Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଦାନିୟେଲଙ୍କ ପୁସ୍ତକ 11-12

11 “ପୁଣି ମାଦୀୟ ଦାରିୟାବସର ଅଧିକାରର ପ୍ରଥମ ବର୍ଷରେ ଆମ୍ଭେ ତାହାକୁ ସୁସ୍ଥିର ଓ ସବଳ କରିବା ପାଇଁ ଠିଆ ହେଲୁ।

“ବର୍ତ୍ତମାନ, ହେ ଦାନିୟେଲ, ଆମ୍ଭେ ତୁମ୍ଭକୁ ସତ୍ୟ କଥା ଜଣାଇବା। ପାରସ୍ୟର ଆଉ ତିନି ରାଜା ଜନ୍ମ ନେବେ। ତା’ପରେ ଚତୁର୍ଥ ରାଜା ଯେ ଆସିବ, ସେ ସବୁଠାରୁ ଅଧିକ ଧନଶାଳୀ ହେବ। ଆଉ ଆପଣା ଧନରେ ବଳବାନ ହେବ ଓ ଗ୍ରୀସ୍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ। ତା’ପରେ ଏକ ମହା ପରାକ୍ରମୀ ରାଜା ଉତ୍ପନ୍ନ ହେବ, ସେ ମହା କର୍ତ୍ତୃତ୍ୱରେ ରାଜତ୍ୱ କରିବ ଓ ସ୍ୱେଚ୍ଛାଗ୍ଭରୀ ହୋଇ କର୍ମ କରିବ। ସେହି ରାଜା ଯିବାପରେ, ତାଙ୍କର ରାଜ୍ୟ ଗ୍ଭରିଭାଗରେ ବିଭକ୍ତ ହେବ। ତାଙ୍କର ପ୍ରଭୁତ୍ୱ ତାଙ୍କ ପୁତ୍ର ନାତିଙ୍କ ମଧ୍ୟରେ ଦିଆଯିବ ନାହିଁ। ଏହା ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ ହେବ। ସେହି ରାଜ୍ୟଗୁଡ଼ିକ ପ୍ରଥମ ରାଜ୍ୟପରି ଶକ୍ତିଶାଳୀ ହେବ ନାହିଁ।

“ଦକ୍ଷିଣର ରାଜା ଶକ୍ତିଶାଳୀ ହେବେ କିନ୍ତୁ ତାଙ୍କର ସେନାପତିମାନଙ୍କ ମଧ୍ୟରୁ ଜଣେ ରାଜାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ସେ ଦକ୍ଷିଣ ରାଜାଙ୍କ ଅପେକ୍ଷା ବୃହତ୍ ରାଜ୍ୟରେ ରାଜତ୍ୱ କରିବ।

“ମାତ୍ର କିଛି ବର୍ଷ ପରେ ସେମାନେ ଏକତ୍ରିତ ହେବେ। ଦକ୍ଷିଣ ରାଜ୍ୟର ରାଜକନ୍ୟା ଉତ୍ତରର ରାଜାକୁ ବିବାହ କରିବେ ମାତ୍ର ସେହି ରାଜକୁମାରୀ ନିଜ ଶକ୍ତି ଓ ଶାନ୍ତି ହରାଇବେ, ତା’ର ସ୍ୱାମୀ ଦୁର୍ବଳ ହେବେ। ସେ ଓ ତାଙ୍କର ସ୍ୱାମୀ, ସେମାନଙ୍କର ସନ୍ତାନ ଏବଂ ତାହାର ଦାସମାନଙ୍କୁ ହସ୍ତାନ୍ତର କରାଯିବ।

“ମାତ୍ର ତାହାର ପରିବାରରୁ କେହି ଜଣେ ବ୍ୟକ୍ତି ଉତ୍ତର ଦେଶସ୍ଥ ସୈନ୍ୟବାହିନୀକୁ ଆକ୍ରମଣ କରିବ। ଏବଂ ସେହି ଯୁଦ୍ଧରେ ସେ ଜୟଯୁକ୍ତ ହେବ। ସେ ସେମାନଙ୍କର ପ୍ରତିମାଗୁଡ଼ିକୁ, ସେମାନଙ୍କର ଦେବଗଣଙ୍କୁ ଓ ସୁନା, ରୂପାର ମନୋହର ପାତ୍ରଗୁଡ଼ିକୁ ମିଶରକୁ ନେଇଯିବ। କିଛି ବର୍ଷ ପାଇଁ ସେ ଉତ୍ତର ଦେଶୀୟ ରାଜାଙ୍କ ପାଇଁ ଆଉ ବିବ୍ରତ ହେବ ନାହିଁ। ଉତ୍ତରର ରାଜା ଦକ୍ଷିଣର ରାଜ୍ୟକୁ ଆକ୍ରମଣ କରିବ। ମାତ୍ର ସେ ଯୁଦ୍ଧରେ ହାରି ଆପଣା ଦେଶକୁ ଫେରିଯିବ।

10 “ଆଉ ତାହା ପୁତ୍ରଗଣ ଯୁଦ୍ଧ କରିବେ। ସେମାନେ ଏକ ବିରାଟ ସୈନ୍ୟବାହିନୀ ସଂଗ୍ରହ କରିବେ। ଆଉ ଦକ୍ଷିଣରେ ସେମାନେ ବନ୍ୟାଜଳ ତୁଲ୍ୟ ଉଚ୍ଛୁଳି ବହିଯିବେ। ଏବଂ ସେମାନେ ଦକ୍ଷିଣ ରାଜାଙ୍କର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ। 11 ସେତେବେଳେ ଦକ୍ଷିଣ ଦେଶର ରାଜା କ୍ରୋଧାନ୍ୱିତ ହୋଇ ଉତ୍ତର ଦେଶୀୟ ରାଜାଙ୍କ ସହିତ ଯୁଦ୍ଧରେ ଅଗ୍ରସର ହେବେ। ଯଦିଓ ଉତ୍ତର ଦେଶୀୟ ରାଜାଙ୍କର ବୃହତ୍ତ ସୈନ୍ୟବାହିନୀ ଥିବ, ତଥାପି ସେ ଯୁଦ୍ଧରେ ହାରିବ। 12 ଉତ୍ତରର ରାଜା ହାରିବା ପରେ ତାଙ୍କର ସୈନ୍ୟମାନଙ୍କୁ ବନ୍ଦୀକରି ନିଆଯିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହୋଇ ହଜାର ହଜାର ସୈନ୍ୟଙ୍କୁ ବଧ କରିବ। ତଥାପି ସେ ନିୟନ୍ତ୍ରଣରେ ରହିବ ନାହିଁ। 13 ଆଉ ଉତ୍ତର ଦେଶର ରାଜା ଫେରି ଏକ ବୃହତ୍ ସୈନ୍ୟବାହିନୀ ସଂଗ୍ରହ କରିବ। ବହୁ ବର୍ଷ ପରେ ପୂର୍ବାପେକ୍ଷା ବିପୁଳ ସୈନ୍ୟ ସାମନ୍ତ ନେଇ ଦକ୍ଷିଣ ଦେଶ ଆକ୍ରମଣ କରିବ। ସେହି ସୈନ୍ୟମାନଙ୍କ ହସ୍ତରେ ବିପୁଳ ଅସ୍ତ୍ର ଶସ୍ତ୍ର ରହିବ ଓ ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିବେ।

14 “ସେ ସମୟରେ ଅନେକ ଲୋକ ଦକ୍ଷିଣ ଦେଶ ବିରୁଦ୍ଧରେ ଉଠିବେ। ତୁମ୍ଭ ଲୋକମାନଙ୍କ ମଧ୍ୟରେ ବିଦ୍ରୋହୀମାନେ ଦକ୍ଷିଣ ଦେଶୀୟ ବିରୁଦ୍ଧରେ ଏହି ଦର୍ଶନ ପାଇଁ ଯୁଦ୍ଧ କରିବେ। ମାତ୍ର ସେମାନେ ପତିତ ହେବେ। 15 ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ। ସେତେବେଳେ ଦକ୍ଷିଣ ଦେଶର ସୈନ୍ୟବାହିନୀ ଓ ମନୋନୀତ ଲୋକମାନେ ତାଙ୍କୁ ପ୍ରତିରୋଧ କରି ପାରିବେ ନାହିଁ। ଏପରିକି ମହାଶକ୍ତିଶାଳୀ ସୈନ୍ୟମାନେ ମଧ୍ୟ ତାଙ୍କୁ ବାଧା ଦେଇ ପାରିବେ ନାହିଁ।

16 “ଉତ୍ତର ଦେଶର ରାଜା ନିଜ ଇଚ୍ଛାନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ତା’ର ବିପକ୍ଷରେ କେହି ଠିଆ ହେବେ ନାହିଁ। ଆଉ ସେ ସେହି ପବିତ୍ର ଦେଶରେ ଠିଆ ହେବ ଓ ତାହା ହସ୍ତରେ ବିନାଶର ଶକ୍ତି ରହିବ। 17 ଉତ୍ତର ଦେଶର ରାଜା ତାହାର ସମସ୍ତ ଶକ୍ତି ଦକ୍ଷିଣ ଦେଶ ବିରୁଦ୍ଧରେ ଲଗାଇବ। ସେ ଦକ୍ଷିଣ ଦେଶର ରାଜା ସହିତ ଏକ ଶାନ୍ତି ଚୁକ୍ତି କରିବ। ଏହାକୁ ନଷ୍ଟ କରିବା ପାଇଁ, ନିଜ କନ୍ୟାଗଣ ମଧ୍ୟରୁ ଜଣକୁ ଦକ୍ଷିଣର ରାଜା ସହିତ ବିବାହ ଦେବ। ତା’ର ଯୋଜନା ଫଳପ୍ରଦ ଦେବ ନାହିଁ କି ତାକୁ କେହି ସାହାଯ୍ୟ କରିବେ ନାହିଁ।

18 “ଏହା ପରେ ସେ ଉପକୂଳବର୍ତ୍ତୀ ଅଞ୍ଚଳ ବିରୁଦ୍ଧରେ ଯାଇ ଅନେକଙ୍କୁ କାବୁ କରିବ। ମାତ୍ର ଜଣେ ଅଧିପତି ତାକୁ ପରାସ୍ତ କରିବ। ସେ ତାହା ବିରୁଦ୍ଧରେ ଯାଇ ତାକୁ ଅପମାନିତ କରିବ।

19 “ଏହା ପରେ ସେ ଆପଣା ଦେଶର ଦୁର୍ଗ ଆଡ଼େ ଫେରିବ ମାତ୍ର ସେଠାରେ ତା’ର ପତନ ଘଟିବ ଓ ସେ ଶେଷ ହେବ।

20 “ସେ ଉତ୍ତର ଦେଶର ରାଜାଙ୍କ ଅନ୍ତେ ଜଣେ ନୂତନ ରାଜା ଆସିବେ। ସେ ରାଜା ଜଣଙ୍କ ରାଜକୀୟ ପରିବାରରୁ ଆସିବେ ନାହିଁ। ନିଜର ସୁଖ ବୃଦ୍ଧି ପାଇଁ ଧନ ଉପାର୍ଜନ କରିବା ନିମନ୍ତେ ଜଣେ କରଆଦାୟକାରୀଙ୍କୁ ନିଯୁକ୍ତ କରିବ। ମାତ୍ର ଅଳ୍ପଦିନ ପରେ, ସେ ବିନଷ୍ଟ ହେବ, ମାତ୍ର କ୍ରୋଧରେ ନୁହେଁ କି ଯୁଦ୍ଧରେ ନୁହେଁ।

21 “ଜଣେ ନିଷ୍ଠୁର ଓ ଘୃଣ୍ୟ ବ୍ୟକ୍ତି ତାଙ୍କ ପରେ ରାଜ୍ୟ ପ୍ରାପ୍ତ ହେବ। ମାତ୍ର ସେ ନିରାପଦ ସମୟରେ ଆସିବ ଓ ଗ୍ଭଟୁବାକ୍ୟଦ୍ୱାରା ରାଜ୍ୟ ପାଇବ। 22 ସେ ବୃହତ ଓ ଶକ୍ତିଶାଳୀ ସୈନ୍ୟବାହିନୀକୁ ପରାସ୍ତ କରିବ ଓ ସେ ପରମେଶ୍ୱରଙ୍କ, ଲୋକମାନଙ୍କ ଦ୍ୱାରା ମନୋନୀତ ଅଧିପତିକୁ ଧ୍ୱଂସ କରିବ। 23 ବହୁଦେଶ ତାଙ୍କ ସହିତ ଚୁକ୍ତି ସ୍ଥିର କରିବେ, ମାତ୍ର ସେ ପ୍ରତାରଣା ପୂର୍ବକ କାର୍ଯ୍ୟ କରିବ। କାରଣ ସେ ଅଳ୍ପ ଲୋକଙ୍କ ଦ୍ୱାରା ପରାକ୍ରମୀ ହେବ।

24 “ଯେତେବେଳେ ଧନଶାଳୀ ଦେଶଗୁଡ଼ିକ ନିରାପଦ ଅନୁଭବ କରିବେ, ସେ ସେମାନଙ୍କୁ ଆକ୍ରମଣ କରିବ। ତାହା ପିତୃ ପିତାମହଗଣ ଯାହା କରି ନ ଥିଲେ ସେ ତାହା କରିବ। ସେ ତାକୁ ବନ୍ଧୁମାନଙ୍କ ମଧ୍ୟରେ ଲୁଣ୍ଠିତ ଦ୍ରବ୍ୟ ଅପହୃତ ବସ୍ତୁ ଓ ଧନ ବାଣ୍ଟି ଦେବ। ସେ ଅଳ୍ପ ସମୟ ପାଇଁ ସଫଳ ହେବ।

25 “ପୁଣି ସେ ମହା ସୈନ୍ୟଦଳ ସଙ୍ଗରେ ନେଇ ଦକ୍ଷିଣ ଦେଶ ବିରୁଦ୍ଧରେ ଆପଣା ବଳ ଓ ସାହସ ଦେଖାଇବ। ତେଣୁ ଦକ୍ଷିଣ ଦେଶର ରାଜା ଅତି ବୃହତ୍ ଓ ପରାକ୍ରମୀ ସୈନ୍ୟଦଳ ଘେନି ତାହା ସଙ୍ଗେ ଯୁଦ୍ଧ କରିବ। ମାତ୍ର ସେ ସ୍ଥିର ହୋଇ ରହିବ ନାହିଁ, କାରଣ ସେମାନେ ତାହା ବିରୁଦ୍ଧରେ ନାନା କୌଶଳ କଳ୍ପନା କରିବେ। 26 ଯେଉଁମାନେ ତା’ର ସପକ୍ଷରେ ଥିବେ ସେମାନେ ତାକୁ ବିନାଶ କରିବେ। ତା’ର ସୈନ୍ୟବାହିନୀ ପରାସ୍ତ ହେଲା ପରେ ବହୁସୈନ୍ୟ ନିହତ ହେବେ। 27 ପୁଣି ଦୁଇ ରାଜା ପରସ୍ପରର ଅନିଷ୍ଟ କରିବାକୁ ଚେଷ୍ଟା କରିବେ। ସେମାନେ ଏକା ମେଜ ଉପରେ ବସି ପରସ୍ପର ମିଥ୍ୟା କଥା କହିବେ। ମାତ୍ର ସେମାନେ ସଫଳ ହେବେ ନାହିଁ। କାରଣ ପରମେଶ୍ୱର ସେମାନଙ୍କର ସମାପ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିରୂପଣ କରିବେ।

28 “ତା’ପରେ ଉତ୍ତରର ରାଜା ଅନେକ ସମ୍ପତ୍ତି ନେଇ ନିଜ ଦେଶକୁ ଫେରିଯିବ। ତା’ର ଚିତ୍ତ ପବିତ୍ର ଚୁକ୍ତିର ପ୍ରତିକୂଳରେ ଯିବ। ସେ ପରମେଶ୍ୱରଙ୍କର ଲୋକମାନଙ୍କୁ ଆକ୍ରମଣ କରିବ ଏବଂ ନିଜ ଇଚ୍ଛାରେ କର୍ମ କରିବ।

29 “ନିରୂପିତ ସମୟରେ ସେ ପୁଣି ଦକ୍ଷିଣ ବିରୁଦ୍ଧରେ ଯିବ। ମାତ୍ର ପୂର୍ବପରି ସେ ଆଉ ସଫଳ ହେବ ନାହିଁ। 30 କାରଣ କିତ୍ତିମର ଜାହାଜ ସବୁ ତା’ର ବିରୁଦ୍ଧରେ ଆସିବ। ଏଥିପାଇଁ ସେ, ଦୁଃଖିତ ହୋଇ ଫେରିଯିବ ଓ ପବିତ୍ର ଚୁକ୍ତିର ପ୍ରତିକୂଳରେ କ୍ରୋଧ କରି ସ୍ୱେଚ୍ଛାମତେ କାର୍ଯ୍ୟ କରିବ। ସେ ଫେରିଯାଇ ପବିତ୍ର ଚୁକ୍ତି ଭଙ୍ଗକାରୀ ଲୋକଙ୍କ ସହିତ ଯୋଗ ଦେବ। 31 ଉତ୍ତରର ରାଜା ଯିରୁଶାଲମକୁ ସୈନ୍ୟଗଣ ପଠାଇଲେ ଏବଂ ମନ୍ଦିର ତିଆରି କଲେ ଏବଂ ଦୁର୍ଗକୁ ଅଶୁଚି କଲେ। ସେମାନେ ନିତ୍ୟ ନୈବେଦ୍ୟ ବନ୍ଦ କରିବେ ଏବଂ ଅତି ମନ୍ଦ ଘୃଣା ପ୍ରତି ମୂର୍ତ୍ତି ସ୍ଥାପନ କରିବେ।

32 “ସେ ଅବିଶ୍ୱସ୍ତ ଯିହୁଦୀମାନଙ୍କୁ ଛଳନା କଥା କହି, ବିପଥଗାମୀ କରିବେ। ମାତ୍ର ଯେଉଁ ଯିହୁଦୀମାନେ ଆପଣା ପରମେଶ୍ୱରଙ୍କୁ ଶକ୍ତିଶାଳୀ ବୋଲି ଜାଣନ୍ତି ସେମାନେ ମହତ୍ କର୍ମ କରିବେ।

33 “ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଜ୍ଞାନୀ, ସେମାନେ ଅନେକଙ୍କୁ ଉପଦେଶ ଦେବେ। ତଥାପି ବହୁ ଦିନ ପର୍ଯ୍ୟନ୍ତ ସେମାନେ ‌‌ଖ‌ଡ଼୍‌ଗରେ, ଅଗ୍ନିଶିଖାରେ, ବନ୍ଦୀ ଅବସ୍ଥାରେ ଓ ଲୁ‌ଟ୍‌ରେ ପତିତ ହେବେ। 34 ଯେତେବେଳେ ସେମାନେ ପତିତ ହେବେ, ସେତେବେଳେ ସେମାନେ ଅଳ୍ପ ସାହାଯ୍ୟ ପ୍ରାପ୍ତ ହେବେ। ମାତ୍ର ଅନେକେ ଗ୍ଭଟୁକାର ସେମାନଙ୍କ ସଙ୍ଗେ ଯୋଗ ହେବେ। 35 କେତେକ ଜ୍ଞାନୀ ଲୋକଙ୍କର ପତନ ଘଟିବ ଓ ସେମାନେ ଭୁଲ କରିବେ। ମାତ୍ର ସେହି ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ଶେଷ ସମୟ ପର୍ଯ୍ୟନ୍ତ ପତିତ ହେବେ। ସେହି ସମୟ ଆସିବ ଯେତେବେଳେ ପରମେଶ୍ୱର ନିଷ୍ପତ୍ତି କରିବେ।

ରାଜା ନିଜକୁ ପ୍ରଶଂସା କରନ୍ତି

36 “ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦେବତାଠାରୁ ନିଜକୁ ବଡ଼ ବୋଲି ସେ ଗର୍ବ କରିବ। ପୁଣି ସେ ଈଶ୍ୱରଗଣଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ଶକ୍ତିଶାଳୀ କଥା କହିବ। ତା’ର କ୍ରୋଧ ଫଳବତୀ ନ ହେବା ପର୍ଯ୍ୟନ୍ତ ସେ ସଫଳ ହେବେ। କାରଣ ଯାହା ପରମେଶ୍ୱରଙ୍କ ଯୋଜନା କରିଛନ୍ତି ତାହା ହେବ।

37 “ସେ ଆପଣା ପିତୃଗଣର ପ୍ରତିମାମାନଙ୍କୁ ମାନିବ ନାହିଁ। ସ୍ତ୍ରୀମାନଙ୍କ କୌଣସି ଦେବତାଙ୍କୁ ମାନିବ ନାହିଁ। କାରଣ ସେ ସମସ୍ତଙ୍କଠାରୁ ନିଜକୁ ବଡ଼ ମନେ କରିବ। 38 ସେହି ରାଜା କେବଳ ଶକ୍ତିର ଦେବତାକୁ ଆରାଧନା କରିବ। ସେ ଶକ୍ତି ଓ ସାମର୍ଥକୁ ଆରାଧନା କରିବ। ସେ ତାହାର ପୂର୍ବପୁରୁଷଗଣର ଦେବତାଙ୍କୁ ଆରାଧନା କରିବ ନାହିଁ। ସେ ଶକ୍ତିର ଦେବତାଙ୍କୁ ସୁନା, ରୂପା ଓ ମୂଲ୍ୟବାନ ପଥର ଦେଇ ଆରାଧନା କରିବ।

39 “ସେ ବିଦେଶୀୟ ଦେବତା ଶକ୍ତିର ଦେବତାର ସାହାଯ୍ୟରେ, ମ‌ଜ୍‌ବୁତ୍ ଦୁର୍ଗର ପ୍ରତିକୂଳରେ କାର୍ଯ୍ୟ କରିବ। ଯେକେହି ତାକୁ ସ୍ୱୀକାର କରିବ ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନେକଙ୍କ ଉପରେ ସେମାନଙ୍କୁ କର୍ତ୍ତୃତ୍ୱ ପଦ ଦେବ ଓ ଟଙ୍କା ପରିବର୍ତ୍ତେ ଭୂମି ବିଭାଗ କରିବ।

40 “ଆଉ ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁତୁଲ୍ୟ ଆସିବ। ସେ ନାନା ଦେଶରେ ପ୍ରବେଶ କରି ବନ୍ୟା ପରି ବହିଯିବ। 41 ଉତ୍ତର ଦେଶର ରାଜା ରମ୍ୟ ଦେଶରେ ପ୍ରବେଶ କରିବ ତହିଁରେ ଅନେକ ଦେଶ ପରାସ୍ତ ହେବେ। ମାତ୍ର ଇଦୋମ, ମୋୟାବ ଓ ଅମୋନ ଓ ସନ୍ତାନଗଣର ଅଧିପତି ତାଙ୍କ ହସ୍ତରୁ ରକ୍ଷା ପାଇବେ। 42 ‌ଆହୁରି ସେ ନାନା ଦେଶ ମଧ୍ୟରେ ଆପଣା ହସ୍ତ ପ୍ରସାରିବ ଓ ମିଶର ମଧ୍ୟ ରକ୍ଷା ପାଇବ ନାହିଁ। 43 ସେ ମିଶର ଦେଶରେ ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟ ସବୁ ତାହାର ହସ୍ତଗତ ହେବ। ଆଉ ଲୁଦିୟ କୂଶୀୟମାନେ ତା’ର ଅନୁଚର ହେବେ। 44 ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉ‌‌ଦ୍‌‌ବିଗ୍ନ କରିବ। ତହିଁରେ ସେ ଅନେକଙ୍କୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ପାଇଁ ମହାକୋପରେ ଯାତ୍ରା କରିବ। 45 ଏବଂ ସେ ସାଗର ଓ ରମ୍ୟ ପବିତ୍ର ପର୍ବତର ମଧ୍ୟରେ ଆପଣା ରାଜକୀୟ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହେବ ଓ କେହି ତାହାକୁ ସାହାଯ୍ୟ କରିବେ ନାହିଁ।

12 ସେହି ଲୋକଟି ଦର୍ଶନରେ କହିଲେ, “ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ଯିହୁଦୀଙ୍କ, ତତ୍ତ୍ୱାବଧାରକ ରୂପେ ମୀଖାୟେଲ ମୁଖ୍ୟ ଅଧିପତିରୂପେ ଠିଆ ହେବେ। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇ ନାହିଁ। ଆଉ ତୁମ୍ଭ ଯିହୁଦୀୟ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ। କେତେକ ଅନନ୍ତ ଜୀବନ, କେତେକ ଲଜ୍ଜା ଓ କେତେକ ଚିର ଅପମାନ ଭୋଗ ପାଇଁ ଉଠିବେ। ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ୟ ହେବେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ଯ୍ୟ କରିବେ, ଶେଷ ସମୟ ପର୍ଯ୍ୟନ୍ତ ତାରାଗଣ ତୁଲ୍ୟ ଉଜ୍ଜ୍ୱଳ ହେବେ।

“ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନେକ ଏଣେତେଣେ ପ୍ରକୃତ ଜ୍ଞାନର ଅନ୍ୱେଷଣ କରିବେ ଓ ଜ୍ଞାନର ବୃଦ୍ଧି ହେବ।”

ସେତେବେଳେ ମୁଁ ଦାନିୟେଲ ଅନାଇ ଦେଖିଲି, ଅନ୍ୟ ଦୁଇଜଣ ଠିଆ ହୋଇଅଛନ୍ତି, ଜଣେ ନଦୀତୀରର ଏ ପାଖରେ ଓ ଅନ୍ୟଜଣକ ନଦୀର ସେ ପାଖରେ। ଏବଂ ସେ ଶୁକ୍ଳବସ୍ତ୍ର ପରିହିତ ଓ ନଦୀର ଜଳ ଉପରିସ୍ଥ ଯେଉଁ ମନୁଷ୍ୟ, ତାହାଙ୍କୁ ଏକ ବ୍ୟକ୍ତି ପଗ୍ଭରିଲେ, “ଏହିସବୁ ଆଶ୍ଚର୍ଯ୍ୟ ବିଷୟ ଘଟିବା ପାଇଁ କେତେକ ସମୟ ଲାଗିବ?”

ତା’ପରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ର ପରିହିତ ଲୋକଟି ତା’ର ହସ୍ତ ଉପରକୁ ଟେକି ପରମେଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଏହା ସାଢ଼େ ତିନି ବର୍ଷ ଯିବ। ଏହି ସମସ୍ତ ସତ୍ୟ ହେବ ଯେତେବେଳେ ପବିତ୍ର ଲୋକମାନଙ୍କର ଯନ୍ତ୍ରଣା ଶେଷ ହେବ।”

ମୁଁ ଯଦିଓ ଉତ୍ତର ଶୁଣିଲି, ମାତ୍ର ବୁଝିଲି ନାହିଁ, ତହୁଁ ମୁଁ କହିଲି, “ହେ ମୋର ପ୍ରଭୁ, ଏସବୁର ପରିଣାମ କ’ଣ ହେବ?”

ତେଣୁ ସେ କହିଲେ, “ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ ଓ ମୁଦ୍ରିତ ହୋଇଅଛି। 10 ଅନେକ ଲୋକ ନିଜକୁ ସ୍ୱଚ୍ଛ ଓ ନିର୍ମଳମୟ ମନ କରିବେ। ମାତ୍ର ଦୁଷ୍ଟମାନଙ୍କର ଦୁଷ୍ଟାଚରଣ ବଢ଼ି ବଢ଼ି ଗ୍ଭଲିବ। ଦୁଷ୍ଟମାନଙ୍କ ମଧ୍ୟରୁ କେହି ହୃ‌ଦ୍‌ବୋଧ କରିବେ ନହିଁ। ମାତ୍ର ଜ୍ଞାନୀ ଲୋକମାନେ ଏସବୁ ବୁଝିବେ।

11 “ପୁଣି ଯେଉଁ ସମୟରେ ନିତ୍ୟ ବଳିଦାନ ନିବୃତ୍ତ ହେବ ଓ ବିନାଶକାରୀଙ୍କ ଘୃଣାଯୋଗ୍ୟ ବସ୍ତୁ ସ୍ଥାପିତ ହେବ ସେହି ସମୟଠାରୁ 1290 ଦିନ ହେବ। 12 ଯେଉଁ ଲୋକ ଅପେକ୍ଷା କରିବ ଓ 1335 ଦିନ ପର୍ଯ୍ୟନ୍ତ ଥିବ, ସେ ଧନ୍ୟ।

13 “ମାତ୍ର ଶେଷକାଳ ପର୍ଯ୍ୟନ୍ତ ତୁମ୍ଭେ, ଦାନିୟେଲ ନିଜ ପଥରେ ଗମନ କର। କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶେଷରେ ନିଜର ଅଧିକାରରେ ଛିଡ଼ା ହେବ।”

ଯିହୂଦାଙ୍କ ପତ୍ର

ମୁଁ ଯିହୂଦା, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଓ ଯାକୁବଙ୍କର ଭାଇ ଅଟେ।

ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ଆହ୍ୱାନ ପାଇଛନ୍ତି ସେମାନଙ୍କ ନିକଟକୁ ଲେଖୁଛି। ପରମ ପିତା ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରେମ କରନ୍ତି ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ସୁରକ୍ଷିତ ଭାବେ ରଖାଯାଇଛ।

ପରମେଶ୍ୱରଙ୍କର ଦୟା, ପ୍ରେମ ଓ ଶାନ୍ତି ପ୍ରଚୁର ଭାବରେ ତୁମ୍ଭେମାନେ ଭୋଗ କର।

ଭୁଲ୍ କରୁଥିବା ଲୋକମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ

ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହୋଇଥିବା ପରିତ୍ରାଣ ସମ୍ବନ୍ଧରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ୟକ ଇଚ୍ଛା କଲି; ମୁଁ ତୁମ୍ଭକୁ ବିଶ୍ୱାସ ସକାଶେ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଗ୍ଭହେଁ। ପରମେଶ୍ୱର ତାହାଙ୍କର ପବିତ୍ର ଲୋକମାନଙ୍କୁ ସେହି ବିଶ୍ୱାସ ଦେଇଥିଲେ। ପରମେଶ୍ୱର ଏକାଥରକେ ଏହି ବିଶ୍ୱାସ ଦେଇଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ। କେତେକ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳରେ ପ୍ରବେଶ କରିଛନ୍ତି। ସେମାନେ ସେମାନଙ୍କର କାର୍ଯ୍ୟ ପାଇଁ ଦୋଷୀ ବିବେଚିତ ହୋଇ ସାରିଲେଣି। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ୱରଙ୍କର ବିରୋଧୀ। ସେମାନେ ପାପପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଆମ୍ଭ ପରମେଶ୍ୱରଙ୍କର ଅନୁଗ୍ରହକୁ ଅପବ୍ୟବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।

ତୁମ୍ଭେ ଆଗରୁ ଜାଣିଥିବା କେତେକ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହେଁ। ମନେରଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିଶର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ୱାସୀ ଲୋକମାନଙ୍କୁ ଧ୍ୱଂସ କରିଦେଲେ। ତୁମ୍ଭେ ସେହି ସ୍ୱର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସେମାନେ ତାହାକୁ ରଖିପାରିଲେ ନାହିଁ। ସେମାନେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସେମାନଙ୍କୁ ଅନ୍ଧକାରରେ ରଖିଛନ୍ତି। ସେମାନେ ଅନନ୍ତକାଳୀନ ବନ୍ଧନରେ ବନ୍ଧା ହୋଇଛନ୍ତି। ସେ ସେମାନଙ୍କୁ ମହାବିଗ୍ଭର ଦିନ ପର୍ଯ୍ୟନ୍ତ ରଖିଛନ୍ତି। ସଦୋମ, ଗମୋରା ଓ ତା’ ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସେମାନେ ଠିକ୍ ସେହି ସ୍ୱର୍ଗଦୂତମାନଙ୍କ ପରି। ସେହି ନଗରଗୁଡ଼ିକ ବ୍ୟଭିଗ୍ଭର ପାପ ଓ ଅସ୍ୱାଭାବିକ କାମୁକତାରେ ପରିପୂର୍ଣ୍ଣ ଥିଲା। ସେମାନେ ଅନନ୍ତ ଅଗ୍ନି ଦଣ୍ଡରେ ଦଣ୍ଡିତ ହେଲେ। ସେମାନଙ୍କର ଦଣ୍ଡ ଆମ୍ଭମାନଙ୍କ ଆଗରେ ଗୋଟିଏ ଉଦାହରଣ ସ୍ୱରୂପ ରହିଛି।

ତୁମ୍ଭମାନଙ୍କ ଦଳରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସେମାନେ ସ୍ୱପ୍ନ ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ସେମାନେ ନିଜ ଶରୀରକୁ ପାପ କାର୍ଯ୍ୟରେ ଦୂଷିତ କରନ୍ତି। ସେମାନେ ପରମେଶ୍ୱରଙ୍କର କର୍ତ୍ତୃତ୍ୱକୁ ଅସ୍ୱୀକାର କରନ୍ତି ଓ ଗୌରବମୟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ବହୁତ ମନ୍ଦ କଥା କହନ୍ତି। ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲ ମଧ୍ୟ ଏହା କରି ନ ଥିଲେ। ସେ ମୋଶାଙ୍କ ଶରୀର ନେବା ବିଷୟରେ ଶୟତାନ ସହିତ ଯୁକ୍ତି କରିଥିଲେ। କିନ୍ତୁ ମୀଖାୟେଲ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, “ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”

10 କିନ୍ତୁ ଏହି ଲୋକମାନେ ଗୋଟିଏ କଥା ନ ବୁଝି, ସେ ବିଷୟରେ ସମାଲୋଚନା କରନ୍ତି। ସେମାନେ ଅଳ୍ପ କିଛି ବୁଝନ୍ତି। କିନ୍ତୁ ସେମାନେ ଚିନ୍ତା ନ କରି ବୁଝନ୍ତି। କେବଳ ମୂକ ପଶୁମାନଙ୍କ ପରି ସ୍ପର୍ଶ କରି ବୁଝନ୍ତି। ଏହି ବିଷୟ ଗୁଡ଼ିକ ହେତୁ ସେମାନେ ବିନଷ୍ଟ ହୁଅନ୍ତି। 11 ଏହା ସେମାନଙ୍କ ପାଇଁ ଖରାପ ଅଟେ। ଏହି ଲୋକମାନେ କୟିନର ପଥ ଅନୁସରଣ କରିଛନ୍ତି। ସେମାନେ ଅର୍ଥ ଲୋଭ ସକାଶେ ବିଲିୟାମ ପରି ଅନ୍ୟାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ୱରଙ୍କ ବିରୁଦ୍ଧରେ ଆଚରଣ କରିଛନ୍ତି। କୋରହ ପରି ସେମାନେ ମଧ୍ୟ ଧ୍ୱଂସ ହେବେ।

12 ଏମାନେ ତୁମ୍ଭମାନଙ୍କର ପ୍ରେମଭୋଜିର କଳଙ୍କ ପରି। ସେମାନେ ନିର୍ଭୟରେ ତୁମ୍ଭ ସହିତ ଭୋଜନ କରନ୍ତି। ସେମାନେ କେବଳ ନିଜର ଯତ୍ନ ନିଅନ୍ତି। ସେମାନେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ୱାରା ସେମାନେ ଗ୍ଭରିଆଡ଼େ ଉଡ଼ନ୍ତି। ସେମାନେ ହେମନ୍ତ କାଳରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସେମାନଙ୍କର ଦୁଇ ଥର ମୃତ୍ୟୁ ହୁଏ। 13 ସେମାନେ ସମୁଦ୍ରର ପ୍ରଚଣ୍ଡ ତରଙ୍ଗ ସଦୃଶ। ଏହି ତରଙ୍ଗ ଫେଣ ସୃଷ୍ଟି କରେ। ତରଙ୍ଗ ଫେଣ ସୃଷ୍ଟି କଲା ଭଳି ଏହି ଲୋକମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି। ଏହି ଲୋକମାନେ ଆକାଶରେ ଏଣେତେଣେ ଘୁରି ବୁଲୁଥିବା ନକ୍ଷତ୍ର ତୁଲ୍ୟ। ଏହି ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ଘୋର ଅନ୍ଧକାରମୟ ସ୍ଥାନ ରଖାଯାଇଅଛି।

14 ଆଦମଙ୍କଠାରୁ ପୁରୁଷାନୁକ୍ରମେ ସପ୍ତମ ପୁରୁଷରେ ଜାତ ହନୋକ ଏହି ଲୋକମାନଙ୍କ ବିଷୟରେ ଏହି କଥା କହିଥିଲେ: “ଦେଖ ପ୍ରଭୁ ତାହାଙ୍କର ହଜାର ହଜାର ପବିତ୍ର ସ୍ୱର୍ଗଦୂତମାନଙ୍କ ସହିତ ଆସୁଛନ୍ତି। 15 ପ୍ରଭୁ ପ୍ରତ୍ୟେକ ଲୋକଙ୍କର ବିଗ୍ଭର କରିବେ। ସେ ପରମେଶ୍ୱରଙ୍କ ବିରୋଧୀ ପ୍ରତ୍ୟେକ ଲୋକଙ୍କୁ ବିଗ୍ଭର କରିବାକୁ ଓ ଦଣ୍ଡ ଦେବାକୁ ଆସୁଛନ୍ତି। ସେ ପରମେଶ୍ୱରଙ୍କର ବିରୁଦ୍ଧରେ ଦୁଷ୍କର୍ମ କରିଥିବା ପ୍ରତ୍ୟେକ ଲୋକଙ୍କୁ ଦଣ୍ଡ ଦେବେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେହି ପାପୀମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ପରମେଶ୍ୱରଙ୍କ ବିରୁଦ୍ଧରେ ମନ୍ଦକଥା କହିବା ହେତୁ ସେ ସେମାନଙ୍କୁ ଦଣ୍ଡ ଦେବେ।”

16 ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ଓ ସେମାନଙ୍କର ଦୋଷ ବାହାର କରନ୍ତି। ସେମାନେ ସବୁବେଳେ ନିଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରି ଥା’ନ୍ତି। ସେମାନେ ନିଜ ବିଷୟରେ ଅହଙ୍କାର କରି କଥା କୁହନ୍ତି। ସେମାନେ ନିଜ ସ୍ୱାର୍ଥ ହାସଲ କରିବା ପାଇଁ କେବଳ ଅନ୍ୟ ଲୋକମାନଙ୍କ ସପକ୍ଷରେ ଭଲକଥା କୁହନ୍ତି।

ଗୋଟିଏ ସତର୍କବାଣୀ ଏବଂ ବ୍ୟବହାରିକ ବିଷୟ

17 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତମାନେ ତୁମ୍ଭମାନଙ୍କୁ ପୂର୍ବରୁ ଯେଉଁସବୁ କଥା କହିଛନ୍ତି, ତାହା ସ୍ମରଣ କର। 18 ପ୍ରେରିତମାନେ ତୁମ୍ଭକୁ କହିଥିଲେ, “ଶେଷ କାଳରେ ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ।” ଏହି ଲୋକମାନେ କେବଳ ନିଜ ଇଚ୍ଛା ଅନୁସାରେ ପରମେଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରନ୍ତି। 19 ଏହି ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ସୃଷ୍ଟି କରନ୍ତି। ସେମାନେ ନିଜର ପାପ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରେ ପବିତ୍ରଆତ୍ମା ନାହାନ୍ତି।

20 କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ନିଜର ପବିତ୍ର ବିଶ୍ୱାସ ଉପରେ ନିଜ ନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। 21 ପରମେଶ୍ୱରଙ୍କର ପ୍ରେମରେ ନିଜ ନିଜକୁ ସ୍ଥିର କରି ରଖ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦୟାର ଅପେକ୍ଷା କର। ସେ ତୁମ୍ଭକୁ ଅନନ୍ତ ଜୀବନ ପ୍ରଦାନ କରିବେ।

22 ସନ୍ଦେହରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କର। 23 ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସେହି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦେଖାଇବା ବେଳେ ସାବଧାନରେ ରୁହ। ପାପରେ କଳଙ୍କିତ ହୋଇଥିବା ସେମାନଙ୍କର ଲୁଗାପଟାକୁ ମଧ୍ୟ ଘୃଣା କର।

ପରମେଶ୍ୱରଙ୍କ ପ୍ରଶଂସା କର

24 ପରମେଶ୍ୱର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖକୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦେଇ ପାରିବେ। 25 ସେ ଏକମାତ୍ର ପରମେଶ୍ୱର। ସେ କେବଳ ଆମ୍ଭକୁ ଉଦ୍ଧାର କରନ୍ତି। ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅତୀତ, ବର୍ତ୍ତମାନ ଓ ଚିରଦିନ ପାଇଁ ତ୍ରାଣକର୍ତ୍ତା ପରମେଶ୍ୱରଙ୍କର ଗୌରବ, ମହିମା, କ୍ଷମତା ଓ ଅଧିକାର ହେଉ। ଆମେନ୍।

Oriya Bible: Easy-to-Read Version (ERV-OR)

2010 by World Bible Translation Center