Old/New Testament
1 ଏହି ବାର୍ତ୍ତା ସଦାପ୍ରଭୁ ସିଫନିୟଙ୍କୁ ପ୍ରଦାନ କରିଥିଲେ। ଯିହୁଦାର ରାଜା ଆମୋନଙ୍କ ପୁତ୍ର ଯୋଶିୟଙ୍କ ସମୟରେ ସେ ଏହି ବାର୍ତ୍ତା ଗ୍ରହଣ କଲେ। ସିଫନିୟ କୂଶିଙ୍କ ପୁତ୍ର, କୂଶି ଗଦଲିୟଙ୍କ ପୁତ୍ର, ଗଦଲିୟ ଅମରିୟଙ୍କ ପୁତ୍ର ଓ ଅମରିୟ ହିଜକିୟଙ୍କ ପୁତ୍ର ଥିଲେ।
ଲୋକଙ୍କ ବିଗ୍ଭର ପାଇଁ ସଦାପ୍ରଭୁଙ୍କର ଦିନ
2 ସଦାପ୍ରଭୁ କହନ୍ତି, “ପୃଥିବୀର ସମସ୍ତ ଜିନିଷ ଆମ୍ଭେ ଧ୍ୱଂସ କରିବା। 3 ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡ଼ିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡ଼ିକ ସେମାନଙ୍କୁ ପାପ କରାଉଛି ସେହିସବୁକୁ ଧ୍ୱଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡ଼ିତ କରିବା।” ଏହିସବୁ କଥା ସଦାପ୍ରଭୁ କହିଲେ।
4 ସଦାପ୍ରଭୁ କହିଲେ, “ଆମ୍ଭେ ଯିହୁଦା ଓ ଯିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ ଦେବା। ଆମ୍ଭେ ସେହି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇଦେବା। ଆମ୍ଭେ ବାଲ୍ର ଶେଷ ସଙ୍କେତକୁ ହଟାଇ ଦେବା। ସମସ୍ତ ଲୋକ 5 ଯେଉଁମାନେ କି ଛାତ ଉପରକୁ ଯାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍ଭେ ସେ ସମସ୍ତଙ୍କୁ ତଡ଼ି ଦେବା। କେତେଜଣ ଲୋକ ଉଭୟ ସଦାପ୍ରଭୁ ଏବଂ ମିଥ୍ୟାପ୍ରଭୁ ମାଲିକମାନଙ୍କୁ ମଧ୍ୟ ପୂଜା କରୁଛନ୍ତି। ତେଣୁ ଆମ୍ଭେ ସେହି ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ିଦେବା। 6 କେତେକ ଲୋକ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କଲେ। ସେମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବା ବନ୍ଦ କରିଦେଲେ। ତେଣୁ ସେ ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେବା।”
7 ତୁମ୍ଭେ ସଦାପ୍ରଭୁ ମୋର ପ୍ରଭୁଙ୍କ ସମ୍ମୁଖରେ ନୀରବ ହୁଅ କାରଣ ଲୋକମାନଙ୍କୁ ଶାସ୍ତି ଦେବା ପାଇଁ ସଦାପ୍ରଭୁଙ୍କ ବିଶେଷଦିନ ଶୀଘ୍ର ଆସୁଅଛି। ସଦାପ୍ରଭୁ ତାଙ୍କର ବଳିଦାନ ପ୍ରସ୍ତୁତ କରି ସାରିଛନ୍ତି ଏବଂ ତାଙ୍କର ନିମନ୍ତ୍ରିତ ଅତିଥିମାନଙ୍କୁ ଅଲଗା କରିଛନ୍ତି।
8 ସଦାପ୍ରଭୁ କହିଲେ, “ସଦାପ୍ରଭୁଙ୍କର ଉତ୍ସର୍ଗ ଦିନରେ, ଆମ୍ଭେ ରାଜାର ପୁତ୍ରମାନଙ୍କୁ ଓ ଅନ୍ୟ ନେତାମାନଙ୍କୁ ଦଣ୍ତ ଦେବା। ବିଦେଶୀ ବସ୍ତ୍ର ପରିଧାନ କରିଥିବା ସମସ୍ତ ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା। 9 ସେହି ସମୟରେ ପ୍ରବେଶଦ୍ୱାରକୁ ଡେଇଁ ଯାଇଥିବା ଲୋକମାନଙ୍କୁ ଆମ୍ଭେ ଦଣ୍ତ ଦେବା। ଯେଉଁମାନେ ତାଙ୍କ ମିଥ୍ୟା ପ୍ରଭୁଙ୍କର ଗୃହକୁ ମିଥ୍ୟା ଓ ହିଂସାରେ ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ତ ଦେବା।”
10 ସଦାପ୍ରଭୁ ମଧ୍ୟ କହିଲେ, “ସେହି ସମୟରେ ଯିରୁଶାଲମର ମତ୍ସ୍ୟ ଦ୍ୱାରଠାରେ ସାହାଯ୍ୟ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାର୍ଶ୍ୱରେ ମଧ୍ୟ ସାହାଯ୍ୟ ପାଇଁ ଚିତ୍କାର କରୁଥିବେ। ସେମାନେ ମଧ୍ୟ ପାହାଡ଼ମାନଙ୍କରୁ ଖୁବ୍ ଜୋର୍ରେ ଶବ୍ଦ ଶୁଣିବେ। 11 ସହରର ନିମ୍ନ ଅଂଶରେ ବାସ କରୁଥିବା ତୁମ୍ଭ ଲୋକମାନେ ଚିତ୍କାର କରିବେ। କାରଣ ସମସ୍ତ ବ୍ୟବସାୟୀ ଓ ଧନୀ ବଣିକମାନେ ଧ୍ୱଂସ ହୋଇଯିବେ।
12 “ସେହି ଦିନ ଆମ୍ଭେ ଗୋଟିଏ ପ୍ରଦୀପ ନେଇ ଯିରୁଶାଲମ ମଧ୍ୟରେ ଖୋଜିବା। ଓ ସେହି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସେମାନଙ୍କ ଶୈଳୀରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସେହି ଲୋକମାନେ କୁହନ୍ତୁ, ‘ସଦାପ୍ରଭୁ କାହାରିକୁ ସାହାଯ୍ୟ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।’ ଆମ୍ଭେ ସେମାନଙ୍କୁ ଖୋଜି ବାହାର କରିବା ଓ ଦଣ୍ତ ଦେବା। 13 ତା’ପରେ ଅନ୍ୟ ଲୋକମାନେ ସେମାନଙ୍କର ଧନସମ୍ପଦ ଲୁଣ୍ଠନ କରିବେ ଓ ସେମାନଙ୍କର ଘରଗୁଡ଼ିକୁ ଧ୍ୱଂସ କରିବେ। ସେହି ସମୟରେ ସେମାନେ ନିର୍ମାଣ କରିଥିବା ଘରେ ଲୋକମାନେ ରହିବେ ନାହିଁ ଏବଂ ସେମାନେ ବଢ଼ାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।”
14 ସଦାପ୍ରଭୁଙ୍କର ସେହି ବିଶେଷ ଦିବସ ଖୁବ୍ ଶୀଘ୍ର ଆସୁଛି। ସେହି ଦିନ ଅତି ସନ୍ନିକଟ। ବିଗ୍ଭରର ସେହି ବିଶେଷ ଦିବସରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶବ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ୟମାନେ ଚିତ୍କାର କରି ଉଠିବେ। 15 ସେହି ଦିନ ପରମେଶ୍ୱର ତାଙ୍କର କ୍ରୋଧ ଦେଖାଇବେ। ଏହା ଅତି ଭୟଙ୍କର ଦୁଃଖ ଓ ଧ୍ୱଂସର ସମୟ ହେବ। ଏହା ଏକ ଧ୍ୱଂସ ବିଧ୍ୱଂସ୍ତର ଦିନ ହେବ। ଏହା ଏକ ଅନ୍ଧକାର ଓ ଖେଦର ଦିନ ହେବ। ଏହି ଦିନଟି ମେଘ ଓ ଅନ୍ଧକାରର ଦିନ ହେବ। 16 ଏହା ଯୁଦ୍ଧ ସମୟ ପରି ଏକ ସମୟ ହେବ, ଯେତେବେଳେ ଲୋକମାନେ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀରେ ତୂରୀର ଓ ଯୁଦ୍ଧର କାନ୍ଦଣା ଶୁଣିବେ।
17 ସଦାପ୍ରଭୁ କହିଲେ, “ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ସମସ୍ୟା ଘଟାଇବା। ଲୋକମାନେ ଅନ୍ଧଭଳି ଗ୍ଭଲିବେ, ଏହା କାହିଁକି ଘଟିବ? କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛନ୍ତି। ସେମାନଙ୍କର ମୃତ ଶରୀର ଭୂମି ଉପରେ ଗୋବର ପରି ପଡ଼ି ରହିବ। 18 ସେମାନଙ୍କର ସୁନାରୂପା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ। ସେହି ସମୟରେ ସଦାପ୍ରଭୁ ଅତ୍ୟନ୍ତ ବିବ୍ରତ ଓ କ୍ରୋଧୀ ହୋଇ ପଡ଼ିବେ। ସଦାପ୍ରଭୁ ସମଗ୍ର ବିଶ୍ୱକୁ ଧ୍ୱଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱରେ ସମସ୍ତଙ୍କୁ ବିନାଶ କରିବେ।”
ପରମେଶ୍ୱର ଲୋକମାନଙ୍କୁ ସେମାନଙ୍କର ଜୀବନ ବଦଳାଇବାକୁ କୁହନ୍ତି
2 ହେ ନିର୍ଲ୍ଲଜ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୁଅ। 2 ତୁମ୍ଭ ଉପରେ ବିଗ୍ଭର ଆସିବା ପୂର୍ବରୁ, ତୁଷ ପରି ସୁଯୋଗ ହରାଇବା ପୂର୍ବରୁ, ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭ ଉପରେ ଆସିବା ପୂର୍ବରୁ, ସଦାପ୍ରଭୁଙ୍କର ଭୟଙ୍କର କ୍ରୋଧର ଶେଷଦିନ ଆସିବା ପୂର୍ବରୁ, ତୁମ୍ଭେମାନେ ଏକତ୍ରିତ ହୁଅ। 3 ସବୁ ନମ୍ର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଆସ! ତାଙ୍କ ବ୍ୟବସ୍ଥାକୁ ମାନ। ଧର୍ମର ଅନ୍ୱେଷଣ କର, ନମ୍ରତାର ଅନ୍ୱେଷଣ କର, ହୁଏତ ସଦାପ୍ରଭୁ ତାଙ୍କର କ୍ରୋଧ ଦେଖାଇବା ବେଳେ ତୁମ୍ଭେମାନେ ନିରାପଦ ହେବ।
ସଦାପ୍ରଭୁ ଇସ୍ରାଏଲର ପଡ଼ୋଶୀଙ୍କୁ ଦଣ୍ତ ଦେବେ
4 ଘସାରେ କାହାରିକୁ ଛଡ଼ାଯିବ ନାହିଁ। ଅସ୍କିଲୋନ ଧ୍ୱଂସ ହେବ, ମଧ୍ୟାହ୍ନ ସୁଦ୍ଧା ଲୋକମାନଙ୍କୁ ଅସଦୋଦ୍ ଛାଡ଼ିବାକୁ ବାଧ୍ୟ କରାଯିବ। ଇକ୍ରୋଣ ଶୂନ୍ୟ ହୋଇଯିବ। 5 ତୁମ୍ଭେ କରେଥୀୟର ଲୋକମାନେ, ତୁମ୍ଭେମାନେ ସମୁଦ୍ର ନିକଟରେ ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ଏହି ବାର୍ତ୍ତା ଅଟେ। ହେ କିଣାନ, ହେ ପଲେଷ୍ଟୀୟ, ତୁମ୍ଭେମାନେ ସମସ୍ତେ ଧ୍ୱଂସ ହେବ। ତୁମ୍ଭମାନଙ୍କ ମଧ୍ୟରୁ କେହି ବଞ୍ଚିବେ ନାହିଁ। 6 ସମୁଦ୍ର ନିକଟରେ ଥିବା ଭୂମି ମେଷପାଳକ ଓ ସେମାନଙ୍କର ମେଷମାନଙ୍କ ପାଇଁ ଶୂନ୍ୟ ହୋଇଯିବ। 7 ତା’ପରେ ସେହି ରାଜ୍ୟ ଯିହୁଦାର ରକ୍ଷାକର୍ତ୍ତାଙ୍କ ଅଧିକାରକୁ ଆସିବ। ସଦାପ୍ରଭୁ ଯିହୁଦାର ସେହି ଲୋକମାନଙ୍କୁ ସ୍ମରଣ କରିବେ। ସେହି ଲୋକମାନେ ବିଦେଶରେ ବନ୍ଦୀ। କିନ୍ତୁ ସଦାପ୍ରଭୁ ସେମାନଙ୍କୁ ଫେରାଇ ଆଣିବେ। ତା’ପରେ ଯିହୁଦାର ଲୋକମାନେ ସେମାନଙ୍କର ମେଷଗୁଡ଼ିକୁ ସେହି ପଡ଼ିଆରେ ଚରିବାକୁ ଦେବେ। ସନ୍ଧ୍ୟାବେଳେ ଅସ୍କିଲୋନର ଶୂନ୍ୟ ଗୃହରେ ସେମାନେ ପଡ଼ି ରହିବେ।
8 ସଦାପ୍ରଭୁ କୁହନ୍ତି, “ଆମ୍ଭେ ଶୁଣିଛୁ ମୋୟାବ ଓ ଅମ୍ମୋନର ଲୋକମାନେ କ’ଣ କହିଲେ। ସେହି ଲୋକମାନେ ଆମ୍ଭ ଲୋକମାନଙ୍କୁ ଅପମାନିତ କଲେ। ସେମାନେ ନିଜର ରାଜ୍ୟକୁ ବଢ଼ାଇବା ପାଇଁ ସେମାନଙ୍କର ଜମି ସବୁ ଅକ୍ତିଆର କଲେ। 9 ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମୋୟାବ ଓ ଅମ୍ମୋନର ଲୋକମାନେ ସଦୋମ ଓ ହମୋରା ପରି ଧ୍ୱଂସ ହେବେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସେମାନଙ୍କର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହେବ। ସେମାନଙ୍କର ଭୂମିରେ ଅନାବନା ଗଛ ବ୍ୟାପିଯିବ। ମରୁସାଗର ପରି ସେମାନଙ୍କର ଭୁମି ଲବଣାକ୍ତ ହେବ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫେରି ପାଇବେ।”
10 ମୋୟାବ ଓ ଅମ୍ମୋନର ଲୋକମାନଙ୍କ ପାଇଁ ଏହିସବୁ ଘଟିବ କାରଣ ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଗର୍ବୀ ଓ ନିଷ୍ଠୁର ହୋଇଥିଲେ ଏବଂ ସେମାନଙ୍କୁ ଅପମାନିତ କରିଥିଲେ। 11 ସେହି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ୱଂସ କରିବେ। ତା’ପରେ ସବୁ ଦେଶରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ। 12 ଏପରିକି ଇଥିଓପିଆର ଲୋକମାନଙ୍କୁ ମଧ୍ୟ ସଦାପ୍ରଭୁଙ୍କର ଖଡ଼୍ଗ ବିନାଶ କରିବ। 13 ସଦାପ୍ରଭୁ ଉତ୍ତରକୁ ଯିବେ ଏବଂ ଅଶୂରକୁ ଦଣ୍ତ ଦେବେ। ନୀନିବୀ ଗୋଟିଏ ଶୂନ୍ୟ ଶୁଷ୍କ ମରୁଭୂମିରେ ପରିଣତ ହେବ। 14 ତା’ପରେ କେବଳ ମେଷମାନେ ଓ ହିଂସ୍ର ପଶୁ ସେହି ଧ୍ୱଂସ ନଗରୀରେ ବାସ କରିବେ। ପେଗ୍ଭ ଓ କାଉମାନେ ପରିତ୍ୟକ୍ତ ସ୍ତମ୍ଭମାନଙ୍କରେ ବସିବେ। ସେମାନଙ୍କର ରାବ ଝରକା ବାଟେ ଶୁଣାଯିବ। କାଉଗୁଡ଼ିକ ଦ୍ୱାର ପାହାଚ ଉପରେ ବସିବେ। ପ୍ରବେଶ ପଥ ଧ୍ୱଂସ ଏବଂ ନିର୍ଜ୍ଜନ ହେବ। ଏରସ କଡ଼ିକାଠ ଖୋଲି ଦିଆଯିବ। 15 ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସେମାନେ ଭାବନ୍ତି ନୀନିବୀ ପୃଥିବୀରେ ସବୁଠାରୁ ମହାନ ସ୍ଥାନ। କିନ୍ତୁ ସେହି ନଗରୀ ମଧ୍ୟ ଧ୍ୱଂସ ହେବ। ଏହା ଏକ ଶୂନ୍ୟସ୍ଥାନ ହେବ ଯେଉଁଠାରେ କେବଳ ବନ୍ୟପ୍ରାଣୀମାନେ ବିଶ୍ରାମ କରିବେ। ସେହି ବାଟ ଦେଇ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତେବେଳେ ସେମାନେ ସେହି ନଗରୀଟିକୁ ଅତି ଶୋଚନୀୟ ଭାବରେ ଧ୍ୱଂସ ହେବାର ଦେଖିବେ।
ଯିରୁଶାଲମର ଭବିଷ୍ୟତ
3 ହେ ଯିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ସଂଗ୍ରାମ କଲେ। ସେମାନେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସେମାନେ ପାପରେ କଳୁଷିତ ହୋଇଗଲେ। 2 ତୁମ୍ଭର ଲୋକମାନେ ଆମ୍ଭକୁ ମାନିଲେ ନାହିଁ। ସେମାନେ ଆମ୍ଭ ଶିକ୍ଷା ଗ୍ରହଣ କଲେ ନାହିଁ। ଯିରୁଶାଲମ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖିଲା ନାହିଁ। ସେମାନେ ତାଙ୍କ ପରମେଶ୍ୱରଙ୍କ ସନ୍ନିକଟକୁ ଗଲେ ନାହିଁ। 3 ଯିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା’ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସେମାନେ ସକାଳକୁ କିଛି ରଖନ୍ତି ନାହିଁ। 4 ସେମାନଙ୍କର ଭବିଷ୍ୟଦ୍ବକ୍ତାମାନେ ନଗଣ୍ୟ ଓ ସେମାନେ ବିଶ୍ୱାସଘାତକ ଅଟନ୍ତି। ସେମାନଙ୍କର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସେମାନେ ପରମେଶ୍ୱରଙ୍କ ଶିକ୍ଷା ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି। 5 ତଥାପି ପରମେଶ୍ୱର ସେହି ନଗର ପ୍ରତି ଧାର୍ମିକ ଅଟନ୍ତି। ସେ କୌଣସି ଭୁଲ୍ କରନ୍ତି ନାହିଁ। ସକାଳ ପରେ ସକାଳ, ସେ ତାଙ୍କ ନ୍ୟାୟ ବିଗ୍ଭର କରନ୍ତି। ପ୍ରାତଃକାଳରେ ସେ ତାହା ନିଶ୍ଚୟ କରନ୍ତି। କିନ୍ତୁ ସେହି ମନ୍ଦ ପ୍ରକୃତିର ଲୋକମାନେ ନିଜର କରିଥିବା ମନ୍ଦକାର୍ଯ୍ୟ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
6 ପରମେଶ୍ୱର କହନ୍ତି, “ଆମ୍ଭେ ସମଗ୍ର ଜାତିକୁ ଧ୍ୱଂସ କରିଅଛୁ। ଆମ୍ଭେ ସେମାନଙ୍କର ପ୍ରତିରକ୍ଷା ପ୍ରାଚୀରକୁ ଧ୍ୱଂସ କଲୁ। ସେମାନଙ୍କର ରାସ୍ତାକୁ ଏପରି ଧ୍ୱଂସ କଲୁ ଯେ ଆଉ କେହି ସେଠାକୁ ଏଣିକି ଯାଇପାରିବେ ନାହିଁ। ଆମ୍ଭେ ସେମାନଙ୍କର ନଗରଗୁଡ଼ିକ ଶୂନ୍ୟ କରି ଦେଲୁ, ତେଣୁ ସେଠାରେ ଆଉ କେହି ବାସ କରି ପାରିବେ ନାହିଁ। 7 ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚୟ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିୟମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତେବେ ତୁମ୍ଭର ଘର କେବେ ବିନଷ୍ଟ ହେବ ନାହିଁ। ତୁମ୍ଭେ ଯଦି ଏହା କରିବ, ତେବେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦେବା ନାହିଁ।” କିନ୍ତୁ ସେହି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ।
8 ସଦାପ୍ରଭୁ କହିଲେ, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭର ଅପେକ୍ଷାରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ୟଗଣକୁ ଏକତ୍ରିତ କରିବା। ଆମ୍ଭେ ଆପଣା କ୍ରୋଧ ସେମାନଙ୍କ ଉପରେ ଢାଳି ଦେବା। ଆମ୍ଭେ ଆପଣା ପ୍ରଚଣ୍ତ କ୍ରୋଧ ଦେଖାଇବା। ଆମ୍ଭର କ୍ରୋଧରେ ସମଗ୍ର ପୃଥିବୀ ଧ୍ୱଂସ ହେବ। 9 ତା’ପରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସେମାନେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭକୁ ଉପାସନା କରିବେ। 10 ଇଥିଓପିଆରୁ ନଦୀ ପାର ହୋଇ ସମସ୍ତ ଲୋକେ ଆମ୍ଭକୁ ଉପାସନା କରିବାକୁ ଆସିବେ। ଆମ୍ଭର ଛିନ୍ନବିଛିନ୍ନ ଲୋକମାନେ ଆମ୍ଭ ନିକଟକୁ ଆସିବେ। ସେମାନେ ଉପହାର ନେଇ ଆମ୍ଭ ନିକଟକୁ ଆସିବେ।
11 “ତା’ପରେ ହେ ଯିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହେବେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ଯିରୁଶାଲମରୁ ତଡ଼ି ଦେଇଛୁ। ଆମ୍ଭର ପବିତ୍ର ପର୍ବତରେ ଆଉ କୌଣସି ଦାମ୍ଭିକ ଲୋକ କେବେହେଲେ ରହିବେ ନାହିଁ। 12 ଆମ୍ଭେ କେବଳ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ଯିରୁଶାଲମରେ ରହିବାକୁ ଦେବା। ସେମାନେ ସଦାପ୍ରଭୁଙ୍କଠାରେ ଆଶ୍ରୟ ପାଇବେ। 13 ଇସ୍ରାଏଲରେ ବଞ୍ଚି ରହିଥିବା ଲୋକମାନେ ଖରାପ କାର୍ଯ୍ୟ କରିବେ ନାହିଁ। ସେମାନେ ମିଥ୍ୟା କହିବେ ନାହିଁ। ସେମାନଙ୍କ ମଧ୍ୟରେ କୌଣସି ମିଥ୍ୟାବାଦୀ ରହିବେ ନାହିଁ। ସେମାନେ ମେଣ୍ଢାମାନଙ୍କ ପରି ଖାଇବେ ପିଇବେ ଓ ଶାନ୍ତିରେ ଶୋଇବେ। କେହି ସେମାନଙ୍କୁ ବ୍ୟସ୍ତ କରିବେ ନାହିଁ।”
ଗୋଟିଏ ସୁଖ ସଙ୍ଗୀତ
14 ହେ ଯିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ।
ଇସ୍ରାଏଲ ମଧ୍ୟ ଆନନ୍ଦ କରିବ।
ଯିରୁଶାଲମ ମଧ୍ୟ ସୁଖୀ ହେବ।
15 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ।
ସେ ତୁମ୍ଭର ଶତ୍ରୁମାନଙ୍କୁ ବିନାଶ କଲେ।
ଇସ୍ରାଏଲର ରାଜା, ସ୍ୱୟଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି।
ତୁମ୍ଭେ ମନ୍ଦ ବିଷୟ ପାଇଁ ଆଉ ଭୟଭୀତ ହେବ ନାହିଁ।
16 ସେତେବେଳେ ଯିରୁଶାଲମକୁ କୁହାଯିବ,
“ଭୟ କର ନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହେବ ନାହିଁ।
17 ଜଣେ ଶକ୍ତିଶାଳୀ ସୈନିକ ସଦୃଶ
ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।
ସେ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦେଖାଇବେ।
ଆଉ ମଧ୍ୟ ସେ ଦେଖାଇ ଦେବେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ।
ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହେବେ, ଭୋଜିରେ ଆନନ୍ଦ କଲାପରି ହେବେ।”
18 ସଦାପ୍ରଭୁ କହିଲେ, “ମୁଁ ତୁମ୍ଭମାନଙ୍କର
ଲଜ୍ଜା ଅପମାନ ନେଇଯିବି।
ସେହି ଲୋକମାନେ ତୁମ୍ଭକୁ ଆଘାତ କରିବା ବନ୍ଦ କରିବେ।
19 ସେତେବେଳେ ତୁମ୍ଭକୁ ଆଘାତ କରୁଥିବା ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା,
ଆମ୍ଭର ଆଘାତପ୍ରାପ୍ତ ଲୋକମାନଙ୍କୁ ରକ୍ଷା କରିବା।
ପଳାତକମାନଙ୍କୁ ଆମ୍ଭେ ପୁନର୍ବାର ଫେରାଇ ଆଣିବା।
ସେମାନଙ୍କୁ ଆମ୍ଭେ ଏପରି ବିଖ୍ୟାତ କରାଇବା
ସବୁଲୋକ ସେମାନଙ୍କୁ ପ୍ରଶଂସା କରିବେ।
20 ସେତେବେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫେରାଇ ଆଣିବା।
ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା
ଯାହା ଫଳରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ।
ତାହା ଘଟିବ ଯେତେବେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା,”
ସଦାପ୍ରଭୁ ଏହି ସମସ୍ତ କହିଥିଲେ।
ପରମେଶ୍ୱରଙ୍କ କ୍ରୋଧରେ ସାତୋଟି ପାତ୍ର ପୂର୍ଣ୍ଣ
16 ତା’ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ୱନି ଶୁଣିଲି। ତାହା ସାତୋଟି ଦୂତଙ୍କୁ କହିଲା, “ଯାଅ, ପରମେଶ୍ୱରଙ୍କ କ୍ରୋଧରେ ପୂର୍ଣ୍ଣ ହୋଇଥିବା ସାତୋଟି ପାତ୍ରକୁ ପୃଥିବୀ ଉପରେ ଢାଳିଦିଅ।”
2 ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢାଳି ଦେଲେ। ତା’ପରେ ଯେଉଁମାନେ ସେହି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା’ର ପ୍ରତିମାକୁ ପୂଜା କରୁଥିଲେ, ସେମାନଙ୍କର ଶରୀରରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା।
3 ଦ୍ୱିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢାଳି ଦେଲେ। ସେଥିରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହୋଇଗଲା। ସମୁଦ୍ରରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ।
4 ତୃତୀୟ ସ୍ୱର୍ଗ ଦୂତ ତାହାଙ୍କ ପାତ୍ରକୁ ନଦୀ ଓ ଜଳ ନିର୍ଝରଗୁଡ଼ିକ ଉପରେ ଢାଳିଲେ। ନଦୀ ଓ ଜଳ ନିର୍ଝରଗୁଡ଼ିକର ଜଳ ରକ୍ତ ହୋଇଗଲା। 5 ତା’ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ୱରଙ୍କୁ କହିବାର ଶୁଣିଲି:
“ହେ ପବିତ୍ର ପରମେଶ୍ୱର,
ତୁମ୍ଭେ ହିଁ କେବଳ ଅତୀତରେ ସର୍ବଦା ଥିଲ ଓ ବର୍ତ୍ତମାନ ଅଛ।
ତୁମ୍ଭେ ଏହି ବିଗ୍ଭର କରିବା ଦ୍ୱାରା ନ୍ୟାୟ କରିଅଛ।
6 ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ
ଓ ଭବିଷ୍ୟଦ୍ବକ୍ତାମାନଙ୍କର ରକ୍ତପାତ କରିଥିଲେ,
ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ।
ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”
7 ମୁଁ ବେଦୀକୁ ଏହା କହିବାର ଶୁଣିଲି,
“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର
ହଁ, ତୁମ୍ଭର ବିଗ୍ଭରଗୁଡ଼ିକ ସତ୍ୟ ଓ ନ୍ୟାୟସଙ୍ଗତ।”
8 ଏହା ପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ଯ୍ୟଙ୍କ ଉପରେ ଢାଳିଲେ। ସେଥିରେ ସୂର୍ଯ୍ୟକୁ, ମନୁଷ୍ୟମାନଙ୍କୁ ଅଗ୍ନିରେ ପୋଡ଼ି ଦେବାର କ୍ଷମତା ଦିଆଗଲା। 9 ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସେମାନେ ପରମେଶ୍ୱରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କେବଳ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସେମାନେ ସେମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ୱରଙ୍କ ମହିମା ଗାନ କଲେ ନାହିଁ।
10 ପଞ୍ଚମ ଦୂତ ତାହାଙ୍କ ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ। ଏହା ଦ୍ୱାରା ପଶୁର ରାଜ୍ୟରେ ଅନ୍ଧକାର ଘୋଟିଗଲା। ଲୋକମାନେ ଯନ୍ତ୍ରଣାରେ ଜିଭ କାମୁଡ଼ିଲେ। 11 ସେମାନେ ତାହାଙ୍କ ଯନ୍ତ୍ରଣା ଓ ଘା ସକାଶେ ସ୍ୱର୍ଗରେ ଥିବା ପରମେଶ୍ୱରଙ୍କର ନିନ୍ଦା କଲେ। କିନ୍ତୁ ସେମାନେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।
12 ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢାଳିଲେ। ଏହା ଦ୍ୱାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା। 13 ତା’ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସେମାନେ ବେଙ୍ଗ ପରି ଦେଖାଯାଉଥିଲେ। ସେମାନେ ସେହି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଓ ଭଣ୍ଡଭବିଷ୍ୟଦ୍ବକ୍ତା ମୁଖରୁ ବାହାରି ଆସିଲେ। 14 ସେମାନେ ଭୂତର ଆତ୍ମା ଓ ସେମାନଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାର କ୍ଷମତା ଥିଲା। ସେମାନେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ମହାଦିନର ଯୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସେମାନଙ୍କ ପାଖକୁ ଯାଆନ୍ତି।
15 “ଦେଖ! ମୁଁ ଗୋଟିଏ ଗ୍ଭେର ଭଳି ଆସିବି। ଯେ ମୋ’ ଅପେକ୍ଷାରେ ଗ୍ଭହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସେହି ଲୋକ ସୁଖୀ। ତେବେ ତାହାକୁ ଉଲଗ୍ନ ହୋଇ ଗ୍ଭଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।’’
16 ସେହି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ କୁହା ଯାଉଥିବା ‘ହର୍ମିଗିଦ୍ଦୋନ୍’ ନାମକ ସ୍ଥାନରେ ଏକାଠି କଲେ।
17 ତା’ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାୟୁରେ ଢାଳିଲେ ଓ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ୱର ଆସିଲା। ସେହି ସ୍ୱର କହିଲା, “ଏହା ସମାପ୍ତ ହେଲା।” 18 ତା’ପରେ ସେଠାରେ ବିଜୁଳି ଚମକିଲା, କୋଳାହଳ, ବଜ୍ରନାଦ ଓ ଏକ ଭୟଙ୍କର ଭୂମିକମ୍ପ ହେଲା। ଏଭଳି ଭୟଙ୍କର ଭୂମିକମ୍ପ ମନୁଷ୍ୟ ଇତିହାସରେ କେବେ ହୋଇ ନ ଥିଲା। 19 ମହାନଗରୀ ତିନି ଭାଗରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହୋଇଗଲା। ପରମେଶ୍ୱର ମହାନଗରୀ ବାବିଲୋନକୁ ଦଣ୍ଡ ଦେବା ପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କ୍ରୋଧରୂପ ମଦିରା ପାତ୍ରରୁ ପାନ କରାଇଲେ। 20 ପ୍ରତ୍ୟେକ ଦ୍ୱୀପ ଉଭେଇ ଗଲା ଓ ସେଠାରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ। 21 ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରତ୍ୟେକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସେହି କୁଆପଥର ମହାମାରୀ ପାଇଁ ପରମେଶ୍ୱରଙ୍କୁ ନିନ୍ଦା କଲେ। ଏହି କ୍ଳେଶ ଅତି ଭୟାନକ ଥିଲା।
2010 by World Bible Translation Center