Old/New Testament
ସୁବର୍ଣ୍ଣ ପ୍ରତିମା ଓ ଉତ୍ତପ୍ତ ଅଗ୍ନିକୁଣ୍ତ
3 ରାଜା ନବୂଖଦ୍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦାରେ ସ୍ଥାପନ କଲା। 2 ସେହି ପ୍ରତିମା ସ୍ଥାପନର ପ୍ରତିଷ୍ଠା ନିମନ୍ତେ ଆସିବାକୁ ରାଜା ସମସ୍ତ କ୍ଷିତିପାଳ, ରାଜପ୍ରତିନିଧି, ଦେଶାଧ୍ୟକ୍ଷ ବିଗ୍ଭରକର୍ତ୍ତା, କୋଷଧ୍ୟକ୍ଷ, ବ୍ୟବସ୍ଥାପକ, ବେବର୍ତ୍ତା ଓ ପ୍ରାଦେଶିକ ଶାସକଙ୍କୁ ଏକତ୍ର କରିବା ନିମନ୍ତେ ଲୋକ ପ୍ରେରଣ କଲା।
3 ତେଣୁ ସେମାନେ ରାଜାଙ୍କ ଆହ୍ୱାନରେ ସମସ୍ତେ ଆସିଲେ ଓ ସ୍ଥାପିତ ପ୍ରତିମାର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ। ଆଉ ସେମାନେ ସେହି ସ୍ଥାପିତ ପ୍ରତିମାର ସମ୍ମୁଖରେ ଠିଆ ହେଲେ। 4 ତା’ପରେ ରାଜାଙ୍କର ଜଣେ ଘୋଷକ ଉଚ୍ଚ ସ୍ୱରରେ କହିଲା, “ହେ ଲୋକବୃନ୍ଦ, ଗୋଷ୍ଠୀବର୍ଗ ଓ ବିଭିନ୍ନ ଭାଷାବାଦୀଦଳ, ତୁମ୍ଭମାନଙ୍କୁ ଏହି ଆଜ୍ଞା ଦିଆଗଲା। 5 ଯେତେବେଳେ ତୁମ୍ଭେମାନେ ସମସ୍ତେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣିବ, ସେତେବେଳେ ତୁମ୍ଭେମାନେ ରାଜା ନବୂଖଦ୍ନିତ୍ସରଙ୍କ ଦ୍ୱାରା ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ନିଶ୍ଚୟ ପୂଜା କରିବ। 6 ପୁଣି ଯେକେହି ମୁଣ୍ତ ନୁଆଁଇ ପ୍ରଣାମ ନ କରିବ, ସେ ସେହି ମୁହୂର୍ତ୍ତରେ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷିପ୍ତ ହେବ।”
7 ଏଣୁ ଯେତେବେଳେ ସମସ୍ତ ଲୋକ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ ଓ ସବୁପ୍ରକାର ବାଦ୍ୟ ଶୁଣିଲେ ସେତେବେଳେ ସମସ୍ତ ଲୋକ, ଗୋଷ୍ଠୀବର୍ଗ ଓ ଭାଷାବାଦୀମାନେ ରାଜା ନବୂଖଦ୍ନିତ୍ସରଙ୍କ ସ୍ଥାପିତ ପ୍ରତିମା ସମ୍ମୁଖରେ ମୁଣ୍ତ ନୁଆଁଇ ପ୍ରଣାମ କଲେ।
8 ସେହି ସମୟରେ କେତେକ କଲ୍ଦୀୟ ଲୋକ ରାଜାଙ୍କ ନିକଟକୁ ଆସି ଯିହୁଦୀୟ ଲୋକମାନଙ୍କ ବିରୁଦ୍ଧରେ ଅପବାଦ ଆଣିଲେ। 9 ସେମାନେ ନବୂଖଦ୍ନିତ୍ସରଙ୍କୁ ଆଶୀର୍ବାଦ କରି କହିଲେ, “ହେ ମହାରାଜ, ଚିରଜୀବି ହୁଅନ୍ତୁ। 10 ହେ ମହାରାଜ, ଆପଣ ଆଜ୍ଞା କରିଛନ୍ତି ଯେକେହି ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣିବ, ସେ ମୁଣ୍ତ ନୁଆଁଇ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ। 11 ପୁଣି ଯେକୌଣସି ଲୋକ ମୁଣ୍ତ ନୁଆଁଇ ପ୍ରଣାମ ନ କରିବ ସେ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷିପ୍ତ ହେବ। 12 ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମରେ ନିଯୁକ୍ତ କରିଥିବା କେତେକ ଯିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।”
13 ଏହି ସମ୍ବାଦ ଶୁଣି ନବୂଖଦ୍ନିତ୍ସର କ୍ରୋଧାନ୍ୱିତ ହୋଇ ତାଙ୍କର ଲୋକମାନଙ୍କୁ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ଆଣିବା ପାଇଁ ପଠାଇଲେ। ତେଣୁ ତାଙ୍କର ଲୋକମାନେ ସେମାନଙ୍କୁ ରାଜାଙ୍କର ବିଗ୍ଭରାଳୟ ଛାମୁକୁ ଆଣିଲେ। 14 ଆଉ ନବୂଖଦ୍ନିତ୍ସର ସେମାନଙ୍କୁ ପଗ୍ଭରିଲେ, “ହେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ, ଏହା କ’ଣ ସତ୍ୟ, ତୁମ୍ଭେମାନେ ମୋର ଦେବତାଗଣର ପୂଜା କରୁ ନାହିଁ ଓ ମୋର ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁ ନାହିଁ। 15 ଯେତେବେଳେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣ, ତୁମ୍ଭେମାନେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭେମାନେ ପୂଜା ନ କର ତେବେ ତୁମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ଫିଙ୍ଗା ଯିବ। ଆଉ ଏପରି କୌଣସି ଦେବତା ନାହାନ୍ତି ଯେ କି ମୋ’ଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବ।”
16 ଶଦ୍ରକ, ମୈଶକ ଓ ଅବେଦ୍-ନଗୋ ରାଜାଙ୍କୁ ଉତ୍ତର କଲେ, “ହେ ନବୂଖଦ୍ନିତ୍ସର, ଏ ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ। 17 ଯଦି ଆପଣ ଆମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷେପ କରନ୍ତି ତେବେ ଯାହାଙ୍କୁ ଆମ୍ଭେମାନେ ସେବା କରୁଅଛୁ ସେହି ପରମେଶ୍ୱର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। 18 ଆଉ ଏପରିକି ପରମେଶ୍ୱର ଯଦି ଆମ୍ଭମାନଙ୍କୁ ରକ୍ଷା କରିବାକୁ ନ ଆସନ୍ତି ତଥାପି ଆମ୍ଭେମାନେ ଆପଣଙ୍କ ଦେବତାଗଣର ପୂଜା କରିବୁ ନାହିଁ କି ଆପଣଙ୍କ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ।”
19 ଏଥିରେ ନବୂଖଦ୍ନିତ୍ସର ଅତ୍ୟନ୍ତ କ୍ରୋଧାନ୍ୱିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତା’ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦେଲା। 20 ତା’ପରେ ନବୂଖଦ୍ନିତ୍ସର ଆପଣା ସୈନ୍ୟବାହିନୀ ମଧ୍ୟରୁ କେତେକ ବଳବାନ ସୈନ୍ୟକୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପକାଇବାକୁ ଆଜ୍ଞା ଦେଲେ।
21 ତେଣୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ତକୁ ଫିଙ୍ଗା ଗଲା। ସେତେବେଳେ ସେମାନେ ସେମାନଙ୍କର ପ୍ୟାଣ୍ଟ, ସାର୍ଟ, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ପରିଧାନ କରିଥିଲେ। 22 ରାଜା ଆଜ୍ଞା କଲାବେଳେ ଅତ୍ୟନ୍ତ କ୍ରୋଧିତ ଥିଲେ ଓ ଅଗ୍ନିକୁଣ୍ତକୁ ଅତିଶୟ ଉତ୍ତପ୍ତ କରା ଯାଇଥିଲା। ତେଣୁ ଶଦ୍ରକ, ମୈଶକ୍ ଏବଂ ଅବେଦ୍-ନଗୋକୁ ଫିଙ୍ଗିବାକୁ ଯାଇଥିବା ସୈନ୍ୟମାନେ ଅଗ୍ନିଶିଖା ଦ୍ୱାରା ପୋଡ଼ି ମଲେ। 23 ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପଡ଼ିଲେ। ସେମାନଙ୍କୁ ଦୃଢ଼ଭାବରେ ବନ୍ଧା ଯାଇଥିଲା।
24 ଏଥିରେ ରାଜା ନବୂଖଦ୍ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲେ। ସେ ଆପଣା ମନ୍ତ୍ରୀମାନଙ୍କୁ ପଗ୍ଭରିଲେ, “ଆମ୍ଭେ ତିନିଲୋକଙ୍କୁ ବାନ୍ଧି ଅଗ୍ନିକୁଣ୍ତରେ ପକାଇ ନ ଥିଲୁ?”
ମନ୍ତ୍ରୀମାନେ ଉତ୍ତର କଲେ, “ଏହା ସତ୍ୟ ସହାରାଜ।”
25 ରାଜା ଉତ୍ତର କରି କହିଲେ, “ଦେଖ, ମୁଁ ଅଗ୍ନି କୁଣ୍ତରେ ଗ୍ଭରିଟି ମୁକ୍ତ ଲୋକ ବିଚରଣ କରୁଥିବାର ଦେଖୁଛି। ଆଉ ସେମାନେ ଦଗ୍ଧିଭୂତ ହୋଇ ନାହାନ୍ତି ଓ ଚତୁର୍ଥ ଲୋକଟି ଦେବପୁତ୍ର ସଦୃଶ।”
26 ତା’ପରେ ନବୂଖଦ୍ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ତ ଆଡ଼କୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭେମାନେ ଅଗ୍ନିକୁଣ୍ତରୁ ବାହାରି ଆସ।”
ତା’ପରେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଅଗ୍ନି ମଧ୍ୟରୁ ବାହାରି ଆସିଲେ। 27 ପୁଣି କ୍ଷିତିପାଳ, ରାଜ ପ୍ରତିନିଧି, ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ରିତ ହୋଇ ସେହି ତିନି ଜଣଙ୍କୁ ଦେଖିଲେ ଯେ ଅଗ୍ନି ସେମାନଙ୍କର ଶରୀରରେ କୌଣସି ଅଂଶ ଦଗ୍ଧ କରି ନାହିଁ। ସେମାନଙ୍କ ମସ୍ତକର କେଶ କି ସେମାନଙ୍କର ପାଇଜାମା ଦଗ୍ଧ ହୋଇ ନାହିଁ କି ସେମାନଙ୍କର ଶରୀରରେ ଅଗ୍ନିର ଗନ୍ଧ ନାହିଁ।
28 ତା’ପରେ ନବୂଖଦ୍ନିତ୍ସର କହିଲା, “ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନି ଜଣ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦେବତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ୟ ରାଜବାକ୍ୟ ଅମାନ୍ୟ କରି ଆପଣା ପରମେଶ୍ୱରଙ୍କ ସେବା କଲେ। 29 ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ ଭ୍ରାନ୍ତିଜନକ କଥା କହିବେ, ସେମାନେ ଖଣ୍ତ ଖଣ୍ତ ହୋଇ କଟାଯିବେ ଓ ସେମାନଙ୍କର ଗୃହସବୁ ଭଙ୍ଗା ହେବ ଓ ଧୂଳିସାତ୍ ହେବ। କାରଣ ଏହିପରି ଭାବରେ କୌଣସି ଦେବତା ତାଙ୍କର ଦାସମାନକୁ ଉଦ୍ଧାର କରି ପାରିବେ ନାହିଁ।” 30 ଏହା ପରେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ବାବିଲ ପ୍ରଦେଶରେ ପ୍ରଧାନ ପଦରେ ନିଯୁକ୍ତ କଲେ।
ନବୂଖଦ୍ନିତ୍ସରଙ୍କ ବୃକ୍ଷ ବିଷୟରେ ସ୍ୱପ୍ନ
4 ସମୁଦାୟ ପୃଥିବୀ ନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାଙ୍କର ବିଜ୍ଞାପନ,
ତୁମ୍ଭମାନଙ୍କର ବାହୁଲ୍ୟରୂପେ ଶାନ୍ତି ହେଉ।
2 ସର୍ବୋପରିସ୍ଥ ପରମେଶ୍ୱର ମୋ’ ପାଇଁ ଯେଉଁ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।
3 ପରମେଶ୍ୱରଙ୍କ ଚମତ୍କାରସବୁ ଶକ୍ତିଶାଳୀ,
ଅଦ୍ଭୂତ ଅଟେ।
ସେ ଅନନ୍ତକାଳ ପାଇଁ ଶାସନ କରିବେ
ଓ ତାଙ୍କର ରାଜ୍ୟ କେବେ ସମାପ୍ତ ହେବ ନାହିଁ।
4 ମୁଁ ନବୂଖଦ୍ନିତ୍ସର ମୋର ନିଜ ପ୍ରାସାଦରେ ଶାନ୍ତି ଓ ଶକ୍ତିଶାଳୀ ଥିଲି। 5 ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ଓ ତାହା ମୋତେ ଭୟଭୀତ କଲା। ଆଉ ମୁଁ ଶଯ୍ୟା ଉପରେ ଥିବା ବେଳେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍ବିଗ୍ନ କଲା। 6 ତେଣୁ ସ୍ୱପ୍ନର ଅର୍ଥ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ ଲୋକଙ୍କୁ ମୋ’ ନିକଟକୁ ଆଣିବା ପାଇଁ ଆଜ୍ଞା କଲି। 7 ଯେତେବେଳେ ମନ୍ତ୍ରଜ୍ଞଗଣକ କଲ୍ଦୀୟ ଓ ଶୁଭାଶୁଭବାଦୀମାନେ ମୋ’ ନିକଟକୁ ଆସିଲେ, ମୁଁ ସେମାନଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି, ମାତ୍ର ସେମାନେ ତାହାର ଅର୍ଥ ମୋତେ କହି ପାରିଲେ ନାହିଁ। 8 ଅବଶେଷରେ ମୋ’ ଦେବତାର ନାମାନୁସାରେ ବେଲ୍ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମୋ’ ନିକଟକୁ ଆସିଲେ, ତାହାଙ୍କ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି। 9 “ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ୟକ୍ଷ ବେଲ୍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ବୁଝିବା ତୁମ୍ଭ ପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମୋତେ ମୋର ସ୍ୱପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ। 10 ମୁଁ ଶଯ୍ୟାରେ ଶୋଇଥିବା ବେଳେ ମୋ’ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା। 11 ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା। ଉଚ୍ଚତାରେ ତାହା ଆକାଶକୁ ସ୍ପର୍ଶ କଲା। ପୁଣି ପୃଥିବୀର ସବୁ ସ୍ଥାନରେ ତାହା ଦୃଶ୍ୟମାନ ହେଲା। 12 ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ସେ ଗଛରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ସେହି ବୃକ୍ଷତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀମାନେ ତାହାର ଶାଖାମାନଙ୍କରେ ବାସ କଲେ। ସମସ୍ତ ପ୍ରାଣୀ ସେଥିରୁ ଖାଦ୍ୟ ପାଇଲେ।
13 “ମୁଁ ଶଯ୍ୟା ଉପରେ ଥିବା ବେଳେ ଦର୍ଶନ ପାଇଲି। ଏକ ପବିତ୍ର ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। 14 ସେ ଉଚ୍ଚସ୍ୱରରେ କହିଲେ, ‘ଏହି ବୃକ୍ଷକୁ ଛେଦନ କର। ତହିଁର ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ଦିଅ ଓ ଫଳଗୁଡ଼ିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖାରେ ଥିବା ପକ୍ଷୀମାନେ ପଳାଇ ଯାଆନ୍ତୁ। 15 ତାହାର ମୂଳ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ ତୃଣରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ। 16 ତାହା ମାନବ ହୃଦୟ ନ ହେଉ ଓ ସେ ପଶୁ ହୃଦୟ ପ୍ରାପ୍ତ ହେଉ। ଆଉ ତାହା ଉପରେ ସାତ ବର୍ଷ ଅତିବାହିତ ହୋଇ ଯାଉ।’
17 “ଜଣେ ପବିତ୍ର ସ୍ୱର୍ଗଦୂତ ଏହି ଦଣ୍ତ ଘୋଷଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ୟମାନଙ୍କ ଉପରେ ସର୍ବୋପରିସ୍ଥ ପରମେଶ୍ୱର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ୱର ନମ୍ର ଲୋକକୁ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।
18 “ମୁଁ, ରାଜା ନବୂଖଦ୍ନିତ୍ସର, ଏହି ସ୍ୱପ୍ନ ଦେଖିଥିଲି। ବର୍ତ୍ତମାନ ହେ ବେଲ୍ଟଶତ୍ସର, ଏହାର ଅର୍ଥ ବ୍ୟାଖ୍ୟା କର। ମୋ’ ରାଜ୍ୟର ସମସ୍ତ ବିଦ୍ୱାନ ଲୋକମାନେ ଏହାର ଅର୍ଥ ବ୍ୟାଖ୍ୟା କରିବାକୁ ଅକ୍ଷମ ଅଟନ୍ତି। ମାତ୍ର ତୁମ୍ଭେ କେବଳ ଜଣେ, ଯିଏ କି ଏହା କରି ପାରିବ। କାରଣ ତୁମ୍ଭ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କର ଆତ୍ମା ବିରାଜିତ ଅଟେ।”
19 ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହୋଇ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେଲ୍ଟଶତ୍ସର ସେହି ସ୍ୱପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ।”
ବେଲ୍ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ମହାଶୟ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତାହାର ଅର୍ଥ ଘଟୁ। 20-21 ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହୋଇ ବଢ଼ିଲା ଓ ଉଚ୍ଚତାରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା। ତାହାର ପତ୍ରସବୁ ସୁନ୍ଦର ହେଲା ଓ ସେଥିରେ ପ୍ରଚୁର ଫଳ ହେଲା। ସେଥିରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ଆଉ ତାହାର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ ଓ ତାହାର ଶାଖା ଗୁଡ଼ିକ ଉପରେ ଆକାଶର ପକ୍ଷୀମାନେ ବସତି କଲେ। 22 ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହୋଇଅଛନ୍ତି। କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।
23 “ଏବଂ ଆପଣ ମଧ୍ୟ ଦେଖିଲେ ଯେ, ସ୍ୱର୍ଗରୁ ପବିତ୍ର ସ୍ୱର୍ଗଦୂତ ଓହ୍ଲାଇ ଆସି କହିଲେ, ‘ଏ ବୃକ୍ଷକୁ ବିନଷ୍ଟ କରି ଛେଦନ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ। ଆଉ ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ ବର୍ଷ ଅତିକ୍ରମ କରିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।’
24 “ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମୋର ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି। 25 ତୁମ୍ଭେ ମନୁଷ୍ୟମାନଙ୍କ ସଙ୍ଗ ମଧ୍ୟରୁ ବିତାଡ଼ିତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକରରେ ତିନ୍ତିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିବ। ଶେଷରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ୱର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ୟ ଦାନ କରନ୍ତି।
26 “ଆଉ ବୃକ୍ଷର ମୂଳ, ଗଣ୍ତି ଛାଡ଼ିବାକୁ ଆଜ୍ଞା ଦିଆଯିବାର ଅର୍ଥ ଏହି ଯେ, ତୁମ୍ଭେ ପୁଣି ତୁମ୍ଭର ରାଜ୍ୟ ଫେରି ପାଇବ, କିନ୍ତୁ ତୁମ୍ଭେ ନିଶ୍ଚିତ ଅନୁଭବ କରିବା ଉଚିତ୍ ଯେ, ସର୍ବୋପରିସ୍ଥ ପରମେଶ୍ୱର ରାଜ୍ୟରେ ଶାସନ କରନ୍ତି। 27 ତେଣୁ ହେ ମହାରାଜ, ଆପଣ ମୋର ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦେଖାଇ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହାହେଲେ ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।”
28 ରାଜା ନବୂଖଦ୍ନିତ୍ସରଙ୍କ ପ୍ରତି ଏ ସମସ୍ତ ଘଟିଲା। 29-30 ସ୍ୱପ୍ନର ବର୍ଷକ ପରେ ରାଜା ନବୂଖଦ୍ନିତ୍ସର ବାବିଲର ନିଜ ପ୍ରାସାଦ ଉପରେ ବୁଲୁଥିବା ବେଳେ, ରାଜା କହିଲା, “ଏହି ବାବିଲକୁ ଦେଖ! ମୁଁ ମୋର ପ୍ରତାପରେ ଏହି ମହାନ ନଗର ନିର୍ମାଣ କରିଛି ଓ ମୋର ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କେଡ଼େ ମହାନ।”
31 ରାଜାଙ୍କ ମୁଖରୁ କଥା ଶେଷ ନ ହେଉଣୁ, ଏହି ସ୍ୱର୍ଗୀୟବାଣୀ ହେଲା, “ହେ ରାଜା ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି ଯେ ତୁମ୍ଭଠାରୁ ରାଜ୍ୟ କାଢ଼ି ନିଆଗଲା। 32 ଏବଂ ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହେବ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧ୍ୟରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିଯିବ। ଶେଷରେ ଯେ ସର୍ବୋପରିସ୍ଥ ପରମେଶ୍ୱର ସମଗ୍ର ମନୁଷ୍ୟ ଉପରେ ପ୍ରଭୁତ୍ୱ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।”
33 ସେହିସବୁ ଦଣ୍ତ ତତ୍କ୍ଷଣାତ୍ ନବୂଖଦ୍ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହୋଇ ଗୋରୁପରି ତୃଣ ଭକ୍ଷ୍ୟଣ କଲେ। ଆଉ ସେ ଆକାଶର କାକରରେ ତିନ୍ତିଲେ। ଶେଷରେ ତାହାର କେଶ ଉତ୍କ୍ରୋଶପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।
34 ଅନନ୍ତର ସେହି ସମୟର ଶେଷରେ ମୁଁ ନବୂଖଦ୍ନିତ୍ସର, ସ୍ୱର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି। ସେତେବେଳେ ମୋର ମନ ଠିକ୍ ବାଟକୁ ଆସିଗଲା। ତା’ପରେ ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କର ପ୍ରଶଂସା କଲି। ସେହି ଅନନ୍ତ ଜୀବିଙ୍କୁ ଧନ୍ୟବାଦ ଜଣାଇ ସମାଦର କଲି।
କାରଣ ତାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ
ଓ ତାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।
35 ପୁଣି ପୃଥିବୀ ନିବାସୀ ସମସ୍ତେ
ତୁଚ୍ଛ ବସ୍ତୁ ସଦୃଶ।
ଆଉ ସ୍ୱର୍ଗୀୟ ଶକ୍ତି ବଳରେ ପରମେଶ୍ୱର ନିଜ ଇଚ୍ଛାନୁସାରେ
ପୃଥିବୀ ନିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି।
କେହି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନ ପାରେ
ଓ କେହି ତାଙ୍କୁ କିଛି ପ୍ରଶ୍ନ କରି ନ ପାରେ।
36 ଆଉ ସେହି ସମୟରେ ପରମେଶ୍ୱର ମୋର ଉତ୍ତମ ବୁଦ୍ଧି ମୋତେ ଫେରାଇ ଦେଲେ। ମୋ’ ରାଜ୍ୟର ଗୌରବ ନିମନ୍ତେ ମୋର ତେଜ ଓ ପ୍ରତାପ ମୋ’ ପାଖକୁ ଫେରି ଆସିଲା। ମୋର ମନ୍ତ୍ରୀ ଓ ଅମାତ୍ୟମାନେ ପୁନର୍ବାର ମୋର ପରାମର୍ଶ ଲୋଡ଼ିଲେ। ମୁଁ ପୁନର୍ବାର ରାଜା ହେଲି ଓ ମୋର ମହିମା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଲା। 37 ଏଣୁ ମୁଁ ନବୂଖଦ୍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି।
ପରମେଶ୍ୱରଙ୍କ ସନ୍ତାନ ଜଗତ ବିରୁଦ୍ଧରେ ଜୟଲାଭ କରନ୍ତି
5 ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ। 2 ଆମ୍ଭେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଅଟୁ। 3 କାରଣ ପରମେଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ। 4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି। 5 ଆମ୍ଭର ବିଶ୍ୱାସ ଦ୍ୱାରା ଆମ୍ଭେ ଜଗତକୁ ଜିତିଛୁ। ଆମ୍ଭର ବିଶ୍ୱାସ ଜଗତକୁ ଜୟ କରେ। ଯେଉଁ ଲୋକ ବିଶ୍ୱାସ କରେ ଯେ ଯୀଶୁ ପରମେଶ୍ୱରଙ୍କ ପୁତ୍ର, ସେ ଜଗତରେ ବିଜୟୀ ହୁଏ।
ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କର ପୁତ୍ର ବିଷୟରେ କହିଲେ
6 ଯିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ [a] ସହିତ ଆସିଥିଲେ। କେବଳ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସେହି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ୟ ସାକ୍ଷ୍ୟ ଦେଲେ। ଆତ୍ମା ହିଁ ସତ୍ୟ। 7 ଯୀଶୁଙ୍କ ବିଷୟରେ ଆମ୍ଭକୁ ତିନି ଜଣ ସାକ୍ଷ୍ୟ ଦିଅନ୍ତି; 8 ପବିତ୍ରଆତ୍ମା, ଜଳ ଓ ରକ୍ତ। ଏହି ତିନି ଜଣଙ୍କ ସାକ୍ଷ୍ୟ ଏକ ଅଟେ।
9 ଯେତେବେଳେ ଲୋକମାନେ ସତ୍ୟକଥା କହନ୍ତି, ଆମ୍ଭେ ତାହା ବିଶ୍ୱାସ କରିଥାଉ। କିନ୍ତୁ ପରମେଶ୍ୱର ଯାହା କହନ୍ତି, ତାହା ତ ଅଧିକ ବିଶ୍ୱାସ ଯୋଗ୍ୟ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ସାକ୍ଷ୍ୟ ଦିଅନ୍ତି। 10 ପରମେଶ୍ୱରଙ୍କର ପୁତ୍ରଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତି ନିଜ ହୃଦୟରେ ସେହି ବାକ୍ୟ ସାକ୍ଷ୍ୟ ପାଇଅଛି। ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁ ନ ଥିବା ବ୍ୟକ୍ତି ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରିଦିଏ, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ସମ୍ବନ୍ଧରେ ଯାହା କହିଛନ୍ତି, ସେ ତାହା ବିଶ୍ୱାସ କରେ ନାହିଁ। 11 ପରମେଶ୍ୱର ଏହା କହନ୍ତି: ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି। 12 ଯିଏ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି। କିନ୍ତୁ ଯେ ପରମେଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ପାଇ ନାହିଁ।
ବର୍ତ୍ତମାନ ଆମ୍ଭ ପାଖରେ ଅନନ୍ତ ଜୀବନ ଅଛି
13 ହେ ପରମେଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଥିବା ଲୋକମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। 14 ଆମ୍ଭେ ନିସନ୍ଦେହରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠାରେ ଆମ୍ଭର ଏହି ଭରସା ଅଛି ଯେ ଯେତେବେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାୟୀ ତାହାଙ୍କୁ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି। 15 ପ୍ରତ୍ୟେକ ସମୟରେ ସେ ଆମ୍ଭର ମାଗୁଣି ଶୁଣନ୍ତି। ତେଣୁ ଆମ୍ଭେ ତାହାଙ୍କୁ ଯାହା ମାଗୁ, ତାହା ସେ ଦେବେ ବୋଲି ଜାଣୁ।
16 ଯଦି କେହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସେହି ପାପ ମୃତ୍ୟୁଜନକ, ତେବେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍। ତହିଁରେ ପରମେଶ୍ୱର ସେମାନଙ୍କୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସେମାନଙ୍କୁ ଅନନ୍ତ ମୃତ୍ୟୁ ପାଖକୁ ନେଇ ଯାଇପାରିବ ନାହିଁ। ଏପରି ପାପ ମଧ୍ୟ ଅଛି, ଯାହାର ପରିଣାମ ମୃତ୍ୟୁ ଅଟେ। ମୁଁ ତୁମ୍ଭମାନଙ୍କୁ ସେହିପରି ପାପ ବିଷୟରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ। 17 ସମସ୍ତ ମନ୍ଦ କାମ ପାପ ଅଟେ। କିନ୍ତୁ ଏପରି ପାପ କାମ ମଧ୍ୟ ଅଛି ଯାହା ଅନନ୍ତ ମୃତ୍ୟୁ ଆଡ଼କୁ ନେଇଯାଏ ନାହିଁ।
18 ଆମ୍ଭେ ଜାଣୁ ଯେ, ପରମେଶ୍ୱରଙ୍କର ସନ୍ତାନ ହୋଇଥିବା ବ୍ୟକ୍ତି ଆଉ ପାପରେ ଲିପ୍ତ ରହେ ନାହିଁ। ବରଂ ପରମେଶ୍ୱରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା’ର କିଛି କ୍ଷତି କରିପାରେ ନାହିଁ। 19 ଆମ୍ଭେ ଜାଣୁ, ଯେ ଆମ୍ଭେ ପରମେଶ୍ୱରଙ୍କର ଅଟୁ ମାତ୍ର ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣରେ ଅଛି। 20 ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ପରମେଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ୱରଙ୍କୁ ଜାଣିପାରୁ। ସେହି ପରମେଶ୍ୱର ସତ୍ୟ ଅଟନ୍ତି। ସେହି ସତ୍ୟମୟ ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଜୀବନ ଅଛି। 21 ତେଣୁ ପ୍ରିୟ ପିଲାମାନେ, ତୁମ୍ଭେମାନେ ସବୁ ନିଜ ନିଜକୁ ଭଣ୍ଡ ଦେବତାମାନଙ୍କଠାରୁ ଦୂରରେ ରଖ।
2010 by World Bible Translation Center