣ୍ଣ ହେବ।” 6 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଯଦିଓ ଏହି ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ କଷ୍ଟ କର ଜଣାପଡ଼େ, ଏହା ସେମାନଙ୍କ ପ୍ରତି ମଧ୍ୟ ବିସ୍ମୟଜନକ ହେବ।”
7 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଦେଖ, ଆମ୍ଭେ ପୂର୍ବ ଓ ପଶ୍ଚିମ ଦେଶରୁ ଆମ୍ଭର ଲୋକମାନଙ୍କୁ ମୁକ୍ତ କରିବା। 8 ଆମ୍ଭେ ସେମାନଙ୍କୁ ଏଠାକୁ ଫେରାଇ ଆଣିବା ଏବଂ ସେମାନେ ଯିରୁଶାଲମ ମଧ୍ୟରେ ବାସ କରିବେ। ସେମାନେ ଆମ୍ଭର ଲୋକ ହେବେ ଏବଂ ଆମ୍ଭେ ସେମାନଙ୍କର ବିଶ୍ୱସ୍ଥ ଏବଂ ନ୍ୟାୟବାନ୍ ପରମେଶ୍ୱର ହେବା।”
9 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଶକ୍ତିଶାଳୀ ହୁଅ! ତୁମ୍ଭମାନଙ୍କୁ ମଧ୍ୟ ଏହି ଦିନଗୁଡ଼ିକରେ ସେହି ବାକ୍ୟଗୁଡ଼ିକ ଭବିଷ୍ୟଦ୍ବକ୍ତାମାନଙ୍କଠାରୁ ଶୁଣୁଅଛ। ଯେତେବେଳେ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା, ଯାହାପାଇଁ ମନ୍ଦିର ନିର୍ମାଣ ହୋଇ ପାରିଥିଲା। 10 ସେହି ଦିନ ପୂର୍ବରୁ ମନୁଷ୍ୟ ପାଇଁ ବେତନ ନ ଥିଲା, ପଶୁ ପାଇଁ ଆୟ ନ ଥିଲା, ବାହାରକୁ ଯିବା ଓ ଭିତରକୁ ଆସିବା ଲୋକମାନଙ୍କ ପାଇଁ ଶତ୍ରୁମାନଙ୍କଠାରୁ କୌଣସି ନିରାପତ୍ତା ନ ଥିଲା, କାରଣ ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କ ପଡ଼ୋଶୀଙ୍କ ବିପକ୍ଷ କରାଇଥିଲୁ। 11 ଆମ୍ଭେ ପୂର୍ବରୁ ଯେପରି କରୁଥିଲୁ ସେହି ଅବଶିଷ୍ଟାଂଶଙ୍କ ସହିତ ସେପରି ବ୍ୟବହାର କରିବା ନାହିଁ।” ଏହା ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି।
12 “ଏହି ଲୋକମାନେ ଶାନ୍ତିରେ ବୃକ୍ଷ ରୋପଣ କରିବେ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ୟ ପ୍ରଦାନ କରିବ ଓ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷୟ ଆମ୍ଭେ ଅବଶିଷ୍ଟ ଲୋକଙ୍କୁ ପ୍ରଦାନ କରିବା। ଯେପରି ତୁମ୍ଭେମାନେ ଦେଶସବୁ ସମ୍ମୁଖରେ ଅଭିଶପ୍ତ ଥିଲ। 13 ହେ ଯିହୁଦା ଓ ଇସ୍ରାଏଲ, ଠିକ୍ ଯେପରି ତୁମ୍ଭେମାନେ ଦେଶ ମଧ୍ୟରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।”
14 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର କ୍ରୋଧାନ୍ୱିତ କରିଥିଲେ। ତେଣୁ କରି ଆମ୍ଭେ ସଂକଳ୍ପ ସହିତ ତୁମ୍ଭମାନଙ୍କୁ ଦଣ୍ତ ଦେବାକୁ ନିଷ୍ପତ୍ତି ନେଇଥିଲୁ।” ଏହା ସର୍ବଶକ୍ତିମାନ ସଦାପ୍ରଭୁ କହିଲେ। 15 “କିନ୍ତୁ ଏହି ଦିନଗୁଡ଼ିକରେ, ଆମ୍ଭେ ଆପଣା ମନକୁ ପରିବର୍ତ୍ତନ କରିଅଛୁ। ଆମ୍ଭେ ସ୍ଥିର କରିଛୁ ଯିରୁଶାଲମ ଓ ଯିହୁଦାର ଲୋକଙ୍କର ମଙ୍ଗଳ କରିବା। ସେଥିପାଇଁ ଭୟ କର ନାହିଁ। 16 ତୁମ୍ଭେମାନେ ଏହିସବୁ ନିଶ୍ଚୟ କରିବ, “ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ୟ କୁହ। ତୁମ୍ଭେମାନେ ତୁମ୍ଭମାନଙ୍କର ନଗରମାନଙ୍କରେ ସତ୍ୟତା ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କର। 17 ତୁମ୍ଭର ପ୍ରତିବାସୀର କ୍ଷତି କରିବାକୁ ତୁମ୍ଭ ହୃଦୟରେ କୌଣସି ମନ୍ତ୍ରଣା କର ନାହିଁ। ମିଥ୍ୟା ଶପଥ କରିବାକୁ ଭଲ ପାଅ ନାହିଁ। କାରଣ ଆମ୍ଭେ ସେହିସବୁକୁ ଘୃଣା କରୁ।” ସଦାପ୍ରଭୁ ଏହିସବୁ କହିଲେ।
18 ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି ବାର୍ତ୍ତା ମୋ’ ନିକଟକୁ ପଠାଇଲେ। 19 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମୟ ଦିନ ହେବ। ତାହା ବିଜୟ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହେବ। ସେଥିପାଇଁ ତୁମ୍ଭେମାନେ ନିଶ୍ଚୟ ସତ୍ୟ ଓ ଶାନ୍ତିକୁ ପ୍ରେମ କରିବ।”
20 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି,
“ଭବିଷ୍ୟତରେ ଅନେକ ସହରରେ ବାସ କରୁଥିବା ଲୋକମାନେ ଆସିବେ।
21 ଗୋଟିଏ ନଗରର ଲୋକମାନେ ଆଉ ଗୋଟିଏ ନଗରକୁ ଯିବେ
ଏବଂ କହିବେ, ‘ଆସ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରିବା।’
ଆସ ଯିବା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଉପାସନା କରିବା।
‘ମୁଁ ନିଜେ ମଧ୍ୟ ଯାଉଛି।’”
22 ବହୁଲୋକ ଓ ଶକ୍ତିଶାଳୀ ଗୋଷ୍ଠୀ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଅନୁସରଣ କରିବା ପାଇଁ ଏବଂ ତାଙ୍କ ଅନୁଗ୍ରହ ପାଇବା ପାଇଁ ଯିରୁଶାଲମକୁ ଆସିବେ। 23 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ସେହି ଦିନମାନଙ୍କରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ଲୋକ, ଜଣେ ଯିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, ‘ତୁମ୍ଭ ସହିତ ଆମ୍ଭେ ଯିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି।’”
ସ୍ୱର୍ଗବାସୀମାନଙ୍କର ପରମେଶ୍ୱରଙ୍କୁ ପ୍ରଶଂସା
19 ତା’ପରେ ମୁଁ ସ୍ୱର୍ଗରେ ଅନେକ ଲୋକମାନଙ୍କର ସ୍ୱର ଭଳି ଏକ ସ୍ୱର ଶୁଣିଲି। ସେମାନେ କହୁଥିଲେ:
“ହାଲ୍ଲିଲୂୟା!
ବିଜୟ, ମହିମା ଓ କ୍ଷମତା ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅଟେ।
2 ତାହାଙ୍କର ବିଗ୍ଭରଗୁଡ଼ିକ ସତ୍ୟ ଓ ଯଥାର୍ଥ।
ସେ ମହା ବେଶ୍ୟାକୁ ଦଣ୍ଡ ଦେଇଛନ୍ତି।
ସେହି ବେଶ୍ୟା ତା’ର ଯୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରି ଦେଇଅଛି।
ପରମେଶ୍ୱର ତାହାଙ୍କ ସେବକମାନଙ୍କର ରକ୍ତ ହେତୁ ତାହାକୁ ଦଣ୍ଡ ଦେଇଛନ୍ତି।”
3 ସେମାନେ ପୁଣି କହିଲେ:
“ହାଲ୍ଲିଲୂୟା!
ସେ ବେଶ୍ୟା ଜଳି ଯାଉଛି।
ତାହାର ଧୂଆଁ ସର୍ବଦା ଉପରକୁ ଉଠୁଥିବ।”
4 ତା’ପରେ ଚବିଶ ଜଣ ପ୍ରାଚୀନ ଓ ଗ୍ଭରି ଜଣ ଜୀବିତ ପ୍ରାଣୀ ସିଂହାସନରେ ଉପବିଷ୍ଟ ପରମେଶ୍ୱରଙ୍କ ଆଗରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସେମାନେ କହିଲେ:
“ଆମେନ୍! ହାଲ୍ଲିଲୂୟା!”
5 ତା’ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା:
“ହେ ପରମେଶ୍ୱରଙ୍କର ସେବକମାନେ!
ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର!
ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ!
ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।”
6 ତା’ପରେ ମୁଁ ଅନେକ ଲୋକମାନଙ୍କର ସ୍ୱର ଶୁଣିଲି। ଏହା ଜଳପ୍ରପାତର ଧ୍ୱନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସେମାନେ କହୁଥିଲେ:
“ହାଲ୍ଲିଲୂୟା!
ଆମ୍ଭମାନଙ୍କର ପ୍ରଭୁ ପରମେଶ୍ୱର ରାଜତ୍ୱ କରୁଛନ୍ତି।
ସେ ସର୍ବଶକ୍ତିମାନ।
7 ଆସ, ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବା
ଓ ପରମେଶ୍ୱରଙ୍କୁ ଗୌରବ ଦେବା!
ଯେହେତୁ ମେଷଶାବକଙ୍କର ବିବାହ ଉତ୍ସବର ସମୟ ଆସି ଉପସ୍ଥିତ
ଓ ତାହାଙ୍କର କନ୍ୟା ନିଜକୁ ପ୍ରସ୍ତୁତ କରି ସାରିଛି; ତେଣୁ ଆମ୍ଭେମାନେ ତାହାଙ୍କୁ ଗୌରବ ଦେବା।
8 କନ୍ୟାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର
ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।”
(ସୂକ୍ଷ୍ମ ବସ୍ତ୍ରର ଅର୍ଥ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ଉତ୍ତମ କାର୍ଯ୍ୟ, ଯାହାସବୁ ସେମାନେ କରିଥିଲେ।)
9 ତା’ପରେ ଦୂତ ମୋତେ କହିଲେ, “ଏହା ଲେଖ: ମେଷଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ୟକ୍ତିମାନେ ଧନ୍ୟ!” ସେ ଦୂତ ପୁଣି କହିଲେ, “ପରମେଶ୍ୱରଙ୍କର ବାକ୍ୟ ସତ୍ୟ ଅଟେ।”
10 ତା’ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟଦ୍ବାଣୀର ମୂଳ ଆତ୍ମା ସ୍ୱରୂପ।’’
ଶ୍ୱେତ ଅଶ୍ୱର ଆରୋହୀ
11 ତା’ପରେ ମୁଁ ସ୍ୱର୍ଗ ଖୋଲିଯିବାର ଦେଖିଲି। ସେଠାରେ ଗୋଟିଏ ଶ୍ୱେତ ଅଶ୍ୱ, ଠିଆ ହୋଇଥିଲା। ଅଶ୍ୱାରୋହୀଙ୍କ ନାମ ‘ବିଶ୍ୱସ୍ତ’ ଓ ‘ସତ୍ୟବାନ’। ସେ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି ଓ ଲଢ଼ନ୍ତି। 12 ତାହାଙ୍କର ଚକ୍ଷୁ ଦୁଇଟି ଜ୍ୱଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନେକ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳରେ ଗୋଟିଏ ନାମ ଲେଖା ଯାଇଥିଲା, କିନ୍ତୁ ତାହାଙ୍କ ବ୍ୟତୀତ ଅନ୍ୟ କେହି ସେ ନାମ ଜାଣି ନ ଥିଲେ। 13 ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ ‘ପରମେଶ୍ୱରଙ୍କ ବାକ୍ୟ’। 14 ସ୍ୱର୍ଗର ସେନାବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସେମାନେ ମଧ୍ୟ ଶ୍ୱେତଅଶ୍ୱ ଉପରେ ବସିଥିଲେ। ସେମାନେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ। 15 ସେହି ଅଶ୍ୱାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରୟୋଗ କରିବେ। ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କର କ୍ରୋଧରୂପ ଦ୍ରାକ୍ଷାପେଷା କୁଣ୍ଡକୁ ଦଳି ପକାଇବେ। 16 ତାହାଙ୍କ ପୋଷାକ ଓ ଜଘଂଦେଶରେ ଏହା ଲେଖାଥିଲା:
ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ
17 ତା’ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଠିଆ ହେବାର ଦେଖିଲି। ସେ ଆକାଶରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ୱରରେ କହିଲେ, “ଆସ, ପରମେଶ୍ୱରଙ୍କର ମହା ଭୋଜି ପାଇଁ ଏକାଠି ହୁଅ। 18 ଆସ, ତୁମ୍ଭେମାନେ ଏକାଠି ହୋଇ ରାଜା, ସେନାପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ୱ ଓ ସେମାନଙ୍କର ଆରୋହୀଙ୍କର ଓ ସ୍ୱାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।”
19 ତା’ପରେ ମୁଁ ସେହି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସେମାନଙ୍କର ସେନାବାହିନୀଗଣ, ଅଶ୍ୱାରୋହୀ ଓ ସେମାନଙ୍କର ସେନାବାହିନୀ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ର ହେଲେ। 20 କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟଦ୍ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟଦ୍ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟଦ୍ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା। 21 ସେମାନଙ୍କର ସେନାବାହିନୀଗଣ ଅଶ୍ୱାରୋହୀଙ୍କ ମୁଖରୁ ବାହାରିଥିବା ଖଡ଼୍ଗରେ ନିହତ ହେଲେ। ସମସ୍ତ ପକ୍ଷୀଗଣ ସେମାନଙ୍କର ଏହି ଶରୀରଗୁଡ଼ିକୁ ପେଟ ପୁରିବା ପର୍ଯ୍ୟନ୍ତ ଖାଇଲେ।
2010 by World Bible Translation Center